ବ୍ୟବହାରକାରୀ:Ssgapu22/ପରଖଘର ୨

ଉଇକିପିଡ଼ିଆ ରୁ
Jump to navigation Jump to search
ଭାରତ ସଂସଦ
ଭାରତର ରାଷ୍ଟ୍ରୀୟ ଚିହ୍ନ
ଭାରତର ରାଷ୍ଟ୍ରୀୟ ଚିହ୍ନ
ପ୍ରକାର
ପ୍ରକାରଦୁଇକକ୍ଷ ବିଶିଷ୍ଟ
ଗୃହରାଜ୍ୟ ସଭା
ଲୋକ ସଭା
ଇତିହାସ
ସ୍ଥପିତ26 ଜାନୁଆରୀ 1950 (1950-01-26) (69 years ago)
ପୂର୍ବବର୍ତ୍ତୀConstituent Assembly of India
ନେତୃତ୍ୱ
ରାଷ୍ଟ୍ରପତିରାମ ନାଥ କୋବିନ୍ଦ[୧]
୨୫ ଜୁଲାଇ ୨୦୧୭ରୁ
ରାଜ୍ୟ ସଭା ସଭାପତିଭେଙ୍କେୟା ନାଇଡ଼ୁ[୨]
୧୧ ଅଗଷ୍ଟ ୨୦୧୭ରୁ
ରାଜ୍ୟ ସଭା ଉପ-ସଭାପତିହରିବଂଶ ନାରାୟଣ ସିଂହ[୩], ଜେଡିୟୁ
୯ ଅଗଷ୍ଟ ୨୦୧୮ରୁ
ରାଜ୍ୟ ସଭା ଅଧକ୍ଷଅରୁଣ ଜେଟଲି[୪], ବିଜେପି
୨ ଜୁନ ୨୦୧୪ରୁ
ଲୋକ ସଭାର ବାପସ୍ପତିସୁମିତ୍ରା ମହାଜନ[୫], ବିଜେପି
୬ ଜୁନ ୨୦୧୪ରୁ
ଲୋକ ସଭାର ଉପ-ବାଚସ୍ପତିଏମ୍. ଥାମ୍ବିଦୁରାଇ[୬], ଏଆଇଡିଏମ୍‌କେ
୧୩ ଅଗଷ୍ଟ ୨୦୧୪ରୁ
ଗଠନ
ଆସନ ସଂଖ୍ୟା୭୯୦
୨୪୫ ରାଜ୍ୟ ସଭା ସଭ୍ୟ
୫୪୫ ଲୋକ ସଭା ସଭ୍ୟ
Rajya Sabha, India Dec 2018.svg
ରାଜ୍ୟ ସଭା ରାଜନୈତିକ ଦଳଏନ୍‌ଡିଏ (ସର୍ବାଧିକ)
ୟୁପିଏ
House of the People, India, 2014.svg
ଲୋକ ସଭା ରାଜନୈତିକ ଦଳଏନ୍‌ଡିଏ (ସର୍ବାଧିକ)
ୟୁପିଏ
ନିର୍ବାଚନ
ରାଜ୍ୟ ସଭା ଭୋଟଦାନ ପ୍ରଣାଳୀପରୋକ୍ଷ ନିର୍ବାଚନ ପ୍ରିକ୍ରିୟା
ଲୋକ ସଭା ଭୋଟଦାନ ପ୍ରଣାଳୀଏକକ ଭୋଟଦାନ ପ୍ରକ୍ରିୟା
ରାଜ୍ୟ ସଭା ଶେଷ ନିର୍ବାଚନ୧୬ ଜାନୁଆରୀ, ୨୩ ମାର୍ଚ୍ଚ ଏବଂ ୨୧ ଜୁନ ୨୦୧୮
ଲୋକ ସଭା ଶେଷ ନିର୍ବାଚନ୭ ଅପ୍ରେଲ - ୧୨ ମଇ ୨୦୧୪
ରାଜ୍ୟ ସଭା ପରବର୍ତ୍ତୀ ନିର୍ବାଚନମଇ - ଜୁନ ୨୦୧୯
ଲୋକ ସଭା ପରବର୍ତ୍ତୀ ନିର୍ବାଚନଅପ୍ରେଲ - ମଇ ୨୦୧୯
ସାକ୍ଷାତକକ୍ଷ
Indian Parliament Bhavan.jpg
ସଂସଦ ଭବନ, ସଂସଦ ମାର୍ଗ, ନୂଆ ଦିଲ୍ଲୀ, ଭାରତ
Website
parliamentofindia.nic.in

