ବ୍ୟବହାରକାରୀ:Psubhashish/ପ୍ରକଳ୍ପ/ଆଧାର ସଂଗ୍ରହ/ଦୈନିକ/୨୦୧୫/ମାର୍ଚ୍ଚ

ଉଇକିପିଡ଼ିଆ ରୁ
Jump to navigation Jump to search

ମାର୍ଚ୍ଚ ୮[ସମ୍ପାଦନା]

ମଙ୍ଗଳା[ସମ୍ପାଦନା]

ମା’ମଙ୍ଗଳା ଦିଅନ୍ତି ଦାରୁର ଠିକଣା (ସମାଜ ରବିବାର, ପ୍ରସାର ଖୁଣ୍ଟିଆ)

ବନଯାଗ
ଯାତ୍ରୀ ସଂଖ୍ୟା
ଦଇତାପତି: ୪୪ଜଣ
ପତି ମହାପାତ୍ର: ୩ଜଣ
ଲେଙ୍କା: ଜଣେ
ଦେଉଳକରଣ: ଜଣେ
ରାଜଗୁରୁ: ୪ ଜଣ
ବ୍ରାହ୍ମଣ: ୨ ଜଣ
ମନ୍ଦିର ପୁରୋହିତ: ଜଣେ

ନବକଳେବର କାର୍ଯ୍ୟ କୌଣସି ସାଧାରଣ ନୀତିନିୟମରେ କରାଯାଇ ନଥାଏ । ଏହାର ପ୍ରତିଟିକାର୍ଯ୍ୟ ଶ୍ରୀମନ୍ଦିର ତଥା ଦଇତାପତିଙ୍କ ଗୃହରେ ସଂରକ୍ଷିତ ପୋଥିର ନିର୍ଦିଷ୍ଟ ବିଧିବିଧାନ ଅନୁସାରେ ହିଁ କରାଯାଇଥାଏ । ଯେଉଁ ବର୍ଷ ଦୁଇଟି ଆଷାଢ଼ ମାସ (ଯୋଡ଼ା ଆଷାଢ଼) ପଡିଥାଏ, ସେହି ବର୍ଷ ଚାରି ଠାକୁରଙ୍କ ନବକଳେବର ହୋଇଥାଏ । ନୂତନ ନିମ୍ବ କାଠରେ ଚାରି ଠାକୁରଙ୍କର ଚାରି ବିଗ୍ରହ ନିର୍ମାଣ କରାଯାଇଥାଏ ଓ ପୁରାତନ ବିଗ୍ରହଙ୍କୁ ଶ୍ରୀମନ୍ଦିର ବେଢା ମଧ୍ୟସ୍ଥ କୋଇଲିବୈକୁଣ୍ଠରେ ପୋତି ଦିଆଯାଇଥାଏ । ନବକଳେବର ନିମନ୍ତେ ଦାରୁସଂଗ୍ରହ ପୂର୍ବରୁ ଜଗନ୍ନାଥଙ୍କ ସେବକମାନେ କାକଟପୁରସ୍ଥ ମା’ ମଙ୍ଗଳାଙ୍କ ନିକଟକୁ ବନଯାଗ ଯାତ୍ରା କରନ୍ତି । ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁଯାୟୀ ଯେଉଁ ବର୍ଷ ଯୋଡ଼ା ଆଷାଢ ପଡିଥାଏ ସେହି ବର୍ଷର ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ବନଯାଗ ଯାତ୍ରା ଉଦେ୍ଧଶ୍ୟରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରାଯାଇଥାଏ । ମଧ୍ୟାହ୍ନ ଧୂପ ସରିବା ପରେ ପତି ମହାପାତ୍ର ସିଂହାସନ ଉପରକୁ ଉଠି ଶ୍ରୀଠାକୁରଙ୍କ ଲାଗି କରାଯାଇଥିବା ୪ଟି ସ୍ୱତନ୍ତ୍ର ଫୁଲମାଳ ଦଇତାପତିଙ୍କୁ ପ୍ରଦାନ କରିଥା'ନ୍ତି । ଯାହାକୁ ଆଜ୍ଞାମାଳ କୁହାଯାଏ । ଏହି ଆଜ୍ଞାମାଳକୁ ଧରି ଚାରିବାଡର ଦଇତାପତିମାନେ ଚୈତ୍ରମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ବନଯାଗ ଯାତ୍ରାରେ ପୁରୀରୁ ବାହାରି ଚାଲି ଚାଲି କାକଟପୁର ମା’ମଙ୍ଗଳାଙ୍କ ପୀଠକୁ ଯାଇଥାନ୍ତି । କାକଟପୁର ଠାରୁ ଅଧକିଲୋମିଟର ପୂର୍ବରୁ ପ୍ରାଚୀନଦୀ କୂଳରେ ଦେଉଳି ମଠ ଠାରେ ପହଞ୍ଚô ସୁଦର୍ଶନଙ୍କୁ ଏକ ବୃକ୍ଷମୂଳରେ ସ୍ଥାପନ କରିଥାଆନ୍ତି । ଏଠାରେ ପହଞ୍ଚôବା ପରେ ଶ୍ରୀମନ୍ଦିରର ଦେଉଳକରଣ ମା’ଙ୍କ ମନ୍ଦିରକୁ ଖବର ପଠାଇଥାନ୍ତି । ମା’ଙ୍କ ପୂଜକମାନେ ଖବର ପାଇ ମା’ଙ୍କ ପିନ୍ଧାମାଳ ଥିବା ଏକ ଥାଳି ହାତରେ ଧରି ଦେଉଳିମଠରେ ପହଞ୍ଚô ବନଯାଗଯାତ୍ରୀଙ୍କୁ ମା'ଙ୍କ ମନ୍ଦିରକୁ ନିମନ୍ତ୍ରଣ କରନ୍ତି । ସ୍ୱତନ୍ତ୍ର ବିଧିବ୍ୟବସ୍ଥା ମଧ୍ୟରେ ମା’ଙ୍କୁ ମହାସ୍ନାନ କରାଯାଇଥାଏ । ପରେ ମା’ଙ୍କ ବଡ଼ସିଂହାରବେଶ କରାଯାଇଥାଏ । ପୂଜାପଣ୍ଡା ଲେଙ୍କାଙ୍କ ଠାରୁ ସୁଦର୍ଶନଙ୍କୁ ଗ୍ରହଣ କରି ସିଂହାସନ ଉପରେ ମା’ଙ୍କ ପାଦପାର୍ଶ୍ୱରେ ରଖି ଥାଆନ୍ତି । ଶ୍ରୀମନ୍ଦିରରୁ ଅଣାଯାଇଥିବା ମହାପ୍ରସାଦକୁ ମା’ଙ୍କୁ ସମର୍ପଣ କରାଯାଏ । ମା’ଙ୍କ ସ୍ନାନପାଦୁକ ସମସ୍ତ ବନଯାଗଯାତ୍ରୀଙ୍କୁ ଦିଆଯାଇଥାଏ । ଏହି ଅବସରରେ ମା’ଙ୍କ କେତେକ ପୂଜକ ଶ୍ରୀମନ୍ଦିରରୁ ଆସିଥିôବା ନୂତନ ପତାକାକୁ ମା’ଙ୍କ ମନ୍ଦିରଚୂଡାରେ ମା’ଙ୍କ ପତାକା ନିକଟରେ ବାନ୍ଧି ଦେଇଥାନ୍ତି । ଏହା ପରେ ଲେଙ୍କା ମା’ଙ୍କ ପୂଜାପଣ୍ଡାଙ୍କ ଠାରୁ ସୁଦର୍ଶନଙ୍କୁ ଗ୍ରହଣ କରନ୍ତି ଓ ସମସ୍ତ ବନଯାଗଯାତ୍ରୀ ମନ୍ଦିର ତ୍ୟାଗ କରି ଦେଉଳି ମଠ ଠାରେ ଅବସ୍ଥାନ କରନ୍ତି । ସେଠାରେ ସୁଦର୍ଶନଙ୍କୁ ଏକ ବୃକ୍ଷମୂଳେ ସ୍ଥାପନ କରାଯାଇଥାଏ । ଦଇତାପତିମାନେ ପ୍ରତ୍ୟହ ହବିଷାନ୍ନ ଭକ୍ଷଣ କରି ବାହ୍ୟ ଜଗତ ଠାରୁ ସମସ୍ତ ସମ୍ପର୍କ ଛିନ୍ନ କରି ଅହୋରାତ୍ର ନିରବଚ୍ଛିନ୍ନ ଭାବେ ଦାରୁ ନିମନ୍ତେ ସ୍ୱପ୍ନାଦେଶ ପାଇବା ପର୍ଯ୍ୟନ୍ତ ଧ୍ୟାନ କରନ୍ତି । କେଉଁ ଠାକୁରଙ୍କ ଦାରୁ କେଉଁ ସ୍ଥାନରେ ଅଛି ତାହା ସ୍ୱପ୍ନାଦେଶ ମାଧ୍ୟମରେ ମା' ଜଣାଇ ଦେଇଥାନ୍ତି । ପରେ ଦଇତାପତିମାନେ ଧ୍ୟାନ ତ୍ୟାଗକରି ଉକ୍ତ ଦାରୁଙ୍କ ନିକଟକୁ ଗମନ କରନ୍ତି । ଏହି ଠାରେ ହିଁ ବନଯାଗଯାତ୍ରାର ସମାପ୍ତି ଘଟିଥାଏ । ଶ୍ରୀବିଗ୍ରହଙ୍କ ନବକଳେବର ସମୟ ପାଖେଇ ଆସିଲାଣି । ମା’ ସର୍ବମଙ୍ଗଳାଙ୍କ ଠାରୁ ଦାରୁ ପାଇଁ ସ୍ୱପ୍ନାଦେଶ ପାଇବା ପରେ ଦଇତାପତି, ପତିମହାପାତ୍ର, ମନ୍ଦିରପୁରୋହିତ ଆଦି ବନଯାଗ ଯାତ୍ରୀମାନେ ନିର୍ଦିଷ୍ଟ ସ୍ଥାନକୁ ଯାଇ ଦାରୁ ଚିହ୍ନଟକରି ପରବର୍ତ୍ତୀ କାର୍ଯ୍ୟ କରିଥାଆନ୍ତି ।

ଭୀମଶଙ୍କର[ସମ୍ପାଦନା]

ଦ୍ୱାଦଶଜ୍ୟୋତିର୍ଲିଙ୍ଗ ଭୀମଶଙ୍କର (ସମାଜ ରବିବାର, ନାଗଭୂଷଣ ରାଓ)

ଶିବପୁରାଣରେ ବାରଟି ଜ୍ୟୋତର୍ଲିିଙ୍ଗର ବର୍ଣ୍ଣନା କରାଯାଇଛି । ଏହି ସବୁ ଜ୍ୟୋତିର୍ଲିିଙ୍ଗଗୁଡ଼ିକ ହେଉଛି- ମଲ୍ଳିକାର୍ଜ୍ଜୁନ, ବୈଦ୍ୟନାଥମ୍, କେଦାରନାଥମ୍, ସୋମନାଥମ୍, ଭୀମଶଙ୍କରମ୍, ନାଗେଶ୍ୱରମ୍, ବିଶ୍ୱେଶ୍ୱରମ୍, ତ୍ରୟମ୍ବକେଶ୍ୱର, ରାମେଶ୍ୱର, ଘୃଷ୍ଣେଶ୍ୱରମ୍, ଆକାଶେଶ୍ୱର, ମମଲେଶ୍ୱର ଓ ମହାକାଳେଶ୍ୱର । କୁହାଯାଏ କି, ଏହି ସବୁ ଦେବତାଙ୍କୁ ସମସ୍ତେ ଦର୍ଶନ କରିପାରନ୍ତି ନାର୍ହିିଁ । ତେଣୁ ଭାଗ୍ୟରେ ଥିଲେ ଏହି ଦେବତାଙ୍କୁ ଦର୍ଶନ କରିବାର ସୁଯୋଗ ମିଳେ । ପ୍ରାଚୀନ ଭାରତୀୟ ସଭ୍ୟତା ଓ ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର । ଏହାର ପ୍ରନôତତ୍ତ୍ୱ କିମ୍ବଦନ୍ତୀ ଓ ଲୋକକଥାକୁ ନେଇ ଆମ ସଂସ୍କୃତି ଗଢା । ଏଠାରେ ଏମିତି କିଛି ପୌରାଣିକ ସ୍ଥଳୀ ରହିଛି, ଯାହା ଆମ ସଂସ୍କୃତିକୁ ଅତ୍ୟନ୍ତ ରୁଚିମନ୍ତ ଓ ରୁଦ୍ଧିମନ୍ତ କରିପାରିଛି । ଏଠାରେ ରହିଥିବା ଏମିତି ଏକ ପୌରାଣିକ ସ୍ଥଳୀ ହେଉଛି ରାୟଗଡ଼ା ଜିିଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଭୀମପୁର ଗାଁ । ଏହି ସ୍ଥାନରେ ଶୋଭାପାଉଛନ୍ତି ଦ୍ୱାଦଶ ଜ୍ୟୋତର୍ଲିିଙ୍ଗ ମଧ୍ୟରୁ ଗୋଟିଏ ଲିଙ୍ଗ, ଯାହାଙ୍କ ନାମ ହେଉଛି "ଭୀମଶଙ୍କର' । ମହର୍ଷି ବେଦବ୍ୟାସଙ୍କ ପ୍ରଣୀତ ତଥା ଓଡ଼ିଆ ଭାଷାରେ ଅନୁବାଦିତ ବୃହତ୍‍ଲିଙ୍ଗ ପୁରାଣର ଦ୍ୱାଦଶଜ୍ୟୋତର୍ଲିିଙ୍ଗ ନାମସ୍ତୋତ୍ର ବର୍ଣ୍ଣନା କରାଯାଇଛି । ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତର ପଶ୍ଚିମରୁ ଦଣ୍ଡକାରଣ୍ୟର ପଞ୍ଚବଟୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ହିଡ଼ିମ୍ବିକି, ସୂର୍ପଣଖା ତନ୍ତ୍ରବିଦ୍ୟା ବଳରେ ରୂପପରିବର୍ତ୍ତନ କରି ସୁନ୍ଦରୀ ସାଜିଥିଲେ । ସେହିପରି ବାତାପି- ମେଣ୍ଢାହେବା, ମାରିଚ, ସୁନାହରିଣୀ ହେବା ଘଟଣା ରାମାୟଣ ଓ ମହାଭାରତରେ ଉଲ୍ଲେଖ ରହିଛି । ଏହି ଅଞ୍ଚଳରେ ତ୍ରେତୟା ଯୁଗରୁ ଶବର ଜାତି ବାସ କରୁଥିବା ଜଣାଯାଇଛି । ୧୦୦ ଯୋଜନ ପରିବ୍ୟାପ୍ତ ଦଣ୍ଡକାରଣ୍ୟ ଠାରୁ ମହେନ୍ଦ୍ରଗିରି ପର୍ଯ୍ୟନ୍ତ ଅଞ୍ଚଳରେ ଆଦିମ କାଳରୁ ତନ୍ତ୍ରବିଦ୍ୟାରେ ପାରଦର୍ଶିତା ଥିôବାରୁ ଶି ଏହାକୁ ଡ଼ାକିନୀ ଅଞ୍ଚଳ ରୂପେ ବିବେଚନା କରାଯାଉଛି । ପୁରାଣବର୍ଣ୍ଣିତ ମହେନ୍ଦ୍ରଗିରିର ପଶ୍ଚିମ ପାଶ୍ୱର୍ରୁ ପ୍ରବାହିତ ପବିତ୍ର ମହେନ୍ଦ୍ରତନୟା ନଦୀକୂଳରେ ଭୀମପୁର ଗ୍ରାମ ଅବସ୍ଥିତ । ଏହି ଡାକିନୀ ଅଞ୍ଚଳ ଅନ୍ତର୍ଗତ ଭୀମପୁର ଗ୍ରାମରେ ଭୀମପୁର ଜ୍ୟୋତିର୍ଲିିଙ୍ଗଙ୍କ ମୂଳପୀଠର ସନ୍ଧାନ ମିଳିଥିଲା । ରାୟଗଡ଼ା ଜିଲା ସଦରମହକୁମା ଠାରୁ ୧୦୦ କିମି ଓ ଗୁଣପୁର ସହର ଠାରୁ ୩୫ କିମି ଦୂରରେ ଅବସ୍ଥିତ ଏହି ପ୍ରସିଦ୍ଧ ପୀଠ । ଗୁଣପୁର ଠାରୁ ପକ୍କା ସଡକ ପଥ ଚାଲକମ୍ବା, ଖଇରା, ଆମ୍ବାବାଡି, ଟିଟିମିରି ଓ ମୁଣ୍ଡା ଗ୍ରାମ ଦେଇ ଏଠାରେ ପହଞ୍ଚô ହେବ । ଭଗବାନ ପର୍ଶୁରାମଙ୍କ ତପସ୍ଥଳୀ ଓ ମହାରୁଦ୍ର ବୀରହନୁମାନଙ୍କ ସମୁଦ୍ର ଲଙ୍ଘନ ଚରିତ୍ର ସହ ଜଡ଼ିତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତରୁ ନିର୍ଝରିତ ମହେନ୍ଦ୍ରତନୟା ନଦୀକୂଳ ଭୀମପୁର ଗ୍ରାମ ମଧ୍ୟ ଭାଗରେ ଜ୍ୟୋତିର୍ଲିିଙ୍ଗ ପୀଠ ଅବସ୍ଥିତ । ଏହି ଜ୍ୟୋତିର୍ଲିିଙ୍ଗ ଉପବୀତ (ପଇତା) ଚିହ୍ନ ଓ ଚତୁଃଷ୍ଳୋଣ ପରିବେଷ୍ଟିତ ଶକ୍ତି ମଧ୍ୟରେ ସୁଶୋଭିତ । କାରୁକାର୍ଯ୍ୟ ରଚିତ କେତେକ ପ୍ରସ୍ତର ଖଣ୍ଡ ୧୫ ଫୁଟ ୯ ଇଞ୍ଚ ଦୈର୍ଘ୍ୟବିଶିଷ୍ଟ କେତେକ ଇଟାର ସନ୍ଧାନ ମଧ୍ୟ ଏଠାରେ ମିଳିଛି । ମହେନ୍ଦ୍ରଗିରିରେ ଥିବା ମନ୍ଦିରର ପଥର କାରୁକାର୍ଯ୍ୟ ସହିତ ଏଗୁଡ଼ିକର ସାମଞ୍ଜସ୍ୟ ରହିଛି । ଏହା କେବଳ ପୌରାଣିକ ସ୍ଥାନ ନୁହେଁ । ପ୍ରକୃତିକୁ ଭରପୂର ଉପଭୋଗ କରିବା ନିମନ୍ତେ ରହିଛି ଏକ ଜଳପ୍ରପାତ । ନାଁ ତା'ର ମାଛଡ଼ିଆଁ । ଏଠାକାର ଚିତ୍ତାକର୍ଷକ ଓ ଭୀମଭୈରବ ଦୃଶ୍ୟରେ ଆକୃଷ୍ଟ ହୋଇ ବହୁ ତୀର୍ଥଯାତ୍ରୀ ବର୍ଷ ତମାମ ଆସିଥାନ୍ତି । ତେବେ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ସମସ୍ତ ଭିତ୍ତିଭୂମି ଥାଇ ବି ଏହି ସ୍ଥାନ ଅବହେଳିତ । ପର୍ଯ୍ୟଟକଙ୍କ ରହିବା ପାଇଁ ଘରଟିଏ ବି ଏଠାରେ ନାହିଁ । ଯାତାୟାତର ସୁବିଧା ଥିଲେ ବି ଏହା ପର୍ଯ୍ୟାପ୍ତ ନୁହେଁ । ସଞ୍ଜ ନଇଁଲେ ଅନ୍ଧକାରରେ ବୁଡ଼ିଯାଏ ଏହି ସ୍ଥାନ । ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏହି ସ୍ଥାନ ପ୍ରତି ଦୃଷ୍ଟିଦେଲେ ଅନେକ ଗୁପ୍ତତଥ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ପୁରାଣ ବର୍ଣ୍ଣନା ଅନୁସାରେ ଭଗବାନ ଶିବଙ୍କୁ ଆରାଧନା କଲେ ମନୁଷ୍ୟର ସର୍ବ ମନୋକାମନା ପୂର୍ଣ୍ଣ ହୁଏ ଓ ଶିବଲିଙ୍ଗ ଉପରେ ଜଳ ଢାଳିଲେ ଭଗବାନ ଶଙ୍କର ପ୍ରସନ୍ନ ହୋଇଥା'ନ୍ତି । ତେବେ ଦ୍ୱାଦଶଜ୍ୟୋତିର୍ଲିିଙ୍ଗ ଦର୍ଶନ କରୁଥିବା ପ୍ରାଣୀ ସବୁଠାରୁ ଅଧିକ ସୌଭାଗ୍ୟଶାଳୀ ବୋଲି କୁହାଯାଏ ।

ଚିନି, କଥାଚିତ୍ର[ସମ୍ପାଦନା]

"ଚିନି'ରେ ଅମ୍ଳାନ (ସମାଜ ରବିବାର)

ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା "ନୂଆ ନୂଆ ପ୍ରେମରେ'ର ସଫଳ ଯୋଡ଼ି ଅମ୍ଳାନ- ପତ୍ରାଳିଙ୍କୁ ନେଇ ଆଉ ଏକ ସିନେମା "ଚିନି' ନିର୍ମାଣ ହେଉଛି । ସମ୍ବଲପୁରୀ ଭାଷାରେ ନିର୍ମିତ ହେଉଥିବା ଏହି ସିନେମାର କିଛି ଗୀତ ଦୃଶ୍ୟର ସୁଟିଂ ଇତିମଧ୍ୟରେ ଶେଷ ହୋଇଛି । ସ୍ନେହଲତା ପରିଡ଼ା-ଭବାନୀ ମାଝୀଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ସିନେମାର ନିର୍ଦେଶନାରେ ଅଛନ୍ତି ପ୍ରଦୀପ ଭୋଳ । ଶଙ୍କରଙ୍କ ସଙ୍ଗୀତ ଏହି ସିନେମାକୁ ସମୃଦ୍ଧ କରିଛି । ଅନ୍ୟ ଭୂମିକାରେ ମହାଶ୍ୱେତା, ମିହିର ଦାସ, ଅଶୋକ ଦାସ, ପୃଥ୍ୱୀରାଜ, ଅଶ୍ରୁମୋଚନ, ସ୍ମିତା ତ୍ରିପାଠୀ ପ୍ରମୁଖ ଅଭିନୟ କରିଛନ୍ତି ।


ବାଲିଘର[ସମ୍ପାଦନା]

ବାଲିଘର (ସମାଜ ରବିବାର)

ନାୟକ ସୁନୀଲ କୁମାରଙ୍କ ଅଭିନୀତ ନୂଆ ଓଡ଼ିଆ ସିନେମା "ବାଲିଘର'ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରେ ସୁନୀଲଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ପୂଜା କର । ଅନ୍ୟମାନଙ୍କ ମଧ୍ୟରେ ମନୋଜ ମିଶ୍ର, କୁନା ତ୍ରିପାଠୀ, ପ୍ରଦୁ୍ୟମ୍ନ ଲେଙ୍କା, ତୃପ୍ତି ସିହ୍ନା, ଦୀପିକା, ହରି, ନଟ ଆଚାର୍ଯ୍ୟ ପ୍ରମୁଖ ଏଥିରେ ଅଭିନୟ କରୁଛନ୍ତି । ଟକିଙ୍ଗ ବାର୍ଡ ଏଣ୍ଟରଟେନମେଣ୍ଟ ବ୍ୟାନର ନିବେଦିତ ଏହି ସିନେମାର କାହାଣୀ ପୁଣ୍ୟଶ୍ଳୋକ ଖୁଣ୍ଟିଆ ରଚନା କରିଥିବାବେଳେ ଚିତ୍ରନାଟ୍ୟ ଓ ନିର୍ଦେଶନାରେ ଅଛନ୍ତି ବିଜୟ କୁମାର ଜେନା । ଖୁବ୍‍ଶୀଘ୍ର ସିନେମାଟି ପ୍ରେକ୍ଷାଳୟକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ସୂତ୍ରରୁ ଜଣାପଡ଼ିଛି ।

ଗୁରୁ ମିଶ୍ର[ସମ୍ପାଦନା]

ଚର୍ଚ୍ଚାରେ ଗୁରୁ (ସମାଜ ରବିବାର)

ବାଘାଯତୀନ ଲୋକନାଟ୍ୟର ବହୁଚର୍ଚ୍ଚିତ ନାଟକ "ଗଣଧର୍ଷଣ'ରେ ନିର୍ଦେଶନା ଦେଇ ଦର୍ଶକଙ୍କୁ ପ୍ରଭାବିତ କରିଥିଲେ ନିର୍ଦେଶକ ଗୁରୁ ମିଶ୍ର । ଚଳିତ ଯାତ୍ରାଋତୁରେ କୋଣାର୍କ ଗଣନାଟ୍ୟ ପ୍ରଯୋଜିତ "ଦଇତାରୀ ପଣ୍ଡା ବାହା ହେଉଛି' ନାଟକରେ ନିର୍ଦେଶନା ଦେଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏଥିରେ ନାମୀ ଖଳନାୟକ ଦଇତାରୀ ପଣ୍ଡାଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିଛି । ଦର୍ଶକ ମଧ୍ୟ ଏଥିରେ ଦଇତାରୀଙ୍କ ଅଭିନୟକୁ ପସନ୍ଦ କରୁଛନ୍ତି । ପେସାରେ ଜଣେ ଶିକ୍ଷକ ଶ୍ରୀ ମିଶ୍ର ଯାତ୍ରା ନିର୍ଦେଶନାକୁ ନିଶାଭାବେ ଗ୍ରହଣ କରିଛନ୍ତି । ଏକଦା ନିର୍ଦେଶକ ଇଂ ଆଶୁତୋଷ ମହାପାତ୍ରଙ୍କ ସହ ସହକାରୀ ନିର୍ଦେଶକଭାବେ କାର୍ଯ୍ୟ କରିଥିବା ଶ୍ରୀ ମିଶ୍ର ନିଷ୍ଠା ଓ ସାଧନା ବଳରେ ଜଣେ ସ୍ୱୟଂସମ୍ପୂର୍ଣ୍ଣ ନିର୍ଦେଶକଭାବେ ପ୍ରତିଷ୍ଠା ଲାଭ କରିଛନ୍ତି ।

ସୋମେଶ[ସମ୍ପାଦନା]

ସୋମେଶଙ୍କ ଯାତ୍ରା (ସମାଜ ରବିବାର)

ବଡ଼ ଓ ଛୋଟ ପରଦାର ଅଭିନେତା ସୋମେଶ ଏବେ ଯାତ୍ରାରେ ଅଭିନୟ ଜାରି ରଖିଛନ୍ତି । ଅନ୍ୟ ସିନେ କଳାକାରଙ୍କ ପରି ଯାତ୍ରା ତାଙ୍କୁ ଆକର୍ଷିତ କରିଛି । ଚଳିତ ଯାତ୍ରାଋତୁରେ ସେ ଇଷ୍ଟର୍ଣ୍ଣ ରେଡ୍‍ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣୁଛନ୍ତି । ଛୋଟ ପରଦାର ତୁଳସୀ, ଉଆଁସୀକନ୍ୟା, ସୁନାକଳସ, ଛ' ମାଣ ଆଠଗୁଣ୍ଠ ତଥା ବଡ଼ ପରଦାର ଆଇଲାରେ ଓଡ଼ିଆପୁଅ, କିଏସେ ଡାକୁଛି କୋଉଠି ମତେ ପ୍ରଭୃତିରେ ଅଭିନୟ କରିଥିବା ଏହି ପ୍ରତିଭାବାନ ଅଭିନେତା ଯାତ୍ରାକୁ ନେଇ ବେଶ୍‍ ଖୁସି ଅଛନ୍ତି । ମୌଳିକ ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣିବା ମୋର ଲକ୍ଷ୍ୟ ବୋଲି ମତ ଦିଅନ୍ତି ସୋମେଶ ।

ସୁପରମିଛୁଆ[ସମ୍ପାଦନା]

ରୋମାଣ୍ଟିକ୍‍ ନାୟିକା (ସମାଜ ରବିବାର)

ଚୁଲବୁଲି, ରୋମାଣ୍ଟିକ ନାୟିକା ଝିଲିକ୍‍ ପୁଣି ଆସୁଛନ୍ତି ନାୟକ ବାବୁଶାନଙ୍କ ସହ ନୂଆ ସିନେମା "ସୁପରମିଛୁଆ'ରେ । ଆଗାମୀ ରଜକୁ ଆଖିରେ ରଖି ସାର୍ଥକ୍‍ ଫିଲ୍ମସ୍‍ ଏହି ସିନେମା ପ୍ରସ୍ତୁତ କରୁଥିବାବେଳେ ଏହାର ପ୍ରଯୋଜନାରେ ଅଛନ୍ତି ସୀତାରାମ ଅଗ୍ରୱାଲ । ନିର୍ଦେଶକ ଅଶୋକ ପତି ପ୍ରଥମ ଥର ପାଇଁ ଏହି ସିନେମା ଜରିଆରେ ସାର୍ଥକ୍‍ରେ ପ୍ରବେଶ କରିଥିବାବେଳେ ଏହାର ସଂଳାପ ଲେଖିଛନ୍ତି ରଣଜିତ ପଟ୍ଟନାୟକ । ବାବୁ ଓ ଝିଲିକ୍‍ଙ୍କ ବ୍ୟତୀତ ଏହି ସିନେମାରେ ଅପରାଜିତା, ପୃଥ୍ୱୀରାଜ, ମୀନକେତନ, ହରି, ଦେବୁ ବ୍ରହ୍ମା, ପ୍ରଜ୍ଞା, ଚାନ୍ଦିନୀ ପ୍ରମୁଖ ଅଭିନୟ କରିଛନ୍ତି । ଏହାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ମାର୍ଚ୍ଚ ୯[ସମ୍ପାଦନା]

ଦୁର୍ଯ୍ୟୋଧନ ନାୟକ[ସମ୍ପାଦନା]

ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ (ସମାଜ)

ଭଣ୍ଡାରିପୋଖରୀ, ୮ା୩ (ନି.ପ୍ର)- ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ତୁଳସୀପୁର ଅଞ୍ଚଳର ଜଣାଶୁଣା ସ୍ୱାଧୀନତା ସଂଗ୍ରାମୀ ଦୁର୍ଯ୍ୟୋଧନ ନାୟକ (୯୩)ଙ୍କର ଶନିବାର ସକାଳ ୬ଟାରେ ଭୁବନେଶ୍ୱର ଠାରେ ପରଲୋକ ଘଟିଛି । ସେ କିଛିଦିନ ଧରି ତାଙ୍କର ଏକମାତ୍ର ପୁତ୍ର ବାସବଚନ୍ଦ୍ର ନାୟକଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ରହୁଥିଲେ । ସେଠାରେ ଚିକିସôାଧୀନ ଥିବା ବେଳେ ତାଙ୍କର ପରଲୋକ ହୋଇଛି । ପରେ ତାଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ସକ୍ରାର କରାଯାଇଛି । ନାତି ଦେବଦତ୍ତ ଦେବଦର୍ଶୀ ମୁଖାଗ୍ନି ଦେଇଥିଲେ । ଦୁର୍ଯ୍ୟୋଧନ ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀଙ୍କ ନେତୃତ୍ୱ ନେଇ ଭଦ୍ରକ ଜିଲାରେ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ପ୍ରଚେଷ୍ଟାରେ ଅନେକ ଅଣବନ୍ଦୀ ସରକାରଙ୍କ ଠାରୁ ଭତ୍ତା ପାଇଛନ୍ତି । ସେ ସରୋଜିନୀ- ଦୁର୍ଯ୍ୟୋଧନ ଦାତବ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରି ସମାଜସେବା କରୁଥିଲେ । ତାଙ୍କ ମୃତୁ୍ୟରେ ଭଣ୍ଡାରିପୋଖରୀରେ ଶୋକର ଛାୟା ଖେଳିଯାଇଛି । ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ଶଶୀଭୂଷଣ ଦାସ, ଚିନ୍ତାମଣି ନାୟକ, ନିତ୍ୟନୂତନର ସମ୍ପାଦକ ପଣ୍ଡିତ ପ୍ରବୋଧକୁମାର ମିଶ୍ର, ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ସଭାପତି କବି ଅଚୁ୍ୟତାନନ୍ଦ ସାମଲ, ପ୍ରେସ କ୍ଲବ ସଭାପତି ପ୍ରକାଶ ମହାପାତ୍ର, ଅଧ୍ୟାପକ ଅନାଦି ଚରଣ ସାହୁ, ବିଜେପି ନେତା ବଦ୍ରିନାରାୟଣ ଧଳ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

କାନନ ମିଶ୍ର[ସମ୍ପାଦନା]

ସାହିତ୍ୟିକା କାନନ ମିଶ୍ରଙ୍କ ପରଲୋକ (ସମାଜ)

