ବ୍ୟବହାରକାରୀ:Sarasinee subudhi/Golden grass

ଉଇକିପିଡ଼ିଆ‌ରୁ

କାଇଁଚ କାରିଗରିର ଚମକ[ସମ୍ପାଦନା]

ଗାଁ ଗାଁ ରେ କାଇଁଚ ଭାବେ ପରିଚିତ ଏହି ଘାସଟି ଗୋଲଡ଼େନ ଗ୍ରାସ ବା ସୁବର୍ଣ୍ଣ ଘାସ ଭାବେ ମଧ୍ୟ ଅନ୍ୟ ସ୍ଥାନଗୁଡ଼ିକରେ ବେଶ୍ ପରିଚିତ । ବର୍ଷା ଦିନେ ନଦୀ ପଠା , ବିଲ ହୁଡ଼ାରେ ଉଠିଥିବା ଅନାବନା ଘାସମାନଙ୍କ ମଧ୍ୟରେ କାଇଁଚ ହେଉଛି ଅନ୍ୟତମ । ପ୍ରାୟତଃ ଉପକୂଳ ଅଞ୍ଚଳରେ ବହୁ ପରିମାଣରେ ଏହି କାଇଁଚ ଘାସ ମିଳିଥାଏ । ଏଥିରୁ କାରିଗରମାନେ ସୁନ୍ଦର ସାଜସଜ୍ଜା ଓ ନିତ୍ୟ-ବ୍ୟବହାର୍ଯ୍ୟ ଜିନିଷ ମାନ ତିଆରି କରିଥାନ୍ତି । କାଇଁଚରୁ ପ୍ରସ୍ତୁତ ଜିନିଷ ଗୁଡ଼ିକରେ ଘରମାନଙ୍କରେ ମୁଢି ଭଜାଠୁ ଆରମ୍ଭ କରି ଠାକୁରଙ୍କ ଖଟୁଲି ତିଆରି ପର୍ଯ୍ୟନ୍ତ ଜରୁରୀ କାର୍ଯ୍ୟରେ ଲାଗିଥାଏ । ଏବେ ଶହଶହ ଲୋକଙ୍କ ପାଇଁ ଜୀବିକା ପାଲଟିଛି ଏହି କାଇଁଚ କୁଟୀର ଶିଳ୍ପ । ଏହା ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ଆଦୃତ ହେବାରେ ଲାଗିଛି ।

ଆରମ୍ଭ[ସମ୍ପାଦନା]

ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ସମତେ ଉପକୂଳ ଅଞ୍ଚଳର ଅନେକ ଗାଁର ଶହ ଶହ ମହିଳା-ପୁରୁଷ କାଇଁଚରୁ ବିଭିନ୍ନ ଜିିନିଷମାନ ତିଆରି କରି ସେମାନଙ୍କ ପରିବାର ଚଳାଉଛନ୍ତି । ପ୍ରାୟତଃ ମହିଳାମାନେ ହିଁ ଏହି କାମ କରୁଛନ୍ତି । କିଛି ବର୍ଷ ପୂର୍ବେ ଗାଁ ଗୁଡ଼ିକରେ କେବଳ ନିଜ ଘର ପାଇଁ ବିଞ୍ଚଣା, ଫୁଲତୋଡ଼ା ଓ ଚାଙ୍ଗୁଡ଼ି ଭଳି କିଛି ଛୋଟମୋଟ ଜିନିଷ କାଇଁଚରେ ତିଆରି କରୁଥିଲେ । ହେଲେ ୧୯୯୯ ମହାବାତ୍ୟା ପରେ ଏହି ଧାରାରେ ପରିବର୍ତ୍ତନ ଆସିଲା, କେବଳ ଘର ପାଇଁ ଜିନିଷମାନ ତିଆରି ନ’କରି ବିକ୍ରି କରି କିଛି ରୋଜଗାର ଆଶାରେ ତିଆରି କଲେ ଜିନିଷମାନ । ଏହି କୁଟୀର ଶିଳ୍ପକୁ ଆଉ କେଇପାଦ ଆଗେଇ ନେଇଥିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଏହା ସାହାଯ୍ୟରେ ଏକାଠି ହୋଇ ମହିଳାମାନେ ବିଭିନ୍ନ ସାମଗ୍ରୀ ତିଆରି କରିବା ଆରମ୍ଭ କରି ବିଭିନ୍ନ ମେଳା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଆଦିରେ ସେଗୁଡ଼ିକ ବିକ୍ରିକରି ଏହାର ପ୍ରଚାର ଓ ପ୍ରସାର କରିବାରେ ଲାଗିପଡ଼ିଲେ । କହିବାକୁ ଗଲେ କାଇଁଚ ବା ଗୋଲଡ଼େନ୍ ଗ୍ରାସ୍ର ପ୍ରଚାର ଓ ପ୍ରସାର କେବଳ ମହିଳାମାନଙ୍କ ଅନବରତ ପରିଶ୍ରମ ପାଇଁ ହିଁ ହୋଇ ପାରିଛି । ଏବେ ଏହାର କାରିଗରମାନେ କାଇଁଚରୁ ପ୍ରସ୍ତୁତ ପ୍ରାୟ ୫୦୦ରୁ ଅଧିକ ପ୍ରକାରର ଜିନିଷ ତିଆରି କରୁଛନ୍ତି । ଏଥିରେ ରହିଛି ମହିଳାଙ୍କ ଚୁଡ଼ି, କାନ ଓ ବେକର କ୍ଲିପ୍, ଘରସଜା ପାଇଁ ଫୁଲଦାନି, ଝାଲେରି, ଝୁମୁକା, ଫୁଲମାଳ, ଦର୍ପଣ, ପେନ୍ଷ୍ଟାଣ୍ଡ, ଟେବୁଲ୍ କ୍ଲଥ, ଆସନ, ଠାକୁରଙ୍କ ଖଟୁଲି, ଠାକୁରଙ୍କ ମୂର୍ତ୍ତି, ବିମାନ, ଫାଇଲ, ଫୁଲଦାନୀ, ବିଞ୍ଚଣା, ଟୋପି, ଚାଙ୍ଗୁଡ଼ି, ଡ଼ାଲିଆ ପ୍ରଭୃତି । ପୂର୍ବରୁ ଜିନିଷଗୁଡ଼ିକ ଅନାକର୍ଷଣୀୟ ହୋଇ ବୁଣାଯାଉଥିଲା, କିନ୍ତୁ ଏବେ କାରିଗରମାନେ ଏହାକୁ ରଙ୍ଗିନ କରିବା ସହ ବେଶ୍ ଆକର୍ଷଣୀୟ କରିବାକୁ ଚେଷ୍ଟାକରୁଛନ୍ତି । ଏଥିପାଇଁ ମହିଳାମାନଙ୍କୁ ବେସରକାରୀ ସଂସ୍ଥା ତରଫରୁ ତାଲିମ୍ ମଧ୍ୟ ଦିଆଯାଉଛି ।

