ଭବେନ୍ଦ୍ରନାଥ ମୁର୍ମୁ
ଦେଖଣା
(ଭବେନ୍ଦ୍ରନାଥ ମାଝିରୁ ଲେଉଟି ଆସିଛି)
ଭବେନ୍ଦ୍ରନାଥ ମୁର୍ମୁ | |
|---|---|
| ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୮୫ – ୧୯୮୬ | |
| ପୂର୍ବ ଅଧିକାରୀ | ସିଦ୍ଧଲାଲ ମୁର୍ମୁ |
| ପର ଅଧିକାରୀ | ଚୈତନ୍ୟ ପ୍ରସାଦ ମାଝି |
| ନିର୍ବାଚନ ମଣ୍ଡଳୀ | ରାଇରଙ୍ଗପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ଜୁନ ୨୨, ୧୯୪୨ |
| ମୃତ୍ୟୁ | ୩ ମାର୍ଚ୍ଚ ୧୯୮୬ (ବୟସ ୪୩) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଜୀବନ ସାଥୀ | ରସବତୀ ମାଝି |
| ବାପା/ବୋଉ | ପୂର୍ଣ୍ଣ ଚନ୍ଦ୍ର ମାଝି (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଭବେନ୍ଦ୍ରନାଥ ମୁର୍ମୁ (୨୨ ଜୁନ ୧୯୪୨ - ୩ ମାର୍ଚ୍ଚ ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଭବେନ୍ଦ୍ରନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଭବେନ୍ଦ୍ରନାଥ ମୁର୍ମୁ ୧୯୪୨ ମସିହାର ଜୁନ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୂର୍ଣ୍ଣ ଚନ୍ଦ୍ର ମାଝି ଏବଂ ପତ୍ନୀଙ୍କ ନାମ ରସବତୀ ମାଝି ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଭବେନ୍ଦ୍ରନାଥ ମୁର୍ମୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଭବେନ୍ଦ୍ରନାଥ ୧୯୮୬ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା ।[୧]