Jump to content

ବ୍ୟବହାରକାରୀ:TRINATH SINGH

ଉଇକିପିଡ଼ିଆ‌ରୁ

ତ୍ରିନାଥ ସିଂହ : ଭାରତୀୟ ଭାଷା ସାହିତ୍ୟର ଜଣେ ଅତି ପରିଚିତ ଲେଖକ। ମୂଳତଃ, କବିତା ତାଙ୍କର ନିଶା ହେଲେ ହେଁ ଗଳ୍ପ, ଉପନ୍ୟାସ, ନିବନ୍ଧ, ଆଲୋଚନା ଓ ସମାଲୋଚନା ସାହିତ୍ୟରେ ମଧ୍ୟ ତାଙ୍କର ନିଷ୍ଠା ଓ ପାରିଦର୍ଶିତା ରହିଛି। ସିଂହଭୂମି ଅଞ୍ଚଳର ଗଡ଼ଜାତ ରାଜ୍ୟ ଷଢେ଼ଇକଳା ତାଙ୍କର ନିଜ ଘର ହେଲେ ହେଁ, ତାଙ୍କର ଜନ୍ମ ହୁଏ ରାଉରକେଲାରେ ୧୯୬୬ ମସିହା ଜୁଲାଇ ୨୬ (୨୬/୦୭/୨୯୬୬) ତାରିଖରେ ପିିତା ଜତିନାଥ ସିଂହ ଓ ମାତା ଉମାଦେବୀଙ୍କ କୋଳ ମଣ୍ଡନ କରି।

ଷୋହଳବର୍ଷ ବୟସରୁ ସେ ଲେଖାଲେଖି ପ୍ରତି ଆଗ୍ରହ ପ୍ରକାଶ କରନ୍ତି ଏବଂ ସତରବର୍ଷ ବୟସରେ ତାଙ୍କର ପ୍ରଥମକବିତା ଭାବରେ 'ଜନତା ମୁଖେ' ପ୍ରକାଶ ପାଏ, ରେମୁଣା, ବାଲେଶ୍ବରରୁ ପ୍ରକାଶ ପାଉଥିବା ଏକ ତ୍ରୟମାସିକ ସାହିତ୍ୟ ପତ୍ରିକା 'ସମାପିକା'ରେ। ୧୯୯୯ ମସିହାରେ ପ୍ରକାଶ ପାଏ ତାଙ୍କର ପ୍ରଥମକବିତା ସଙ୍କଳନ 'ଫେରନ୍ତା ପକ୍ଷୀ'। ଅଦ୍ୟାବଧି (୨୦୨୫) ତାଙ୍କର ପାଞ୍ଚଗୋଟି କବିତା ପୁସ୍ତକ ଓ ଏକ ଉପନ୍ୟାସ ପ୍ରକାଶ ପାଇସାରିଛି।

ଓଡ଼ିଶାରେ ସଂଘଟିତ ୧୯୯୯ର ପ୍ରଳୟଙ୍କରୀ ମହାବାତ୍ୟାର ପୃଷ୍ଠଭୂମିଉପରେ ଲିଖିତ ଏହି ଉପନ୍ୟାସ 'ଦୁଇଫର୍ଦ୍ଦ ଆକାଶ' ୨୦୨୫ ମସିହା ପାଇଁ 'ଟାଇମପାସ୍ ବେଷ୍ଟ୍ ସେଲର୍ ଆୱାର୍ଡ଼' ଲାଭ କରିଥିଲା।

ଏତଦ୍ ଭିନ୍ନ ତାଙ୍କର ବେଶ କିଛି କବିତା ଇଂରାଜୀ, ହିନ୍ଦୀ, କନ୍ନଡ଼ ଓ ବଙ୍ଗଳା ଭାଷାରେ ଅନୁଦିତ ହୋଇ ପ୍ରକାଶ ପାଇଛି।

ପ୍ରକାଶିତ ପୁସ୍ତକ:

୧. ଫେରନ୍ତାପକ୍ଷୀ (୧୯୯୯) କବିତା

୨. କୋଳାହଳ (୨୦୦୯) କବିତା

୩. ସେମାନଙ୍କ ପୂର୍ବାପର (୨୦୧୩) କବିତା

୪. ପବନ ବହୁଛି ଯେମିତି (୨୦୧୪) କବିତା

୫. ଚୁପଚାପ୍ ଚତୁର୍ଥଧାଡ଼ିରେ (୨୦୨୨) କବିତା

୬. ଦୁଇଫର୍ଦ୍ଦ ଆକାଶ (୨୦୨୪) ଉପନ୍ୟାସ

ଓଡ଼ିଆଭାଷାର କବି
ଜନ୍ମ: 1966 ଜୁଲାଇ, 26
ପିତା: ଜତିନାଥ ସିଂହ, ମାତା: ଉମାଦେବୀ ସିଂହ


1984 ମସିହାରୁ ଓଡ଼ିଆ କବିତା ସାହିତ୍ୟରେ ରହିଆସିଛନ୍ତି। ଏ ଯାବତ୍ (୨୦୨୪ ସୁଦ୍ଧା) ପାଞ୍ଚଗୋଟି କବିତା ପୁସ୍ତକ ଯଥା.. ଫେରନ୍ତାପକ୍ଷୀ (୧୯୯୯), କୋଳାହଳ (୨୦୦୯), ସେମାନଙ୍କ ପୂର୍ବାପର (୨୦୧୩), ପବନ ବହୁଛି ଯେମିତି (୨୦୧୪), ଚୁପଚାପ୍ ଚତୁର୍ଥଧାଡ଼ିରେ (୨୦୨୨) ତଥା ଏକ ଉପନ୍ୟାସ: ଦୁଇଫର୍ଦ୍ଦ ଆକାଶ (୨୦୨୪) ପ୍ରକାଶିତ।