ବ୍ୟବହାରକାରୀ:Psubhashish/ପ୍ରକଳ୍ପ/ଆଧାର ସଂଗ୍ରହ/ଦୈନିକ/୨୦୧୪/ସେପ୍ଟେମ୍ବର - ଡିସେମ୍ବର

ଉଇକିପିଡ଼ିଆ ରୁ
Jump to navigation Jump to search

ସେପ୍ଟେମ୍ବର-ଅକ୍ଟୋବର[ସମ୍ପାଦନା]

ନଭେମ୍ବର[ସମ୍ପାଦନା]

୨୩ ନଭେମ୍ବର[ସମ୍ପାଦନା]

ଡିସେମ୍ବର[ସମ୍ପାଦନା]

୯ ଡିସେମ୍ବର[ସମ୍ପାଦନା]

୧୧ ଡିସେମ୍ବର[ସମ୍ପାଦନା]

୧୪ ଡିସେମ୍ବର[ସମ୍ପାଦନା]

୧୫ ଡିସେମ୍ବର[ସମ୍ପାଦନା]

୧୬ ଡିସେମ୍ବର[ସମ୍ପାଦନା]

ବିଶ୍ୱାବସୁ ଗୁମ୍ଫା

କିମ୍ବଦନ୍ତୀ ଗୁମ୍ଫା ବିଶ୍ୱାବସୁ ନରସିଂହପୁର,୧୫ା୧୨(ନି.ପ୍ର): ନରସିଂହପୁର ବ୍ଲକର ଋଷିପଡା ଗ୍ରାମ ନିକଟରେ ପୌରାଣିକ କିମ୍ବଦନ୍ତୀ ବହନ କରି କାହିଁ କେଉ ଆବହନ କାଳରୁ ରହିଥିବା ଋଷିଧର ପାହାଡର ବିଶ୍ୱାବସୁୁ ଗୁମ୍ଫା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ଅବହେଳିତ ହୋଇ ପଡିରହିଛି । ଏକଦା ଏହି ଅଞ୍ଚଳ ଲୋକଙ୍କ ବଣଭୋଜି ସ୍ଥଳ ପାଲଟିଥିବାବେଳେ ଏବେ ଏହା ତାର ସତ୍ତା ହରାଇବାକୁ ବସିଲାଣି । ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ପାହାଡ ଉପରେ ଥିବା ବଗିଚା, ପାନୀୟଜଳ ବ୍ୟବସ୍ଥା ଏବଂ ପାବଚ୍ଛଗୁଡିକ ନଷ୍ଟ ହୋଇ ପଡିଛି । ଫଳରେ ପର୍ଯ୍ୟଟକମାନେ ଏହି ପୌରାଣିକ ସ୍ଥଳ ପ୍ରତି ମୁହଁ ଫେରାଇ େ କଟକ-ନରସିଂହପୁର ମୁଖ୍ୟ ରାସ୍ତାକୁ ଋଷିପଡା ଛକ ଦେଇ କାନପୁର ଯାଇଥିବା ସଡକ ପଥରେ ୨କି.ମି ଗଲେ ରାସ୍ତା ପାଖରେ ପଡେ ଋଷିଧର ପାହାଡ ୨ଶହ ଏକର ପରିମିତି ଏହି ପାହାଡଟି ବୃହତ୍ତ ବୃହତ୍ତ ପ୍ରସ୍ଥର ଖଣ୍ଡରେ ପରିପୂର୍ଣ୍ଣ । ଏହି ପାହାଡ ତଳୁ ମାତ୍ର ୧ଶହ ମିଟର ପଥର ନିର୍ମିତ ପାବଚ୍ଛ ଶ୍ରେଣୀ ଦେଇ ଉପରକୁ ଗଲେ ପଡେ ବିଶ୍ୱାବସୁ ଗୁମ୍ଫା । ପାହାଡର ଉପରି ଭାଗରେ ରହିଛି ଏକ ବିରାଟ ସମତଳ ଅଞ୍ଚଳ, ସେଠାରେ ବିଭିନ୍ନ ଫଳଫୁଲ ତଥା ଔଷଧୀୟ ଗୁଳ୍ମ ରାଜିରେ ପରିପୂର୍ଣ୍ଣ ବିଭିନ୍ନ କିସମର ବୃକ୍ଷରାଜି । ଏହି ସମତଳ ଅଞ୍ଚଳକୁ ଲାଗି ଶହେ ମିଟରର ବିରାଟ ପ୍ରସ୍ତରଖଣ୍ଡ ଉପରେ ପାଣିର ବୃହତ୍ତ କୁଣ୍ଡ ରହିଛି । ପର୍ଯ୍ୟଟକମାନେ ବର୍ଷର ସବୁ ସମୟରେ ଏହି କୁଣ୍ଡରୁ ପାଣି ପିଇବା ପାଇଁ ବ୍ୟବହାର କରିବା ସହିତ ବିଶ୍ରାମ ସ୍ଥଳଭାବେ ବ୍ୟବହାର କରିଥାଆନ୍ତି । ପାହାଡ ତଳେ ଥିବା ଋଷିପଡା ଗ୍ରାମର ତତକାଳିନ ନରସିଂହପୁର ରାଜା ଚୁଟିଆସିଂହଙ୍କ ସମୟରେ ଦୁର୍ଗ ଭାବେ ନିର୍ମିତ ହୋଇ ପୂର୍ବ ଗଡଜାତ ବଡଙ୍କା ତଥା ମହାନଦୀ ସେ ପାଖେ ଥିବା କଣ୍ଟିଲୋ ଅଞ୍ଚଳର ଶତ୍ରୁମାନଙ୍କୁ ଦମନ କରିବା ପାଇଁ ପାଇକ ସୈନ୍ୟମାନଙ୍କୁ ସଜାଗ ରଖିଥିଲେ । ଏହି ଦୁର୍ଗର ତଥା ଋଷିପଡା ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଶ୍ରୀ ଗୋପିନାଥ ଦେବଙ୍କ ପୂଜା ସ୍ଥଳି ଭାବେ ଏହି ପାହାଡ ଉପରେ ମନ୍ଦିର ନିର୍ମାଣ କରି ଗ୍ରାମବାସୀ ତଥା ସୈନ୍ୟମାନେ ପୂଜା ଅର୍ଚ୍ଚନା କରୁଥିଲେ । ତାହାର କିମ୍ବଦନ୍ତୀ ବହନ କରି ବର୍ତ୍ତମାନ ପାହାଡ ଉପରେ ପ୍ରଭୁ ଗୋପିନାଥଙ୍କର ଭଗ୍ନ ମନ୍ଦିର ବିଦ୍ୟମାନ । ତେବେ ପରବର୍ତ୍ତି କାଳରେ ଗ୍ରାମବାସୀ ପାହାଡ ଉପରୁ ଠାକୁରଙ୍କୁ ଗ୍ରାମବାସୀ ତଳେ ଏକ ମନ୍ଦିର ନିର୍ମାଣ କରି ପୂଜା ଅର୍ଚ୍ଚନା କରୁଛନ୍ତି । ପାହାଡର ଉତ୍ତର ଦିଗରେ ରହିଛି ବିରାଟ ମଧୂବନ ବଗିଚା । ଏଥିରେ ଆଙ୍କ, ପିଜୁଳୀ, ଡାଳିଙ୍କ, ବିଭିନ୍ନ କୋଳି ଗଛରେ ପରିପୂର୍ଣ୍ଣ । ଋଷିପଡା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଦୁଃଖିଶ୍ୟାମ ନାୟକ ତାଙ୍କ ପୂର୍ବପୁରୁଷଙ୍କଠାରୁ ଶୁଣିଥିବା ବୃତ୍ତାନ୍ତରୁ କହନ୍ତି ଯେ, ଏହି ଗୁମ୍ଫାରେ ପ୍ରଭୁ ନୀଳମାଧବଙ୍କ ପୂଜକ ବିଶ୍ୱାବସୁ ଶବର ବାସ କରୁଥିଲେ । ଗୁମ୍ଫାଭିତରୁ ଏକ ବୃହତ୍ତ ସୁଡଙ୍ଗ ପଥ ମହାନଦୀ କୂଳ ପର୍ଯ୍ୟନ୍ତ ଲଙ୍କି ଯାଇଛି । ଶବର ରାଜା ଏହି ସୁଡଙ୍ଗ ଦେଇ ମହାନଦୀ କୂଳକୁ ଲୁଚିଲୁଚି ଯାଆନ୍ତି । ସେଠାରୁ ନଦୀ ପାରହୋଇ ପ୍ରଭୁ ନୀଳମାଧବଙ୍କୁ ପୂଜାକରି ଫେରି ଆସୁଥିବା ବହୁ କିମ୍ବଦନ୍ତୀ ଆମେ ଶୁଣିଛୁ । ଫଳରେ ଏହି ଗୁମ୍ଫାର ନାମ ବର୍ତ୍ତମାନ ବିଶ୍ୱାବସୁ ଗୁମ୍ଫା ନାମରେ ସମଗ୍ର ଅଞ୍ଚଳରେ ପରିଚିତ । ୧୫ବର୍ଷତଳେ ଏହି ଗୁମ୍ଫା ବହୁ ସାଧୁ ସନ୍ୟାସୀଙ୍କ ବାସସ୍ଥଳୀ ଥିଲା । ଋଷିପଡା ଗ୍ରାମର ନବନାୟକ କହନ୍ତି, ‘ପାଣ୍ଡବଙ୍କ ବନବାସ ସମୟରେ ଏହି ପାହାଡରେ ପାଞ୍ଚଭାଇ ଆତ୍ମଗୋପନ କରିଥିବା ଆମେ କିମ୍ବଦନ୍ତୀ ଶୁଣିଛୁ । ପାହାଡ ଉପରି ପାଣି ସଂଗ୍ରହ ପାଇଁ ଭୀମସେନ ନିଜ ଆଣ୍ଠୁରେ ଭରାଦେଇ ଏକ ବୃହତ୍ତ ପ୍ରସ୍ଥର ଖଣ୍ଡ ପାର ହୋଇଥିଲେ । ଆଣ୍ଠୁ ଲଗାଇ ପଥରରେ ଉଠିବା ସମୟରେ ଭୀମଙ୍କ ଆଣ୍ଠୁ ଚିହ୍ନର ସ୍ମାରକ ସଦୃଶ ୫୦ଫୁଟ ଉଚ୍ଚର ଏହି ପ୍ରସ୍ଥର ଖଣ୍ଡରେ ବର୍ତ୍ତମାନ ସୁଦ୍ଧା ଭୀମଙ୍କ ଆଣ୍ଠୁ ଚିହ୍ନ ରହିଥିବା ଲୋକ ମୁହଁରେ ଶୁଣାଯାଏ । ଏହି ବୃହତ୍ତ ପ୍ରସ୍ତରକୁ ଲୋକେ ଭୀମ ଚଢା ପ୍ରସ୍ତର ନାମରେ ନାମିତ କରିଛନ୍ତି । ପୌରାଣିକ ପ୍ରସିଦ୍ଧି ଲାଭ କରିଥିବା ଗୁମ୍ଫାସହିତ ପ୍ରାକୃତିକ ବୃକ୍ଷରାଜିରେ ପରିପୂର୍ଣ୍ଣ ପର୍ଯ୍ୟଟନ ପୀଠର ପୁନରୁଦ୍ଧାର ଆବଶ୍ୟକ ବୋଲି ଋଷିପଡା ଗ୍ରାମବାସୀ ପ୍ରକାଶ କରନ୍ତି ।

୧୭ ଡିସେମ୍ବର[ସମ୍ପାଦନା]

ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ

କôଳ ଜନନୀଙ୍କର ବରପୁତ୍ର, ସ୍ୱତନ୍ତ୍ର ଉକôଳ ପ୍ରଦେଶର ଅନ୍ୟତମ ନିର୍ମାତା, ଉକôଳ ସମ୍ମିଳନୀର ସଭାପତି, ସୁଦକ୍ଷ ପ୍ରଶାସକ, ପ୍ରଜାବତ୍ସଳ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କର ଆଜି ହେଉଛି ୧୪୩ତମ ଜୟନ୍ତୀ । ୧୮୭୧ ଡିସେଙ୍କର ୧୭ରେ ମହାରାଜା ଶ୍ରୀରାମଚନ୍ଦ୍ର ମୟୂରଭଞ୍ଜ ରାଜବଂଶରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୧୨ ଫେବୃଆରୀ ୨୨ରେ ପ୍ରାଣତ୍ୟାଗ କରିଥିଲେ । ମାତ୍ର ୪୧ ବର୍ଷର ସ୍ୱଳ୍ପ ଜୀବନକାଳ ମଧ୍ୟରେ ସେ ମୟୂରଭଞ୍ଜ ରାଜ୍ୟ ଓ ଉକôଳ ପ୍ରଦେଶର ହିତ ପାଇଁ ସେ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ତାଙ୍କ ଜନମାନସରେ ଅମର କରି ରଖିଛି । ମାତ୍ର ୯ ବର୍ଷ ବୟସରେ ଶ୍ରୀରାମଚନ୍ଦ୍ର ପିତା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କୁ ହରାଇ ବସିଥିଲେ । ପିତାଙ୍କର ମୃତୁ୍ୟ ପରେ ତକôାଳୀନ ବଙ୍ଗ-ବିହାର- ଓଡ଼ିଶାର ଲାଟସାହେବଙ୍କର ସହଯୋଗରେ ସେ ବିଦ୍ୟା ଅଧ୍ୟୟନ କରିଥିଲେ । ୧୮୮୮ରେ ସେ ରେଭେନ୍‍ସାରୁ ଏଫ୍‍.ଏ. ପାସ୍‍ କଲେ । ୧୮୯୨ ଅଗଷ୍ଟ ୧୫ରେ ୨୧ ବର୍ଷ ବୟସରେ ମୟୂରଭଞ୍ଜ ରାଜସିଂହାସନରେ ଅଭିଷିକ୍ତ ହେଲେ । ରାଜ୍ୟର ମଙ୍ଗଳ ଓ ପ୍ରଜାଙ୍କର ହିତପାଇଁ ସେ ସଦାସର୍ବଦା କାର୍ଯ୍ୟରତ ଥିଲେ । ତାଙ୍କର ଶାସନକାଳ ମୟୂରଭଞ୍ଜ ରାଜ୍ୟ ପାଇଁ ଏକ ସୁବର୍ଣ୍ଣ ଯୁଗ ଥିଲା । ମୟୂରଭଞ୍ଜ ରାଜ୍ୟ ପାଇଁ ମୟୂରଭଞ୍ଜ ଷ୍ଟେଟ୍‍ କାଉନ୍‍ସିଲ ଗଠନ, ରାଜ୍ୟର ପ୍ରଥମ ରେଳରାସ୍ତା ରୁପ୍‍ସାଠାରୁ ତାଳବନ୍ଧ ଯାଏଁ ନିର୍ମାଣ, ଜଳସେଚନର ସୁବିଧା ପାଇଁ ହଳଦିଆ ଓ ବାଲଡିହାଠାରେ ଦୁଇଟି ଜଳଭଣ୍ଡାର ନିର୍ମାଣ, ଶାସନ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଲିସ ବିଭାଗର ସୃଷ୍ଟି, ଶାସନର ନିରପେକ୍ଷତା ପାଇଁ ଶାସନ ଓ ବିଚାର ବିଭାଗର ପୃଥକୀକରଣ, ବନବିଭାଗର ସୃଷ୍ଟି ପ୍ରଭୃତି ଲୋକହିତକର କାର୍ଯ୍ୟକରି ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେଇଥିଲେ । ତାଙ୍କ ପିତାଙ୍କ ଅମଳରେ ରାଜ୍ୟର ରାଜସ୍ୱ ୪ଲକ୍ଷ ଟଙ୍କା ଥିଲା କିନ୍ତୁ ଶାସନକୁ ନିୟନ୍ତ୍ରିତ କରିବା ଫଳରେ ରାଜସ୍ୱ ପରିମାଣ ୧୪ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ରାଜ୍ୟରେ ୫୦୦ ମାଇଲ ରାସ୍ତା ନିର୍ମାଣ, ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୪୪ରୁ ୪୦୦କୁ ବୃଦ୍ଧି, ରାଜଧାନୀ ବାରିପଦାରେ ଏକ ଦୁଷ୍ପ୍ରାପ୍ୟ ପୁସ୍ତକାଳୟ ଓ ଡାକ୍ତରଖାନା ନିର୍ମାଣ ଆଦି ଲୋକହିତକର କାର୍ଯ୍ୟ କରିଥିଲେ । ଶ୍ରୀରାମଚନ୍ଦ୍ରଙ୍କର ଶାସନ ପ୍ରଣାଳୀରେ ସନ୍ତୁଷ୍ଟ ହୋଇ ଇଂରେଜ ସରକାର ତାଙ୍କ ‘ମହରାଜା’ ଉପାଧି ପ୍ରଦାନ କରିଥିଲେ । ମ ୟୂରଭଞ୍ଜ ରାଜ୍ୟର ରାଜା ହୋଇଥିଲେ ମଧ୍ୟ ଉକôଳ ଜନନୀଙ୍କ ପାଇଁ ତାଙ୍କର ପ୍ରାଣ କାନ୍ଦୁଥିଲା । ତାଙ୍କର ମହତ୍‍ ଦାନ ଫଳରେ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ବାଲେଶ୍ୱରଠାରେ ଶ୍ରୀରାମଚନ୍ଦ୍ର ଟୋଲ, ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠିତ ହୋଇପାରିଥିଲା । ଇଂରେଜମାନେ ୧୮୦୩ରେ ଓଡ଼ିଶାକୁ ଅଧିକାର କରିଥିଲେ । ଠିକ୍‍ ତା’ର ୧୦୦ ବର୍ଷ ପରେ ଖଣ୍ଡବିଖଣ୍ଡିତ ଓଡ଼ିଶାକୁ ଏକତ୍ର କରିବା ପାଇଁ ୧୯୦୩ ଡିସେଙ୍କର ୩୦ରେ କଟକଠାରେ ଉକôଳ ସମ୍ମିଳନୀର ପ୍ରଥମ ଅଧିବେଶନ ହେଲା । ଶ୍ରୀରାମଚନ୍ଦ୍ର ଏହି ସମ୍ମିଳନୀରେ ସଭାପତି ହୋଇଥିଲେ । ଶ୍ରୀରାମଚନ୍ଦ୍ର ଥିଲେ ଦେଶପ୍ରାଣ, ଧର୍ମନିରପେକ୍ଷ ଓ ସହିଷ୍ଣୁତାର ଅବତାର । ରାଜପୁତ୍ର ଭାବେ ବଢ଼ିଥିଲେ ମଧ୍ୟ ତାଙ୍କର ଜୀବନ ସରଳ ଓ ନିରାଡ଼ଙ୍କର ଥିଲା । ସେ ଗୁଣୀ ଥିଲେ ଓ ଗୁଣୀ ଲୋକଙ୍କୁ ଆଦର କରୁଥିଲେ । ମହାରାଜା ବୈକୁଣ୍ଠନାଥ ଦେବ, କର୍ମବୀର ଗୌରୀଶଙ୍କର, ଗଜପତି ମହ ାରାଜା କୃଷ୍ଣଚନ୍ଦ୍ର ଦେବ, ଉକôଳମଣି ଗୋପବନ୍ଧୁ, ଉକôଳ ଗୌରବ ମଧୁସୂଦନ, ବ୍ୟାସକବି ଫକିରମୋହନ, କବିବର ରାଧାନାଥ ରାୟ, ମହାରାଜା ସୁଢଳଦେବଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ଥିଲା । ଗୋପବନ୍ଧୁଙ୍କ ଗୁଣରେ ମୁଗ୍ଧ ହୋଇ ମହାରାଜା ତାଙ୍କୁ ମୟୂରଭଞ୍ଜ ରାଜ୍ୟର ସରକାରୀ ଓକିଲ ପଦରେ ବରଣ କରିଥିଲେ । ପରେ ସେ ବାରିପଦା ପୌର ପରିଷଦର ଭାଇସ ଚେୟାରମ୍ୟାନ ପଦ ମଣ୍ଡନ କରିଥିଲେ । ସେ ମୟୂରଭଞ୍ଜ ରାଜ୍ୟ ସାଧାରଣ ପ୍ରଜାଙ୍କୁ ପ୍ରାଣଭରି ଭଲ ପାଉଥିଲେ; ସେମାନଙ୍କ ଉନ୍ନତି ପାଇଁ ପୌର ପରିଷଦର ଭାଇସ ଚେୟାରମ୍ୟାନ ଭାବେ ଅନେକ କାର୍ଯ୍ୟ କରିଥିଲେ । ତାଙ୍କ ଭାଷାରେ ‘ମହାରାଜା ଶ୍ରୀରାମଚନ୍ଦ୍ର ପରଜା ପରାଣ ଧନ’ ଥିଲେ । ମହାରାଜା ଓ ଗୋପବନ୍ଧୁ ଥିଲେ ମଣି-କାଞ୍ଚନର ସଂଯୋଗ । ମହାରାଜାଙ୍କ ପୃଷ୍ଠପୋଷକତାରେ ‘ମନୋରମା’, ‘ଉକôଳପ୍ରଭା’ ପତି୍ରକା ଫକିରମୋହନ, ରାଧାନାଥ ଆଦି ବହୁ ସାହିତ୍ୟରଥୀଙ୍କୁ ଓଡ଼ିଆ ସାହିତ୍ୟ-ରଥ ଚାଳନାର ସୁଯୋଗ ଦେଇଥିଲା । ତାଙ୍କର ବଳିଷ୍ଠ ପୃଷ୍ଠପୋଷକତା ପାଇ ମୟୂରଭଞ୍ଜ ଛଉ ନୃତ୍ୟ ସଂସ୍କାର ସହିତ ଉନ୍ନତିର ସୀମା ସ୍ପର୍ଶ କରିଥିଲା । ସେ ତ୍ୟାଗୀ ଥିଲେ ଭୋଗୀ ନଥିଲେ । ସେ କହୁଥିଲେ - ରାଜ୍ୟ ମୋର ପ୍ରକୃତ ସମ୍ପତ୍ତି ନୁହେଁ କି ରାଜକୋଷ ମୋର ହାତବାକ୍ସ ନୁହେଁ, ରାଜ୍ୟର ଧନ ପ୍ରଜାଙ୍କର । ଏଥିରେ ମୋର ଅଧିକାର ନାହିଁ । ତାଙ୍କ ଭଳି ଜଣେ ପ୍ରଜାବତ୍ସଳ ମହାରାଜା, ମାନବବାଦୀ ପ୍ରଶାସକ, ଦେଶପ୍ରେମୀ କର୍ମବୀର, ଧର୍ମନିରପେକ୍ଷ ସ୍ଥିତପ୍ରଜ୍ଞ ମହାପୁରୁଷଙ୍କୁ ପାଇଁ ସାରା ଓଡ଼ଆ ଜାତି ଧନ୍ୟ ହୋଇଛି । ମନୋରଞ୍ଜନ ଦାସ, ସମ୍ପାଦକ, ମୟୂରଭଞ୍ଜ ସାଂସ୍କୃତିକ ସଂସଦ,ଭୁବନେଶ୍ୱର

୨୧ ଡିସେମ୍ବର[ସମ୍ପାଦନା]

  • ସମ୍ବାଦ ରବିବାର
ଇଷ୍ଟର୍ନ୍ ପିଙ୍କ୍ (ଭରତ ଚନ୍ଦ୍ର ବାରିକ)‌
http://sambadepaper.com/epaperpdf/21122014/21-md-rv-7.pdf

ଇଷ୍ଟର୍ନ ମିଡିଅା ଏଣ୍ଟର୍‍ଟେନ୍‍ମେଣ୍ଟ ଡିଭିଜନ ନିବେଦିତ ଅନ୍ୟତମ ସଫଳ ଯାତ୍ରାନୁଷ୍ଠାନ ଅପେରା ଇଷ୍ଟର୍ନ ପିଙ୍କ୍‍ ଏଥର ଅାହୁରି ଅଧିକ ଶକ୍ତିଶାଳୀ ହୋଇ ଦର୍ଶକଙ୍କ ମନ ମୋହିଚାଲିଛି । ମନ ମୋହିଲା ଭଳି ନାଟକ ସାଙ୍ଗକୁ ଯଲିଉଡ୍‍ର ବହୁ ଚର୍ଚିତ କଳାକାରମାନଙ୍କୁ ନେଇ ଇଷ୍ଟର୍ନ ପିଙ୍କ୍‍ ସବୁ କ୍ୟାମ୍ପ୍‍ରେ ହଙ୍ଗାମା ସୃଷ୍ଟି କରିଚାଲିଛି । ଚଳିତ ସିଜିନର ନୂଅା ନାଟକ "ପ୍ରତାରଣା କିଏ କାହାକୁ ଦେଇଛି', "ଡାକବଙ୍ଗଳାର ଡାର୍ଲିିଂ' ଓ "ରାଜଧାନୀ ଏକ୍ସପ୍ରେସ୍‍' ସବୁ ଦୃଷ୍ଟିରୁ ଚମତ୍କାର ହୋଇଥିବାରୁ ଥରେ ଦେଖିଲେ ବାରମ୍ୱାର ଦେଖିବାକୁ ଦର୍ଶକ ଇଚ୍ଛା ପ୍ରକାଶ କରୁଛନ୍ତି । ପାର୍ଟିକୁ ନେଇ ଏବେ ଚାରିଅାଡ଼େ ଚର୍ଚା ହେଉଛି । ସେହିପରି ବହୁ ଚର୍ଚିତ ନାଟକ "ବାପାଙ୍କ ପ୍ରେମ କାହାଣୀ' ଓ "ମୁନୀ ବଦ୍‍ନାମ ହୁଇ' ମଧ୍ୟ ପାର୍ଟିର ଟେକ ରଖିବା ସହିତ ଦର୍ଶକଙ୍କୁ ଖୁବ୍‍ ଅାକର୍ଷିତ କରୁଛି । କହିବାକୁ ଗଲେ ଇଷ୍ଟର୍ନ ପିଙ୍କ୍‍ର ନାଟକକୁ ଖୁଣିବାର ନାହିଁ । ଏହିସବୁ ନାଟକ ପାର୍ଟିର ଯେମିତି ନୂଅା "ଇମେଜ୍‍' ତିଅାରି କରିଛି ସେମିତି ବି "ବିଜିନେସ୍‍' ଦେଉଛି । ଦମ୍‍ଦାର ନାଟକ ବାଦ୍‍ ପାର୍ଟିର ନାମୀ ଦାମୀ କଳାକାରମାନେ ମଧ୍ୟ ଇଷ୍ଟର୍ନ ପିଙ୍କ୍‍କୁ ଖୁବ୍‍ ଶକ୍ତିଶାଳୀ କରି ଗଢ଼ି ତୋଳିଛନ୍ତି । ବିଶେଷକରି ଯଲିଉଡ୍‍ର ବହୁ ପ୍ରଶଂସିତ ତଥା ବହୁ ଚର୍ଚିତ କଳାକାର କୈଳାସ ବେହେରା, ସଫଳ ଯୋଡ଼ି ବୈକୁଣ୍ଠ-ବାସନ୍ତୀ, ସୁର-ରଂଜି ପାର୍ଟିକୁ ସମୃଦ୍ଧ କରିଛନ୍ତି । ଏକଦା ଶିବାନୀ ଗଣନାଟ୍ୟକୁ ସଫଳତାର ଶୀର୍ଷରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି କଳାକାରମାନେ ଇଷ୍ଟର୍ନ ପିଙ୍କ୍‍କୁ ନୂଅା ପରିଚୟ ଦେଇଛନ୍ତି । ସେହିପରି ହାପି, ଦୀପୁ ଓ ପପୁ ପ¨ା ନାୟକ ଭାବେ ନିଖୁଣ ଅଭିନୟ କରି ଦର୍ଶକମାନଙ୍କ ନିକଟତର ହେବାରେ ଲାଗିଛନ୍ତି । ନାୟିକା ମାମୁନି, ରୀନା ବି କିଛି କମ୍‍ ନୁହନ୍ତି । କମେଡିଅାନ୍‍ ପୂର୍ଣ୍ଣ ଦାସ ଓ ତାପସ ହାସ୍ୟରସରେ ଦର୍ଶକଙ୍କୁ ଖୁସି ବାଣ୍ଟିଚାଲିଥିବା ବେଳେ ଖଳନାୟକ କୁମାର ଖଳ ଅଭିନୟରେ ଦର୍ଶକଙ୍କୁ ରୋମାଞ୍ଚିତ କରିଚାଲିଛନ୍ତି । "ଅାସ ଦେଖିବା ଇଷ୍ଟର୍ନ ପିଙ୍କ୍‍ ନାଟକ' । ଏ କଥା ଏବେ ଯାତ୍ରାପ୍ରେମୀ ମହଲରେ ହୁରି ପଡ଼ିଛି ।

ଦୀପକ ବୋଷ (ଭରତ ଚନ୍ଦ୍ର ବାରିକ)‌
http://sambadepaper.com/epaperpdf/21122014/21-md-rv-7.pdf

