ବ୍ୟୋମକେଶ୍ୱର ମନ୍ଦିର

ଉଇକିପିଡ଼ିଆ‌ରୁ

ବ୍ୟୋମକେଶ୍ୱର ମନ୍ଦିର ବା ସୁରେଶ୍ୱର ମହାଦେବଙ୍କ ମନ୍ଦିର ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ତଳବଜାର ଅଞ୍ଚଳରେ ଅବସ୍ଥିତ । ଲିଙ୍ଗରାଜ ମନ୍ଦିର ସାମ୍ନାରେ ଏହା ଅବସ୍ଥିତ । ମନ୍ଦିରର ମୁଖ ପଶ୍ଚିମ ଦିଗକୁ ରହିଛି । ଏହି ମନ୍ଦିର ୧୦ମ ଶତାବ୍ଦୀରେ ନିର୍ମିତ ହେଇଥିଲା । ତେବେ ମନ୍ଦିରଟି ଅଞ୍ଚଳର ଅଧିବାସୀଙ୍କ ତତ୍ତ୍ୱାବଧାନରେ ରହିଛି । ଦୋକାନ ଗୃହ ଓ ବାସ ଗୃହମାନଙ୍କଦ୍ୱାରା ପରିବେଷ୍ଟିତ ଏହି ମନ୍ଦିରଟି ବାହାରକୁ ଦେଖା ଯାଏ ନାହିଁ । 

ତାତ୍ପର୍ଯ୍ୟ [ସମ୍ପାଦନା]

ସ୍ଥାନୀୟ ଲୋକଙ୍କ ବିଶ୍ୱାସରେ ମନ୍ଦିର କେଶରୀଙ୍କ( ସୋମବଂଶୀ ) ଅମଳରେ ହେଇଥିଲା । ମହାଶିବରାତ୍ରି, ମକର ସଂକ୍ରାନ୍ତି ଆଦି ପର୍ବ ଏଠାରେ ପାଳନ  କରାଯାଏ । 

ଆଧାର [ସମ୍ପାଦନା]

  1. Pradhan, Sadasiba (2009) Lesser Known Monuments of Bhubaneswar. Delhi: Lark ISBN 81-7375-164-1
  2. Orkhurda 174