ଭାରତର ସଂସଦ ଭାରତର ପ୍ରଜାତନ୍ତ୍ରର ସର୍ବୋଚ୍ଚ ଲୋକ ପ୍ରତିନିଧି ସଭା ସଂସ୍ଥା । ସଂସଦ ଭାରତର ରାଷ୍ଟ୍ରପତି ଏବଂ ଲୋକ ପ୍ରତିନିଧିମାନଙ୍କଦ୍ୱାରା ଗଠିତ । ଏହା ଦୁଇଟି ଭାଗରେ ବିଭକ୍ତ ହୋଇଛି । ଦ୍ବିପାକ୍ଷିକ ଆଇନ ପରିଷଦ: ରାଜ୍ୟ ସଭା (ରାଜ୍ୟ ପରିଷଦ) ଏବଂ ଲୋକ ସଭା (ଜନ ଗଣ-ପରିଷଦ) । ସଂସଦ ଭବନର ପ୍ରଧାନ ଭୂମିକା ପାଳନକର୍ତ୍ତା ହେଲେ ରାଷ୍ଟ୍ରପତି, ଯାହାଙ୍କର ଉଭୟ ଗୃହ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଥାଏ ଏବଂ ତାଙ୍କ ଆହ୍ୱାନରେ ଲୋକ ସଭା ଭଙ୍ଗ ହୋଇପାରେ । କିନ୍ତୁ ରାଷ୍ଟ୍ରପତି ନିଜେ ନିଜ ଇଚ୍ଛାରେ ଏହି କ୍ଷମତାର ଉପଯୋଗ କରିପାରିବେ ନାହିଁ, ସେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳର ପରାମର୍ଶରେ ଏହି କ୍ଷମତାକୁ ବ୍ୟବହାର କରିପାରିବେ ।

ସଂସଦର ଉଭୟ ଗୃହକୁ ନିର୍ବାଚିତ କିମ୍ବା ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ସଭ୍ୟମାନଙ୍କୁ ସଂସଦର ସଭ୍ୟ ବା ସାଂସଦ ବୋଲି କୁହାଯାଏ । ସଂସଦର ତଳ ସଦନ ଲୋକ ସଭାକୁ ସଭ୍ୟମାନେ ସିଧାସଳଖ ନିର୍ବାଚିତ ହୋଇ ଆସିଥାନ୍ତି । ଲୋକ ସଭାର ସଭ୍ୟମାନଙ୍କୁ ଭାରତୀୟ ସାଧାରଣ ନିର୍ବାଚନରେ ସର୍ବସାଧାରଣ ଲୋକମାନେ ଜଣଜଣକରି ଭୋଟ ଦେଇ ନିର୍ବାଚିତ କରିଥାନ୍ତି ଏବଂ ଉପର ସଦନ ରାଜ୍ୟ ସଭାକୁ ଆସୁଥିବା ସଭ୍ୟମାନେ ସିଧାସଳଖ ନିର୍ବାଚିତ ନ ହୋଇ ରାଜ୍ୟର ବିଧାୟକଙ୍କଦ୍ୱାରା ନିର୍ବାଚିତ ହୋଇଥାନ୍ତି । ଲୋକ ସଭାର ସମୁଦାୟ ସଦସ୍ୟ ସଂଖ୍ଯା ହେଉଛି ୫୪୫, ଯେଉଁଥିରେ ୨ ଜଣ ଅ୍ଯାଂଲୋ-ଇଣ୍ଡିୟାନଙ୍କ ସମେତ ୧୨ ଜଣ ମନୋନୀତ ସଭ୍ୟ ଥାଆନ୍ତି ଏବଂ ରାଜ୍ୟସଭାରେ ସମୁଦାୟ ୨୪୫ ଜଣ ସଭ୍ୟ ଥାଆନ୍ତି, ଯେମାନଙ୍କ ମଧ୍ୟରୁ ବିଜ୍ଞାନ, କଳା, ଖେଳ, ଇତିହାସ, ସଂସ୍କୃତି ଆଦି କ୍ଷେତ୍ରରେ ଦକ୍ଷତା ଥିବା ୧୨ ଜଣଙ୍କୁ ମନୋନୀତ କରାଯାଇଥାଏ । ନୂଆ ଦିଲ୍ଲୀରେ ଅବସ୍ଥିତ ସଂସଦ ଭବନରେ ଏହି ଦୁଇଟି ସଭାର ସମ୍ମିଳନୀ ବସିଥାଏ ।