ଇଷ୍ଟର୍ନ ମିଡିଅା ଏଣ୍ଟର୍‍ଟେନ୍‍ମେଣ୍ଟ ଡିଭିଜନ ନିବେଦିତ ଅନ୍ୟତମ ସଫଳ ଯାତ୍ରାନୁଷ୍ଠାନ ଅପେରା ଇଷ୍ଟର୍ନ ପିଙ୍କ୍‍ ଏଥର ଅାହୁରି ଅଧିକ ଶକ୍ତିଶାଳୀ ହୋଇ ଦର୍ଶକଙ୍କ ମନ ମୋହିଚାଲିଛି । ମନ ମୋହିଲା ଭଳି ନାଟକ ସାଙ୍ଗକୁ ଯଲିଉଡ୍‍ର ବହୁ ଚର୍ଚିତ କଳାକାରମାନଙ୍କୁ ନେଇ ଇଷ୍ଟର୍ନ ପିଙ୍କ୍‍ ସବୁ କ୍ୟାମ୍ପ୍‍ରେ ହଙ୍ଗାମା ସୃଷ୍ଟି କରିଚାଲିଛି । ଚଳିତ ସିଜିନର ନୂଅା ନାଟକ "ପ୍ରତାରଣା କିଏ କାହାକୁ ଦେଇଛି', "ଡାକବଙ୍ଗଳାର ଡାର୍ଲିିଂ' ଓ "ରାଜଧାନୀ ଏକ୍ସପ୍ରେସ୍‍' ସବୁ ଦୃଷ୍ଟିରୁ ଚମତ୍କାର ହୋଇଥିବାରୁ ଥରେ ଦେଖିଲେ ବାରମ୍ୱାର ଦେଖିବାକୁ ଦର୍ଶକ ଇଚ୍ଛା ପ୍ରକାଶ କରୁଛନ୍ତି । ପାର୍ଟିକୁ ନେଇ ଏବେ ଚାରିଅାଡ଼େ ଚର୍ଚା ହେଉଛି । ସେହିପରି ବହୁ ଚର୍ଚିତ ନାଟକ "ବାପାଙ୍କ ପ୍ରେମ କାହାଣୀ' ଓ "ମୁନୀ ବଦ୍‍ନାମ ହୁଇ' ମଧ୍ୟ ପାର୍ଟିର ଟେକ ରଖିବା ସହିତ ଦର୍ଶକଙ୍କୁ ଖୁବ୍‍ ଅାକର୍ଷିତ କରୁଛି । କହିବାକୁ ଗଲେ ଇଷ୍ଟର୍ନ ପିଙ୍କ୍‍ର ନାଟକକୁ ଖୁଣିବାର ନାହିଁ । ଏହିସବୁ ନାଟକ ପାର୍ଟିର ଯେମିତି ନୂଅା "ଇମେଜ୍‍' ତିଅାରି କରିଛି ସେମିତି ବି "ବିଜିନେସ୍‍' ଦେଉଛି । ଦମ୍‍ଦାର ନାଟକ ବାଦ୍‍ ପାର୍ଟିର ନାମୀ ଦାମୀ କଳାକାରମାନେ ମଧ୍ୟ ଇଷ୍ଟର୍ନ ପିଙ୍କ୍‍କୁ ଖୁବ୍‍ ଶକ୍ତିଶାଳୀ କରି ଗଢ଼ି ତୋଳିଛନ୍ତି । ବିଶେଷକରି ଯଲିଉଡ୍‍ର ବହୁ ପ୍ରଶଂସିତ ତଥା ବହୁ ଚର୍ଚିତ କଳାକାର କୈଳାସ ବେହେରା, ସଫଳ ଯୋଡ଼ି ବୈକୁଣ୍ଠ-ବାସନ୍ତୀ, ସୁର-ରଂଜି ପାର୍ଟିକୁ ସମୃଦ୍ଧ କରିଛନ୍ତି । ଏକଦା ଶିବାନୀ ଗଣନାଟ୍ୟକୁ ସଫଳତାର ଶୀର୍ଷରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି କଳାକାରମାନେ ଇଷ୍ଟର୍ନ ପିଙ୍କ୍‍କୁ ନୂଅା ପରିଚୟ ଦେଇଛନ୍ତି । ସେହିପରି ହାପି, ଦୀପୁ ଓ ପପୁ ପ¨ା ନାୟକ ଭାବେ ନିଖୁଣ ଅଭିନୟ କରି ଦର୍ଶକମାନଙ୍କ ନିକଟତର ହେବାରେ ଲାଗିଛନ୍ତି । ନାୟିକା ମାମୁନି, ରୀନା ବି କିଛି କମ୍‍ ନୁହନ୍ତି । କମେଡିଅାନ୍‍ ପୂର୍ଣ୍ଣ ଦାସ ଓ ତାପସ ହାସ୍ୟରସରେ ଦର୍ଶକଙ୍କୁ ଖୁସି ବାଣ୍ଟିଚାଲିଥିବା ବେଳେ ଖଳନାୟକ କୁମାର ଖଳ ଅଭିନୟରେ ଦର୍ଶକଙ୍କୁ ରୋମାଞ୍ଚିତ କରିଚାଲିଛନ୍ତି । "ଅାସ ଦେଖିବା ଇଷ୍ଟର୍ନ ପିଙ୍କ୍‍ ନାଟକ' । ଏ କଥା ଏବେ ଯାତ୍ରାପ୍ରେମୀ ମହଲରେ ହୁରି ପଡ଼ିଛି ।

ଚନ୍ଦ୍ରଭାଗା

ଚନ୍ଦ୍ରଭାଗା ବଡ଼ ଚ୍ୟାଲେଞ୍ଜ

ଚନ୍ଦ୍ରଭାଗା ବଡ଼ ଚ୍ୟାଲେଞ୍ଜ ଜ୍ଞାନପୀଠ ବିଜୟିନୀ ଲୋକପ୍ରିୟ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟଙ୍କ ପ୍ରସିଦ୍ଧ ଉପନ୍ୟାସ "ଶିଳାପଦ୍ମ'ର ଅାଧାରରେ ଏକ ଫିଲ୍ମ ତିଅାରି କରା ଯାଉଥିବାର ଖବର ତ ଅାମେ ଅାପଣଙ୍କୁ ପୂର୍ବରୁ ଦେଇ ସାରିଛୁ । ଫିଲ୍ମର ଶୀର୍ଷକ ରଖା ଯାଇଛି "ଚନ୍ଦ୍ରଭାଗା' । ଏଥର ପୃଷ୍ଠାରେ ଦେଖନ୍ତୁ, ଏ ଫିଲ୍ମରେ ଶୀର୍ଷକ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସମେତ ପ୍ରମୁଖ ଭୂମିକାରେ ଥିବା ଅାକାଶ ଦାସନାୟକ ଓ ଶ୍ରୀତମ ଦାସଙ୍କର "ଚନ୍ଦ୍ରଭାଗା- ଫାଷ୍ଟ୍‍ଲୁକ୍‍' । ଅାମେ ଭାବୁଛୁ, ଏ ସମସ୍ତଙ୍କର ଏଇ ରୂପ ଦର୍ଶକଙ୍କ ମନରେ ଥିବା କୌତୂହଳକୁ ଅାହୁରି ବଢ଼ାଇ ଦେଇଥିବ ! ସୂଚନାଯୋଗ୍ୟ ଯେ ଓଡ଼ିଅା ଫିଲ୍ମରେ ମୌଳିକତା ରହୁନାହିଁ, ଓଡ଼ିଅା ଫିଲ୍ମରେ ଓଡ଼ିଅା ସଂସ୍କୃତି ଓ ଓଡ଼ିଶା ଇତିହାସର ଚିତ୍ର ଦେଖିବାକୁ ମିଳୁନାହିଁ ଏବଂ ଓଡ଼ିଅା ଭାଷାରେ ଚମତ୍କାର ଫିଲ୍ମ ତିଅାରି ହୋଇ ପାରିବା ଭଳି ଗଳ୍ପ ଓ ଉପନ୍ୟାସ ଥିଲେ ମଧ୍ୟ ସେ ଦିଗରେ ଫିଲ୍ମ ନିର୍ମାତାମାନେ ଅାଗ୍ରହ ଦେଖାଉ ନାହାନ୍ତି ବୋଲି ହେଉଥିବା ସମାଲୋଚନାର ପୃଷ୍ଠଭୂମିରେ ତିଅାରି କରା ଯାଉଛି "ଚନ୍ଦ୍ରଭାଗା' । "ଶୀଳାପଦ୍ମ' ଏକ ଐତିହାସିକ ଉପନ୍ୟାସ, ଯାହାର ପୃଷ୍ଠଭୂମିରେ ଅଛି ବିଶ୍ୱପ୍ରସିଦ୍ଧ କୋଣାର୍କମନ୍ଦିର । ଶ୍ରୀମତୀ ରାୟଙ୍କ "ଶୀଳାପଦ୍ମ'ର ଅାଧାରରେ "ଚନ୍ଦ୍ରଭାଗା'ର ସଂଳାପ ଲେଖିଛନ୍ତି ନିର୍ମଳ ନାୟକ । ଫିଲ୍ମର ନିର୍ଦେଶକ ହେଉଛନ୍ତି ଅମର ପତି ("ଷ୍ଟାଇଲିସ୍‍ ନିର୍ଦେଶକ' ଭାବେ ପରିଚିତ ଅଶୋକ ପତିଙ୍କ ସାନଭାଇ) । ତେବେ ଫିଲ୍ମଟିର ପୂରା ନିର୍ମାଣକାଳରେ ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କର ଦିଗ୍‍ଦର୍ଶନର ସହାୟତା ନିଅାଯିବ ବୋଲି କୁହା ଯାଉଛି । "ଚନ୍ଦ୍ରଭାଗା'ରେ ଓଡ଼ିଶାର ଇତିହାସ, ସଂସ୍କୃତି ଓ କଳାକୁ ଉଲ୍ଲେଖନୀୟ ଭାବେ ପ୍ରଦର୍ଶନ କରିବାର ଯୋଜନା ଅଛି । ଏ ଫିଲ୍ମଟି ଓଡ଼ିଶା ବାହାରେ ଓଡ଼ିଶା ଓ ଓଡ଼ିଅା ସଂସ୍କୃତିକୁ ଏକ ସୁନ୍ଦର ପରିଚୟ ପ୍ରଦାନ କରିବବୋଲି ଅାଶା କରା ଯାଉଛି । ତେବେ ବ୍ୟାବସାୟିକ ଦିଗଟିକୁ ଦୃଢ଼ ରଖିବାକୁ ଏ ଫିଲ୍ମରେ ଅଛି ଗୋଟିଏ ଚମତ୍କାର ଷ୍ଟାର୍‍କାଷ୍ଟ୍‍ରଖା ଯାଉଛି । ଏ ଫିଲ୍ମରେ ବିଭିନ୍ନ ଭୂମିକାରେ ଅଛନ୍ତି ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଅାକାଶ ଦାସନାୟକ ତଥା ଶ୍ରୀତମ୍‍ ଦାସ ପ୍ରମୁଖ । ଏମାନଙ୍କ ବ୍ୟତୀତ ଫିଲ୍ମ ଓ ମଞ୍ଚରୁ ଅାହୁରି ଅନେକ କଳାକାରଙ୍କୁ ଏଥିରେ ସାମିଲ କରାଯାଉଛି, ଯାହାର ତାଲିକା ନିକଟ ଭବିଷ୍ୟତରେ ପ୍ରକାଶ କରାଯିବ । ଉଲ୍ଲେଖନୀୟ ଯେ, "ଚନ୍ଦ୍ରଭାଗା'ରେ ବଲିଉଡ୍‍ର ଏକାଧିକ ବଡ଼ ତାରକା ବିଶେଷ ଭୂମିକାରେ ଅଭିନୟ କରିବାର ମଧ୍ୟ ଅାଶା ଅଛି । ଅାଉ ଗୋଟେ ବଡ଼ କଥା ହେଉଛି, ବିଗ୍‍-ବି ଅମିତାଭ ବଚ୍ଚନ ଏ ଐତିହାସିକ ଫିଲ୍ମର ଅାରମ୍ଭରେ କାହାଣୀ ବର୍ଣନା କରି ପାରନ୍ତି ବୋଲି ଶୁଣା ଯାଉଛି! ବିଭିନ୍ନ ବିଭାଗରେ ସଫଳ ହୋଇଥିବା ଅନେକ ଓଡ଼ିଅା ବିଭିନ୍ନ ଦିଗରୁ ଏ ଫିଲ୍ମ ସହିତ ସଂପୃକ୍ତ ରହିବେ ବୋଲି ଖବର ମିଳିଛି, ଯଥା- ପ୍ରସିଦ୍ଧ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରସିଦ୍ଧ ବଂଶୀବାଦକ ହରିପ୍ରସାଦ ଚୌରାସିଅା ମଧ୍ୟ "ଚନ୍ଦ୍ରଭାଗା' ସହିତ ସଂପୃକ୍ତ ରହିପାରନ୍ତି । ଗୋଟେ ମଜା କଥା ହେଉଛି, ଏବେ ଚର୍ଚ୍ଚା ଚାଲିଛି ଯେ ଏ ଫିଲ୍ମର ନାୟିକା ଭୂମିକାରେ ଥିବା ବର୍ଷା କୁଅାଡ଼େ ଏ ଫିଲ୍ମର ପ୍ରଯୋଜିକା ! ଏକଥା ବର୍ଷାଙ୍କୁ ପଚାରିବାରୁ ସେ ଏ ଖବର ମିଛ ବୋଲି ¸ଷ୍ଟ ଭାବେ କହିଲେ । ଖୁବ୍‍ ଶୀଘ୍ର ପ୍ରଯୋଜକଙ୍କ ପକ୍ଷରୁ ଏ ସଂପର୍କରେ ପୂରା ବିବରଣୀ ଗଣମାଧ୍ୟମକୁ ଦିଅାଯିବ ବୋଲି ମଧ୍ୟ ସେ କହିଲେ । ବର୍ଷା କହିଲେ, ""ମୁଁ ଏବେ ବି ଅଭିନୟ ଶିଖୁଛି, ପ୍ରଯୋଜନାକୁ ଯିବାର ସମୟ ଏ ନୁହେଁ । ଅଭିନୟରେ ଅାହୁରି ଅନେକ କାମ କରିବାକୁ ବାକି ଅଛି । "ଚନ୍ଦ୍ରଭାଗା'ରେ ସେ କରୁଥିବା ଭୂମିକାଟିକୁ ନେଇ ବର୍ଷାଙ୍କର ଅାଗ୍ରହର ସୀମା ନାହିଁ । ତା'କୁ ନେଇ ସେ ଖୁବ୍‍ ଅାନନ୍ଦିତ, ତେବେ ଭୂମିକାଟି ତାଙ୍କ ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ୍‍ ବୋଲି ମଧ୍ୟ ସେ ସ୍ୱୀକାର କରନ୍ତି । ତାଙ୍କ ଭାଷାରେ, ""ଏ ଫିଲ୍ମରେ ଯେଉଁ ସମୟର କଥା କୁହା ଯାଇଛି, ସେ ସମୟର ଲୋକଙ୍କ ବେଶଭୂଷା ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ଭାବେ କିଛି ¸ଷ୍ଟ ତଥ୍ୟ ନାହିଁ । ତେଣୁ ସେଥିପାଇଁ ବିଭିନ୍ନ ସୂତ୍ରରୁ ସୂଚନା ଅାଣି ସେସବୁକୁ ଏକାଠି କରି ଫିଲ୍ମର ବେଶଭୂଷାର ଯୋଜନା ପ୍ରସ୍ତୁତ କରା ଯାଇଛି । ସେଥିରେ ଯେ ଭୁଲ୍‍ ନ ଥିବ, ମୁଁ ଦାବି କରୁନି । କିନ୍ତୁ ଗୋଟେ ସମୟକୁ ଓ କାହାଣୀକୁ ଫିଲ୍ମ-ଉପଯୋଗୀ କରିବା ଭିତରେ ବାସ୍ତବତାଠୁ ଟିକିଏ ଭିନ୍ନ ହେବା ବି ଅାବଶ୍ୟକ ହୁଏ । ଏହାକୁ ଦର୍ଶକମାନେ ବୁଝିବେ ବୋଲି ମୋ'ର ଅାଶା ଅଛି । ସୂଚନାଯୋଗ୍ୟ ଯେ ଏଇ ଜାନୁଅାରି ମାସର ଶେଷ ପୂର୍ବରୁ "ଚନ୍ଦ୍ରଭାଗା'ର ସୁଟିଂ ଅାରମ୍ଭ କରିବାର ଯୋଜନା କରା ଯାଉଛି । ସୁଟିଂ ପୂର୍ବରୁ ସବୁ ମୁଖ୍ୟ କଳାକାରଙ୍କୁ ନେଇ ଏକ "ଓ୍ୱାର୍କସପ୍‍' ମଧ୍ୟ ହେବ । ସେ ଓ୍ୱାର୍କସପ୍‍ ମାଧ୍ୟମରେ ସମସ୍ତେ ନିଜ ନିଜ ଭୂମିକା ଓ ପରିବେଶ ସଂପର୍କରେ ଅାହୁରି ଅନ୍ତରଙ୍ଗ ଭାବେ ଅବଗତ ହୋଇ ପାରିବେବୋଲି ଅାଶା ରଖା ଯାଇଛି ।

ଭଉଁରୀ
ଜାନୁଅାରିରେ ଭଉଁର

ଋତୁପ୍ରିୟା ପ୍ରଡକ୍ସନ୍‍ସ୍‍ର ଦ୍ୱିତୀୟ ଅବଦାନ "ଭଉଁରି' ଏଇ ଜାନୁଅାରି ମାସର ପ୍ରଥମ ଭାଗରେ ରିଲିଜ୍‍ ହେବ ବୋଲି ପ୍ରଯୋଜକ ଅତିଶ କୁମାର ରାଉତ କହିଛନ୍ତି । ସୂଚନାଯୋଗ୍ୟ ଯେ ଏ ଫିଲ୍ମଟି ଦୀର୍ଘ ସମୟ ଧରି ନିର୍ମାଣଧୀନ ରହିଥିବାରୁ ୟା'କୁ ନେଇ ଦର୍ଶକ ଓ ଓଡ଼ିଅା ଫିଲ୍ମ ଜଗତର ଲୋକଙ୍କ ଭିତରେ ବେଶ୍‍ ଉତ୍କଣ୍ଠା ରହିଛି । ଉତ୍କଣ୍ଠା ଓ କୌତୂହଳର ଅନ୍ୟ ଏକ କାରଣ ହେଉଛି, ବ୍ୟାବସାୟିକ ଦୃଷ୍ଟିରୁ ବଡ଼ ବଜେଟ୍‍ ଓ ବଡ଼ ତାରକାମାନଙ୍କୁ ନେଇ ତିଅାରି କରା ଯାଇଥିବା ଏ ଫିଲ୍ମରେ ବ୍ୟାବସାୟିକ ଓଡ଼ିଅା ଫିଲ୍ମ କହିଲେ ସାଧାରଣରେ ଯେଉଁ ଧରଣର କାହାଣୀକୁ ବୁଝାଯାଏ, ଏଥିରେ ତା'ଠୁ ଅଲଗା ପ୍ରକାରର ଏକ କାହାଣୀ ରହିଛି । କଳାକାରମାନଙ୍କର ବେଶ ପୋଷାକରୁ ବି ତାହା ¸ଷ୍ଟ ରୂପେ ଜଣା ପଡ଼ିଯାଉଛି । "ଭଉଁରି'ର ବିଭିନ୍ନ ବିଭାଗରେ କାମ କରିଥିବା ଟେକ୍‍ନିସିଅାନ୍‍ଙ୍କଠାରୁ ଅାରମ୍ଭ କରି କଳାକାର- ସମସ୍ତେ ଏ ଫିଲ୍ମଟିକୁ ବଡ଼ ପ୍ରଶଂସା କରୁଛନ୍ତି ଓ ତା'କୁ ନେଇ ବେଶ୍‍ ଅାଶାବାଦୀ ଅଛନ୍ତି । ନିର୍ଦେଶକ ସୁଧାଂଶୁ ମୋହନ ସାହୁ ବି ଏଥିରେ ନିଜ କାମକୁ ନେଇ ବେଶ୍‍ ସନ୍ତୁଷ୍ଟ ଅଛନ୍ତି । "ଭଉଁରି' ଓଡ଼ିଅା ଫିଲ୍ମର ଚଳନ୍ତି ଧାରାରେ ଗୋଟେ ଭଲ ପରିବର୍ତନ ଅାଣିବାରେ ସକ୍ଷମ ହୋଇପାରେ ବୋଲି ସେ କହିଛନ୍ତି । "ଭଉଁରି'କୁ ସବୁପ୍ରକାର ନିଷ୍ଠାର ସହିତ ତିଅାରି କରା ଯାଇଛି ଏବଂ ଫିଲ୍ମଟି ନିଶ୍ଚିତ ଭାବେ ଓଡ଼ିଅା ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ପ୍ରଯୋଜକ ଶ୍ରୀ ରାଉତ ଅାଶା ବାନ୍ଧିଛନ୍ତି । ସୂଚନାଯୋଗ୍ୟ ଯେ "ଭଉଁରି'ରେ ଅରିନ୍ଦମ ରାୟ, ବିଦିତା ବାଗ୍‍, ମନୋଜ ମିଶ୍ର, ବିଜୟ ମହାନ୍ତି, ମିହିର ଦାସ, ଚକ୍ରଧର ଜେନା ଓ ସୂର୍ଯ୍ୟ ମହାନ୍ତିଙ୍କ ଭଳି ଭଲ କଳାକାରମାନଙ୍କର ସମାବେଶ ଘଟିଛି । ଏ ଫିଲ୍ମରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ ମଜୁମ୍‍ଦାର ।

ହୃଷୀକେଶ ଭୋଇ (ଅକ୍ଷୟ ସ୍ୱାଇଁ

"ପ୍ରତିଧ୍ୱନୀ ହେଉଛି ମୋ କର୍ଣ୍ଣପଟହରେ ସେଇ ଦୈବବାଣୀ, କିଳିକିଳା ରାବ ଦେଇ ଶୂନ୍ୟ ମହାକାଶରେ କହିଗଲା କେତୋଟି ଅକ୍ଷର- ରେ କଂସ ତୋତେ ଯେ ବଧିବ ସେ ବଢ଼ୁଛି ଗୋପରେ... ସଦାସର୍ବଦା ଶୟନେ ସପନେ ନିତି ଜାଗରଣେ ପ୍ରତିଧ୍ୱନି ହେଉଛି ମୋ କର୍ଣ୍ଣପଟହରେ । ଏଭଳି ଏକ ସଂଳାପ ଅାଉ କିଛିଦିନ ପରେ ଶୁଣିବାକୁ ମିଳିବ ବିଶ୍ୱର ବଡ଼ ମୁକ୍ତରଙ୍ଗମଞ୍ଚ କୁହାଯାଉଥିବା ବରଗଡ଼ ଧନୁଯାତ୍ରାରେ । ଅାଉ ଏହି ସଂଳାପ ଶୁଣିବାକୁ ହେବ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ହୃଷୀକେଶଙ୍କ ମୁଖରୁ । ହୃଷୀକେଶ ଭୋଇ । ବୃତ୍ତିରେ ଏକ ସରକାରୀ ଡାକ୍ତରଖାନାର ଗାଡ଼ି ଡ୍ରାଇଭର । ହେଲେ ପ୍ରବୃତ୍ତିରେ ଜଣେ ଅଭିନେତା । ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅବତୀର୍ଣ୍ଣ ହେଇ ସେ ସାରା ରାଜ୍ୟରେ ବେଶ୍‍ ପରିଚିତ । ବରଗଡ଼ ଧନୁଯାତ୍ରାରେ ୨୦୦୯ ମସିହାରୁ ସେ କଂସ ଭୂମିକାରେ ଅଭିନୟ କରି ଅାସୁଥିଲେ ମଧ୍ୟ ସେ ଚିଚୋଲି, ତାଲପାଲି, ଚିଚି¨ା, ଭଟଲି ଅାଦି ସ୍ଥାନରେ ୧୯୯୬ ମସିହାରୁ କଂସ ଅଭିନୟ କରିଛନ୍ତି । ଅାନୁଷ୍ଠାନିକ ଭାବେ ଅଭିନୟ ଶିକ୍ଷା କରିନାହାନ୍ତି ହୃଷୀକେଶ । ହେଲେ ସେ ସ୍ୱୀକାର କରନ୍ତି ଯେ, ""ଅାମ ଚିଚୋଲି ଗାଁର ଟଙ୍କଧର ପ୍ରଧାନ ହେଉଛନ୍ତି ମୋର ପୁରାଣ ଗୁରୁ । ପୁରାଣର କୌଣସି ବିଷୟ ବା ଚରିତ୍ରଙ୍କ ସଂପର୍କରେ ମୋର କିଛି ବୁଝିବାର ଥିଲେ ମୁଁ ତାଙ୍କୁ ପଚାରେ ଅାଉ ସେ ମୋତେ ବୁଝାଇ ଦିଅନ୍ତି । ତେବେ ନାଟକ ଅଭିନୟ କ୍ଷେତ୍ରରେ ମୋର ପ୍ରଥମ ଗୁରୁ ହେଉଛନ୍ତି ନିର୍ଦେଶକ ବୁଦ୍ଧଦେବ ପ୍ରଧାନ । ନକୁଳ ବାଦୀ, ଗୋପାଳ ଦାସ, ଶଙ୍କର ପଟ୍ଟନାୟକ, ଅଶୋକ ବେହେରାଙ୍କଠାରୁ ମଧ୍ୟ ମୁଁ ଶିଖିଛି । ଏବେ ବି ହୃଷୀକେଶଙ୍କ ପୂଜାଘରେ ପୂଜା ପାଏ ଯୁଦ୍ଧିଷ୍ଠିର ଶତପଥୀଙ୍କ ଫଟୋ । ଇଏ ଅାଉ ଜଣେ କଂସ । ନିଜ ଅଞ୍ଚଳରେମହାରାଜ ଭାବେ ପରିଚିତ । ""କଂସ ଭୂମିକାରେ ଅବତୀର୍ଣ୍ଣ ହେବା ପୂର୍ବରୁ କିଛି ପ୍ରସ୍ତୁତି ବା ନୀତିନିୟମକୁ ପାଳନ କରିବାକୁ ପଡ଼େ କି? ଏ ପ୍ରଶ୍ନର ଉତ୍ତରରେ ହୃଷୀକେଶ କହନ୍ତି, ""ବର୍ଷ ସାରା ହିଁ ତ ପ୍ରସ୍ତୁତି ଚାଲିଥାଏ । ହରିବଂଶଠାରୁ ଅାରମ୍ଭ କରି ରାମାୟଣ, ମହାଭାରତ, ଶିବ ପୁରାଣ, ନୃସିଂହ ପୁରାଣ, ବରାହ ପୁରାଣ, ପଦ୍ମ ପୁରାଣ ପରି ବିଭିନ୍ନ ପୁରାଣ ପଢ଼ିବାକୁ ପଡ଼େ । ଏହି ନାଟକର କୌଣସି ସଂଳାପ-ଲେଖକ ନ ଥିବାରୁ ନିଜକୁ ନିଜର ସଂଳାପ ପ୍ରସ୍ତୁତ କରିବାକୁ ପଡ଼େ । ଜଣେ ଏସବୁ ନ ପଢ଼ିଲେ ସଂଳାପ କହିବ କିପରି? ତେବେ ଯେଉଁ ସମୟରେ ରାଜା ଭୂମିକାକୁ ଓହ୍ଲାଏ ସ୍ଥାନୀୟ ଏକ ଧର୍ମଶାଳା ବନିଯାଏ ମୋର ରାଜମହଲ । ମୁଁ ରହେ ଏହି ରାଜମହଲରେ । ଏହି ସମୟରେ ନିରାମିଷ ଖାଇବା, ପ୍ରତିଦିନ ମନ୍ଦିର ଯିବା ଏବଂ ନିଜ ଘରେ ପରିବାର ଲୋକେ ଅଖ¨ବତି ଜାଳିବା ପରି ନୀତିନିୟମ ମଧ୍ୟ ପାଳିତ ହୁଏ । ଅଭିନୟ ବେଳେ ତାଙ୍କ ସାମ୍ନାକୁ ଯେଉଁ ସମସ୍ୟା ଅାସିଛି ସେଥିରେ ତାଙ୍କର ଅଭିନୟ ପ୍ରଭାବିତ ହୋଇ ନାହିଁ । ନିରବଚ୍ଛିନ୍ନ ଭାବେ ଚାଲିଛି । ଏମିତି ଏକ ଘଟଣା ହେଲା, ତାଲପାଲିରେ ଏକ ନାଗସାପ ଧରି କଂସ ଭୂମିକାରେ ସେ ଅଭିନୟ କରୁଥିବା ବେଳେ ସେ ସେହି ସର୍ପ ଦଂଶନର ଶିକାର ହୋଇଥିଲେ । ସେ ସୁସ୍ଥ ହେବା ପାଇଁ କିଛି ସମୟ ଲାଗିଥିଲା । ପୁଣିଥରେ ସେ ଅବତୀର୍ଣ୍ଣ ହେଲେ ନିଜ ଭୂମିକାରେ । ଜାରି ରହିଲା ନାଟକ । ସେ ତ କଂସ । କାହାକୁ ବା ତାଙ୍କର ଡର । କଂସ ଭୂମିକାରେ ଥିବା ବେଳେ ଯିଏ ତାଙ୍କ ସାମ୍ନାରେ କିଛି ଭୁଲ୍‍ କରିଛି ସେ ତାକୁ ଦ¨ିତ କରିଛନ୍ତି । ସେ ଅଫିସର ହୁଅନ୍ତୁ ବା ନେତା ମନ୍ତ୍ରୀ । କାହାକୁ କାନଧରି ବସ୍‍ ଉଠ୍‍ କରାଇଛନ୍ତି ତ କାହାକୁ ନୃତ୍ୟ ପରିବେଷଣର ଦ¨ ମିଳିଛି । କାହାକୁ ଅର୍ଥଦ¨ ଦେଇଛନ୍ତି ତ କାହାକୁ ସାଷ୍ଟାଙ୍ଗ ପ୍ରଣିପାତର ଦ¨ ବି ଦେଇଛନ୍ତି । "ଅଭିନୟ ସମୟରେ ଅାପଣଙ୍କ ଉପରିସ୍ଥ ଅଫିସର୍‍ଙ୍କ ପ୍ରତି ଅାପଣଙ୍କ ବ୍ୟବହାର କିପରି ରହେ?' ଏ ପ୍ରଶ୍ନର ଉତ୍ତରରେ ହୃଷୀକେଶ କହନ୍ତି, ""ସେତେବେଳେ ଭାବେ ମୁଁ ରାଜା, ଅାଉ ସେମାନେ ମୋର ପ୍ରଜା । ମୁଁ ହୃଷୀକେଶ ନୁହେଁ କଂସ । ଅଭିନୟ ସରିବା ପରେ ମୁଁ କେବଳ ଜଣେ କର୍ମଚାରୀ ଅାଉ ସେମାନେ ମୋର ଉପରିସ୍ଥ ଅଫିସର । ନିଜର ସହକଳାକାରଙ୍କ ପ୍ରତି ହୃଷୀକେଶ କହନ୍ତି ""ସେମାନଙ୍କୁ ନେଇ ତ ନାଟକ ହୁଏ । ସେମାନଙ୍କ ବିନା କିଛି ବି କରିହେବ ନାହିଁ । ଏସବୁ ପରେ କଂସ ଯେ ଏକ ନିଷ୍ଠୁର ଚରିତ୍ର । ପିଲାଙ୍କ ହତ୍ୟାକାରୀ । ତେଣୁ ଏ ଭୂମିକାରେ ଯିଏ ଅଭିନୟ କରୁଥିବ ତା'ର ବ୍ୟବହାର କିପରି ହୋଇଥିବ? ଏଭଳି ପ୍ରଶ୍ନଟିଏ ମନରେ ଉଙ୍କି ମାରିଥିଲା । ହୃଷୀକେଶଙ୍କ ସହ କଥା ହେବା ବେଳେ ଜଣାଗଲା, ସିଏ କୁନିକୁନି ପିଲାଙ୍କୁ ବହୁତ ଭଲ ପାଅାନ୍ତି । ତାଙ୍କ ସହ ଧୂଳିଖେଳରେ ବି କେବେ କେବେ ସମୟ କାଟନ୍ତି । ସେ ବନ୍ଧୁବତ୍ସଳ ଅାଉ ବି ମେଳାପୀ । ମଜାକଥା ହେଲା ସେ ହୃଷୀକେଶ (କୃଷ୍ଣଙ୍କ ଅନ୍ୟନାମ) ହେଇ ବି କଂସାସୁର ହୁଅନ୍ତି କିପରି! ଏହାର ଉତ୍ତର ଏପରି ହେଇପାରେ; ହୃଷୀକେଶ କଂସକୁ ଏକ ନକାରାତ୍ମକ ଚରିତ୍ର ଭାବେ ଦେଖି ନାହାନ୍ତି । କାରଣ ଏ କଂସ ମୋକ୍ଷ ଚାହେ । ହୃଷୀକେଶ ନିଜ ମୁହଁରେ କହନ୍ତି ""ସତସତିକା ହେଉ କି ନାଟକ ହେଉ, ପ୍ରତିବର୍ଷ ସ୍ୱୟଂ ସେଇ ନରନାରାୟଣଙ୍କ ହାତରେ ବଧ ହେବା ଏକ ପୁଣ୍ୟ । ମୁଁ ଭାବେ ପ୍ରତିବର୍ଷ ମୋ ଭିତର ଧୋଇ ହେଇଯାଏ । ପ୍ରତିବର୍ଷ ଯେପରି ମୁଁ ମୋକ୍ଷ ପାଇଯାଏ । ଅାଉ ଗୋଟେ କଥା ହେଲା, ମଥୁରାରେ ରହୁଥିବା ଏ କଂସ ଗୋପପୁରକୁ ବି ଝୁରି ହୁଏ । ହୃଷୀକେଶଙ୍କ ଭାବ ଗଦ୍‍ଗଦ୍‍ ଭାଷାରେ ""ମଥୁରାରେ କିଛି ନୁହେଁ ବରଂ ଅମାପାଲି ବା ଗୋପପୁରରେ ଅନେକ କିଛି ଘଟୁଥାଏ । କେବଳ ଜୀରା ନଦୀ ଯମୁନା ହେଇ ବହୁ ନ ଥାଏ, ସେଠି ତ ଭକ୍ତିର ଯମୁନା ବହୁଥାଏ । କଂସର ମନ ସିନା ମଥୁରାରେ ଥାଏ, ହେଲେ ଅାତ୍ମା ତ ଗୋପପୁରରେ ଥାଏ । ହୃଷୀକେଶଙ୍କ ସହ କଥା ହେବା ବେଳେ ମନେ ହେଲା, ସେ ପେସାଦାର କଳାକାର ନ ହେଲେ ବି କଳା ତାଙ୍କ ପାଇଁ ଏକ ନିୟମିତ ସାଧନା । ସେଇ ସାଧନା ଭିତରେ ସେ ମୋକ୍ଷ ପାଇଁ ବି ପ୍ରସ୍ତୁତ ହୁଅନ୍ତି । ଯାହା ସହ ସେ ଲଢ଼ନ୍ତି ତାଙ୍କର ଜୟଗାନ ବି କରନ୍ତି । ସହକଳାକାର ମାନଙ୍କୁ ସମ୍ମାନ ବି ଦିଅନ୍ତି । ରାଜାବେଶ ଓହ୍ଲାଇଲା ପରେ ଶ୍ରୀକ୍ଷେତ୍ର ଅାସି ପ୍ରାୟଶ୍ଚିତ୍ତ ବି କରନ୍ତି ଶ୍ରୀଜଗନ୍ନାଥଙ୍କ ନିକଟରେ । ଯଦି କଂସର ଏପରି ଭାବନା, ତେବେ ତ ଅାମେ କହିବୁ, ""ମହାରାଜ କଂସଙ୍କର.... ଜୟ ମହାରାଜ କଂସଙ୍କର...... ଜୟ ।

୨୨ ଡିସେମ୍ବର[ସମ୍ପାଦନା]

ରାମାନୁଜନ

ଦାଶ, ବିନ୍ଦୁବଳୟ. ଗଣିତଜ୍ଞ ରାମାନୁଜନ: ଏକ ବିସ୍ମୟ, ସମାଜ (୨୨ ଡିସେମ୍ବର ୨୦୧୪)

ପିଲାଟି ପଢ଼ୁଥାଏ ପ୍ରାଥମିକ ଶ୍ରେଣୀରେ । ଗଣିତ ଶିକ୍ଷକ କ୍ଲାସରେ ଉପସ୍ଥାନ ନେଇସାରି ପ୍ରଥମେ ପ୍ରଶ୍ନଟିଏ ପଚାରିଲେ- ୧୦ଟି ଆଙ୍କକୁ ୧୦ଜଣ ପିଲାଙ୍କ ମଧ୍ୟରେ ବାଣ୍ଟିଲେ ଜଣକା କେତେ ପଡ଼ିବ? ପିଲାଙ୍କ ଉତ୍ତର ଆସିଲା- ଗୋଟିଏ । ଶିକ୍ଷକ କହିଲେ, ମନେରଖ କୌଣସି ସଂଖ୍ୟାକୁ ସେହି ସଂଖ୍ୟା ଦ୍ୱାରା ଭାଗକଲେ ଭାଗଫଳ ସର୍ବଦା ଏକ ହେବ; କିନ୍ତୁ ଜଣେ ଛାତ୍ର ଉତ୍ତର ନଦେଇ ନିରବରେ ଶୁଣୁଥିଲେ । ସେ ଉଠିପଡ଼ି ପଚାରିଲେ-ସାର୍‍, ଯଦି ଶୂନ୍‍କୁ ଶୂନ ସହ ଭାଗକରିବା ତେବେ ଭାଗଫଳ କ'ଣ ଏକ ହେବ? ସେଦିନ ଗଣିତ ଶିକ୍ଷକ ପିଲାଟିର ପ୍ରଶ୍ନ ଶୁଣି ବିସ୍ମିତ ହୋଇଥିଲେ । ସେଇ ଛାତ୍ର ଦଶମ ଶ୍ରେଣୀରେ ପଢ଼ୁଥିଲାବେଳର ଆଉ ଗୋଟିଏ ଘଟଣା । ଜଣେ ଉପର ଶ୍ରେଣୀର ପିଲା ତାଙ୍କୁ ପଚାରିଲେ- — ଙ୍ଘ + ଚ୍ଚ = ୭, — ଚ୍ଚ + ଙ୍ଘ = ୧୧ ହେଲେ ଙ୍ଘ ଓ ଚ୍ଚ ର ମୂଲ୍ୟ କେତେ? ମାତ୍ର ଅଧମିନିଟ୍‍ରେ ଛାତ୍ରଜଣଙ୍କ କହିଲେ- ଙ୍ଘ = ୯, ଚ୍ଚ = ୪ ା ଏହି ବିଚକ୍ଷଣ ବୁଦ୍ଧିସଂପନ୍ନ ଛାତ୍ରଜଣଙ୍କ ଥିଲେ ଶ୍ରୀନିବାସ ରାମାନୁଜନ୍‍- ଗଣିତ ଜଗତର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଗବେଷକ ଓ ଗଣିତଜ୍ଞ । ଯଦିଓ ତାଙ୍କର ଜୀବନକାଳ ସ୍ୱଳ୍ପ ଥିଲା, ସେହି ସମୟ ଭିତରେ ସେ ଗଣିତ ବିଜ୍ଞାନକୁ ଯେଉଁ ଅମୂଲ୍ୟ ସଂପଦ ଦାନ କରିଯାଇଛନ୍ତି, ତାହା ତାଙ୍କୁ ଚିରଦିନ ପାଇଁ ଅମର କରି ରଖିବ । ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ୍‍ ୧୮୮୭ ମସିହା ଡିସେଙ୍କର ୨୨ ତାରିଖରେ ତାମିଲନାଡ଼ୁ, ମାନ୍ଦ୍ରାଜର ଇରୋଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥôକ ସ୍ଥିତି ଭଲ ନଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ସେ ଗଣିତ ବିଜ୍ଞାନ ଗବେଷଣାରେ ମନୋନିବେଶ କଲେ । ତାଙ୍କ ପିତା ଶ୍ରୀନିବାସ ଆୟାଙ୍ଗର ଘରେ କେତେଜଣ କଲେଜଛାତ୍ରଙ୍କୁ ଭଡ଼ା ସୂତ୍ରରେ ରଖି କିଛି ଅର୍ଥ ରଖୁଥିଲେ । ରାମାନୁଜନ୍‍ ପିଲାଦିନରୁ ସେହି ଛାତ୍ରମାନଙ୍କ ସଂସ୍ପର୍ଶରେ ଆସି ଗଣିତ ଉପରେ ପ୍ରାଥମିକ ଧାରଣା ପାଇଗଲେ ଓ ବହୁ ତଥ୍ୟ ମଧ୍ୟ ମନେରଖି ତା' ଉପରେ ତର୍ଜମା କଲେ । ରାମାନୁଜନ୍‍ କୁମ୍ଭକୋଣମ୍‍ ସରକାରୀ କଲେଜରେ ଅଧ୍ୟୟନ କରିବାବେଳେ ଗଣିତ ପ୍ରତି ଅତ୍ୟଧିକ ଆକୃଷ୍ଟ ହୋଇ, ଅନ୍ୟ ବିଷୟ ପ୍ରତି ଧ୍ୟାନ ନଦେବାରୁ ଏଫ.ଏ. ଶ୍ରେଣୀରେ ଫେଲ୍‍ ହେଲେ । ଫେଲ୍‍ ପରେ ବି ସେ ଗଣିତ ଗବେଷଣାରୁ ଅବ୍ୟାହତି ନେଇନଥିଲେ । ପରିବାର ପରିପୋଷଣ ପାଇଁ ସେ ଛୋଟ ଚାକିରିଟିଏ କଲେ । ତାହା ମଧ୍ୟ ବେଶିଦିନ ରହିଲା ନାହିଁ । ଥରେ ଗଣିତ ଉପରେ ଗବେଷଣା ପାଇଁ ନିରାଶ ହୋଇ ବୁଲୁଥିବାବେଳେ ଜଣେ ପୁରାତନ ଛାତ୍ରଙ୍କ ସହ ତାଙ୍କର ଭେଟ ହେଲା । ସେ ରାମାନୁଜନଙ୍କୁ ପାଚପେୟା କଲେଜ ଅଧ୍ୟକ୍ଷଙ୍କ ସହ ଭେଟ କରାଇଦେଲେ । ଅଧ୍ୟକ୍ଷ ତାଙ୍କର ଗଣିତ ପ୍ରତିଭା ଦେଖି ତାଙ୍କୁ ପୁଣି ଏଫ.ଏ ଶ୍ରେଣୀରେ ସେଠାରେ ପଢ଼ିବାକୁ ଅନୁମତି ଦେଲେ । ଏଥର ମଧ୍ୟ ଗଣିତ ବ୍ୟତୀତ ଅନ୍ୟାନ୍ୟ ବିଷୟରେ କମ୍‍ ନଙ୍କର ହେତୁ ସେ କୃତକାର୍ଯ୍ୟ ହୋଇପାରିଲେନି । ପରେ ରାମାନୁଜନ ଗଣିତ ଉପରେ ଅଧିକ ଜାଣିବାପାଇଁ ବ୍ରିଟି ଗଣିତଜ୍ଞ ଜି.ଏଚ.ହାର୍ଡ଼ିଙ୍କ ପାଖକୁ ଏକ ଚିଠି ଲେଖିଲେ । ପ୍ରଫେସର ହାର୍ଡ଼ି ତାଙ୍କୁ ବିଲାତ ଆସିବାକୁ କହିଲେ । ରାମାନୁଜନ ନିଜ ଚେଷ୍ଟାରେ ଏବଂ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ସହାୟତାରେ ବିଲାତରେ ପହଞ୍ଚôଲେ ୧୯୧୬ ମସିହାରେ । ଏଥର କେଙ୍କ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରଫେସର ହାର୍ଡ଼ିଙ୍କ ସହ ମିଶି ଗଣିତ ଉପରେ ଅଧିକ ଗବେଷଣା ଓ ଅଧ୍ୟୟନରେ ଲାଗିପଡ଼ିଲେ । ଏହି ଅଧ୍ୟୟନ ସମୟରେ ରାମାନୁଜନ ଗଣିତ ଜଗତକୁ ବହୁତଥ୍ୟ ପ୍ରଦାନ କଲେ, ଯାହା ଗଣିତଶାସ୍ତ୍ରରେ ବିରଳ ଥିଲା । ମୌଳିକ ଗଣିତରେ "ସଂଖ୍ୟାତତ୍ତ୍ୱ' ଆବିଷ୍କାର ତାଙ୍କୁ ପୃଥିବୀରେ ଆଦୃତ କଲା । ଏହା ବ୍ୟତୀତ ବିଭାଜନ ଫଳନ, ବିଶ୍ଳେଷଣ ତତ୍ତ୍ୱ, ଉପବୃତ୍ତୀୟ ଫଳନ, କ୍ରମାଗତ ଫଳନ, ଅସୀମ ସଂଖ୍ୟା ଶ୍ରେଣୀ ଉପରେ ବିଭିନ୍ନ ଆବିଷ୍କାର ରାମାନୁଜନଙ୍କ ଗୋଟିଏଗୋଟିଏ କୀର୍ତ୍ତିସ୍ତମ୍ଭ ଗଣିତଶାସ୍ତ୍ର ପାଇଁ । ଗଣିତଜ୍ଞ ବର୍ଣ୍ଣୋଲିଙ୍କ ସଂଖ୍ୟାଚୟ ତଥ୍ୟ, ଗାଉସଙ୍କ ହାଇପର ଜ୍ୟାମିତିକ ଶ୍ରେଣୀ ଇତ୍ୟାଦିକୁ ସରଳ ଭାବରେ ଦର୍ଶାଇଥିଲେ ରାମାନୁଜନ । 'ଦ୍ଭ' (ଏନ) ଅତିବଡ ହେଲେ ତାହା ବିଭାଜନ ସଂଖ୍ୟା କେତେ ହେବ ତାହାର ସୂତ୍ର ବାହାର କରିବାପାଇଁ ଅଏଲରଙ୍କଠାରୁ ଆରମ୍ଭକରି କେତେ ଗଣିତଜ୍ଞ ନିରାଶ ହୋଇଥିଲେ ଗବେଷଣାଗାରରେ । କିନ୍ତୁ ରାମାନୁଜନ ଜି.ଏଚ.ହାର୍ଡ଼ିଙ୍କ ସହ ମିଶି ୧୯୧୮ ମସିହାରେ ଏହି ସୂତ୍ରକୁ ଆବିଷ୍କାର କଲେ । ଅଏଲର ବିଭାଜନ ଫଳନକୁ ଅଧ୍ୟୟନ କରିଥିଲେ; କିନ୍ତୁ ରାମାନୁଜନ ଏହାର ଗାଣିତିକ ପ୍ରକୃତିକୁ ଆବିଷ୍କାର କରିଥିଲେ । ରାମାନୁଜନଙ୍କ ଗଣିତ ପ୍ରତିଭାକୁ ସମ୍ମାନ ଜଣାଇ କେଙ୍କ୍ରିଜ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ଅଫ୍‍ ସାଇନ୍‍ସ ଉପାଧି ଦେଇଥିଲେ । ସେ ତାଙ୍କର ପ୍ରତିଭା ପାଇଁ ଲଣ୍ଡନର ରୟାଲ ସୋସାଇଟିର ସଦସ୍ୟ ହୋଇଥିଲେ । ଏହି ସଦସ୍ୟ ହେବାରେ ରାମାନୁଜନ ବିଶ୍ୱର ସର୍ବକନିଷ୍ଠ ବ୍ୟକ୍ତି । ଗବେଷଣା ଜାରି ରହିଥିବାବେଳେ ୧୯୧୮ ମସିହାରେ ସେ ହଠାତ୍‍ ଅସୁସ୍ଥ ହୋଇପଡ଼ିଲେ । ଚିକିତ୍ସା ପାଇଁ ସେ ମାନ୍ଦ୍ରାଜ ଫେରିଆସିଲେ । ସେ ଆଉ ସୁସ୍ଥ ହୋଇନଥିଲେ । ଦୁଇବର୍ଷର ଅସୁସ୍ଥତା ଭିତରେ ରହି ମାତ୍ର ୩୨ବର୍ଷ ୪ମାସ ୪ଦିନରେ ୧୯୨୦ ମସିହା ଏପ୍ରିଲ ୨୬ ତାରିଖରେ ଇହଧାମ ପରିତ୍ୟାଗ କଲେ । ହେଲେ ତାଙ୍କ ଆବିଷ୍କୃତ ଗଣିତ ତଥ୍ୟ ତାଙ୍କୁ ସବୁଦିନପାଇଁ ଅମରକରି ରଖିଛି ଓ ରଖିଥିବ । ତାଙ୍କର ୧୨୫ବର୍ଷ ଜନ୍ମ ଜୟନ୍ତୀ ଉପଲକ୍ଷେ ଭାରତ ସରକାର ଗତ ୨୦୧୨ ମସିହାକୁ ଜାତୀୟ ଗଣିତ ବର୍ଷ ରୂପେ ଘୋଷଣା କରିଥିଲେ । ତାଙ୍କ ଜନ୍ମଦିବସକୁ ଜାତୀୟ ଗଣିତ ଦିବସ ରୂପେ ପାଳନ ପାଇଁ ମଧ୍ୟ ଘୋଷଣା କରିଛନ୍ତି । ଏହା ଆମପାଇଁ ଗୌରବର ବିଷୟ । ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଗଣିତ ସୂତ୍ର ଉପରେ ଅଧିକ ଗବେଷଣା କଲେ ତାଙ୍କର ଅନେକ ଅନାବିଷ୍କୃତ ତଥ୍ୟ ଲୋକଲୋଚନକୁ ଆସିପାରିବ । କାରଣ ମୃତୁ୍ୟ ପୂର୍ବରୁ ତାଙ୍କ ଟିପା ଖାତାରେ ଏକାଧିକ ପ୍ରମାଣବିହୀନ ଉପପାଦ୍ୟ ଲେଖାଥିବା ଦେଖାଯାଏ ।

ଜ୍ୟୋତିର୍ମୟୀ ବଳ

ସମାଜ

ଦାମନଯୋଡ଼ିର ଜ୍ୟୋତିର୍ମୟୀ ହେଲେ ‘ମୁଁ ମିସ୍‍ ଓଡ଼ିଶା’ ଭୁବନେଶ୍ୱର,୨୧ା୧୨(ନି.ପ୍ର)- ଏକ୍ସଆଇଏମବି ପରିସରରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ‘ମୁଁ ମିସ୍‍ ଓଡ଼ିଶା’ ଗ୍ରାଣ୍ଡ ଫିନାଲେରେ ଦାମନଯୋଡ଼ିର ଜ୍ୟୋତିର୍ମୟୀ ବଳ ‘ମୁଁ ମିସ୍‍ ଓଡ଼ିଶା’ ବିବେଚିତ ହୋଇଛନ୍ତି । ସେହିପରି ସଙ୍କଲପୁରର ପୂଜା ତ୍ରିପାଠୀ ପ୍ରଥମ ରନର୍ସ ଅପ୍‍ ଓ ଜଗତସିଂହପୁରର ସୁପ୍ରିୟା ନାୟକ ଦ୍ୱିତୀୟ ରନର୍ସଅପ୍‍ ବିବେଚିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ନାୟିକା ଇଲିଆନା । ସେ ବିଜୟିନୀଙ୍କୁ ମୁକୁଟ ପିନ୍ଧାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ ନାୟକ ସବ୍ୟସାଚୀ, ନାୟିକା ଅର୍ଚ୍ଚିତା, ସାଂସଦ ପ୍ରସନ୍ନ ପା...ଶାଣୀ, ନିର୍ଦେଶକ ଅବିନାଶ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ରୁଦ୍ରନାରାୟଣ ବେହେରା, ଜୟ ସାମନ୍ତ, ପ୍ରଣୟ ଜେଠୀ, ସୁନୀଲ ସାମନ୍ତରାୟ, ବର୍ଷାରାଣୀ ପଣ୍ଡା ପ୍ରମୁଖ । ଜ୍ୟୋତ୍ସ୍ନା ରାଉତରାୟ ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

୨୩ ଡିସେମ୍ବର[ସମ୍ପାଦନା]

ପ୍ରକାଶ ମିଶ୍ର (ସମାଜ)

ଦାୟିତ୍ୱ ନେଲେ ପ୍ରକାଶ ମିଶ୍ର ଭୁବନେଶ୍ୱର, ୨୨ ।୧୨ (ନି.ପ୍ର)- ପୂର୍ବତନ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ତଥା କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଆଭ୍ୟନ୍ତରୀଣ ସୁରକ୍ଷା) ସ୍ୱତନ୍ତ୍ର ସଚିବ ପ୍ରକାଶ ମିଶ୍ର ସିଆର୍‍ପିଏଫ୍‍ ଡ଼ିଜି ରୂପେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ଦିଲ୍ଲୀସ୍ଥିତ ସିଆର୍‍ପିଏଫ୍‍ ମୁଖ୍ୟାଳୟରେ ଗାର୍ଡ଼ ଅଫ୍‍ ଅନର ପ୍ରଦାନ କରାଯାଇଥିଲା । ୧୯୭୭ ବ୍ୟାଚ୍‍ର ଆଇପିଏସ୍‍ ଅଫିସର ଶ୍ରୀ ମିଶ୍ରଙ୍କୁ ଏହି ପଦରେ ନିଯୁକ୍ତି ଦେବା ପାଇଁ କ୍ୟାବିନେଟ୍‍ କମିଟି ସୁପାରିସ କରିଥିଲା । ଏହା ପୂର୍ବରୁ ସେ ଏନ୍‍ଡିଆର୍‍ଏଫ୍‍ର ମହାନିର୍ଦେଶକ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ସିଆର୍‍ପିଏଫ୍‍ ଦେଶର ବୃହତ୍ତମ ଅର୍ଦ୍ଧ ସାମରିକ ବାହିନୀ ଓ ଏଥିରେ ୩ ଲକ୍ଷ ଜବାନ କାର୍ଯ୍ୟ କରୁଛନ୍ତି । ନଭେଙ୍କର ୩୦ ତାରିଖରେ ସିଆର୍‍ପିଏଫ୍‍ ମହାନିଦେ୍ର୍ଧଶକ ଦିଲିପ ତ୍ରିବେଦୀ ଅବସର ନେବା ପରେ ଏହି ପଦ ଖାଲି ପଡ଼ିଥିଲା । କାର୍ଯ୍ୟଭାର ଗ୍ରହଣ କରିବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ମାଓ କାର୍ଯ୍ୟକଳାପ ଅବ୍ୟାହତ ରହିଛି । ସାମ୍ପ୍ରତିକ ପରିସ୍ଥିତିରେ ମାଓ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ନୂତନ ରଣନୀତି ଅବଲଙ୍କନ କରିବା ଦିଗରେ ସେ ପଦକ୍ଷେପ ନେବାକୁ ଉଦ୍ୟମ କରିବେ । ଓଡ଼ିଶାରେ ସେ ପୁଲିସ ମହାନିଦେ୍ର୍ଧଶକ ରୂପେ କାର୍ଯ୍ୟ କରିବା ସମୟରେ ମାଓ ମୁକାବିଲା ନେଇ ଅନେକ ପଦକ୍ଷେପ ନିଆଯାଇଥିଲା, ସେହି ଅଭିଜ୍ଞତା ଏବେ ତାଙ୍କ କାର୍ଯ୍ୟରେ ଲାଗିବ । ଛତିଶଗଡ଼ ବା ଝାଡ଼ଖଣ୍ଡ ପରି ଓଡ଼ିଶାରେ ସିଆର୍‍ପିଏଫ୍‍ ଅସୁରକ୍ଷିତ ନୁହନ୍ତି । ଦୃଢ଼ ମନୋବଳ ନେଇ ବିଭାଗ କାର୍ଯ କରି ଆସିଛି ଓ ଭବିଷ୍ୟତରେ ବି କାର୍ଯ୍ୟ କରିବ ବୋଲି ସେ ଉଲ୍ଲେଖ କରି ‘ଶୂନ ମୃତାହତ’ ବା ଜିରୋ କାଜୁଆଲିଟି ତାଙ୍କର ପ୍ରାଥମିକତା ହେବ । ଓଡ଼ିଶା ସରକାର ଅଧିକ ହେଲିକପ୍‍ଟର ପାଇଁ ବିଭିନ୍ନ ସମୟରେ ଦାବି କରିଛନ୍ତି; ମାତ୍ର ଏହା ଏକ ସମସ୍ୟା ନୁହେଁ । ଯେତେବେଳେ ଆବଶ୍ୟକ ପଡ଼ିବ ନିଶ୍ଚିତ ହେଲିକପ୍‍ଟର ଯୋଗାଇ ଦିଆଯିବ । ପଶ୍ଚିମ ଓଡ଼ିଶାରେ ସିଧାସଳଖ ସିଆର୍‍ପିଏଫ୍‍ ମୁତୟନ ହୋଇପାରିବେ ନାହିଁ । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି ଲୋଡ଼ା ।

ଚିଲିକା (ସମାଜ)

