ବ୍ୟବହାରକାରୀ:Vibekananda champati/ରଚନା

ଉଇକିପିଡ଼ିଆ‌ରୁ

ଉପକ୍ରମ: ବନଭୂମି ସହିତ ମନୁଷ୍ୟର ସମ୍ପର୍କ ଯୁଗ ଯୁଗରୁ ରହିଆସିଛି । ଦିନେ ବନଭୂମିରେ ହିଁ ସଭ୍ୟତାର ପ୍ରଥମ ସୁର୍ଜ୍ୟୋଦୟ ହୋଇଥିଲା । ମନୁଷ୍ୟର କ୍ରମୋନ୍ନତି ସଭ୍ୟତା ସଂସ୍କୃତିର ପରିପୃଷ୍ଟ ପାଇଁ ବାନର ଦାନ ମହାନ ଓ ଅବିସ୍ମରଣୀୟ । ସମୟକ୍ରମେ ବନଭୂମିରେ ଗଢିଉଠିଲା ଗୁରୁକୁଳାଶ୍ରମ । ଜ୍ଞାନର ପ୍ରବାହିତ ଧାରାକୁ ପ୍ଳାବିତ କଲା । ମୁନିମନମୋହିନୀ ବନଭୂମି ହେଲା ତପଶ୍ଚରନର ପ୍ରଧାନ କ୍ଷେତ୍ର । ଅଧ୍ୟାତ୍ମିକତର ସୌରଭ ଏଇ ବନଭୂମିକୁ ବିଛୁରିତ ହୋଇ ଦିଗବିଦଗକୁ ଆମୋଦିତ କଲା । ସେଇ ବନଭୂମି ପୁଣି ଯାନ୍ତ୍ରିକ ସଭ୍ୟତାରେ ଲାଭକଲା ହତଶ୍ରୀ । ଏହାର କୁପରିଣତି ବିଶ୍ଵ ପରିବେଶକୁ ପରିବର୍ତିତ କଲା । ଫଳରେ ଧ୍ବଂସାଭିମୁଖୀ ମାନବ-ସଭ୍ୟତାର ସଂସ୍ଥିତି ଓ ସୁରକ୍ଷା ସହିତ ସଂଶ୍ଳିଷ୍ଠ ବନଭୂମିର ସୁରକ୍ଷା ଆବଶ୍ୟକ ମନେହେଲା । ଏଥିପାଇଁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଉଦ୍ୟମ ଆରମ୍ଭ ହୁଏ । ୧୯୫୦ ଜୁଲାଇ ମାସରେ ଭାରତ ସରକାର ପ୍ରଥମ କରି ବନମହୋତ୍ସବ ପାଳନ କରନ୍ତି । ଏହି ବନମହୋତ୍ସବ ହିଁ ବନୀକରଣ । ଧ୍ବଂସପ୍ରାପ୍ତ ବନର ନବୀକରଣ ଓ ନୂତନ ଜଙ୍ଗଲ ସୃଷ୍ଟି ବନିକରଣର ପ୍ରଧାନ ଲକ୍ଷ । ବନୀକରଣ ଅର୍ଥ ସାମୁହିକ ବୃକ୍ଷରୋପଣ । ପ୍ରତିବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ବନୀକରଣ କାର୍ଯ୍ୟକ୍ରମ ସମାହିତ ହୋଇଛି । ବନଧ୍ଵଂସର କାରଣ ସଭ୍ୟତାର ବିକାଶ ସହିତ ବନଭୂମିର ଧ୍ଵଂସ ସାଧନ ମାନବଜାତି ପାଇଁ ଏକ ଅଭିଶ୍ରାପ । ଏହି ଚିନ୍ତା ମଣିଷ ମନରୁ ଦୂରେଇ ଯାଇଥିବା ହେତୁ ଆଜି ଜଙ୍ଗଲ ଅତ୍ୟାଚାରର ଶିକାର ହୋଇଅଛି । ଘନ ଜନାକୀର୍ଣ ଜଙ୍ଗଲ ସ୍ଥାନରେ ମରୁଭୁମି ମୁଣ୍ଡ ଟେକିଛି । ଏତଦବ୍ୟତୀତ ବନଧ୍ଵଂସର ବିଭିନ୍ନ କାରଣ ଅଛି । ଜନସଂଖ୍ୟାର କଳ୍ପନାତିତ ବୃଦ୍ଧି ସହିତ ବାସଗୃହ ଓ ଚାଷଜମିର ଆବଶ୍ୟକତା ରହିଛି । ତେଣୁ ମନୁଷ୍ୟ ଆଜି ମନଇଛା ଜଙ୍ଗଲ ଧ୍ଵଂସ କରୁଛି । ବନଭୂମି ଅଧ୍ୟୁଷିତ ଅଧିବାସୀ ପୋଡୁଚାଷ ପାଇଁ ଜଙ୍ଗଲ କାଟି ପଦା କରିଥାନ୍ତି । ଶରଣାର୍ଥୀ ଥଇଥାନ ନିମିତ୍ତ ଭାରତରେ ବହୁ ଜଙ୍ଗଲ ଧ୍ଵଂସ ପାଇଛି । ନାଦିବନ୍ଧ ଯୋଜନା ଦ୍ଵାରା ବହୁ ଜଙ୍ଗଳ ଧ୍ଵଂସ ପାଏ ଓ ଜଳଭଣ୍ଡାରରେ ନିମଜ୍ଜିତ ହୁଏ । ଏହା ଜଙ୍ଗଲ କ୍ଷୟର ଅନ୍ୟତମ କାରଣ । ଜାଳେଣୀ ଓ ଗୃହୋପକରଣର ନିମିତ୍ତ ଅବାଧ ଜଙ୍ଗଲ କାଟ , ଜଙ୍ଗଲ ଧ୍ଵଂସକୁ କ୍ଷିପ୍ରତାର କରିଅଛି । ଏଥିପାଇଁ ମୁଷ୍ଟିମେୟ ଜନସାଧାରଣଙ୍କ ସ୍ଵେଚ୍ଛାରିତା ଓ କତିପୟ କର୍ମଚାରୀଙ୍କ ଅବହେଳା ତଥା ଅସାଧୁତାକୁ ଅସ୍ଵୀକାର କରିହେବନାହିଁ । ରେଳପଥ ନିର୍ମାଣ, କଳକାରଖାନା ସ୍ଥାପନ , ସହର ନିର୍ମାଣ , ଭୂମିହିନ ତଥା ସରକାରୀ କର୍ମଚାରୀଙ୍କୁ ଜମି ପାଟ ଦାନ ଆଦି ଜଙ୍ଗଲ ଧ୍ଵଂସ ସମସ୍ୟାକୁ ଦ୍ରୁତତର କରାଉଛି । ଅପକାରିତା ବନଧ୍ଵଂସର ଅପକାରିତା ସୁଦୂରପ୍ରସାରୀ ଓ ପ୍ରଭାବଶାଳି । ଅନିୟମିତ ବୃଷ୍ଟିପାତ , ବର୍ଷଭାବ ଅମରୁଭୂମି ସୃଷ୍ଟି ବନଧ୍ଵଂସର ପ୍ରଧାନ କାରଣ । ଆର୍ଷଭାବ , ଖାଦ୍ୟଭବ ଓ ଦୁର୍ବିକ୍ଷାକୁ ନିୟନ୍ତ୍ରଣ କରେ । ଏଣୁ ଜଳବାୟୁର ପରିବର୍ତନ ମଧ୍ୟ ବନ ଉପରେ ନିର୍ଭର କରିଥାଏ । ଜଙ୍ଗଲ ଧ୍ଵଂସ ଯୋଗୁଁ ମେସୋପୋତାମିଆ ସଭ୍ୟତା ଧ୍ଵଂସ ଫାଇଲ । ପାଦନଦୀ ଚୀନ ଦେଶର ଦୁଃଖର କାରଣ ଏବଂ ମିସିସିପି ନଦୀର ଉପତ୍ୟକତା ମରୁଭୂମିରେ ପରିଣତ ହେଲା । ମନୁଷ୍ୟ ଓ ମନୁଷ୍ୟତର ପ୍ରାଣୀ ବନଧ୍ଵଂସ ହେତୁ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଜଙ୍ଗଲ ଧ୍ଵଂସ ହେଲେ ଜାଳେଣୀ , ଔଷଧ ଓ ପରୋକ୍ଷ ଅଭାବ ଅନୁଭୁତ ହୁଏ । ମାଟିର ଉର୍ବରତା ହ୍ରାସ ଓ ମୃତିକାକ୍ଷୟ ବନଧ୍ଵଂସର କାରଣ ରୂପେ ଗଣ୍ୟ । ବନଧ୍ଵଂସ ଯୋଗୁଁ ବନ୍ୟାର ଭୟାବହତା ଅନୁଭୂତ ହୁଏ । ପରିଣେଶ ଦୂଷୀତିକରଣ ମଦ୍ୟ ଏହାର ପରିଣତି ମାତ୍ର । ବନିକରଣର ଆବଶ୍ୟକତା ବିକଶିତ ବନରାଜି ଉନ୍ନତ ଦେଶର ଜୀବନ୍ତ ସାକ୍ଷୀ । ବୃକ୍ଷଲତାମାନଙ୍କ ଯୋଗୁଁ ବର୍ଷହୁଏ , ବର୍ଷାଜଗୁ ଖାଦ୍ୟ ଉତ୍ପାଦିତ ହୁଏ ଏବଂ ଖାଦ୍ୟ ହିଁ ଜୀବନ । ମାନବିକତାର