Jump to content

ଭବାନୀ ପ୍ରସାଦ ରାୟ

ଉଇକିପିଡ଼ିଆ‌ରୁ


ଭବାନୀ ପ୍ରସାଦ ରାୟ (‘ଫେଲୁ ଭାଇ’ ଭାବରେ ମଧ୍ୟ ପରିଚିତ) ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[] ସେ ମଧ୍ୟ କେରଳ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ରାୟ ୨ ମାର୍ଚ୍ଚ ୧୯୫୫ ରେ ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଳକ ଅଧିନ ଶିବପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଶରତ କୁମାର ରାୟ ଏବଂ ମାତା ଅର୍ଣ୍ଣପୂର୍ଣ୍ଣା ରାୟ । ସେ ତାଙ୍କ ମାଧ୍ୟମିକ ଶିକ୍ଷା ବ୍ରହ୍ମପୁରର ‘କ୍ଵିନ୍‌ ଅଫ୍‌ ଦ ମିଶନ୍‌ସ୍‌ ହାଇସ୍‌ ସ୍କୁଲ୍‌’ରୁ ସମାପ୍ତ କଲେ ଏବଂ କଲେଜ୍‌ ଶିକ୍ଷା ଭୁବନେଶ୍ଵରର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଏବଂ କେନ୍ଦ୍ରପଡ଼ାର ‘କେନ୍ଦ୍ରପଡ଼ା କଲେଜ୍‌’ରେ ଅଧ୍ୟୟନ କଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜ୍‌, ଭୁବନେଶ୍ୱରରୁ ଏଲ୍‌.ଏଲ୍‌.ବି. ଡିଗ୍ରୀ ଅର୍ଜନ କଲେ । ସେ ୧୯୭୯ ମସିହା ଜାନୁଆରି ମାସରୁ ଆଇନ ବ୍ୟବସୟ ଆରମ୍ଭ କଲେ ଏବଂ ସଂବିଧାନ ଆଇନ, ଫୌଜଦାରୀ ଆଇନ, ଦିୱାନୀ ଆଇନ ଏବଂ କର ଆଇନ କ୍ଷେତ୍ରରେ ଏକ କୁଶଳ ଆଇନଜ୍ଞ ଭାବରେ ମକଦ୍ଦମା ପରିଚାଳନା କଲେ । ୯୦ ଦଶକରେ ସେ ବାଣିଜ୍ୟ କର ଅତିରିକ୍ତ ସ୍ଥାୟୀ କଉନସେଲ୍‌ ପଦବୀରେ ନିଯୁକ୍ତ ହୋଇ ୩ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କଲେ ।

୭ ନଭେମ୍ବର ୨୦୦୭ ରେ ଓଡିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ନ୍ୟାୟାଧୀଶ ଭାବରେ ଶପଥ ଗ୍ରହଣ କରିଥିଲେ ।[] ସେ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ ୦୭-୧୧-୨୦୦୭ ରୁ ୨୭-୧୦-୨୦୧୦ ପର୍ଯନ୍ତ କାର୍ଯ୍ୟ ନିର୍ବାହ କରିବା ପରେ କେରଳ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇ ସେଠାରେ ୨୭-୧୦-୨୦୧୦ରେ ଯୋଗ ଦେଲେ ।[] ପରେ ଜଷ୍ଟିସ୍ ରାୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ଫେରି ୧୯.୦୩.୨୦୧୪ ରୁ ୨୧.୦୪.୨୦୧୬ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରି ମାତ୍ର ୬୧ ବର୍ଷ ବୟସରେ ୨୧।୦୪।୨୦୧୬ରେ ମୃତ୍ୟୁ ବରଣ କରିଥିଲେ ।[][]

  1. ୧.୦ ୧.୧ ୧.୨ National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-02-03.
  2. ୨.୦ ୨.୧ "Former Judges". highcourt.kerala.gov.in/. Retrieved 3 February 2025.[permanent dead link]
  3. Service, Express News (2016-04-22). "HC Judge BP Ray Passes Away at 61". The New Indian Express (in ଇଂରାଜୀ). Retrieved 2025-02-03.