ମନ ମୋହୁଛନ୍ତି ପିଣ୍ଟେଲ୍, ଫ୍ଲେମିଂଗୋ ବାଲୁଗାଁ, ୨୨ା୧୨- ଶୀତର ଲହରୀ ସମଗ୍ର ଚିଲିକା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ମଧ୍ୟ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଛୁଅ ଛୁଟିବାରେ ଲାଗିଛି । ଚଳିତ ମାସ ଶେଷ ସୁଦ୍ଧା ଚିଲିକାକୁ ୬ଲକ୍ଷ ୫୦ହଜାରରୁ ଉଦ୍ଧ୍ୱର୍ ବିଦେଶୀ ପକ୍ଷୀ ଆସିଥିବା ବିଭାଗୀୟ ତଦନ୍ତରୁ ଜଣାପଡ଼ିଛି । ସେଥିମଧ୍ୟରୁ ନଳବଣରେ ୪ଲକ୍ଷ ୬୦ ହଜାର, ଟାଙ୍ଗୀ ରେଞ୍ଜ ଅଧୀନ ଭୂଷଣ୍ଡପୁର, ମଙ୍ଗଳାଯୋଡ଼ି, ନଈରୀ ଓ ସୋରଣରେ ୧ଲକ୍ଷ ଓ ଚିଲିକାର ଅନ୍ୟ ଅଞ୍ଚଳ ଯଥା କୃଷ୍ଣପ୍ରସାଦ, ସାତପଡ଼ା, ଗୁରୁବାରୀ, ରମ୍ଭା ଆଦି ଅଞ୍ଚଳରେ ୫୦ ହଜାରରୁ ଉଦ୍ଧ୍ୱର୍ ବିଦେଶୀ ପକ୍ଷୀ ଆସିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଗତବର୍ଷ ଚିଲିକାକୁ ପ୍ରାୟ ୧୬୦ ପ୍ରଜାତି ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ ଚଳିତ ବର୍ଷ ବର୍ତ୍ତର୍ମାନ ସୁଦ୍ଧା ୧୧୯ ପ୍ରଜାତିର ବିଦେଶୀ ପକ୍ଷୀ ଚିଲିକାରେ ପହଞ୍ଚିଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି । ସେମାନଙ୍କ ମଧ୍ୟରୁ ପିଣ୍ଟେଲ, ଗର୍ଡ଼ୱାଲ୍ ସୋଭଲର, ୟୁରାସିଆନ ୟୁଜିଅନ୍, ଓପନ୍ ବିଲ୍ ଷ୍ଟର୍କ ଆଦି ପ୍ରଜାତିର ସର୍ବା ଧିକ ପକ୍ଷୀ ଅଛନ୍ତି । ତେବେ ଚିଲିକାର ଶୋଭା ବର୍ଦ୍ଧନ କରୁଥିବା ସବୁଠାରୁ ଆକର୍ଷଣୀୟ ପିଣ୍ଟେଲ୍ ଓ ଫ୍ଲେମିଗୋ ପକ୍ଷୀ ବର୍ତ୍ତମାନ ସୁଦ୍ଧା ଏକହଜାର ଥିବା ଜଣାଯାଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ନଳବଣରେ ପକ୍ଷୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଗତବର୍ଷ ଡ଼ିସେଙ୍କର ମାସ ଶେଷସୁଦ୍ଧା ୨ଲକ୍ଷ ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଚଳିତ ବର୍ଷ ବର୍ତ୍ତର୍ମାନ ସୁଦ୍ଧା ୪ଲକ୍ଷ ୬୦ହଜାରରେ ପହଞ୍ଚିଛି । ଅନ୍ୟପକ୍ଷେ ପ୍ରତିବର୍ଷ ଶୀତଦିନେ ଚିଲିକାକୁ ବିଦେଶୀ ପକ୍ଷୀ ଆସିବା ମାତ୍ରେ ବାର୍ଡ଼ ଫ୍ଲୁ ଆଶଙ୍କା ରହିଥାଏ । ବାର୍ଡ଼ ଫ୍ଲୁ ଏକ ଭୂତାଣୁଜନିତ ରୋଗ ହୋଇଥିବାରୁ ବିଦେଶାଗତ ପକ୍ଷୀଙ୍କ ଦ୍ୱାରା ଏହି ରୋଗ ବ୍ୟାପୁଥିବା ଜଣାଯାଇଥାଏ । ତେଣୁ ଏଥିନେଇ ଗତ ଗୁରୁବାର କଟକସ୍ଥିତ ଆନିମଲ ଡ଼ିଜିଜ୍ ରିସର୍ଚ ସେଣ୍ଟରରୁ ବିଶେଷଜ୍ଞ ଦଳ ଆସି ଚିଲିକାରୁ ବିଦେଶୀ ପକ୍ଷୀଙ୍କ ସ୍ୱାବ୍ ନମୂନା ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହାର ରିପୋର୍ଟ ପହଞ୍ଚି ନ ଥିବା ବେଳେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ସେଭଳି କିଛି ବାର୍ଡ଼ ଫ୍ଲୁ ରୋଗ ଦୃଷ୍ଟି ଗୋଚର ହୋଇ ନ ଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଡ଼ିଏଫ୍ଓ ବିକାଶ ରଞ୍ଜନ ଦାସ ଜଣାଇଛନ୍ତି । ଏଥିସହ ଚିଲିକା ତଟବର୍ତ୍ତୀ ଗାଁ ଗାଁ ବୁଲି ପ୍ର·ରପତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ମୃତ କିଙ୍କା ରୋଗାକ୍ରାନ୍ତ ପକ୍ଷୀ ଦୃଷ୍ଟିଗୋଚର ହେଲେ ତୁରନ୍ତ ପଦକ୍ଷେପ ପାଇଁ ନଳବଣଠାରେ ଦୁଇଟି ପକ୍ଷୀ ଚିକିତ୍ସା ଶିବିର ଖୋଲାଯାଇଛି । ଚଳିତ ବର୍ଷ ପକ୍ଷୀ ଗଣନା କାର୍ଯ୍ୟ ଆସନ୍ତା ଜାନୁଆରୀ ମାସ ୮ ଓ ୯ ତାରିଖରେ ହେବାକୁ ଥିବା ବିଭାଗୀୟ ଅଧିକାରୀଙ୍କଠାରୁ ପ୍ରକାଶ । ଗତବର୍ଷ ଚିଲିକାକୁ ୭ଲକ୍ଷ ୧୯ ହଜାର ୨୬୨ଟି ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ରାଧାକୃଷ୍ଣ ମଠ

ସମସ୍ୟାରେ ଥଟାରି ସାହି ରାଧାକୃଷ୍ଣ ମଠ କଟକ,୨୨ା୧୨(ମ.ପ୍ର): ଚାଉଳିଆଗଞ୍ଜ ଥଟାରି ସାହିରେ ରହିଛି ରାଧାକୃଷ୍ଣ ମଠ । କୌଣସି ସରକାରୀ ଜମିରେ ନୁହେଁ, ଜଣେ ଝାଡୁଦାରଙ୍କ ଭିଟାମାଟି ଉପରେ ୫୦ ବର୍ଷ ତଳେ ଏହାର ନିର୍ମାଣ । ଏଇ ସହରର ଜଣେ ସଫେଇ କର୍ମଚାରୀଙ୍କୁ ବୃନ୍ଦାବନର ଜନୈକ ସନ୍ୟାସୀ ଯେଉଁ ତିନି ଫୁଟର ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଦେଇ ଯାଇଥିଲେ, ତାହା ଏବେ ଏଠି ପୂଜା ପାଉଛନ୍ତି । ତେବେ ମଠର ଅବସ୍ଥା ହୋଇଛି ଜରାଜୀର୍ଣ୍ଣ, ଯେ କୌଣସି ସମୟରେ ଭୂଲୁଣ୍ଠିତ ହେବାପାଇଁ ଇଏ ଯେମିତି ପୂରା ପ୍ରସ୍ତୁତ । କେହି କେବେ କାହାକୁ ଏ ମଠର ଉନ୍ନତି ପାଇଁ ଚାନ୍ଦାଭେଦା ମାଗିନାହିଁ, ତଥାପି ଏଯାବତ୍‍ ଏଠି ତିନି ଓଳି ଭଜନକୀର୍ତ୍ତନ ସାଙ୍ଗକୁ ଖରାବେଳର ଅନ୍ନଭୋଗକୁ ବିରାମ ନାହିଁ । ଏ ମଠର ଚାଳଛପର ଭଳି ଅବସ୍ଥାରେ ଅବଶ୍ୟ ଜୀବନ ଜୀଉଁଛନ୍ତି ଅଲେଖ ଗୋଛାୟତ, ତଥାପି ‘ମୋ ଜୀବନ ପଛେ ନର୍କେ ପଡିଥାଉ...’ ରୀତିରେ ଜଗତ ଉଦ୍ଧାର ନିମନ୍ତେ ଦୁର୍ବଳ ଅଣ୍ଟାକୁ ବାରବାର ସେ ସଳଖି ଚାଲିଛନ୍ତି । ଏବେ ବି ରେଡିଓରେ ଯେବେ ଭାସି ଆସେ “ଝାଡ ଜଙ୍ଗଲେର ପାଥେଲୁ ମାଦଲ ବାଜେ ସିଙ୍ଘା ବାଜେ, ବାଜେ ମଧୁର ବଂଶୀ...”, ସେବେ ମନରେ ପ୍ରଶ୍ନ ଆସେ କିଏ ଏହି ଗାୟକ? ଷାଠିଏ ଦଶକର ପ୍ରଥମାର୍ଦ୍ଧରେ ସେ ଥିଲେ ଆକାଶବାଣୀର ଅଡିଶନ୍‍ ଆର୍ଟିଷ୍ଟ୍‍ । ବାଳକୃଷ୍ଣ ଦାସ, ନିମାଇଁ ଚରଣ, ହରମୋହନ ଖୁଣ୍ଟିଆ ଓ ଜୟକୃଷ୍ଣ କାହାଳୀଙ୍କ ସେ ସମସାମୟିକ । ଇଏ ଏ ସହରର ଜଣେ ଝାଡୁଦାର, ନାମ ଅଲେଖ ଗୋଛାୟତ । ଯାହା ଇଚ୍ଛା ହୟଏ ତାହା କରନ୍ତି ସାଇକେଲରେ କଟକରି ପୁରୀ ଯାଇ କରମଙ୍ଗା ଆଶ୍ରମରେ ପହଞ୍ଚô ଯାଆନ୍ତି । ଅଲେଖଙ୍କ ପିତା ବେଣୁଧର ଥିଲେ କୁଷ୍ଠାଶ୍ରମ ଆଶ୍ରମର ଜଣେ କର୍ମଚାରୀ । ସେ ରାଧାକୃଷ୍ଣଙ୍କ ଫଟୋକୁ ପୂଜା କରି ଏହି ମଠର ପ୍ରତିଷ୍ଠା କରିଥିଲେ । ଅଲେଖ ୧୯୩୬ରେ ଜନ୍ମ ହେଲେ । ଓଟିଏସ୍‍(ଓରିଏଣ୍ଟାଲ ୱିଭି ମିଲ୍‍)ରେ ୧୯୬୨ ମସିହାରେ ସେ ସଫେଇ କର୍ମଚାରୀ ଭାବେ କାମ କରୁଥିଲା ବେଳେ ଭେଟ ହେଲା ଜଣେ ବୃନ୍ଦାବନର ସନ୍ୟାସୀଙ୍କ ସହ । ସେ ତାଙ୍କ ହାତକୁ ବଢାଇ ଦେଲେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି । ମଠରେ ତାହା ସ୍ଥାପନା ହେଲା ଶ୍ରୀରାଧାଙ୍କ ସହ । ୧୯୬୫ରେ ସେ ମିଲ ଛାଡି କଟକ ବଡ ଡାକ୍ତରଖାନାର ସୁଇପର ପଦରେ ରହିଲେ । ଏହା ସାଙ୍ଗକୁ ଚାଲିଲା ମଠ ସେବା । ସବୁକାଳେ ସେ ପ୍ରାର୍ଥନା କଲେ ଏ ଜଗତର ସମସ୍ତ ମଣିଷଙ୍କ କୁଶଳ ନିମନ୍ତେ । ଏବେ ବି ଅଲେଖଙ୍କ ପନôୀ ମୁ୍ୟନିସିପାଲିଟି ସୁଇପର । ତେବେ ଏ ମଠକୁ ଆସୁଥିବା ଲୋକେ ବୁଝି ପାରନ୍ତି ନାହିଁ ଏ ସହରର ଜଣେ ଝାଡୁଦାର କେତେ ତ୍ୟାଗ କରି ପାରେ! ଏବେ ଅଲେଖଙ୍କୁ ୭୬ ବର୍ଷ ବୟସ । ନିଜ ପେନ୍‍ସନ୍‍ ପଇସାରେ ସେ ଚଳାଇଛନ୍ତି ଏ ମଠର ସମସ୍ତ ରୀତି ନୀତି । କାଲିକୁ କ’ଣ ହେବ ସେ ଚିନ୍ତା କରନ୍ତି ନାହିଁ । ତେବେ ସେ ଚିନ୍ତା କାହାର? ପ୍ରାଚୀନ ଏ ମଠଟି କ’ଣ ମାଟିରେ ସତରେ ମିଶିଯିବ?

ମହେଶ ପ୍ରସାଦ (ସମାଜ, ରଚନା
ଜୟନ୍ତୀ ରଥ)

ସଂସ୍କୃତି ପୁରୁଷ ମହେଶ ପ୍ରସାଦ ରାଜ୍ୟ ସଂଗ୍ରହାଳୟର ସଂଗ୍ରହାଧ୍ୟକ୍ଷ ଭାବେ ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା ୧୯୬୦ରେ । ସେହିଦିନଠାରୁ ଆଜିପର୍ଯ୍ୟନ୍ତ ସେ ନିରବଚ୍ଛିନ୍ନ ଭାବେ ସଂସ୍କୃତିର ବେଳାଭୂମିରୁ ଉପଳଖଣ୍ଡ ସଂଗ୍ରହ କରିଚାଲିଛନ୍ତି । ସେ ଆଉ କେହି ନୁହନ୍ତି, ସମସ୍ତଙ୍କର ଅତି ପ୍ରିୟ ସଂସ୍କୃତି ପୁରୁଷ ଡ. ମହେଶ ପ୍ରସାଦ ଦାସ । ଓଡ଼ିଶାର ଧର୍ମ, ସଂସ୍କୃତି, ଇତିହାସ ଉପରେ ସେ ଦୁଇଶହରୁ ଅଧିକ ଗବେଷଣାତ୍ମକ ନିବନ୍ଧ ରଚନା କରିଛନ୍ତି । ସେ ସମସ୍ତରେ ତାଙ୍କର ମୌଳିକତା ସୁସ୍ପଷ୍ଟ । ରାଜ୍ୟ ସଂଗ୍ରହାଳୟର ପୋଥି ଓ ମୁଦ୍ରା ବିଭାଗର ସଂଗ୍ରହାଧ୍ୟକ୍ଷଭାବେ ଦୀର୍ଘ ୧୧ ବର୍ଷ କାର୍ଯ୍ୟ କରିବା ପରେ ପଦୋନ୍ନତି ପାଇ ୧୯୭୧ ମସିହାରେ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଯୋଗ ଦେଇଥିଲେ । ୧୯୯୭ରେ ସରକାରୀ ଚାକିରିରୁ ଅବସର ନେଲାବେଳେ ସେ ନିଜ ଦାୟିତ୍ୱ ସହ ରାଜ୍ୟ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦେଶକ, ଓଡ଼ିଶା ରାଜ୍ୟ ଗ୍ରନ୍ଥାଗାରର ନିର୍ଦେଶକ ପଦ ମଣ୍ଡନ କରିଥିଲେ । ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ପଣ୍ଡିତ ନୀଳମଣି ମିଶ୍ର, କେଦାର ନାଥ ମହାପାତ୍ର, ପଦ୍ମଭୂଷଣ ଡ. ସତ୍ୟନାରାୟଣ ରାଜଗୁରୁ, ପଦ୍ମଶ୍ରୀ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଡ. ହରିଶ୍ଚନ୍ଦ୍ର ଦାସଙ୍କ ଭଳି ଜ୍ଞାନୀ, ପଣ୍ଡିତ ଅନୁସନ୍ଧିତ୍ସୁ ସର୍ଜନଶୀଳ ବାଣୀ ସାଧକଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା ତାଙ୍କୁ । ସେହି ସୁଯୋଗକୁ ସେ ପୂର୍ଣ୍ଣମାତ୍ରାରେ ବିନିଯୋଗ କରିଥିଲେ ତାଙ୍କର ଗବେଷଣାରେ । ଓଡ଼ିଶାରେ ସଂଗ୍ରହାଳୟ ଆନେ୍ଦାଳନର ବିକାଶ ଦିଗରେ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । "ହିଷ୍ଟ୍ରି ଅଫ ଜଗନ୍ନାଥ ଟେମ୍ପଲ ଡିଉରିଙ୍ଗ ବ୍ରିଟିଶ୍‍ ପିରିୟଡ଼' ସନ୍ଦର୍ଭ ଲେଖି ସେ ପିଏଚ୍‍ଡି ଡିଗ୍ରୀ ପ୍ରାପ୍ତ ହୋଇଥିଲେ । ତାଙ୍କର ଏହି ସନ୍ଦର୍ଭ ବେଶ୍‍ ପ୍ରଶଂସିତ ହୋଇଥିଲା । ଅଦ୍ୟାବଧି ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ଏହା ଏକ ମାନକ ଗ୍ରନ୍ଥଭାବେ ବିବେଚିତ । ପ୍ରଶାସକଭାବେ ତାଙ୍କର ଦକ୍ଷତା ଥିଲା ଅସାମାନ୍ୟ । ତାଙ୍କ ପ୍ରଶାସନର ଶୈଳୀ ଥିଲା ନିଆରା । ଉକ୍ରଳ କଲଚରାଲ ଫୋରମ୍‍ର ସଭାପତି ଥିଲେ ଦୀର୍ଘ ୬ ବର୍ଷ । ସେହି ସମୟରେ ଓଡ଼ିଶାର ଜଗନ୍ନାଥ ସଂସ୍କୃତି, ଶାକ୍ତ ସଂସ୍କୃତି, ଶୈବ ସଂସ୍କୃତି ଆଦି ୬ଖଣ୍ଡ ପୁସ୍ତକ ତାଙ୍କର ପ୍ରକାଶ ପାଇଥିଲା । ଓଡ଼ିଶାର ସାଂସ୍କୃତିକ ଜଗତରେ ଏହି ପୁସ୍ତକଗୁଡ଼ିକ ସ୍ୱତନ୍ତ୍ର ଅନୁଧ୍ୟାନ ଦାବି କରନ୍ତି । ଓଡ଼ିଶା ରାଜ୍ୟ ଅଭିଲେଖାଗାରର ସେ ଅଦ୍ୟାବଧି ଅବୈତନିକ ଅଭିଭାବକ । ସେହି ଅନୁଷ୍ଠାନକୁ ସେ ଆନ୍ତରିକ ନିଷ୍ଠା ଦେଇ ଗଢ଼ିଛନ୍ତି । ସଜାଡ଼ିଛନ୍ତି ନିଜର ମାନସ ସନ୍ତାନ ଭଳି । ଅନୁଷ୍ଠାନରେ ସଂରକ୍ଷିତ ସମସ୍ତ ରେକର୍ଡ ତାଙ୍କ ମୁହଁରେ । ସେ ସମ୍ପର୍କରେ କେହି କିଛି ଜାଣିବାକୁ ଚାହିଁଲେ ଅତ୍ୟନ୍ତ ଆଗ୍ରହ ଓ ଉତ୍ସାହର ସହ ସେ ତଥ୍ୟ ପ୍ରଦାନ କରନ୍ତି । ଯଥାର୍ଥରେ ସେ ଜଣେ ଅନନ୍ୟ, ଅସାଧାରଣ ସଂସ୍କୃତି ପୁରୁଷ । ଓଡ଼ିଶାର ସଂସ୍କୃତିକୁ ପରିପୁଷ୍ଟ ଓ ରୁଦ୍ଧିମନ୍ତ କରିଥିବା ଏହି ମହାନ ବ୍ୟକ୍ତିତ୍ୱ ପ୍ରତିଭାର ତୁଳନା ନାହିଁ । - ଡ. ଜୟନ୍ତୀ ରଥ, ଅଧୀକ୍ଷକ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ଜ୍ୟୋତିର୍ମୟୀ ବଳ
ସମ୍ବାଦ

ଜ୍ୟୋତିର୍ମୟୀ ଜିତିଲେ "ମୁଁ ମିସ୍‍ ଓଡ଼ିଶା' ମୁକୁଟ ଭୁବନେଶ୍ୱର,୨୨/୧୨(ଇମିସ): ଦାମନଯୋଡ଼ିର ଝିଅ ଜ୍ୟୋତିର୍ମୟୀ ବଳ ଚଳିତ ବର୍ଷର "ମୁଁ ମିସ୍‍ ଓଡ଼ିଶା' ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି । ସ୍ଥାନୀୟ ଜାଭିୟର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମ୍ୟାନେଜମ୍ୟାଣ୍ଟଠାରେ ଜ୍ୟୋତ୍ସ୍ନା ରାଉତରାୟ ସ୍ମାରକୀ ଚାରିଟେବୁଲ୍‍ ଟ୍ରଷ୍ଟ ଦ୍ୱାରା ଅାୟୋଜିତ ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଜ୍ୟୋତିର୍ମୟୀ ଏହି ଟାଇଟଲ ହାସଲ କରିଛନ୍ତି । ବଲିଉଡ୍‍ ଅଭିନେତ୍ରୀ ଇଲିଅାନା ଡିକ୍ରୁଜ୍‍ ଜ୍ୟୋତିର୍ମୟୀଙ୍କୁ ବିଜୟୀ ମୁକୁଟ ପିନ୍ଧାଇଥିଲେ । ଏହି କାର୍ଯ୍ୟକ୍ରମରେ ବଲିଉଡ୍‍ ନିର୍ଦେଶକ ଅବିନାଶ ନନ୍ଦ, ଓଲିଉଡ୍‍ ଅଭିନେତା ସବ୍ୟସାଚୀ, ଅର୍ଚିତା ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ସୁବ୍ରତ ତରାଇ, କଷ୍ଟମ୍‍ ଏଣ୍ଡ ଏକ୍ସାଇଜ୍‍ ଚିଫ୍‍ କମିସନର ଏସ୍‍.କେ.ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଯୋଗିତାରେ ପୂଜା ତ୍ରିପାଠୀ ପ୍ରଥମ ରନର୍ସ ଅପ୍‍ ହୋଇଥିବାବେଳେ ସୁପ୍ରିୟା ନାୟକ ଦ୍ୱିତୀୟ ରନର୍ସ ଅପ୍‍ ହୋଇଥିଲେ । ଭୁବନେଶ୍ୱରରେ ଏମ୍‍ବିଏ ପଢ଼ୁଥିବା ଜ୍ୟୋତିର୍ମୟୀ ମଡେଲିଂ କରୁଛନ୍ତି । ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ପାଇଁ ବି ସେ ପ୍ରସ୍ତୁତି କରିବେ ସୁଯୋଗ ମିଳଲେ ବଲିଉଡ୍‍ରେ କାମ କରିବେ ବୋଲି କହିଛନ୍ତି ।

୨୬ ଡିସେମ୍ବର[ସମ୍ପାଦନା]

ପ୍ରମଥ ପଟ୍ଟନାୟକ (ସମାଜ)

ଝାଡ଼ଖଣ୍ଡ ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ପ୍ରମଥ ପଟ୍ଟନାୟକ କଟକ,୨୫ା୧୨(ଆ.ପ୍ର)- ଓଡ଼ିଶା ହାଇକୋର୍ଟରୁ ବଦଳିହୋଇ ଜଷ୍ଟିସ ପ୍ରମଥ ପଟ୍ଟନାୟକ ଝାଡ଼ଖଣ୍ଡ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ନେଇଛନ୍ତି । ରାଞ୍ଚôସ୍ଥିତ ଝାଡ଼ଖଣ୍ଡ ହାଇକୋର୍ଟର ହ୍ୱାଇଟ୍‍ ହଲରେ ଡିସେଙ୍କର ୨ରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ସେ ଶପଥ ଗ୍ରହଣ କରିଥିଲେ । ମୁଖ୍ୟ ବିଚାରପତି ବୀରେନ୍ଦ୍ର ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଶପଥଗ୍ରହଣ ଉତ୍ସବରେ ଝାଡ଼ଖଣ୍ଡ ହାଇକୋର୍ଟର ସମସ୍ତ ବିଚାରପତି, ରେଜିଷ୍ଟାର ଜେନେରାଲ ଏ. କେ. ଚୌଧୁରୀ, ଆଡଭୋକେଟ୍‍ ଜେନେରାଲ, ବରିଷ୍ଠ ଆଇନଜୀବୀ ଓ ସରକାରୀ ଓକିଲଙ୍କ ସମେତ ଅତିରିକ୍ତ ପୁଲିସ ମହାନିର୍ଦେଶକ ବିଭୂତିଭୂଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବିଚାରପତି ଶ୍ରୀ ପଟ୍ଟନାୟକଙ୍କ ଯୋଗଦାନ ପରେ ଝାଡ଼ଖଣ୍ଡ ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ତେବେ ବରିଷ୍ଠତା ଭିତ୍ତିରେ ତାଙ୍କ ସ୍ଥାନ ଝାଡ଼ଖଣ୍ଡ ହାଇକୋର୍ଟର ୧୧ନଙ୍କର ବିଚାରପତି ଭାବେ ଗଣାଯାଉଛି । ଏହି ଶପଥଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟ ବାର୍‍ ଆସୋସିଏସନର ଉପସଭାପତି ବୀରେନଶଙ୍କର ତି୍ରପାଠୀ, ସାଧାରଣ ସମ୍ପାଦକ ବିଦ୍ୟାଧର ପ୍ରଧାନ, ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀ, ରବିନାରାୟଣ ଆଚାର୍ଯ୍ୟ, ଦେବରଞ୍ଜନ ମହାପାତ୍ର, ସଞ୍ଜୀବ କୁମାର ସ୍ୱାଇଁ, ପ୍ରବୀର ପଟ୍ଟନାୟକ, ଜୟଦେବ ମିଶ୍ର ଓ ଶଶିଭୂଷଣ ଶତପଥୀ ପ୍ରମୁଖ ଯୋଗଦେଇଥିଲେ । ବିଚାରପତି ଶ୍ରୀ ପଟ୍ଟନାୟକ ଓଡ଼ିଶା ବାର୍‍ କାଉନସିଲର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଦୁର୍ଗାପ୍ରସନ୍ନ ପଟ୍ଟନାୟକଙ୍କ ଜ୍ୟେଷ୍ଠପୁତ୍ର ଓ ନାଲକୋର ପୂର୍ବତନ ମ୍ୟାନେଜର ଚୌଧୁରୀ ପ୍ରମୋଦ କିଶୋର ଦାସଙ୍କ କନିଷ୍ଠ ଜାମାତା ।

ଧନୁଯାତ୍ରା (ସମାଜ)

ଆଜିଠୁ କଂସ ରାଜତ୍ୱ

ବରଗଡ଼,୨୫ା୧୨(ନି.ପ୍ର)-ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏଥି ସକାଶେ ସମଗ୍ର ବରଗଡ଼ ପୁରାଣ ବର୍ଣ୍ଣିତ ମଥୁରା ନଗରୀରେ ରୂପାନ୍ତରିତ ହୋଇଯାଇଛି । ବରଗଡ଼ର ଅଙ୍କାପାଲି ଦ୍ୱାପର ଯୁଗର ବ୍ରଜ ମଣ୍ଡଳରେ ପରିଣତ ହୋଇଥିବା ବେଳେ ଅଙ୍କାପାଲି ଓ ବରଗଡ଼ ମଧ୍ୟରେ ପ୍ରବାହିତ ଜୀରା ନଦୀ ଯମୁନା ନଈରେ ରୂପାନ୍ତରିତ ହୋଇଯାଇଛି । ଧନୁଯାତ୍ରା ସମୟରେ ଆଧୁନିକ ବରଗଡ଼କୁ ପୌରାଣିକ ମଥୁରା ନଗରୀର ରୂପ ଦେବାକୁ ଅଞ୍ଚଳବାସୀ ନିରନ୍ତର ପ୍ରୟାସ କରି ଆସୁଛନ୍ତି । ତତ୍‍କାଳୀନ ମଥୁରା ନରେଶ କଂସାସୁରଙ୍କ ରାଜଭବନ ରୂପେ ବରଗଡ଼ ପଞ୍ଚାୟତି ଧର୍ମଶାଳା, ରାଜ ଦରବାର ରୂପେ ହାଟପଦାକୁ ସଜ୍ଜିତ କରାଯାଇଥିବା ବେଳେ ନିଶାମଣୀ ପଡ଼ିଆରେ ମହାରାଜାଙ୍କ ରଙ୍ଗମହଲ ନିର୍ମତ ହୋଇଯାଇଛି । ଦ୍ୱାପର ଯୁଗରେ ମଥୁରା ଦେଶର ଏକ ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳ ଥିଲା । ଦେଶ ବିଦେଶରୁ ଲୋକେ ସେଠାକୁ ଆସି କିଣାବିକା କରୁଥିଲେ । ଅନୁରୂପ ଢଙ୍ଗରେ ଅଞ୍ଚଳର ବ୍ୟବସାୟିକ ଉକ୍ରର୍ଷତାକୁ ଦର୍ଶାଇବା ପାଇଁ ଜର୍ଜ ହାଇସ୍କୁଲ ପଡ଼ିଆରେ ସର୍ବଭାରତୀୟସ୍ତରର ବ୍ୟବସାୟୀଙ୍କୁ ନେଇ ଦଶ ଦିନିଆ ପଲ୍ଲିଶ୍ରୀ ମେଳା ଆୟୋଜିତ ହୋଇଥିବା ବେଳେ ଗାନ୍ଧି ଶିଳ୍ପ ବଜାର, ରୋଟ୍ରାକ୍ଟ କ୍ଳବ ପକ୍ଷରୁ ରୋଟ୍ରେଡ଼ ରୋଟାରୀ ସେଣ୍ଟାଲ ବରଗଡ଼ ଶାଖା ପକ୍ଷରୁ ଶାଖା ପଡ଼ିଆରେ ଅଟୋ ଏକ୍ସପୋ ଏବଂ ମିନି ଷ୍ଟାଡ଼ିୟମରେ ରାଜ୍ୟସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ଅନୁଷ୍ଠିତ ହେବ ।