ପୁରୁଣାଭୁବନେଶ୍ୱର,୮ା୩- ସାହିତ୍ୟିକା, ଶିକ୍ଷାବିତ କାନନ ମିଶ୍ରଙ୍କର ଶନିବାର ବିଳମ୍ବିତ ରାତ୍ରିରେ ବିବେକାନନ୍ଦ ମାର୍ଗ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କୁ ୭୧ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ରଚିତ ୫ଟି ଗଳ୍ପ ସଂକଳନ, ୨ଟି ଫିଚର ସଂକଳନ, ଗୋଟିଏ ଇଂରାଜୀ ଫିଚର ସଂକଳନ, ଗୋଟିଏ ପ୍ରବନ୍ଧ, ୪ଟି କବିତା ସଂକଳନ, ୭ଟି ଶିଶୁସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଥିଲା । ୧୯୪୪ ମସିହା ଜାନୁୟାରୀ ୨ ତାରିଖରେ ସେ କଟକ ଜିଲାରେ ଜନ୍ମଗ୍ରହଣ କରିଥିଲେ । ପିତା ସ୍ୱର୍ଗତ ପ୍ରଫେସର ଡ. କୁଞ୍ଜବିହାରୀ ତ୍ରିପାଠୀ ଓ ମାତା ସୁରେଖା ତ୍ରିପାଠୀଙ୍କ ସୁକନ୍ୟା କାନନ ଅବସରପ୍ରାପ୍ତ ଆସାମ କ୍ୟାଡର ଆଇପିଏସ ଅଫିସର ବିନୟ ମିଶ୍ରଙ୍କର ଧର୍ମପନôୀ ଥିଲେ । ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି ।

ହରି ହର ହୁଙ୍କା[ସମ୍ପାଦନା]

ନ ମାନିଲେ ପଥର...ହରି-ହର ହୁଙ୍କା (ସମାଜ)

କଟକ,୮ା୩(ମ.ପ୍ର) ଦୀର୍ଘ କିଛି ବର୍ଷ ଧରି ରାସ୍ତା କଡ଼ରେ ତାହା ରହିଛି, ସବୁକାଳେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ା ଘେରି ବନ୍ଧରୁ ଚହଟା ରାସ୍ତାରେ ଗଲା ବେଳେ ଅନତିଦୂରରେ ଡାହାଣ ପଟରେ ଏହା ଆଖିରେ ପଡେ । ବିରାଟ ଉଇହୁଙ୍କା କହିହେବ କିମ୍ବା ମାଟିର ସ୍ତୂପ ପ୍ରାୟ ଦେଢ଼ ପୁରୁଷ ଉଚ୍ଚର । ଦୁଇଟି ନିମ ଗଛ ମୂଳେ ଏହି ଆସ୍ଥାନ । କୁହାଯାଏ ଇଏ ହରି- ହରଙ୍କ ମିଳନର ଏକ ପ୍ରତିକାତ୍ମକ ବିଗ୍ରହ । ବିଗ୍ରହ ବୋଇଲେ ଏହାର କୌଣସି ଆକାର ନାହିଁ, କେବଳ ତଳପଟକୁ ଗୋ- ମୁଖର ଛାପ ରହିଛି । ଏହି ମାଟି ସ୍ତୂପକୁ ନିୟମିତ ପୂଜା କରାଯାଏ । ମନ୍ଦିରଟିଏ ତିଆରି କରିବାର ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇ ଅଧାପନ୍ତରିଆ ଅବସ୍ଥାରେ ରହିଛି । ସିମେଣ୍ଟ ଖୁମ୍ବ କେବଳ ଯାହା ଉଠିଛି ସେତିକି, କାମ ଆଉ ଆଗେଇ ପାରିନାହିଁ । ଅବଶ୍ୟ ଏ ରାସ୍ତାରେ ଯାନବାହନ ଚଳାଚଳର ଏତେ ଗହଳି ନାହିଁ । ତେବେ ଯେଉଁମାନେ ଦେଖି ମନେ ରଖିଛନ୍ତି ସେମାନେ କୁହନ୍ତି ୩ଫୁଟ ଉଚ୍ଚର ଦୁଇଟି ମାଟି ଖୁମ୍ବ ଏଠି ଥିଲା । ଚାରିପଟର ଜଙ୍ଗଲ ପରିବେଶ ଭିତରେ; ଭୀଷଣ ବର୍ଷାରେ ଗୋଟିଏ ଭାଙ୍ଗି ଅନ୍ୟ ଉପରକୁ ଆଉଜି ପଡ଼ିଥିଲା । ତା’ପରଠାରୁ ପୂଜକ ଜଣେ ଏଥିରେ ମାଟି ଲେପିବାରୁ ଏହା ଶିବଙ୍କର ଜଟା ଆକାର ଧାରଣ କରିଛି । ତେବେ ପ୍ରତ୍ୟେକଟି ଏହିଭଳି ପ୍ରସଙ୍ଗ ପଛରେ କିଛି କାହାଣୀ ବି ଥାଏ-ସେଥିରେ କିଛି ସତ୍ୟ କିଛି ମନଗଢ଼ା । ସେ ଯାହା ହେଉ ଏହି ଅତୁ୍ୟଚ୍ଚ ମାଟି ସ୍ତୂପଟି ଶିବଙ୍କ ଜଟାର ଆକାରକୁ ନେଇ ଖୋଲା ଆକାଶ ତଳେ ବର୍ଷବର୍ଷ ଧରି ବର୍ଷା ମାଡ଼ରେ ବି ସେମିତି ରହିଛି, ମାଟି ଟିକେ ବି ଧୋଇ ଯାଉନାହିଁ- ଏଇ ଟିକକ ବିଶ୍ୱାସକୁ ଧରି ଲୋକେ ଅନେକ ସମୟରେ ସେଠି ଟିକେ ଅଟକି ଯାଆନ୍ତି ।

ମାର୍ଚ୍ଚ ୧୫ (ରବିବାର)[ସମ୍ପାଦନା]

ଷୋଳମପୁର[ସମ୍ପାଦନା]

ଅବହେଳିତ ବୌଦ୍ଧପୀଠ (ରଞ୍ଜନ ପ୍ରଧାନ, ସମ୍ବାଦ ରବିବାର)

ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ୍‍ରେ ବୈତରଣୀ ନଦୀ କୂଳରେ ପ୍ରାଚୀନ ବୌଦ୍ଧକ୍ଷେତ୍ର, ଷୋଳମପୁରଅବସ୍ଥିତ । ଏଠାରେ ଏକ ବିଶ୍ୱସ୍ତରୀୟ ବୌଦ୍ଧ ମହାବିହାର ରହିଛି । ମାତ୍ର ଉପଯୁକ୍ତ ପ୍ରଚାର ଓ ପ୍ରସାରର ଅଭାବ କାରଣରୁ ଏହି ବୌଦ୍ଧ ଐତିହ୍ୟସ୍ଥଳଟି ଦୃଷ୍ଟି ଆଢୁଆଳରେ ରହିଯାଇଛି । ଯାଜପୁର ସହରର ଦଶାଶ୍ୱାମଧ ଘାଟର ଅପରପାର୍ଶ୍ୱରେ ଭଦ୍ରକ ଜିଲ୍ଲାରେ ଏହି ପ୍ରସିଦ୍ଧ ପୀଠଟି ଅବସ୍ଥିତ । ତତ୍କାଳୀନ ବିରଜାମଣ୍ଡଳ ଅଧୀନରେ ଷୋଳମପୁର ଏକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ମହାବିହାର ଭାବେ ମୁଣ୍ଡ ଟେକିଥିଲା । ଯାଜପୁର ଜିଲ୍ଲାର ବିଶ୍ୱପ୍ରସିଦ୍ଧ ରତ୍ନଗିରି, ଉଦୟଗିରି ଓ ଲଳିତଗିରି (କଟକ ଜିଲ୍ଲା) ହୀରକ ତ୍ରିଭୁଜ ସହିତ ଷୋଳମପୁର ବୌଦ୍ଧ କ୍ଷେତ୍ରର ଏକ ନିବିଡ଼ ସଂପର୍କ ରହିଛି । ଭୌମକରବଂଶୀ ରାଜା ପ୍ରଥମ ଶୁଭକର ଦେବ (ଖ୍ରୀ.ଅ.୭୯୦-ଖ୍ରୀ.ଅ.୮୦୦)ଙ୍କ ନେଉଳପୁର (ବର୍ତ୍ତମାନ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍‍ ଅନ୍ତର୍ଗତ) ତାମ୍ରଶାସନରେ ଷୋଳମପୁର ବୌଦ୍ଧକ୍ଷେତ୍ର ସଂପର୍କରେ ଉଲ୍ଲେଖ ରହିଛି । ପ୍ରଥମ ଶୁଭକର ଦେବ ଜଣେ ବୌଦ୍ଧ ଉପାସକ ଥିଲେ । ସେହିଭଳି ସୋମବଂଶର ଶେଷ ରାଜା କର୍ଣ୍ଣଦେବ (ଖ୍ରୀ.ଅ. ୧୧୦୦-ଖ୍ରୀ.ଅ. ୧୧୧୦)ଙ୍କ ରତ୍ନଗିରି ତାମ୍ରଶାସନରେ ଷୋଳମପୁର ମହାବିହାର (ବୌଦ୍ଧବିହାର) ସଂପର୍କରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଲ୍ଲେଖ ରହିଛି । କର୍ଣ୍ଣଦେବ ଏଠାରେ ରାଣୀହଂସପୁର ପ୍ରତିଷ୍ଠା କରିଥିଲେ ଏବଂ ଏହାର ଷୋହଳଟି ମୁଖ ରହିଥିଲା । ଏହି ଅନୁସାରେ ଏହାର ନାମ ଷୋଳମପୁର ହୋଇଛି ବୋଲି କୁହାଯାଏ । ଆହୁରି ମଧ୍ୟ ସୋମବଂଶୀ ସମ୍ରାଟ ପ୍ରଥମ ଯଯାତି କେଶରୀ (ଖ୍ରୀ.ଅ. ୯୨୨ - ଖ୍ରୀ.ଅ. ୯୫୫)ଙ୍କ ଏହା ୧୬ତମ ଗଡ଼ ଥିବାରୁ ଏହାର ନାମ ଷୋଳମପୁର ହୋଇଛି ବୋଲି କିଛି ଗବେଷକ ଦାବି କରନ୍ତି । ଷୋଳମପୁରରୁ ବହୁ ସଂଖ୍ୟା ବୌଦ୍ଧ ମୂର୍ତ୍ତିି ଉଦ୍ଧାର କରାଯାଇଛି । ଏହିସବୁ ବୁଦ୍ଧ ମୂର୍ତ୍ତିି ମହାଯାନ ଓ ତନ୍ତ୍ରଯାନ ସଂପ୍ରଦାୟର ଏବଂ ଅଷ୍ଟମ ଶତାବ୍ଦୀର ବୋଲି ବିଚାର କରାଯାଉଛି । ଷୋଳମପୁର ଗ୍ରାମରୁ ଭୌମକର ଯୁଗୀୟ ବୌଦ୍ଧ ବିହାର ଏବଂ ବହୁ ସଂଖ୍ୟାରେ ବୌଦ୍ଧ ମୂର୍ତ୍ତି, ତାରା, ଜାମ୍ୱଳ, ଜାଙ୍ଗୁଳା, ମଞ୍ଜୁଶ୍ରୀ ଆଦି ମୂର୍ତ୍ତିମାନ ଉଦ୍ଧାର କରାଯାଇଛି । ସଂଭବତଃ, ବୌଦ୍ଧ ଦେବୀ ଜାଙ୍ଗୁଳା ପରବର୍ତ୍ତୀ ସମୟରେ ହିନ୍ଦୁମାନଙ୍କ ଦ୍ୱାରା "ଜାଗୁଳେଇ' ଠାକୁରାଣୀ ଭାବେ ପୂଜା ପାଇ ଆସୁଛନ୍ତି । ଷୋଳମପୁରରେ ପ୍ରଥମ ଶୁଭକର ଦେବ (ଖ୍ରୀ.ଅ. ୭୯୦ - ଖ୍ରୀ.ଅ. ୮୦୦) ଏକ ବୌଦ୍ଧ ବିହାର ନିର୍ମାଣ କରି ତହିଁରେ ଅବଲୋକିତେଶ୍ୱରଙ୍କ ମୂର୍ତ୍ତିି ସ୍ଥାପନ କରିଥିଲେ । ଏହି ମୂର୍ତ୍ତିିରେ ଭୌମକର ଶାସନ ସଂପର୍କରେ ଶିଳାଲେଖ ମଧ୍ୟ ରହିଛି । ଅବଲୋକିତେଶ୍ୱର ମୂର୍ତ୍ତିଟି ବର୍ତ୍ତମାନ ଷୋଳମପୁର ରଘୁନାଥ ମନ୍ଦିରରେ ସ୍ଥାପିତ ହୋଇଥିବାର ଦେଖାଯାଏ । ଏହି ଦୃଷ୍ଟିରୁ ଷୋଳମପୁର ଦିନେ ଭୌମକରମାନଙ୍କର ପ୍ରାଚୀନ ରାଜଧାନୀ ଥିଲା ବୋଲି ବିଚାର କରାଯାଏ । ଏଠାରେ ଭୌମବଂଶୀଙ୍କର ରାଜପ୍ରାସାଦର ଧ୍ୱଂସାବଶେଷ ମଧ୍ୟ ଦେଖିବାକୁ ମିଳିଥାଏ । ଉପଯୁକ୍ତ ସଂରକ୍ଷଣ ଅଭାବରୁ ଏଠାରେ ଥିବା ଅଧିକାଂଶ ବୁଦ୍ଧ ମୂର୍ତ୍ତିି ଧ୍ୱଂସ ପାଇଗଲାଣି । ଭୌମକରମାନଙ୍କ ରାଜତ୍ୱ କାଳରେ ବିରଜା ମଣ୍ଡଳରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା । ତତ୍କାଳୀନ ବିରଜା ମଣ୍ଡଳ ଅନ୍ତର୍ଗତ ରତ୍ନଗିରି, ଲଳିତଗିରି, ଉଦୟଗିରି, ଲାଙ୍ଗୁଡ଼ି, ଏରଡ଼ା, ଖଡ଼ିପଦା, ଷୋଳମପୁର, ତରାଙ୍ଗ, ଶ୍ରୀରାମପୁର, ଶୀତଳେଶ୍ୱର, ସନ୍ଥମାଧବ ଓ ନପଙ୍ଗ ଆଦି ସ୍ଥାନରେ ବୌଦ୍ଧ ଧର୍ମର ଅଂଶବିଶେଷ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ରତ୍ନଗିରି, ଉଦୟଗିରି, ଲାଙ୍ଗୁଡ଼ି, ଏରଡ଼ା, ତରାଙ୍ଗ, ଶ୍ରୀରାମପୁର, ଶୀତଳେଶ୍ୱର, ସନ୍ଥମାଧବ ଆଦି ସ୍ଥାନ ଯାଜପୁର ଜିଲ୍ଲାରେ ଥିବାବେଳେ ଖଡ଼ିପଦା, ନପଙ୍ଗ, ଷୋଳମପୁର ଭଦ୍ରକ ଜିଲ୍ଲା ଏବଂ ଲଳିତଗିରି କଟକ ଜିଲ୍ଲାରେ ରହିଛି । ଷୋଳମପୁରରୁ ଉଦ୍ଧାର କରାଯାଇଥିବା କ୍ଲୋରାଇଟ୍‍ ପଥରରେ ନିର୍ମିତ "ବଜ୍ରସତ୍ତ୍ୱ'ଙ୍କ ମୂର୍ତ୍ତିି ବର୍ତ୍ତମାନ କଲିକତା ସଂଗ୍ରହାଳୟରେ ରହିଛି । ଏହା ରତ୍ନଗିରି ବୁଦ୍ଧମୂର୍ତ୍ତିି ଶୈଳୀର ଏବଂ ଏହା ଏକାଦଶ ଶତାବ୍ଦୀର ବୋଲି କୁହାଯାଉଛି । ଷୋଳମପୁରରୁ ଇଟା ନିର୍ମିତ ଏକ ଭଗ୍ନ ଦୁର୍ଗ ଉଦ୍ଧାର କରାଯାଇଛିବୋଲି କୁହାଯାଉଛି । ମାତ୍ର ଏହା ଦୃଶ୍ୟମାନ ହୁଏନି । ଏହି ଗାଁରେ ଏଭଳି କୌଣସି ଇଟା ନିର୍ମିତ ଭଗ୍ନ ଦୁର୍ଗର ସ୍ଥିତି ନ ଥିବା ଜଣାଯାଏ, ମାତ୍ର ଏହାର ପ୍ରତ୍ନତାତ୍ତ୍ୱିକ ଖନନ କରାଯାଇପାରିଲେ ଅନେକ ତଥ୍ୟ ଉନ୍ମୋଚିତ ହୋଇପାରିବ । ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ (ଖ୍ରୀ.ଅ. ୧୪୩୫ - ଖ୍ରୀ.ଅ. ୧୪୬୭)ଙ୍କ ଦ୍ୱାରା ଏହି ଦୁର୍ଗ ନିର୍ମାଣ କରାଯାଇଥିଲାବୋଲି ଐତିହାସିକମାନେ ଦାବି କରନ୍ତି । ଦୁର୍ଗ ମଧ୍ୟରେ ରାଜାଙ୍କର ଏକ ସମାଧି ରହିଛି ଏବଂ ଏଠାରେ ଏକ ଭଗ୍ନ ମନ୍ଦିର ମଧ୍ୟ ଦେଖାଯାଏ । ମୋଗଲ ଶାସନ ସମୟରେ ବାହ୍ୟ ଆକ୍ରମଣକାରୀଙ୍କ ଦ୍ୱାରା ଏହି ଦୁର୍ଗ ଓ ମନ୍ଦିର ଧ୍ୱଂସ ପାଇଯାଇଥିବା ଅନୁମାନ କରାଯାଏ । ଷୋଳମପୁରର ରଘୁନାଥଜିଉ ମନ୍ଦିର ଓଡ଼ିଶାର ଏକ ପ୍ରାଚୀନ ବିଷ୍ଣୁ କ୍ଷେତ୍ର ଭାବେ ଜଣାଶୁଣା । ଏଠାରେ ମୁଖ୍ୟ ଦେବତା ଭାବେ ପ୍ରଭୁ ରାମଚନ୍ଦ୍ର ପୂଜା ପାଉଥିଲେ ମଧ୍ୟ ମନ୍ଦିର କାନ୍ଥରେ ଅନେକ ବୁଦ୍ଧ ମୂର୍ତ୍ତିି ଦେଖିବାକୁ ମିଳିଥାଏ । ସେମାନଙ୍କ ମଧ୍ୟରୁ ଭୂମିସ୍ପର୍ଶ ମୁଦ୍ରାରେ ନିର୍ମିତ ଗୌତମ ବୁଦ୍ଧଙ୍କର ଏକ ବିଶାଳ ମୂର୍ତ୍ତିର ନିର୍ମାଣ ଶୈଳୀ ଖୁବ୍‍ ନିଆରା । ଗୌତମଙ୍କ ମାତା ମାୟାଦେବୀ ବୁଦ୍ଧଙ୍କୁ ଜନ୍ମ ଦେଉଥିବାର ଅନ୍ୟ ଏକ ପ୍ରାଚୀନ ମୂର୍ତ୍ତିି ମଧ୍ୟ ତତ୍କାଳୀନ ଓଡ଼ିଶାର ମୂର୍ତ୍ତିି ଗଠନ କଳା ସଂପର୍କରେ ସୂଚନା ଦେଇଥାଏ । ଏହାର ଉପରକୁ ବୁଦ୍ଧଙ୍କର ଧର୍ମଚକ୍ର ପ୍ରବର୍ତ୍ତନ ମୁଦ୍ରା ରହିଛି । ଏହି ମନ୍ଦିର କାନ୍ଥରେ ବୁଦ୍ଧଙ୍କର ମହାପରିନିର୍ବାଣ ମୁଦ୍ରାର ଏକ ଆକର୍ଷଣୀୟ ମୂର୍ତ୍ତି ଦେଖିବାକୁ ମିଳେ । ବୁଦ୍ଧଙ୍କର ଭୂମିସ୍ପର୍ଶ ମୁଦ୍ରା ମୂର୍ତ୍ତିର ତଳକୁ ବୁଦ୍ଧଙ୍କର ଷଡ଼ ମାନସୀ ମୂର୍ତ୍ତିି ରହିଛି । ରଘୁନାଥଜିଉ ମନ୍ଦିର କାନ୍ଥରେ ଥିବା ବୌଦ୍ଧ ଦେବୀ ତାରା ମୂର୍ତ୍ତିି (ତ୍ରିଭଙ୍ଗ ମୁଦ୍ରା)ର ଉପରକୁ ଦୁଇ ଧାଡ଼ିର ଏକ ଶିଳାଲେଖ ରହିଛି । ପ୍ରଥମ ଶୁଭକର ଦେବ (ଖ୍ରୀ.ଅ. ୭୯୦- ଖ୍ରୀ.ଅ. ୮୦୦)ଙ୍କ ଶାସନ କାଳରେ ଗୁରୁ ରାହୁଦତ୍ତଙ୍କ ଇଚ୍ଛାନୁସାରେ ଏହି ମୂର୍ତ୍ତିଟି ନିର୍ମାଣ ହୋଇଥିଲା ବୋଲି ଏହି ଶିଳାଲେଖରେ ଉଲ୍ଲେଖ ରହିଛି । ଏହିସବୁ ମୂର୍ତ୍ତିର ଗଠନ ଶୈଳୀକୁ ଅନୁଧ୍ୟାନ କରାଯାଇ ଏହା ଗୁପ୍ତ ଯୁଗର କିମ୍ୱା ତାହାର ପରବର୍ତ୍ତୀ ସମୟର ବୋଲି ନିରୂପଣ କରାଯାଇଛି । ଗୁପ୍ତ ଯୁଗୀୟ ମୂର୍ତ୍ତିି ଭାରତର ବିଭିନ୍ନ ସ୍ଥାନରୁ ମିଳିଥିଲେ ମଧ୍ୟ, ଷୋଳମପୁରର ଏହି ପ୍ରାଚୀନ ବୁଦ୍ଧ ମୂର୍ତ୍ତିି ଗଠନ ଦୃଷ୍ଟିରୁ ଭିନ୍ନ ଓ ଆକର୍ଷଣୀୟ । ଷୋଳମପୁରର ରଘୁନାଥ ମନ୍ଦିରରେ ବୁଦ୍ଧଙ୍କର ଏକ ବିଶାଳ ଅବଲୋକିତେଶ୍ୱର ମୂର୍ତ୍ତିି ରହିଛି । ଯାଜପୁର ଜିଲ୍ଲାର ରତ୍ନଗିରି ଓ ଉଦୟଗିରିରେ ଥିବା ଅବଲୋକିତେଶ୍ୱର ମୂର୍ତ୍ତିି ସହ ଏହି ମୂର୍ତ୍ତିର ଖୁବ୍‍ ସୁକ୍ଷ୍ମ ସାମଞ୍ଜସ୍ୟ ରହିଛି । ରତ୍ନଗିରିରେ ଥିବା ବୁଦ୍ଧ ଦେବୀ ତାରାଙ୍କର "ତ୍ରିଭଙ୍ଗ ମୂର୍ତ୍ତି' ଭଳି ଏଠାରେ ତାରାଙ୍କର ଏକ ଆକର୍ଷଣୀୟ ତ୍ରିଭଙ୍ଗ ମୂର୍ତ୍ତି ରହିଛି । ଏହି ମନ୍ଦିର କାନ୍ଥରେ ଦଣ୍ଡାୟମାନ ଅବସ୍ଥାରେ ଅବଲୋକିତେଶ୍ୱର ବୁଦ୍ଧଙ୍କର ଏକ ବିଶାଳ ମୂର୍ତ୍ତିି ଦେଖିବାକୁ ମିଳେ । ଏହି ଅବଲୋକିତେଶ୍ୱର ମୂର୍ତ୍ତିର ଉଭୟ ପାର୍ଶ୍ୱରେ ତାରାଙ୍କର ଦୁଇଟି କ୍ଷୁଦ୍ର ମୂର୍ତ୍ତି ରହିଛି । ରଘୁନାଥଜିଉ ମନ୍ଦିର ସମ୍ମୁଖରେ ଏକ ଚଉପାଢ଼ି ରହିଛି । ଏହାର ପ୍ରସ୍ତର ସ୍ତମ୍ଭ ବେଶ୍‍ ପ୍ରାଚୀନ । ଗ୍ରାମରେ ରହିଛି ଦୁଇଗୋଟି ଅତି ପ୍ରାଚୀନ ପୁ ́ରିଣୀ । ଗୋଟିଏ ହେଉଛି ପ୍ରାଚୀନ କାଳର "ଦଶାଙ୍ଗ ପୁ ́ରିଣୀ' ଓ ଅନ୍ୟଟି "ଅମୁହାଁ କୁଣ୍ଡ ବା ରାଣୀ ପଦ୍ମ ପୋଖରୀ' । ଷୋଳମପୁର ଗ୍ରାମକୁ ଲାଗି ବୈତରଣୀ ନଦୀ କୂଳରେ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବରାହନାଥ ମନ୍ଦିର ରହିଛି । ଷୋଳମପୁର ମହାବିହାର: ଷୋଳମପୁରର ଉତ୍ତର ଦିଗରେ ଇଟା ନିର୍ମିତ ଏକ ବୌଦ୍ଧ ମହାବିହାର ରହିଛି । ଏହି ବୌଦ୍ଧ ମହାବିହାରଟି ଭୌମକରବଂଶୀ ଶାସନ କାଳରେ ନିର୍ମିତ ହୋଇଥିବାର ଐତିହାସିକମାନେ ବିଚାର କରନ୍ତି । ଏହି ଦିନେ ଏକ ପ୍ରାଚୀନ ବୌଦ୍ଧିକ ଓ ଶିକ୍ଷା କେନ୍ଦ୍ର ଥିଲାବୋଲି ବିଶ୍ୱାସ କରାଯାଏ । ରତ୍ନଗିରି ବୌଦ୍ଧବିହାର ଶୈଳୀରେ ଏହି ମହାବିହାର ନିର୍ମିତ ହୋଇଥିବାର ଲକ୍ଷ୍ୟ କରାଯାଏ । ଏହା ସହିତ ଏଠାରୁ ଅନେକ ବୁଦ୍ଧ- ମୂର୍ତ୍ତି, ଭଗ୍ନ ଟେରାକୋଟା ଉପକରଣ ମଧ୍ୟ ମିଳିଛି । ଏଠାରେ ଅଧିକ ପ୍ରତ୍ନତାତ୍ତ୍ୱିକ ଖନନ କରାଯାଇପାରିଲେ ଷୋଳମପୁର ବୌଦ୍ଧ ମହାବିହାର ସଂପର୍କରେ ଅନେକ ତଥ୍ୟ ଉନ୍ମୋଚିତ ହୋଇପାରନ୍ତା । ଷୋଳମପୁର ବୌଦ୍ଧ ମହାବିହାରର ପୂର୍ବ ଦିଗରେ ଏକ କ୍ଷୁଦ୍ର ମନ୍ଦିର ରହିଛି । ଏହି ମନ୍ଦିରରେ ବହୁ ସଂଖ୍ୟାରେ ବୁଦ୍ଧ ମୂର୍ତ୍ତି ଦେଖିବାକୁ ମିଳିଥାଏ । ଏଠାରେ ବୋଧିସତ୍ତ୍ୱ, ବୁଦ୍ଧ, ଜାଙ୍ଗୁଳା, ତାରା, ଲୋକେଶ୍ୱର, ଅନେକ କ୍ଷୁଦ୍ର ସ୍ତୁପ ରହିଛି । ଏହିସବୁ ମୂର୍ତ୍ତି ଗୁପ୍ତ ଯୁଗ କିମ୍ୱା ପରବର୍ତ୍ତୀ ସମୟର ବୋଲି ଅନୁମାନ କରାଯାଏ । ଏଠାରେ ଥିବା ବୁଦ୍ଧଙ୍କର ଅବଲୋକିତେଶ୍ୱର ଏବଂ ଜାଙ୍ଗୁଳା ମୂର୍ତ୍ତି ନବମ ଶତାବ୍ଦୀର ବୋଲି ଅନୁମାନ କରାଯାଏ । ମୂଳତଃ ସନ୍ଥେ- ଶ୍ୱରୀ ବୌଦ୍ଧ ଦେବୀ ଥିବାବେଳେ ପରବର୍ତ୍ତୀ ସମୟରେ ଏହା ହିନ୍ଦୁମାନଙ୍କ ଦ୍ୱାରା ପୂଜିତ ହେଉଛନ୍ତି । ଦେବୀ ହେଉଛନ୍ତି ଏକପାଦୀ ଭୈରବୀ ଓ ତାଙ୍କୁ ବିରଜାଙ୍କ ଭଉଣୀ ବୋଲି ବିବେଚନା କରାଯାଇଥାଏ । ଷୋଳମପୁର ନିକଟସ୍ଥ ନପଙ୍ଗ ଗ୍ରାମରେ ଥିବା ତାରା ଓ ବୁଦ୍ଧ ମୂର୍ତ୍ତି ଦୁଇଟି ଏବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଯୋଗୀ ଓ ଯୋଗିଆଣୀ ଭାବେ ପୂଜା ପାଉଛନ୍ତି । ଏହି ଦୁଇଟି ବୌଦ୍ଧ ମୂର୍ତ୍ତି ଉପଯୁକ୍ତ ସଂରକ୍ଷଣ ଅଭାବରୁ ଗ୍ରାମର ଶେଷମୁଣ୍ଡରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛନ୍ତି । ଆଦିକବି ଶାରଳା ଦାସଙ୍କ ଓଡ଼ିଆ ମହାଭାରତରେ ମଧ୍ୟ ଷୋଳମପୁର ସଂପର୍କରେ ଉଲ୍ଲେଖ ରହିଛି । ମହାଭାରତର ବନପର୍ବରେ ଏ ସଂପର୍କରେ ସମ୍ୟକ ବର୍ଣ୍ଣନା ଦେଖିବାକୁ ମିଳିଥାଏ । ପାଣ୍ଡବମାନେ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ସ୍ନାନ କରୁଥିବାବେଳେ ଅପରପାର୍ଶ୍ୱରୁ ମନ୍ତ୍ର ଧ୍ୱନି ଉଚ୍ଚାରଣ ଶୁଣିବାକୁ ପାଇଥିଲେ । ଏହି ବେଦ ମନ୍ତ୍ର ଧ୍ୱନି କେଉଁଠୁ ଆସୁଛି ବୋଲି ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ଜାଣିବାକୁ ଇଛା କରି ଲୋମଶ ମୁନିଙ୍କୁ ପଚାରିଥିଲେ । ଉତ୍ତରରେ ଲୋମଶ ମୁନି ଷୋଳମପୁର ବ୍ରାହ୍ମଣ ଶାସନ ସଂପର୍କରେ ପାଣ୍ଡବମାନଙ୍କୁ ବୁଝାଇଥିଲେ । ସୂଚନାଯୋଗ୍ୟ, ତତ୍କାଳୀନ ବିରଜା ମଣ୍ଡଳ ଅନ୍ତର୍ଗତ ଏହି ଷୋଳମପୁର ବ୍ରାହ୍ମଣ ଶାସନ ଖୁବ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିଲା ବୋଲି ଐତିହାସିକ ନଜିର ମଧ୍ୟ ରହିଛି ।

କୈଳାସ ବେହେରା, ଦୁର୍ଗା ଭୂୟାଁ, ଜୀବନ କବି, ରତ୍ନାକର ନନ୍ଦୀ, ରମାକାନ୍ତ ଦାସ[ସମ୍ପାଦନା]

ନାୟିକାରୁ ନାୟକ, ମହାନାୟକ (ଭରତ ଚନ୍ଦ୍ର ବାରିକ, ରବିବାର ସମ୍ବାଦ)