ସଂସଦ ଭବନ[ସମ୍ପାଦନା]

ସଂସଦ ଭବନ ନୂଆଦିଲ୍ଲୀରେ ଅବସ୍ଥିତ । ସଂସଦ ଭବନର ନିର୍ମାଣ ଶୈଳୀ ଏଡଉଇନ ଲୁଟିୟେନସ୍ ଏବଂ ହାର୍ବାର୍ଟ ବେକାରଙ୍କ ପରିକଳ୍ପନା ଉପରେ ଆଧାରିତ । ଏହି ଦୁଇଜଣ ବ୍ରିଟିଶ ସରକାରଙ୍କ ତତ୍ତ୍ୱାବଧାନରେ ନୂଆ ଦିଲ୍ଲୀର ନିର୍ମାଣ ଓ ପରିକଳ୍ପନା କରିଥିଲେ । ଏହି ଭବନ ନିର୍ମାଣରେ ଛା ବର୍ଷର ସମୟ ଲାଗିଥିଲା ଏବଂ ୧୮ ଜାନୁଆରୀ ୧୯୨୭ରେ ଭାରତର ଭାଇସରାୟ ଏବଂ ଗଭର୍ନର ଜେନାରାଲ ଇରିଉଇନଙ୍କଦ୍ୱାରା ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଭବନର ନିର୍ମାଣରେ ସମୁଦାୟ ୮୩ ଲକ୍ଷ ଟଙ୍କା ଭାରତୀୟ ମୁଦ୍ରା ଖର୍ଚ୍ଚ ହୋଇଥିଲା, ଯାହାକି ସେତେବଳର ଆମେରକୀୟ ଡଲାରରେ ୧,୨୦,୦୦୦ ଥିଲା । ସଂସଦ ଭବନର ବ୍ୟାସ ୫୬୦ ଫୁଟ (୧୭୦ ମି) ଏବଂ ଏହା ୬ ଏକର (୨.୪ ହେକ୍ଟର) ଜାଗାରେ ନିର୍ମିତ ହୋଇଛି । ଭବନର କେନ୍ଦ୍ରରେ ଥିବା ମୁଖ୍ୟ ହଲ୍‌ରେ ଲୋକ ସଭା, ରାଜ୍ୟ ସଭା ଏବଂ ଏକ ପାଠାଗାର ରହିଛି । ଏହି ତିନୋଟି ଚେମ୍ୱରର ଆଖପାଖରେ ଚାରୋଟି ଗୋଲେଇ ଆକୃତିର ଘର ରହିଛି, ଯେଉଁଥିରେ ସଂସଦୀୟ କମିଟି ସଭ୍ୟ ଓ ଅଧିକାରୀମାନଙ୍କର ବସଗୃହ ରହିଛି ।[୭]

ସଂସଦର ସାଧାରଣ ବିନ୍ୟାସ[ସମ୍ପାଦନା]

ଏହି ଭବନର ମୁଖ୍ୟ ଆର୍କଷଣ ହେଉଛି ମଧ୍ୟ ଭାବରେ ହଲ୍, ଯେଉଁଠି ଲୋକ ସଭା, ରାଜ୍ୟ ସଭା ଏବଂ ପାଠାଗାର ରହିଛି । ଏହି ତିନୋଟି ଚାମ୍ବର ମଧ୍ୟରେ ବଗିଚା ରହଛି । ଏହି ତିନି ଚାମ୍ବର ଚତୁର୍ପାଶ୍ୱରେ ଚାରୋଟି ଗୋଲାକାର ଗୃହ ରହିଛି, ଯେଉଁଠି ମନ୍ତ୍ରୀ, ଚେୟାରମ୍ୟାନ, ସଂସଦୀୟ କମିଟି, ପାର୍ଟି ଅଫିସ, ଲୋକସଭାର ଗୁରୁତ୍ବପୂର୍ଣ୍ଣ କାର୍ଯାଳୟ ଏବଂ ରାଜ୍ୟସଭାର ସଚିବାଳୟ ଓ ସଂସଦ ବିଷୟକ ମନ୍ତ୍ରଣାଳୟର କାର୍ଯାଳୟଗୁଡ଼ିରେ କାମ କରୁଥିବା ଅଧିକାରୀମାନେ ବାସ କରନ୍ତି । ମଧ୍ୟ ଭାଗରେ ଥିବା ହଲ୍‌ଟି ଏକ ଗୋଲାକାର ଗମ୍ବୁଜ ଭଳି ହୋଇଛି, ଯାହାର ବ୍ୟାସ ହେଉଛି ୨୯.୮୭ ମିଟର । ଏହି ହଲ୍‌ଟିର ଐତିହାସିକ ଗୁରତ୍ୱ ମଧ୍ୟ ରହିଛି; ଏଠାରେ ଭାରତୀୟ ସମ୍ବିଧାନ ପ୍ରଣୟଣ କରାଯାଇଥିଲା । ଏହି ମଧ୍ୟ ଭାଗରେ ଥିବା ହଲଟି ପ୍ରାରମ୍ଭରୁ କେନ୍ଦ୍ରୀୟ ଆଇନ ପରିଷଦ ଏବଂ ରାଜ୍ୟ ପରିଷଦର ପାଠାଗାର ଭାବରେ ବ୍ୟବହୃତ ହେଉଥିଲା । ମାତ୍ର ୧୯୪୬ ମସିହାରେ ଏହାକୁ କନସ୍ଟିଟିଉୟେନ୍ଟ ଅ୍ଯାସେମ୍ବଲି ହଲରେ ରୂପାନ୍ତରିତ କରାଗଲା ଏବଂ ପୁନଃନିର୍ମାଣ କରାଗଲା । ବର୍ତ୍ତମାନ ଏହି ମଧ୍ୟଭାଗରେ ଥିବା ହଲ୍‌ଟି ସଂସଦର ଉଭୟ ଗୃହ ସଭାଗୃହ ଭାବରେ ବ୍ୟବହୃତ ହେଉଛି ଏବଂ ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ ରାଷ୍ଟ୍ରପତିଙ୍କ ଆହ୍ୱାନରେ ବସୁଥିବା ପ୍ରଥମ ଅଧିବସେନ ଏହିଠାରେ ହିଁ ଅନୁଷ୍ଠିତ ହୋଇଥାଏ ।

ଏକ ନୂତନ ଭବନ ନିର୍ମାଣର ପ୍ରସ୍ତାବ[ସମ୍ପାଦନା]

ଭବିଷ୍ୟତରେ ସଂସଦର ଅଧିବେଶନ ପାଇଁ ଏକ ନୂତନ ସଂସଦ ଭବନର ନିର୍ମାଣ ହୋଇପାରେ । ଅଧୁନା ଏହି ସଂସଦ ଭବନରେ ଉପୁଜୁଥିବା ଅସୁବିଧା ହେତୁ ଏକ ନୂତନ ଭବନର ଆବଶ୍ୟକତା ଥିବା କଥା କେତେକ ଦର୍ଶାଇଛନ୍ତି ।[୮] ପୂର୍ବତନ ବାଚସ୍ପତି ମୀରା କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏକ ନୂତନ ସଂସଦ ଗୃହ ନିର୍ମାଣର ପ୍ରସ୍ତାବ ଦେଇଥିଲା । ୮୫ ବର୍ଷର ଏହି ପୁରୁଣା ଭବନଟିରେ ଥିବା ସ୍ଥାନ ଉଭୟ ସଭ୍ୟମାନଙ୍କୁ ଏବଂ ଏଠାରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ପାଇଁ ଅଭାବ ହେଉଥିବାରୁ ନୂତନ ଭବନ ନିର୍ମାଣର ପ୍ରସ୍ତାବ ଆସିଥିଲା । ମାତ୍ର ଏହି ଗୃହଟିର ଐତିହାସିକ ସମ୍ୱନ୍ଧ ଥିବାରୁ ଏହାକୁ ସୁରକ୍ଷା ପ୍ରଦାନ କରାଯିବାର ଆବଶ୍ୟକତା ଅଛି ବୋଲି ମଧ୍ୟ ଦର୍ଶାଯାଇଥିଲା ।[୯]