  • ସମ୍ବାଦରେ ପ୍ରକାଶିତ ଖବର

ବରଗଡ଼,୨୫|୧୨(ଇମିସ): ବିଶ୍ୱପ୍ରସିଦ୍ଧ ବରଗଡ଼ ବିରାଟ ଧନୁଯାତ୍ରା ମହୋତ୍ସବ ଶୁକ୍ରବାରଠାରୁ ଅାରମ୍ଭ ହେବ । ୨୬ ତାରିଖରୁ ଜାନୁଅାରି ୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ୫ କିଲୋମିଟର ପରିମିତ ଅଞ୍ଚଳରେ ଅନୁଷ୍ଠିତ ହେବ ବିଶ୍ୱର ଏହି ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ମହାନାଟକ "ଧନୁଯାତ୍ରା' । ଏହି ୧୧ ଦିନ ପାଇଁ ବରଗଡ଼ ସହରବାସୀ, କଳାକାର, ଅାୟୋଜକ, ଦର୍ଶକ ସମସ୍ତେ ଫେରିଯିବେ ଦ୍ୱାପର ଯୁଗକୁ । ପୌରାଣିକ କଥାବସ୍ତୁ ଓ ଘଟଣାକ୍ରମରେ ନାଟ୍ୟାଭିନୟ ପାଇଁ ସହରର ବିଭିନ୍ନ ଅଞ୍ଚଳ ପାଲଟିଯିବ ଦ୍ୱାପର ଯୁଗର ସେହି ଅାସ୍ଥାନ । ବରଗଡ଼ ରୂପାନ୍ତରିତ ହେବ ମଥୁରାନଗରୀରେ । ଅମ୍ୱାପାଲି ହେବ ଗୋପପୁର ଏବଂ ବରଗଡ଼ ଅମ୍ୱାପାଲି ମଧ୍ୟ ଦେଇ ପ୍ରବାହିତ ଜୀରା ନଦୀ ପରିବର୍ତ୍ତିତ ହେବ ତରଙ୍ଗାୟିତ ଯମୁନା ନଈରେ । ଏହା ସହିତ ବରଗଡ଼ ପଞ୍ଚାୟତ ଧର୍ମଶାଳା କଂସଙ୍କ ରାଜପ୍ରସାଦ, ହାଟପଦା ମୁଖ୍ୟବଜାର ପରିସର ମହାରାଜ କଂସଙ୍କ ରାଜଦରବାର । ନିଶାମଣୀ ସ୍କୁଲ ପଡ଼ିଅାର ଲୋକ ମଣ୍ଡପ ହେବ "ରଙ୍ଗମହଲ' । ତଲିପଡ଼ା ମଥୁରା କାରାଗାର, ରଜପ ଓ ସୁଦାମା ମାଳୀଙ୍କ ସହିତ ସାକ୍ଷାତ ଦୃଶ୍ୟ ଖଜୁରଟିକ୍ରା ଜଗନ୍ନାଥ ମନ୍ଦିର, କୁବୁଜା ଉଦ୍ଧାର କାଳୀମନ୍ଦିର, ଖଜୁରଟିକ୍ରା ଅାଦିମାତା ମନ୍ଦିର ମଧୁବନ ତୋଟାର ମାନ୍ୟତା ଲାଭ କରିବ । ମଥୁରାନଗରୀରେ ଚାଲିବ ପ୍ରବଳ ପ୍ରତାପୀ ତ୍ରିଭୂବନ ବିଜୟୀ ମହାରାଜ କଂସଙ୍କ ରାଜୁତି । କଂସଙ୍କ ଅଙ୍ଗୁଳି ନିର୍ଦେଶରେ ପରିଚାଳିତ ହେବ ସମଗ୍ର ମଥୁରାକଟକ । ସେହିପରି କୃଷ୍ଣ- ବଳରାମ ବେନିଭାଇ ଓ ଗୋପୀ ଗୋପାଳଙ୍କ ବାଲ୍ୟଲୀଳାରେ ଉତ୍ସବ ମୁଖର ହୋଇଉଠିବ ଗୋପପୁର (ଅମ୍ୱାପାଲି) । ଏଥିପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

୨୭ ଡିସେମ୍ବର[ସମ୍ପାଦନା]

ଧନୁଯାତ୍ରା (ସମାଜ)

ବରଗଡ଼ ଧନୁଯାତ୍ରା ଆରମ୍ଭ

ସିଂହାସନରେ କଂସ

ବରଗଡ଼, ୨୬ା୧୨ (ନି.ପ୍ର)- ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ନାଟକ ବରଗଡ଼ ଧନୁଯାତ୍ରା ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି । ଏଥିସହିତ ଆରମ୍ଭ ହୋଇଯାଇଛି ମହାପ୍ରତାପୀ କଂସଙ୍କ ରାଜତ୍ୱ । ଏଣୁଏଣିକି ୧୧ଦିନ ଧରି ବରଗଡ଼ ସହର ଉଠ୍‍ବସ୍‍ ହେବ ମହାରାଜ କଂସଙ୍କ ଆଦେଶରେ । ଆଜି ସନ୍ଧ୍ୟାରେ କଳା, ସଂସ୍କୃତି ଓ ପରମ୍ପରାର ଏହି ମହାନ ମହୋତ୍ସବକୁ ବରଗଡ଼ ସାଂସଦ ଡଃ ପ୍ରଭାସ ସିଂ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲାପାଳ ଅଞ୍ଜନ କୁମାର ମାଣିକ ଓ ବରଗଡ଼ ଏସପି ଡଃ. ଉମାଶଙ୍କର ଦାଶ ମିଳିତ ଭାବରେ ଉଦ୍‍ଘାଟନ କରିଥିଲେ । ଏହି ଅବସରରେ ସାଂସଦ ଡଃ ସିଂହ ଧନୁଯାତ୍ରା ଆୟୋଜନର ସଫଳତା କାମନା କରିବା ସହ ଏହି ଅଭିନବ ପରମ୍ପରାକୁ ଅର୍ନ୍ତଜାତୀୟ ସ୍ତରରେ ପହଞ୍ଚାଇବାକୁ ହେଲେ ଆମକୁ ଏହାର ଭିତ୍ତିଭୂମି ଓ ଗୁଣବତ୍ତାର ଉନ୍ନତି ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି କହିଥିଲେ । ବିଧାୟକ ଶ୍ରୀ ଆଚାର୍ଯ୍ୟ ଏହାର ଇତିହାସ ସମ୍ପର୍କରେ ସମ୍ୟକ ସୂଚନା ଦେଇ କହିଥିଲେ ଯେ ୧୯୧୪ରେ ବରଗଡ଼ରୁ ସମବାୟ ଆନେ୍ଦାଳନର ସୂତ୍ରପାତ ହୋଇଥିଲା ଏବଂ ଏହାର ଠିକ ଶହେ ବର୍ଷ ପରେ ଅର୍ଥାତ ଚଳିତ ବର୍ଷ (୨୦୧୪) ବରଗଡ଼ରେ ପୁଣିଥରେ ସହଯୋଗ ଭିତ୍ତିରେ ବିକାଶର ବାତାବରଣ ସୃଷ୍ଟି ହୋଇଛି । ଏ ବର୍ଷ ଧନୁଯାତ୍ରା ତା’ର ଏକ ପ୍ରତିଫଳନ ବୋଲି କହି ସେ ଅଞ୍ଚଳର ସର୍ବାଙ୍ଗୀଣ ବିକାଶ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ବରଗଡ଼ ନଗରପାଳ ପ୍ରଶାନ୍ତ ବେହେରା ବରଗଡ଼ ଧନୁଯାତ୍ରା ପାଇଁ ପୌର ପରିଷଦ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମହାରାଜା ଉଗ୍ରସେନଙ୍କୁ ବିସ୍ତୃତ ସୂଚନା ଦେଇଥିଲେ । ଏହି ମହାନ ଯାତ୍ରା କିପରି ଶାନ୍ତିଶୃଙ୍ଖଳା ସହ ସୁରୁଖୁରୁରେ ସମ୍ପନ୍ନ ହେବ ସେ ଦିଗରେ ସମସ୍ତେ ଧ୍ୟାନ ଦେବାକୁ ଏସପି ଡଃ ଦାଶ ଜନସାଧାରଣଙ୍କୁ ଅନୁରୋଧ କରିଥିବା ବେଳେ ବରଗଡ଼ ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ତଥା ଜିଲାପାଳ ଶ୍ରୀ ମାଣିକ ବରଗଡ଼ ଧନୁଯାତ୍ରାର ଅର୍ନ୍ତନିହିତ ସନେ୍ଦଶ ‘ଅସତ୍ୟ ଉପରେ ସତ୍ୟର ବିଜୟ’ ସମସ୍ତଙ୍କ ହୃଦୟରେ ଜାଗ୍ରତ ହେଉ ବୋଲି କାମନା କରିଥିଲେ । ପ୍ରାରମ୍ଭରେ ରାଜଦରବାର କମିଟିର ଆବାହକ ରାଜେନ୍ଦ୍ର ପ୍ରସାଦ ସିଂହ ସ୍ୱାଗତ ସମ୍ଭାଷଣ ଏବଂ ଶେଷରେ ସୁରେଶ୍ୱର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଧନୁଯାତ୍ରା ଉପଲକ୍ଷେ ଆଜି ସନ୍ଧ୍ୟାରେ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରୁ କଳାକାରମାନଙ୍କ ଏକ ଭବ୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ମହାରାଜା ଉଗ୍ରସେନ ଦେବୀ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଶୋଭାଯାତ୍ରାରେ ରାଜ ଦରବାରକୁ ବାହାରିଥିଲେ । ତତ୍ପଶ୍ଚାତ୍ ଧନୁଯାତ୍ରା ମହୋସôବ ଆନୁଷ୍ଠାନିକ ରୂପେ ଉଦ୍ଘାଟିତ ହୋଇଥିଲା ଏବଂ ଯୁବରାଜ କଂସ ମଥୁରାକଟକର ରାଜସିଂହାସନ ଅକ୍ତିଆର କରିଥିଲେ ।

  • ସମ୍ବାଦ: ମଥୁରାନଗରୀ(ବରଗଡ଼),୨୬|୧୨(ଇମିସ):ବିଶ୍ୱର ସର୍ବବୃହତ୍‍ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦ୍‍ଘାଟିତ ହୋଇଛି । ଏଥିସହ ବରଗଡ଼ ସହର ପାଲଟିଛି ମଥୁରା ନଗରୀ । ଏହି ମହାନାଟକରେ ମଥୁରା ନରେଶ କଂସଙ୍କ ରାଜ୍ୟରେ ସମାଜର ସବୁବର୍ଗର ଲୋକେ ପାଲଟିଛନ୍ତି ଜଣେ ଜଣେ ପ୍ରଜା । ଜଣେ ଜଣେ କଳାକାର । ୧୧ ଦିନ ଧରି ଏଠାରେ ଚାଲିବ ମହାରାଜ କଂସଙ୍କ ରାଜୁତି । ଅାଜି ଅାନୁଷ୍ଠାନିକ ଭାବେ ଧନୁଯାତ୍ରା ଉଦ୍‍ଘାଟିତ ହୋଇଛି । ଧନୁଯାତ୍ରାର ପ୍ରଥମ ପର୍ବରେ ଅାଜି ମହାରାଜ ଉଗ୍ରସେନ ମନ୍ତ୍ରୀ ପାରିଷଦଙ୍କ ସହିତ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ ଅାଶୀର୍ବାଦ ଭିକ୍ଷା କରିବା ପାଇଁ ମନ୍ଦିରକୁ ଯାଇଥିଲେ । ସେଠାରେ ପାରଂପରିକ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ବାହାରି ରାଜଦରବାରକୁ ଅାସିଥିଲା । ଏହି ଶୋଭାଯାତ୍ରାରେ ବରଗଡ଼ ସାଂସଦ ଡ. ପ୍ରଭାସ କୁମାର ସିଂ, ବିଧାୟକ ଦେବେଶ ଅାଚାର୍ଯ୍ୟ, ପୌର ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ଧନୁଯାତ୍ରା ଅାୟୋଜନ କମିଟି ସଭାପତି ସୁରେଶ୍ୱର ଶତପଥୀ ପ୍ରମୁଖ ସାମିଲ ହୋଇଥିଲେ । ଏହାପରେ ମୁଖ୍ୟଅତିଥି ସାଂସଦ ଡ. ସିଂହ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଅାନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । ସମ୍ମାନିତ ଅତିଥି ବରଗଡ଼ ବିଧାୟକ ଶ୍ରୀ ଅାଚାର୍ଯ୍ୟ, ଜିଲ୍ଲାପାଳ ଅଞ୍ଜନ ମାଣିକ, ଏସପି ଡ. ଉମାଶଙ୍କର ଦାଶ ମଂଚାସୀନ ଥିଲେ । ରାଜଦରବାର କମିଟିର ସଭାପତି ରାଜେନ୍ଦ୍ର ସିଂ ସ୍ୱାଗତ ଭାଷଣ ଓ ଧନୁଯାତ୍ରା ଅାୟୋଜନ କମିଟି ସଭାପତି ଶ୍ରୀ ଶତପଥୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶୋଭାଯାତ୍ରାରେ ସଂପ୍ରଦା ମ¨ଳୀ, ଦ¨ା ସଂକୀର୍ତନ ପାର୍ଟି, ଅାଦି ସାଂସ୍କୃତିକ ଦଳ ସାମିଲ ହୋଇଥିଲେ । ନାଟ୍ୟାଭିନୟ କ୍ରମରେ ମଥୁରାନଗରୀ ସମ୍ରାଟ ଉଗ୍ରସେନ ମନ୍ତ୍ରୀ ଅକ୍ରୂରଙ୍କ ପରାମର୍ଶକ୍ରମେ ରାଜକୀୟ ଅାଡମ୍ୱର ସହକାରେ ଦେବକୀ-ବସୁଦେବଙ୍କ ବିବାହ ସଂପନ୍ନ କରିଛନ୍ତି । ଯୁବରାଜ କଂସ ଭଉଣୀଙ୍କୁ ଶାଶୂଘରକୁ ଛାଡିବାକୁ ଯାଉଥିବା ସମୟରେ ଦୈବବାଣୀ ହୋଇଛି - "କଂସର ମୃତ୍ୟୁର କାରଣ ହେବ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ' । ବ୍ୟସ୍ତବିବ୍ରତ କଂସଅବିଳମ୍ୱେ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ମଥୁରା ସିଂହାସନ ଅାରୋହଣ କରିଛନ୍ତି । ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରିଛନ୍ତି । ନିଜକୁ ମଥୁରାନଗରୀର ସମ୍ରାଟ୍‍ ଘୋଷଣା କରିଛନ୍ତି ।
ପୂର୍ଣ୍ଣିମା ହେମ୍ବ୍ରମ (ସମାଜ)

ପୂର୍ଣ୍ଣିମା ପାଇଲେ ଏକଲବ୍ୟ ପୁରସ୍କାର ଭୁବନେଶ୍ୱର, ୨୬ା୧୨ (ନିପ୍ର)- ପ୍ରତିଭାବାନ ଆନ୍ତର୍ଜାତିକ ଆଥ୍‍ଲେଟ୍‍ ପୂର୍ଣ୍ଣିମା ହେମ୍ବ୍ରମ୍‍ ଶ୍ରେଷ୍ଠ କ୍ରୀଡ଼ାବିତ୍‍ ଭାବେ ଚଳିତବର୍ଷର ଏକଲବ୍ୟ ପୁରସ୍କାର ପାଇଛନ୍ତି । ଇଣ୍ଡିଆନ୍‍ ମେଟାଲ୍‍ସ ପବ୍ଲିକ୍‍ ଚାରିଟେବ୍‍ଟ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦତ୍ତ ଏକଲବ୍ୟ ପୁରସ୍କାରର ୨୨ତମ ସଂସ୍କରଣରେ ପୂର୍ଣ୍ଣିମା ପୁରସ୍କୃତ ହେବା ସହ ୫ ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି । ଶୁକ୍ରବାର ଇମ୍ପାକ୍ଟ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୂର୍ଣ୍ଣିମାଙ୍କୁ ବିଗତଦିନର ଆନ୍ତର୍ଜାତିକ କ୍ରିକେଟର ଅଜୟ ଜାଡ଼େଜା ପୁରସ୍କୃତ କରିଥିଲେ । ଏହି ଅବସରରେ ଜାଡ଼େଜା କହିଥିଲେ, କ୍ରୀଡ଼ାବିତ ଗର୍ବ ଅନୁଭବ କରିବା ଉଚିତ । ଖେଳୁଥିବା ବେଳେ କ୍ରୀଡ଼ାବିତ ଯେ ଆନନ୍ଦ ଅନୁଭବ କରିଥାଏ; ତାହାରୁ ଅଧିକ ଆନନ୍ଦ ଅନୁଭବ କରିଥାନ୍ତି ଦର୍ଶକ । ପଡ଼ିଆ ହେଉ ବା ଘରେ ଟିଭି ପାଖରେ ଦେଖୁଥିବା କ୍ରୀଡ଼ାପ୍ରେମୀ ହୁଅନ୍ତୁ ସମସ୍ତେ ଅଧିକ ଆନନ୍ଦ ଅନୁଭବ କରନ୍ତି ବୋଲି କ୍ରୀକେଟିୟର, ଭାସ୍ୟକାର ତଥା ଅଭିନେତା ଅଜୟ ଜାଡେଦା କହିଥିଲେ । ଜଶେ ସଫଳ କ୍ରୀଡ଼ାବିତ ପାଇଁ ଦେଶ, ରାଜ୍ୟ, ପିତାମାତା, ପରିଜନ ସମସ୍ତେ ଗର୍ବ କରିଥାନ୍ତି । କ୍ରୀଡ଼ା ମାଧ୍ୟମରେ ଦେଶ ଦେଶ ମଧ୍ୟରେ ସମ୍ପର୍କ ଯୋଡ଼ି ହୋଇଥାଏ । କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ଅର୍ଥ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା । ଓଡ଼ିଶାରେ ଇମ୍‍ଫା ଯେଭଳି ଏକଲବ୍ୟ ସମ୍ମାନ ପ୍ରଦାନ କରୁଛି; ଏହା ଜାତୀୟ ସମ୍ମାନଠାରୁ କିଛି କମ୍‍ନୁହେଁ । ଏଭଳି ପ୍ରତ୍ୟେକ ରାଜ୍ୟରେ ହେବା ଉଚିତ ବୋଲି ସେ କହିଥିଲେ । ଓଡ଼ିଶାରେ ୨୨ ବର୍ଷ ହେଲା ଇମ୍ପା କମ୍ପାନୀ ଇମ୍ପାକ୍ଟ ନାମରେ ଏକ ଟ୍ରଷ୍ଟକରି କ୍ରୀଡ଼ାବିତ ଏକଲବ୍ୟ ଏବଂ ସାରଳା ପୁରସ୍କାର ନାମରେ ସାହିତି୍ୟକଙ୍କୁ ପ୍ରୋତ୍ସାହନ ଯୋଗାଉଥିବା କମ୍‍ କଥାନୁହେଁ । ରାଜ୍ୟସଭା ସାଂସଦ ତଥା ଆଇପିଏଲ୍‍ ଅଧ୍ୟକ୍ଷ ରଞ୍ଜୀବ ବିଶ୍ୱାଳ ସମ୍ମାନିତ ଅତିଥିଭାବେ ଯୋଗଦେଇ ଇମ୍‍ଫାର ଏହାଦୃଶ୍ୟ କାର୍ଯ୍ୟକୁ ପ୍ରଶଂସା କରି କହିଥିଲେ ପ୍ରତ୍ୟେକ କ୍ରୀଡ଼ାବିତ୍‍ ଲକ୍ଷ୍ୟଥାଏ ଏକଲବ୍ୟ ସମ୍ମାନକୁ ହାସଲ କରିବା ପାଇଁ । ଏହା ରାଜ୍ୟର ସର୍ବକୃଷ୍ଟ ସମ୍ମାନ ବୋଲି କ୍ରୀଡ଼ାବିତ ଭାବିଥାନ୍ତି । ଦ୍ୱତୀୟତଃ ଏହି ସମ୍ମାନ ପାଇଁ ଯେଉଁ ମନୋନୟନ କମିଟି ଗଠନ କରାଯାଇଛି ଏଥିରେ କୌଣସି ରାଜନୈତିକ ଲୋକଙ୍କୁ ରଖା ଯାଇନାହିଁ । ଫଳରେ ପ୍ରକୃତ ଖେଳାଳିଙ୍କୁ ମନୋନୀତ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଏହି ଅବସରରେ ଆନ୍ତର୍ଜାତିକ ମହିଳା କ୍ରିକେଟର ରସନ୍ନାରା ପରୱିନ, ଆନ୍ତର୍ଜାତିକ ନୌଚାଳିକା ମଞ୍ଜୁଳା ଖେସ୍‍ଙ୍କୁ ସମ୍ମାନିତ ଅତିଥି ରଞ୍ଜୀବ ବିଶ୍ୱାଳ ଏକଲବ୍ୟ ସାଇଟେସନ ସମ୍ମାନ ପ୍ରଦାନ କରିଥିଲେ । ଉଭୟଙ୍କୁ ୫୦ ହଜାର ଟଙ୍କା ଚେକ୍‍ ଓ ମାନପତ୍ର ପ୍ରଦାନ କରା ଯାଇଥିଲା । ଏହି ସମାରୋହରେ କେନ୍ଦ୍ରାପଡ଼ା ସାଂସଦ ତଥା ଇମ୍ପାକ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସଭାପତିତ୍ୱ କରି ସମାରୋହର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏକଲବ୍ୟ ପୁରସ୍କାର ବିଚାରକ ସଦସ୍ୟ ମକ୍‍ବୁଲ ଅଲ୍ଲୀ ଧନ୍ୟବାଦ ପ୍ରଦାନ କରିଥିଲେ । ସମ୍ମାନ ଗ୍ରହଣ ଅବସରରେ କୁମାରୀ ପୂର୍ଣ୍ଣିମା ହେମ୍ବ୍ରମ କହିଥିଲେ କେରଳରେ ହେବାକୁ ଥିବା ଜାତୀୟ କ୍ରିଡାରେ ସ୍ୱର୍ଣ୍ଣ ଆଣିବା ସହ ଅଲମ୍ପିକରେ ପଦକ ଆଶା ରଖିଛନ୍ତି । ତାଙ୍କର ଶ୍ରେୟ ସେ ପିତା, ମାତା ଓ କୋଚଙ୍କୁ ଦେଇଛନ୍ତି ।

ଅନାଦି ସାହୁ (ସମାଜ)

ଅନାଦି ସାହୁ ପାଇବେ ‘ସୁରେନ୍ଦ୍ର ମହାନ୍ତି କଥାସମ୍ମାନ’

କଟକ, ୨୬ା୧୨(ଆ.ପ୍ର):

ଔପନ୍ୟାସିକ ଅନାଦି ସାହୁ ଚଳିତବର୍ଷର ମର୍ଯ୍ୟାଦାଜନକ ସୁରେନ୍ଦ୍ର ମହାନ୍ତି କଥାସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ୨୯ତାରିଖ ସନ୍ଧ୍ୟାରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ସାରଳା ଭବନଠାରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ହେବାକୁଥିବା ଏକ ଉତ୍ସବରେ ଶ୍ରୀ ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସଂସଦର ସଭାପତି ଇଂ. ପ୍ରଭାକର ସ୍ୱାଇଁ ିଓ ସମ୍ପାଦକ ଡଃ ନିରଞ୍ଜନ ତି୍ରପାଠୀ ଜଣାଇଛନ୍ତି । ପ୍ରକାଶଥାଉ କି, ଶ୍ରୀ ସାହୁ ଜଣେ ଅବସରପ୍ରାପ୍ତ ଦକ୍ଷ ପୁଲିସ ଉଚ୍ଚାଅଧିକାରୀ ଏବଂ ଔପନ୍ୟାସିକ । ସେ ୨୨ରୁ ଊଦ୍ଧ୍ୱର୍ ପୁସ୍ତକ ରଚନା କରି ସାରସ୍ୱତ ଜଗତକୁ ସମୃଦ୍ଧ କରିବାରେ ସହାୟକ ହୋଇଛନ୍ତି ।

ଶାନ୍ତନୁ ମହାପାତ୍ର, ଅନ୍ନପୂର୍ଣ୍ଣା ସମ୍ମାନ

ଶାନ୍ତନୁ ମହାପାତ୍ର ପାଇବେ ଅନ୍ନପୂର୍ଣ୍ଣା ସମ୍ମାନ

କଟକ, ୨୬ା୧୨(ଆ.ପ୍ର): ନିୟମଗିରି ଆନେ୍ଦାଳନର ନେତ୍ରୀ ତଥା କସ୍ତୁରବା ଟ୍ରଷ୍ଟର କର୍ମୀ ଶାନ୍ତନୁ ମହାପାତ୍ର ଚଳିତବର୍ଷର ଦ୍ୱିତୀୟ ଅନ୍ନପୂର୍ଣ୍ଣା ମହାରଣା ସମ୍ମାନ ପାଇବେ । ସ୍ୱାଧୀନତା ସଂଗ୍ରାମୀ ତଥା ସର୍ବୋଦୟ ନେତ୍ରୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ବାଖରାବାଦସ୍ଥିତ ଗାନ୍ଧି ଭବନରେ ୩୧ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ଉତ୍ସବରେ ଉକ୍ତ ସମ୍ମାନ ପ୍ରଦାନ କରାଯିବ । ବିଦେଶରୁ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ବିଶ୍ୱନାଥ ପଶାୟତ (ସମାଜ)

ସଂଗ୍ରାମୀ ବିଶ୍ୱନାଥ ପଶାୟତ (ଆବିର୍ଭାବ : ୧୦.୧୦.୧୯୧୨ Š ତିରୋଧାନ : ୨୭.୧୨.୧୯୬୪)