ଯଲିଉଡ‌ରେ ନାରୀ ଅଭିନେତ୍ରୀମାନେ ପ୍ରବେଶ କରିବା ପୂର୍ବରୁ ପୁରୁଷ ଅଭିନେତାମାନେ ନାୟିକା ତଥା ଅନ୍ୟାନ୍ୟ ନାରୀ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ସମ୍ପୂର୍ଣ୍ଣ ଭାବେ ବିମୋହିତ କରୁଥିଲେ । ସେମାନେ ଏପରି ନିଚ୍ଛକ ତଥା ବାସ୍ତବ ଅଭିନୟ କରୁଥିଲେ ଯେ ଦର୍ଶକମାନେ ଭ୍ରମରେ ପଡୁଥିଲେ । ଜାଣପାରୁ ନ ଥିଲେ ନାୟିକା ତଥା ଅନ୍ୟାନ୍ୟ ନାରୀ ଚରିତ୍ରରେ ଅଭିନୟ କରୁଥିବା କଳାକାରମାନେ ପୁରୁଷ ହୋଇଥିବେ ବୋଲି । ପରେ ନାରୀ ଚରିତ୍ରରେ ଅଭିନୟ କରିବା ପାଇଁ ଝିଅମାନଙ୍କର ସୁଅ ଛୁଟିଲା । କିନ୍ତୁ ସେତେବେଳର ନାୟିକା ତଥା ମୁଖ୍ୟ ନାରୀ ଚରିତ୍ରରେ ଅଭିନୟ କରୁଥିବା ଅଭିନେତାଙ୍କ ଅଭିନୟ ଏବେବି ଦର୍ଶକଙ୍କ ନିକଟରେ ଅପାସୋରା ଓ ଅଭୁଲା ରହିଛି ଏବଂ ରହିଥିବ ମଧ୍ୟ । ସେତେବେଳେ ନାୟିକା ଭାବେ ଅଭିନୟ କରି ଚର୍ଚାଘେରରେ ଥିବା କେତେକ ଅଭିନେତା ପରିବର୍ତିତ ପରିସ୍ଥିତିରେ ଏବେବି ନାୟକ ତଥା ମହାନାୟକ ଭାବେ ଯାତ୍ରାମଞ୍ଚକୁ ଦୁଲୁକାଇ ଚାଲିଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି ଅପେରା ଇଷ୍ଟର୍ନ ପିଙ୍କ୍‍ର କୈଳାସ ବେହେରା, ଯାତ୍ରାଶ୍ରୀ ବିଶ୍ୱଦରବାରର ଦୁର୍ଗା ଚରଣ ଭୂୟାଁ, ଅପେରା ଇଷ୍ଟର୍ନ ରେଡ୍‍ର ନାୟକ ଜୀବନ କବି, ଯାତ୍ରା ସଚ୍ଚିଦାନନ୍ଦମ୍‍ର ନାୟକ ରତ୍ନାକର ନନ୍ଦୀ ଓ ହାସ୍ୟାଭିନେତା ରମାକାନ୍ତ ଦାସ । ଯଲିଉଡ୍‍ର ସବୁଠୁ ଲୋକପ୍ରିୟ ତଥା ନିଅାରା ଅଭିନେତାଙ୍କ ନାଁ କୈଳାସ ବେହେରା । ସେ ପ୍ରଥମେ କଣ୍ଠଶିଳ୍ପୀରୁ ନାୟିକା ବନିଥିଲେ ଡଗରପଡ଼ା ଯାତ୍ରା ପାର୍ଟିରେ । "ବାଲ୍ୟ ବିଧବା'ରେ ସୁନା, "କୁଳଚନ୍ଦ୍ରମା'ରେ ମୁକ୍ତାଦେଈ, "ଗୋଟିଏ ପଇସା'ରେ ସରିତା, "ଶାହାଜାହାନ'ରେ ମାନ୍ନା ବେଗମ, "ଭୀଷ୍ମ ପ୍ରତିଜ୍ଞା'ରେ ଅମ୍ୱା, "ବଗୁଲି ଝରାଏ ଲୁହ'ରେ ବଡ଼ ଭାଉଜ ଅାଦି ମୁଖ୍ୟ ନାରୀ ଚରିତ୍ରରେ କୈଳାସ ଅପାସୋରା ଅଭିନୟ କରି ସେତେବେଳେ ଦର୍ଶକମାନଙ୍କୁ ଅଭିନୟର ଭିନ୍ନ ସ୍ୱାଦ ଚଖାଇଥିଲେ । ପରେ ସେ ନାୟିକାରୁ ଖଳନାୟକ ଓ ନାୟକ ବନିଗଲେ । ବିଶେଷକରି ଶିବାନୀ ଗଣନାଟ୍ୟରେ ୨୬ ବର୍ଷ ଧରି ନାୟକ ଓ ମହାନାୟକ ଭାବେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିବା ପରେ ଚାରି ବର୍ଷ ହେଲା କୈଳାସ ଇଷ୍ଟର୍ନ ପିଙ୍କ୍‍ର ମୁଖ୍ୟ ଅାକର୍ଷଣ ସାଜ୍ଜିଛନ୍ତି । କୈଳାସଙ୍କ ପରି ଅନ୍ୟ ଜଣେ ମହାନାୟକ ହେଉଛନ୍ତି ଦୁର୍ଗାଚରଣ ଭୂୟାଁ । "ଯାତ୍ରା'ରେ ପ୍ରାୟ ୪୫ ବର୍ଷ କାଟିସାରିଥିବା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‍ ଅନ୍ତର୍ଗତ ଶିଖରପୁର ଗ୍ରାମର ବାସିନ୍ଦା ଦୁର୍ଗାଚରଣ ନିଜ ଗାଁ ପାର୍ଟି ସହିତ ବାରାହାପୁରର ଶ୍ରୀଜଗନ୍ନାଥ ଅପେରା, ସୁବର୍ଣରେଖା ଅପେରା, ଓଡ଼ିଶା ଅପେରାରେ ନାୟିକା ଭାବେ ଚମକପ୍ରଦ ଅଭିନୟ କରି ସେତେବେଳେ ଚର୍ଚିତ ହୋଇଥିଲେ । ବିଶେଷକରି ବହୁ ଚର୍ଚିତ ନାଟକ "ବିଶ୍ୱତ୍ରାସ ବୀରବାହାଦୁର ସାହା'ରେ ପାନା ଦାସୀ, "ସମ୍ପୂର୍ଣ ମହାଭାରତ'ରେ ଦ୍ରୌପଦୀ ଓ ସୁଭଦ୍ରା, "ସମ୍ରାଟ ବିକ୍ରମାଦିତ୍ୟ'ରେ ନାୟିକା ଭାବେ ଅଭିନୟ କରି ସେ ସେତେବେଳେ ଚମକ ସୃଷ୍ଟି କରିଥିଲେ । ଏପରିକି ସେ ଓଡ଼ିଶା ଅପେରାରେ ଯାତ୍ରା ମହାରଥୀ ସ୍ୱର୍ଗତ ଦୀନବନ୍ଧୁ ମାଟିଅାଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିବାର ସୌଭାଗ୍ୟ ଲାଭ କରିଥିଲେ । ଓଡ଼ିଶା ଅପେରାରୁ ସୁବର୍ଣରେଖା ଅପେରାକୁ ଦ୍ୱିତୀୟ ବାର ଫେରିବା ପରେ ଦୁର୍ଗାବାବୁ ନାୟକ ହେବାର ସୁଯୋଗ ପାଇଲେ । ଏହାପରେ ସେ ବିଭିନ୍ନ ପାର୍ଟିରେ ନାୟକ ଓ ମହାନାୟକ ଭାବେ ଅଭିନୟ କରି ଯାତ୍ରାଶ୍ରୀ ବିଶ୍ୱ ଦରବାରକୁ ସମୃଦ୍ଧ କରିଛନ୍ତି । ସେହିପରି ଅପେରା ଇଷ୍ଟର୍ନ ରେଡ୍‍ର ନାୟକ ଭାବେ ସଫଳ ଇନିଂସ୍‍ ଖେଳିଚାଲିଥିବା ଜୀବନ କବି ପ୍ରଥମେ ସୁଦାମବତି ଅପେରା ଉତ୍ତରକୁଳରେ ନାୟିକା ହେବାର ସୁଯୋଗ ପାଇଲେ । "ଖଜୁରି ଗଛର କି ଗୁଣ ଗାଇବି...'ରେ ଲିପିକା ମହାନ୍ତି ଚରିତ୍ରରେ ଅଭିନୟ କରି ସେ ସଫଳତାର ଶିଡ଼ି ଚଢ଼ିବା ଅାରମ୍ଭ କଲେ । "ନାଁ ଦେବେ ଅାପଣ', "ବାପର ଚୌକା ପୁଅର ଛକା'ରେ ତମସା, "କଳକୀ ଅାସୁଛି'ରେ ମାମିନା, "ହୁକୁମ ଚାଲିଛି ଅାମ ଗାଁରେ'ରେ ଶର୍ମିଷ୍ଠା, "ଉଜାଣି ବହୁଛି ଯମୁନା ନଈ'ରେ ଯମୁନା ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କୁ ଚମତ୍କୃତ କରିଥିଲେ । ପରେ ସେ ନାୟକ ବନିଲେ । ବିଶେଷକରି ପାର୍ବତୀ ଗଣନାଟ୍ୟର "ଅସତ୍ୟ ସହର'ରେ ପ୍ରବିର, "ଘୁଙ୍ଗୁର କାନ୍ଦୁଛି'ରେ ଚନ୍ଦ୍ର, ତାରିଣୀ ଗଣନାଟ୍ୟର "ରାଣୀ ମହୁମାଛି', "ମଙ୍ଗଳସୂତ୍ର', କଳିଙ୍ଗର "ସତ ସବାରିରେ ମିଛ କନିଅାଁ', "ସାନ ଶାଳୀ ଘର ଭୁବନେଶ୍ୱର' ଓ ଏବେ ୩/୪ ବର୍ଷ ହେଲା ଅପେରା ଇଷ୍ଟର୍ନ ରେଡ୍‍ର ହିରୋ ଭାବେ ଗେମ୍‍ ଖେଳିଚାଲିଛନ୍ତି । ଅାଉ ଜଣେ ପ୍ରତିଭାବାନ କଳାକାର ହେଉଛନ୍ତି ରତ୍ନାକର ନନ୍ଦୀ । କେନ୍ଦ୍ରାପଡ଼ା ଜିଲ୍ଲା ପଞ୍ଚୁପାଣ୍ଡବ ଅଞ୍ଚଳର ତିଲଙ୍ଗ ଗ୍ରାମ ନିବାସୀ ରତ୍ନାକର ଛତିଅାବଟ ସ୍ଥିତ କୁମାରେଶ୍ୱର ଗଣନାଟ୍ୟରେ ନାୟିକା ଭାବେ ଅଭିନୟ ଅାରମ୍ଭ କରିଥିଲେ ମଧ୍ୟ ସେତେବେଳେ ସାରା ଯଲିଉଡ୍‍ରେ ଚହଳ ସୃଷ୍ଟି କରିଥିବା ତାରିଣୀ ଗଣନାଟ୍ୟରେ ୧୦/୧୨ ବର୍ଷ ଧରି ମୁଖ୍ୟ ନାୟିକା ଭାବେ ଚମକପ୍ରଦ ଅଭିନୟ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲେ । ବିଶେଷକରି ବହୁ ଚର୍ଚିତ ନାଟକ "ଜୀଅନ୍ତା ଶବ'ରେ ଦୀପା, "କନିଅାଁ ହଜିଛି ତମ ଗାଁରେ'ରେ ସୀତା ଓ ଲିଲି ଚରିତ୍ରରେ ଡବଲ୍‍ ରୋଲ୍‍ କରି ନିଜ ଟ୍ୟାଲେଣ୍ଟ୍‍ର ପ୍ରମାଣ ଦେଇଥିଲେ । ଏହାଛଡ଼ା ନାଟକ "ବଇନା ଦେଇଛି ବାହାହବାକୁ'ରେ ମୋନା, "ଘର ଢିଙ୍କି କୁମ୍ଭୀର'ରେ ପୂଜା, "ଅସୁରମାନଙ୍କ ସହର'ରେ ଶୁଭଲକ୍ଷ୍ମୀ, "ଭଙ୍ଗା ଅଇନା'ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ସେ ଚହଳ ପକାଇଥିଲେ । ସେ ସେତେବେଳର ନାୟକ ବାସୁ ମହାନ୍ତି, ଗୌରାଙ୍ଗ ସେନାପତି, ସୁଜୟ ମହାପାତ୍ର ଓ ଖଳନାୟକ ଦୈତାରୀ ପଣ୍ଡାଙ୍କ ସହିତ ନାୟିକା ଭାବେ ଅଭିନୟ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଚାଲିଥିଲେ । ପରେ ସେହି ତାରିଣୀ ଗଣନାଟ୍ୟରେ ରତ୍ନାକର ନାୟିକାରୁ ନାୟକ ବନିଗଲେ । ନାଟକ "ନଈ ସେପାରି କନକଗୋରୀ'ରେ ଜୀବନ, "ଝୁମୁକା ହଜିଲା ଝାଉଁବଣରେ'ରେ ସପନା, "ଚିଠିରେ ଚିଠିରେ ଚଉଠି ରାତି'ରେ ଜଗା, "ଗୁମୁରି କାନ୍ଦୁଛି ଲୋଟଣି ପାରା'ରେ ଅଶୋକ ଚରିତ୍ରରେ ନାୟକ ଭାବେ ଅଭିନୟ କରି ଦ୍ୱିତୀୟ ଇନିଂସ୍‍ର ଶୁଭାରମ୍ଭ କଲେ । ପରେ ସେ ବିଭିନ୍ନ ପାର୍ଟିରେ କମାଲ ଦେଖାଇବା ପରେ ଏବେ ପ୍ରାୟ ତିନି ବର୍ଷ ହେଲା ଯାତ୍ରା ସଚ୍ଚିଦାନନ୍ଦମରେ ନାୟିକା ପତ୍ନୀ ମାମାଙ୍କ ସହିତ ଅଭିନୟ ଜାରି ରଖିଛନ୍ତି । ସେହିପରି ରମାକାନ୍ତ ଦାସ ନୀଳଚକ୍ର ଅପେରାରେ ପ୍ରଥମେ ଡୁଏଟ୍‍ ହିରୋଇନ୍‍ ଭାବେ ଅଭିନୟ କରୁ କରୁ ନାୟିକା ବନିଗଲେ । ବହୁ ଚର୍ଚିତ ନାଟକ "କାହ୍ନୁ'ରେ ଝୁମୁରୀ, "କାଗଜ ଫୁଲ'ରେ ଜୟଶ୍ରୀ, "ରାତିର ଲୁହ'ରେ କମଳା, "ତଅପୋଇ'ରେ ବୋହୂ, "ଖୁଲଣା ସୁନ୍ଦରୀ'ରେ ଖୁଲଣା, "ଅନ୍ଧ ଦେଶେ ଗଲି ଦର୍ପଣ ବିକି'ରେ ରଶ୍ମୀ, "ଗାଁ ନାଁ ପ୍ରୀତିପୁର ଝିଅ ନାଁ ରାଧା'ରେ ରାଧା ଚରିତ୍ରରେ ଅଭିନୟ କରି ରମାକାନ୍ତ ସେତେବେଳେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଯଲିଉଡ୍‍କୁ ଝିଅମାନେ ଅାସିବା ଅାରମ୍ଭ କରିବା ପରେ ସେ ଚରିତ୍ର ଅଭିନେତା ଭାବେ ଅଭିନୟ କରୁ କରୁ ହାସ୍ୟ ଅଭିନୟକୁ ବାଛିନେଇ ହାସ୍ୟାଭିନେତା ବନିଗଲେ । ଏବେ ୨୦୦୬ ମସିହାରୁ ରମାକାନ୍ତ ହାସ୍ୟାଭିନେତା ଭାବେ ଅଭିନୟ କରି ଦର୍ଶକଙ୍କ ପୂର୍ଣ୍ଣ ମନୋରଂଜନ କରିଚାଲିଛନ୍ତି ।

ଗହୀରମଥା[ସମ୍ପାଦନା]

ଗହୀରମଥାର ଗଭୀର ବ୍ୟଥା (ଅଶୋକ କୁମାର ସ୍ୱାଇଁ, ସମାଜ ରବିବାର)

୧୫ ମାର୍ଚ୍ଚ ୨୦୧୫: କ ଇଁଛଙ୍କ ବଂଶରକ୍ଷା ନିମିତ୍ତ କେନ୍ଦ୍ର ସରକାର ଗହୀରମଥାକୁ ଏକ ସାମୁଦ୍ରିକ ଅଭୟାରଣ୍ୟ ରୂପେ ଘୋଷଣା କରିଛନ୍ତି । ଅଲିଭ୍ ରିଡ଼୍ଲେ କଇଁଛଙ୍କ ସର୍ବବୃହତ୍ ପ୍ରଜନନସ୍ଥଳୀ ହେଉଛି ଗହୀରମଥା । ୧୯୭୬ ମସିହାରେ ଅଷ୍ଟ୍ରେଲିଆର ପ୍ରାଣୀ ବିଶେଷଜ୍ଞ ଏଚ୍.ଆର୍. ବଷ୍ଟର୍ଡ଼ ଗହୀରମଥାକୁ ବିପୁଳ ସଂଖ୍ୟାରେ କଇଁଛ ପ୍ରଜନନ ପାଇଁ ଆସୁଥିବା ଭାରତ ସରକାରଙ୍କୁ ଜଣାଇଥିଲେ । ୧୯୯୪ ମସିହାରେ ଗହୀରମଥାଠାରୁ ସମୁଦ୍ର ଆଡ଼କୁ ୨୦ କିମି ମଧ୍ୟରେ ମାଛମରାକୁ ନଷିଦ୍ଧ କରାଯାଇଥିଲା । ୧୯୯୭ ସେପ୍ଟେମ୍ବର ୨୭ରେ ଏହି ଅଞ୍ଚଳକୁ ସାମୁଦ୍ରିକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା । ଧାମରା ନଦୀ ମୁହାଣଠାରୁ ଦକ୍ଷିଣରେ ମହାନଦୀ ମୁହାଣ ପର୍ଯ୍ୟନ୍ତ ପ୍ରାୟ ୧୯୪୩ ବର୍ଗକିମି ଅଞ୍ଚଳକୁ ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ବାଘ ଓ ଅଲିଭ୍ ରିଡ଼ଲେ ମାରିବା ପାଇଁ ବନ୍ୟପ୍ରାଣୀ ସଂରକ୍ଷିତ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ୧୯୭୪ରେ କଇଁଛକୁ ସୁରକ୍ଷିତ ଜୀବ ଭାବେ ତାଲିକା ଭୁକ୍ତ କରାଯାଇଥିଲା । ତେବେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସମୁଦ୍ର କୂଳରେ ମାଛ ଯଥେଷ୍ଟ କମିଯିବାରୁ ସେଠାକାର ଧୀବର ବେଆଇନ ଭାବେ ଗହୀରମଥା ପରିସରରେ ପଶି ମାଛ ଧରିବାରେ ଲାଗିଲେ । କାରଣ ଗହୀର ମଥାର ସମୁଦ୍ରରେ ପ୍ରଚୁର ମାଛ ମିଳନ୍ତି । ନିସିଦ୍ଧାଞ୍ଚଳ ଥାଇମଧ୍ୟ କେନ୍ଦ୍ରାପଡ଼ାର ଜମ୍ବୁ, ରାମନଗର, ଟୁବି, ବରକୋଳିଖଳା, ଜଗରଜୋର, ବରଜବାହାକୁଦ, ତନ୍ତିଆପାଳ, ବେଣାକନ୍ଦା, ସୁନତି, ପେଣ୍ଠ, ବଗପାଟିଆ, ବରୁଣେଇ ମୁହାଣ, ସାତଭାୟା, ଓକିଲପାଳ, ତାଳଚୁଆ, ରଙ୍ଗଣୀ, ଧାମରା, ଜଉଦିଆ ଅଞ୍ଚଳରେ ପୂର୍ବପରି କଇଁଛ ଆସିବା ସମୟରେ ପ୍ରଚୁର ମାଛ ଆମଦାନୀ ଓ ରପ୍ତାନୀ ହେଉଛି । ତେବେ ପାରମ୍ପରିକ ମତ୍ସ୍ୟଜୀବୀମାନେ ମାଛ ଧରାରେ ଦେଶୀ ଡଙ୍ଗା ବ୍ୟବହାର କରୁଥିବାରୁ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ । କଇଁଛ ଆଗମନ ଜାଣି ବେପରବାୟ ଭାବରେ ସେମାନେ ମାଛ ଧରୁଛନ୍ତି । ଗହୀରମଥାର ସୁରକ୍ଷା ଦାୟିତ୍ୱ ବନବିଭାଗ, ଗୃହ ବିଭାଗ, ଡିଆରଡିଓ, କୋଷ୍ଟଗାର୍ଡ଼, ସାମୁଦ୍ରିକ ମତ୍ସ୍ୟବିଭାଗ, ସାମୁଦ୍ରିକ ଥାନା ଉପରେ ନ୍ୟସ୍ତ କରାଯାଇଛି । ଗହୀରମଥା ରେଞ୍ଜ ଅଫିସ୍ ନିକଟସ୍ଥ ଗ୍ରାମଗୁଡ଼ିକରେ ୮୦ରୁ ଉଦ୍ଧ୍ୱର୍ ବୋଟ୍ ଡ୍ରାଇଭରଙ୍କ ଘର ରହିଛି । ଏହାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବଡ଼ବଡ଼ ଯନ୍ତ୍ରଚାଳିତ ବୋଟରେ ମାଫିଆମାନେ ମାଛ ଧରୁଥିବାବେଳେ ବନବିଭାଗର ପୁରୁଣା ବୋଟରେ ପାଟ୍ରୋଲିଂ କରି ସେମାନଙ୍କୁ ଧରି ପାରୁ ନାହିଁ । ବୋଟ୍ ସଂଖ୍ୟା ୧୦ ବର୍ଷରେ ଦୁଇଗୁଣ ବଡ଼ିଛି । ମାଫିଆମାନଙ୍କ ଟ୍ରଲର ମାଡ଼ରେ ଶହଶହ କଇଁଛ ଦୈନିକ କରୁଛନ୍ତି । ବର୍ଷ ବର୍ଷ ଧରି ନିଜ ବଂଶ ବୃଦ୍ଧି କରିବା ପାଇଁ ଅଲିଭ୍ ରିଡ଼୍ଲେ ନଭେମ୍ବର ପ୍ରଥମ ସପ୍ତାହରେ ସୁଦୂର କୋଷ୍ଟାରିକା, ଶ୍ରୀଲଙ୍କା ଓ ଜାଫନା ଉପକୂଳରୁ ହଜାର ହଜାର କିଲୋମିଟର ଅତିକ୍ରମକରି ସାମୁଦ୍ରିକ ପଥରେ ଓଡ଼ିଶା ଉପକୂଳକୁ ଆସିଥାନ୍ତି । ଏଠାରେ ସମୁଦ୍ରର ନୀଳ ଜଳରାଶିରେ ଚାଲିଥାଏ ମିଳନ ପର୍ବ । ନଭେମ୍ବର ମାସ ଶେଷ ଆଡ଼କୁ ଗହୀରମଥା ବାଲୁକା ଶଯ୍ୟାରେ ସେମାନଙ୍କ ଅଣ୍ଡା ଦେବା ପର୍ବ ଆରମ୍ଭ ହୋଇଥାଏ । ପ୍ରତ୍ୟହ ସନ୍ଧ୍ୟାପରେ ଓ ସୂର୍ଯେ୍ୟାଦୟ ପର୍ଯ୍ୟନ୍ତ ୫୦ ସେମି ପର୍ଯ୍ୟନ୍ତ ବାଲିରେ ଗାତ ଖୋଳି ୧୦୦ରୁ ୨୦୦ ପର୍ଯ୍ୟନ୍ତ ଅଣ୍ଡା ଦେବାପରେ ଗାତକୁ ବାଲିରେ ଢାଙ୍କିଦେଇ ସେମାନେ ପୁନର୍ବାର ସମୁଦ୍ର ଭିତରକୁ ଚାଲିଯାଇଥାନ୍ତି । ପ୍ରଜନନକ୍ଷମ ହେବା ପାଇଁ ଗୋଟିଏ କଇଁଛକୁ ପ୍ରାୟ ୩୦ ବର୍ଷ ଲାଗିଥାଏ । ୫୦ରୁ ୬୫ ସେଣ୍ଟିମିଟର ଏହାର ଆକାର ହୋଇଥିବା ବେଳେ ୪୦ରୁ ୬୦ କିଲୋଗ୍ରାମ୍ ଏହାର ଓଜନ । କଇଁଛ ଜେଲିଫିସ୍ ବା (ରାବଣାଛତା) ଜାତୀୟ ମାରାତ୍ମକ ସାମୁଦ୍ରିକ ଜୀବଙ୍କୁ ଖାଇଦେଇଥାଏ । ଯାହା ଫଳରେ ସମୁଦ୍ର ଭିତରେ ଖାଦ୍ୟ ଓ ଖାଦକର ସମ୍ପର୍କ ଦୃଷ୍ଟିରୁ ପ୍ରାକୃତିକ ଭାରସାମ୍ୟ ରକ୍ଷା ହୋଇଥାଏ । ସବୁଠାରୁ ବଡ଼କଥା ହେଲା ଏହି ଅଣ୍ଡା ଦେବା ସମୟକୁ ଛାଡ଼ିଦେବା ପରେ ବର୍ଷକର ଅବଶିଷ୍ଟ ସମୟ ଏମାନେ କେଉଁଠି କଟାନ୍ତି ତାହା ଆଜିବି ଅସମାହିତ ହୋଇ ରହିଛି । ଧାମରା ବନ୍ଦର ଯେତେବେଳେ ତିଆରି ହେଲା ପରିବେଶବିତ୍ମାନେ ଏହାକୁ ବିରୋଧ କରୁଥିଲେ । କାରଣ ବଡ଼ବଡ଼ ଡ୍ରୋଜର ମେସିନ୍ ମାଟି ଖୋଳିବା ଦ୍ୱାରା ତାର ପ୍ରଭାବରେ ଗହୀରମଥାର ପ୍ରଶସ୍ତ ବେଳାଭୂମି ସବୁ ସମୁଦ୍ର ଢ଼େଉର ପ୍ରଭାବରେ ସଙ୍କୁଚିତ ହୋଇଯିବ । ଫଳରେ ଉକ୍ତ ସ୍ଥାନରେ କଇଁଛମାନେ ଅଣ୍ଡା ଦେବାକୁ ମଙ୍ଗିବେ ନାହିଁ । ସେହିପରି ଗହୀରମଥା ଠାରୁ ପ୍ରାୟ ୧୪ କି.ମି. ଦୂର ହୁଇଲରର ଉପଦ୍ୱୀପରେ ପ୍ରତିରକ୍ଷା ବିଭାଗ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଏହି ଉପଦ୍ୱୀପର ଥିବା ପ୍ରତିରକ୍ଷା ବିଭାଗର ଉଜ୍ଜ୍ୱଳ ଆଲୋକ ଗହୀରମଥାରେ ସାମୁଦ୍ରିକ କଇଁଛ ଅଣ୍ଡା ଦେଉଥିବା ବାଲୁକା ଶଯ୍ୟାଠାରୁ ଆରମ୍ଭ କରି ବତୀଘର ପର୍ଯ୍ୟନ୍ତ ବିଚ୍ଛୁରିତ । ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରତିରକ୍ଷା ବିଭାଗ ଭାରତ ସରକାରଙ୍କ ନିକଟରେ ତିନିଟି ସର୍ତ୍ତ ରଖିଥିଲେ । ସେଗୁଡ଼ିକ ହେଉଛି ଗହୀରମଥାକୁ ସାମୁଦ୍ରିକ କଇଁଛମାନେ ଅଣ୍ଡା ଦେବାକୁ ଆସୁଥିବା ସମୟ ଜାନୁୟାରୀ ଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସେହି ଉପଦ୍ୱୀପରେ ପ୍ରତିରକ୍ଷା ବିଭାଗର କୌଣସି ପରୀକ୍ଷାମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ନାହିଁ । ଦ୍ୱିତୀୟ ସର୍ତ୍ତ ହେଉଛି ଭିତରକନିକା ଅଭୟାରଣ୍ୟର ହେନ୍ତାଳ ବନ ଓ ସେ ଅଞ୍ଚଳରେ ଥିବା କୁମ୍ଭୀରମାନଙ୍କ ପ୍ରତି ବିପଦ ସୃଷ୍ଟି ହେବା ଭଳି କୌଣସି କାର୍ଯ୍ୟକ୍ରମ ସେମାନେ ଗ୍ରହଣ କରିବେ ନାହିଁ । ତୃତୀୟ ସର୍ତ୍ତ ଥିଲା ସେହି ଉପଦ୍ୱୀପର ଉଜ୍ଜ୍ୱଳ ଆଲୋକକୁ ଗହୀରମଥା ସମୁଦ୍ର ଜଳରାଶି କିମ୍ବା ଭିତରକନିକା ଅଭୟାରଣ୍ୟ ମଧ୍ୟକୁ ବିଚ୍ଛୁରିତ କରାଯିବ ନାହିଁ । ତେବେ ପ୍ରତିରକ୍ଷା ବିଭାଗ ବାସ୍ତବ କ୍ଷେତ୍ରରେ କୌଣସି ସର୍ତ୍ତ ରକ୍ଷା କରିନଥିବା ଅଭିଯୋଗ ହେଉଛି ।

ବର୍ଷୱାରୀ ଗହୀରମଥାରେ
ଅଣ୍ଡା ଦେଇଥିବା କଇଁଛଙ୍କ ସଂଖ୍ୟା
ବର୍ଷ କଇଁଛ ସଂଖ୍ୟା
୧୯୮୪ - ୮୫ ୨,୯୧,୦୦୦
୧୯୮୫-୮୬ ୫୦,୦୦୦
୧୯୮୬ - ୮୭ ୬,୩୬୦୦୦
୧୯୮୭-୮୮ ଆଦୌ ଆସିନାହାନ୍ତି
୧୯୮୮ - ୮୯ ୩,୧୫୦୦୦
୧୯୮୯-୯୦ ୨,୦୭୦୦୦
୧୯୯୦ - ୯୧ ୬,୫୯୦୦୦
୧୯୯୧-୯୨ ୩,୮୪,୦୦୦
୧୯୯୨-୯୩ ୬,୭୨,୦୦୦
୧୯୯୩-୯୪ ୬,୯୫,୦୦୦
୧୯୯୪ - ୯୫ ୩,୩୯,୫୦୦
୧୯୯୫ - ୯୬ ୨,୯୦,୦୦୦
୧୯୯୬-୯୭ ଆଦୌ ଆସିନାହାନ୍ତି
୧୯୯୭ - ୯୮ ଆଦୌ ଆସିନାହାନ୍ତି
୧୯୯୮ - ୯୯ ୨,୯୮,୦୦୦
୧୯୯୯- ୨୦୦୦ ୭,୧୧,୦୦୦
୨୦୦୦ - ୨୦୦୧ ୭,୪୧,୦୦୦
୨୦୦୧ - ୦୨ ୨୮୪୧
୨୦୦୨ - ୦୩ ୭୫,୦୩୨
୨୦୦୩ - ୦୪ ୨,୩୮,୦୯୧
୨୦୦୪ - ୦୫ ୨,୩୬,୬୦୫
୨୦୦୫ - ୦୬ ୨,୭୪,୭୯୩
୨୦୦୬ - ୦୭ ୧,୪୭,୮୧୧
୨୦୦୭ - ୦୮ ୩୧୨୧
୨୦୦୮ - ୦୯ ୧,୬୭,୨୨୨
୨୦୦୯-୧୦ ୩,୫୬,୮୯୪
୨୦୧୦ - ୧୧ ୩,୬୧,୫୭୩
୨୦୧୧ - ୧୨ ୧,୬୮,୦୧୧
୨୦୧୨ - ୧୩ ୪,୧୦,୦୧

ଶାଳବଣି[ସମ୍ପାଦନା]

ବଢୁଛି ଶାଳବଣିର ଶିବଲିଙ୍ଗ (ଅଶେଷ ସ, ସମାଜ ରବିବାର)

ବଢ଼ିଚାଲିଛି ଏହି ଶିବଲିଙ୍ଗ । ୧୫ଫୁଟ୍‍ରେ ଆବିର୍ଭାବ ହୋଇଥିବା ଏକ ଶିବଲିଙ୍ଗ ଏବେ ୨୨ଫୁଟ୍‍ରେ ପହଞ୍ଚିଛି । ଅଞ୍ଚଳବାସୀ ଏହାକୁ ଏସିଆ ମହାଦେଶର ସର୍ବବୃହତ୍‍ ବ୍ରହ୍ମଲିଙ୍ଗ ବୋଲି ଦାବି କରନ୍ତି । ଏହି ଲିଙ୍ଗକୁ ଆଦିବାସୀମାନେ ପୂଜା କରନ୍ତି । ନିକଟରେ ଏହି ଶୈବପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମଧ୍ୟ ମିଳିଛି ।

ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତର ନୀଳଗିରିସ୍ଥ ସ୍ୱର୍ଣ୍ଣଚୂଡ଼ ପାହାଡ଼ର ପଶ୍ଚିମପାଶ୍ୱର୍ ପାଦଦେଶରେ ଥିବା ଶାଳବଣି ଗାଁରେ ଆବିର୍ଭାବ ହୋଇଛନ୍ତି ବାବା ଜଟାଧାରୀ ନାମକ ଶିବ ଲିଙ୍ଗ । ପ୍ରାୟ ୭୦/୮୦ବର୍ଷ ତଳୁ ସେହି ଗାଁର ରୁହ୍ୟା ସିଂଙ୍କୁ ସ୍ୱପ୍ନାଦେଶ ହେବା ପରେ ସେ ୨ଟି ବରଡ଼ାଳ ଲଗାଇଥିଲେ । ତାଙ୍କ ଅନ୍ତେ ବହୁ ବର୍ଷ ପରେ ତାଙ୍କ ପୁଅ ସୁନା ସିଂଙ୍କ ସ୍ତ୍ରୀ ଚନ୍ଦ୍ରମଣି ଗର୍ଭବତୀ ଥିବା ସମୟରେ ତାଙ୍କ ଦେହ ଭଲ ହେଉନଥିଲା । ଗୁଣିଗାରେଡ଼ି, ଅପାଣିଆ ପୂଜାରେ ଖର୍ଚ୍ଚ କରି ନୟାନ୍ତ ହୋଇପଡ଼ିଥିଲେ ସେ । ରୋଗଗ୍ରସ୍ତ ପତ୍ନୀଙ୍କ କୋଳମଣ୍ଡନ କରି ଜନ୍ମ ନେଇଥିଲା ଏକ କୁନିଝିଅ । ଝିଅକୁ ଯେତେବେଳେ ୫ବର୍ଷ, ହଠାତ ପରିବାରରେ ଅଲୌକିକ ଘଟଣାମାନ ଘଟିଚାଲିଥାଏ । ପ୍ରାୟ ୨୫ବର୍ଷ ତଳର ଘଟଣା । ଝିଅର ବୟସ ୮ବର୍ଷ ହୋଇଥିଲା । କାର୍ତ୍ତିକ ମାସ ଗୁରୁବାରରେ ମାଟିକଳସୀ ନେଇ ନିକଟସ୍ଥ ଏକ ଚୂଆକୁ ପାଣି ପାଇଁ ବାହାରିଥିଲା ସେ । ସନ୍ଧ୍ୟା ସୁଧା ଝିଅଟି ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ । ରାତିରେ ଚାରିଆଡ଼େ ଖୋଜା ଚାଲିଥିବାବେଳେ ସମ୍ପୃକ୍ତା କନ୍ୟାଟି ଜଟାଧାରୀ ବାବାଙ୍କ ମସ୍ତକ ଉପରେ ବସି ଧ୍ୟାନମଗ୍ନ ଅବସ୍ଥାରେ ଓଁକାର ମନ୍ତ୍ର ଜପ କରୁଥିବା ଦେଖିବାକୁ ମିଳିଥିଲା । ଝିଅଟିକୁ ଗାଁସାରା ଲୋକ ଯେତେ ଡ଼ାକିଲେ ବି ସେ ପାଟି ଫିଟାଉ ନଥାଏ । ରାତିସାରା ବର୍ଷାରେ ଭିଜିଭିଜି ଶିବମନ୍ତ୍ର ଜପ କରୁଥିବା ଏହି ବାଳିକାଟି ଭୋର ସମୟରେ ଶିବଲିଙ୍ଗ ଉପରେ ଶୋଇ ପଡ଼ିଥିଲା । ଏତେ ଉଚ୍ଚ ଶିବଲିଙ୍ଗ ଉପରକୁ କୁନି ବାଳିକାଟି ଚଢ଼ିବା କାଠିକର ପାଠ । ସେଠାରୁ ଓହ୍ଲାଇବ କେମିତି ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା; କିନ୍ତୁ ଅକ୍ଳେଶରେ ଝିଅଟି ଉପରକୁ ହାତ ଟେକିବାରୁ ଜେଜେବାପା ପୋତିଥିବା ବରଡ଼ାଳଟି ତା’ ଆଡ଼କୁ ଚାଲି ଆସିଥିଲା; ଆଉ ସହଜରେ ସେ ତଳକୁ ଓହ୍ଲାଇ ପାରିଥିଲା । ଏହାର କିଛି ଦିନ ପରେ ସମ୍ପୃକ୍ତା ବାଳିକାଙ୍କ ଦେହାନ୍ତ ହୋଇଯାଇଥିଲା । ବାରମ୍ବାର ଶିବଙ୍କ ସ୍ୱପ୍ନାଦେଶ ପାଇ ମୃତ ବାଳିକାର ପିତା ସୁନା ସିଂ ଏବେ ସେଠାରେ ପୂଜକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ମନ୍ତ୍ରର ମ-ଅକ୍ଷର ଜଣାନଥିବା ସୁନାଙ୍କ ପାଟିରୁ ଆପେ ଆପେ ବାହାରି ପଡୁଛି ଓଁ ତ୍ରୟମ୍ବକମ୍‍ ୟଯାମହେଟ୍ଟ ମନ୍ତ୍ର । ଏହି ପୀଠର ସେବାୟତମାନେ ଆଜୀବନ ଆମିଷ ନିଷେଧ କରିଛନ୍ତି । ଅଞ୍ଚଳବାସୀଙ୍କ ସହଯୋଗରେ ୨/୩ବର୍ଷ ହେବ ଦୈନିକ ଉକ୍ତ ଶୈବପୀଠରେ ପ୍ରସାଦ ସେବନ କରାଯାଉଛି । ଜଟାଧାରୀଙ୍କ ପାଶ୍ୱର୍ରେ ଆଦିଶକ୍ତି ମା’ ପାର୍ବତୀ, ଗଣେଶ, ହନୁମାନ, ଦେବଗଣ, ଦେବୀଗଣ, ଶାଳଗ୍ରାମ ନନ୍ଦି, ସାଇବାବା ପ୍ରମୁଖ ପାଶ୍ୱର୍ ଦେବଦେବୀଙ୍କ ପୂଜାର୍ଚ୍ଚନା କରାଯାଉଛି । ମକର, ଜାଗର, ଦୁର୍ଗାପୂଜା, କାଳୀପୂଜା, ଚଣ୍ଡିପୂଜା, ରଜ ପ୍ରଭୃତିରେ ଧୂମ୍‍ଧାମରେ ପୂଜାର୍ଚ୍ଚନା ହୋଇଥାଏ । ପ୍ରତ୍ୟେକ ଦିନ ୪ଥର ଆଳତୀ କରାଯାଇଥାଏ । ଶୈବପୀଠକୁ ପ୍ରାୟତଃ ଧଳା, ସବୁଜ ଓ ହଳଦିଆ ରଙ୍ଗର ନାଗସାପ ଆସନ୍ତି ଏବଂ ଅନ୍ତର୍ଦ୍ଧାନ ହୋଇଯାଆନ୍ତି ବୋଲି ସେବାୟତମାନେ କହନ୍ତି । ସବୁଠାରୁ ଆଶ୍ଚର୍ଯର କଥା ଯେ, ନିସ୍ତବ୍ଧ ରାତିରେ ଉକ୍ତ ଶୈବପୀଠରେ ଘଣ୍ଟା, ମୃଦଙ୍ଗ ବାଜିବା ଭଳି ଶବ୍ଦ ହେଉଥିବା ଅଞ୍ଚଳବାସୀ କହନ୍ତି । ଗୁଣିଆକୁ କଳା କକୁଡ଼ା ଦେବା ପରିବର୍ତ୍ତେ ଅନ୍ତର ସହକାରରେ ବାବା ଜଟାଧାରୀଙ୍କୁ ଡ଼ାକିଲେ ଆରୋଗ୍ୟ ମିଳିଥାଏ ବୋଲି ଗ୍ରାମବାସୀ କହନ୍ତି । ରାସ୍ତାଘାଟ,ବିଦ୍ୟୁତ, ପାଣିର କୌଣସି ବ୍ୟବସ୍ଥା ନଥିବାରୁ ଏହି ବୃହତ୍‍ ଶିବଲିଙ୍ଗର ମହିମା ସମ୍ପର୍କରେ ବାହାର ଲୋକ ଜାଣି ପାରୁନାହାନ୍ତି । ନିକଟରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶାଳବଣିର ଏହି ଶୈବପୀଠକୁ ପର୍ଯ୍ୟଟନସ୍ଥଳୀର ତାଲିକାଭୁକ୍ତ କରିଛନ୍ତି; ଯାହାକି ଖୁସିର ବିଷୟ ।

ପପଙ୍ଗା ପାହାଡ଼[ସମ୍ପାଦନା]

ପପଙ୍ଗା ପାହାଡ଼-ଇତିହାସର ମୂକସାକ୍ଷୀ(ସମାଜ ରବିବାର)

ଈଂରେଜଙ୍କ ବିରୋଧରେ ଲଢେଇ କରି ପ୍ରାଣ ବିସର୍ଜନ କରିଥିବା ମୁକ୍ତି ସଂଗ୍ରାମୀଙ୍କ କାର୍ଯ୍ୟସ୍ଥଳ ମଧ୍ୟରୁ ପଶ୍ଚିମ ଓଡିଶାର ପପଙ୍ଗା ପାହାଡ ଅନ୍ୟତମ । ସମ୍ବଲପୁର-ବରଗଡ ଛଅ ନମ୍ବର ଜାତୀୟ ରାଜପଥର କେନାଲ ରାସ୍ତାରେ ଭେଡେନ ମଧ୍ୟଦେଇ ଦନ୍ତା ଓ ଜିରା ନଦୀର ସଂଗମ ସ୍ଥଳରୁ ପୂର୍ବକୁ ଗଲେ ପଡେ ପପଙ୍ଗା ପାହାଡ । ପୁଣି ବରଗଡରୁ ରେଙ୍ଗାଲି କ୍ୟାମ୍ପ ଦେଇ ୩୫ କିଲୋମିଟର କେନାଲରାସ୍ତା ଅତିକ୍ରମ କଲାପରେ ସେଇ ସୁନ୍ଦର ପପଙ୍ଗା ପାହାଡ ଦୃଷ୍ଟିକୁ ଆସେ । ବରଗଡ଼ ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହି ପାହାଡ ମାନ୍ୟତା ପାଇଛି । ପ୍ରାକୃତିକ ଶୋଭାରାଜି, ଆଧ୍ୟାତ୍ମିକ ଚେତନା ଓ ଐତିହାସିକସ୍ଥଳୀ ଭାବେ ଜଣାଶୁଣା ଏହି ପାହାଡ଼ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୬୦୦ ମିଟର ଉଚ୍ଚରେ । ପାହାଡ ଉପରକୁ ଯିବା ପାଇଁ ବର୍ତ୍ତମାନ କିଛି ପାହାଚ ନିର୍ମାଣ କରାଯାଇଛି । କିଛି ଦୂର ଚଢିଲା ପରେ ଏକ ପ୍ରସ୍ତର ଖଣ୍ଡ ଦୃଷ୍ଟିକୁ ଆସେ, ଯାହାକୁ ସ୍ଥାନୀୟ ଭାଷାରେ ‘ନିସଦ୍ ପଥର୍’ (ଅଳସୁଆ ପଥର) ବୋଲି କୁହାଯାଏ । ହୁଏତ ପାହାଚ ନଥିବା ସମୟରେ କ୍ଲାନ୍ତ ପଥିକ କିଛି ସମୟ ପାଇଁ ସେଠାରେ ବସି ରହି ତାର କ୍ଲାନ୍ତି ମେଣ୍ଟାଇ ଥାଏ । ତେଣୁ ଏହି ପଥରର ନାମ ଏପରି ହୋଇପାରିଥାଏ । କିଛି ଉପରକୁ ଗଲେ ପଡେ ‘ବନଖୋଲ’ । ଚତୁଃପାର୍ଶ୍ୱସ୍ଥ ପାହାଡର ସୁଉଚ୍ଚ ପ୍ରାଚିର ମଧ୍ୟରେ ଏକ ସୁରମ୍ୟ ଉପତ୍ୟକା, ତନ୍ମଧ୍ୟରେ ଅବସ୍ଥିତ ଏକ ପୁଷ୍କରିଣୀ । ବର୍ଷର ବିଭିନ୍ନ ଋତୁରେ ଦୂରଦୂରାନ୍ତରରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ପାହାଡ ଉପରୁ ଦନ୍ତା ଓ ଜିରା ନଦୀର ସଂଗମ ସ୍ଥଳ (ଦୋମୁହାଣି), ଅଦୂରରେ ମହାନଦୀର ଜଳରାଶି ଦର୍ଶକଙ୍କୁ ବିମୋହିତ କରିଥିଏ । ପ୍ରସ୍ତର ଖଣ୍ଡମାନଙ୍କର ସଜ୍ଜିକରଣ, ଉଷାକୋଠି, ବାଘଗୁମ୍ଫା (ବାଗ୍ ଦୁଏଲ୍), ଭୀମଖୋଲ୍, ପୋଲତଲ୍, ବଡଗୁଠେନ୍, ସାନଗୁଠେନ୍, ଦୁଆନଖୋଲ୍ ଏଠାକାର ପ୍ରମୁଖ ଦର୍ଶନୀୟ ସ୍ଥାନ । କେଉଁ ଇଂ କାଳରୁ ଏଠାରେ ସ୍ଥାପିତ ହୋଇଥିବା ବାବାମଠ (ଶ୍ରୀରାମ ଚନ୍ଦ୍ର ଯୋଗାଶ୍ରମ) ଆଧ୍ୟାମିôକ ବାତାବରଣ ସୃଷ୍ଟି କରିଥାଏ । ଦୁର୍ଗମ ପାହାଡର ଶୀର୍ଷଦେଶରେ ବୁଢାରଜା (ବାବା ଦେଓ) ପୂଜା ପାଆନ୍ତି । ପପଙ୍ଗା ପାହାଡ ନିକଟସ୍ଥ ରୁଷୁଡା ଗ୍ରାମର ଦେବୀ (କ୍ଷେତ୍ରପାଲ) ତାଙ୍କର ସହଧର୍ମିଣୀ । ଚୈତ୍ର ପୂର୍ଣ୍ଣମୀରେ ଏହି ଦୁଇ ଦେବଦେବୀଙ୍କ ମିଳନରେ ଅନୁଷ୍ଠିତ ହେଉଥିବା ଚୈତ୍ର ଯାତ୍ରା ଏ ଅଞ୍ଚଳରେ ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରିଥାଏ । ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ବଳିଦେଇ ଦେଶକୁ ମୁକ୍ତି କରିଥିବା ସୁରେନ୍ଦ୍ର ସାଏ ଏହି ପାହାଡକୁ ନିଜର ଅଭେଦ୍ୟ ଦୁର୍ଗ ଭାବରେ ବ୍ୟବହାର କରିଥିଲେ । ପପଙ୍ଗା ପାହାଡ, ବାରପାହାଡ, ସିଂହାସନ ପାହାଡ ସମସ୍ତେ ଥିଲେ ସେଇ ମୁକ୍ତିକାମୀ ସୁରେନ୍ଦ୍ର ସାଏଙ୍କ ସହଯୋଗୀ । ପପଙ୍ଗା ପାହାଡ ଏକ ଦୁର୍ଭେଦ୍ୟ ଦୁର୍ଗ ସଦୃଶ । ପାହାଡ ମଧ୍ୟସ୍ଥ ବହୁ ସ୍ଥାନ ରହିଛି ଯେଉଁଠାରୁ ଶତ୍ରୁଙ୍କ ଆଗମନର ଦୃଶ୍ୟ ଦେଖି ହେବ । ବଡଗୁଠେନ ଓ ସାନଗୁଠେନ ଏହି ଦାୟିତ୍ୱ ତୁଲାଉଥିଲେ । ବାଘଗୁମ୍ଫା (ବାଗ୍ଦୁଏଲ) ମଧ୍ୟରେ ଥିବା ସୁଡଙ୍ଗର ଅପର ପାଶ୍ୱର୍ର ରାସ୍ତା ଗୁଳ୍ମ ଦ୍ୱାରା ଆଚ୍ଛାଦିତ । ଗୁମ୍ଫା ମଧ୍ୟରେ ପ୍ରସସ୍ଥ ସ୍ଥାନ ଆତ୍ମଗୋପନ ତଥା ମନ୍ତ୍ରଣା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିଲା । ବାଘଗୁମ୍ଫାର ଡାହାଣ ପାଶ୍ୱର୍କୁ ଯାଇଥିବା ସୁଡଙ୍ଗଟି ଆଜି ବି ସେମିତି ଅଛି । ପପଙ୍ଗା ପାହାଡ ସହିତ କୁଦୋପାଲି, ଭେଡେନ, ଜାଣ୍ଡୋଲ ଓ ବସେଇକେଲା ଗଡର ନିବିଡ ସମ୍ପର୍କ ରହିଛି । ବସେଇକେଲା ଗ୍ରାମର ଢିକ୍ଢିକି ପଥର ଶବ୍ଦ ସୃଷ୍ଟି କରାଯାଉଥିଲା । ସେ ଶବ୍ଦ ବହୁ ଦୂରକୁ ଶୁଣାଯାଉଥିଲା ଓ ସେ ଶବ୍ଦ ଶୁଣି ଶତ୍ରୁ ଆଗମନର ସୂଚନା ଦିଆଯାଇଥାଏ । ଭେଡେନ ଜମିଦାର ମନୋହର ସିଂ ଥିଲେ ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ ଓ ଲୋଇଶିରା ଗ୍ରାମର ଜଗବନ୍ଧୁ ହୋତା ଥିଲେ ସୁରେନ୍ଦ୍ର ସାଏଙ୍କ ମାର୍ଗ ଦର୍ଶକ । ନିକଟସ୍ଥ କୁଦୋପାଲି ଗ୍ରାମରେ ଛବିଳ ସାଏ (ସୁନ୍ଦର ସାଏଙ୍କର ଭାଇ)ଙ୍କୁ ଗୁଳିବିଦ୍ଧ କରାଯାଇଥିବା କୁହାଯାଏ । ଆଜିବି ପଶ୍ଚିମାଞ୍ଚଳର ଲୋକଗୀତ (ବଉଳିଗୀତ) କୁମାରୀଙ୍କ କଣ୍ଠରୁ ଭାସି ଆସେ ‘ଉଲି ଉଲି ଉଲି ଉଲି ଛବିଳ ସାଏକେ ବାଜିଲା ଗୁଲି କୁଦୋପାଲିର ମଝାଖୁଲି ବଉଲିରେ କୁଦୋପାଲିର ମଝାଖୁଲି’ । ବାଘପାଲିର ଦୁଇଜଣ ସହିଦ ସିନ୍ଧୁ ଧରୁଆ ଓ ସୁନା ଧରୁଆ ସ୍ମୃତିକୁ ବହନ କରି ଆଜିବି ନାମିତ ହୋଇ ରହିଛି ସିନ୍ଧୁକଟା (ପୁଷ୍କରିଣୀ) ଓ ସୁନାଲରମ୍ଭା ଗ୍ରାମ । ଏହି ପର୍ଯ୍ୟଟନ ସ୍ଥଳୀକୁ ଆସିବା ପାଇଁ ସେପରି ଗମନା ଗମନ ସୁବିଧା ନାହିଁ । ପୀଠ ନିକଟରେ ଯାତ୍ରୀ ନିବାସ ମଧ୍ୟ ନାହିଁ । ପାହାଡ ମଧ୍ୟସ୍ଥ ପୁଷ୍କରିଣୀର ପୁନରୁଦ୍ଧାର କରାଯିବା ସହ ସହିଦଙ୍କ ପାଇଁ ଏକ ସ୍ମୃତିସ୍ତମ୍ଭ ସ୍ଥାପନ କରିବାକୁ ଅଞ୍ଚଳବାସୀ ଦାବି କରନ୍ତି ।

ମାର୍ଚ୍ଚ ୧୬[ସମ୍ପାଦନା]

ସାହିତ୍ୟ ଭାରତୀ ସମ୍ମାନ[ସମ୍ପାଦନା]

କବି ରବି ସିଂଙ୍କୁ ସାହିତ୍ୟ ଭାରତୀ ସମ୍ମାନ (ସମାଜ)

କଟକ,୧୫ ।୩: ବିଶିଷ୍ଟ ସାରସ୍ୱତ ସାଧକ କବି ରବି ସିଂଙ୍କୁ ‘ସାହିତ୍ୟ ଭାରତୀ ସମ୍ମାନ’ ପ୍ରଦାନ କରାଯାଇଛି । ରବିବାର ସନ୍ଧ୍ୟାରେ କଳାବିକାଶ କେନ୍ଦ୍ରଠାରେ ଗଙ୍ଗାଧର ରଥ ଫାଉଣ୍ଡେସନ୍‍ ପକ୍ଷରୁ ଆୟୋଜିତ ଏହି ସମାରୋହରେ ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ଡକ୍ଟର ଅରଜିତ୍‍ ପଶାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସିଂଙ୍କୁ ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଓ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସ୍ୱନାମଧନ୍ୟ ସାରସ୍ୱତ ସାଧକ ଓ ସମାଜସେବୀ ଅଧ୍ୟାପିକା ମନୋରମା ମହାପାତ୍ରଙ୍କୁ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ କବି ଡକ୍ଟର ହୁସେନ୍‍ ରବି ଗାନ୍ଧିଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’, କଥାକାର ଇନ୍ଦିରା ଦାଶଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ଏବଂ କଥାକାର ସହଦେବ ସାହୁ ଓ ଡକ୍ଟର ରବିନାରାୟଣ ମହାରଣାଙ୍କୁ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ଫଉଣ୍ଡେସନ୍‍ର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ ପୌରୋହିତ୍ୟ କରିଥିଲେ । ବିଶିଷ୍ଟ ସାହିତି୍ୟକ ତଥା ସାମ୍ବାଦିକ ଡ. ଗୌରହରି ଦାସ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ । ଫାଉଣ୍ଡେସନ୍‍ର ସମ୍ପାଦିକା ସୁସ୍ମିତା ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଡ. ବିଜୟାନନ୍ଦ ସିଂହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉତ୍ସବରେ ବହୁ ବିଶିଷ୍ଟ ସାହିତି୍ୟକ, ଆଇନଜୀବୀ, ସମାଜସେବୀ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

ଜଗନ୍ନାଥ ସଡ଼କ, ପିପିଲି[ସମ୍ପାଦନା]

୧୩୮ କି.ମି ରାସ୍ତାରେ ୧୮୦୦ ଜୀର୍ଣ୍ଣ କୀର୍ତ୍ତିରାଜି-ଜଗନ୍ନାଥ ସଡ଼କର ଐତିହ୍ୟ ପ୍ରକାଶନରେ ପିପିଲିର ସ୍ଥାନ ମହତ୍ତ୍ୱପୂର୍ଣ୍ଣ (ସମାଜ)

ପିପିଲି,୧୫ା୩(ନି.ପ୍ର)- କଲକାତାରୁ ପୁରୀ ଯାଇଥିବା ପୁରୁଣା ଜଗନ୍ନାଥ ସଡକର ଗୌରବମୟ ଐତିହ୍ୟ ପ୍ରକାଶନରେ ପୁରୀ ଜିଲାର ପିପିଲି ପ୍ରମୁଖ ସ୍ଥାନ ପାଇବ । ଇନ୍‍ଟାକ୍‍ ପ୍ରାୟୋଜିତ "ଜଗନ୍ନାଥ ସଡକ' ପ୍ରକଳ୍ପରେ କରାଯାଇଥିବା ପ୍ରାଥମିକ ସର୍ବେକ୍ଷଣରୁ ମିଳିଥିବା ତଥ୍ୟକୁ ଆଧାର କରି ଜଣାପଡ଼ିଛିଯେ, ଜଳେଶ୍ୱରଠାରୁ ପୁରୀ ଅଠରନଳା ପର୍ଯ୍ୟନ୍ତ ଜଗନ୍ନାଥ ସଡକର ଭଭୟ ପାଶ୍ୱର୍ରେ ଗଢି ଉଠିଥିବା ଐତିହାସିକ କୀର୍ତ୍ତିରାଜିରୁ ସର୍ବାଧିକ ପିପିଲି ଅଞ୍ଚଳରେ ହିଁ ରହିଛି । ଏହି ଜୀର୍ଣ୍ଣ କୀର୍ତ୍ତିଗୁଡିକର ଫଟୋଚିତ୍ର ସହ ଏକ ସଂକ୍ଷିପ୍ତ ଇତିହାସ ପ୍ରଦାନ କରାଯାଇ ଇନ୍‍ଟାକ୍‍ ଦ୍ୱାରା ଇଂରାଜୀ ଭାଷାରେ ଏକ ପୁସ୍ତକ ଆଗାମୀ ନବକଳେବର ସମୟରେ ଲୋକାର୍ପଣ କରାଯିବ । ପିପିଲିଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇନ୍‍ଟାକ୍‍ର ସଂଯୋଜକ ଅନୀଲ ଧିର ଏହି ସୂଚନା ଦେଇଛନ୍ତି । ଶ୍ରୀ ଧିର କହିଥିଲେ ଯେ, ୫୧୨ କିଲୋମିଟର ଲମ୍ବ ପୁରୁଣା ଜଗନ୍ନାଥ ସଡକର ଉଭୟ ପାଶ୍ୱର୍ରେ ଥିବା ପ୍ରତ୍ନତାତ୍ତ୍ୱିକ ବିଭବକୁ ଅନୁଧ୍ୟାନ କରିବା ପରେ ଜଣାପଡିଛି ଯେ, ସର୍ବାଧିକ ପ୍ରତ୍ନତାତ୍ତ୍ୱିକ ବିଭବ ପିପିଲି ଅଞ୍ଚଳରେ ରହିଛି । ଦୀର୍ଘଦିନ ଧରି ଓଡିଶା ମୋଗଲ,ମରହଟ୍ଟା , ଆଫ୍‍ଗାନ ଓ ଇଂରେଜଙ୍କ ଦ୍ୱାରା ଶାସିତ ହେବା ଫଳରେ ଜଗନ୍ନାଥ ସଡକ ଗମନାଗମନ ପାଇଁ ଏକ ପ୍ରମୁଖ ଭୂମିକା ନେଇଥିଲା । ମୋଗଲଙ୍କଠାରୁ ଇଂରେଜଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଶକ୍ତି ପିପିଲିକୁ ନିଜ ନିଜର ସାଂସ୍କୃତିକ ତଥା ସାମରିକ ଗୁରୁତ୍ୱ ଦେଇଥିବାରୁ ଏଠାରେ ଐତିହାସିକ କୀର୍ତ୍ତି ବହୁଳ ଭାବରେ ଗଢି ଉଠିଥିଲା । ସେହି ଗରିମାମୟ ଐତିହ୍ୟ ଐତିହାସିକ ଜଗନ୍ନାଥ ପଟ୍ଟନାୟକ ଓ ରମେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲିଖିତ "ଇତିହାସ ପୃଷ୍ଠାରେ ପିପିଲି' ପୁସ୍ତକରେ ବିସ୍ତୃତ ରୂପେ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ବହୁ କୀର୍ତ୍ତି ଏବେ ଭଗ୍ନ ଅବସ୍ଥାରେ ବିଦ୍ୟମାନ ଥିବା ବେଳେ ଅନ୍ୟ କେତେକ କୀର୍ତ୍ତି ସଂପୂର୍ଣ୍ଣ ଭାବେ ଧ୍ୱଂସ ପାଇଗଲାଣି । ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଥିବା କୀର୍ତ୍ତି ମଧ୍ୟରୁ ଦାଣ୍ଡମୁକୁନ୍ଦପୁରର ଶ୍ରୀଗୋପାଳଜୀଉ ମନ୍ଦିର ଓ ବଡପୋଖରୀ ପ୍ରଭୃତି ପ୍ରମୁଖ ଜଳାଶୟ ଓ କୂପ ରହିଛି । ସବୁଠାରୁ ବଡ଼ କଥା ହେଉଛି ପିପିଲିରେ ରାସ୍ତା କଡରେ ପୁରାତନ ମନ୍ଦିର, ଦରଘା ଓ ଚର୍ଚ୍ଚ ରହିଛି । ଆସନ୍ତା ନବକଳେବର ଅବସରରେ ଏହି ପ୍ରକଳ୍ପ ମାଧ୍ୟମରେ ୧୮ଶହରୁ ଊଦ୍ଧ୍ୱର୍ ଐତିହାସିକ କୀର୍ତ୍ତିର ଏକ ବିବରଣୀ ପ୍ରକାଶନ କରାଯାଇ ଭବିଷ୍ୟତ ପିଢି ପାଇଁ ଏକ ପୁସ୍ତକ ଆକାରରେ ସାଇତି ରଖାଯାଇପାରିବ । ମୋଟ ୫୧୨ କିଲୋମିଟର ଲମ୍ବ ପୁରୁଣା ଜଗନ୍ନାଥ ସଡକ ମଧ୍ୟରୁ ୧୩୮ କିମି ରାସ୍ତାରେ ଏହି କୀର୍ତ୍ତି ରହିଛି । ଧ୍ୱଂସ ପାଇଥିବା କୀର୍ତ୍ତିର ତାଲିକା କରାଯାଇ ଭଗ୍ନ କୀର୍ତ୍ତିଗୁଡିକର ସୁରକ୍ଷା କରାଯାଇ ପାରିବ ବୋଲି ଶ୍ରୀ ଧିର କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପିପିଲି ସାଂସ୍କୃତିକ ପରିଷଦର ମୁଖ୍ୟ ସମ୍ପାଦକ ରମେଶ ଚନ୍ଦ୍ର ମହାପାତ୍ର, ସଭାପତି ମାଧବ ଚନ୍ଦ୍ର ବୈଠାରୁ, କମଳାକାନ୍ତ ବସ୍ତିଆ, ଅଧ୍ୟାପକ ସୁରେନ୍ଦ୍ରନାଥ ମିଶ୍ର, ଦୀନବନ୍ଧୁ ବେହୁରା, ଜିତେନ୍ଦ୍ରୀୟ ପଟ୍ଟନାୟକ ଓ ରମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

ମାର୍ଚ୍ଚ ୨୦[ସମ୍ପାଦନା]

ଶଶିମଣିଦେବଦାସୀ[ସମ୍ପାଦନା]

ଶଶିମଣି  ହୋଇଗଲା

ଅପୂର୍ଣ୍ଣ ରହିଲା ନବକଳେବର ଦର୍ଶନ ଇଚ୍ଛା-ଶେଷ ଦେବଦାସୀଙ୍କ ଦେହାନ୍ତ (ସମାଜ)

ପୁରୀ, ୧୯ା୩ (ଆ.ପ୍ର)- ଶ୍ରୀମନ୍ଦିରର ଶେଷ ଦେବଦାସୀ ଶଶିମଣି ଆଉ ନାହାନ୍ତି । ତାଙ୍କର ମହାପ୍ରଭୁଙ୍କ ନବକଳେବର ଦର୍ଶନ ଇଚ୍ଛା ଅସମ୍ପୂର୍ଣ୍ଣ ରହିଗଲା । କିଛିଦିନ ଧରି ଅସୁସ୍ଥଥିବା ଶଶିମଣି ୯୨ବର୍ଷ ବୟସରେ ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଖବର ପ୍ରଚାରହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଦୋଳମଣ୍ଡପ ସାହିସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶଶିମଣିଙ୍କ ମୃତୁ୍ୟପରେ ଶ୍ରୀଜଗନ୍ନାଥ ମନ୍ଦିରରେ ଦେବଦାସୀ ପରମ୍ପରା ଲୋପ ପାଇଛି । ୧୨ବର୍ଷ ବୟସରୁ ସେ ମହାପ୍ରଭୁଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ଶ୍ରୀମନ୍ଦିର ଜଗମୋହନରେ ପରମ୍ପରା ଅନୁଯାୟୀ ମାହାରୀ ନୃତ୍ୟ ପରିବେଷଣ କରିଥିଲେ ଶଶିମଣି । ଏହାଛଡା ମହାପ୍ରଭୁଙ୍କ ଚନ୍ଦନଯାତ୍ରା ସମୟରେ ସେ ଦେବଦାସୀ ନୃତ୍ୟକରି ଅଗଣିତ କଳା ଓ ସଂସ୍କୃତିପ୍ରେମୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ । ଶଶିମଣିଙ୍କ ଯୋଗୁଁ ମାହାରୀନୃତ୍ୟକୁ ରାଜ୍ୟର ଅନେକ ଆଗଧାଡିର ନୃତ୍ୟଶିଳ୍ପୀ ଆଦରି ନେଇଛନ୍ତି । ଅସୁସ୍ଥତା ଯୋଗୁଁ ପ୍ରାୟ ୭ବର୍ଷ ହେଲା ଶଶିମଣି ମହାପ୍ରଭୁଙ୍କ ଦର୍ଶନପାଇଁ ଶ୍ରୀମନ୍ଦିର ଯାଇପାରୁ ନଥିଲେ । ଏହା ତାଙ୍କୁ ସବୁଠାରୁ ଅଧିକ ମ୍ରିୟମାଣ କରିପକାଇଥିଲା । କିନ୍ତୁ ମହାପ୍ରଭୁଙ୍କ ଉଦେ୍ଧଶ୍ୟରେ ସାବିତ୍ରୀବ୍ରତ ପାଳନ କରିବାକୁ ସେ କେବେବି ଭୁଲିନଥିଲେ । ରୋଗଶଯ୍ୟାରେ ପଡି ମଧ୍ୟ ତାଙ୍କ ପାଦ, ହାତ ଏବଂ ସ୍ୱର ପ୍ରଭୁଙ୍କ ପାଇଁ କଥା କହୁଥିଲା । ଶଶିମଣି ଧର୍ମପୁଅଙ୍କ ଘରେ ଆଶ୍ରୟ ନେଇଥିଲେ । ମାହାରୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ର ଶଶିମଣିଙ୍କୁ ଆଦର୍ଶ ଭାବେ ଗ୍ରହଣକରି ତାଙ୍କ ସେବାଶୁଶ୍ରୂସା କରୁଥିଲେ । ଶେଷ ଜୀବନରେ ଅର୍ଥାଭାବ ଶଶିମଣିଙ୍କ ଚିକିତ୍ସାରେ ବାଧକ ସାଜିଥିଲା । ଏପରିକି ସଂସ୍କୃତି ବିଭାଗର କଳାକାର ଭତ୍ତା ତାଙ୍କୁ ୪ମାସ ହେଲା ମିଳିନଥିଲା । ଦେବଦାସୀଙ୍କ ଅସୁସ୍ଥତା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପର୍ଯ୍ୟଟନ ଓ ସଂସ୍କୃତି ସଚିବ ଡଃ ଅରବିନ୍ଦ କୁମାର ପାଢୀ କିଛିଦିନ ତଳେ ଶଶିମଣିଙ୍କୁ ସାକ୍ଷାତକରି ୨୫ହଜାର ଟଙ୍କା ଆର୍ଥିକ ସହାୟତା ଏବଂ ଏକ ପାଟଶାଢୀ ପ୍ରଦାନ କରିଥିଲେ । ଶଶିମଣିଙ୍କ ଶରୀର ଫୁଲିଯିବା ସହ ଦୁଇଗୋଡ ଅଚଳ ହୋଇପଡିଥିଲା । ତଥାପି ଶ୍ରୀଜୀଉଙ୍କ ନବକଳେବର ଦର୍ଶନ କରିବାକୁ ସେ ଆଶାବାନ୍ଧି ରହିଥିଲେ । ସ୍ୱର୍ଗଦ୍ୱାରରେ ଶଶିମଣିଙ୍କ ଶବସକ୍ରାର କରାଯାଇଛି । ତାଙ୍କ ଧର୍ମପୁଅ ସୋମନାଥ ପଣ୍ଡା ମୁଖାଗ୍ନି ଦେଇଛନ୍ତି । ଶଶିମଣିଙ୍କ ମୃତୁ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶଚନ୍ଦ୍ର ମହାପାତ୍ର ଶୋକପ୍ରକାଶ କରିଛନ୍ତି ।

