ବ୍ୟବହାରକାରୀ:T.tithika
ଜିଲାର ଶତକଡା ୩୨ ପ୍ରତିଶତ ଅଞ୍ଚଳ ଘନ ଜଙ୍ଗଲ ପରିବେଷ୍ଟିତ ହୋଇଥିବାବେଳେ ନଦନଦୀ, ଝରଣା ଜିଲାର ଶୋଭା ବୃଦ୍ଧି କରୁଛନ୍ତି । ଜିଲ୍ଲାର ୧୩ଟି ବ୍ଲକ ଅଞ୍ଚଳ ମଧ୍ୟରୁ ଚାଷ ଜମି ଅପେକ୍ଷା ଏକ ବୃହତ୍ ଅଂଶ ହେଉଛି ଜଙ୍ଗଲ । ତେଣୁ ଢଙ୍ଗଲ ଓ ପାହାଡିଆ ଜମି ସମତଳ ନଥିବାରୁ ସେଠାରେ କାନ୍ଦୁଲ, ମାଣ୍ଡିଆ, ଝୁଡଙ୍ଗ ଆଦି ଅଣଧାନ ଫସଲ ଚାଷ ହୁଏ । ପ୍ରାୟ ୧୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାର ଆଦିବାସୀଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ । ସେମାନେ ପ୍ରକୃତି କୋଳରେ ରହିବାକୁ ସୁଖ ମଣନ୍ତି ଏବଂ ଚାଉଳ ବ୍ୟତୀତ ଖାଦ୍ୟ ଭାବେ ବ୍ୟବହାର କରନ୍ତି କନ୍ଦା, କନ୍ଦମୂଳ ଓ ଫଳ ଆଦିକୁ । କନ୍ଧ, କୁଟିଆ କନ୍ଧ, ସଉରା ଆଦି ଜନଜାତିର ଲୋକମାନେ ଭରସା କରନ୍ତି ପ୍ରକୃତି ଉପରେ । ସେଥିପାଇଁ ବାରମ୍ବାର ମରୁଡି ଓ ଅଭାବ ଅନଟନ ସତ୍ତ୍ୱେ ଏ ଜିଲ୍ଲାର ମାଟି, ପାଣି, ପବନ ତଥା ପ୍ରକୃତି ତା'ର ବାସିନ୍ଦାମାନଙ୍କୁ ଏଯାବତ୍ ଧାରଣ କରିରଖୁଛି ଜଙ୍ଗଲରେ ଥାଇ ଭୋକ ଲାଗିଲେ ଫଳମୂଳ ନିବାରଣ କରେ ସେହି ଦୁର୍ବାର କ୍ଷୁଧା । ଝରଣାର ସୁଶୀତଳ ଜଳ ନିବାରଣ କରେ ତୃଷା । ଏଣୁ କଳାହାଣ୍ଡିଆ କେବେ ମଧ୍ୟ ଥକିଯାଏ ନାହିଁ, ହାରିଯାଏ ନାହିଁ ସେ ଝୁମିଉଠେ ବଳାଶାଲର ଢୋଲମହୁରିର ତାଳେ ତାଳେ, ନାଚିଉଠେ ମାଦଲର ରିଦିମ୍ରେ । ଆଉ ଗାଇଉଠେ ଡାଲଖାଇ, ମାଏଲା ଜଡ, ରସରକେଲି ଓ ଜାଇଫୁଲ ଗୀତ । ଧାଙ୍ଗଡିଧାଙ୍ଗଡାଙ୍କ ମନତଳର ନିଆଁ ନିର୍ବାପିତ ହୁଏ ଢାପ ନାଚର ତାଳେ ତାଳେ । କଳାହାଣ୍ଡି ମାଟିର ମଣିଷ ନିଜ ମନରୁ ସୃଷ୍ଟି କରିନାହିଁ ଏ ସଂସ୍କୃତି ବରଂ ଏହା ତା' ପାଇଁ ପ୍ରକୃତିର ଦାନ କହିଲେ ବୋଧହୁଏ ଉଚିତ ହେବ । ଏଠାରେ ପାହାଡ ଡାକିଲେ ‘ଓ’ କରେ, ଝରଣା