ଇଂ. ପ୍ରଭାକର ସ୍ୱାଇଁ

ସ୍ୱାଧୀନତା ଆନେ୍ଦାଳନର ଅନ୍ୟତମ ସଂଗ୍ରାମୀ ଓ ପ୍ରଖ୍ୟାତ ସାମ୍ୟବାଦୀ ଜନନାୟକ ବିଶ୍ୱନାଥ ପଶାୟତ ଆପଣାର ସ୍ୱଳ୍ପ ଜୀବନକାଳ ଭିତରେ ଓଡ଼ିଶାର ଜନମାନସକୁ ବହୁଭାବରେ ପ୍ରଭାବିତ କରିପାରିଥିଲେ । ସେ ୧୯୧୨ ଅକ୍ଟୋବର ୧୦ରେ ଜଗତ୍‍ସିଂହପୁର ଜିଲାର ବିରିଡ଼ି ବ୍ଲକ ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ଶୈଶବରୁ ତକôାଳୀନ ପରାଧୀନ ଭାରତବର୍ଷ ଓ ଖଣ୍ଡବିଖଣ୍ଡିତ ଉକôଳର ସ୍ଥିତାବସ୍ଥା ତାଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲା । ଗାଆଁ ଚାଟଶାଳୀ ପାଠ ଶେଷ ପରେ କଟକର କଲିଜିଏଟ୍‍ ସ୍କୁଲରେ ଅଧ୍ୟୟନ କାଳରେ ସେ ଓଡ଼ିଶାର ବହୁ ଜାତିପ୍ରାଣ, ସତୀର୍ଥ ଯୁବବନ୍ଧୁ ଓ ସାଥୀଙ୍କ ସଂସ୍ପର୍ଶରେ ଆସିଥିଲେ । ସାଥୀ ଭଗବତୀ ଚରଣ ପାଣିଗ୍ରାହୀ, ଗୁରୁଚରଣ ପଟ୍ଟନାୟକ, ପ୍ରାଣନାଥ ପଟ୍ଟନାୟକ, ରାମକୃଷ୍ଣ ପତି ପ୍ରମୁଖ ସେ ସମୟର ଦେଶସେବୀ ଓ କର୍ମୀ ବିଶ୍ୱନାଥଙ୍କ ଜୀବନର ଗତିପଥ ବଦଳାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରେଭେନ୍‍ସା କଲେଜରେ ଛାତ୍ର ଥିଲା ବେଳେ ବିଶ୍ୱନାଥଙ୍କ ସାଥୀ ଭାବରେ ଯୋଗଦିଅନ୍ତି ଅନନ୍ତ ପଟ୍ଟନାୟକ, ଆଶୋକ ରାଓ, ବୈଦ୍ୟନାଥ ରଥ, ପରମାନନ୍ଦ ମହାନ୍ତି ପ୍ରମୁଖ । ଜନନାୟକ ସୁଭାଷ ଚନ୍ଦ୍ର ବୋଷଙ୍କଠାରୁ ଜାତିର ପିତା ମହାତ୍ମା ଗାନ୍ଧି, ପଣ୍ଡିତ ଜବାହାରଲାଲ ନେହେରୁ, ଉକôଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ପରି ଜାତୀୟ ବୀରବର୍ଗ ଥିଲେ ବିଶ୍ୱନାଥଙ୍କ ଜୀବନର ଆଦର୍ଶ । ବିଶ୍ୱନାଥ ସେଦିନ ଦେଶର ଭବିଷ୍ୟତ ନେଇ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀଙ୍କ ସହ ବାରମ୍ବାର ଆଲୋଚନା କରୁଥାନ୍ତି । ସେତେବେଳେ ରୁଷିଆର ସାମ୍ୟବାଦୀ ଚିନ୍ତାଧାରାକୁ ଓଡ଼ିଶାରେ ପ୍ରଚଳନ ପାଇଁ ସେମାନେ ଚିନ୍ତାକରୁଥାନ୍ତି; ପରେ ପରେ ଏହି ପ୍ରୟାସରୁ ଜନ୍ମନିଏ ‘ନବଯୁଗ ମଣ୍ଡଳ’ । ବିଶ୍ୱନାଥଙ୍କ ଜନ୍ମମାଟି ରାଣୀପଡ଼ାଠାରୁ ଅନତିଦୂର ଅଣଖିଆ ତରିକୁଦରେ ନବକୃଷ୍ଣଙ୍କ ‘ତରି ଆଶ୍ରମ’ । ଏହି ଆଶ୍ରମ ଭାରତୀୟ ସ୍ୱାଧୀନତା ସଂଗ୍ରାମକାଳରେ ଓଡ଼ିଶାର ଅଗଣିତ ଛାତ୍ର ଓ ଯୁବଗୋଷ୍ଠୀକୁ ଏକତ୍ରକରି ଜାତୀୟ ଆନେ୍ଦାଳନରେ ସାମିଲ କରିଥିଲା । ଓଡ଼ିଶାରେ ପ୍ରଥମ କରି ଏହି ଆଶ୍ରମରେ ୧୯୩୪ ମଇ ୧ରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରାଯାଇଥିଲା । ସେଦିନ ବିଶ୍ୱନାଥଙ୍କ ସମେତ ବହୁ ଯୁବକ ଏକତ୍ର ହୋଇ ଗୌରୀଶଙ୍କର ପାର୍କରେ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ । ଉଦେ୍ଧଶ୍ୟ ଥିଲା ଓଡ଼ିଶାର ସମସ୍ତ ଜାତିପ୍ରାଣ ଯୁବକଙ୍କୁ ଏକତ୍ର କରି ଭାରତର ମୁକ୍ତି ଆନେ୍ଦାଳନରେ ସାମିଲ୍‍ କରିବା । ସେହି ପ୍ରେରଣାରୁ ଜନ୍ମଲାଭ କଲା ‘ସାରଥି’ ପତି୍ରକା । ବିହାରର ପାଟଣା ବିଶ୍ୱବିଦ୍ୟାଳୟରୁ ବିଶ୍ୱନାଥ ବି.ଏଲ୍‍. ପାସ କରିବା ପରେ କଟକରେ ସ୍ୱାଧୀନ ଭାବେ ଓକିଲାତି କରିବାକୁ ନିଷ୍ପତ୍ତି ନେଲେ । ଶୈଶବର ବହୁ ଘଟଣା ଏଥିପାଇଁ ତାଙ୍କ ଉପରେ ଗଭୀର ଛାପ ପକାଇଥିଲା । ନିଜ ଗାଆଁରେ ପଞ୍ଚାୟତ ବସିବା କାଳରେ ପଞ୍ଚମାନଙ୍କ ମଧ୍ୟରେ ପ୍ରଧାନ ଥିଲେ ବିଶ୍ୱନାଥଙ୍କର ପିତା ଗୋକୁଳାନନ୍ଦ ପଶାୟତ । ସେ ଦିନ ସେ ଦେଖିଥିଲେ ଗାଆଁର ବହୁ ମାଲିମକଦ୍ଧମା କୋର୍ଟକୁ ନଯାଇ ପଞ୍ଚ ନିଷ୍କତ୍ତିରେ ଫଇସଲା ହେଉଥିଲା । ସେତେବେଳେ କୌଣସି ସରକାରୀ ଚାକିରି ନକରି ଓକିଲାତି ଭଳି ସ୍ୱାଧୀନ ବୃତ୍ତିକୁ ଆପଣେଇବାକୁ ସେ ନିଷ୍ପତ୍ତି ନେଲେ । ନ୍ୟାୟ ପାଇବାରୁ ବଞ୍ଚôତ ହେଉଥିବା ଦରିଦ୍ର ନିଷ୍ପେଷିତ ମଣିଷଙ୍କୁ ବିନା ଅର୍ଥରେ ତୁରନ୍ତ ନ୍ୟାୟ ଦେବା ପାଇଁ ଏହି ବୃତ୍ତି ତାଙ୍କୁ ସହାୟକ ହୋଇଥିଲା । ୧୯୩୭ରେ ସର୍ବ ଭାରତୀୟ ସ୍ତରର ଛାତ୍ର ସମ୍ମିଳନୀକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଉକôଳ ଛାତ୍ର ସଂଘ ପ୍ରତିଷ୍ଠା ହୋଇଥିଲା ଯାହାର ଅନ୍ୟତମ ସମ୍ପାଦକ ଥିଲେ ବିଶ୍ୱନାଥ । ୧୯୩୮ ଅକ୍ଟୋବର ୧୦ ରାତିରେ ଢେଙ୍କାନାଳ ଭୁବନ ନିକଟସ୍ଥ ନୀଳକଣ୍ଠପୁରର ବ୍ରାହ୍ମଣୀ ଘାଟରେ ପ୍ରଜାମଣ୍ଡଳର ନିଷ୍କତ୍ତିକୁ ସମ୍ମାନ ଜଣାଇ ବ୍ରିଟିଶ ଫୌଜଙ୍କୁ ନଦୀପାର କରାଇ ନଦେବା, ପୁଲିସ ଫୌଜର ଗୁଳିବର୍ଷଣ ଓ ତହିଁରେ ବାଜି ରାଉତ ସମେତ ତାହାର ପାଞ୍ଚଜଣ ସହଯୋଗୀ ମୃତୁ୍ୟବରଣ ଯୁବ ସମ୍ପ୍ରଦାୟ ମଧ୍ୟରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଅକ୍ଟୋବର ୧୨ରେ ସେମାନଙ୍କ ଶବ କଟକ ସହରକୁ ଟ୍ରେନ୍‍ରେ ଅଣାଯାଇ କଟକ ଷ୍ଟେସନରୁ ଖାନ୍‍ନଗର ଶ୍ମଶାନ ପର୍ଯ୍ୟନ୍ତ ଛଅଟି ଶଗଡ଼ ଶୋଭାଯାତ୍ରା ବାହାରିଥିଲା । ଅନନ୍ତ ପଟ୍ଟନାୟକ, ସଚ୍ଚି ରାଉତରାୟ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ମୋତିଲାଲ ତ୍ରିପାଠୀ, ରବି ଘୋଷ, ବିଶ୍ୱନାଥ ପଶାୟତ ପ୍ରମୁଖ ଏଥିରେ ସାମିଲ୍‍ ହୋଇ ଶଗଡ଼ ଚଳାଇଥିଲେ । ଜଣେ ସୁଦକ୍ଷ ଆଇନଜୀବୀ ଭାବେ ବିଶ୍ୱନାଥଙ୍କ ଖ୍ୟାତି ଥିଲା । ଓକିଲାତିକୁ ବୃତ୍ତି କରିଥିଲେ ହେଁ ଏହାକୁ ଜନମାନସର ସେବା ଗ୍ରହଣ କରି ତାଙ୍କ ନିକଟକୁ ଆସୁଥିବା ବହୁ କେସ୍‍ ବିନା ପଇସାରେ ଲଢ଼ୁଥିଲେ । ବିଶେଷକରି କୃଷକ, ଶ୍ରମିକ, ସଂଗ୍ରାମୀ, ଯୁବଛାତ୍ର, ସାମ୍ବାଦିକ ପ୍ରଭୃତିଙ୍କ ସପକ୍ଷରେ ସେ ଥିଲେ ଅଗ୍ରଣୀ ଓ ସଂଗ୍ରାମୀ ଓକିଲ । ଓଡ଼ିଶାର ସାଧାରଣ ଚାଷୀ, ଭାଗଚାଷୀ, ଶ୍ରମିକଙ୍କ ଶହଶହ ମକଦ୍ଧମା ସେ ବିନା ଖର୍ଚ୍ଚରେ ଲଢ଼ୁଥିଲେ । କନିକା ରାଜାଙ୍କ ବିରୋଧରେ ପଟିଆର ଚାଷୀମାନେ ଆନେ୍ଦାଳନ କରି କୋର୍ଟରେ ଯେଉଁ ମକଦ୍ଧମା କରିଥିଲେ ସେହି ଚାଷୀଙ୍କର ଓକିଲ ଭାବରେ ଛିଡ଼ା ହୋଇଥିଲେ ବିଶ୍ୱନାଥ । ବାରଙ୍ଗର କାଚ କାରଖାନାର ଶ୍ରମିକଙ୍କ ନ୍ୟାଯ୍ୟ ଲଢ଼େଇ ପଛରେ ଥିଲେ ବିଶ୍ୱନାଥ । କଟକ ସିଭିଲ କୋର୍ଟ ବାର ଆସୋସିଏସନ୍‍ ସମ୍ପାଦକ, ଓଡ଼ିଶା ରାଜ୍ୟ ଆଇନଜୀବୀ ସଂଘର ପ୍ରତିଷ୍ଠାତା ସମ୍ପାଦକ, ସର୍ବଭାରତୀୟ ଗଣତାନ୍ତ୍ରିକ ଆଇନଜୀବୀ ସଂଘର କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ବହୁ କାର୍ଯ୍ୟ କରିଯାଇଛନ୍ତି । ସେ ଅନେକ ସାମାଜିକ ଓ ଅର୍ଥନୈତିକ ପ୍ରବନ୍ଧ, ପୁରାଣ ଭିତ୍ତିକ ଶିଶୁସାହିତ୍ୟ, କବିତା, ଭ୍ରମଣ କାହାଣୀ ଆଦି ରଚନା କରି ଜଣେ ସୃଜନଶୀଳ ସାହିତ୍ୟ ସ୍ରଷ୍ଟାର ପରିଚୟ ମଧ୍ୟ ସୃଷ୍ଟି କରିପାରିଥିଲେ । ‘ଆଧୁନିକ’ ଭଳି ଏକ ଅଗ୍ରଗାମୀ ପ୍ରଗତିଶୀଳ ପତି୍ରକାର ସମ୍ପାଦନାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏହି ସଂଗ୍ରାମୀ ୧୯୬୪ ଡିସେମ୍ବର ୨୭ରେ ମାତ୍ର ୫୨ ବର୍ଷରେ ଇହଲୀଳ ସମ୍ବରଣ କରିଥିଲେ । ତାଙ୍କର ଅମ୍ଳାନ ସ୍ମୃତି ଉଦେ୍ଧଶ୍ୟରେ ସତତ ପ୍ରଣାମ ।

୨୮ ଡିସେମ୍ବର[ସମ୍ପାଦନା]

ନନ୍ଦକିଶୋର ଦାସ (ସମାଜ)

ନନ୍ଦକିଶୋର ସ୍ମାରକୀ: ଛୋଟ ଗାଁରୁ ବଡ଼ ବାର୍ତ୍ତା (ଅସିତ ମହାନ୍ତି, ପୃଷ୍ଠା-୬ ରବିବାର, ୨୮ ଡିସେମ୍ବର ୨୦୧୪)

ଅନୁଗୁଳ ଜିଲ୍ଲାର ପୁରୁଣାଗଡ଼ କ୍ଷେତ୍ର ଅନ୍ତର୍ଗତ ବଡ଼ଦାଣ୍ଡ ସାହି ପରି ଗୋଟିଏ ଛୋଟିଆ ଗାଆଁରେ ଠିଆ ହେଲେ ବିଶିଷ୍ଟ କବି ସଚ୍ଚିଦାନନ୍ଦ ରାଉତରାୟଙ୍କର ସେହି ସୁପ୍ରସିଦ୍ଧ କବିତାଟି ହିଁ ପ୍ରଥମେ ମନକୁ ଆସେ । ତାଙ୍କ ରଚିତ "ଛୋଟ ମୋର ଗାଆଁଟି'ର ଭାଷାରେ କହିଲେ, "ଭୂଗୋଳ ପୋଥି ପତରରେ ଏଇ ଗାଆଁଟିର ନାଆଁ ନାହିଁ ।' ନାହିଁ ଏଇଥିପାଇଁ ଯେ ଏଇ ନାଆଁଟିକୁ ଆମେ ଆମ ସ୍ମୃତିରୁ ହଜେଇ ଦେଇଚୁ । ଅଜିଠୁଁ ପ୍ରାୟ ୧୨୧ ବର୍ଷ ତଳେ ଗୋଟିଏ ବଡ଼ ଘଟଣା ଘଟିଥିଲା ଏଇଠି, ଅନୁଗୁଳ ଜିଲ୍ଲାର ଏଇ ଗାଆଁରେ । ସେ ଦିନଟି ଥିଲା ୧୮୯୪ ମସିହା ଏପ୍ରିଲ ମାସ ୬ ତାରିଖ । ଆମବାତ ରୋଗରେ ଗୁରୁତର ପୀଡ଼ିତ ରାୟବାହାଦୁର ନନ୍ଦକିଶୋର ଦାସ ସେ ଦିନ ଅନୁଗୁଳରୁ କଟକ ଯିବା ବାଟରେ ଏଇଠି ଆମଠୁଁ ଶେଷ ବିଦାୟ ନେଇଥିଲେ । ତାଙ୍କର ବିୟୋଗରେ ସେ ଦିନ କଟକରୁ ପ୍ରକାଶ ପାଉଥିବା "ଉକ୍ରଳ ଦୀପିକା' (୧୪ ଏପ୍ରିଲ ୧୮୯୪) ଲେଖିଥିଲେ, ""ରାୟ ନନ୍ଦକିଶୋର ଦାସ ବାହାଦୁର ଆଉ ନାହାନ୍ତି । ଏହି ଦାରୁଣ ଶୋକ ସଙ୍କାଦ ଗତ ରବିବାର ସକାଳବେଳେ ଅନୁଗୁଳଠାରୁ ଆସି ଏ ନଗରରେ ପ୍ରଚାରିତ ହେଲା ଓ ଚତୁର୍ଦ୍ଧିଗରେ ହାହାକାର ରବ ଉଠିଲା । ଗଛପତ୍ର ସୁଦ୍ଧା ଝୁରିବାର ଯାହା ପ୍ରଚଳିତ କଥା ଅଛି, ନନ୍ଦକିଶୋରବାବୁଙ୍କ ସଙ୍କନ୍ଧରେ ପ୍ରକୃତରେ ତାହା ଦେଖାଗଲା । ଙ୍ଘ ଙ୍ଘ ଙ୍ଘ ତାହାଙ୍କ ବିୟୋଗରେ ଓଡ଼ିଶାରେ ଯେଉଁ କ୍ଷତି ହୋଇଅଛି ତାହା ପୂର୍ଣ୍ଣହେବାର ଆଶା ନାହିଁ । ଉକ୍ରଳମାତା ଚିରଦୁଃଖିନୀ । ବହୁକାଳ ତପସ୍ୟା କରି ନନ୍ଦକିଶୋର ପରି ଗୋଟିଏ ଦୁର୍ଲଭ ରତ୍ନ ପାଇଥିଲେ କି ଯହିଁର ଅସାଧାରଣ ଜ୍ୟୋତିରେ ସମସ୍ତ ଦିଗ ଉଜ୍ଜ୍ୱଳ ହୋଇଥିଲା । ମାତା ଆଶା କରିଥିଲେ, ଏକ ସୁପୁତ୍ର ଯୋଗେ ସମସ୍ତ ଦୁଃଖ ପାସୋରିବେ ଏବଂ ପୁତ୍ରର ଉତ୍ତରୋତ୍ତର ବୃଦ୍ଧି ଦେଖି ଅଧିକତର ଗୌରବାନ୍ୱିତ ହେଉଥିବେ । ଦୁଃଖିନୀ ରାଜ୍ୟର ସୁଖଭୋଗ ହେବା ସହଜ ନୁହେଁ ଏବଂ ସୁଖର ଗତି ଚଞ୍ଚଳ । ଅକାଳେ କାଳ ସେହି ପୁତ୍ରରତ୍ନକୁ ହରଣ କରି ମନର ସବୁ ଆଣ୍ଟ ଭାଙ୍ଗିଦେଲା । ଏପରି ଯୋଗ୍ୟପୁତ୍ର ହରାଇ କେଉଁ ମାତା ଦେହ ଧରିପାରେ ! ଦୁଃଖିନୀ ଉକ୍ରଳମାତାର ଆଜି ସେହି ଅସହ୍ୟ ଦଶା ଘଟିଅଛି ଏବଂ ଏଥିପାଇଁ ସମସ୍ତ ଉକ୍ରଳବାସୀ ବିଷାଦସାଗରରେ ବୁଡ଼ି ଅଛନ୍ତି । "ଉକ୍ରଳଦୀପିକା' ସେ ଦିନ କାହିଁକି ଏପରି ଲେଖିଥିଲେ, ତାହା ବୁଝିବାପାଇଁ ହେଲେ ଆମକୁ ସେହି ଦିନକୁ ଯିବାକୁ ପଡ଼ିବ । ଆଜି ଏଠି ପ୍ରାଥମିକ ବିଦ୍ୟାଳୟଟିଏ ଅଛି; କିନ୍ତୁ ଊନବିଂଶ ଶତାବ୍ଦୀର ସେହି ଶେଷ ପାଦରେ ଏପରି ନିପଟ ମଫସଲରେ ତ ସ୍ୱପ୍ନର କଥା, ସାରା ଓଡ଼ିଶାରେ ଖୁବ୍ କମ୍ ସଂଖ୍ୟକ ବିଦ୍ୟାଳୟ ଥିଲା । ବିଦ୍ୟାଳୟଗୁଡ଼ିକ ପାଇଁ ଓଡ଼ିଆରେ ପାଠ୍ୟପୁସ୍ତକ ବି ଖୁବ୍ କମ୍ ଥିଲା । ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ନନ୍ଦକିଶୋର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ । ସେ ଥିଲେ ଓଡ଼ିଶାର ସ୍କୁଲ ସମୂହର ପ୍ରଥମ ଜଏଣ୍ଟ ଇନ୍ସପେକ୍ଟର, ତାଙ୍କ ପରେ ରାଧାନାଥ ରାୟଙ୍କୁ ସେ ସେହି ଦାୟିତ୍ୱରେ ଅବସ୍ଥାପିତ କରାଇଥିଲେ । ଦୁଃଖଦ ବିୟୋଗ ବେଳକୁ ନନ୍ଦକିଶୋର ଦାସଙ୍କୁ ପଚାଶ ବର୍ଷ ବି ହୋଇ ନଥିଲା । ୧୮୪୫ ମସିହା ଜୁନ୍ ମାସ ୫ ତାରିଖରେ ସେ ଜନ୍ମଗ୍ରହଣ କରିବା ବେଳକୁ ଏବଂ ୧୮୯୪ ମସିହା ଏପି୍ରଲ ମାସ ୬ ତାରିଖରେ ତାଙ୍କର ମୃତୁ୍ୟ ବେଳକୁ ଓଡ଼ିଶାର ସ୍ଥିତି କ'ଣ ଥିଲା ତାହା ଦେଖିଲେ ହିଁ ଗୁୁରୁତ୍ୱ ବୁଝିହେବ । ତାଙ୍କର ଜନ୍ମବେଳକୁ ଓଡ଼ିଶାରେ ଇଷ୍ଟଇଣ୍ଡିଆ କମ୍ପାନୀର ଆୟୁଷ ମାତ୍ର ୪୨ବର୍ଷ । ମରହ...ା ଶାସନ ଯେଉଁସବୁ ଦୁର୍ବିପାକ ଆମକୁ ଦେଇଥିଲା, ତାର ଦରଜ ମନରୁ ଯାଇନଥିଲା । ବ୍ୟାସକବି ଫକୀରମୋହନ ସେନାପତି, ଉକ୍ରଳମଣି ଗୋପବନ୍ଧୁ ଦାସ, ଉକ୍ରଳଗୌରବ ମଧୁସୂଦନ ଦାସ, କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ, ସାର୍ ବାସୁଦେବ ସୁଢ଼ଳଦେବ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଆଦି ଜନ୍ମ ଗ୍ରହଣ କରିନଥିଲେ । ଏପରି କି "ଉକ୍ରଳ ଦୀପିକା'କାର ଗୌରୀଶଙ୍କର ରାୟ ସେତେବେଳକୁ ମାତ୍ର ସାତବର୍ଷର ପିଲା ଏବଂ "ସିଦ୍ଧାନ୍ତ ଦର୍ପଣ'ର ରଚୟିତା ସାମନ୍ତ ଚନ୍ଦ୍ରଶେଖର ମାତ୍ର ଦଶବର୍ଷର ବାଳକ । ସେହିପରି ନନ୍ଦକିଶୋର ଦାସଙ୍କ ମୃତୁ୍ୟ ସମୟର ଦୃଶ୍ୟପଟକୁ ଦେଖାଯାଉ । ତାଙ୍କର ମୃତୁ୍ୟବେଳକୁ ଆମ ଆଧୁନିକ ସାହିତ୍ୟର ପ୍ରଥମ ଗଳ୍ପ "ରେବତୀ' ଲେଖା ହେବାକୁ ତଥାପି ଚାରିବର୍ଷ ବାକିି । ଓଡ଼ିଆ ଭାଷାର ଘୋର ସଂକଟ କାଳରେ ଯେଉଁ "ଉକ୍ରଳ ସମ୍ମିଳନୀ' ଓଡ଼ିଆ ଅସ୍ମିତାର ଧ୍ୱଜାଧାରୀ ହୋଇଥିଲା, ତାହାର ଆବିର୍ଭାବ ବି ଘଟି ନାହିଁ । କିନ୍ତୁ ନନ୍ଦକିଶୋର ଦାସଙ୍କର ସ୍ୱଳ୍ପ ଜୀବନ କାଳର କୃତିତ୍ୱ ଦୃଷ୍ଟିରୁ ଫକୀର ମୋହନ ସେନାପତି ତାଙ୍କ "ଉକ୍ରଳ ଭ୍ରମଣଂ'ରେ ତାଙ୍କୁ "ଓଡ଼ିଶାର ମନୁମେଣ୍ଟ' କହି ତାଙ୍କର ""ଜୟ ଜୟ ଜୟ କରିଛନ୍ତି । ମଧୁସୂଦନ ଦାସଙ୍କ ଭାଷାରେ ସେ ଜଣେ ""ହିରୋ, ଓଡ଼ିଆ ହିରୋ । ରାଧାନାଥ ରାୟ ତାଙ୍କୁ ନିଜର ପୂର୍ବସୂରୀ ଭାବେ ସ୍ୱୀକାର କରିଛନ୍ତି । ଅଥଚ ବିସ୍ମୟର ବିଷୟ ହେଉଛି, ଆଜି ନନ୍ଦକିଶୋର ଦାସ ଆମ ପାଖରେ ବିସ୍ମୃତ । ଫକୀରମୋହନଙ୍କ ପ୍ରତି, ମଧୁସୂଦନ ଦାସଙ୍କ ପ୍ରତି ଓ ରାଧାନାଥ ରାୟଙ୍କ ପ୍ରତି ନନ୍ଦକିଶୋର ଦାସଙ୍କର କି ଅବଦାନ ଥିଲା, ତାହା ସ୍ୱତନ୍ତ୍ର ଆଲୋଚନାର ଅପେକ୍ଷା ରଖେ । ତେବେ ସଂକ୍ଷେପରେ ଏତିକି କୁହାଯାଇପାରିବ ଯେ ଫକୀରମୋହନଙ୍କ ଜୀବନ ଓ ଜୀବିକା ପାଇଁ ନନ୍ଦକିଶୋରଙ୍କର ଅବଦାନ ଅସୀମ । ସମ୍ଭବତଃ ନନ୍ଦକିଶୋର ନଥିଲେ ଆମେ ହରାଇଥାଆନ୍ତୁ ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ଫକୀରମୋହନଙ୍କୁ । ତାଙ୍କର ଏହି ଅବଦାନକୁ ସ୍ୱୀକାର କରି ଫକୀରମୋହନ କହିଛନ୍ତି, ""ସେ ମୋର ଅନ୍ନଦାତା, ମୋ ସୃଷ୍ଟି ଜୀବନର ପ୍ରେରଣାର ଉତ୍ସ । ଆଉ ମଧୁସୂଦନ ଦାସ ଯେ କଲିକତାର ଓକିଲାତି ଛାଡ଼ି ଓଡ଼ିଶା ଫେରିଆସିଲେ ଏବଂ "ଉକ୍ରଳ ସମ୍ମିଳନୀ'ର କାଣ୍ଡାରି ହେଲେ, ତାହାର ନେପଥ୍ୟ ନିୟାମକ ଥିଲେ ନନ୍ଦକିଶୋର ଦାସ । ସେଦିନ ନନ୍ଦକିଶୋର ହିଁ ମଧୁସୂଦନଙ୍କୁ ଓଡ଼ିଶା ଫେରିଆସିବାକୁ ଆହ୍ୱାନ ଜଣାଇ ଗୋଟିଏ ଚିଠିରେ ଲେଖିଥିଲେ, ""ଓଡ଼ିଶା ତୁମଭଳି ଉଚ୍ଚଶିକ୍ଷିତ ଯୁବକମାନଙ୍କର ସେବାର ଅପେକ୍ଷା କରୁଛି । କେବଳ ସେତିକି ନୁହେଁ, ୧୮୮୧ରେ ମଧୁସୂଦନ ଓଡ଼ିଶା ଫେରିବାବେଳେ, କଟକର ଜୋବ୍ରାଘାଟଠାରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ବି ଜଣାଇଥିଲେ ନନ୍ଦକିଶୋର । ଅଥଚ ନନ୍ଦକିଶୋର ଦାସଙ୍କର ଏହିସବୁ ଐତିହାସିକ ଗୁରୁତ୍ୱ ଓ ବିଶେଷତ୍ୱକୁ ଆଜି ଆମେ ଭୁଲିଯାଇଛୁ । ଏଇଠି କହିରଖିବା ପ୍ରାସଙ୍ଗିକ ହେବ ଯେ ନନ୍ଦକିଶୋରଙ୍କ ବିୟୋଗ ପରେ ତାଙ୍କୁ ଅନ୍ତରର ଗଭୀର ସମ୍ମାନ ଜଣାଇ ମଧୁସୂଦନ ଦାସ "ଜଣେ ଓଡ଼ିଆ' (ଆନ ଓରିଆ) ନାଆଁରେ "ଉକ୍ରଳ ଦୀପିକା'ରେ ଗୋଟିଏ ଇଂରାଜୀ ଲେଖା ଲେଖିଥିଲେ । ତାହାର ଶୀର୍ଷକ ଥିଲା "ଏ କଲ' (ଏକ ଆହ୍ୱାନ) । ସେଥିରେ ହିଁ ସେ ନନ୍ଦକିଶୋରଙ୍କୁ "ଏ ହିରୋ, ଆନ ଓରିଆ ହିରୋ' ବୋଲି କହିଥିଲେ । ପ୍ରଶ୍ନ କରିଥିଲେ ଅବଶିଷ୍ଟ ଓଡ଼ିଆବାସୀଙ୍କୁ, ""ସେ କ'ଣ ଆମର ଉପାସ୍ୟ ନୁହନ୍ତି ? ଆମ ଚକ୍ଷୁ ସମକ୍ଷର ଏକ ମାର୍ବଲ ପ୍ରତିମୂର୍ତ୍ତି ନୁହନ୍ତି ? କେବଳ ଏତିକି ନୁହେଁ; ସେ ସେହି ଲେଖାରେ ଆହୁରି ମଧ୍ୟ କହିଥିଲେ, ""ଊନବିଂଶ ଶତାବ୍ଦୀ ହେଉଛି "ନାୟକ-ଉପାସନା' (ହିରୋ ୱାରସିପ)ର ଯୁଗ । ସବୁ ଦେଶର ଲୋକେ ନିଜ ନିଜର ନାୟକଙ୍କୁ ଉପାସନା କରନ୍ତି । ତା'ହେଲେ ଆମେ କାହିଁକି କରିବାନି ? ଆମେ କ'ଣ ଏତେ ନିସ୍ପୃହ, ଏତେ ଜଡ଼, ଏତେ ହାସ୍ୟାସ୍ପଦ ଓ ଏତେ ଅପସଂସ୍କୃତ ଯେ ଏ ଆହ୍ୱାନ ଏବଂ ଏ କର୍ତ୍ତବ୍ୟାନୁପ୍ରେରଣା ଆମ କାନରେ ଟିକିଏ ବି କମ୍ପନ ତୋଳିବ ନାହିଁ ? ନା, ବିଗତ ୧୨୦ ବର୍ଷ ଭିତରେ ଆମେ ଉକ୍ରଳଗୌରବ ମଧୁସୂଦନ ଦାସ ସେଦିନ ପଚାରିଥିବା ଏ ପ୍ରଶ୍ନଟିକୁ ଆମ ନିଜକୁ ଥରଟିଏ ବି ପଚାରି ନାହୁଁ । ପଚାରିବା ତ ଦୂରର କଥା, ସେ ପ୍ରଶ୍ନଟିକୁ ଭୁଲି ହିଁ ଯାଇଚୁ । ସେ ଦିନର ଓଡ଼ିଆଙ୍କ ଭିତରେ "ଏକମାତ୍ର ସିଭିଲିୟାନ୍' ଥିଲେ ନନ୍ଦକିଶୋର ଦାସ । ତେଣୁ ତାଙ୍କର ସ୍ମୃତିରକ୍ଷା ପାଇଁ କିଛି ବି କାର୍ପଣ୍ୟ କରିନଥିଲେ କ୍ଷମତାସୀନ ଇଂରେଜ ସରକାର । ତାଙ୍କର ବିୟୋଗ ଘଟିଥିବା ଏ ସ୍ଥାନରେ ଏକ ସ୍ମାରକୀ ପ୍ରତିଷ୍ଠା କରିଥିଲେ । ଆଜିର ବିଚାରରେ ତାହା ହୁଏତ ଖୁବ୍ କ୍ଷୁଦ୍ର ହୋଇପାରେ; କିନ୍ତୁ ସେଦିନ ତାହା ଆଦୌ ଏକ କ୍ଷୁଦ୍ର ସ୍ମୃତି-ସନ୍ତକ ନଥିଲା । ଇଂରେଜ ସରକାରଙ୍କର ସେ ଦିନର ସଚିବ ଥିଲେ ମିଷ୍ଟର କଟନ୍ । ତାଙ୍କର ସ୍ୱାକ୍ଷର ସଙ୍କଳିତ ଏକ ସ୍ମୃତିସ୍ତମ୍ଭ ସହିତ ଏକ ସମାଧି ଏଠାରେ ନିର୍ମିତ ହୋଇଥିଲା । ନନ୍ଦକିଶୋରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମିଷ୍ଟର କଟନ୍ ତାହାର ସ୍ମୃତିଫଳକରେ ଲେଖିଥିଲେ, ""ହି ସାକ୍ରିଫାଏଡ଼ ହିମ୍‍ସେଲ୍ଫ ଟୁ ଦି କଲ ଅଫ୍‍ ଡୁ୍ୟଟି ଅର୍ଥାତ୍ ""କର୍ତ୍ତବ୍ୟର ଅନୁପ୍ରେରଣାରେ ସେ ଜୀବନ ଉତ୍ସର୍ଗ କରିଥିଲେ । ନନ୍ଦକିଶୋରଙ୍କ ନାତୁଣୀ ଅନ୍ନପୂର୍ଣ୍ଣା ମହାରଣା ତାଙ୍କର ଆତ୍ମକଥା "ଅମୃତ ଅନୁଭବ'ରେ ଲେଖିଛନ୍ତି, କଟନ୍ ସାହେବଙ୍କ ସ୍ୱାକ୍ଷର ସଙ୍କଳିତ ସେହି ଫଳକଟି ୧୯୬୦ ମସିହା ପର୍ଯ୍ୟନ୍ତ ଏଠାରେ ଥିଲା ଏବଂ ତାହାକୁ ସେ ସ୍ୱଚକ୍ଷୁରେ ଦେଖିଛନ୍ତି । କିନ୍ତୁ ଫଳକଟି ଏବେ ନିଖୋଜ । ତେବେ ଆଶ୍ୱାସନାର କଥା ଯେ "ମାହାଙ୍ଗା ମୈତ୍ରୀ ମଞ୍ଚ'ର ସଂପାଦକ ଅବନୀ ଚନ୍ଦ୍ର ଦାସ ଓ ନନ୍ଦକିଶୋର ଅନୁରାଗୀମାନଙ୍କର ଏକନିଷ୍ଠ ଅନୁସନ୍ଧାନ ଫଳରେ ଶେଷସୁଦ୍ଧା ତାଙ୍କର ସମାଧିଟି ଜରାଜୀର୍ଣ୍ଣ ଅବସ୍ଥାରେ ଆବିଷ୍କୃତ ହେଲା ଏବଂ ପ୍ରବାସୀ ଇଂଜିନିୟର ରାଜେନ୍ଦ୍ର ନାରାୟଣ ଦାସଙ୍କ ଐକାନ୍ତିକ ଅନୁପ୍ରେରଣାରେ ତାହାର ଜୀର୍ଣ୍ଣ ସଂସ୍କାର କରାଯାଇ ତାହାକୁ ଜାତି ଉଦେ୍ଧଶ୍ୟରେ ଉତ୍ସର୍ଗ କରାଯାଇଛି । ତେବେ ନନ୍ଦକିଶୋରଙ୍କର ଆଉ ଏକ ସ୍ମାରକୀ ରୂପେ ଗ୍ରହଣ କରାଯାଇପାରିବ, ପ୍ରାୟ ଦେଢ଼ବର୍ଷ ତଳେ ପ୍ରକାଶ ପାଇଥିବା "ଜନନାୟକ ଓ ଓଡ଼ିଆପ୍ରାଣ ରାୟବାହାଦୁର ନନ୍ଦକିଶୋର ଦାସ' ପୁସ୍ତକକୁ । ତାହା ଏକ ଅକ୍ଷର-ସଙ୍କନ୍ଧା କୀର୍ତ୍ତି । ଡକ୍ଟର ବାଉରୀବନ୍ଧୁ କର ଓ ଅସିତ ମହାନ୍ତି (ଏହି ଲେଖକ)ଙ୍କ ଦ୍ୱାରା ତାହା ସଂପାଦିତ ଅସିତ ମହାନ୍ତି ୰ ୰ ୰ ୰ ୰ ହୋଇ ୫ ଜୁନ୍ ୨୦୧୩, ନନ୍ଦକିଶୋର ଦାସଙ୍କ ଶୁଭ ଆବିର୍ଭାବ ଦିବସରେ ଏକ ସ୍ୱତନ୍ତ୍ର ଉତ୍ସବରେ ଉନ୍ମୋଚିତ ହୋଇଥିଲା । ତା' ପଛରେ ବି ଥିଲା ଜର୍ମାନି ନିବାସୀ ସେଇ ରାଜେନ୍ଦ୍ର ନାରାୟଣ ଦାସଙ୍କର ପ୍ରେରଣା ଓ ପ୍ରୋତ୍ସାହନ । ରାୟବାହାଦୁର ନନ୍ଦକିଶୋର ଦାସଙ୍କର ଅକାଳ ବିୟୋଗ ପରେ, ସେଦିନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମଧୁସୂଦନ ଦାସ ଲେଖିଥିଲେ, ""ଆମେ ତାଙ୍କୁ ହୁଏତ ଜଣେ ମହାନ୍ ବୀର, ଜଣେ ଦେଶସେବୀ, ଜଣେ ଯୋଦ୍ଧା, ଜଣେ ଧର୍ମ ସଂସ୍କାରକ ବା ଜଣେ ଦେବଦୂତ ଭାବେ ପୂଜା ନକରିପାରୁ । ମାତ୍ର ଜଣେ ଦକ୍ଷ ପଦାଧିକାରୀ, ରାଜନୀତିର ଜଣେ ଶିକ୍ଷକ, ଖ୍ୟାତି ଓ ଗୌରବର ଜଣେ ପଥପ୍ରଦର୍ଶକ, ଦେଶର ଜଣେ ବିଶିଷ୍ଟ ନାଗରିକ ତଥା ଜଣେ ଉଚ୍ଚ ପଦାଧିଷ୍ଠିତ ବ୍ୟକ୍ତି ଭାବରେ ଅନ୍ତତଃ ଗ୍ରହଣ କରିପାରିବା । ବିଗତ ୧୨୦ବର୍ଷ ଭିତରେ ଆମେ କେବେ ବି ଏହା କରିନାହୁଁ । ସେଦିନ ତାଙ୍କର ଶ୍ରାଦ୍ଧାଦି ସମାପନ ପରେ "ଉକ୍ରଳ ଦୀପିକା' (୨୧ ଏପି୍ରଲ ୧୮୯୪) ଲେଖିଥିଲେ, ""ପୁତ୍ର ପିତାଙ୍କ ଶ୍ରାଦ୍ଧକାର୍ଯ୍ୟ ସମାପ୍ତ କଲେ । ବର୍ତ୍ତମାନ ଆମ୍ଭମାନଙ୍କର କର୍ତ୍ତବ୍ୟକାର୍ଯ୍ୟରେ ଅଗ୍ରସର ହେବାର ସମୟ ଉପସ୍ଥିତ । ରାୟବାହାଦୁର ଆମ୍ଭମାନଙ୍କର ଚିର ଉପାସ୍ୟ ଦେବତା । ଅତଏବ ତାଙ୍କର ଏକ ଦେବମୂର୍ତ୍ତି ଓ ମନ୍ଦିର ସ୍ଥାପନ ଆବଶ୍ୟକ । ଆମ୍ଭମାନଙ୍କର ଶୀଘ୍ର ଏ କାର୍ଯ୍ୟରେ ବଦ୍ଧପରିକର ହେବା ଉଚିତ । ପରିତାପର ବିଷୟ ଏହି ଯେ ତାଙ୍କର ଦେବମୂର୍ତ୍ତି ବା ମନ୍ଦିର ସ୍ଥାପନ ତ ଦୂରର କଥା, ତାଙ୍କର ସ୍ମୃତି ବି ଏବେ ଆମର ବିସ୍ମୃତ । ସୁଖର କଥା ଯେ ଓଡ଼ିଶାର ବହୁ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ଅତୀତରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଛି । ଏବେ କିନ୍ତୁ ସେସବୁର ରକ୍ଷଣାବେକ୍ଷଣ ଯଥାଯଥ ଭାବରେ ହେଉନାହିଁ । ସଦ୍ୟ ସମାପ୍ତ ବିଧାନସଭାର ଶୀତକାଳୀନ ଅଧିବେଶନରେ ଜଣେ ବିଧାୟକଙ୍କର ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ସଂସ୍କୃତିମନ୍ତ୍ରୀ ଏହା ସ୍ୱୀକାର କରିଛନ୍ତି । ଜରାଜୀର୍ଣ୍ଣ ଅବସ୍ଥାରେ ଅବହେଳିତ ହୋଇ ରହିଥିବା ସ୍ୱାଧୀନତା ସଂଗ୍ରାମୀ ଓ ଅନ୍ୟ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ବୋଲି ମଧ୍ୟ କହିଛନ୍ତି । ଆହୁରି ଅନେକ ବରପୁତ୍ରଙ୍କର ବାସଭବନକୁ ସଂରକ୍ଷିତ କରାଯିବା ସହିତ ସେଠାରେ ସ୍ମାରକୀ ସଂଗ୍ରହାଳୟ କରାଯିବାର ଯୋଜନା କରାଯାଇଛି ଏବଂ ଏଥିପାଇଁ ୧୨କୋଟି ଟଙ୍କା ବ୍ୟୟ ହେବ ବୋଲି ମଧ୍ୟ ସେ ସୂଚାଇଛନ୍ତି; କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଯେଉଁ ନଅଜଣ ବରପୁତ୍ରଙ୍କର ନାମ ଏଥିପାଇଁ ଚୂଡ଼ାନ୍ତ ହୋଇଛି, ସେମାନଙ୍କ ମଧ୍ୟରେ ନନ୍ଦକିଶୋର ଦାସ ନାହାନ୍ତି । ଏଯାଏ ଓଡ଼ିଶାରେ କେଉଁଠି ହେଲେ ତାଙ୍କର ପ୍ରତିମୂର୍ତ୍ତିଟିଏ ନାହିଁ କି "ଉକ୍ରଳ ସାହିତ୍ୟ ସମାଜ'ରେ ଚିତ୍ରପଟଟିଏ ବି ନାହିଁ । ଏଣୁ ଆଜି ରାୟବାହାଦୁର ନନ୍ଦକିଶୋର ଦାସଙ୍କର ବିୟୋଗ ଭୂମି ତଥା ତାଙ୍କର ପବିତ୍ର ସମାଧି ପୀଠରେ ଠିଆ ହେବାବେଳେ ଉକ୍ରଳମଣି ଗୋପବନ୍ଧୁ କବିତାରୁ ଆଉ ପଦଟିଏ ମନେପଡ଼େ । ଗୋପବନ୍ଧୁ ତାଙ୍କ "ବନ୍ଦୀର ଆତ୍ମକଥା'ରେ ଏକଦା ଲେଖିଥିଲେ, ""ପୂର୍ବ ପୁରୁଷର ପବିତ୍ର ଶ୍ମଶାନ ଦେଶର ଜାତିର ଗଉରବ ଗାନ ପୁଣ୍ୟ ଜନ୍ମମାଟି ପୁଣ୍ୟ ଦେବାଳୟ ଉଦ୍ଧରିବା ପାଇଁ କଲେ ତନୁକ୍ଷୟ ମାନବ ଜନମ ହୁଅଇ ସଫଳ ଏ ମହାଦୀକ୍ଷା କି ବୁଝିବ ଉକ୍ରଳ ! ନନ୍ଦକିଶୋରଙ୍କ ପରି ଅକାଳରେ ବିୟୋଗ ଘଟିଥିଲା ଗୋପବନ୍ଧୁଙ୍କର । ଦେଶ ଓ ଦଶପାଇଁ ତାଙ୍କର ତ୍ୟାଗର ମହାଦୀକ୍ଷାକୁ ଯେତେ ଅଳ୍ପ ହେଉ ପଛେ, ଏ ଉକ୍ରଳ ବୁଝିଛି; କିନ୍ତୁ ପରିତାପର ବିଷୟ ଯେ "କର୍ତ୍ତବ୍ୟର ଅନୁପ୍ରେରଣାରେ ଜୀବନ ଉତ୍ସର୍ଗ' କରିଥିବା ରାୟବାହାଦୁର ନନ୍ଦକିଶୋର ଦାସଙ୍କୁ ସେଦିନର ଇଂରେଜ ସରକାରଙ୍କ ସଚିବ କଟନ୍ ସାହେବ ଯେତିକି ବୁଝିଥିଲେ, ସେତିକି ବି ଆମେ ଏଯାଏ ବୁଝିନାହୁଁ । ଏ ବିଡ଼ଙ୍କନାରୁ ବର୍ତ୍ତିବାପାଇଁ ନନ୍ଦକିଶୋର ଦାସଙ୍କର ଏକ ପୂର୍ଣ୍ଣାଙ୍ଗ ଜୀବନୀଗ୍ରନ୍ଥ ପ୍ରଣୟନର ଅନେକ ଆବଶ୍ୟକତା ଆଜି ଅନୁଭୂତ ହେଉଛି । ତାହା ହିଁ ହେବ ଉକ୍ରଳର ସେହି "ମନୁମେଣ୍ଟ'ଙ୍କର ଯଥାଯୋଗ୍ୟ କୀର୍ତ୍ତିସ୍ତମ୍ଭ ।