ବଲ୍ଲିଭଗତ ପ୍ରାଥମିକ ବିଦ୍ୟାଳୟ[ସମ୍ପାଦନା]

୬୮ବର୍ଷ ପୁରୁଣା ବିଦ୍ୟାଳୟ ଭିତ୍ତିଭୂମି ଖୋଜୁଛି (ସମାଜ)

କଟକ,୧୯ ।୩: ପୁରାତନ ବଲ୍ଲିଭଗତ ପ୍ରାଥମିକ ବିଦ୍ୟାଳୟଟି ଅବହେଳିତ ଅବସ୍ଥାରେ ରହିଛି । ଆବଶ୍ୟକ ଶ୍ରେଣୀଗୃହ ସାଙ୍ଗକୁ ଶିକ୍ଷକଙ୍କ ଅଭାବ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଏହାର ଉନ୍ନତି ନିମନ୍ତେ ସ୍ଥାନୀୟ ଜନସାଧାରଣ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ୧୯୪୭ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ବିଦ୍ୟାଳୟ ୬୮ବର୍ଷରେ ପାଦ ଥାପିଥିଲେ ସୁଦ୍ଧା ଏହାର ମୌଳିକ ଭତ୍ତିଭୂମି ଓ ଉନ୍ନତି ହୋଇପାରିନାହିଁ । ସ୍ଥାନୀୟ ଅଞ୍ଚଳର ଜଣେ ବଦାନ୍ୟ ବ୍ୟକ୍ତି ସ୍ୱର୍ଗତ ବଲ୍ଲିଭଗତ ଏହି ସ୍କୁଲକୁ ପ୍ରତିଷ୍ଠା କରିବା ସହିତ ଦାନସୂତ୍ରରେ ଦେଇଥିଲେ । କଟକ ମହାନଗର ନିଗମ ଅନ୍ତର୍ଗତ ୨୫ ନମ୍ବର ୱାର୍ଡର ବେପାରୀସାହିରେ ସ୍କୁଲଟି ରହିଛି । ଏଠାକୁ ବେପାରୀସାହି ସମେତ ଧୋବିଲେନ୍‍, କେଶରପୁର, କୁମ୍ଭାରସାହି ଭଳି ପାଖାପାଖି ଅଞ୍ଚଳର ପ୍ରାୟ ୭୨ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସୁଛନ୍ତି । ସ୍କୁଲ୍‍ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ନିମନ୍ତେ ପାଞ୍ଚଟି ଶ୍ରେଣୀଗୃହର ଆବଶ୍ୟକତା ରହିଥିବା ବେଳେ ୩ଟି ଶ୍ରେଣୀଗୃହରେ ପାଠପଢ଼ା ଚାଲୁଛି । ଏଥିପାଇଁ ଦୁଇଜଣ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି । ଚେୟାର ବେଞ୍ଚ ଥିଲେ ସୁଦ୍ଧା ସ୍ଥାନାଭାବରୁ ସେଗୁଡ଼ିକ ବ୍ୟବହାରରେ ଲାଗିପାରୁନି । ପିଲାମାନେ ତଳେବସି ପାଠ ପଢ଼ୁଛନ୍ତି । ଏହାଛଡ଼ା ପାନୀୟ ଜଳ ସମସ୍ୟା ମଧ୍ୟ ଲାଗିରହିଛି । ଉକ୍ତ ବିଦ୍ୟାଳୟରେ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଛି । ଏଥିପାଇଁ ଅନେକ ସମୟରେ ପିଲା ବାହାରେ ବସି ପାଠ ପଢ଼ୁଛନ୍ତି । ବିଦ୍ୟାଳୟରେ ତିନୋଟି ଶ୍ରେଣୀ ଗୃହ ମଧ୍ୟରୁ ଦୁଇଟିରେ ପାଠ ପଢ଼ା କାର୍ଯ୍ୟ ଚାଲିଛି । ସେହିଭଳି ଶ୍ରେଣୀଗୃହ ଅଭାବ ରହିଥିବା ବେଳେ ଅଫିସ୍‍ କାର୍ଯ୍ୟାଳୟର ମଧ୍ୟ କୌଣସି ବ୍ୟବସ୍ଥା ନାହିଁ । ବିଦ୍ୟାଳୟର ଅଧିକ ଶ୍ରେଣୀକକ୍ଷ ନିର୍ମାଣ ନିମନ୍ତେ ବିଦ୍ୟାଳୟର ପଛରେ ଜାଗା ରହିଥିବା ବେଳେ ବିଦ୍ୟାଳୟକୁ ସମ୍ପ୍ରସାରଣ କରିବା ନିମନ୍ତେ ଦୁଇଥର ଟଙ୍କା ଆସି ଫେରିଯାଇଛି । କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଯୋଗୁ ଏହି କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି; ଅନ୍ୟପକ୍ଷରେ ସରକାର ଯେତିକି ଟଙ୍କା ଦେଉଛନ୍ତି ସେତିକିରେ ବିଦ୍ୟାଳୟ ଗୃହ ନିର୍ମାଣ ହୋଇପାରିବ ନାହିଁ ବୋଲି ମଧ୍ୟ ଅଭିଯୋଗ ହେଉଛି । ଏହି ବିଦ୍ୟାଳୟରେ ମଧ୍ୟ ବେପାରୀ ସାହିର ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଛି । ଏହି କେନ୍ଦ୍ରକୁ ପ୍ରତ୍ୟେକ ଦିନ ୨୦ରୁ ଅଧିକ ଶିଶୁ ଆସିଥାନ୍ତି । ଏଠାରେ ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ ସହାୟିକା ଅଛନ୍ତି । ସକାଳ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଅଙ୍ଗନବାଡ଼ିର ପିଲାମାନେ ଶ୍ରେଣୀଗୃହ ମଧ୍ୟରେ ପଢ଼ିଥାନ୍ତି । ବିଦ୍ୟାଳୟକୁ ଅନ୍ୟ ପିଲାମାନେ ଆସିଲେ ଅଙ୍ଗନବାଡ଼ି ପିଲାମାନେ ବିଦ୍ୟାଳୟର ବାରଣ୍ଡାରେ ପାଠ ପଢ଼ିବାକୁ ବାଧ୍ୟ ହୋଇଥାନ୍ତି । ଏହି ପ୍ରାଥମିକ ବିଦ୍ୟାଳୟଟି ବହୁ ପୁରାତନ ହୋଇଥିବା ବେଳେ ଆବଶ୍ୟକୀୟ ଶ୍ରେଣୀକକ୍ଷ ଓ ଆବଶ୍ୟକୀୟ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କରାଗଲେ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

କସ୍ତୁରୀ ପଟ୍ଟନାୟକ[ସମ୍ପାଦନା]

ବିଦ୍ୟୁତ କୁମାରୀ ଚୌଧୁରୀ[ସମ୍ପାଦନା]

ମାର୍ଚ୍ଚ ୨୧[ସମ୍ପାଦନା]

ସିନେ ତରଙ୍ଗ ଆୱାର୍ଡ[ସମ୍ପାଦନା]

୬ଷ୍ଠ ସିନେ ତରଙ୍ଗ ଆୱାର୍ଡରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

କଟକ, ୨୦ା୩ (ସିଟି) : ଜବାହରଲାଲ ଇନଡୋର ଷ୍ଟାଡିୟମ୍ରେ ରାଜ୍ୟର ପ୍ରଥମ ମନୋରଞ୍ଜନ ଚାନେଲ ତରଙ୍ଗ ପକ୍ଷରୁ ‘୬ଷ୍ଠ ତରଙ୍ଗ ସିନେ ଆୱାର୍ଡସ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ଓଲିଉଡ୍ ଓ ବଲିଉଡର ନାମୀଦାମୀ କଳାକାର ଯୋଗଦେଇଥିଲେ । ଓଲିଉଡ ତାରକା ବୁଦ୍ଧାଦିତ୍ୟ, ପ୍ରିୟା ଓ ମନୋଜ ମିଶ୍ରଙ୍କ ସଂଚାଳନାରେ ଏହି ସଂନ୍ଧ୍ୟା ହେଇଥିଲା ଉସôବ ମୁଖର । ପ୍ରତିଭାଙ୍କୁ ସ୍ୱୀକୃତି ଦେବା ସହ ଜୀବନବ୍ୟାପି ସାଧନା ପାଇଁ ପୁରସ୍କୃତ ହୋଇଥିଲେ ଓଡିଶାର ଚିର ସବୁଜ ନାୟକ ଉତ୍ତମ ମହାନ୍ତି । ଏହି ଅବସରରେ ଓଡିଶା ଟେଲିଭିଜନର ନିର୍ଦେଶିକା ତଥା ସହ-ପ୍ରତିଷ୍ଠାତା ଜଗିମଙ୍ଗତ ପଣ୍ଡା ସ୍ୱର୍ଗତ ହରପ...ନାୟକଙ୍କ ସହଧର୍ମିଣୀ ଝରଣା ପ...ନାୟକଙ୍କୁ ସ୍ୱର୍ଗତ ପ...ନାୟକଙ୍କ ଓଡିଆ ସିନେମାରେ ଅବଦାନ ପାଇଁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରିଥିଲେ । ଆୟେଜିତ ଉସôବରେ ବଲିଉଡ୍ ଅଭିନେତ୍ରୀ ପ୍ରାଚୀ ଦେଶାଇଙ୍କ ନୃତ୍ୟ ଚିତ୍ତାକର୍ଷକ ହୋଇଥିବାବେଳେ ଓଲିଉଡର ଆଗଧାଡିର ନାୟକନାୟିକାମାନେ କିଛି କମ୍ ଜଲୱା ଦେଖାଇନଥିଲେ । ଅରିନ୍ଦମ୍, ସବ୍ୟସାଚୀ, ଅନୁ, ଅର୍ଚ୍ଚିତା, ବୁଦ୍ଧାଦିତ୍ୟ ଓ ନବାଗତା ଏଲିନାଙ୍କ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା । ଏହି ଅବସରରେ ଓଡିଆ ସିନେମାର ଚଚ୍ଚିତ ଯୋଡି ଅନୁଭବ ଓ ବର୍ଷା ତରଙ୍ଗ ସିନେ ପ୍ରଡକ୍ସନର ଆଗାମୀ ନୂଆ ଫିଲ୍ମ ‘ଗପ ହେଲେ ବି ସତ’ ର ଶୁଭ ମହୁରତ କରି ଆଗାମୀ ରଜରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରିଥିଲେ । ଏହି ଅବସରରେ ଓଡିଶା ଟେଲିଭିଜନ୍ ନେଟ୍ୱର୍କ ତାହାର ପ୍ରଥମ ୨୪ ଘଣ୍ଟିଆ ଚଳଚ୍ଚିତ୍ର ଚାନେଲ ‘ଅଳଙ୍କାର’ ର ଶୁଭାରମ୍ଭ କରିଥିଲା । ଏହାର ବ୍ରାଣ୍ଡ୍ ଆମ୍ବାସଡର ଭାବେ ଓଲିଉଡ୍ କଳାକାର ଅମ୍ଲାନଙ୍କ ଚୁକ୍ତିବଦ୍ଧ କରାଯାିଥିଲା । ଷଷ୍ଠ ତରଙ୍ଗ ସିନେଆୱାର୍ଡସ ଆସନ୍ତା ରବିବାର ସନ୍ଧ୍ୟା ୭ଟାରେ ତରଙ୍ଗ ଚାନେଲରେ ପ୍ରସାରିତ ହେବ ।

ମାର୍ଚ୍ଚ ୨୨[ସମ୍ପାଦନା]

ଗାୟତ୍ରୀବାଳା ପଣ୍ଡା[ସମ୍ପାଦନା]

ଗାୟତ୍ରୀବାଳା ପଣ୍ଡା ସମ୍ମାନିତ (ସମାଜ)

ନୂଆଦିଲ୍ଲୀ, ୨୧ା୩ (ନି.ପ୍ର) - ରାଷ୍ଟ୍ରପତି ଭବନରେ ଆୟୋଜିତ ରାଇଟର୍ସ-ଇନ୍‍-ରେସିଡେନ୍ସ ପ୍ରୋଗ୍ରାମରେ ଓଡ଼ିଶାରୁ କବି ତଥା ‘ଅନ୍ୟା’ ପତ୍ରିକାର ସମ୍ପାଦିକା ଡଃ ଗାୟତ୍ରୀବାଳା ପଣ୍ଡା ଯୋଗ ଦେଇଥିଲେ । ସେ ଗତ ମାର୍ଚ୍ଚ ୬ରୁ ରାଷ୍ଟ୍ରପତି ଭବନରେ ଅବସ୍ଥାନ କରୁଥିଲେ । ଏହା ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିଥିଲା । ରାଇଟର୍ସ-ଇନ୍‍-ରେସିଡେନ୍ସ କାର୍ଯ୍ୟକ୍ରମ ୨୦୧୪ ମସିହାରୁ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେଶର ଦୁଇଜଣ ଲେଖକଙ୍କୁ ରାଷ୍ଟ୍ରପତି ଭବନରେ ଦୁଇ ସପ୍ତାହ ରହିବାର ସୁଯୋଗ ଦିଆଯାଇଥାଏ । ଏଥିସହିତ ସେମାନଙ୍କ ସାହିତ୍ୟକୃତିର ପ୍ରଦର୍ଶନ ମଧ୍ୟ କରାଯାଇଥାଏ ଏବଂ ବିଭିନ୍ନ ବିଶିଷ୍ଟ ସାହିତି୍ୟକ, ରାଜନୈତିକ ବ୍ୟକ୍ତିଙ୍କ ସହିତ ଭାବ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରିବା ସହିତ ଦିଲ୍ଲୀସ୍ଥିତ ବିଭିନ୍ନ ମୁ୍ୟଜିୟମ, ସାହିତ୍ୟ ଏକାଡେମୀ, ବିଭିନ୍ନ ଲାଇବ୍ରେରୀ ଏବଂ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ପରିଦର୍ଶନରେ ଯିବାକୁ ହୋଇଥାଏ । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ଭାବେ ଡଃ ପଣ୍ଡା ଯୋଗଦେଇଥିଲେ । କବି ଶ୍ରୀମତୀ ପଣ୍ଡାଙ୍କର ଅଦ୍ୟାବଧି ୮ଟି କବିତା ସଂକଳନ, ଗୋଟିଏ ଗଳ୍ପ ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇଥିଲା । ଗତ ୭ବର୍ଷ ଧରି ସେ ‘ଅନ୍ୟା’ ପତ୍ରିକାର ସମ୍ପାଦନା କରୁଛନ୍ତି । ସେ କେନ୍ଦ୍ରସାହିତ୍ୟ ଏକାଡେମୀ ଯୁବ ପୁରସ୍କାର, ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧି ସଦ୍‍ଭାବନା ପୁରସ୍କାର ଭଳି ବହୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ରାଷ୍ଟ୍ରପତିଙ୍କଦ୍ୱାରା ସମ୍ମାନିତ ହେଉଛନ୍ତି କବୟିତ୍ରୀ ଗାୟତ୍ରୀବାଳା ପଣ୍ଡା ।

ରବିବାର ସମାଜ[ସମ୍ପାଦନା]

ଋକୁଣା ରଥଯାତ୍ରା[ସମ୍ପାଦନା]

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା (ସମାଜ ରବିବାର, ରମାକାନ୍ତ ମହାନନ୍ଦ)

ମନ୍ଦିରମାଳିନୀ ସହର ଭୁବନେଶ୍ୱର ଏକାମ୍ରକ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠ ଅବସ୍ଥିତ । ଚୈତ୍ର ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ପଭୁ ରୁକୁଣା ରଥରେ ବିରାଜମାନ ହୋଇ ରାମେଶ୍ୱରଙ୍କୁ ଦର୍ଶନ କରିବାକୁ ଆସନ୍ତି ଯାହା ରୁକୁଣା ରଥଯାତ୍ରା ଭାବେ ବିଦିତ । ଏହି ରଥରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ଭଉଣୀ ରୁକୁଣା ଓ ଦୋଳଗୋବିନ୍ଦଙ୍କୁ ସାଙ୍ଗରେ ନେଇ ବିଜେ କରନ୍ତି ରାମେଶ୍ୱର ମନ୍ଦିରକୁ । ରଥଖଳାରୁ ରୁକୁଣା ରଥରେ ମହାପ୍ରଭୁ ବଢ଼େଇ ବାଙ୍କ ଦେଇ ରଥ ରୋଡ୍‍ରେ ମାଉସୀମା ମନ୍ଦିରକୁ ଆସିଥାନ୍ତି । ବଢେଇବାଙ୍କ ଛକରେ ଠାକୁରଙ୍କୁ ମାଣ୍ଡୁଅ ଭୋଗ ଲାଗି କରିବା ପରମ୍ପରା ରହିଛି ।

କିମ୍ବଦନ୍ତୀ କହେ..

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ରାବଣକୁ ବଧ କରିବା ପରେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ରାବଣ ଜାତିରେ ବ୍ରାହ୍ମଣ ଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଥିବା ଅଯୋଧ୍ୟାର କୁଳଗୁରୁ ବଶିଷ୍ଠ କହିଥିଲେ । ଏଥିରୁ ମୁକ୍ତି ପାଇବା ପାଇଁ ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜଙ୍କୁ ଆରାଧନା କରିବାକୁ ସେ ପରାମର୍ଶ ଦେଇଥିଲେ । ଶ୍ରୀରାମଚନ୍ଦ୍ର ଏକାମ୍ର କ୍ଷେତ୍ରକୁ ଆସି ଶ୍ରୀଲିଙ୍ଗରାଜ ଦର୍ଶନ କରିବା ପାଇଁ କଠୋର ତପସ୍ୟା କଲେ । ଶ୍ରୀରାମଚନ୍ଦ୍ରଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବାଧିଦେବ ମହାପ୍ରଭୁ ଶ୍ରୀଲିଙ୍ଗରାଜ ନିଜ ରଥରେ ଚଢ଼ି ଦର୍ଶନ ଦେବାକୁ ଆସିଥିଲେ । ସେ ସାଙ୍ଗରେ ଆସିବାବେଳେ ଭଉଣୀ ରୁକୁଣାଙ୍କୁ ସାଙ୍ଗରେ ନେଇ ଆସିଥିଲେ । ଗୁରୁ ବଶିଷ୍ଠଙ୍କ ସହିତ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ଲବକୁଶ ଏକାମ୍ର କ୍ଷେତ୍ରକୁ ଆସିଥିଲେ । ଦେବୀ ସୀତା ଏଠାରେ ଶିବଙ୍କୁ ପୂଜାର୍ଚ୍ଚନା ପାଇଁ ଅନୁରୋଧ କରିବା ପରେ ଏଠାରେ ଗଢ଼ି ଉଠିଥିଲା ରାମେଶ୍ୱର ମନ୍ଦିର । ସେହିପରି ରାମେଶ୍ୱର ମନ୍ଦିର ନିକଟରେ ବଶିଷ୍ଠ ମନ୍ଦିର, ଲକ୍ଷ୍ମଣେଶ୍ୱର, ଭରତେଶ୍ୱର, ଶତୁ୍ରଘ୍ନେଶ୍ୱର, ଲବେଶ୍ୱର ଓ କୁଶେଶ୍ୱର ମନ୍ଦିର ନିର୍ମାଣ କରାଯାଇଛି ।

ରାମେଶ୍ୱର ମନ୍ଦିରରେ ଶ୍ରୀଲିଙ୍ଗରାଜଙ୍କ ନୀତି

ପ୍ରତିବର୍ଷ ରୁକୁଣା ରଥରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରାମେଶ୍ୱରଙ୍କୁ ଦର୍ଶନ କରିବାକୁ ଆସନ୍ତି । ରାମେଶ୍ୱର ଲିଙ୍ଗ ସମ୍ମୁଖରେ ଶ୍ରୀଲିଙ୍ଗରାଜଙ୍କ ସିଂହାସନ ସ୍ଥାପନ କରାଯାଇଛି । ଏଠାରେ ରାମେଶ୍ୱର ମନ୍ଦିରକୁ ମାଉସୀମା ମନ୍ଦିର ଭାବେ ଅଭିହିତ କରାଯାଇଛି । ରୁକୁଣା ରଥରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ଭଉଣୀ ରୁକୁଣା ଓ ଦୋଳଗୋବିନ୍ଦ ସାଙ୍ଗରେ ଆସନ୍ତି । ପାର୍ବତୀଙ୍କୁ ସାଙ୍ଗରେ ନ ଆଣିଥିବାରୁ ତୃତୀୟ ଦିନ ପାର୍ବତୀ ରଥ ଭାଙ୍ଗିବାକୁ ଆସନ୍ତି । ରୁକୁଣା ରଥରେ ଆସି ରାମେଶ୍ୱର ମନ୍ଦିରରେ ଶ୍ରୀଲିଙ୍ଗରାଜ ରହୁଛନ୍ତି । ତେଣୁ ଏଠାରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ସମସ୍ତ ଦୈନିକ ରୀତିନୀତି ସମ୍ପନ୍ନ ହୋଇଥାଏ । ଏହାବ୍ୟତୀତ ଶ୍ରୀଲିଙ୍ଗରାଜଙ୍କ ଆଡ଼ପ ଭୋଗ ଲାଗି ହୋଇଥାଏ । ଶ୍ରୀଜୀଉଙ୍କ ରହଣି ସମୟରେ ୨୪ ପ୍ରହର ନାମସଂକୀର୍ତ୍ତନ ଅନୁଷ୍ଠିତ ହୋଇଥାଏ ।

ଶ୍ରୀଜୀଉଙ୍କ ସ୍ୱର୍ଣ୍ଣାଦିବିଜେ

ଭଉଣୀ ରୁକୁଣା ଓ ଦୋଳଗୋବିନ୍ଦଙ୍କ ସହିତ ରୁକୁଣା ରଥରେ ମାଉସୀମା ମନ୍ଦିର ଯାତ୍ରାରେ ଯାଇଥିବା ଏକାମ୍ରକ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ରଥଖଳାରେ ପହଞ୍ଚିଥାନ୍ତି । ଏହାପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଲିଙ୍ଗରାଜଙ୍କ ସ୍ୱର୍ଣ୍ଣାଦିବିଜେ ଉତ୍ସବ ଅନୁଷ୍ଠିତ ହୋଇଥାଏ । ନୃତ୍ୟଗୀତ ସାଙ୍ଗକୁ ଆତସବାଜି ପ୍ରଦର୍ଶନ କରି ଏକ ବିରାଟ ପଟୁଆରରେ ଶ୍ରୀଲିଙ୍ଗରାଜଙ୍କ ସ୍ୱର୍ଣ୍ଣାଦିବିଜେ ସମ୍ପନ୍ନ ହୁଏ ।

‘ବଚନିକା’ରେ ପ୍ରତିଶ୍ରୁତି

‘ଚାହାଣି’ ମଣ୍ଡପରେ ଶ୍ରୀଲିଙ୍ଗରାଜଙ୍କୁ ଅପେକ୍ଷା କରିଥିବା ପାର୍ବତୀ ଦକ୍ଷିଣ ଦ୍ୱାର ବନ୍ଦ କରି ତାଙ୍କୁ ସାଙ୍ଗରେ ନେଇନଥିବାରୁ ବାଟ ଓଗାଳିଥିଲେ । ମହାପ୍ରଭୁ ଶ୍ରୀଲିଙ୍ଗରାଜ ଦେବୀ ପାର୍ବତୀଙ୍କୁ ସାଙ୍ଗରେ ନ ନେଇ ରଥଯାତ୍ରାରେ ଯାଇଥିବାରୁ ଏକ ବଚନିକା ପର୍ବ ଅନୁଷ୍ଠିତ ହୋଇଥାଏ । ଶ୍ରୀଲିଙ୍ଗରାଜଙ୍କ ପକ୍ଷରୁ ସେବକ ଓ ଦେବୀ ପାର୍ବତୀଙ୍କ ସେବକ ମଧ୍ୟରେ ଏହି ବଚନିକା ସମ୍ପନ୍ନ ହୋଇଥାଏ । ଏହି ଅବସରରେ ଦେବୀ ପାର୍ବତୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହିତ ତାଙ୍କୁ ମନାଇବାରେ ସଫଳ ହୁଅନ୍ତି ଶ୍ରୀଲିଙ୍ଗରାଜ । ପବିତ୍ର ଅକ୍ଷୟତୃତୀୟା ଅବସରରେ ୨୨ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଚନ୍ଦନଯାତ୍ରାରେ ସାଙ୍ଗରେ ନେବାକୁ ଦେବୀପାର୍ବତୀଙ୍କୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ପ୍ରତିଶ୍ରୁତି ଦିଅନ୍ତି ଏବଂ ଶ୍ରୀଜୀଉ ମନ୍ଦିର ପ୍ରବେଶ କରନ୍ତି ।

ଦୟଣାଚୋରି ଯାତ୍ରା ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରବେଶ କରିବା ପରେ ଟେରାପିଟା ଭୋଗ ଲାଗି ହେବା ସହିତ ଠାକୁର ମାଜଣା ହୋଇଥାନ୍ତି । ଏହାପରେ ଯାତ୍ରାପୂଜା, ସନ୍ଧ୍ୟା ଧୂପ ସମ୍ପନ୍ନ ହେବା ପରେ ମହାଦୀପ ଉଠିଥାଏ । ଭୁବନେଶ୍ୱରୀଙ୍କ ପୂଜା କରାଯିବା ପରେ ବିନ୍ଦୁସାଗରରୁ ତୀର୍ଥେଶ୍ୱର ଦେବ ଏକ ପାଲିଙ୍କି ବିମାନରେ ଆସନ୍ତି । ଏହାପରେ ପୁଣିଥରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଯାତ୍ରା ପୂଜା କରାଯିବା ପରେ ଦିଅଁ ବିଜେ କରନ୍ତି । ଏଠାରେ ପଞ୍ଚଉପଚାର ଓ ଦୟଣାଚୋରି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଶ୍ରୀଲିଙ୍ଗରାଜ ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରୀଜୀଉଙ୍କ ବଡ଼ସିଂହାର ବେଶ ହୋଇ ପହୁଡ଼ ନୀତି ସାଙ୍ଗକୁ ପଞ୍ଚବକ୍ର ଆଳତି ଅନୁଷ୍ଠିତ ହୋଇଥାଏ ।

ଭଉଣୀ ରୁକୁଣାଙ୍କ ନାମରେ ରଥର ନାମକରଣ

ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ମୁଖ୍ୟ ଆକର୍ଷଣ ପାଲଟିଥାଏ । ଭଉଣୀ ରୁକୁଣାଙ୍କ ନାମରେ ନାମିତ ଏହି ରଥ ନିର୍ମାଣ ପାଇଁ ସିମିଳି, ମହି, କୁମ୍ଭୀ, ତେନ୍ତୁଳି ଓ ବେଲ ଇତ୍ୟାଦି କାଠ ବ୍ୟବହାର ହୁଏ; ଯାହାକି ଜଙ୍ଗଲ ବିଭାଗ ଯୋଗାଇ ଦେଇଥାନ୍ତି । ଏଥିରେ ବିଭିନ୍ନ ଆକାରର ୨୪ଟି କାଠ ବ୍ୟବହାର ହୋଇଥାଏ । ରୁକୁଣା ରଥ ଉଚ୍ଚତା ୫୦ଫୁଟ ହୋଇଥିବାବେଳେ ଚଉଡ଼ା ପ୍ରାୟ ୨୦ଫୁଟ । ବିଭିନ୍ନ ଆକାରର ୨୪ଟି କାଠରେ ତିଆରି ହେଉଛି ୫୦ଫୁଟ ଉଚ୍ଚତାର ରୁକୁଣା ରଥ । ଦୁଆର କାଠ, ପୋଟଳ, ୪ଟି ଚକ, ଦୁଇଟି ଅଖ, ଦୁଇଟି ଦ୍ୱାର ଇତ୍ୟାଦିରେ ନିର୍ମିିତ ହୋଇଥାଏ । ରଥ ନିର୍ମାଣ କାର୍ଯ୍ୟରେ ୪୦ଜଣ ଶିଳ୍ପୀ ଓ ୧୨ଜଣ ଶ୍ରମିକ ନିୟୋଜିତ ହୋଇଥାନ୍ତି । ଘୋଡ଼ା, ସାରଥି, ଚକ,୧୬ଟି ପକ୍ଷୀ, ଶୁଆଶାରୀ, ପାଶ୍ୱର୍ କଳସ ଇତ୍ୟାଦିକୁ ଆକର୍ଷଣୀୟ ଦେଖାଯିବା ଭଳି ତୁଳିରେ ରଙ୍ଗ ଦିଆଯାଇଥାଏ । ପାଳିଆ ମହାରଣାମାନେ ନିର୍ମାଣ କାର୍ଯ୍ୟ ଶେଷ କରି ରଥ ହସ୍ତାନ୍ତର କରି ଥାନ୍ତି । ରଥ ମହାରଣାଙ୍କ ପକ୍ଷରୁ କପଡ଼ା ବନ୍ଧା ହୋଇଥାଏ । ରୁକୁଣା ରଥ ଟାଣିବା ପାଇଁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ବ୍ୟବହୃତ ଦଉଡ଼ି ପୁରୀରୁ ଅଣାଥାଏ ।

ରଥ ପ୍ରତିଷ୍ଠା ପରମ୍ପରା

ଶ୍ରୀଜୀଉଙ୍କ ସନ୍ଧ୍ୟା ଧୂପ ପରେ ପବିତ୍ର ମରିଚି କୁଣ୍ଡରୁ ଜଳ ଅଣାଯାଇ ରଥ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥାଏ । ପୁରୀ ଗଜପତି ମହାରାଜଙ୍କ ରାଜଗୁରୁ ଓ କ୍ଷେତ୍ରବାସୀ ନିଯୋଗର ୨୧ଜଣ ବ୍ରାହ୍ମଣ ଅଂଶଗ୍ରହଣ କରି ରଥ ପ୍ରତିଷ୍ଠା କାର୍ଯ୍ୟ ପାରମ୍ପରିକ ରୀତିନୀତିରେ ସମ୍ପାଦନ କରିଥାନ୍ତି । ଏହି ପୂଜାରେ ନେତ ଓ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନନ୍ଦୀଙ୍କୁ ପୂଜା କରାଯାଇଥାଇଥାଏ । ପୂଜାର୍ଚ୍ଚନା ପରେ ମହାପ୍ରଭୁଙ୍କ ସିଂହାସନରେ ନନ୍ଦୀଙ୍କୁ ସ୍ଥାପନ କରାଯାଉଥିବାବେଳେ ରଥଚୂଡ଼ାକୁ ନେତ ଉଠାଯାଇଥାଇଥାଏ । ଅଶୋକାଷ୍ଟମୀର ଦିନକ ପୂର୍ବରୁ ନେତ୍ରୋତ୍ସବ ପାଳନ କରାଯାଏ । ମରିଚିକୁଣ୍ଡ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏହି କୁଣ୍ଡର ଜଳ ସ୍ନାନକଲେ ନିଃସନ୍ତାନ ମହିଳାଙ୍କ ସନ୍ତାନ ପ୍ରାପ୍ତି ବୋଲି ବିଶ୍ୱାସ ରହିଛି ।

ଡିଆ କପିଳେଶ୍ୱର ରଥଯାତ୍ରା, ଡିଆ କପିଳେଶ୍ୱର[ସମ୍ପାଦନା]

ଡିଆ କପିଳେଶ୍ୱର ରଥଯାତ୍ରା (ରାମନାରାୟଣ ଦାଶ, ରବିବାର ସମାଜ)

ଡିଆ ଶ୍ରୀକପିଳେଶ୍ୱର ଶୈବପୀଠରେ ଦ୍ୱାଦଶୀ ନିଶାର୍ଦ୍ଧରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୁଏ । ଗହୀର ବିଲ ଦେଇ କପିଳେଶ୍ୱରଦେବଙ୍କ ରଥ ଗୁଣ୍ଡିଚାମନ୍ଦିର ପର୍ଯ୍ୟନ୍ତ ଟଣା ହୋଇଥାନ୍ତି । ନିରାକାରପୁରରୁ ରାମନାରାୟଣ ଦାଶ ଡିଆ କପିଳେଶ୍ୱର ରଥଯାତ୍ରା ଖୋ

ଖୋର୍ଦ୍ଧା ଜିଲା ନିରାକାରପୁର ରେଳ ଷ୍ଟେସନଠାରୁ ଦକ୍ଷିଣକୁ ୨ କି.ମି ଦୂର ଓ ୫ ନମ୍ବର ଜାତୀୟରାଜପଥର ରାମେଶ୍ୱର ଛକରୁ ମାତ୍ର ୬କି.ମି ଦୂରରେ ଏକ ଆମ୍ରକାନନ ଓ ପଞ୍ଚ ଶ୍ମଶାନ ପରିବେଷ୍ଟିତ ଇଲାକାରେ ରହିିଛି ଏକ ପ୍ରାଚୀନ ଶୈବପୀଠ ଯେଉଁଠି ଅନୁଷ୍ଠିତ ହୁଏ ରଥଯାତ୍ରା । ଓଡିଶାରେ ଦୁଇଟିି ଶୈବପୀଠରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରୁ ଖୋର୍ଦ୍ଧା ଜିଲା ନିରାକାରପୁର, ଡିଆ ଶ୍ରୀକପିଳେଶ୍ୱର ପୀଠର ରଥଯାତ୍ରା ଅନ୍ୟତମ । ଦ୍ୱାଦଶୀ ଦିନ ବାହୁଡା ଯାତ୍ରାରେ ଶ୍ରୀ କପିଳେଶ୍ୱରଙ୍କ ବିଜୟା ରଥକୁ ନିଶାର୍ଦ୍ଧରେ ଗହୀର ବିଲ ଦେଇ ମନ୍ଦିର ପର୍ଯ୍ୟନ୍ତ ଟଣା ଯାଇଥାଏ ।