କଲ୍ୟାଣ ନିମିତ୍ତ କୃଷିର ଉନ୍ନତି ଓ ସୁଜଳା ସୁଫଲା ଶସ୍ୟାଶ୍ୟାମଳା କରିବା ପାଇଁ ବନୀକରଣ ନିତାନ୍ତ ପ୍ରୟୋଜନ । ବାନର ବିକାଶ ଉପରେ ଶିଳ୍ପସମ୍ମୃଦ୍ଧି ନିର୍ଭରଶୀଳ । ବନୀକରଣ ଦ୍ଵାରା ବାତ୍ୟାକୁ ନିୟନ୍ତ୍ରଣ କରାଯାଇପାରେ । ପରିବେଶକୁ ବିଷମୁକ୍ତ କରିବାରେ ବାନର ଅବଦାନ ଅନସ୍ବୀକାର୍ଜ୍ୟ ନୁହେଁ । ଏକ ହିସାବ ଅନୁଯାଇ ୨୦ ମିଟର ଉଚ୍ଚ , ୨ ମିଟର ବ୍ୟାସର ଏକ ମଧ୍ୟମାକାର ଗଛ ପ୍ରାଏ ପଚିଶ ବର୍ଷ ବଞ୍ଚେ । ଜୀବିତବସ୍ତାରେ ପ୍ରାଏ ୫୦ ଟନ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡେ । ଏହାର ଆନୁମାନିକ ମୂଲ୍ୟ ପ୍ରାଏ ୨ ଲକ୍ଷ ପଚାଶ ହଜାର ଟଙ୍କା । କୃତିମ ଉପାୟରେ ଏତେ ପରିମାଣରେ ଅମ୍ଳଜାନ ସୃଷ୍ଟିକରି ବାୟୁମଣ୍ଡଳର ବିଭିନ୍ନ ଗ୍ୟାସର ଭାରସାମ୍ୟ ରକ୍ଷା କରିବା ଅସମ୍ଭବ । ଗୋଟିଏ ମଧ୍ୟମାକାର ଗଛ ତା ଜୀବନକାଳ ମଧ୍ୟରେ ଯେଉଁ ଶୋଧନକ୍ରିୟା ସମ୍ପନ୍ନକରେ ତାର ମୂଲ୍ୟ ପାଞ୍ଚଳକ୍ଷ ଟଙ୍କାରୁ କମ ନୁହେଁ । ଧର୍ମାର୍ଜନ ବନୀକରଣର ଅନ୍ୟତମ ଲକ୍ଷ । ଏବେ ମଧ୍ୟ ଲୋକେ ତୁଲସୀ , ଅଶ୍ଵତଥ ଓ ବଟକୁ ଦେବତା ଜ୍ଞାନରେ ପୂଜା କରୁଛନ୍ତି । ଜାତୀୟ ଜଙ୍ଗଲ ନୀତି ଅନୁଯାୟୀ ଆମ ଦେଶରେ ୩୩.୩ ଭାଗ ଜଙ୍ଗଲ ରହିବା କଥା , ମାତ୍ର ପ୍ରକୃତରେ ଅଛି ମାତ୍ର ୨୨.୭ ଭାଗରୁ କମ । ପୁଣି ପୃଥିବୀର ଜନସଂଖ୍ୟା ଆଶାତୀତ ଭାବରେ ବୃଦ୍ଧିପାଇଛି । ଉଦ୍ଭିଦ ଏହି ଅନୁପାତରେ ବୃଦ୍ଧି ପାଇବା କଥା । ମାତ୍ର ତାହା ହେଉ ନାହଁ । ଅତଏବ ସାଂପ୍ରତିକ ପରିପେକ୍ଷାରେ ବନିକରଣର ଆବଶ୍ୟକତା ଅପରିହାର୍ଜ୍ୟ ହୋଇପଡିଛି । ବନୀକରଣ ବ୍ୟବସ୍ଥା ପ୍ରତିବର୍ଷ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବନବିଭାଗ ତରଫରୁ ବନମହୋତ୍ସବ ବ ବୃକ୍ଷରୋପଣ ସପ୍ତାହ ପାଳନ କରାଯାଉଛି । ଏହି ସପ୍ତାହରେ ଜନସାଧାରଣକୁ ସଭାସମିତି ଓ ଚଳଚିତ୍ର ପ୍ରଦର୍ଶନ ମାଧ୍ୟମରେ ବନିକରଣର ଉପଦେୟତା ସମ୍ପର୍କରେ ଅବବଗତ କରାଯାଉଛି । ମାଗଣାରେ ବୃକ୍ଷରୋପଣ ପାଇଁ ଛାଡ଼ ବିତରଣ କରାଯାଉଛି । ଜଙ୍ଗଲ ବିଭାଗ ତରଫରୁ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଏ । ଗ୍ରାମାଞ୍ଚଳରେ ଖାଦ୍ୟ , କୃଷି , ଜାଳେଣୀ ଓ ଗୃହୋପକାରଣ ନିମିତ୍ତ ନିମ୍ବ , ମହୁଲ , କରଞ୍ଜ , କୁସୁମ , ଜଡା , କାଜୁ , ବାଉଁଶ , ଝାଉଁ , ଚାକୁଣ୍ଡା , ଆମ୍ବ , ଜାମୁ , ପଣସ , ଟଭା ଓ ଅମୃତଭଣ୍ଡା ଆଦି ବୃକ୍ଷରୋପଣ ବାଞ୍ଛନୀୟ । ରାସ୍ତା କଡ ଓ କେନାଲ ପାର୍ଶ୍ଵରେ ବୃକ୍ଷରୋପଣ ପଦକ୍ଷେପ ଗ୍ରହଣ କରାଯାଇଛି । ଅତଏବ ବନୀକରଣ ଆଜି ବନଭୂମିରେ ସୀମାବଦ୍ଧ ନରହି ସାମାଜିକ ବନୀକରଣରେ ପରିଣତ ହୋଇଛି । ଟାଙ୍ଗରଭୂମି , ପାହାଡ , ଗ୍ରାମ୍ୟ , ଅନାବାଦି ଜମି , ସୈକତ ପ୍ରଦେଶ , ରେଳପଥର ଧାରା ଓ ଶ୍ମଶାନଭୂମିକୁ ସାମାଜିକ ବନୀକରଣ ଅନ୍ତର୍ଗତ କରାଯାଇପାରିବ । ସାମାଜିକ ବନୀକରଣ ପାଇଁ ବର୍ତମାନ ବିଶେଷ ଗୁରୁତ୍ଵ ଦିଆଯାଉଛି । ଏ ସମସ୍ତ ସତ୍ବେ ଆଇନକୁ କଡାକଡି ଲାଗୁ କରିବା ଉଚିତ । ଅବଧ କଠଚୋରି ପ୍ରତିହତ ପାଇଁ ମୁଲ୍ୟବାନ ଓ ବିଶେଷ ଜଙ୍ଗଲରେ ସ୍ଵତନ୍ତ୍ର ଥାନା ପ୍ରତିଷ୍ଠା ପାଇଁ ଅଗ୍ରାଧିକାର ଦିଆଯିବା ସ୍ବାଗତଯୋଗ୍ୟ । ଉପସଂହାର ବନୀକରଣ ଆମର ଜାତୀୟ କର୍ତବ୍ୟ । ସ୍ଵର୍ଗତ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ତାଙ୍କର ବିନସୂତ୍ରି ଅର୍ଥନୈତିକ କାର୍ଯ୍ୟକ୍ରମରେ ବୃକ୍ଷରୋପଣ ଉପରେ ପ୍ରାଧାନ୍ୟ ଦେଇଥିଲେ । କେବଳ ସରକାରୀ ଆଇନ ଦ୍ଵାରା ବନୀକରଣ ସମ୍ଭବ ନୁହଁ , ଏଥିପାଇଁ ଜଣାଜାଗରଣ ଦରକାର । ସରକାରଙ୍କ ଦ୍ଵାରା ପାଳିତ ବନମହୋତ୍ସବକୁ ସମ୍ମାନ ଦେବାକୁ ପ୍ରତ୍ୟେକ ଦାଇତ୍ଵପୂର୍ଣ ବ୍ୟକ୍ତି ପ୍ରତିଜ୍ଞା କରିବା ଉଚିତ । ସ୍ଵୀହ ଏବନ ସାମୁହିକ କଲ୍ୟାଣ ନିମିତ୍ତ ବନୀକରଣ ଯୋଜନା ଅଭିପ୍ରେତ । ସାମାଜିକ , ଅର୍ଥାନେଇତିକ ଓ ଆଧ୍ୟାତ୍ମିକ ପ୍ରଗତିକୁ କ୍ଷିପ୍ରତର କରିବା ପାଇଁ ବନୀକରଣ ଅତ୍ୟାବସକ । ଆଜିର ଧ୍ୱନିହେଉ , ଛୁଆ ଗୋଟିକୁ ଗଛ ଗୋଟିଏ । ପୁଣି ସାକ୍ରେଟିସଙ୍କ ସତର୍କବାଣିକୁ ଆମେ ବିସ୍ମୃତ ହେବ ନାହିଁ , “ବୃକ୍ଷରୁ ଜଳ , ଜଳରୁ ଶସ୍ୟ , ଶସ୍ୟ ହିଁ ଜୀବନ ।“