ପ୍ରଜ୍ଞାନ ଓଝା (ସମାଜ, ପୃ ୧୫)

ପ୍ରଜ୍ଞାନ ଓଝା ନିଲମ୍ବିତ ହାଇଦରାବାଦ, ୨୭ା୧୨- ଓଡ଼ିଆ ବାମହାତି ସ୍ପିନର ପ୍ରଜ୍ଞାନ ଓଝା କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କି୍ରକେଟ ମ୍ୟାଚ୍‍ରେ ବୋଲିଂ କରିପାରିବେ ନାହିଁ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରଜ୍ଞାନଙ୍କ ବୋଲିଂ ଆକ୍ସନ୍‍କୁ ଅବୈଧ ଘୋଷଣାକରି ତାଙ୍କ ବୋଲିଂ ବାସନ୍ଦ କରିଛି । ପ୍ରଜ୍ଞାନଙ୍କ ଆସୋସିଏସନ୍‍ ହାଇଦରାବାଦ କ୍ରିକେଟ ଆସୋସିଏସନ୍‍ (ଏଚ୍‍ସିଏ)ର ଅନୁରୋଧରେ ଚେନ୍ନଇରେ ବିସିସିଆଇ ପ୍ରଜ୍ଞାନଙ୍କ ବୋଲିଂ ଆକ୍ସନ୍‍ର ପରୀକ୍ଷା କରିଥିଲା । ଏଥିରୁ ବିସିସିଆଇକୁ ରିପୋର୍ଟ ମିଳିଥିଲା ଯେ ପ୍ରଜ୍ଞାନ ଅନୁମତି ମିଳିଥିବା ୧୫ ଡିଗ୍ରିରୁ ଅଧିକ କହୁଣୀ ବଙ୍କା କରୁଛନ୍ତି । ତେଣୁ ତାଙ୍କ ଆକ୍ସନ୍‍ ସମ୍ପୂର୍ଣ୍ଣ ବୈଧ ଘୋଷିତ ନହେବା ପର୍ଯ୍ୟନ୍ତ ପ୍ରଜ୍ଞାନ ଆଉ ବୋଲିଂ କରିପାରିବେ ନାହିଁ ବୋଲି ଏଚ୍‍ସିଏକୁ ଏକ ପତ୍ରଲେଖି ବିସିସିଆଇ ଜଣାଇ ଦେଇଛି । ତେଣୁ ହାଇଦରାବାଦ ରଣଜୀ ଟ୍ରଫି ଦଳରୁ ପ୍ରଜ୍ଞାନଙ୍କୁ କାଢ଼ି ନିଆଯାଇଛି । ପ୍ରାୟ ବର୍ଷେ ହେଲା ତାଙ୍କ ଆକ୍ସନ ନେଇ ପ୍ରଜ୍ଞାନ ଉପରେ ବିସିସିଆଇ ଦୃଷ୍ଟି ରଖିଥିଲା । ଏହି କାରଣରୁ କମ୍‍ ମ୍ୟାଚ୍‍ରେ ୧୦୦ ଟେଷ୍ଟ ୱିକେଟ ନେବା ସତ୍ତ୍ୱେ ମନୋନୟନକାରୀ ପ୍ରଜ୍ଞାନଙ୍କୁ ଭାରତୀୟ ଦଳରେ ନେଇନଥିଲେ । ଏହାକୁ ନେଇ ଜାତୀୟ ମନୋନୟନକାରୀଙ୍କ ସହ ପ୍ରଜ୍ଞାନ ଆଲୋଚନା କରିଥିଲେ । ପରେ ଆଇସିସି ଅନୁମୋଦିତ କେନ୍ଦ୍ର ଚେନ୍ନଇକୁ ଯାଇ ଆକ୍ସନ ପରୀକ୍ଷା ଦେବାକୁ ପ୍ରଜ୍ଞାନଙ୍କୁ ମନୋନୟନକାରୀ କହିଥିଲେ । ସେଠାରେ ପ୍ରଜ୍ଞାନ ନିରାଶ ହୋଇଛନ୍ତି । ଗତ ଅକ୍ଟୋବରରେ ତାଙ୍କ ଆକ୍ସନ୍‍କୁ ନେଇ ବିସିସିଆଇର ସନେ୍ଦହ ଥିବା କଥା ପ୍ରଜ୍ଞାନଙ୍କୁ ସୂଚନା ମିଳିଥିଲା । ତେଣୁ ସେ ରଣଜୀ ଟ୍ରଫି ମ୍ୟାଚ୍‍ରେ ହାଫ୍‍ସାର୍ଟ ପିନ୍ଧି ବୋଲିଂ କରିଥିଲେ । ହାଇଦରାବାଦ ପାଇଁ ୩ଟି ରଣଜୀ ମ୍ୟାଚ୍‍ରୁ ପ୍ରଜ୍ଞାନ ମାତ୍ର ୪ଟି ୱିକେଟ ନେଇଛନ୍ତି । ୨୪ଟି ଟେଷ୍ଟରୁ ୧୧୩ଟି ୱିକେଟ ନେଇଥିବା ପ୍ରଞ୍ଜାନ ଏବେ ଚେନ୍ନଇରେ ଯାଇ ତାଙ୍କ ଆକ୍ସନ ସୁଧାରିବେ ଏବଂ ପରେ ସେ ପରୀକ୍ଷାଦେଇ ଆଇସିସିରୁ ସବୁଜସଙ୍କେତ ପାଇବାର ପ୍ରୟାସ କରିବେ । ଏପରି ସ୍ଥିତିରେ ଆନ୍ତର୍ଜାତିକ କ୍ରିକେଟ୍‍କୁ ଫେରିବା ପ୍ରଜ୍ଞାନଙ୍କ ପାଇଁ କଷ୍ଟକର ହୋଇପଡ଼ିବ । ମୁଙ୍କଇ ଇଣ୍ଡିଆନ୍‍ସ ପ୍ରଜ୍ଞାନଙ୍କୁ ରିଲିଜ୍‍ କରିଥିଲେ ହେଁ ବିସିସିଆଇ ତାଙ୍କୁ ଗ୍ରେଡ୍‍ ‘ବି’ ଚୁକ୍ତି ପ୍ରଦାନ କରିଛି ।ହାଇଦରାବାଦ, ୨୭ା୧୨- ଓଡ଼ିଆ ବାମହାତି ସ୍ପିନର ପ୍ରଜ୍ଞାନ ଓଝା କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କି୍ରକେଟ ମ୍ୟାଚ୍‍ରେ ବୋଲିଂ କରିପାରିବେ ନାହିଁ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରଜ୍ଞାନଙ୍କ ବୋଲିଂ ଆକ୍ସନ୍‍କୁ ଅବୈଧ ଘୋଷଣାକରି ତାଙ୍କ ବୋଲିଂ ବାସନ୍ଦ କରିଛି । ପ୍ରଜ୍ଞାନଙ୍କ ଆସୋସିଏସନ୍‍ ହାଇଦରାବାଦ କ୍ରିକେଟ ଆସୋସିଏସନ୍‍ (ଏଚ୍‍ସିଏ)ର ଅନୁରୋଧରେ ଚେନ୍ନଇରେ ବିସିସିଆଇ ପ୍ରଜ୍ଞାନଙ୍କ ବୋଲିଂ ଆକ୍ସନ୍‍ର ପରୀକ୍ଷା କରିଥିଲା । ଏଥିରୁ ବିସିସିଆଇକୁ ରିପୋର୍ଟ ମିଳିଥିଲା ଯେ ପ୍ରଜ୍ଞାନ ଅନୁମତି ମିଳିଥିବା ୧୫ ଡିଗ୍ରିରୁ ଅଧିକ କହୁଣୀ ବଙ୍କା କରୁଛନ୍ତି । ତେଣୁ ତାଙ୍କ ଆକ୍ସନ୍‍ ସମ୍ପୂର୍ଣ୍ଣ ବୈଧ ଘୋଷିତ ନହେବା ପର୍ଯ୍ୟନ୍ତ ପ୍ରଜ୍ଞାନ ଆଉ ବୋଲିଂ କରିପାରିବେ ନାହିଁ ବୋଲି ଏଚ୍‍ସିଏକୁ ଏକ ପତ୍ରଲେଖି ବିସିସିଆଇ ଜଣାଇ ଦେଇଛି । ତେଣୁ ହାଇଦରାବାଦ ରଣଜୀ ଟ୍ରଫି ଦଳରୁ ପ୍ରଜ୍ଞାନଙ୍କୁ କାଢ଼ି ନିଆଯାଇଛି । ପ୍ରାୟ ବର୍ଷେ ହେଲା ତାଙ୍କ ଆକ୍ସନ ନେଇ ପ୍ରଜ୍ଞାନ ଉପରେ ବିସିସିଆଇ ଦୃଷ୍ଟି ରଖିଥିଲା । ଏହି କାରଣରୁ କମ୍‍ ମ୍ୟାଚ୍‍ରେ ୧୦୦ ଟେଷ୍ଟ ୱିକେଟ ନେବା ସତ୍ତ୍ୱେ ମନୋନୟନକାରୀ ପ୍ରଜ୍ଞାନଙ୍କୁ ଭାରତୀୟ ଦଳରେ ନେଇନଥିଲେ । ଏହାକୁ ନେଇ ଜାତୀୟ ମନୋନୟନକାରୀଙ୍କ ସହ ପ୍ରଜ୍ଞାନ ଆଲୋଚନା କରିଥିଲେ । ପରେ ଆଇସିସି ଅନୁମୋଦିତ କେନ୍ଦ୍ର ଚେନ୍ନଇକୁ ଯାଇ ଆକ୍ସନ ପରୀକ୍ଷା ଦେବାକୁ ପ୍ରଜ୍ଞାନଙ୍କୁ ମନୋନୟନକାରୀ କହିଥିଲେ । ସେଠାରେ ପ୍ରଜ୍ଞାନ ନିରାଶ ହୋଇଛନ୍ତି । ଗତ ଅକ୍ଟୋବରରେ ତାଙ୍କ ଆକ୍ସନ୍‍କୁ ନେଇ ବିସିସିଆଇର ସନେ୍ଦହ ଥିବା କଥା ପ୍ରଜ୍ଞାନଙ୍କୁ ସୂଚନା ମିଳିଥିଲା । ତେଣୁ ସେ ରଣଜୀ ଟ୍ରଫି ମ୍ୟାଚ୍‍ରେ ହାଫ୍‍ସାର୍ଟ ପିନ୍ଧି ବୋଲିଂ କରିଥିଲେ । ହାଇଦରାବାଦ ପାଇଁ ୩ଟି ରଣଜୀ ମ୍ୟାଚ୍‍ରୁ ପ୍ରଜ୍ଞାନ ମାତ୍ର ୪ଟି ୱିକେଟ ନେଇଛନ୍ତି । ୨୪ଟି ଟେଷ୍ଟରୁ ୧୧୩ଟି ୱିକେଟ ନେଇଥିବା ପ୍ରଞ୍ଜାନ ଏବେ ଚେନ୍ନଇରେ ଯାଇ ତାଙ୍କ ଆକ୍ସନ ସୁଧାରିବେ ଏବଂ ପରେ ସେ ପରୀକ୍ଷାଦେଇ ଆଇସିସିରୁ ସବୁଜସଙ୍କେତ ପାଇବାର ପ୍ରୟାସ କରିବେ । ଏପରି ସ୍ଥିତିରେ ଆନ୍ତର୍ଜାତିକ କ୍ରିକେଟ୍‍କୁ ଫେରିବା ପ୍ରଜ୍ଞାନଙ୍କ ପାଇଁ କଷ୍ଟକର ହୋଇପଡ଼ିବ । ମୁଙ୍କଇ ଇଣ୍ଡିଆନ୍‍ସ ପ୍ରଜ୍ଞାନଙ୍କୁ ରିଲିଜ୍‍ କରିଥିଲେ ହେଁ ବିସିସିଆଇ ତାଙ୍କୁ ଗ୍ରେଡ୍‍ ‘ବି’ ଚୁକ୍ତି ପ୍ରଦାନ କରିଛି ।

ରବିବାର ସମାଜ[ସମ୍ପାଦନା]

ପୃଷ୍ଠା ୨

ଡିସେମ୍ବର ୪ରେ ବିଶିଷ୍ଟ ଆଇନ ଜ୍ଞ ତଥା ସୁପ୍ରିମ କୋର୍ଟର ପୂର୍ବତ ନ ନ୍ୟାୟାଧୀଶ ଭିଆର କ୍ରିଷ୍ଣା ଆୟାର ଙ୍କ ପରଲୋକ । ଡିସେମ୍ବର ୨ରେ ଦୁର୍ନୀତି ଅଭିଯୋଗେ ର ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତ ନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ର ୀ ଏଆର ଆନ୍ତୁଲେ ଙ୍କ ପରଲୋକ । „ ଡିସେମ୍ବର ୨ରେ ବଲିଉଡର ହାସ୍ୟ ଅଭିନେତା ଦେବେନ ବର୍ମା ଙ୍କ ନିଧନ । „ ନଭେଙ୍କର ୩ରେ ବଲିଉଡ ଚଳଚ୍ଚିତ୍ର ଅଭିନେତା ସଦାଶିବ ଅମରପୁରକର ଙ୍କ ପରଲୋକ । „ ନଭେଙ୍କର ୯ରେ ସାମ୍ୟବାଦୀ ନେତା ଏମଭି ରାଘବନ ଙ୍କ ପରଲୋକ । „ ନଭେଙ୍କର ୧୨ରେ ଚଳଚ୍ଚି ତ୍ର ପ୍ରଯୋଜକ ତଥା ନିଦେ୍ର୍ଧଶକ ର ବି ଚୋପ୍ରା ଙ୍କ ନିଧନ । „ ନଭେଙ୍କର ୨୪ରେ ପୂର୍ବତନ କେ ନ୍ଦ୍ର ମନ୍ତ୍ରୀ ମୁରଲୀ ଦେଓରା ଙ୍କ ପରଲୋକ । „ ଅକ୍ଟୋବର ୯ରେ ପ୍ରଖ୍ୟାତ ସାଙ୍କାଦି କ ଏମଭି କାମାଥ ଙ୍କ ପରଲୋକ „ ଜୁଲାଇ ୧୦ରେ ବଲିଉଡର ବର୍ଷିୟାନ ଅଭିନେତ୍ରୀ ଜୋହରା ସହଗଲ ଙ୍କ ପରଲୋକ । „ ଜୁନ ୩ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଗୋପୀନାଥ ମୁଣ୍ଡେ ଙ୍କ ସଡ଼କ ଦୁର୍ଘଟଣାରେ ମୃତୁ୍ୟ । „ ମେ ୯ରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏ ନ. ଜନାର୍ଦ୍ଧନ ରେଡ୍ଡୀ ଙ୍କ ପରଲୋକ । „ ମାର୍ଚ୍ଚ ୩ରେ ବଲିଉଡ ଅଭିନେତ୍ର ୀ ନନ୍ଦା ଙ୍କ ପରଲୋକ । „ ମାର୍ଚ୍ଚ ୨୦ରେ ବିଶିଷ୍ଟ ଲେଖକ ତଥ ଖ୍ୟାତନାମା ସାଙ୍କାଦିକ ଖୁସୱନ୍ତ ସିଂହ ଙ୍କ ପରଲୋକ „ ଜାନୁୟାରୀ ୧୭ରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ସୁଚିତ୍ରା ସେନ ଙ୍କ ନିଧନ „ ଜାନୁଆରୀ ୧୭ରେ ଚର୍ଚ୍ଚିତା ମହିଳା ତଥା ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କର ଙ୍କ ସନେ୍ଦହଜନକ ମୃତୁ୍ୟ । „ ଡିସେମ୍ବର ୯ରେ ଓଡ଼ିଆ ଫିଲ୍ମର ହାସ୍ୟ ଅଭିନେତ୍ରୀ ମାମିନା ଶତପଥୀ ଙ୍କ ପରଲୋକ । „ ନଭେଙ୍କର ୨୫ରେ ଓଡ଼ିଅ ଅଭିନେତା ବୀରେନ ରାଉତରାୟ ଙ୍କ ନିଧନ । „ ଅକଟୋବର ୨୪ରେ ବରିଷ୍ଠ ଓଡ଼ିଅ ଫିଲ୍ମ ଅଭିନେତ୍ରୀ ସାଧନା ପରିଜ (ରୁନୁ) ଙ୍କ ପରଲୋକ । „ ମେ ୩୧ରେ ବର୍ଷୀୟାନ କ ବି ବ୍ରଜନାଥ ରଥ ଙ୍କ ପରଲୋକ „ ମେ ୧୨ରେ ବରିଷ୍ଠ ଓଡ଼ିଆ ଫିଲ୍ମ ଅଭିନେତା ଶରତ ପୂଜାରୀ ଙ୍କ ପରଲୋକ । „ ହୃଦବକ୍ଷ ଶଲ୍ୟ ଚିକିତ୍ସକ ଡାଃ କବି ପ୍ରସାଦ ମିଶ୍ର ଙ୍କ ପରଲୋକ । „ ବିଶିଷ୍ଟ ଯୋଗ ଗୁରୁ ବି କେଏସ ଆୟେଙ୍ଗାର ଙ୍କ ଅଗଷ୍ଟ ୨୦ରେ ପରଲୋକ ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଶ୍ରେଷ୍ଠ ଚଳଚ୍ଚିତ୍ର: ଶଲାବୁଢ଼ା ଶ୍ରେଷ୍ଠ ନିର୍ଦେଶକ: ସବ୍ୟସାଚୀ ମହାପାତ୍ର (ଶଲାବୁଢ଼ା) ଶ୍ରେଷ୍ଠ ଅଭିନେତା: ଅଟଳ ବିହାରୀ ପଣ୍ଡା (ଶଲାବୁଢ଼ା) ଶ୍ରେଷ୍ଠ ଅଭିନେତ୍ରୀ: ଅର୍ଚ୍ଚିତା ସାହୁ (ଏସିପି ସାଗରିକା) ଜୟଦେବ ପୁରସ୍କାର: ଖ୍ୟାତନାମା ଗୀତିକାର, କାହାଣୀକାର ଓ ନିର୍ଦେଶକ ପ୍ରସନ୍ନ ନାୟକଙ୍କୁ ଜୟଦେବ ପୁରସ୍କାର ପ୍ରଦାନ

