ବ୍ୟବହାରକାରୀ:Sarasinee subudhi/Air pollution

ଉଇକିପିଡ଼ିଆ‌ରୁ
ପାଣି-ପବନ ବିନା ଜୀବଜଗତ  ତିଷ୍ଠି ରହିବା କଳ୍ପନା କରା ନଯାଇପାରେ  । ହେଲେ ଆଜିର ଦିନରେ ବିଶୁଦ୍ଧ ପାଣି-ପବନ ପାଇବା ବେଶ୍ କଷ୍ଟକର । ଶିଳ୍ପାୟନ, ସହରୀକରଣ, ଆଧୁନିକରଣ ମୋହରେ ମଣିଷସମାଜ ଜଳବାୟୁକୁ ପ୍ରଦୂଷଣ କରିବାରେ ଲାଗିଛି । ନିଜ ଗୋଡ଼ରେ ନିଜେ କୁରାଢି ମାରିଲା ଭଳି  ବାୟୁ ପ୍ରଦୂଷଣ ମଣିଷ ସମାଜ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି । ଆଗାମୀ ଦିନରେ ମଧ୍ୟ ଏଥି ପାଇଁ ମଣିଷସମାଜକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କୁହନ୍ତି । ବାୟୁ ପ୍ରଦୂଷଣ ଭୟାଭୟ କିପରି ହୁଏ ତାହର ନିଛକ ଉଦାହରଣ ଆମ ଦେଶର ରାଜଧାନୀ ଦିଲ୍ଲୀକୁ ଦେଖି ବୁଝାପଡ଼େ ନିଶ୍ଚୟ । ଦିଲ୍ଲୀ ଭଳି ବିଶ୍ୱର ଅନେକ ସହର ବାୟୁ ପ୍ରଦୂଷଣରେ ପୀଡ଼ିତ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏପରି ହୋଇଛି ଯେ ପ୍ରଶ୍ୱାସରେ ଯାଉଥିବା ବାୟୁରେ ୨୨ଟି ସିଗାରେଟ୍ର ଧୂଆଁ ରହିଛି ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା । ତେବେ ବାୟୁ ପ୍ରଦୂଷଣ କ’ଣ କିପରି ହୁଏ, ଏହାଦ୍ୱାରା କ’ଣ କ’ଣ କ୍ଷତି ହୁଏ ସେ ବିଷୟରେ ଜାଣିବା ।

•ବାୟୁ ପ୍ରଦୂଷଣ କ’ଣ? ବାୟୁମଣ୍ଡଳ ବାୟୁରେ ଭୌତିକ,ରାସାୟନିକ ଓ ଜୈବିକ ପରିବର୍ତ୍ତନକୁ ବାୟୁ ପ୍ରଦୂଷଣ କୁହାଯାଏ । ବାୟୁମଣ୍ଡଳରେ ବିଷାକ୍ତ ଗ୍ୟାସ, ଧୂଆଁ ଓ ଧୂଳିକଣାର ପରିମାଣ ବୃଦ୍ଧି ପାଇଲେ ବାୟୁପ୍ରଦୂଷଣ ହୋଇଥାଏ । ବାୟୁ ପ୍ରଦୂଷଣ କାରଣରୁ ମଣିଷସମାଜ, ପଶୁମାନେ, ବୃକ୍ଷଲତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ । ବାୟୁ ପ୍ରଦୂଷଣ ଦୁଇପ୍ରକାରର ଯଥା: ଦୃଷ୍ଟିଗୋଚର ହୋଇଥିବା ବାୟୁ ପ୍ରଦୂଷଣ ଓ ଦୃଷ୍ଟିଗୋଚର ହେଉନଥିବା ବାୟୁ ପ୍ରଦୂଷଣ । •କାରଣ ବାୟୁ ପ୍ରଦୂଷଣ ଅନେକ କାରଣ ପାଇଁ ଘଟିଥାଏ । ଯେପରି କଳକାରଖାନା, ଯାନବାହନ, ପାୱାର ପ୍ଲାଣ୍ଟ ଓ ଗ୍ରୀନ ହାଉସରୁ ବାହାରୁଥିବା କାର୍ବନଡାଇଅକ୍ସାଇଡ୍ ଗ୍ୟାସ ପ୍ରଭୃତି । ଗତ ୧୫୦ ବର୍ଷ ମଧ୍ୟରେ ବାୟୁରେ ବଢିଥିବା କାର୍ବନଡାଇଅକ୍ସାଇଡ୍ ପରିମାଣ ୧୦୦ ହଜାର ବର୍ଷରେ ବି ଘଟିନଥିଲା ବୋଲି ବୈଜ୍ଞାନିକମାନେ କୁହନ୍ତି । ଏହାର କାରଣ ବିଷୟରେ ବିସ୍ତୃତ ଭାବେ ଜାଣିବା ।