ଗୀତ ଗାଏ ଆଉ ପତ୍ରର ମର୍ମର ଶବ୍ଦ ସୃଷ୍ଟିକରେ ବାଦ୍ୟଯନ୍ତ୍ରର ମୂହଁନା । ଏଣୁ ହିଁ ତ ଏ ଜିଲ୍ଲାର ପରିବେଶ ଓ ପ୍ରାକୃତିକ ସଂପଦ ପ୍ରୋତ୍ସାହିତ କରେ ସାଂସ୍କୃତିକ ବିକାଶ ଦିଗରେ ଯତ୍ନବାନ ହେବା ପାଇଁ । ସନ୍ଧ୍ୟା ହେଲେ କର୍ମକ୍ଳାନ୍ତ ଜଳାହାଣ୍ଡିବାସୀ ଖଟିଆ ଯୋଗାଜି ଶୋଇବା ଅପେକ୍ଷା ପସନ୍ଦ କରନ୍ତି ଘଡିଏ କୀର୍ତନ କରିବା ପାଇଁ, ପୁରାଣ ଚର୍ଚ୍ଚା କରିବା ପାଇଁ, ଘୁମୁରା ବଢାଇବା ପାଇଁ, ବଢାଶାଲର ମଧୁର ମୂର୍ଚ୍ଚନାରେ ମଢିଯିବା ପାଇଁ । ପୁଣି କେବେ କେବେ ଘୁଡ୍କା ଧରି ଘୁଡକାବାଲା ଗାଇଉଠେ - ‘“କେସିଙ୍ଗା ବଗାଡ ନୂଆ ଫୁଲୁସ, ଢାପ୍ ଗୁଡ୍କା ଧରିକରି ଆସୁଚେ ତର ମୁନୁଷ ।’’ ଦେଖୁବାକୁ ଗଲେ କଳାହାଣ୍ଡିର ମୁଖ୍ୟଦ୍ବାର ହେଉଛି କେସିଙ୍ଗା ଏହା ନିକଟବର୍ତ୍ତୀ ।
ଗ୍ରାମର ନାମ ବଗାଢ ଏଣୁ ନାୟିକାର ସ୍ୱାମୀ ସଂସ୍କୃତିରେ ରତ ଯିଏ ଢାପ ଗୁଡକା ଧରି ସେପଟୁ ଆସୁଥିବାର ଚିତ୍ରଣ କରାଯାଇଛି ଉପରୋକ୍ତ ପଦରେ ତେବେ ଏହା ବିକାଶ ସହିତ ସଂସ୍କୃତିର ଅପୂର୍ବ ସଂଯୋଗ ନୁହେଁ କି ? ଯେବେ ମଣିଷ ଖାଇବା ପାଇଁ ଭଲକରି ମୁଠାଏ ପାଏ, ପିନ୍ଧିବାକୁ ଭଲ ପିନ୍ଧନପଟା ପାଏ ଆଉ ବସିବାକୁ ଭଲ ଜାଗା ଖଣ୍ଡେ ପାଏ, ସେ ତା'ପରେ ଅବସର ବିନୋଦନ କଥା ଚିନ୍ତା କରେ । ଏହା ସେତେବେଳେ ହୁଏ ଯେତେବେଳେ ତା'ର ସର୍ବନିମ୍ନ ଆବଶ୍ୟକତା ପୂର୍ଣ ହୁଏ । ତେଣୁ ଏଠାରେ କୁହାଯାଇପାରେ କଳାହାଣ୍ଡିରେ ଯେତେ ଧୋଇ ମରୁଡି ହେଲେ କିମ୍ବା ଅନାହାର ଦାରିଦ୍ର୍ୟର ବଦନାମ୍ ମୁଣ୍ଡାଇଥିଲେ ବି ଏ ଜିଲ୍ଲାର ଅଧୁବାସୀମାନଙ୍କୁ କେବେ ବାଧେ ନାହିଁ ଅନ୍ନକଷ୍ଟ । କାରଣ କଳାହାଣ୍ଡି ମାଟି ସୁଜଳା, ସୁଫଳା ଓ ଶସ୍ୟଶ୍ୟାମଳା । ଆଜି ଧାନ ଉତ୍ପାଦନରେ କଳାହାଣ୍ଡି ସାରା ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧୁକାର କରିଛି । ଏ ଜିଲ୍ଲାର ମୁଖ୍ୟ ଶିଳ୍ପ ଭାବେ ପରିଚିତ ଏ ଜିଲ୍ଲାରେ ଗଢିଉଠିଥିବା ପଚାଶରୁ ଉର୍ଦ୍ଧ୍ଵ ଚାଉଳକଳ । ଏଠାରୁ ଚାଉଳ ଯୋଗାଣ ହୁଏ ସାରା ରାଜ୍ୟକୁ । ଯଦି ଏଠାରେ କୃଷି ଉତ୍ପାଦନ ସେପରି ହୁଅନ୍ତା ନାହିଁ ତେବେ କେଉଁଠୁ ଯାଆନ୍ତା ଏ ଚାଉଳ । ଏଣୁ କୃଷି ଉତ୍ପାଦନରେ ଏ ଜିଲ୍ଲା ଆଦୌ ପଛୁଆ ନୁହେଁ ବୋଲି କୁହାଯାଇପାରିବ। ବର୍ଷର ନଅମାସ ଚାଷ କାର୍ଯ୍ୟ କରୁ ଥିବା କଳାହାଣ୍ଡିବାସୀ ସାଧାରଣତଃ ସଂସ୍କୃତିପ୍ରିୟ । ସେମାନେ ଅବସର ସମୟକୁ ଠିକ୍ ଉପଯୋଗ କରିବାକୁ ଯାଇ ବିଭିନ୍ନ ସଂସ୍କୃତି- ଆଧାରିତ କାର୍ଯ୍ୟକ୍ରମରେ ନିଜକୁ ବ୍ୟସ୍ତ ରଖନ୍ତି । ଯାହାଫଳରେ ଗାଁ ଗାଁରେ ଗଢିଉଠେ ଗୀତିନାଟ୍ୟମଣ୍ଡଳୀ, ସଂକୀର୍ତନମଣ୍ଡଳୀ, ଘୁମୁରାଦଳ, ବଢାଶାଲ ଓ ଢାପ ଦଳ, ବନାବାଡି ଆଦି ସାଂସ୍କୃତିକ ଦଳ I ସେମାନେ ନିଜସ୍ବ ମନୋରଞ୍ଜନ ସହିତ ଏହି ଲୋକସଂସ୍କୃତିକୁ ବଞ୍ଚାଇ ରଖନ୍ତି ବଂଶାନୁକ୍ରମିକ ଭାବେ । ଏହା କ୍ରମଶଃ ଦେଶବିଦେଶରେ ପରିଚିତ ହୁଏ । କଳାହାଣ୍ଡିକୁ ତା’ର ଦୁର୍ନାମ ସତ୍ତ୍ୱେ ସୁନାମ ଆଣିଦିଏ ତା’ର ଏହି ନିଆରା କଳାସଂସ୍କୃତି । ଫଳତଃ କଳାହାଣ୍ଡି ତା'ର ନାମକରଣର ସାର୍ଥକତା ପ୍ରତିପାଦନ କରେ ଦେଶବିଦେଶରେ । କଳାହାଣ୍ଡିର ଯେତେସବୁ କପୋଳକଳ୍ପିତ ଓ ରାଜନୀତି-ପ୍ରାୟୋଜିତ ଦୁର୍ନାମ ଟର୍ଜ-ଆଲୋକ ହେଲେ ତାକୁ
ପ୍ରତିରୋଧ କରେ ଏ ଜିଲ୍ଲାର କଳା ଓ ସଂସ୍କୃତି ରୂପକ ସୂର୍ଯ୍ୟାଲୋକ । ଆଜି ଏ ଜିଲ୍ଲାର ଇନ୍ଦ୍ରାବତୀ ପ୍ରକଳ୍ପ ଜିଲାର ଧର୍ମଗତ ସବ୍ତିଭିଜନର ସିଂହ ଭାଗ ଅଞ୍ଚଳକୁ ଜଳସେଚିତ କରୁଥିବାବେଳେ ରେତ୍ ମଧ୍ୟମ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ନର୍ଲା, କେସିଙ୍ଗା ଓ ଲାଞ୍ଜିଗଡ ବ୍ଲକ୍ର ଅନେକ ଅଞ୍ଚଳ ଜଳସେଚିତ ହେବ । ଜିଲାର ଅଶୀ ପ୍ରତିଶତ କୃଷି ଉପରେ ଜୀବିକା ନିର୍ବାହ କରୁଥିବା