ଭଟଲି

ଉଇକିପିଡ଼ିଆ ରୁ
Jump to navigation Jump to search
ଭଟଲି
Rurban
ଭଟଲି is located in ଓଡ଼ିଶା
ଭଟଲି
ଭଟଲି
ଭଟଲି is located in India
ଭଟଲି
ଭଟଲି
Location in Odisha, India
ଅବସ୍ଥିତି: 21°27′51″N 83°32′43″E / 21.46409°N 83.545189°E / 21.46409; 83.545189Coordinates: 21°27′51″N 83°32′43″E / 21.46409°N 83.545189°E / 21.46409; 83.545189
Country India
StateOdisha
DistrictBargarh
Languages
 • Official{{{demographics1_info1}}}
IST (UTC+5:30)
ପିନ କୋଡ଼768030

ଭଟଲି , ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ ଜିଲ୍ଲାର ଏକ ସହର । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ଭଟଲି ପଶ୍ଚିମ ଓଡ଼ିଶାର ଛତିଶଗଦ ସହ ଥିବା ସୀମା ନିକଟରେ ଅବସ୍ଥିତ । ଏହାର ଭୌଗୋଳିକ ଅବସ୍ଥିତି 21°31′34″N 82°53′24″E / 21.526°N 82.890°E / 21.526; 82.890 ଠାରେ ।  ଭଟଲି  , ବରଗଡ ଜିଲ୍ଲାର ଅନନ୍ୟ ଅଞ୍ଚଳ ସହ ପୂର୍ବଘାତ ପର୍ବତ ମାଳ ନିକଟସ୍ଥ ଡେକାନ ମାଳଭୂମି ଅଞ୍ଚଳରେ ଅବସ୍ଥିତ । ଏହା ଏକ ଭୂମିକମ୍ପ ପ୍ରବଣ ସହର ହେଇଥିବାର ତଥ୍ୟରୁ ପ୍ରକାଶ । 

ଜନ ଆବାଦୀ [ସମ୍ପାଦନା]

  ୨୦୧୧ ଜନଗଣନା ଅନୁସାରେ ଭଟଲିର ଜନସଂଖ୍ୟା ୪,୮୬୫  ଥିଲା ।[୧] ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୨,୩୯୬ ଓ ମହିଳା ସଂଖ୍ୟା ୨,୪୬୯ ଥିଲା । ୬ ବର୍ଷରୁ କମ ଆବାଦୀ ୫୩୯ ଥିଲା । 

ଅର୍ଥନୈତିକ ସ୍ଥିତି[ସମ୍ପାଦନା]

କୃଷି ଏହି ଅଞ୍ଚଳର ଅଧିବାସୀଙ୍କ ମୁଖ୍ୟ ଜୀବିକା । କିନ୍ତୁ ଅଞ୍ଚଳରେ ହସ୍ତତନ୍ତ୍ର ବୁଣାକାର ମାନେ ଏହି ଅଞ୍ଚଳରେ ପ୍ରସିଦ୍ଧ ସମ୍ବଲପୁରୀ ବସ୍ତ୍ର ମଧ୍ୟ ବୁଣିଥାନ୍ତି । [୨]

ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା [ସମ୍ପାଦନା]

ସହରରେ ସରକାରୀ ଓ ବେସରକାରୀ ମେଡିକାଲ ବ୍ୟବସ୍ଥା ରହିଛି । ଏଠାରେଦଧିବାମନ କଲେଜ ଡିଗ୍ରୀ ସ୍ତର ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରିବା ସହ ଉଭୟ ବାଳକ ଓ ବାଳିକା ହାଇ ସ୍କୁଲ ଓ ଇଂରେଜୀ ମିଡିଆମ ସ୍କୁଲ ସବୁ ରହିଛି ।[୩][୪] [୫]

ଜନ ଯାତ୍ରା [ସମ୍ପାଦନା]

ପୁରୀ ଜଗନ୍ନାଥ ରଥ ଯାତ୍ରା ପରି ଏଠାରେ ମହାସମାରୋହରେ ରଥ ଯାତ୍ରା ହେଇଥାଏ । ଏହା ବ୍ଯତୀତ ଏଠାରେ ଫଲ୍ଗୁନ ମେଳା ଆଖପାଖ ଅଞ୍ଚଳରେ ବିଖ୍ୟାତ । 

ପ୍ରଶାସନ [ସମ୍ପାଦନା]

ଭଟଲି ଏକ ବ୍ଲକ ଅଞ୍ଚଳ । ଏଠାରେ ଗ୍ରାମପଞ୍ଚାୟତ ମଧ୍ୟ ରହିଛି । ଭଟଲି ବିଧାନ ସଭା ମଣ୍ଡଳୀରୁ ଓଡ଼ିଶା ରାଜ୍ୟ ବିଧାନ ସଭାକୁ ଏଠାରୁ ପ୍ରତିନିଧି ନିର୍ବାଚିତ ହେଇ ଥାଆନ୍ତ । ସୁଶାନ୍ତ ସିଂହ ବର୍ତମାନ ଭଟଲିର ବିଧାନ ସଭା ସଦସ୍ୟ ।[୬] 


ମନ୍ଦିର ସମୂହ [ସମ୍ପାଦନା]

ଦଧିବାମନ ମନ୍ଦିର [ସମ୍ପାଦନା]

ଭଟଲିରେ ଥିବା ଜଗନ୍ନାଥ ମନ୍ଦିର ଶିଶୁ ଜଗନ୍ନାଥ ନାମରେ ଜଣା ଯାଏ, ଏଠାରେ ଅନ୍ନ ଭୋଗ ଲାଗେନା।

ଖଟୁଶ୍ୟାମ ମନ୍ଦିର [ସମ୍ପାଦନା]

 ଭଟଲିରେ ଥିବା ଖଟୁଶ୍ୟାମ ମନ୍ଦିର ଦେଶର ଦ୍ୱିତୀୟ ଖଟୁଶ୍ୟାମ ମନ୍ଦିର। [୭]

ଦର୍ଶନୀୟ ସ୍ଥାନ [ସମ୍ପାଦନା]

ଭଟଲି ନିକଟରେ ପ୍ରସିଦ୍ଧ ଡେବରିଗଡ ବନ୍ୟାପ୍ରାଣୀ ଅଭୟାରଣ୍ୟ ରହିଛି । 


ଆଧାର ସମୂହ [ସମ୍ପାଦନା]