 •ପାୱାର ପ୍ଲାଣ୍ଟ: ଆମେରିକାର ଶକ୍ତି ବିଭାଗ କହିବା ଅନୁଯାୟୀ ବିଶ୍ୱର ବ୍ୟବହୃତ ଦୁଇତୃତୀୟାଂଶ ବିଦ୍ୟୁତ୍ ପ୍ରାକୃତିକ ଗ୍ୟାସ୍ ବା କୋଇଲାର ଦହନ କରାଯାଇ ବାଷ୍ପ ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ କରାଯାଇଥାଏ । କୋଇଲା ଓ ପ୍ରାକୃତିକ ଗ୍ୟାସ୍ ଜଳିବାପରେ ଉତ୍ପନ୍ନ ହେଉଥିବା କାର୍ବନଡାଇଅକ୍ସାଇଡ, ମିଥେନ, ନାଇଟ୍ରସ୍ ଅକ୍ସାଇଡ୍ ଓ ଫ୍ଲୋରିନେଟ୍ ଭଳି ଗ୍ରୀନ୍ହାଉସ୍ ଗ୍ୟାସ ବାୟୁରେ ମିଶି ବାୟୁ ପ୍ରଦୂଷଣ କରିଥାନ୍ତି ।

ଯାନବାହନ: ଦିନକୁ ଦିନ ଯାନବାହନ ସଂଖ୍ୟା ବୃଦ୍ଧି ହେବା ସହ ବାୟୁ ପ୍ରଦୂଷଣ ଅଧିକରୁ ଅଧିକ ପରିମାଣରେ ବଢିବାରେ ଲାଗିଛି । ଏଥିରେ ବ୍ୟବହୃତ ପ୍ରାକୃତିକ ତୈଳ ଓ ଗ୍ୟାସ ଇନ୍ଧନରୁ ଉତ୍ପନ୍ନ ଧୂଆଁରେ କାର୍ବନଡାଇଅକ୍ସାଇଡ୍ ବାହାରିଥାଏ ଯାହାକି ବାୟୁରେ ମିଶି ବାୟୁକୁ ପ୍ରଦୂଷିତ କରିଥାଏ । ତେଣୁ ଗାଡ଼ି ସଂଖ୍ୟା ବଢିବା ସହ ବାୟୁରେ କାର୍ବନଡାଇଅକ୍ସାଇଡ୍ ପରିମାଣ ମଧ୍ୟ ବଢୁଛି । ଯାନବାହନ କାରଣରୁ ୧୦ ପ୍ରତିଶତ କାର୍ବନଡାଇଅକ୍ସାଇଡ୍ ବାୟୁରେ ମିଶିଥାଏ ।