ସଭାଗୃହ[ସମ୍ପାଦନା]

ଭାରତର ସଂସଦ ଲୋକ ସଭା ଓ ରାଜ୍ୟ ସଭା, ଦୁଇଟି ଗୃହରେ ବିଭକ୍ତ, ଯେଉଁଠି ଭାରତର ରାଷ୍ଟ୍ରପତି ଏହି ଦୁଇଟି ଗୃହର ମୁଖ୍ୟ ଭାବରେ କାର୍ଯ୍ୟ କରୁଥାନ୍ତି ।

ଭାରତର ରାଷ୍ଟ୍ରପତି[ସମ୍ପାଦନା]

ଭାରତ ରାଷ୍ଟ୍ରପତି ସଂସଦର ପ୍ରଥମ ସଦସ୍ୟ ତଥା ଦେଶର ପ୍ରଥମ ନାଗରିକ ଭାବରେ ଗଣାଯାଆନ୍ତି । ଧାରା ୬୦ ଏବଂ ଆର୍ଟିକିଲ ୧୧୧ ଅନୁସାରେ, ସଂସଦରେ ଆଗତ ହୋଇ ଗୃହୀତ ହୋଇଥିବା ବିଲ୍ କିମ୍ବା ସଂଶୋଧନ ପାଇଁ ଥିବା ନିୟମାବଳୀକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ତାହା ଆଇନରେ ପରିଣତ ହୋଇଥାଏ । ଭାରତର ରାଷ୍ଟ୍ରପତି ମଧ୍ୟ ରାଜ୍ୟ ସଭାର ସଭ୍ୟମାନଙ୍କ ଭଳି ସିଧାସଳଖ ନିର୍ବାଚିତ ହୋଇନଥାନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଭାରତ ସଂସଦର ସାଂସଦ ଏବଂ ରାଜ୍ୟ ବିଧାନ ସଭାର ବିଧାୟକମାନେ ଭୋଟ ଦେଇ ବାଛିଥାନ୍ତି ।[୧୦]

ଲୋକ ସଭା[ସମ୍ପାଦନା]

ଲୋକ ସଭା (ଜନ ଗଣ-ପରିଷଦ) ବା ସଂସଦର ତଳ ସଦନରେ ସମୁଦାୟ ୫୪୫ ଜଣେ ସଭ୍ୟ ରହିଥାନ୍ତି । ଏହି ସଭ୍ୟମାନଙ୍କ ମଧ୍ୟରୁ ୫୪୩ ଜଣ ଭାରତୀୟ ନାଗରିକ ସଦସ୍ୟ ଥାଅନ୍ତି, ଯେଉଁମାନେ ଭାରତୀୟ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ନିର୍ବାଚିତ ହୋଇଥାନ୍ତି ଏବଂ ବାକି ୨ ଜଣ ଆଂଲୋ ଇଣ୍ଡିଆନଙ୍କୁ ରାଷ୍ଟ୍ରପତି ମନୋନୀତ କରିଥାନ୍ତି । ଭାରତୀୟ ନାଗରିକମାନଙ୍କ ମଧ୍ୟରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଶେଷମାନେ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଦେବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ସଂସଦର ଏହି ଗୃହରେ ସଭ୍ୟମାନଙ୍କ ସଂଖ୍ୟା ବଢ଼ି ସର୍ବାଧିକ ୫୫୨ ହୋଇପାରିବ । ଲୋକ ସଭାର ସର୍ବାଧିକ କାର୍ଯ୍ୟକାଳ ୫ ବର୍ଷ ଥାଏ । ଲୋକ ସଭା ପାଇଁ ହେଉଥିବା ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦିତା କରିବା ପାଇଁ ୨୫ବର୍ଷ କିମ୍ବା ତହିଁରୁ ଉଦ୍ଧ୍ୱ ଭାରତୀୟ ନାଗରିକମାନେ ଅଂଶଗ୍ରହଣ କରିପାରିବେ, ଯେଉଁମାନେ ମାନସିକ ସ୍ତରରେ ସୁସ୍ଥ ଥିବେ, ଦେବାଳିଆ ଘୋଷିତ ହୋଇନଥିବେ ଏବଂ ଅପରାଧୀ ଭାବରେ ଦୋଷୀ ସାବ୍ୟସ୍ତ ହୋଇନଥିବେ । ପ୍ରତ୍ୟେକ ରାଜ୍ୟର ଲୋକ ସଂଖ୍ୟା ଏବଂ ଲୋକ ସଭା ଆସନ ସଂଖ୍ୟାର ଅନୁପାତ ଆନୁମାନିକ ସମାନ ରଖାଯାଇ ନିର୍ଦ୍ଧାରଣ କରାଯାଇଛି ।[୧୧]