କିମ୍ବଦନ୍ତୀ କହେ

ସାଧାରଣତଃ ତନ୍ତ୍ରପୂଜାରେ ସମସ୍ତ ବିଧି ଓ ଉପଚାର ରାତିରେ କରାଯାଇଥାଏ । ଏହି ପୀଠରେ ଅନେକ ବୌଦ୍ଧମୂର୍ତ୍ତି ଦେଖିବାକୁ ମିଳୁଥିବାରୁ ଏହା ଏକଦା ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ଆସ୍ଥାନ ଥିବା ଜଣାଯାଏ । ନିଶାର୍ଦ୍ଧରେ ଗୌତମ ବୁଦ୍ଧ ଦିବ୍ୟଜ୍ଞାନ ଲାଭ କରିଥିଲେ । ସମ୍ରାଟ ଅଶୋକଙ୍କ ପରେ ବୌଦ୍ଧ ସଂସ୍କୃତିର ପ୍ରଭାବ କ୍ରମଶଃ କ୍ଷୀଣ ହୋଇ ଆସିଲା ଶୈବ ସଂସ୍କୃତି ପ୍ରଭାବରେ । ବୌଦ୍ଧମାନଙ୍କ ପ୍ରଭାବରେ ରଥଯାତ୍ରା ପରମ୍ପରା ପ୍ରଚଳନ ହୋଇଥିବାରୁ ଶ୍ରୀକପିଳେଶ୍ୱରଙ୍କ ପୀଠରେ ରାତି ରଥଟଣା ବ୍ୟବସ୍ଥା ଥାଇପାରେ । ପୁରୀ ଗଜପତି ମହାରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ଦିରର ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିରରୁ ଚନ୍ଦନକାଠ, ଆଜ୍ଞାମାଳ, ପାଟପତନୀ, ଯାତ୍ରାପାହୁଣା ପଠାଯିବାର ମାଦଳାପାଞ୍ଜି ଉଲ୍ଲିଖିତ ପ୍ରାଚୀନ ପରମ୍ପରା ଏପର୍ଯ୍ୟନ୍ତ ପ୍ରଚଳିତ । ଗଜପତି ମହାରାଜାଙ୍କ ଆଦେଶରେ ରଥଯାତ୍ରାର ଆଇନ ଶୃଙ୍ଖଳା ରକ୍ଷା କରିଆସନ୍ତି ସ୍ଥାନୀୟ ଗଡଖାରଦ, ଖଜୁରିପଡା ଓ ଗଡରାମେଶ୍ୱରର ଦଳବେହେରାମାନେ । ସମ୍ପ୍ରତି ପ୍ରଶାସନ ତରଫରୁ ଆଇନ ଶୃଙ୍ଖଳା ରକ୍ଷାକରନ୍ତି ସ୍ୱତନ୍ତ୍ର ପୁଲିସ ଫୋର୍ସ । ପାରମ୍ପରିକ ରୀତିରେ ମନ୍ଦିର ପରିଚାଳନା ପକ୍ଷରୁ ନିମନ୍ତ୍ରଣ ପାଇବାପରେ ନିକଟସ୍ଥ ମଧୁବନ ଗ୍ରାମର ବିଶ୍ୱକର୍ମାମାନେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥାନ୍ତି ।

ଚୈତ୍ର ଶୁକ୍ଲପକ୍ଷ ଅଶୋକାଷ୍ଟମୀ ଦିନ କପିଳେଶ୍ୱରଦେବ, ଆରେଡି ଗ୍ରାମର ଗ୍ରାମେଶ୍ୱର ଦେବଙ୍କ ସହିତ ଗୁଣ୍ଡିଚା ମନ୍ଦିର(ରାଧାକାନ୍ତ)କୁ ଯାତ୍ରା କରନ୍ତି । ଦଶମୀ ରାତିରେ ଶକ୍ତିସ୍ୱରୁପିଣୀ ମା'ନାରାୟଣୀ, ମହାଲକ୍ଷ୍ମୀ, ମହାକାଳୀ ଆସି ମିଳିତ ହୁଅନ୍ତି । ଡିଆ ରାଧାକାନ୍ତ ମନ୍ଦିରରେ ଏହି ମହାମିଳନ ବୈଷ୍ଣବ ଶୈବ ଶାକ୍ତତତ୍ତ୍ୱର ଏକ ମହାମିଳନ ହୁଏ । ଚାରିଦିନ ପରେ ଆସେ ବହୁ ପ୍ରତୀକ୍ଷିତ ଦ୍ୱାଦଶୀ ରାତି । ବିରାଟ ପଟୁଆର ମଧ୍ୟରେ ଠାକୁରମାନେ ଭୋଗ ସାରନ୍ତି । ପଟୁଆର ପଣାକିଆରିରେ ପହଞ୍ଚôବା ପରେ ଜୀଉମାନେ ରଥାରୂଢ ହୁଅନ୍ତି । ପରେ ଗହୀର ବିଲ ମଧ୍ୟରେ ବିଳମ୍ବିତ ରାତିରେ ଆରମ୍ଭ ହୁଏ ରଥଟଣା । ଶେଷ ପ୍ରହରରେ ରଥ ପହଞ୍ଚେ ଭେଟବାଲିରେ । ମା'ନାରାୟଣୀ ବିମାନ (ଚଉଦୋଳ)ଯୋଗେ ଆସି ସେଠାରେ ଭେଟ ହୁଅନ୍ତି । ସେହି ସମୟରେ ପ୍ରଭୁଙ୍କ ଦାରୁଭୋଗ କରାଯାଇଥାଏ ।

ଗପ ହେଲେ ବି ସତ (୨୦୧୫ ଓଡ଼ିଆ କଥାଚିତ୍ର)[ସମ୍ପାଦନା]

ବର୍ଷାଙ୍କ ‘ଗପ’ (ରବିବାର ସମାଜ)

ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ସିନେମାର ନାଁ ରହିଛି ‘ଗପ ହେଲେ ବି ସତ ।’ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଥିବା ଏହି ସିନେମାରେ ନାୟକ ଭୂମିକାରେ ଅନୁଭବ ଅଭିନୟ କରୁଥିବାବେଳେ ନିର୍ଦେଶନାରେ ଅଛନ୍ତି ମୂରଲୀ କ୍ରିଷ୍ଣା । ମୂରଲୀ ପୂର୍ବରୁ ଅନୁଭବ-ବର୍ଷାଙ୍କ ଅଭିନୀତ ‘କେହି ଜଣେ ଭଲ ଲାଗେରେ’ରେ ନିର୍ଦେଶନା ଦେଇଥିଲେ । ‘ଗପ ହେଲେବି..’ର ସଙ୍ଗୀତ ନିର୍ଦେଶନାରେ ପ୍ରେମ୍‍ ଆନନ୍ଦ ଥିବାବେଳେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ ଓ ଜୟନ୍ତ ଦାସ । ଗୀତଗୁଡ଼ିକ ବେଶ୍‍ ମନଛୁଆଁ ହୋଇଥିବାବେଳେ ସିନେମାଟି ଖୁବ୍‍ଶୀଘ୍ର ଫ୍ଲୋର୍‍କୁ ଯିବ ବୋଲି ସୂଚନା ମିଳିଛି ।

ସ୍ମାଇଲ ପ୍ଲିଜ୍‍[ସମ୍ପାଦନା]

ପ୍ରଯୋଜକ ହେଲେ ଖଳନାୟକ (ରବିବାର ସମାଜ)

‘ସ୍ମାଇଲ ପ୍ଲିଜ୍‍’ ସିନେମା ପ୍ରଯୋଜନା ମାଧ୍ୟମରେ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଥିବା ପ୍ରଯୋଜକ ରବିନ ନନ୍ଦ ନୂଆ ଓଡ଼ିଆ ସିନେମା ‘ମୋ ଦିଲ୍‍ କହେ ଇଲୁ ଇଲୁ’ରେ ମୁଖ୍ୟ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ପ୍ରିୟାଶ୍ରୀ ମିଡ଼ିଆ ବ୍ୟାନରରେ ନିର୍ମିତ ହେଉଥିବା ଏହି ସିନେମାର ସହ ପ୍ରଯୋଜନାରେ ଅଛନ୍ତି ରାଜେଶ ପାଢ଼ୀ । ଲୋକନାଥ ବାରିକଙ୍କ ନିର୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ସିନେମାର ବିଭିନ୍ନ ଭୂମିକାରେ ବିଜୟ ମହାନ୍ତି, ଅପରାଜିତା, ମିହିର ଦାସ, ସାତ୍ୟକୀ ମିଶ୍ର, ପୀୟୂଷ ମହାନ୍ତି, ନୂଆମୁହଁ ଦେବ ଶ୍ରୀଚନ୍ଦନ- ଶ୍ରୁତି ଦାସମହାପାତ୍ର ଅଭିନୟ କରୁଛନ୍ତି । ଚିନ୍ମୟ ଦାସ ପଟ୍ଟନାୟକଙ୍କ ସଂଳାପ ଓ ଅଗ୍ନିରାଜ କିଶୋରଙ୍କ ସଙ୍ଗୀତ ଏହି ସିନେମାକୁ ସମୃଦ୍ଧ କରିଛି ।

ବାବୁଲା ବାରବୁଲା[ସମ୍ପାଦନା]

ସାଇବେ ବାବୁ

କିଛି ମାସ ପୂର୍ବରୁ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ଯିଏ ଯାହା କହୁ ମୋର ଢୋ’ରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଥିଲେ ନାୟକ ବାବୁଶାନ । ଏବେ ପୁଣି ସେ ହସାଇବା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି । ଯାହା ସୂଚନା ମିଳିଛି ‘ଯିଏ ଯାହା କହୁ..’ ନିର୍ମାଣ କରିଥିବା ପ୍ରଯୋଜକ ସନ୍ଦୀପ ରାଉତରାୟ ତାଙ୍କ ସୀତା ଆଡଭାର୍ଟାଇଜର୍ସ ବ୍ୟାନରରେ ପୁଣି ଆଉ ଏକ ନୂଆ ସିନେମା ନିର୍ମାଣ କରୁଛନ୍ତି । ଯାହାର ଶୀର୍ଷକ ରହିଛି ‘ବାବୁଲା ବାରବୁଲା ।’ ଯୁବ ନିର୍ଦେଶକ ମୃତୁ୍ୟଞ୍ଜୟ ସାହୁଙ୍କ ନିର୍ଦେଶନାରେ ପ୍ରସ୍ତୁତ ହେବାକୁ ଯାଉଥିବା ଏହି ସିନେମାର ସ୍ୱର ସଂଯୋଜନା ଦାୟିତ୍ୱରେ ଅଛନ୍ତି ଅଭିଜିତ ମଜୁମଦାର । ବାବୁଶାନଙ୍କ ବିପକ୍ଷରେ ଏଥିରେ ‘ଯିଏ ଯାହା କହୁ...’ର ନବାଗତା ନାୟିକା ଶୀତଲ ଅଭିନୟ କରିବେ ବୋଲି ଜଣାପଡ଼ିଛି । ଖୁବ୍‍ଶୀଘ୍ର ସୁଟିଂ ଆରମ୍ଭ ପାଇଁ ପ୍ରଯୋଜନା ସଂସ୍ଥା ଉଦ୍ୟମ ଚଳାଇଛି ।

ରବିବାର ସମ୍ବାଦ[ସମ୍ପାଦନା]

କିଶୋର ଦାଶ[ସମ୍ପାଦନା]

ଅାଗେଇଛନ୍ତି କିଶୋର (ଭରତ ଚନ୍ଦ୍ର ବାରିକ)

ଇତିହାସରେ ଏମ୍‍ଏ ପାସ୍‍ କରିବା ପରେ ସେ ଚାକିରି ପଛରେ ନଗୋଡ଼ାଇ ଯାତ୍ରା ଜଗତକୁ ଅାପଣେଇ ନେଲେ । ସେ ଚାହିଁଥିଲେ ଅନ୍ୟ ଯେକୌଣସି ବୃତ୍ତିକୁ ଗ୍ରହଣ କରିପାରିଥାନ୍ତେ । ହେଲେ ଅଭିନୟ ବିଶେଷକରି "ଯାତ୍ରା'କୁ ଭଲ ପାଉଥିବାରୁ ୧୯୯୫ରୁ ପ୍ରଥମେ ବାଘାଯତୀନ୍‍ ଲୋକନାଟ୍ୟରେ ପ୍ରବେଶ କରି ଯାତ୍ରାଭିନେତା ବନିଗଲେ । ସେ ଯାତ୍ରା ଜଗତରେ ପ୍ରଥମ ପ୍ରବେଶରୁ ପାର୍ଶ୍ୱନାୟକ ଭାବେ ତାଙ୍କ କ୍ୟାରିଅାର୍‍ ଅାରମ୍ଭ କରି ଯାତ୍ରା ମଇଦାନରେ ଏକ ସଫଳ ଇନିଂସ ଖେଳିଚାଲିଛନ୍ତି । ଏଭଳି ଜଣେ ଉଚ୍ଚଶିକ୍ଷିତ ତଥା ସ୍ୱାଭିମାନୀ କଳାକାର ହେଉଛନ୍ତି କଟକ ଜିଲ୍ଲା ବଡ଼ମ୍ୱା ଅଞ୍ଚଳର ମହୁଲିଅା ଗ୍ରାମ ନିବାସୀ କିଶୋର ଦାଶ ା ଯଲିଉଡ୍‍ରେ ୨୦ ବର୍ଷ କାଟିସାରିଥିବା କିଶୋର ଚଳିତ ଯାତ୍ରା-ବର୍ଷ ଅପେରା ମଧୁବାସନ୍ତୀରେ ହିରୋ ଭାବେ ଅଭିନୟ କରି ଦର୍ଶକଙ୍କ ଶ୍ରଦ୍ଧାଭାଜନ ହେବାରେ ଲାଗିଛନ୍ତି । ବାଘାଯତୀନ ଲୋକନାଟ୍ୟ, ସାତଶଂଖ ଅପେରା, ତ୍ରିନାଥ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ଓଡ଼ିଶା ଅପେରା, ଅପେରା ଇଷ୍ଟର୍ନ ପିଙ୍କ୍‍ ଅାଦି ପ୍ରତିଷ୍ଠିତ ପାର୍ଟିରେ ସେ ଅଭିନୟ କରିବାର ସୁଯୋଗ ପାଇ ନିଜ କ୍ୟାରିଅର୍‍କୁ ସୁଚାରୁ ରୂପେ ଗଢ଼ି ପାରିଛନ୍ତି । ବାଘାଯତୀନ୍‍ ଲୋକନାଟ୍ୟର ସଫଳ ନାଟକ "ଅାକାଶବାଣୀ କଟକ'ରେ ସୁବ୍ରତ ପଟ୍ଟନାୟକ, "ମୋ ବର ଯୌତୁକ ନବ ଲକ୍ଷେ'ରେ ଚନ୍ଦ୍ର, ସାତଶଂଖ ଅପେରାର ବହୁ ଚର୍ଚିତ ନାଟକ "କୁନି ନୂଅାବୋଉ ଟିକି ଦିଅର'ରେ ବିବେକ, "ଧନମାଳିରେ ଗେଲ କରିବାକୁ ମନ'ରେ ଅାକାଶ, ଗୌରୀ ଗଣନାଟ୍ୟର ସଫଳ ନାଟକ "କିଏ କଲା ମୁନିକୁ ବଦ୍‍ନାମ୍‍'ରେ ବିଭାସ, "ବାଜିବଲୋ ସାହାନାଇ'ରେ ସରଜୁ, "ନୂଅା ନୂଅା ବୋଲି ଲାଜ ଲାଗୁଛି'ରେ ଅାଲୋକ ଓ ଅଲାମ ଚରିତ୍ରରେ ଡବଲ୍‍ ରୋଲ୍‍ କରି କିଶୋର ନିଜ ସ୍ଥିତିକୁ ସୁଦୃଢ଼ କରିଛନ୍ତି । କିଶୋର ଜଣେ ଉଚ୍ଚଶିକ୍ଷିତ ହୋଇଥିବାରୁ ତାଙ୍କ ଅଭିନୟରେ ବାସ୍ତବତା ତଥା ନିଅାରାପଣ ବାରିହୋଇପଡ଼େ । ଚଳିତ ଯାତ୍ରା- ବର୍ଷ ପ୍ରାରମ୍ଭରେ କିଶୋର ଚୌଦ୍ୱାରର ବାଣୀପଦାରୁ ଅାରମ୍ଭ ହେବାକୁ ଥିବା ଯାତ୍ରା ବିଶ୍ୱରଂଗମଞ୍ଚରେ ଯୋଗ ଦେଇଥିଲେ । "କୋଣାର୍କ ସୁନ୍ଦରୀ, "ରଜାଝିଅ ରୁଷିଛି', "ତୋ ବିନା ମୋ ଜୀବନ ଅଧା' ଅାଦି ନାଟକରେ ମୁଖ୍ୟ ହିରୋ ଚରିତ୍ରରେ ଅଭିନୟ କରିବା ପାଇଁ ରିହର୍‍ସାଲ ବି ଶେଷ କରିଥିଲେ । ମାତ୍ର ପାର୍ଟି ବାହାରି ନପାରିବାରୁ ଶେଷରେ ସେ ଅପେରା ମଧୁବାସନ୍ତୀରେ ଯୋଗ ଦେଇଛନ୍ତି । ଏହି ପାର୍ଟିର ସଫଳ ନାଟକ "କିଏ ସେ ମଣିଷ କେହି ଜାଣିନି'ରେ ଡକ୍ଟର ମାନସ ଦାସ, "କୁହ ତୁମେ କାହା ସ୍ତ୍ରୀ'ରେ ଅଂଶୁମାନ, "କଳିଯୁଗ ଅାଉ କେତେଦିନ'ରେ ଅାକାଶ, "ନାରୀ ତୋର କେତେ ରୂପ କେତେ କାହାଣୀ'ରେ ଡ୍ରାଇଭର ଶଙ୍କର ଚରିତ୍ରରେ ନିଚ୍ଛକ ଅଭିନୟ କରି ପାର୍ଟି ତଥା ନିଜ ପାଇଁ ସଫଳତା ସାଉଁଟିଚାଲିଛନ୍ତି ।

ରତିକାନ୍ତ ଲେଙ୍କାପତ୍ନୀ ପ୍ରମିଳା ଲେଙ୍କା[ସମ୍ପାଦନା]

ରେଡରେ ରତି-ପ୍ରମିଳାଙ୍କ ଗେମ୍‍ (ଭରତ ଚନ୍ଦ୍ର ବାରିକ)

ଯଲିଉଡ୍‍ର ଚର୍ଚିତ କଳାକାର ଦମ୍ପତି ତଥା ସଫଳ ଯୋଡ଼ି ଭାବେ ରତି-ପ୍ରମିଳା କିଛି କମ୍‍ ନୁହନ୍ତି । ଏହି ସଫଳ ଯୋଡ଼ି ପ୍ରାୟ ୨୨ ବର୍ଷ ହେଲା ଯାତ୍ରା ଦୁନିଅାରେ ପାଦ ଦେଇ ଦର୍ଶକଙ୍କ ଖୁବ୍‍ ନିକଟତର ହୋଇପାରିଛନ୍ତି । ଯଲିଉଡ୍‍ର ଅନେକ ସଫଳ ଯୋଡ଼ି ଭାଙ୍ଗି ଚୂନା ହୋଇପଡିଥିବା ବେଳେ ରତି-ପ୍ରମିଳାଙ୍କ ଯୋଡ଼ି କିନ୍ତୁ ନିଅାରା । ବାଲେଶ୍ୱରର ପଣପଣା ନିବାସୀ ରତିକାନ୍ତ ଲେଙ୍କା ଓ ତାଙ୍କ ଅଭିନେତ୍ରୀ ପତ୍ନୀ ପ୍ରମିଳା ଲେଙ୍କାଙ୍କ ସଫଳ ଯୋଡ଼ି ଦୀର୍ଘ ୨୨ ବର୍ଷ ହେଲା ବାଣେଶ୍ୱରୀ ଗଣନାଟ୍ୟ, ଯାତ୍ରା ତ୍ରିରଙ୍ଗା, ଦୁର୍ଗାଶ୍ରୀ ଗଣନାଟ୍ୟ, ଅପେରା ଓମ୍‍୍‍ଶ୍ରୀ, ତ୍ରିନାଥ ଗଣନାଟ୍ୟ ଭଳି ଯଲିଉଡ୍‍ର ବହୁ ପ୍ରତିଷ୍ଠିତ ଯାତ୍ରାନୁଷ୍ଠାନରେ ଚିତ୍ତାକର୍ଷକ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ମୁଗ୍ଧ କରି ଏବେ ଅପେରା ଇଷ୍ଟର୍ନ ରେଡ୍‍ରେ ଗେମ୍‍ ଖେଳିଚାଲିଛନ୍ତି । ଏହି ଯୋଡି ଅଧିକାଂଶ ନାଟକରେ ବାପ-ମା' ଭୂମିକାରେ ଚମତ୍କାର ଅଭିନୟ କରିଚାଲିଛନ୍ତି । ବହୁ ଚର୍ଚିତ ନାଟକ "କଲ୍‍ଗାର୍ଲ'ରେ ରତି ସାମ୍ୱାଦିକ ଓ ପ୍ରମିଳା ମା' ଏବଂ "ବାସନ୍ତୀର ଚିଠି ମୁଖ୍ୟମନ୍ତ୍ରୀଙ୍କୁ'ରେ ରତି ନିମାଇଁ ମହାନ୍ତି ଓ ପ୍ରମିଳା ମା' ଭୂମିକାରେ ଅଭିନୟ କରୁଛନ୍ତି । ସେହିପରି ଚଳିତବର୍ଷର ବହୁ ଚର୍ଚିତ ନାଟକ "ଚୁପ୍‍ଚାପ୍‍ ରାତି ଟୁପ୍‍ଟାପ୍‍ କଥା'ରେ ରତି ରାଜକିଶୋର ରାୟ ଓ ପ୍ରମିଳା ସତ୍ୟଭାମା ଚରିତ୍ରରେ ଅଭିନୟ କରୁଥିବା ବେଳେ "ଅାସିଛି ମଙ୍ଗଳ ଗ୍ରହର ଝିଅ'ରେ ଏହି ଯୋଡ଼ି ବାପ-ମା' ଚରିତ୍ରରେ ଅଭିନୟ କରି ନିଜ ନିଜର ଟ୍ୟାଲେଣ୍ଟ୍‍ ପ୍ରମାଣିତ କରିଚାଲିଛନ୍ତି । ସେହିପରି ଇଷ୍ଟର୍ନ ରେଡ୍‍ର ଅନ୍ୟାନ୍ୟ ସଫଳ ନାଟକ "ମୁଁ ତୋର କଣ ହେବି', "ବାଘମାମୁଁ', "ଗୋଟିଏ ଝିଅରେ କୋଟିଏ ତୁ', "ଅହ୍ୟ ସୁଲକ୍ଷଣୀ'ରେ ଦୁହେଁ ବାପ-ମା' ଚରିତ୍ରରେ ଚମତ୍କାର ଅଭିନୟ କରି ପାର୍ଟି ପାଇଁ ସଫଳତା ସାଉଣ୍ଟିଛନ୍ତି ।

ତୁଳସୀ ଅପା ଏବଂଅମୀୟ ପଟ୍ଟନାୟକ[ସମ୍ପାଦନା]

ତୁଳସୀ ଅପା-ଅମୀୟ ପଟ୍ଟନାୟକଙ୍କ ଲେଉଟାଣି

ବିଶିଷ୍ଟ ପ୍ରଯୋଜକ ଅମୀୟ ପଟ୍ଟନାୟକ ଫିଲ୍ମ ଦୁନିଅାକୁ ପୁଣି ଫେରୁଛନ୍ତି । ତେବେ ଏଥର କୌଣସି ଚିରାଚରିତ ବ୍ୟାବସାୟିକ ଫିଲ୍ମ ନେଇ ଅାସୁ ନାହାନ୍ତି । ଓଡ଼ିଅା ଫିଲ୍ମକୁ ରାଜ୍ୟ ବାହାରେ ପରିଚିତ କରିବା ଲକ୍ଷ୍ୟରେ ସେ ନିର୍ମାଣ କରିଛନ୍ତି ଏକ କଳାତ୍ମକ ଫିଲ୍ମ "ତୁଳସୀ ଅପା' । ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମଟି ନିର୍ମିତ ହୋଇଛି । ଜଣେ ଜୀବନ୍ତ କିମ୍ୱଦନ୍ତୀଙ୍କ ଉପରେ ଫିଲ୍ମ ନିର୍ମାଣ ହେବା ସମ୍ଭବତଃ ଏହା ଓଡ଼ିଶାରେ ପ୍ରଥମ ଉଦ୍ୟମ । "ତୁଳସୀ ଅପା' ବହୁ ଦୃଷ୍ଟିରୁ ସ୍ୱତନ୍ତ୍ର । ଫିଲ୍ମଟି "ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍‍' ବ୍ୟାନର୍‍ରେ ନିର୍ମିତ ହୋଇଥିଲେ ମଧ୍ୟ ଏଥର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ତାଙ୍କ ପୁଅ ଅନୁପମ ପଟ୍ଟନାୟକ । ଅନୁପମ ବିଦେଶରେ ଉଚ୍ଚଶିକ୍ଷା ହାସଲ କଲା ପରେ ମୁମ୍ୱାଇରେ ଦକ୍ଷ ନିର୍ଦେଶକମାନଙ୍କ ସହ କାମ କରି ବେଶ୍‍ ଅଭିଜ୍ଞତା ହାସଲ କରିଛନ୍ତି । "ତୁଳସୀ ଅପା' ମାଧ୍ୟମରେ ଓଡ଼ିଅା ଫିଲ୍ମ ଜଗତକୁ ତାଙ୍କର ବିଧିବଦ୍ଧ ପ୍ରବେଶ ହେଉଛି । ଏହି ଫିଲ୍ମରେ ଅାରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନୁପମ ନିଜକୁ ସମ୍ପୂର୍ଣ୍ଣ ଜଡ଼ିତ କରିଛନ୍ତି । ଅମୀୟ ପଟ୍ଟନାୟକ ଏଥିରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ନିର୍ଦେଶନା ଭାର ବହନ କରିଛନ୍ତି । "ତୁଳସୀ ଅପା'ର ସୁଟିଂ ଏହା ମଧ୍ୟରେ ଶେଷ ହୋଇଛି । କେଉଁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାର ସୁଟିଂ ହୋଇଛି । ଜଣେ ଅାଦିବାସୀ ମହିଳା ସମାଜ ପାଇଁ କିଛି କରିବାକୁ କିପରି ଶପଥ ନେଉଛି, ସେ ତା' ରାସ୍ତାରେ କି କି ବାଧାର ସାମ୍‍ନା କରିଛି, ପୁଣି ସେଗୁଡ଼ିକୁ କିପରି ଅତିକ୍ରମ କରି ନିଜ ଲକ୍ଷ୍ୟପଥରେ ପହଞ୍ଚୁଛି, ଶେଷରେ ସାରା ରାଜ୍ୟ ତାକୁ କିପରି ସ୍ୱୀକୃତି ଦେଉଛି- ଏ ହେଉଛି ଏ ଫିଲ୍ମ କାହାଣୀର ମୁଖ୍ୟ ଦିଗ । ଫିଲ୍ମଟିକୁ ଜୀବନ୍ତ କରିବା ପାଇଁ ତୁଳସୀ ମୁଣ୍ଡାଙ୍କ ଜନ୍ମସ୍ଥାନ ଓ ସମସ୍ତ କର୍ମଭୂମିକୁ ଏଥିରେ ସ୍ଥାନ ଦିଅାଯାଇଛି । ଏଥିରେ ତୁଳସୀ ମୁଣ୍ଡାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ନବାଗତ ଅଭିନେତ୍ରୀ ବର୍ଷା ନାୟକ । ଏ ଫିଲ୍ମର ସହଯୋଗୀ ନିର୍ଦେଶକ ଚୌଧୁରୀ ବିକାଶ ଦାସ ଏହି ସିନେମାର ନିର୍ମାଣରେ ଗୁରୁତ୍ୱପୂଣ୍ଣ ର୍ ଭୂମିକା ନିର୍ବାହ କରିଛନ୍ତି । ମୁଖ୍ୟ ସହ-ନିର୍ଦେଶକ ଅଛନ୍ତି ଦେବାନନ୍ଦ ସୋନୀ । ପଙ୍କଜ ଜାଲ୍‍ଙ୍କ ସଙ୍ଗୀତ ନିର୍ଦେଶନାରେ ଏଥିରେ ଚାରିଟି ଗୀତ ସ୍ଥାନ ପାଇଛି । ଚେନ୍ନାଇରେ କାର୍ଯ୍ୟରତ ଓଡ଼ିଅା କ୍ୟାମେରାମ୍ୟାନ୍‍ ଅର୍ଜୁନ ଜେନା ଏଥିରେ କାମ କରିଛନ୍ତି । ଶୀର୍ଷକ ଭୂମିକାରେ ଥିବା ବର୍ଷା ନାୟକଙ୍କ ସମେତ ଏଥିରେ ଅନ୍ୟ ପ୍ରମୁଖ ଭୂମିକାଗୁଡ଼ିକରେ ଅଭିନୟ କରିଛନ୍ତି ଚୌଧୁରୀ ବିକାଶ ଦାସ, ସୁଜିତ, ସୁଶିଲ, ପ୍ରେମାଞ୍ଜନ ପରିଡ଼ା, ମଞ୍ଜୁ ପ୍ରଧାନ, କାଜଲ ଓ ମନୁ । ସୂଚନାଯୋଗ୍ୟ ଯେ "ଅମୀୟ ପଟ୍ଟନାୟକ ପ୍ରଡକ୍‍ସନ୍‍'ର ଏହା ୧୫ତମ ଫିଲ୍ମ । ପୂର୍ବରୁ ହୋଇଥିବା ଫିଲ୍ମଗୁଡ଼ିକ ଭିତରୁ ୯ଟି ଓଡ଼ିଅା ଓ ଅନ୍ୟଗୁଡ଼ିକ ବାଂଲାଦେଶୀ ଓ ବଙ୍ଗଳା ଫିଲ୍ମ ଥିଲା । ପାଠକଙ୍କର ମନେଥିବ ନିଶ୍ଚୟ, ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ପ୍ରଥମ ଫିଲ୍ମ "ହାକିମ ବାବୁ' ଜାତୀୟ ଓ ଅାନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହେବା ସହ ଓଡ଼ିଅା ଦର୍ଶକଙ୍କ ଦ୍ୱାରା ମଧ୍ୟ ଅାଦୃତ ହୋଇଥିଲା । "ତୁଳସୀ ଅପା' ନିଶ୍ଚିତ ଭାବେ ଜାତୀୟ ଓ ଅାନ୍ତର୍ଜାତିକ ସ୍ତରରେ ଓଡ଼ିଅା ଫିଲ୍ମକୁ ନୂଅା ପରିଚୟ ଦେଇପାରିବ ବୋଲି ପ୍ରଯୋଜକ ଅନୁପମ ପଟ୍ଟନାୟକ ବେଶ୍‍ ଅାଶାବାଦୀ ଅଛନ୍ତି ।

ଏଲି ପାଢ଼ୀ[ସମ୍ପାଦନା]

ଏଲିଙ୍କ ଡ୍ରିମ୍ ରୋଲ

ଯା ହା ଜଣା ପଡୁଛି, ଛୋଟ ପରଦାର ପରିଚିତ ଅଭିନେତ୍ରୀ ଏଲି ପାଢ଼ୀଙ୍କ ବଡ଼ ପରଦା ଅଭିଯାନ ଏବେ ଜୋର୍‍ ଧରିଛି । ନିକଟ ଅତୀତରେ ତାଙ୍କର ଗୋଟିଏ ଫିଲ୍ମ ଅାସିଥିଲା: "ରାସ୍ତା' । ସେଥିରେ ଏଲି କେନ୍ଦ୍ରୀୟ ଭୂମିକାରେ ଥିଲେ । ସେ ଭୂମିକାରେ ତାଙ୍କ ଅଭିନୟକୁ ଅନେକ ଲୋକ ପ୍ରଶଂସା କରିଥିଲେ ଏବଂ ଏକାଧିକ ସିନେ ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ନୋମିନେସନ୍‍ରେ ଏଲି ସ୍ଥାନ ବି ପାଇଥିଲେ । ତେବେ ଏଲିଙ୍କ ମନ ଅାଜିକାଲି ଅାହୁରି ଖୁସି । ଖୁସିର କାରଣ ହେଉଛି ତାଙ୍କର ଅାଗାମୀ ଫିଲ୍ମ "କ୍ରିଷ୍ଣା ଅର୍ଜୁନ' । ଜିତୁ ରାଉତଙ୍କ ନିର୍ଦ୍ଦେଶନାରେ ସୁଟିଂ ଅାରମ୍ଭ ହେବାକୁ ଯାଉଥିବା ଏ ଫିଲ୍ମରେ ଏଲିଙ୍କ ନାୟକ ହେବେ ସମ୍ୱିତ । ଏ ଫିଲ୍ମରେ ଏଲି ଯେଉଁ ଭୂମିକା ପାଇଛନ୍ତି, ତା'କୁ ସେ ନିଜ "ଡ୍ରିମ୍‍ ରୋଲ୍‍' ବା ସ୍ୱପ୍ନର ଭୂମିକା କହୁଛନ୍ତି । ଅାପଣ ଭାବିବେ, ସ୍ୱପ୍ନର ଭୂମିକା କାହିଁକି ? କାରଣ ହେଉଛି, ଏ ଭୂମିକାଟି ହେଉଛି ଜଣେ ନିଚ୍ଛକ ଓଡ଼ିଅା ଝିଅର । ତେବେ ସେ ଝିଅଟି ସାଧାରଣ ଝିଅଙ୍କ ଭଳି ପରିସ୍ଥିତିଠାରୁ ଲୁଚି ପଳାଇ ନ ଯାଇ, ତା'କୁ ସାହସର ସହିତ ସାମ୍‍ନା କରେ । ମୁହଁ ଉପରେ ଜବାବ ଦେଇ ଜାଣେ । ଦରକାର ପଡ଼ିଲେ ହାତ ବି ଉଠାଇପାରେ । ଏ ଭୂମିକା ଜରିଅାରେ ବିଭିନ୍ନ ଭାବଧାରାର ପରିସ୍ଥିତିରେ ନିଜ ଅଭିନୟ ଦକ୍ଷତାର ପ୍ରମାଣ ଦେବାଲାଗି ଅନେକ ସୁଯୋଗ ଅଛି ବୋଲି ଏଲି କହନ୍ତି । ନିକଟ ଭବିଷ୍ୟତରେ "କ୍ରିଷ୍ଣା ଅର୍ଜୁନ'ସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ଓ ସୁଟିଂ ଅାରମ୍ଭ ହେବ ବୋଲି ଖବର ମିଳିଛି ।