ଲୋକେ ତ୍ରାହି ପାଇବେ । ସେହିପରି ଅନ୍ୟ ଛୋଟମୋଟ ଶିଳ୍ପ ପ୍ରଗତି ଓ ଭିଭିଭୂମିର ବିକାଶ ସାଧୂତ ହେଲେ ଜିଲ୍ଲାର ସାମଗ୍ରିକ ବିକାଶ ବିଳମ୍ବିତ ହେବନାହିଁ । ଏବେ କଳାହାଣ୍ଡିର ପ୍ରଗତି ଧୂରେ ଧୂରେ ଶିଖରକୁ ଛୁଇଁବାକୁ ଲାଗିଛି । ଆଗାମୀ ଦିନରେ ଯଦି ଏହି ପ୍ରକ୍ରିୟା ଜାରିରହେ ଆଉ ପ୍ରଶାସନ ତଥା ଜନପ୍ରତିନିଧୁମାନଙ୍କ ସହଯୋଗ ଅବ୍ୟାହତ ରହେ ତେବେ ଏ ଜିଲ୍ଲାର ସର୍ବାଙ୍ଗୀଣ ବିକାଶକୁ କେହି ରୋଜିପାରିବେ ନାହିଁ । ଯଦି ସଂପୂର୍ଣ ବିକାଶ ସମ୍ଭବ ହୁଏ ତେବେ ଜିଲ୍ଲାର ମାନବସମ୍ବଳର ମଧ୍ଯ ବିକାଶ ସାଧୂତ ହେବ, ଯାହା ବିଶେଷଭାବେ ପ୍ରଭାବିତ କରିବ କଳା ଓ ସଂସ୍କୃତିକୁ । ଏହା ସହିତ ଆଧୁନିକତାର ଅନ୍ଧ ଦୌଡରେ ଭାସି ନ ଯାଇ ଯର୍ବ ଆନ୍ତରିକତାର ସହିତ କଳାହାଣ୍ଡି ଜିଲ୍ଲାର ଲୋକକଳା ଓ ସଂସ୍କୃତିର ବିକାଶ ଦିଗରେ ପ୍ରାଥମିକତା ଦିଆଯାଏ ତେବେ ଏ ଜିଲ୍ଲାର I କଳାସଂସ୍କୃତି ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚିତି ପାଇପାରିବ । ଏହିକ୍ରମରେ କହିବାକୁ ଗଲେ କଳାହାଣ୍ଡିର ବୀରବାଦ୍ୟ ଘୁମୁରା ସାରା ବିଶ୍ବରେ ନିଜପାଇଁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରି ନେଇଥୁଲାବେଳେ ଲୋକବାଦ୍ୟ ବଜାଶାଲ ଏକ ସ୍ୱତନ୍ତ୍ର ପରିଚିତି ପାଇପାରିଛି । କଳା ଓ ସଂସ୍କୃତି ପ୍ରତି ନିଷ୍ଠା ଓ ଆନ୍ତରିକତା ତଥା ସରକାରୀ ପ୍ରୋତ୍ସାହନ ପ୍ରାପ୍ତ ହେଲେ ଏ ଜିଲ୍ଲାର ଅନେକ ଲୁପ୍ତପ୍ରାୟ ଲୋକକଳା ଆଗାମୀ ପିଢିପାଇଁ ଗୌରବର ବାର୍ଭାବହ ହେବ ଏଥିରେ ସନ୍ଦେହ ନାହିଁ । ଏ ଜିଲ୍ଲାର ମାଟି, ପାଣି, ପବନ, ପାହାଡ, ପର୍ବତ, ଝରଣା ସବୁ କଳା ଓ ସଂସ୍କୃତିର ବାର୍ତ୍ତା ବହନ କରିଚାଲନ୍ତି । ଏଣୁ କଳାହାଣ୍ଡି ପ୍ରକୃତରେ କଳା ଓ ସଂସ୍କୃତିର ଗନ୍ତାଘର ଏଥିରେ ଆଦୌ ଦ୍ବିରୁକ୍ତି ନାହିଁ ।