ରାଜ୍ୟ ସଭା[ସମ୍ପାଦନା]

ରାଜ୍ୟ ସଭା (ରାଜ୍ୟ ପରିଷଦ) ବା ସଂସଦର ଉପର ସଦନ ଗୃହଟି ସବୁବେଳ ପାଇଁ ସ୍ଥାୟୀ ଅଟେ; ଏହାର କେବେ ପତନ ହୁଏ ନାହିଁ । ପ୍ରତି ଦୁଇ ବର୍ଷରେ ଥରେ ଏହାର ଏକ ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରିଥାନ୍ତି ଏବଂ ନୂଆ ସଭ୍ୟ ନିର୍ବାଚିତ ହୋଇଥାନ୍ତି । ପ୍ରତ୍ୟେକ ନିର୍ବାଚିତ ସଦସ୍ୟଙ୍କର କାର୍ଯ୍ୟକାଳ ହେଉଛି ୬ ବର୍ଷ ।[୧୨] ଏହି ସଭ୍ୟମାନେ ସିଧାସଳଖ ନିର୍ବାଚିତ ନ ହୋଇ ରାଜ୍ୟର ବିଧାନସଭାର ବିଧାୟକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ରାଜ୍ୟସଭାରେ ସର୍ବାଧିକ ୨୫୦ ଜଣ ସଭ୍ୟ ରହିପାରିବେ । କିନ୍ତୁ ବର୍ତ୍ତମାନ ଏହାର ୨୪୫ ଜଣ ସମୁଦାୟ ସଭ୍ୟଙ୍କୁ ନେଇ ଏହି ସଭା ପରିଚାଳିତ ହେଉଛି । ଏହି ୨୪୫ଜଣ ସଭ୍ୟଙ୍କ ମଧ୍ୟରୁ ୨୩୩ ଜଣ ସଭ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ନିର୍ବାଚିତ ହୋଇ ଆସିଥାନ୍ତି ଏବଂ ୧୨ ଜଣ ମନୋନୀତ ହୋଇ ଆସିଥାନ୍ତି । ଏକ ରାଜ୍ୟର ରାଜ୍ୟସଭା ସଭ୍ୟ ସଂଖ୍ୟା ତା'ର ଜନ ସଂଖ୍ୟା ଉପରେ ନିର୍ଭର କରେ । ରାଜ୍ୟ ସଭା ନିର୍ବାଚନରେ ପାର୍ଥୀ ହେବାପାଇଁ ସର୍ବନିମ୍ନ ବୟସସୀମା ହେଉଛି ୩୦ ବର୍ଷ ।

ସଂସଦର ଅଧିବେଶନ[ସମ୍ପାଦନା]

ଯେଉଁ ଅବଧିରେ ସଂସଦର ସଭା ବସି ଏହାର କାର୍ଯ୍ୟ କରିଥାଏ, ତାକୁ ଅଧିବେଶନ କୁହାଯାଏ । ସମ୍ବିଧାନର ଉଲ୍ଲେଖ ଅନୁସାରେ ସଭାପତିଙ୍କୁ ଏମିତି ସମୟରେ ଦୁଇଟି ଅଧିବେଶନ ବସାଇବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥାନ୍ତି, ଯେମିତି ସେହି ଦୁଇଟି ଅଧିବେଶନ ମଧ୍ୟରେ ୬ ମାସରୁ ଅଧିକ ସମୟର ଅନ୍ତର ହୋଇନଥିବ । ତେଣୁ ସଂସଦର ଅଧିବେଶନ ଗୋଟିଏ ବର୍ଷରେ ଅତିକମରେ ଦୁଇଥର ବସିବା ଅନିର୍ବାର୍ଯ୍ୟ । ଭାରତର ସଂସଦରେ ଗୋଟିଏ ବର୍ଷରେ ସମୁଦାୟ ତିନିଥର ଅଧିବେଶନ ଅନୁଷ୍ଠିତ ହୋଇଥାଏ ।[୧୩]