=== ପ୍ରସ୍ତୁତି ===

ସୁନେଲୀ ରଙ୍ଗର କାଇଁଚ ଘାସ କେବଳ ବର୍ଷା ଋତୁରେ ତଥା ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ହିଁ ମିଳିଥାଏ । ତେଣୁ ଏହି ମାସଗୁଡ଼ିକରେ କାରିଗରମାନେ ନିଜେ ବା ଲୋକ ଲଗାଇ କାଇଁଚ ସଂଗ୍ରହ କରିଥାନ୍ତି । ଏହି ତିନିମାସରେ ସଂଗ୍ରହ କରିଥିବା କାଇଁଚରେ ସେମାନେ ବର୍ଷସାରା କାମ କରିଥାନ୍ତି । କେବଳ ସେତିକି ନୁହେଁ କାଇଁଚ ସଂଗ୍ରହ କରିବା ସମୟରେ ସେମାନଙ୍କୁ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ନଚେତ କାରିଗରମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବେଳେବେଳେ ସଂଗ୍ରହ ହୋଇଥିବା କାଇଁଚ ବ୍ୟବହାର ଉପଯୋଗୀ ହୋଇନଥାଏ । ପ୍ରଥମତଃ କାଇଁଚ ପାକଳ ହୋଇଥିବା ଦରକାର କାରଣ ଏହାର ମଞ୍ଜରେ ହିଁ ସାମଗ୍ରୀମାନ ତିଆରି ହୋଇଥାଏ । ଯଦି କାଇଁଚ ଟିକିଏ କଞ୍ଚା ରହିଯାଏ ତେବେ ସେଥିରେ ତିଆରି ହୋଇଥିବା ସାମଗ୍ରୀଗୁଡ଼ିକ ଫିମ୍ପି ମାରିଯିବା ସହ ଅଦରକାରୀ ହୋଇପଡ଼େ । କାମ ନହୋଇଥିବା କାଇଁଚ ବା ଗଛ କାଇଁଚକୁ ବହୁଦିନ ପର୍ଯ୍ୟନ୍ତ ରଖି ସେଥିରେ କାମକରି ହୁଏ ନାହିଁ, ସେଗୁଡ଼ିକ ଫିମ୍ପିମାରି ନଷ୍ଟ ହୋଇଯାଏ । କାଇଁଚ ଅମଳ ସମୟରେ ବା ବର୍ଷା ଦିନରେ ଏହାର କିଲୋପ୍ରତି ଦାମ ୬୦ ଟଙ୍କାରୁ୭୦ଟଙ୍କା ରହୁଥିବା ବେଳେ ବର୍ଷର ଅନ୍ୟ ବେଳେ ଏହା ୧୦୦ ଟଙ୍କାରୁ୧୨୦ ଟଙ୍କାକୁ ବୃଦ୍ଧି ପାଇଥାଏ । ଏହିସବୁ ଜିନିଷ ତିଆରି କରିବା ପାଇଁ ଆଲୋକିତ ସ୍ଥାନ ବା ଟିକେ ଖୋଲା ସ୍ଥାନର ନିହାତି ଆବଶ୍ୟକ ଥାଏ । କାଇଁଚ ଗୁଡ଼ିକ ଟିକେ ଲମ୍ବା ରହିବା ସହ ଏଥିରେ ଅତି ସୂକ୍ଷ୍ମରୁ ସୂକ୍ଷ୍ମ ସାମଗ୍ରୀମାନ ହାତରେ ତିଆରି କରିବାକୁ ପଡ଼ିଥାଏ କାରିଗରମାନଙ୍କୁ । ସେଥିଲାଗି କାରିଗରମାନଙ୍କୁ ଅନେକ ସତର୍କ ହେବାକୁ ପଡ଼ିଥାଏ । ନଚେତ୍ ସାମାନ୍ୟ ଅସାବଧାନତା ଯୋଗୁଁ ଜିନିଷଟି ଖରାପ ହୋଇଯିବାର ସମ୍ଭାବନା ରହିଥାଏ ।

ସୁନ୍ଦର କାଇଁଚ[ସମ୍ପାଦନା]

ବର୍ତ୍ତମାନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମୁଦାୟ କାରିଗରଙ୍କ ସଂଖ୍ୟା ପ୍ରାୟ୧୦ ହଜାର ପାଖାପାଖି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା କାରିଗର ଅଛନ୍ତି । ଏହି ମହିଳା କାରିଗରଙ୍କୁ ଏଥିରୁ କିଛି ପାରିଶ୍ରମିକ ମିଳିବା ସହ ସେମାନେ ଅତ୍ମ ନିର୍ଭର ଶିଳ ହୋଇ ପାରୁଛିନ୍ତି । ଅବସର ସମୟରେ କାମ କରି ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଏଥିରୁ ି ସେମାନେ ମାସକୁ ମାତ୍ର ୧୫୦୦ ଟଙ୍କାରୁ୫୦୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାକୁ ସକ୍ଷମ ହୁଅନ୍ତି । ୬୦ ଟଙ୍କାରୁ୧୨୦ଟଙ୍କାର କାଇଁଚରେ ୪୦୦ରୁ୫୦୦ଟଙ୍କାର ଜିନିଷ ତିଆରି ହେଇପାରେ । ଆଉ ଏଥିଲାଗି ଜଣେ କାରିଗରକୁ ୨ ରୁ ୩ ଦିନ ମଧ୍ୟ ଲାଗିଥାଏ ।