ବ୍ୟବହାରକାରୀ:Snip1/ଭୁପତି ପଣ୍ଡିତ - ପ୍ରେମ ପଞ୍ଚାମୃତ

ଉଇକିପିଡ଼ିଆ‌ରୁ

ଭୁପତି ପଣ୍ଡିତ ରାଜା ଦିବ୍ୟସିଂହ ଦେବଙ୍କ ସମ-ସାମୟିକ ଜଣେ ପ୍ରାଚୀନ ଓଡ଼ିଆ କବି ଥିଲେ । ସେ ପଶ୍ଚିମାଞ୍ଚଳବାସୀ ସାରସ୍ଵତ ବ୍ରାହ୍ମଣ ଅଟନ୍ତି । ସପ୍ତଦଶ ଶତାବ୍ଦୀର ଶେଷଭାଗକୁ ତୀର୍ଥାଟନରେ ପାଇଁ ପୁରୀ ଆସି ରାଜାଙ୍କ ଅନୁଗ୍ରହକ୍ରମେ ଜଟଣୀ ନିକଟସ୍ଥ "ରଥୀପୁର କଟକ"ରେ ଅବସ୍ଥାପିତ ହୋଇଥିଲେ । ସେ ଚୈତନ୍ୟ ଦାସଙ୍କ ଦ୍ୱାରା ବୈଷ୍ଣବ ଧର୍ମରେ ଦୀକ୍ଷିତ ଥିଲେ । ପ୍ରଥମେ ସେ ହିନ୍ଦୀ, ସଂସ୍କୃତବଙ୍ଗଳା ଭାଷା ଜାଣୁଥିଲେ, ପରେ ଓଡ଼ିଆ ଭାଷା ଶିଖି ସେଥିରେ ବିଭିନ୍ନ କାବ୍ୟ ରଚନା କରିଥିଲେ ।[୧] ତାଙ୍କଦ୍ଵାରା ଲିଖିତ କିଛି ପ୍ରସିଦ୍ଧ କାବ୍ୟଗୁଡ଼ିକ ହେଲା 'ପ୍ରେମ ପଞ୍ଚାମୃତ', 'ଉଦ୍ଧବ ଚୌତିଶା' ଏବଂ 'ଭୁପତି ଚୌତଶା' ଇତ୍ୟାଦି ।

ପ୍ରେମ ପଞ୍ଚାମୃତ[ସମ୍ପାଦନା]

ଏଥିରେ ରାଧା-କୃଷ୍ଣଙ୍କ ଲୀଳା ଓ ଗୋପୀମାନଙ୍କ ଅହେତୁକୀ ଭକ୍ତି ଓ ରାସକ୍ରୀଡ଼ା ବର୍ଣ୍ଣିତ ହୋଇଅଛି । [୨][୩] ଏ ଗ୍ରନ୍ଥକୁ ଅରୁଣୋଦୟ ପ୍ରେସ ଓ ପ୍ରାଚୀ ସମିତି ପ୍ରକାଶ କରିଥିଲେ । ଦିବ୍ୟସିଂହ ଦେବଙ୍କ ଅଷ୍ଟମ ଅଙ୍କରେ ଅର୍ଥାତ୍ ଖ୍ରୀ ୧୬୯୫-୯୬ ସାଲରେ ଏ ଗ୍ରନ୍ଥର ରଚନା ସଂପୂର୍ଣ୍ଣ ହୋଇଥିଲା ।[୨] ଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିବାକୁ ଯାଇ ସେ ଏଥିରେ ଲେଖାଯାଇଛି ଯେ - ବାସୁଦେବଙ୍କ ପ୍ରାର୍ଥନାରେ ଭଗବାନ 'ଶ୍ରୀ ଜଗନ୍ନାଥ' ରୂପେ ଅବତୀର୍ଣ୍ଣ ହୋଇଅଛନ୍ତି ।[୪]


ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (ପୃ. ୬୧୩୦). Retrieved 17 October 2020.
  2. ୨.୦ ୨.୧ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (ପୃ. ୫୧୮୫). Retrieved 17 October 2020.
  3. ଜୋତିର୍ମୟୀ ସାମନ୍ତରାୟ. କାଳଜୟୀ ଗୀତିକାବ୍ୟ ଶ୍ରୀ ଗୀତଗୋବିନ୍ଦ (PDF). ଉତ୍କଳ ପ୍ରସଙ୍ଗ. p. ୧୧୭-୧୧୯. Retrieved 17 October 2020.
  4. ଶିବସୁନ୍ଦର ପଟ୍ଟନାୟକ (ଜୁନ-ଜୁଲାଇ, ୨୦୨୦). ସୁହୃଦ ଜଗନ୍ନାଥ (ପୃ. ୧୬୭-୧୬୮) (PDF). ଉତ୍କଳ ପ୍ରସଙ୍ଗ. Retrieved 17 October 2020. {{cite book}}: Check date values in: |date= (help)