  • ବାଜେଟ ଅଧିବେଶନ: ଫେବୃଆରୀରୁ ମଇ
  • ମୌସୁମି ଅଧିବେଶନ: ଜୁଲାଇରୁ ସେପ୍ଟେମ୍ବର
  • ଶୀତକାଲୀନ ଅଧିବେଶନ: ନଭେମ୍ବରରୁ ଡିସେମ୍ବର

ଆଇନ ପ୍ରଣୟନ ପଦ୍ଧତି[ସମ୍ପାଦନା]

କୌଣସି ଆଇନ ସଂସ୍କାର କିମ୍ବା ନୂଆ କିଛି ଆଇନର ପ୍ରଚଳନ କରିବାପାଇଁ ସଂସଦର ଉଭୟ ଗୃହରେ ଏହାକୁ ବିଲ୍ ଆକାରରେ ପ୍ରସ୍ତାବ ଆଗତ କରାଯାଇଥାଏ । ଏକ ବିଲ୍‌ର ଆଇନ୍‌ର ମାନ୍ୟତା ପାଇବା ଆଗରୁ ସଂସଦର ଉଭୟ ଗୃହରେ ଗୃହୀତ ହୋଇ ପାରିତ ହେବାପରେ ରାଷ୍ଟ୍ରପତିଙ୍କର ଅନୁମୋଦନ ପାଇଁ ପଠାଯାଇଥାଏ ଏବଂ ରାଷ୍ଟ୍ରପତିଙ୍କର ଅନୁମୋନ ପରେ ଏହା ଆଇନରେ ପରିଣତ ହୋଇଥାଏ । ବଜେଟ ବିଲ୍ ଲୋକ ସଭାରେ ଆଗତ ହେବା ଆବଶ୍ୟକ । ଏକ ବିଲକୁ ରାଜ୍ୟର ବିଧାନସଭାମାନେ ଆଗତ ହେବାର ୧୪ ଦିନ ମଧ୍ୟରେ ସମର୍ଥନ କରିପାରିବେ ।[୧୪]

ସଂସଦୀୟ କମିଟି[ସମ୍ପାଦନା]

କୌଣି ବିଶିଷ୍ଟ ମାମଲାର ତଦନ୍ତ କରି ସମାଧାନ କରିବାପାଇଁ ସଂସଦୀୟ କମିଟି ଗଠିତ ହୋଇଥାଏ । ଜନ ସାଧାରଣ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହି କମିଟି ସହ ଜଡ଼ିତ ହୋଇଥାନ୍ତି ଏବଂ ଏହି କମିଟିକୁ ତଦନ୍ତ କରିବା କିମ୍ବା ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବାରେ ଭାଗିଦାରୀ ହୋଇଥାନ୍ତି । ସଂସଦୀୟ କମିଟି ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ: ସ୍ଥାୟୀ କମିଟି ଓ ଅସ୍ଥାୟୀ କମିଟି ।[୧୫][୧୬][୧୭]

ସ୍ଥାୟୀ କିମିଟିଗୁଡ଼ିକ ମୁଖ୍ୟତଃ ସଂସଦରେ ସବୁବେଳ ଚାଲୁଥିବା କର୍ଯ୍ୟର ପରିଚାଳନା କରିଥାନ୍ତି ଏବଂ ଅସ୍ଥାୟୀ କମିଟିଗୁଡ଼ିକ କେବଳ ଏକ ନିର୍ଦ୍ଦିଷ୍ଟ ଘଟଣା ବା ମାମଲା ପାଇଁ ଗଠିତ ହୋଇଥାଏ, ଯାହକି ସେହି ଘଟଣାର ଶେଷ ବିବରଣୀ ପ୍ରଦାନ କରିବାଯାଏଁ ସକ୍ରିୟ ଥାଏ ଓ ଏହାପରେ ଭଙ୍ଗ ହୋଇଯାଏ ।

