Jump to content

ଭରତ ବେହେରା

ଉଇକିପିଡ଼ିଆ‌ରୁ
ଭରତ ବେହେରା
ଜନ୍ମ(1953-07-18)୧୮ ଜୁଲାଇ ୧୯୫୩
ସିକିଡ଼ିଆ, ବାହାନଗା, ବାଲେଶ୍ବର, ଓଡ଼ିଶା
ଜାତୀୟତାଭାରତୀୟ
ବୃତ୍ତିଅବସରପ୍ରାପ୍ତ ଅଧ୍ୟାପକ
ଉଲ୍ଲେଖନୀୟ କୃତିଓଡ଼ିଆ କବିତାର ପଞ୍ଚମ ସ୍ବର
ପିତାମାତାବାଉରୀ ବେହେରା, ସରସ୍ବତୀ ବେହେରା

ଭରତ ବେହେରା (୧୮ ଜୁଲାଇ ୧୯୫୩) ଜଣେ ଭାରତୀୟ ଓଡ଼ିଆ କବି, ସମାଲୋଚକ ଓ ପ୍ରାବନ୍ଧିକ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଭରତଙ୍କ ଜନ୍ମ ବାଲେଶ୍ବର ଜିଲ୍ଲାର ବାହାନଗା ଅନ୍ତର୍ଗତ ଆଦିବାସୀ ଅଧ୍ୟୁସିତ ସିକିଡ଼ିଆ ଗ୍ରାମରେ । ଶିକ୍ଷା ସମାପ୍ତି ପରେ ସେ ଅଧ୍ୟାପନାକୁ ବୃତ୍ତି ଭାବେ ଗ୍ରହଣ କରିଥିଲେ । ୧୯୭୭ରେ ଖଲ୍ଲିକୋଟ କଲେଜ ବ୍ରହ୍ମପୁରରେ ସ୍ନାତକୋତ୍ତର, ୧୯୭୮ରେ ନୀଳଗିରି କଲେଜରେ ଅର୍ଥନୀତି ବିଭାଗରେ ଅଧ୍ୟାପକ, ପରେ ଧାମନଗର କଲେଜକୁ ବଦଳି ଓ ୧୯୯୩ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ପିଏଚ୍ ଡ଼ି ପାଇଥିଲେ । ୨୦୧୩ରେ ଅଧ୍ୟକ୍ଷ ଭାବେ ଅବସର ନେଇଥିଲେ । ସାଧାରଣ ଗାଉଁଲି ଖଟିଖିଆ ମଣିଷର ଆବେଗ ହିଁ ତାଙ୍କ କବିତାର ଅନ୍ତଃସ୍ବର । କବିତା ସହିତ ଆଲୋଚନା ଲେଖିବାରେ ସେ ଜଣାଶୁଣା । []

ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]
  • କୁହୁଳା ଭୂଇଁ
  • ପକ୍ଷପରାଗ
  • ମୌନାବତୀ ମାଟି
  • ଉଲ୍ଲଙ୍ଗ ଉତ୍ପତ୍ତି
  • ମୁଦ୍ରିତ ମହକ
  • ପରାର୍ଥ ପାଦ
  • ଆବରଣ
  • ଭାରତବର୍ଷ
  • ବିବାକ ବସୁଧା
  • ନିଃଶବ୍ଦ ନିନାଦ

ସମାଲୋଚନା

[ସମ୍ପାଦନା]
  • କବିତାର କାରୁକାର୍ଯ୍ୟ
  • ସୃଷ୍ଟି ସୀମାନ୍ତ
  • କବିତାର ସ୍ବରସ୍ବାକ୍ଷର
  • ଓଡ଼ିଆ କବିତାର ପଞ୍ଚମ ସ୍ବର

ସମ୍ମାନ

[ସମ୍ପାଦନା]
  • ଚଲାପଥ କବିତା ସମ୍ମାନ
  • ଅସ୍ତରାଗ ସାହିତ୍ୟ ସମ୍ମାନ
  • ବୈଜ୍ଞାନିକ ଚର୍ଚ୍ଚା ସମ୍ମାନ
  • ଉପେନ୍ଦ୍ରନାଥ ସାହିତ୍ୟ ସମ୍ମାନ
  • ଧ୍ବନି ପ୍ରତିଧ୍ବନି କବିତା ସମ୍ମାନ
  • ଚେତାବନୀ ପ୍ରବନ୍ଧ ସମ୍ମାନ
  • ଗାଁ ମଜଲିସ କବିତା ସମ୍ମାନ