ଭକ୍ତ ଚରଣ ଦାସ (ରାଜନେତା)

ଉଇକିପିଡ଼ିଆ‌ରୁ
ଭକ୍ତ ଚରଣ ଦାସ
ସାଂସାଦ: ୧୫ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଜଗମୋହନ ନାୟକ
ପର ଅଧିକାରୀଭକ୍ତ ଚରଣ ଦାସ
ନିର୍ବାଚନ ମଣ୍ଡଳୀକଳାହଣ୍ଡି
ସାଂସାଦ: ୧୧ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୬ – ୧୯୯୮
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ସାଂସଦ: ୯ମ ଲୋକ ସଭା
କାର୍ଯ୍ୟକାଳ
୧୯୮୯ – ୧୯୯୧
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୭ ଡିସେମ୍ବର ୧୯୮୯
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-06-03) ୩ ଜୁନ ୧୯୫୯ (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି
ଜୀବନ ସାଥୀସୁନନ୍ଦା ଦାସ
ବାପା/ବୋଉଦିବାକର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଭକ୍ତ ଚରଣ ଦାସ (ଜନ୍ମ: ୩ ଜୁନ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକ ସଭା ସଂସଦ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯, ୧୯୯୬ ଓ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଭକ୍ତ ଚରଣ ଦାସ ୧୯୫୯ ମସିହାର ଜୁନ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦିବାକର ଦାସ ଓ ପତ୍ନୀଙ୍କ ନାମ ସୁନନ୍ଦା ଦାସ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଭକ୍ତ ଚରଣ ଦାସ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Bhakta Charan Das". odishaassembly.nic.in. Odisha Assembly. Retrieved 20 May 2021.