ଘଟଣା[ସମ୍ପାଦନା]

୧୩ ଡିସେମ୍ବର ୨୦୦୧ରେ ଭାରତର ସଂସଦ ଉପରେ ଏକ ମୁସଲମାନ ସନ୍ତ୍ରସବାଦୀ ଦଳ ଆକ୍ରମଣ କରିଥିଲେ । ଅପରାଧୀମାନେ ଲସ୍କର-ଇ-ତୈୟବା ଏବଂ ଜାଇଶ-ଇ-ମହମ୍ମଦର ସନ୍ତ୍ରାସବାଦୀ ଥିଲେ ।ଏହି ଆକ୍ରମଣରେ ପାଞ୍ଚ ଜଣ ସନ୍ତ୍ରାସବାଦୀ, ୬ ଜଣ ଦିଲ୍ଲୀ ପୋଲିସ କର୍ମଚାରୀ, ୨ ଜଣ ସଂସଦ ସୁରକ୍ଷାକର୍ମୀ ଏବଂ ଜଣେ ମାଳୀ ସମେତ ସମୁଦାୟ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା, ଫଳରେ ଭାରତ ଓ ପାକିସ୍ତାନ ମଧ୍ୟ ଆଉ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।[୧୮]

ସଂସଦର ଅଧିବେଶନ ଓ ତର୍କ[ସମ୍ପାଦନା]


ଆଧାର[ସମ୍ପାଦନା]

  1. "Live: Ram Nath Kovind becomes the 14th President of India". The Hindu. New Delhi, India. 25 July 2017. Archived from the original on 25 July 2017.
  2. "Venkaiah Naidu sworn in as Vice-President". The Hindu. New Delhi, India. 11 August 2017. Archived from the original on 9 February 2014.
  3. "Harivansh Narayan Singh: Changemaker in Rajya Sabha". 10 August 2018.
  4. "PIB Press Releases". Pib.nic.in. Archived from the original on 3 November 2012. Retrieved 25 October 2012.
  5. "Sumitra Mahajan elected speaker". Times of India. Archived from the original on 26 August 2016. Retrieved 25 February 2016.
  6. "M Thambidurai elected deputy speaker of Lok Sabha". Times of India. 13 August 2014. Archived from the original on 14 August 2014. Retrieved 14 August 2014.
  7. "History of the Parliament, Delhi". delhiassembly.nic.in. Archived from the original on 6 October 2013. Retrieved 13 December 2013.
  8. "Delhi may see a new Parliament building". timesofindia.indiatimes.com. 13 July 2012. Archived from the original on 6 October 2013. Retrieved 13 December 2013.
  9. Firstpost (13 July 2012). "Speaker sets up panel to suggest new home for Parliament". Firstpost. Archived from the original on 11 August 2012. Retrieved 15 August 2012.
  10. Constitution of India (PDF). Ministry of Law and Justice, Government of India. 1 December 2007. p. 26. Archived from the original (PDF) on 9 September 2014. Retrieved 27 May 2013.
  11. "Lok Sabha". parliamentofindia.nic.in. Archived from the original on 1 June 2015. Retrieved 19 August 2011.
  12. "Parliament – Government: National Portal of India". Home: National Portal of India. Archived from the original on 30 April 2011. Retrieved 10 May 2011.
  13. "Our Parliament" (PDF). New Delhi: Lok Sabha Secretariat. Archived from the original (PDF) on 6 September 2012. Retrieved 6 September 2012.
  14. "How bill becomes act". parliamentofindia.nic.in. Archived from the original on 16 May 2015. Retrieved 8 May 2015.
  15. Parliamentary Committee. "Parliament of India". Indian Parliament. Archived from the original on 24 July 2012.
  16. Committees of Rajya Sabha. "General Information". Rajya Sabha Secretariat. Archived from the original on 20 September 2012.
  17. Lok Sabha - Committee Home. "Introduction". Lok Sabha Secretariat. Archived from the original on 11 March 2016.
  18. "Terrorists attack Parliament; five intruders, six cops killed". rediff.com. 13 December 2001. Archived from the original on 6 October 2013. Retrieved 13 December 2013.

ବାହାର ଆଧାର[ସମ୍ପାଦନା]