ସବିର କୁମାର[ସମ୍ପାଦନା]

ସବିର କୁମାରଙ୍କ ଓଡ଼ିଅା ଭଜନ

ବିଖ୍ୟାତ ବଲିଉଡ୍‍ ଗାୟକ ସବିର କୁମାର ପ୍ରଥମ ଥର ପାଇଁ ଓଡ଼ିଅା ଭଜନରେ କଣ୍ଠଦାନ କରିଛନ୍ତି । କରିଛନ୍ତି । ଦେବୀତୋଷ ଅାଚାର୍ଯ୍ୟଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଉକ୍ତ ଭଜନ ଅାଲ୍‍ବମ୍‍ର ନାଁ ହେଉଛି "କାଳିଅା ତୁ ମଣିଷ ନା ଦେବତା' । ଶ୍ରୀଜଗନ୍ନାଥଙ୍କ ନବକଳେବର ଅବସରରେ ମୁକ୍ତିଲାଭ କରିବାକୁ ଯାଉଥିବା ଏ ଅାଲ୍‍ବମ୍‍ର ଶୀର୍ଷକ ଗୀତ ""ତୋ ନବକଳେବର ଦେଖି/ ମୁଁ ବୁଜିବି କି ମୋର ଅାଖିକୁ ସବିର ଗାଇଛନ୍ତି । ସାଇ କୃପା ପ୍ରଡକ୍ସନ୍‍ ବ୍ୟାନର୍‍ରେ ପ୍ରସ୍ତୁତ ଏ ଭଜନ ଅାଲ୍‍ବମ୍‍ରେ କଣ୍ଠଦାନ କରିଥିବା ଅନ୍ୟ କଣ୍ଠଶିଳ୍ପୀମାନେ ହେଉଛନ୍ତି ଶୈଳଭାମା, ମାନସ ଦାସ, ଲିଙ୍ଗରାଜ ଓ ତପନ ପ୍ରମୁଖ । ଉଲ୍ଲେଖଯୋଗ୍ୟ ଯେ ଦେବୀତୋଷଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଇତିମଧ୍ୟରେ ଏକ ନୂଅା ଓଡ଼ିଅା ଫିଲ୍ମ "ତାଳଫୋଟକା'ର ଶୀର୍ଷକ ଗୀତକୁ ବି ସବିର ଗାଇଛନ୍ତି ।

ଲେଖିଛି ନାଁ ତୋର[ସମ୍ପାଦନା]

ଏକ୍ସେଲ୍‍ ମୁଭିଜ୍‍ ବ୍ୟାନର୍‍ର ପଞ୍ଚମ ଅବଦାନ "ଲେଖିଛି ନାଁ ତୋର' ଏପ୍ରିଲ୍‍ ମାସ ୧୦ ତାରିଖରେ ରିଲିଜ୍‍ ହେବ ବୋଲି ଖବର ମିଳିଛି । ରବୀନ୍ଦ୍ର କୁମାର ପଣ୍ଡାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦିଲିପ ପଣ୍ଡା । "ଲେଖିଛି ନାଁ ତୋ'ର'ରେ ମୁଖ୍ୟ ଭୂମିକାରେ ଅଛନ୍ତି ସମ୍ୱିତ, ପିଙ୍କି ପ୍ରିୟଦର୍ଶିନୀ, କେ.କେ., ହରିହର ମହାପାତ୍ର ଓ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ । ଅାପଣଙ୍କର ମନେଥିବ, ପୂର୍ବରୁ ଏକ୍ସେଲ୍‍ ମୁଭିଜ୍‍ ବ୍ୟାନର୍‍ର ଦୁଇଟି ଫିଲ୍ମ, ଯଥା: "ସପନର ନାୟିକା' ଓ "ତୁ ମୋ ଅାରମ୍ଭ, ତୁ ମୋ ଶେଷ'ରେ ବି ପିଙ୍କି ନାୟିକା ଭାବେ ଅଭିନୟ କରିଥିଲେ । ବିଜୟଲକ୍ଷ୍ମୀ ପଣ୍ଡାଙ୍କ ଲିଖିତ କାହାଣୀକୁ ନେଇ ଏ ଫିଲ୍ମର ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ । ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି ବୈଦ୍ୟନାଥ ଦାଶ । ପ୍ରଚାର ଦାୟିତ୍ୱରେ ଅଛି ଗ୍ଲାମର୍‍ ୭୭ । ଏ ଫିଲ୍ମରେ ମୁଖ୍ୟତଃ ରୋମାନ୍‍ସ୍‍ ଓ ଅାକ୍ସନ୍‍ ରହିଛି, ତେବେ ବହୁ ପରିମାଣରେ କମେଡି ମଧ୍ୟ ସେଥିରେ ଖଞ୍ଜା ଯାଇଛି । କେ.କେ. ଏଥିରେ ଏକ ଅାଣ୍ଟି-ହିରୋ ଭୂମିକାରେ ଅଛନ୍ତି ।

ମାର୍ଚ୍ଚ ୨୩[ସମ୍ପାଦନା]

ନବକଳେବର[ସମ୍ପାଦନା]

କାହିକିଁ ହୁଏ ଏହି ନବକଳେବର -୨ (ସମ୍ବାଦ)

ଆହାର (ଓଡ଼ିଶା ସରକାରଙ୍କ ଯୋଜନା)[ସମ୍ପାଦନା]

[୧]

ମାର୍ଚ୍ଚ ୨୫[ସମ୍ପାଦନା]

ଆଦିମ ବିଚାର[ସମ୍ପାଦନା]

‘ଆଦିମ ବିଚାର’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ (ସମାଜ)

ଭୁବନେଶ୍ୱର, ୨୪ା୩ (ନି.ପ୍ର)- ବିଶିଷ୍ଟ ସିନେ ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ କଳାତ୍ମକ ସିନେମା ‘ଆଦିମ ବିଚାର’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଛି । ମଙ୍ଗଳବାର ୬୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ଅବସରରେ ଏହା ଶ୍ରେଷ୍ଠ ଓଡ଼ିଆ ସିନେମା ବିବେଚିତ ହୋଇ ଓଡ଼ିଶା ପାଇଁ ପୁଣିଥରେ ଗୌରବ ଆଣି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦେଇଛି । ଗଦାଧର ପୁଟ୍ଟୀଙ୍କ ନିର୍ଦେଶିତ ‘ପୂଜା ପାଇଁ ଫୁଲଟିଏ’ ୨୦୦୬ରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଥିବାବେଳେ ତା’ ପରଠାରୁ ଦୀର୍ଘ ପ୍ରାୟ ୮ବର୍ଷ ଧରି କୌଣସି ଓଡ଼ିଆ ସିନେମା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇନଥିବାବେଳେ ନିର୍ଦେଶକ ଶ୍ରୀ ମହାପାତ୍ରଙ୍କ ‘ଆଦିମ ବିଚାର’ ଏହି ପୁରସ୍କାର ପାଇଁ ମନୋନୀତ ହୋଇ ଓଡ଼ିଶାକୁ ପୁଣିଥରେ ଗୌରାବାନ୍ୱିତ କରିବା ସହ ଓଡ଼ିଆ ସିନେମାର ଉକ୍ରର୍ଷତା ପ୍ରଦର୍ଶନ କରିପାରିଛି । ‘ଶଲାବୁଢ଼ା’ର ଉଲ୍ଲେଖନୀୟ ସଫଳତା ପରେ ଆଦିବାସୀଙ୍କ ଜୀବନ କାହାଣୀକୁ ନେଇ ସମୃଦ୍ଧ ଶ୍ରୀ ମହାପାତ୍ରଙ୍କ ‘ଆଦିମ ବିଚାର’ ସିନେମା ଏହା ପୂର୍ବରୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଗୋଆ, ଚେନ୍ନଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପ୍ରଭୃତିରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ମହାପାତ୍ର ମୁଭି ମ୍ୟାଜିକ୍‍ ବ୍ୟାନରରେ ନିର୍ମିତ ସୁଶାନ୍ତ ମହାପାତ୍ର ଓ ଚିଣ୍ଟୁ ମହାପାତ୍ରଙ୍କ ପ୍ରଯୋଜିତ ଏହି ସିନେମାର କାହାଣୀ ନିର୍ଦେଶକ ଶ୍ରୀ ମହାପାତ୍ରଙ୍କ ପିତା କପିଳେଶ୍ୱର ପ୍ରସାଦ ମହାପାତ୍ର ରଚନା କରିଥିବାବେଳେ ଏହାର ସମସ୍ତ ସୁଟିଂ ବୌଦ, ଫୁଲବାଣୀ ପ୍ରଭୃତି ଅଞ୍ଚଳରେ ହୋଇଛି । ଏହାର ମୁଖ୍ୟ ଚରିତ୍ରରେ ୮୪ ବର୍ଷ ବୟସ୍କ ଅଟଳ ବିହାରୀ ପଣ୍ଡା ଅଭିନୟ କରିଛନ୍ତି । ‘ଶଲା ବୁଢ଼ା’ରେ ସେ ଶୀର୍ଷକ ଭୂମିକା ନିଭାଇଥିବାବେଳେ ଏଥିରେ ‘କନ୍ଧବୁଢ଼ା’ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଗଦାଧର ବାରିକ, ପୁରୁଷୋତ୍ତମ ମିଶ୍ର, ପ୍ରଦୁ୍ୟମ୍ନ ସାହୁ, ଲକ୍ଷ୍ମୀ ବାଘ, ଦିଲ୍ଲୀପ ପଶାୟତ, ଦୀପକ ବାଘ, ମଧୁସୂଦନ, ବେଣୁଧର ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି । ସ୍ୱର ସଂଯୋଜନା କରିଛନ୍ତି ପଙ୍କଜ ଜାଲ ଓ ଘାସିରାମ ମିଶ୍ର । ସବୁଠାରୁ ବଡ଼ କଥା ହେଉଛି ଏହି ସିନେମାରେ ତିନି ପିଢ଼ି କାମ କରିବାର ସୁଯୋଗ ପାଇଛନ୍ତି । ନିର୍ଦେଶକ ଶ୍ରୀ ମହାପାତ୍ରଙ୍କ ବାପା ଏହାର କାହାଣୀ ଲେଖିଥିବାବେଳେ ପୁତ୍ର ଚୋଡ଼ଗଙ୍ଗ ଦେବ ସିନେମାଟୋଗ୍ରାଫର ଭାବେ କାର୍ଯ୍ୟ କରିଛନ୍ତି । ଏହି ସିନେମା ପରେ ନିର୍ଦେଶକ ଶ୍ରୀ ମହାପାତ୍ର ତାଙ୍କ ଆଗାମୀ ସିନେମାର ଶୀର୍ଷକ ରଖିଛନ୍ତି ‘ଶଲାବୁଢ଼ାର ବଦ୍‍ଲା ।’ ଖୁବ୍‍ଶୀଘ୍ର ଏହି ସିନେମାର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏହା ଜଗନ୍ନାଥଙ୍କ କୃପା: ସବ୍ୟସାଚୀ ‘ଆଦିମ ବିଚାର’ ଜାତୀୟ ପୁରସ୍କାର ପାଇଁ ମନୋନୀତ ହେବା ପରେ ନିର୍ଦେଶକ ଶ୍ରୀ ମହାପାତ୍ର ପ୍ରତିକ୍ରିୟାରେ କହିଛନ୍ତି ଏହା କେବଳ ଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇଛି । ମୁଁ ବହୁତ ଖୁସି । ଆମକୁ ଆମ ପରିଶ୍ରମର ଉପଯୁକ୍ତ ମୂଲ୍ୟ ମିଳିଛି ବୋଲି ସେ ଦର୍ଶାଇଛନ୍ତି ।

ପ୍ରଫୁଲ୍ଲ ମହାନ୍ତି[ସମ୍ପାଦନା]

ବିଶିଷ୍ଟ ସାହିତ୍ୟିକ ପ୍ରଫୁଲ୍ଲ ମହାନ୍ତିଙ୍କ ପରଲୋକ (ସମାଜ)

କଟକ, ୨୪ା୩- ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ପ୍ରଫେସର ଡକ୍ଟର ପ୍ରଫୁଲ୍ଲଚନ୍ଦ୍ର ମହାନ୍ତିଙ୍କର ମଙ୍ଗଳବାର (୨୪ ତାରିଖ) ପ୍ରତୁ୍ୟଷରେ ତାଙ୍କ ମଧୁସୂଦନ ନଗର ବାସଭବନରେ ୭୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୩୯ ମସିହାରେ ତିର୍ତ୍ତୋଲର ପୋରଗଦେଇ ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା । ସେ ଜଗତସିଂହପୁର ଏସ୍‍ଭିଏମ୍‍ କଲେଜ, କେନ୍ଦ୍ରାପଡ଼ା କଲେଜ ପ୍ରଭୃତି ବିଭିନ୍ନ କଲେଜରେ ଓଡ଼ିଆରେ ଅଧ୍ୟାପନା କରି ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ । ଜଣେ ଅତ୍ୟନ୍ତ ସରଳ, ସାଦାସିଧା ତଥା ସ୍ନେହୀ ବ୍ୟକ୍ତି ଭାବେ ସେ ପରିଚିତ ଥିଲେ । ୧୫ଖଣ୍ଡ ପୁସ୍ତକ ସେ ରଚନା କରିଥିଲେ । ତାଙ୍କର ଓଡ଼ିଆ ସାହିତ୍ୟକୁ ବିଶେଷ ଅବଦାନ ହେଉଛି ଫକିରମୋହନଙ୍କ ସାମଗ୍ରିକ ସାହିତ୍ୟ କୃତି ଉପରେ ଉଚ୍ଚକୋଟୀର ଗବେଷଣା । ଏହା ବ୍ୟତୀତ ସେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଗବେଷଣା କରିବା ସହିତ ଗବେଷକମାନଙ୍କୁ ଦିଗ୍‍ଦର୍ଶନ ଦେଇଥିଲେ । “ଫକିରମୋହନଙ୍କ ସାହିତ୍ୟରେ ସମକାଳୀନ ଓଡ଼ିଶାର ଚିତ୍ର” ପୁସ୍ତକ ଓଡ଼ିଆ ସାହିତ୍ୟକୁ ତାଙ୍କର ସର୍ବଶ୍ରେଷ୍ଠ ଦାନ । ନିଜର କୃତିତ୍ୱ ପାଇଁ ସେ ଗୋକର୍ଣ୍ଣିକା ସାହିତ୍ୟ ସମ୍ମାନ, ଚେଳିତୋଳ କଲଚରାଲ ଏକାଡେମୀ ସମ୍ମାନ ସହ ବହୁ ଅନୁଷ୍ଠାନଦ୍ୱାରା ସମ୍ମାନିତ ହୋଇଛନ୍ତି । ତାଙ୍କ ପରଲୋକ ଖବର ପାଇ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ, ଇଂ. ପ୍ରଭାକର ସ୍ୱାଇଁ, ଡକ୍ଟର ପ୍ରମୋଦ କୁମାର ମହାପାତ୍ର, ସଂଜିତ କୁମାର ପଟ୍ଟନାୟକ, ସୁରେଶଚନ୍ଦ୍ର ଦାସ, ପ୍ରଦୀପ୍ତକିଶୋର ମହାନ୍ତି, ମାତୃଦତ୍ତ ମହାନ୍ତି, ଡାକ୍ତର ହିମାଂଶୁ ମହାନ୍ତି, ପ୍ରମୋଦ ମହାନ୍ତି, ବିଶ୍ୱକଲ୍ୟାଣ ଦାସ ପ୍ରମୁଖ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଶେଷଦର୍ଶନ କରିଥିଲେ । ତାଙ୍କ ମର ଶରୀରକୁ ସାରଳା ସାହିତ୍ୟ ସଂସଦରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯାଇଥିଲା । ତାଙ୍କ ମୃତୁ୍ୟ ସମୟରେ ପତ୍ନୀ ସୌଦାମିନୀ ମହାନ୍ତି, ଦୁଇପୁତ୍ର ପ୍ରଦୀପ ଓ ଆଲୋକ, ଝିଅ ଶିଖା ଓ ଶତ୍ରୁଜିତା, ବୋହୂ, ଜ୍ୱାଇଁ, ନାତିନାତୁଣୀ ପ୍ରମୁଖ ମୃତୁ୍ୟ ସମୟରେ ଉପସ୍ଥିତ ଥିଲେ । ସତୀଚଉରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ଜଗନ୍ନାଥ ମନ୍ଦିର[ସମ୍ପାଦନା]

ଶ୍ରୀ ଜଗନ୍ନାଥଙ୍କ ନାମରେ ଅଚଳାଚଳ ଭୂସମ୍ପତ୍ତି (ସମାଜ)
  • ୧୮୪୩ରେ ମରହଟ୍ଟା ସରକାର ଦେଇଥିଲେ ୧୧,୦୭୧ ଏକର
  • ୧୮୫୮ରେ ବ୍ରିଟିଶ ସରକାର ଦେଇଥିଲେ ୭୦,୫୬୯ ଏକର
  • ଅନ୍ୟ ୬ଟି ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ନାମରେ ୩୮୫ ଏକର ଜମି

ଭୁବନେଶ୍ୱର,୨୪ା୩(ନି.ପ୍ର)- ଗୋଚର, ଅନାବାଦୀ, ଶ୍ମଶାନ ଓ ସରକାରୀ ଜମିକୁ ତ ଲୋକମାନେ ଜବରଦଖଲ କରି ନେଇଛନ୍ତି । ତା ସାଙ୍ଗକୁ ପ୍ରତିଟି ଓଡ଼ିଆ ତଥା ସାରା ବିଶ୍ୱର ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ଜମିକୁ ବି ଚଳୁ କରି ଦେଇଛନ୍ତି । ଅଚଳାଚଳ ଭୂସମ୍ପତ୍ତିର ମାଲିକ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମି ମଧ୍ୟରୁ ବିପୁଳ ଜମି ଏବେ ବି ଜବରଦଖଲକାରୀଙ୍କ ଦଖଲରେ ରହିଛି । ବିଧାନସଭାରେ ଆଇନମନ୍ତ୍ରୀ ଅରୁଣ କୁମାର ସାହୁ ଦେଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି । ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେମନ୍ତ୍ରୀଙ୍କ ସୂଚନା ଅନୁସାରେ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରାଜ୍ୟର ୨୩ଟି ଜିଲାରେ ୫୭,୧୫୧ ଏକର ଜମି ମଧ୍ୟରୁ ମାତ୍ର ୨୮,୧୪୮ ଏକର ଜମିର ସଂଶୋଧିତ ସ୍ୱତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଉପଲବ୍ଧ କାଗଜପତ୍ରରୁ ସଂଗୃହୀତ ତଥ୍ୟ ଅନୁସାରେ ଶ୍ରୀଜଗନ୍ନାଥ ମହାପ୍ରଭୁ ପୁରୀଙ୍କ ସେବାପୂଜା ଓ ନୀତିକାନ୍ତି ଖର୍ଚ୍ଚ ଭରଣା ନିମନ୍ତେ ୧୮୫୮ ମସିହାରେ ତତ୍‍କାଳୀନ ବି୍ରଟିଶ୍‍ ସରକାର ଅବିଭକ୍ତ ପୁରୀ ଜିଲା ଅଧୀନସ୍ଥ ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରେ ୧୫୬ଟି ମୌଜାରେ ୭୦,୫୬୯ ଏକର ଜମି ଦାନ ସୂତ୍ରେ ଦେଇଥିଲେ । ଏହା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଏକରାଯାତ ମାହାଲ ଭାବରେ ପରିଚିତ ଥିଲା । ସେହିପରି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେବାପୂଜା ଓ ନୀତିକାନ୍ତିର ଖର୍ଚ୍ଚ ନିମନ୍ତେ ତତ୍‍କାଳୀନ ମରହଟ୍ଟା ସରକାର ୧୮୪୩ ମସିହାରେ ଅବିଭକ୍ତ ପୁରୀ ଜିଲା ଓ ଏହାର ଆଖପାଖ ଅଞ୍ଚଳରେ ୯୬ଟି ମୌଜାରେ ୧୧,୦୭୧ ଏକର ଜମି ଦାନସୂତ୍ରେ ଦେଇଥିଲେ, ଯାହା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସତେଇଶି ହଜାରୀ ମାହାଲ ଭାବରେ ପରିଚିତ । ଜବରଦଖଲରେ ଥିବା ପ୍ରଜାମାନଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ ବାର୍ଷିକ ରାଜଭାଗ ଆଦାୟ ପାଇଁ ବ୍ୟବସ୍ଥା ହୋଇଛି । ଗତ ୨୦୧୩-୧୪ ବର୍ଷରେ ଭାଗଚାଷୀଙ୍କ ଠାରୁ ୩୬.୭୨ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ୨୦୧୪ ଡ଼ିସେମ୍ବର ସୁଦ୍ଧା ୧୪.୯୬ ଲକ୍ଷ ଟଙ୍କା ଆଦାୟ କରାଯାଇ ଶ୍ରୀମନ୍ଦିର ପାଣ୍ଠିରେ ଜମା କରାଯାଇଛି । ସେହିପରି ଓଡ଼ିଶା ରାଜ୍ୟ ବାହାରେ ୬ଟି ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ନାମରେ ମୋଟ ୩୮୫ ଏକର ୨୫୨ ଡ଼ିସିମିଲ ଭୂସମ୍ପତ୍ତି ଚିହ୍ନଟ ହୋଇଛି । ଏହା ମଧ୍ୟରୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ୧୭.୦୨ ଏକର, ପଶ୍ଚିମବଙ୍ଗର ପୁରୁଲିଆ ଜିଲାରେ ୩୨୨.୨୧୮ ଏକର, ମହାରାଷ୍ଟ୍ରର ଅକୋଲା ଜିଲାରେ ୨୮.୨୧୮ ଏକର, ମଧ୍ୟପ୍ରଦେଶର ଦାମୋହ, ଜବଲପୁର ଓ ଉଜ୍ଜୟିନୀ ଜିଲାରେ ୨୫.୧୧୦ ଏକର, ବିହାରର ବୈଶାଳୀ ଜିଲାରେ ୨୭୪ ଡ଼ିସିମିଲ ଏବଂ ଛତିଶଗଡ଼ର ବିଳାସପୁର ଓ ବସ୍ତର ଜିଲାରେ ୧.୭ ଏକର ଜମି ଅନ୍ତର୍ଭୁକ୍ତ ।

ଲିଙ୍ଗରାଜ ମନ୍ଦିର[ସମ୍ପାଦନା]

ଲିଙ୍ଗରାଜଙ୍କ ୩୩ ଏକର ଜମି ଜବରଦଖଲ (ସମାଜ)

ଭୁବନେଶ୍ୱର,୨୪ା୩(ନି.ପ୍ର)- ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ଥିବା ଜମି ବି ଜବରଦଖଲକାରୀଙ୍କ କବ୍‍ଜାରୁ ବାଦ୍‍ ପଡ଼ିନାହିଁ । ଲିଙ୍ଗରାଜଙ୍କ ନାମରେ ଥିବା ୧୫୨୩ ଏକର ୮୭୯ ଡ଼ିସିମିଲ ଜମି ମଧ୍ୟରୁ ୩୩ ଏକର ୭୬୩ ଡ଼ିସିମିଲ ଜମି ଜବରଦଖଲ ହୋଇଛି ବୋଲି ଆଇନମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । ବିଧାୟକ ବିଜୟ କୁମାର ମହାନ୍ତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଏହି ଜମି ଜବରଦଖଲ ବିରୋଧରେ ହିନ୍ଦୁ ଦେବୋତ୍ତର ଆଇନର ଧାରା ୨୫ ମୁତାବକ ୨୪୦ଟି ମାମଲା ଦେବୋତ୍ତର ଆୟୋଗଙ୍କ ଇଜିଲାସରେ ରୁଜୁ କରାଯାଇଛି । ସେଥିମଧ୍ୟରୁ ୬.୪୩୫ ଏକର ସମ୍ପତ୍ତି ପାଇଁ ୫୯ଟି ମକଦ୍ଧମା ଫଇସାଲା କରାଯାଇ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳକଙ୍କୁ ହସ୍ତାନ୍ତର କରିବା ପାଇଁ ଖୋର୍ଦ୍ଧା ଜିଲାପାଳଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରି ସରକାର ମଧ୍ୟ ଲିଙ୍ଗରାଜଙ୍କ ନାମରେ ଥିବା କେତେକ ଜବରଦଖଲ କିମ୍ବା ବେଆଇନ ଭାବେ ଅଧିକୃତ ଜମିର ପ୍ରକୃତ ସ୍ଥିତି ଅନୁଧ୍ୟାନ କରି ଏହାକୁ ଠାକୁରଙ୍କ ହିତ ପାଇଁ ବିକଳ୍ପ ଉପାୟରେ ନିୟମିତ କରିବା ପାଇଁ ଦେବୋତ୍ତର ଅଧିନିୟମର ୮୦ ଧାରା ଅନୁସାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର[ସମ୍ପାଦନା]

‘କୋର୍ଟ’ ଶ୍ରେଷ୍ଠ ଚଳଚ୍ଚିତ୍ର

ନୂଆଦିଲ୍ଲୀ,୨୪ା୩ (ପିଟିଆଇ) : ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ସମ୍ମାନ ବହନ କରୁଥିବା ୬୨ତମ ଚଳଚ୍ଚିତ୍ର ପୁରସ୍କାର ମଙ୍ଗଳବାର ଘୋଷଣା କରାଯାଇଛି । ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିବାବେଳେ ଆସନ୍ତା ମେ’ ୩ରେ ଏହାର ବିତରଣ ଉତ୍ସବ ଅନୁଷ୍ଠିତ ହେବ । ବରିଷ୍ଠ ଅଭିନେତା ଶଶୀ କପୁର ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିବେ । ଘୋଷଣା ଅନୁଯାୟୀ ମେରି କମ୍‍ ଶ୍ରେଷ୍ଠ ମନୋରଞ୍ଜନ ଚଳଚ୍ଚିତ୍ର ବିବେଚିତ ହୋଇଥିବାବେଳେ କନ୍ନଡ ଅଭିନେତା ବିଜୟ ଶ୍ରେଷ୍ଠ ଅଭିନେତା ଓ କଙ୍ଗନା ରାଣାୱତ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି । ଅମିର ଖାନ୍‍, ସାହିଦ କପୁର ଓ ମାମୁଟିଙ୍କୁ ପଛରେ ପକାଇ କନ୍ନଡ ଅଭିନେତା ବିଜୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି ।

୬୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ଶ୍ରେଷ୍ଠ ଅଭିନେତା: ବିଜୟ (ନାନୁ ଅବନଲ୍ଲା ଅବାଲୁ) (କନ୍ନଡ)
ଶ୍ରେଷ୍ଠ ଅଭିନେତ୍ରୀ: କଙ୍ଗନା ରାଣାୱତ (କୁଇନ)
ଶ୍ରେଷ୍ଠ ନିର୍ଦେଶକ: ଶ୍ରୀଜିତ୍‍ ମୁଖାର୍ଜୀ (ଚତୁସ୍କୋମ୍‍) (ବଙ୍ଗଳା)
ଶ୍ରେଷ୍ଠ ଚଳଚ୍ଚିତ୍ର (ହିନ୍ଦୀ): କୁଇନ
ଶ୍ରେଷ୍ଠ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର: ମେରି କମ୍‍
ଶ୍ରେଷ୍ଠ ଶିଶୁ କଳାକାର: ଜେ ବିଘ୍ନେଶ ଓ ରମେଶ (ତାମିଲ
ଫିଲ୍ମ କାକ୍କା ମୁଟ୍ଟାଇ)
ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶନା (ଗୀତ): ହାଇଦର
ଶ୍ରେଷ୍ଠ ବ୍ୟାକଗ୍ରାଉଣ୍ଡ ମୁ୍ୟଜିକ୍‍: ନାଇଣ୍ଟିନ୍‍ ଏଟି ଥ୍ରୀ
(ମାଲାୟଲମ୍‍)
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ : ସୁଖବିନ୍ଦର ସିଂହ (ହାଇଦର)
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା: ଉତ୍ତରା ଉନିକୃଷ୍ଣନ୍‍ (ଶୈଭମ)
(ତାମିଲ)
ଶ୍ରେଷ୍ଠ ସଂଳାପ: ବିଶାଲ ଭରଦ୍ୱାଜ (ହାଇଦର)
ଶ୍ରେଷ୍ଠ କୋରିଓଗ୍ରାଫି: ହାଇଦର
ଶ୍ରେଷ୍ଠ ଅଙ୍ଗସଜ୍ଜା: ଡଲି ଆଲୁୱାଲିଆ (ହାଇଦର)
ଶ୍ରେଷ୍ଠ କୋଙ୍କଣୀ ଫିଲ୍ମ: ନାଚମ
ଶ୍ରେଷ୍ଠ କନ୍ନଡ ଫିଲ୍ମ: ହାରିବୁ
ଶ୍ରେଷ୍ଠ ମାଲାୟଲମ୍‍ ଫିଲ୍ମ: ଆଇନ
ଶ୍ରେଷ୍ଠ ମରାଠୀ ଫିଲ୍ମ: କିଲ୍ଲା
ଶ୍ରେଷ୍ଠ ଓଡିଆ ଫିଲ୍ମ: ଆଦିମ ବିଚାର
କଙ୍ଗନା ରାଣାୱତ
କଙ୍ଗନା ରାଣାୱତ ଶ୍ରେଷ୍ଠ ଅଭିନେତ୍ରୀ
ବିଜୟ ଶ୍ରେଷ୍ଠ ଅଭିନେତା
ମେରିକମ୍‍-ଶ୍ରେଷ୍ଠ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର
କୁଇନ୍‍-ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର
ଆଦିମ ବିଚାର- ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର
ସମ୍ପୂର୍ଣ୍ଣ ତାଲିକା
ଶ୍ରେଷ୍ଠ କଥାଚିତ୍ର: କୋର୍ଟ (ମରାଠୀ, ହିନ୍ଦୀ, ଇଂରାଜୀ ଓ ଗୁଜରାଟୀ)
ଶ୍ରେଷ୍ଠ ପଞ୍ଜାବୀ ଫିଲ୍ମ: ପଞ୍ଜାବ ୧୯୮୪
ଶ୍ରେଷ୍ଠ ତାମିଲ ଫିଲ୍ମ: କୁଟ୍ରମ କାଡିତାଲ
ଶ୍ରେଷ୍ଠ ତେଲୁଗୁ ଫିଲ୍ମ: ଚାନ୍ଦମାମା କାଥାଲୁ
ଶ୍ରେଷ୍ଠ ଆନିମେସନ ଫିଲ୍ମ: ସାଉଣ୍ଡ ଅଫ ଜୟେ
ଶ୍ରେଷ୍ଠ ଅନୁଧ୍ୟାନଧର୍ମୀ ଫିଲ୍ମ: ଫୁମ୍‍ ସାଙ୍ଗ୍‍
ଶ୍ରେଷ୍ଠ କ୍ଷୁଦ୍ର କାଳ୍ପନିକ ଚଳଚ୍ଚିତ୍ର: ମିତ୍ରା

୨୦୦୦ ସୂଚନା ପ୍ରଯୁକ୍ତି ଆଇନ ଧାରା[ସମ୍ପାଦନା]

(ଇଂରାଜୀ ଉଇକିପିଡ଼ିଆ ପ୍ରସଙ୍ଗ: w:Information Technology Act 2000)