 •ଶିଳ୍ପ: ଶିଳ୍ପ ବା ଶଳ୍ପାୟନ ଆଧୁନୀକିକରଣ ପାଇଁ ଯେତିକି ମଙ୍ଗଳମୟ ବାୟୁ ପ୍ରଦୂଷଣ ପାଇଁ ମଧ୍ୟ ସମ ପରିମାଣରେ ଦାୟୀ । ଶିଳ୍ପାୟନ ଗୁଡ଼ିକରୁ ବାହାରୁଥିବା ନାଇଟ୍ରସ ଅକ୍ସାଇଡ୍ ଓ ହାଇଡ୍ରୋଫ୍ଲୋର୍କାର୍ବନ ବାୟୁରେ ମିଶି ପ୍ରଦୂଷଣ ବଢାଇଥାନ୍ତି । ସେହିଭଳି କୃଷି, ପଶୁପାଳନ ଓ ଲ୍ୟାଣ୍ଡଫିଲ୍ ବାୟୁମଣ୍ଡଳରେ ମିଥେନ୍ ଗ୍ୟାସ୍ର ପରିମାଣ ବୃଦ୍ଧି କରିଥାଏ । ଏହି କାରଣରୁ ବିଶ୍ୱତାପନ ବୃଦ୍ଧି ପାଇଥାଏ ।
  •ଜଙ୍ଗଲ ନଷ୍ଟ: ବାୟୁ ପ୍ରଦୂଷଣର ଅନ୍ୟ ଏକ କାରଣ ହେଉଛି ଜଙ୍ଗଲ ନଷ୍ଟ । ମଣିଷ ନିଜର ଆବଶ୍ୟକତା ପାଇଁ ବିଭିନ୍ନ ସମୟରେ ଗଛ କାଟି ଜଙ୍ଗଲ ନଷ୍ଟ କରିବାରେ ଲାଗିଛି । ହେଲେ ସେ ଜାଣି ପାରୁନି କେତେ ବଡ଼ କ୍ଷତି କରୁଛି । ଗଛ ନିଜର ଖାଦ୍ୟ ପ୍ରସ୍ତୁତି କରିବା ପାଇଁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ୍ ତଥା କାର୍ବନଡାଇଅକ୍ସାଇଡ୍ ଗ୍ୟାସ୍ ଶୋଷିନେବା ସହ ଅମ୍ଳଜାନ ଗ୍ୟାସ୍ ଛାଡ଼ୁଥାଏ । ଯାହାଦ୍ୱାରା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ କମିବା ସହ ଅମ୍ଳଜାନ ଗ୍ୟାସ୍ ବୃଦ୍ଧି ପାଉଥିଲା । ହେଲେ ଗଛର ପରିମାଣ କମିବା ଦ୍ୱାରା ଅଙ୍ଗାରକାମ୍ଳ ଗ୍ୟାସ୍ ବଢ଼ୁଛି ଓ ଅଧିକ ଅମ୍ଳଜାନ ଗ୍ୟାସ୍ ମିଳୁନି ।
   •ଧୂଆଁ: ଭାରତରେ ଅଧିକାଂଶ ଘରେ ଚୁଲିରେ ରୋଷେଇ କାଠ, କୋଇଲା ବା ଅନ୍ୟାନ୍ୟ ଜାଳେଣି ଦ୍ୱାରା ହୋଇଥାଏ । ଏହି ରୋଷେଇ ସମୟରେ ବାହାରୁଥିବା ଧୂଆ ବାୟୁ ପ୍ରଦୂଷଣ କରିଥାଏ । ଏଥିରେ ଥିବା ଛୋଟଛୋଟ କଣିକା ବାୟୁରେ ମିଶି ବାୟୁ ପ୍ରଦୂଷଣ କରିଥାଏ  । ସେହିଭଳି ଧୂମପାନ ସମୟରେ ବାହାରୁଥିବା ଧୂଆଁ ବାୟୁ ପ୍ରଦୂଷଣର ଅନ୍ୟ ଏକ କାରଣ । ଏହାସହ ଜ୍ୱଳାମୁଖୀ, ଘୂର୍ଣ୍ଣିବାତ୍ୟା, ଶିଳା ଓ ମାଟିର ପ୍ରାକୃତିକ ଭଙ୍ଗୁରତା ଭଳି ପ୍ରାକୃତିକ ପ୍ରକ୍ରିୟା କାରଣରୁ ବାୟୁ ପ୍ରଦୂଷଣ ହୋଇଥାଏ ।
•ବାୟୁ ପ୍ରଦୂଷଣ ଜନିତ ରୋଗ

ବାୟୁ ପ୍ରଦୂଷଣ କାରଣରୁ ଶ୍ୱାସ,ହୃଦରୋଗ,କେଶସମସ୍ୟା, ଚର୍ମସମସ୍ୟା, କର୍କଟ, ଯକୃତ ରୋଗ, ଫୁସଫୁସ ସଂକ୍ରମଣ ଭଳି ମାରାତ୍ମକ ରୋଗ ବଢିବାରେ ଲାଗିଛି । କାଲିଫର୍ଣ୍ଣିର୍ଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି ଯେ ପିଲାଙ୍କା ଡିଏନ୍ଏ ବାୟୁ ପ୍ରଦୂଷଣ ପାଇଁ ଅଧିକ କ୍ଷତି ଗ୍ରସ୍ତ ହେଉଛି । ଗମନାଗମନ ସମୟରେ ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିବା ଦ୍ୱାରା ପିଲାଙ୍କ ଡିଏନ୍ଏ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । •ବାୟୁ ପ୍ରଦୂଷଣ କିପରି ରୋକିବା

ବାୟୁ ପ୍ରଦୂଷଣ ରୋକିବା ପାଇଁ ହେଲେ ଅଧିକରୁ ଅଧିକ ଗଛ ଲଗାଇବା ସହ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା । କଳକାରଖାନାରୁ ନିର୍ଗତ ଧୂଆଁକୁ ଯନ୍ତ୍ରପାତି ଦ୍ୱାରା ଛାଣି ବାୟୁମଣ୍ଡଳକୁ ଛାଡ଼ିବା ପାଇଁ ବ୍ୟବସ୍ଥା କରିବା ଦରକାର  । ଏହାସହ ପ୍ରାକୃତିକ ଗ୍ୟାସ୍ ଓ ତୈଳ ବଦଳରେ ଅଧିକରୁ ଅଧିକ ସୌରଶକ୍ତି ବ୍ୟବହାର ପ୍ରତି ଦୃଷ୍ଟି ଦେବା ଉଚିତ ।