ପ୍ରତିବାଦ ସ୍ୱର ଉଠାଇଥିବା ଶ୍ରେୟା

ସୁପ୍ରିମକୋର୍ଟଙ୍କ ଦ୍ୱାରା ସୂଚନା ପ୍ରଯୁକ୍ତି (ଆଇଟି) ଆଇନର ଧାରା ୬୬କକୁ ଅସାମ୍ବିଧାନିକ କରାଯିବା ପରେ ଫେସବୁକ୍‍, ଟ୍ୱିଟର ଆଦି ବ୍ୟବହାରକାରୀଙ୍କ ଲାଗି ଆଜିର ଦିନ ସ୍ୱାଧୀନତା ଦିବସ ଭଳି ହୋଇଛି । ଅଭିବ୍ୟକ୍ତିର ସ୍ୱାଧୀନତା ଲାଗି ଏମାନେ ଖୁସି ମନାଉଛନ୍ତି; ଯାହା ଉପରେ ଆଇଟି ଆଇନର ଧାରା ୬୬କର କଟକଣା ରହିଥିଲା । ଏହି ଧାରାରୁ ସ୍ୱାଧୀନତା ଦେଇଛନ୍ତି ଜଣେ ୨୧ ବର୍ଷୀୟା ଯୁବତୀ ଶ୍ରେୟା ସିଙ୍ଘଲ । ୬୬କ ବିରୋଧରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ଶ୍ରେୟା । ପୂର୍ବତନ ଆଇନ ମନ୍ତ୍ରୀ ଏଚ୍‍ଆର ଗୋଖଲେଙ୍କ ଅଣନାତୁଣୀ ଏବଂ ଜଷ୍ଟିସ ସୁନନ୍ଦା ଭଣ୍ଡାରେଙ୍କ ନାତୁଣୀ ହେଉଛନ୍ତି ଶ୍ରେୟା । ସେ ବ୍ରିଟେନର ବ୍ରିଷ୍ଟୋଲ ବିଶ୍ୱବିଦ୍ୟାଳୟରେ ଆଷ୍ଟ୍ରୋଫିଜିକ୍ସରେ ଅଧ୍ୟୟନ କରିଥିଲେ । ୨୦୧୨ରେ ସେ ଦିଲ୍ଲୀ ଫେରିଆସି ଲ ସ୍କୁଲରେ ନାମ ଲେଖାଇବାକୁ ଆବେଦନ କରିଥିଲେ । ଏହି ସମୟରେ ତାଙ୍କୁ ଆଇଟି ଆଇନର ଧାରା ୬୬କ ସଂପର୍କରେ ମାଲୁମ ହୋଇଥିଲା । ଶ୍ରେୟାଙ୍କ ମା’ ମଧ୍ୟ ଜଣେ ଓକିଲ । ମା’ଙ୍କ ସହିତ ପରାମର୍ଶ କରିବା ପରେ ଶ୍ରେୟା ଓକିଲଙ୍କ ସହାୟତାରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬କ ଉଚ୍ଛେଦ ନୂଆଦିଲ୍ଲୀ,୨୪ା୩ (ପିଟିଆଇ): ଏକ ଐତିହାସିକ ରାୟ କ୍ରମେ ସୁପ୍ରିମକୋର୍ଟ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬(କ)କୁ ଅସାମ୍ବିଧାନିକ ଦର୍ଶାଇ ଏହାର ଉଚ୍ଛେଦ କରିଛନ୍ତି । ଆଇନର ଉଚ୍ଛେଦ ଦ୍ୱାରା ସାମାଜିକ ଗଣମାଧ୍ୟମ ଓ ଇଣ୍ଟରନେଟ ମାଧ୍ୟମରେ ଖୋଲା ମତ ଦେବାର ଅଧିକାର ସମସ୍ତଙ୍କୁ ମିଳିପାରିଛି । ଏଥିନେଇ ରହିଥିବା ଗିରଫର ଭୟ ଦୂର ହୋଇଛି । ସୂଚନା ପ୍ରଯୁକ୍ତିର ଏହି ଆଇନ ଦ୍ୱାରା ଇଣ୍ଟରନେଟ୍‍ରେ କୌଣସି ପ୍ରକାର ଆପତ୍ତିଜନକ ମନ୍ତବ୍ୟ ପ୍ରସାରଣ ପାଇଁ ବ୍ୟକ୍ତି ବିଶେଷଙ୍କୁ ଦଣ୍ଡିତ ହେବାକୁ ପଡୁଥିଲା । ମଙ୍ଗଳବାର ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି କହିଥିଲେ ଏହି ଆଇନ ସମ୍ବିଧାନର ଧାରା ୧୯(୧)କ ର ଉଲ୍ଲଙ୍ଘନ କରୁଛି । ଏହା ବ୍ୟକ୍ତିର ସ୍ୱାଧୀନ ମତବ୍ୟକ୍ତ ଓ ସ୍ୱାଧୀନ ଇଚ୍ଛାବ୍ୟକ୍ତର ଅଧିକାରକୁ ପ୍ରଭାବିତ କରୁଛି । ସୁପ୍ରିମକୋର୍ଟ କହିଥିଲେ ଯେ ଇଣ୍ଟରନେଟରେ ବ୍ୟକ୍ତି ଦ୍ୱାରା ପ୍ରସାରିତ ତଥ୍ୟ କାହା ପାଇଁ ଆପତ୍ତିଜନକ ହୋଇଥିବାବେଳେ ଅନ୍ୟ କାହା ପାଇଁ ଏହା ସ୍ୱାଗତଯୋଗ୍ୟ ହୋଇଥାଏ । ତେଣୁ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬ କ ସମ୍ବିଧାନ ପ୍ରଦତ୍ତ ବ୍ୟକ୍ତିର ସ୍ୱାଧୀନ ମତବ୍ୟକ୍ତର ଅଧିକାରକୁ ଉଲ୍ଲଙ୍ଘନ କରୁଛି । ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହ...ା କହିଥିଲେ ଯେ ସରକାର ବ୍ୟକ୍ତିର ସ୍ୱାଧୀନ ମତବ୍ୟକ୍ତ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ଚାହାନ୍ତି ନାହିଁ । ମାତ୍ର ବିଶାଳ ସାଇବର କ୍ଷେତ୍ରକୁ ସରକାର ଅନିୟନ୍ତ୍ରିତ ଭାବେ ଛାଡିଦେଇପାରିବେ ନାହିଁ । ଏହା ନିୟନ୍ତ୍ରଣରେ ରହିବା ଦରକାର । ସାଇବର ଆଇନର ଏହି ଧାରାର ବୈଧତାକୁ ଚାଲେଞ୍ଜ କରି ଦାୟର ହୋଇଥିବା କେତେକ ପିଟିସନ ଉପରେ ବିଚାରପତି ଜେ ଚେଲାମେଶ୍ୱର ଓ ଏଫଆର ନରିମାନ ଖଣ୍ଡପୀଠ ବିଚାର କରି ଏହି ରାୟ ଦେଇଛନ୍ତି । ଫେବୃୟାରୀ ୨୬ରେ ଖଣ୍ଡପୀଠ ପିଟିସନର ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଥିଲେ । ୨୦୧୨ରେ ଆଇନ ଛାତ୍ରୀ ଶ୍ରେୟା ସିଙ୍ଘଲ ଏହି ଆଇନର ବୈଧତା ନେଇ ଦାୟର କରିଥିବା ଜନସ୍ୱାର୍ଥ ମାମଲାକୁ ମୁଖ୍ୟ ଆବେଦନ ଭାବେ ବିଚାର କରାଯାଇଥିଲା । ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ମୃତୁ୍ୟକୁ ନେଇ ମୁମ୍ବଇରେ ବନ୍ଦ ପାଳନ ହୋଇଥିଲା । ଏପରି ବନ୍ଦକୁ ବିରୋଧ କରି ଦୁଇଜଣ ଛାତ୍ରୀ ସାହିନ ଧାଡା ଓ ରିନୁ ଶ୍ରୀନିବାସନ ଇଣ୍ଟରନେଟରେ କିଛି ମନ୍ତବ୍ୟ ଦେଇଥିଲେ । ଇଣ୍ଟରନେଟ୍‍ରେ ଏପରି ମନ୍ତବ୍ୟ ପରେ ଉଭୟଙ୍କୁ ଗିରଫ କରାଯାଇଥିଲା । ଏହି ଗିରଫ ବିରୋଧରେ ଆଇନ ଛାତ୍ରୀ ଶ୍ରେୟା ମାମଲା ଦାୟର କରିଥିଲେ । ଏହା ପୂର୍ବରୁ ସୁପ୍ରିମକୋର୍ଟ ମେ’ ୧୬, ୨୦୧୩ରେ ଉପରୋକ୍ତ ଆଇନର ଦୁରୁପଯୋଗକୁ ନେଇ ଏକ ନିର୍ଦେଶନାମା ଜାରି କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ଇଣ୍ଟରନେଟ୍‍ କିମ୍ବା ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ତଥ୍ୟ ପ୍ରସାରଣ ପାଇଁ କାହାକୁ ଗିରଫ କରାଯିବା ପୂର୍ବରୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁମତି ନେବାକୁ ପଡିବ । ଇନ୍ସପେକ୍ଟର ଜେନେରାଲ କିମ୍ବା ଡେପୁଟି ପୁଲିସ କମିଶନର ର୍ୟାଙ୍କର ଅଧିକାରୀଙ୍କ ଅନୁମତି ବିନା କୌଣସି ବ୍ୟକ୍ତିକୁ ଏହି ଆଇନ ଅନୁଯାୟୀ ଗିରଫ କରାଯାଇପାରିବ ନାହିଁ ।

ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬ (କ) କଣ?

ସୂଚନା ପ୍ରଯୁକ୍ତି ଆଇନ ୨୦୦୦ରେ ସଂଶୋଧନ ଆଣାଯାଇ ଧାରା ୬୬ (କ)ର ଯୋଗ କରାଯାଇଥିଲା । ୨୦୦୮ରେ ଏହି ଆଇନର ସଂଶୋଧନ କରାଯାଇଥିଲା । ସଂଶୋଧିତ ଆଇନ ୨୦୦୯ ଫେବୃୟାରୀରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା । ଆଇନର ଏହି ଧାରା ଅନୁଯାୟୀ କମ୍ପୁ୍ୟଟର, ମୋବାଇଲ କିମ୍ବା କୌଣସି ଯୋଗାଯୋଗ ଉପକରଣରୁ ଆପତ୍ତିଜନକ ମନ୍ତବ୍ୟ ପଠାଇବାକୁ ଦୋଷାବହ କୁହାଯାଇଛି । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୩ବର୍ଷ ଜେଲଦଣ୍ଡ ସହିତ ଜୋରିମାନା ଦେବାକୁ ହେବ । ତେବେ ଆଇନର ଅସ୍ପଷ୍ଟତାକୁ ନେଇ ବିବାଦ ଦେଖାଯାଇଥିଲା । ୨୦୧୨ ନଭେମ୍ବରରେ ଏହି ଆଇନର ବୈଧତାକୁ ନେଇ ପ୍ରଥମେ ପିଟିସନ ଦାୟର ହୋଇଥିଲା । ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ମୃତୁ୍ୟକୁ ନେଇ ମୁମ୍ବଇରେ ବନ୍ଦ ପାଳନ ହୋଇଥିଲା । ଏପରି ବନ୍ଦକୁ ବିରୋଧ କରି ଦୁଇଜଣ ଛାତ୍ରୀ ଇଣ୍ଟରନେଟରେ କିଛି ମନ୍ତବ୍ୟ ଦେଇଥିଲେ । ଇଣ୍ଟରନେଟ୍‍ରେ ଏପରି ମନ୍ତବ୍ୟ ପରେ ଉଭୟଙ୍କୁ ଗିରଫ କରାଯାଇଥିଲା । ଏହି ଗିରଫକୁ ବିରୋଧ କରି ଆଇନ ଛାତ୍ରୀ ଶ୍ରେୟା ସିଂଘଲ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଏହା ପରେ ୨୦୧୨ ନଭେମ୍ବରରେ ଯାଦବପୁର ବିଶ୍ୱବିଦ୍ୟାଳୟ ପ୍ରଫେସର ଅମ୍ବିକେଶ ମହାପାତ୍ରଙ୍କୁ ଗିରଫ କରାଯିବା ଆଇନର ଧାରାକୁ ବିବାଦୀୟ କରିଦେଇଥିଲା । ବିବାଦ ପରେ ମେ’ ୧୬, ୨୦୧୩ରେ ସୁପି୍ରମକୋର୍ଟ ଏହା ଉପରେ ଏକ ନିର୍ଦେଶନାମା ଜାରି କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ଇଣ୍ଟରନେଟ୍‍ କିମ୍ବା ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ତଥ୍ୟ ପ୍ରସାରଣ ପାଇଁ କାହାକୁ ଗିରଫ କରାଯିବା ପୂର୍ବରୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁମତି ନେବାକୁ ପଡିବ । ଇନ୍ସପେକ୍ଟର ଜେନେରାଲ କିମ୍ବା ଡେପୁଟି ପୁଲିସ କମିଶନର ର୍ୟାଙ୍କର ଅଧିକାରୀଙ୍କ ଅନୁମତି ବିନା କୌଣସି ବ୍ୟକ୍ତିକୁ ଏହି ଆଇନ ଅନୁଯାୟୀ ଗିରଫ କରାଯାଇପାରିବ ନାହିଁ । ସୁପି୍ରମକୋର୍ଟଙ୍କ ଏପରି ଗାଇଡଲାଇନକୁ ମଧ୍ୟ କେତେକ କ୍ଷେତ୍ରରେ ଉଲ୍ଲଙ୍ଘନ କରାଯିବା ଦେଖାଯାଇଥିଲା । ଶେଷରେ ସୁପି୍ରମକୋର୍ଟ ଏହାକୁ ଅସାମ୍ବିଧାନିକ ଦର୍ଶାଇଲେ ।

ଏମାନେ ହୋଇଥିଲେ ଶିକାର
  • ଶାହିନ-ରିନୁୁଙ୍କୁ ଗିରଫ କରାଯାଇଥିଲା:

ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬(କ) ଅନୁଯାୟୀ ଗିରଫଦାରୀ ଉପରେ ସର୍ବପ୍ରଥମ ବିବାଦ ୨୦୧୨ରେ ହୋଇଥିଲା । ମହାରାଷ୍ଟ୍ରର ପାଲଘରରେ ରହୁଥିବା ଶାହିନ ନାମକ ଫେସବୁକ୍‍ ୟୁଜର୍ସ ବାଲ ଠାକ୍‍ରେଙ୍କ ଅନ୍ତିମ ସଂସ୍କାରବେଳେ ମୁମ୍ବଇ ବନ୍ଦକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହାକୁ ତାଙ୍କର ବାନ୍ଧବୀ ରିନୁ ଲାଇକ୍‍ କରିଥିଲେ । ଏଥିପାଇଁ ଦୁହିଁଙ୍କୁ ଗିରଫ କରାଯାଇ ପରେ ଜାମିନରେ ଛଡାଯାଇଥିଲା ।

  • କାର୍ଟୁନ ପାଇଁ ପ୍ରଫେସରଙ୍କୁ ଗିରଫ:

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ କାର୍ଟୁନ କରିବା ପାଇଁ ପୁଲିସ ଅମ୍ବିକେଶ ମହାପାତ୍ର ନାମକ ଜଣେ ପ୍ରଫେସରଙ୍କୁ ଗିରଫ କରିଥିଲା । ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଉକ୍ତ କାର୍ଟୁନକୁ ଫେସବୁକ୍‍ରେ ପୋଷ୍ଟ କରିଥିଲେ । ସେତେବେଳେ ରେଳମନ୍ତ୍ରୀ ପଦରୁ ଦଳର ନେତା ଦୀନେଶ ତ୍ରିବେଦୀଙ୍କୁ ମମତା ହଟାଇବା ପାଇଁ ପ୍ରଫେସର ମହାପାତ୍ର ଉକ୍ତ କାର୍ଟୁନ କରିଥିଲେ ।

  • କାର୍ଟୁନିଷ୍ଟ ଅସୀମ ତ୍ରିବେଦୀଙ୍କୁ ଜେଲ୍‍:

ଅନ୍ନା ହଜାରେଙ୍କ ଆନେ୍ଦାଳନ ସହିତ ସଂଶ୍ଳୀଷ୍ଟ କାର୍ଟୁନିଷ୍ଟ ଅସୀମ ତ୍ରିବେଦୀଙ୍କୁ ଫେସବୁକ୍‍ରେ ୟୁପିଏ ସରକାରଙ୍କ ଦୁର୍ନୀତିକୁ ନେଇ ଏକ କାର୍ଟୁନ ପୋଷ୍ଟ କରିବା ପାଇଁ ଗିରଫ କରାଯାଇଥିଲା । ‘ଭ୍ରଷ୍ଟମେବ ଜୟତେ’ ଶୀର୍ଷକ ଏହି କାର୍ଟୁନରେ ସଂସଦ ଓ ରାଷ୍ଟ୍ରୀୟ ପ୍ରତୀକକୁ ଉପହାସ କରାଯାଇଥିବା ଅଭିଯୋଗ ହୋଇଥିଲା । ଅସୀମଙ୍କ ବିରୋଧରେ ପୁଲିସ ଦେଶଦ୍ରୋହର ମାମଲା ମଧ୍ୟ ରୁଜୁ କରିଥିଲା ।

  • ଆଜମଙ୍କ ବିରୋଧରେ ମନ୍ତବ୍ୟ ପାଇଁ ଛାତ୍ର ଗିରଫ:

ଉତ୍ତର ପ୍ରଦେଶର ଶକ୍ତିଶାଳୀ ମନ୍ତ୍ରୀ ଆଜମ ଖାନ୍‍ଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ସୋସିଆଲ ନେଟୱାର୍କ ସାଇଟ୍‍ରେ ପୋଷ୍ଟ କରିବା ପାଇଁ ବରେଲୀରେ ଜଣେ ଏକାଦଶ ଶ୍ରେଣୀର ଛାତ୍ରକୁ ଗିରଫ କରାଯାଇଥିଲା । ବିଚାର ବିଭାଗୀୟ ହାଜତରେ ଥିବାବେଳେ କୋର୍ଟ ଛାତ୍ରଙ୍କୁ ଜାମିନ ଦେଇଥିଲା । ମାମଲା ସୁପ୍ରିମକୋର୍ଟରେ ପହଞ୍ଚôବା ପରେ ଛାତ୍ରଙ୍କ ଗିରଫଦାରୀକୁ ନେଇ ଅଦାଲତ ପୁଲିସଠାରୁ ଜବାବ ଲୋଡିଛନ୍ତି ।

ଘୋଡ଼ା ନାଚ, ବାଘ ନାଚ[ସମ୍ପାଦନା]

ବିଲୁପ୍ତ ପଥେ ବିଦଗ୍ଧ କଳା-ଗାଁ ଦାଣ୍ଡରେ ବାଘ ଡେଉଁଛି (ଜିତେନ୍ଦ୍ର କୁମାର ମିଶ୍ର, ସମାଜ)

ଗାଉଁଲି ସଂସ୍କୃତିରେ ଦିନେ ଚିତ୍ତ ବିନୋଦନର ପ୍ରମୁଖ ଅଧିକାର ବହନ କରିଥିବା ଘୋଡ଼ା ଓ ବାଘନାଚ ଏବେ ମଧ୍ୟ ତା’ର ଚମକ ହରାଇନି । ଯଦିଓ ସମୟଚକ୍ରରେ ଆଜିକାର ଡିଜେ ଓ ବ୍ୟାଣ୍ଡ ପାର୍ଟିର ଶବ୍ଦ ଭିତରେ ଏଭଳି କିଛି ପାରମ୍ପରିକ କଳା ଲୁଚିଯିବାକୁ ବସିଛି ତଥାପି କିଛି ଗ୍ରାମ୍ୟ କଳାକାର ଏହାକୁ ଏବେବି ଜାବୋଡ଼ି ଧରିଛନ୍ତି । କଷ୍ଟ ସତ୍ତ୍ୱେ ଆପ୍ରାଣ ଚେଷ୍ଟା କରି ବିଲୁପ୍ତ କଳାକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ରାଜାରାଜୁଡ଼ା ଅମଳରୁ ଚାଲି ଆସିଥିବା ଏଭଳି ନିଆରା କଳାକୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି ନୟାଗଡ଼ ଜିଲା ଶରଣକୁଳ ପଞ୍ଚାୟତ ଅନ୍ତର୍ଗତ ଶିଖରପୁର ଗ୍ରାମର କଳାକାରମାନେ । ଶିଖରପୁର ଜେନାସାହିର ମା’ ଯାଜେ୍ଞଶ୍ୱରୀ କମିଟିର କଳାକାରମାନେ ପରିବେଷଣ କରୁଛନ୍ତି ଏଭଳି କିଛି ପ୍ରାଚୀନ ନୃତ୍ୟ ଯାହା ଆଜିକାର ଯୁଗରେ ରାଜାରାଜୁଡ଼ା ଅମଳର ସେଇ ପୁରୁଣା କଥାକୁ ମନେ ପକାଇ ଦେଉଛି । ସେମାନଙ୍କ କଳା ଆଗରେ ଲୁଚିଯାଉଛି ଆଜିର ଡିଜେ ଓ ବ୍ୟାଣ୍ଡ ପାର୍ଟିର କର୍କଶ ଶବ୍ଦ । ସେମାନେ ପରିବେଷଣ କରୁଥିବା ନୃତ୍ୟ ମଧ୍ୟରେ ଘୋଡ଼ା ନାଚ, ବାଘ ନାଚ, ଷଣ୍ଢ ଲଢ଼େଇ ଓ ରାଜା ରାଣୀ ନୃତ୍ୟ ଅନ୍ୟତମ । ଏକଦା ବିବାହ, ବ୍ରତ ଉତ୍ସବ ହେଉ ଅବା କୌଣସି ପର୍ବପର୍ବାଣୀରେ ଏଭଳି ନୃତ୍ୟ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଗାଁ ଦାଣ୍ଡରେ ବାଘ ନାଚ, ଘୋଡ଼ା ନାଚ ଦେଖିଲେ ଏବେବି ମନେ ପଡ଼ୁଛି ପୁରୁଣା କାଳର କଥା । ଓଡ଼ିଆ ଐତିହ୍ୟ ଓ ପରମ୍ପରାରେ ସମୃଦ୍ଧ ଏହି ନୃତ୍ୟକୁ ଲୋକେ ଏବେବି ମନ ଭରି ଉପଭୋଗ କରୁଛନ୍ତି । କେବଳ ଗାଁଗହଳି ନୁହେଁ ସହରୀ ସଭ୍ୟତାରେ ମଧ୍ୟ କେତେକ ସ୍ଥାନରେ ଏଭଳି କିଛି ନୃତ୍ୟ ଦେଖିବାକୁ ମିଳୁଛି । ପୁରୁଣା ଦିନର ସ୍ମୃତିକୁ ରୋମନ୍ଥନ କରୁଛନ୍ତି ଢୋଲକି ବାଦ୍ୟର ତାଳେତାଳେ ନାଚି ଉଠୁଥିବା ବାଘ ଓ ଘୋଡ଼ା । ଏହା ସାଙ୍ଗକୁ ଗାଁ ଦାଣ୍ଡରେ ଷଣ୍ଢ ଲଢ଼େଇ ଓ ରାଜାରାଣୀଙ୍କ ନୃତ୍ୟ ଲୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖୁଛି । କ’ଣ ଆବଶ୍ୟକତା ରହିଛି: ପ୍ରାୟ ୨୫ଜଣ କଳାକାର ଏଥିରେ ନିୟୋଜିତ ଥିବାବେଳେ ୭ଜଣ ଢୋଲିଆଙ୍କ ଆବଶ୍ୟକତା ପଡୁଛି । ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଚିତ୍ରାଳୟରୁ ଆସୁଥିବାବେଳେ ଅନ୍ୟ କିଛି ସାମଗ୍ରୀ କଳାକାରମାନେ ନିଜେ ପ୍ରସ୍ତୁତ କରିଥା’ନ୍ତି । କୌଣସି ଜାଗାକୁ ଯିବା ପୂର୍ବରୁ କଳାକାରମାନେ ଏକତ୍ରିତ ହୋଇ ୧୦ରୁ ୧୫ଦିନ ପର୍ଯ୍ୟନ୍ତ କଠିନ ଅଭ୍ୟାସ କରନ୍ତି । ଘୋଡ଼ା ନାଚ, ଷଣ୍ଢ ଲଢ଼େଇ, ରାଜାରାଣୀ ନୃତ୍ୟ, ବାଘ ନୃତ୍ୟ ସହ ହାତୀ ଓ ଶବର ନୃତ୍ୟ ମଧ୍ୟ ଏଭଳି କଳାରେ ସ୍ଥାନ ପାଇଛି । କ’ଣ କହନ୍ତି କଳାକାର: ପେଟ ପୋଷିବା ପାଇଁ ନୁହେଁ; ବରଂ ଆମର ସ୍ଥାପତ୍ୟ, କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା ଚାଲିଛି । ଲୋକମାନେ ଯେତେବେଳେ ଏହାକୁ ଦେଖି ଖୁସି ହୋଇଯାଆନ୍ତି, ଖୁସିରେ ତାଳି ମାରନ୍ତି, ସେତିକିରେ ଆମ ପେଟ ପୂରିଯାଏ ବୋଲି କହନ୍ତି ମାଷ୍ଟର କୀର୍ତ୍ତନ ପ୍ରଧାନ । ଆଜକୁ ପ୍ରାୟ ୨୫ବର୍ଷ ହେଲା ବିରଳ ବାଘ ନାଚ ଦେଖାଇ ଆସୁଥିବା କୀର୍ତ୍ତନ ଲୋକଙ୍କ ଖୁସିରେ ନିଜେ ଖୁସ୍‍ ବୋଲି ପ୍ରକାଶ କରନ୍ତି ।

କଳା ଓ ସଂସ୍କୃତିରେ ଉକ୍ରର୍ଷତା ଲାଭ କରିଛି ଆମ ରାଜ୍ୟ । ଏଠାକାର ପ୍ରାଚୀନ ସଂସ୍କୃତି ଓ କଳା ସମଗ୍ର ଦେଶ ତଥା ବିଦେଶରେ ସ୍ୱତନ୍ତ୍ର ଖ୍ୟାତି ଅର୍ଜନ କରିବା ସହ ଓଡ଼ିଆଙ୍କ ପରିଚୟକୁ ବହୁଗୁଣିତ କରିିଛି । ତେବେ ସମୟଚକ୍ରରେ ବହୁ ପ୍ରାଚୀନ କଳା ଓ ସଂସ୍କୃତି ନିଜର ସତ୍ତା ହରାଇ ଲୁଚିଯିବାକୁ ବସିଲାଣି । କେତେକ ସମ୍ପୂର୍ଣ୍ଣ ଲୁଚିଗଲାଣି ତ ଆଉ କିଛି କଳା ଲୁପ୍ତ ହେବାକୁ ବସିଛି । ସେହିଭଳି କିଛି କଳା ମଧ୍ୟରୁ ଘୋଡ଼ା ଓ ବାଘ ନାଚ ଅନ୍ୟତମ ।

ପ୍ରଗତି (ଭାରତ ସରକାରଙ୍କ ଯୋଜନା)[ସମ୍ପାଦନା]

ସବୁ ମୁଖ୍ୟ ଶାସନ ସଚିବଙ୍କ ସହ ପ୍ରଧାନମନ୍ତ୍ରୀ କରିବେ ସିଧା ଆଲୋଚନା ‘ପ୍ରଗତି’ରେ ପ୍ରକଳ୍ପ ସମୀକ୍ଷା
  • ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ନୂତନ ବ୍ୟବସ୍ଥା
  • ରାଜନୈତିକ ମହଲରେ ମିଶ୍ର ପ୍ରତିକ୍ରିୟା

ଭୁବନେଶ୍ୱର, ୨୩ା୩ (ନି.ପ୍ର)- ମାସର ୪ର୍ଥ ବୁଧବାର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ସମୀକ୍ଷା ସଂକ୍ରାନ୍ତ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଣୀତ ନୂତନ ବ୍ୟବସ୍ଥା ‘ପ୍ରଗତି’ (ପ୍ରୋଆକ୍ଟିଭ୍‍ ଗଭର୍ଣ୍ଣାନ୍ସ ଏଣ୍ଡ ଟାଇମ୍‍ଲି ଇମ୍ପ୍ଲିମେଣ୍ଟେସନ)କୁ ନେଇ ଆରମ୍ଭରୁ ସୃଷ୍ଟି ହୋଇଛି ବିଭ୍ରାନ୍ତି । ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ପରି ଏହାକୁ କେତେକ ମହଲରେ ବିରୋଧ କରାଯାଇଛି । ଏହି ନୂତନ ବ୍ୟବସ୍ଥା ଅନୁସାରେ ପ୍ରତିମାସର ୪ର୍ଥ ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍‍ଫରେନ୍‍ସିଂ ଜରିଆରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ । ବିଭିନ୍ନ ପ୍ରକଳ୍ପ, ବିଶେଷକରି ଭିତ୍ତିଭୂମି ସଂକ୍ରାନ୍ତ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରି ଏହାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ । ଆବଶ୍ୟକ ପଡ଼ିଲେ ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନିଦେ୍ର୍ଧଶ ଦେବେ ଓ କେଉଁ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସମସ୍ୟା ସମାଧାନ କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତା ୨୫ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ବିଭିନ୍ନ ପ୍ରକଳ୍ପଗୁଡ଼ିକର ଦ୍ରୁତ ଅଗ୍ରଗତି ଓ ବିବାଦଗୁଡ଼ିକର ସମାଧାନ ନିମନ୍ତେ ଏହି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି । ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଏହି ବ୍ୟବସ୍ଥାକୁ ନେଇ ଆରମ୍ଭ ହୋଇଛି ବିତର୍କ । ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ କୌଣସି ପ୍ରକଳ୍ପ ସମ୍ପର୍କରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାରେ କୌଣସି ବାଧା ନାହିଁ । କିନ୍ତୁ ପ୍ରଶାସନର ମୁଖ୍ୟଙ୍କ ସହ ଆଲୋଚନା କରିବା ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକ ନୂଆ ବିଭେଦ ସୃଷ୍ଟି କରିବ ବୋଲି କେତେକ ମହଲରେ ମତ ପ୍ରକାଶ ପାଇଛି । ସେହିପରି ପ୍ରଧାନମନ୍ତ୍ରୀ ବା ତାଙ୍କ କାର୍ଯ୍ୟାଳୟ ପ୍ରକଳ୍ପ ସମ୍ପର୍କରେ ଜାଣିବା ଓ ଏହାର ତତ୍ୱାବଧାନ କରିବା ପ୍ରଶଂସନୀୟ ହେଲେ ମଧ୍ୟ ଏହାର କାର୍ଯ୍ୟକାରିତା ସମ୍ପୃକ୍ତ ରାଜ୍ୟଗୁଡ଼ିକ ଉପରେ ଛାଡ଼ିଦେବା ବା‚ନୀୟ ବୋଲି ସମ୍ବିଧାନ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ରାଜ୍ୟ ବିରୋଧୀଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗକୁ କହିଛନ୍ତି ଯେ ଏହି ବ୍ୟବସ୍ଥାକୁ ଦୁଇଟି ଦୃଷ୍ଟିରେ ଦେଖାଯାଇପାରେ । ଏକ ପକ୍ଷରେ ଏହା ରାଜ୍ୟ ପ୍ରଶାସନ ଉପରେ ହସ୍ତକ୍ଷେପ ବୋଲି ଧରିନିଆଯାଇ ପାରେ । କିନ୍ତୁ ବାସ୍ତବରେ ଏହାର ଉଦେ୍ଧଶ୍ୟ ଯଦି ମହତ୍‍ ହୋଇଥାଏ ଓ କୌଣସି ରାଜନୀତି ନ ରହେ, ତେବେ ଏହା ବିକାଶରେ ସହାୟକ ହୋଇପାରେ । ଅପରପକ୍ଷରେ ରାଜ୍ୟ ଅବକାରୀ ମନ୍ତ୍ରୀ ଡ଼ା. ଦାମୋଦର ରାଉତ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ଦ୍ୱାରା ବିକାଶ ସମ୍ଭବ ହୋଇପାରିବ । ପ୍ରଧାନମନ୍ତ୍ରୀଙ୍କ ପରି ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ନିର୍ବାଚିତ ବ୍ୟବସ୍ଥାରେ ରାଜ୍ୟର ମୁଖ୍ୟ । ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ ସେହି ବ୍ୟବସ୍ଥାରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କୁ ଅତିକ୍ରମ କରି ମୁଖ୍ୟ ଶାସନ ସଚିବଙ୍କ ସହ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିବା ସାମ୍ବିଧାନିକ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ହେବ ନାହିଁ । ଭବିଷ୍ୟତରେ ଏହା ବିବାଦ ସୃଷ୍ଟି କରିବାର ଆଶଙ୍କା ରହିଛି । କିନ୍ତୁ ମନ୍ତ୍ରୀ ଡ଼ାକ୍ତର ରାଉତଙ୍କ ସହ ଅସହମତ ହୋଇଛନ୍ତି ବିଜେଡ଼ି ମୁଖପାତ୍ର ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ ଏଥିରେ କିଛି ଭୁଲ ଥିବା ସେ ଅନୁଭବ କରିପାରୁ ନାହାନ୍ତି । ପୂର୍ବରୁ କେନ୍ଦ୍ର ମନ୍ତ୍ରୀମାନେ ରାଜ୍ୟକୁ ଆସି ସମୀକ୍ଷା କରୁଥିଲେ, ଏବେ ଭିଡ଼ିଓ କନ୍‍ଫରେନ୍ସସିଂରେ ସମୀକ୍ଷା କରାଯିବ । ଏହାକୁ ନେଇ ରାଜନୀତି କରିବା ଅନୁଚିତ ବୋଲି ଶ୍ରୀ ଦାଶ କହିଛନ୍ତି । ତେବେ ପ୍ରଗତି ବ୍ୟବସ୍ଥାକୁ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି ବିଜେପି ମୁଖ୍ୟ ମୁଖପାତ୍ର ସୁରେଶ ପୂଜାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବ୍ୟବସ୍ଥା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଉଲ୍ଲେଖ କରି ସେ ଏହାଦ୍ୱାରା ବିକାଶ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି କହିଛନ୍ତି ।