ସାହିତ୍ୟରେ କୃତିତ୍ୱ

" ଦ ନେରୋ ରୋଡ ଟୁ ଡିପ ନର୍ଥ' ପୁସ୍ତକ ପାଇଁ ରିଚାର୍ଡ ଫ୍ଲାନାଗନଙ୍କୁ "ଦ ମ୍ୟାନ ବୁକର' ପୁରସ୍କାର ା ଗୋପାଳକୃଷ୍ଣ ରଥ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ରେ ସମ୍ମାନିତ । କେଦାରନାଥ ସିଂହଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ । ପ୍ରତିଭା ରାୟଙ୍କୁ କଳିଙ୍ଗ ରତ୍ନ ସମ୍ମାନ ା ଗୋବିନ୍ଦ ମିଶ୍ରଙ୍କୁ ସରସ୍ୱତୀ ସମ୍ମାନ ା ପ୍ରତିଭା ଶତପଥୀଙ୍କୁ ସାହିତ୍ୟ ଭାରତୀ ସମ୍ମାନ ା ଶାନ୍ତନୁ ଆଚାର୍ଯ୍ୟଙ୍କୁ ଶାରଳା ସମ୍ମାନ ା ପ୍ରଫୁଲ୍ଲ ଦାସଙ୍କୁ ଶାରଳା ପୁରସ୍କାର ା

ଗ୍ଲାମର ଦୁନିଆ ଇଣ୍ଡିଆଜ୍‍ ର’ ଷ୍ଟାର:

ପୁରୀ ଜିଲା ନିମାପଡ଼ା ବ୍ଲକ ବେଲପଡ଼ା ଗ୍ରାମର ଋତୁରାଜ ମହାନ୍ତି ଷ୍ଟାରପ୍ଲସ୍‍ରେ ପ୍ରସାରିତ ରିଅଲିଟି ଶୋ’ "ଇଣ୍ଡିଆଜ୍‍ ର’ ଷ୍ଟାର ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ।


ପୃଷ୍ଠା ୪

୪ ମନୋରଞ୍ଜନ ୦୧୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ୨୭ଟି ସିନେମା । ଏ ବର୍ଷ ପ୍ରଯୋଜନାରେ ରେକର୍ଡ କରିଥିଲା ସାର୍ଥକ ଫିଲ୍ମସ୍ । ପ୍ରଯୋଜକ ସୀତାରାମ ଅଗ୍ରୱାଲ ଏହି ବର୍ଷ ୪ଟି ସିନେମା ‘ଆଖିରେ ଆଖିରେ’, ‘ଗୋଲାପି ଗୋଲାପି’, ‘ଲେଖୁଲେଖୁ ଲେଖିଦେଲି’ ଓ ‘ପାଗଳ କରିଚୁ ତୁ’ ନିର୍ମାଣ କରି ରେକର୍ଡ କରିଥିଲେ । ସେହିପରି ନିର୍ଦେଶକ ସୁଶାନ୍ତ ମଣି ଏହି ସିନେମାଗୁଡ଼ିକରେ ନିର୍ଦେଶନା ଦେଇ ରେକର୍ଡ କରିଥିବାବେଳେ ସଙ୍ଗୀତକାର ବିକାଶ ଦାସ ସର୍ବାଧିକ ୫ଟି ସିନେମା- ‘ଡାଡି-ଦି ଲିଭିଂ ଗଡ୍’, ‘ଗୋଲାପି ଗୋଲାପି’, ‘ଲେଖୁ ଲେଖୁ ଲେଖିଦେଲି’, ‘ପାଗଳ କରିଚୁ ତୁ’ ଓ ‘ମୁଁ ତା’ର କିଏ’ରେ ସଙ୍ଗୀତ ଦେବାର ସୌଭାଗ୍ୟ ଲାଭ କରିଥିଲେ । ଅଭିନେତା, ସଂଳାପକାର, ଗୀତିକାର ଓ ପ୍ରଯୋଜକ ଶ୍ରୀକାନ୍ତ ଗୌତମ ଏହି ବର୍ଷ ସର୍ବାଧିକ ୫ଟି ଓଡ଼ିଆ ସିନେମା- ‘ଆଖିରେ ଆଖିରେ’, ‘ଗୋଲାପି ଗୋଲାପି’, ‘ଲେଖୁ ଲେଖୁ ଲେଖିଦେଲି’, ‘ପାଗଳ କରିଚୁ ତୁ’ ଓ ‘ୱାନ ୱେ ଟ୍ରାଫିକ୍’ର ସଂଳାପ ଲେଖିବା ଉଲ୍ଲେଖନୀୟ । ସେହିପରି ଅଭିନେତା ମିହିର ଦାସ ସର୍ବାଧିକ ୯ଟି ଓଡ଼ିଆ ସିନେମା- ‘ତୁ ଆଉ ମୁଁ’, ‘ପୁଣି ଦେଖାହବ ଆର ଜନମରେ’, ‘ସ୍ମାଇଲ ପ୍ଲିଜ୍’, ‘ଡାଡି’, ‘ଗୋଲାପି ଗୋଲାପି’, ‘ସଂଗମ’, ‘ଆମେ ତ ଟୋକା ଷଣ୍ଢମାର୍କା’, ‘ପାଗଳ କରିଚୁ ତୁ’ ‘ମୁଁ ତା’ର କିଏ’ରେ ଅଭିନୟ କରି ସଫଳତା ହାସଲ କରିଥିଲେ । ବର୍ଷ ୨୦୧୪ରେ ୬୦ଟି ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ ରହି ନୂତନ ବର୍ଷ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି । ନୂଆ ଚେହେରା ଏ ବର୍ଷ ଅଭିନୟ କ୍ଷେତ୍ରରେ ବେଶ୍ କିଛି ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରେ ଥିଲେ- ବିଜେନ୍ଦ୍ର, ବନ୍ଦନା (ତୁ ଆଉ ମୁଁ), କଳ୍ପନା (ହରି ବୋଲ ନୁହଁ ଟଙ୍କା ବୋଲ), ରୋନକ (ସାହିତ୍ୟ ଦିଦି), ଲିଙ୍କନ, କୁନମୁନ (କିଡନାପ୍), ସମ୍ଭବ, ତପସ୍ୟା (ୱାନ ୱେ ଟ୍ରାଫିକ୍), ସୂରଯ କୁମାର (କ୍ରିଷ୍ଣା ଗୋବିନ୍ଦା), ପ୍ରିୟାଂଶୀ (ଗଞ୍ଜା ଲଢ଼େଇ) । ସେହିପରି ପ୍ରଯୋଜନାରେ ପ୍ରଭାତୀ ମହାପାତ୍ର (ଜୟ ହିନ୍ଦ୍), ରବିନ- ରାଜେଶ (ସ୍ମାଇଲ ପ୍ଲିଜ୍), ଚିତ୍ତରଞ୍ଜନ ମିଶ୍ର (ଡାଡି), ଶ୍ରୀନିବାସ (ହରିବୋଲ ନୁହଁ ଟଙ୍କା ବୋଲ), ଶାନ୍ତି ସୁଧାକର (ଓମ୍), ଦିବ୍ୟଜ୍ୟୋତି-ଜୀମୂତ (ସଙ୍ଗମ), ପ୍ରଦୀପ ଏରା ( ୨୦୧୪- ଫିଅର ଅଫ୍ ଦି ଇୟର), ଲୋକନାଥ ଦାଶ (କିଡନାପ୍), ସତ୍ୟକାନ୍ତ ସାହୁ (କ୍ରିଷ୍ଣାଗୋବିନ୍ଦା), ସଙ୍ଗୀତା ଶତପଥୀ (ଆମେ ତ ଟୋକା ଷଣ୍ଢମାର୍କା), ଯୁକ୍ତା (ମୁଁ ତା’ର କିଏ), ଯୁଗାଂଶୁ ଶେଖର ପଣ୍ଡା (ତମେ ଥିଲେ ସାଥୀରେ), ଶ୍ୟାମ-ସଞ୍ଜୀବ(ଗଞ୍ଜା ଲଢ଼େଇ) । ନିର୍ଦେଶନାରେ କ୍ରିଷ୍ଣା ପ୍ରସାଦ (ହରିବୋଲ ନୁହଁ ଟଙ୍କା ବୋଲ), ଯତୀନ କୁମାର (ସଙ୍ଗମ), ତାପସ-ପ୍ରଦୀପ (୨୦୧୪-ଫିଅର ଅଫ୍ ଦି ଇୟର), ଅଶୋକ ମହାନ୍ତି (ପୁଣି ଦେଖାହବ ଆର ଜନମରେ), ସୀମାଂଚଳ ନାୟକ (କିଡନାପ୍), ଟି. ଗଣେଶ (କ୍ରିଷ୍ଣା ଗୋବିନ୍ଦା), ଆର ଭଗତ ସିଂହ(ଆମେ ତ ଟୋକା ଷଣ୍ଢମାର୍କା) । ସ୍ୱର ସଂଯୋଜନାରେ ଦେବୀତୋଷ ଆଚାର୍ଯ୍ୟ (ତୁ ଆଉ ମୁଁ), ଶ୍ୟାମ ପ୍ରସନ୍ନ (୨୦୧୪- ଫିଅର ଅଫ୍ ଦି ଇୟର), ଏସ୍. ଚନ୍ଦ୍ରକାନ୍ତ (କ୍ରିଷ୍ଣା ଗୋବିନ୍ଦା), ହରପ୍ରୀତ (ସଙ୍ଗମ), ଭାନୁ-ଅଂଶୁମାନ (ହରିବୋଲ ନୁହଁ ଟଙ୍କା ବୋଲ୍)ଙ୍କୁ ଦେଖିବାକୁ ମିଳିଥିଲା । ରାଜନୀତିରେ ସିନେ ତାରକା ୨୦୧୪ ସାଧାରଣ ନିର୍ବାଚନରେ ରାଜନୀତି ମଇଦାନରେ ସାମିଲ ହୋଇଥିଲେ ବିଜୟ ମହାନ୍ତି, ଅପରାଜିତା, ସିଦ୍ଧାନ୍ତ, ଆକାଶ, ପପୁ, କଣ୍ଠଶିଳ୍ପୀ ସୁବାସ ଦାସ ପ୍ରମୁଖ । ହେଲେ ଏମାନଙ୍କ ମଧ୍ୟରୁ କେବଳ ସାଂସଦଭାବେ ସିଦ୍ଧାନ୍ତ ଓ ବିଧାୟକଭାବେ ଆକାଶ ବିଜୟୀ ହୋଇଥିବାବେଳେ ଅନ୍ୟମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଅନ୍ୟପକ୍ଷରେ ଅଭିନେତା ଅନୁଭବ ରାଜ୍ୟସଭାକୁ ଯିବା ମଧ୍ୟ ଉଲ୍ଲେଖନୀୟ । ଯଲିଉଡ ଆହ୍ୱାନର ବର୍ଷ ଯା ତ୍ରା ଜଗତ ପାଇଁ ୨୦୧୪ ଅନେକ ଆହ୍ୱାନ ଛିଡ଼ା କରାଇଛି । କିଛି ପୁରୁଣା ପାର୍ଟିର ସ୍ଥିତି ଦୋହଲି ଯାଇଥିବାବେଳେ ଏକାଧିକ ନୂଆ ପାର୍ଟି ଜନ୍ମ ହେବାର କେଇଦିନ ମଧ୍ୟରେ ମୃତୁ୍ୟକୁ ଆପଣାଇଛନ୍ତି । ବର୍ଷର ଚର୍ଚ୍ଚିତ ନାଟକଗୁଡ଼ିକ ମଧ୍ୟରେ ରହିଛି- ସ୍ତ୍ରୀମାନେ ସାବଧାନ, ଏ ରଜନୀ ତୁ କାହାର ସଜନୀ, ମୁଁ ଚିଡ଼ିଆଖାନାର ବୋହୂ, ରାଜଧାନୀ ଝିଅ ରାଜନନ୍ଦିନୀ, ଦଇତାରୀ ପଣ୍ଡା ବାହା ହଉଛି, ଲକ୍ଷେଟଙ୍କିଆ ଝିଅ, ଡାକବଙ୍ଗଳାର ଡାର୍ଲିଂ, ବୁଢ଼ୀବୋଉ ଆଇ ଲଭ୍ ୟୁ, ଭୁଲ ବୁଝିବନି ରହିଲା ରାଣ, କାହିଁକି କାନ୍ଦୁଛୁ ଶୁଣିବ କିଏ, ଅଙ୍ଗନବାଡ଼ି ଦିଦି, ମୁଁ ମନ୍ତ୍ରୀଙ୍କ ବୋହୂ, ଗୋଲାପି ଦିଦି, ବାଲେଶ୍ୱର ବୋହୂ, ମଙ୍ଗଳଗ୍ରହର ଝିଅ, ବଦନାମ ବାଦଶାହା, ରଙ୍ଗ ଲଗେଇଛି ରଙ୍ଗବତୀ, ଶ୍ୱଶୁର ଘରକୁ ଶହେ ସଲାମ, କାହିଁକି ଏମିତି ହେଲା ପ୍ରଭୃତି । ସେହିପରି ଏହିବର୍ଷ ରାଜଧାନୀରେ ହୀରାଲାଲ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ଯାତ୍ରା ଆୱାର୍ଡ ପ୍ରଦାନ କରାଯିବା ମଧ୍ୟ ଉଲ୍ଲେଖନୀୟ । „ ଚର୍ଚ୍ଚିତ ବିବାହ ୨୦୧୪ରେ ହାତକୁ ଦି’ହାତ ହୋଇଥିଲେ ଓଲିଉଡର ସବୁଠାରୁ ନାମୀ ଯୋଡ଼ି ଅନୁଭବ-ବର୍ଷା । ସେହିପରି ଲଭରବୟ ବାବୁଶାନ ତାଙ୍କ ସହପାଠିନୀ ତୃପ୍ତିଙ୍କୁ ଅଦାଲତରେ ବିବାହ କରି ସମସ୍ତଙ୍କୁ ବିସ୍ମିତ କରିଥିଲେ । ନାୟିକା ରାଲି ନନ୍ଦ, ପ୍ରିୟା ଚୌଧୁରୀ, ବ୍ୟାଡବୟ ସମରେଶ, କେକେ, ଇଜି, ପତ୍ରାଳୀ ପ୍ରମୁଖଙ୍କ ବିବାହ ବେଶ୍ ଧୂମ୍ଧାମରେ ହୋଇଥିଲା । ଅନୁଭବ-ବର୍ଷା ଛୋଟପରଦା ଧାରାବାହିକ ବନାମ ରିଅଲିଟି ଶୋ’ ଚ ଉଦରେ ଛୋଟ ପରଦାରେ ଧାରାବାହିକ ଓ ରିଅଲିଟି ଶୋ’ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । ପାରିବାରିକ କାହାଣୀକୁ ଆଧାର କରି ପ୍ରସ୍ତୁତ ‘ତୋ ଅଗଣାର ତୁଳସୀ ମୁଁ’, ‘ପରୀ’, ‘ବଧୂ’, ‘ମାନିନୀ’, ‘ନଦୀ ଫେରେ ସାଗରକୁ’, ‘ନେଇଯା’ରେ ମେଘ ମତେ’, ‘ରାଜକନ୍ୟା’, ‘ଦୁର୍ଗା’, ‘ମୋ ଜେଜେମା’, ‘ସ୍ୱାଭିମାନ’, ‘ଅପା’, ‘ବଡ଼ଘର ବଡ଼ ଗୁମର କଥା’, ‘ତପସ୍ୟା’, ‘ସାହାନାଇ’, ‘ଆହୁତି’, ‘କେମିତି ଏ ବନ୍ଧନ’ ଧାରାବାହିକଗୁଡ଼ିକ ବର୍ଷବ୍ୟାପୀ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ସେହିପରି ରିଅଲିଟି ଶୋ’ ‘ଗୃହଲକ୍ଷ୍ମୀ’, ‘ମାଲାମାଲ୍’, ‘ସାଧବବୋହୂ’, ‘କିଏ ହବ ମୋ ହିରୋଇନ’, ‘ମୁଁ ବି ହିରୋଇନ ହେବି’, ‘ସ୍ୱର ଓଡ଼ିଶାର’, ‘ମୁ୍ୟଜିକ୍ ମହାସଂଗ୍ରାମ’, ‘ରଜ କୁଇନ୍’ ପ୍ରଭୃତିର ବେଶ୍ ଚାହିଦା ଦେଖିବାକୁ ମିଳିଥିଲା । ବିଭିନ୍ନ ଚାନେଲଗୁଡ଼ିକ ସିରିଆଲ ଅପେକ୍ଷା ରିଅଲିଟି ଶୋ’କୁ ଅଧିକ ଗୁରୁତ୍ୱ ଦେବା ଉଲ୍ଲେଖନୀୟ । „ ଆମେ ତ ଟୋକା ଷଣ୍ଢମାର୍କା ୱାନ ୱେ ଟ୍ରାଫି କ ମୁଁ ତା’ର କିଏ କ୍ରିଷ୍ଣାଗୋବିନ୍ଦା ଜୟ ହିନ୍ଦ୍‍ ଓଲିଉଡ: ଆଶ୍ୱାସନା ଓ ସମ୍ଭାବନାର ବର୍ଷ ୨ ଓଲିଉଡ ହାତମୁଠାରେ ବ୍ଲାକଲେଡି ଫି ଲ୍ମ ଫେୟାର ଆୱାର୍ଡର ୬୦ବର୍ଷ ଇତିହାସରେ ପ୍ରଥମଥର ପାଇଁ ପୂର୍ବୋତ୍ତର ଆଞ୍ଚଳିକ ବିଭାଗରେ ଓଡ଼ିଆ ସିନେମାକୁ ସ୍ଥାନିତ କରାଯାଇଥିଲା । ପ୍ରଥମ ଥର ପାଇଁ ଓଲିଉଡ କଳାକାରଙ୍କ ହାତମୁଠାକୁ ଆସିଥିଲା ବ୍ଲାକ ଲେଡି । ଏହି ଅବସରରେ କଲକାତାଠାରେ ଅନୁଷ୍ଠିତ ଉତ୍ସବରେ ସାର୍ଥକ୍ ଫିଲ୍ମସ୍ର ‘ମୁଁ ଏକା ତୁମର’କୁ ଶ୍ରେଷ୍ଠ ସିନେମା, ସୁଶାନ୍ତ ମଣିଙ୍କୁ ଶ୍ରେଷ୍ଠ ନିର୍ଦେଶକ, ସବ୍ୟସାଚୀ ଓ ଅର୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀଭାବେ ଫିଲ୍ମଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା । ଲେଖୁଲେଖୁ ଲେଖିଦେଲି ଜାତୀୟ ବିଜ୍ଞାପନରେ ଓଡ଼ିଆପୁଅ ବଲିଉଡ, ହଲିଉଡ ସିନେମାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଓଡ଼ିଆପୁଅ ପୀତବାସ ତ୍ରିପାଠୀଙ୍କ କମାଲ ଦେଖିବାକୁ ମିଳିଥିଲା ଆଇଡିଆ ଆଡ୍ରେ । ଏଥିରେ ସେ ଜୁନିୟର ବଚ୍ଚନଙ୍କ ସହ ଦେଖାଦେଇଥିଲେ । ୟା’ ପୂର୍ବରୁ ବିଗ୍ ବି’ଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା ନବରତ୍ନ ତେଲ ବିଜ୍ଞାପନରେ । କନ୍ନଡ଼ ସିନେମାରେ ଓଡ଼ିଆ ଝିଅ ଓଡ଼ିଆ ସିନେମା ବାଜି, ଓମ୍ ସାଇରାମ, ଗୁଡ୍ବୟ, ବଙ୍ଗଳା ସିନେମା ‘କାଗଜେର ନୌକା’ରେ ଅଭିନୟ କରିଥିବା ଓଡ଼ିଆ ଝିଅ ମୌସୁମୀ ନାୟକ କନ୍ନଡ଼ ସିନେମା ‘ନାଗେ ବଙ୍କ’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ସାଇ ମିଡ଼ିଆ ଏଣ୍ଟରଟେନମେଣ୍ଟ ନିବେଦିତ ଏହି ସିନେମାର ନିର୍ଦେଶନା ଦେଇଥିଲେ ନଗେନ୍ଦ୍ର ଅର୍ଶୁ । ପାଦ ଥାପିଥିଲେ ଯଲିଉଡରେ ଓଲିଉଡ ଅଭିନେତ୍ରୀ ଉଷସୀ ମିଶ୍ର, ଅଭିନେତା ସୋମେଶ, କାବୁଲା ମହାନ୍ତି ପ୍ରମୁଖଙ୍କୁ ଏବର୍ଷ ଯାତ୍ରାରେ ଦେଖିବାକୁ ମିଳିଥିଲା । ଉଭୟ ବଡ଼ ଓ ଛୋଟ ପରଦାରେ ପରୀକ୍ଷା ନିରୀକ୍ଷା ପରେ ଏମାନେ ଯାତ୍ରାକୁ ଆପଣାଇଥିଲେ । ‘ସିନେ ଷ୍ଟାର୍ କି ଖୋଜ୍’ରେ ପ୍ରକୃତି ଇଣ୍ଡିଆଜ୍ ସିନେ ଷ୍ଟାର୍ କି ଖୋଜ୍ରେ ଜଣେ ପ୍ରତିଯୋଗୀଭାବେ ଅଂଶଗ୍ରହଣ କରିଥିଲେ ଓଲିଉଡ ନାୟିକା ପ୍ରକୃତି ମିଶ୍ର । ଏହି କାର୍ଯ୍ୟକ୍ରମର ଅଡ଼ିଏନ୍ସ ଚଏସ ବିଭାଗରେ ସେ ସୁପରଷ୍ଟାର ଅଫ୍ ଦି ଉଇକ ମୁକୁଟ ପିନ୍ଧିବାରେ ସଫଳ ହୋଇଥିଲେ । ଓଡ଼ିଶାରେ ହିନ୍ଦୀ ସିନେମାର ସୁଟିଂ ବଲିଉଡର ଓଡ଼ିଆ ନିର୍ଦେଶକ ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ସିନେମା ‘କୌନ କିତନେ ପାନିମେଁ’ର ପ୍ରମୁଖ ଭାଗ ସୁଟିଂ ଓଡ଼ିଶାରେ ହୋଇଥିଲା । ଏଥିପାଇଁ ବଲିଉଡ କଳାକାର କୁନାଲ କପୁର, ରାଧିକା ଆପ୍ତେ, ଗୁଲଶନ ଗ୍ରୋଭର, ସୌରଭ ଶୁକ୍ଳା ଓଡ଼ିଶାରେ ଡେରା ପକାଇଥିଲେ । ଜଳ ସମସ୍ୟା ଉପରେ ନିର୍ମିତ ହୋଇଥିବା ଏହି ସିନେମାରେ ଓଲିଉଡ ନାୟିକା ପ୍ରକୃତି ମିଶ୍ର, ଅନୁଭା ତଥା ଓଡ଼ିଶୀ ନୃତ୍ୟଶିଳ୍ପ ଶାଶ୍ୱତ ଯୋଶୀ ଅଭିନୟ କରିବାର ସୁଯୋଗ ପାଇଥିଲେ । ସବ୍ୟସାଚୀ ଓ ଅର୍ଚିତା ଗୋଲାପି ଗୋଲାପି ୨୮ ଡିସେଙ୍କର ୨୦୧ ୪ ବଙ୍ଗଳା ସିନେମାରେ ଅଶୋକ ଓଲିଉଡ ନିର୍ଦେଶକ ଅଶୋକ ପତି ବର୍ଷ ଯାକ ବ୍ୟସ୍ତ ଥିେ ଲ ବଙ୍ଗଳା ସିନେମାକୁ ନେଇ । ଅଶୋକ ଧନୁକାଙ୍କ ପ୍ରଯୋଜି ତ ‘ଖିଲାଡ଼ି’, ‘ଆମି ସୁଦ୍ଧୁ ଚେୟେଚେ ତୋମାରେ’, ‘ରୋମି ଓ ଜୁଲିଏଟ’ ପ୍ରଭୃତି ସିନେମାରେ ସେ ନିର୍ଦେଶନା ଦେଇଥିଲେ ବିବାଦରେ ‘ସ୍ମୃତି ତୁମେ’ କିଙ୍କଦନ୍ତୀ ଗାୟକ ଅକ୍ଷୟ ମହାନ୍ତିଙ୍କ ଜୀବନୀ ଉପେ ର ଆଧାରିତ ତଥା ସୁଶାନ୍ତ ମଣିଙ୍କ ନିର୍ଦେଶିତ ସିନେମା ‘ସ୍ମୃ ତି ତୁମେ’କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । କଥା ଶେଷେ ର ଅଦାଲତ ପର୍ଯ୍ୟନ୍ତ ଯାଇଥିଲା । ଅଦାଲତ ମଧ୍ୟବର୍ତ୍ତୀକାଳୀ ନ ଆବେଦନର ଶୁଣାଣି କରି ଅନ୍ୟାଦେଶ ପର୍ଯ୍ୟନ୍ତ ‘ସ୍ମୃ ତି ତୁମେ’କୁ ସେନସର ସାର୍ଟିଫିକେଟ ଦେବାକୁ ମ ନ କରିଦେଇଥିଲେ । „


ପୃଷ୍ଠା ୬

ଡ଼ିଶା କ୍ରୀଡ଼ା ଦୃଶ୍ୟପଟ ବୀରେନ୍ଦ୍ରଙ୍କ ସଫଳତା: ବୋଧହୁଏ ୨୦୧୪ରେ ଶ୍ରେଷ୍ଠ ଓଡ଼ିଆ କ୍ରୀଡ଼ାବିତ୍‍ ଥିଲେ ହକି ତାରକା ବୀରେନ୍ଦ୍ର ଲାକ୍ରା । ଏହି ଡିଫେଣ୍ଡର ଇଞ୍ଚିଅନ୍‍ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜେତା ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ଥିଲେ । ସେ ମଧ୍ୟ ଭୁବନେଶ୍ୱର ଚମ୍ପିଆନ୍‍ସ ଟ୍ରଫିରେ ଭାରତ ପାଇଁ ଖେଳିଥିଲେ । ଇଞ୍ଚିଅନ୍‍ସରେ ବ୍ରୋଞ୍ଜ୍‍ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳରେ ନମିତା ଟପ୍ପୋ, ଲିଲିମା ମିଞ୍ଜ୍‍, ଅନୁପା ବାର୍ଲା ଓ ଦୀପ୍‍ ଗ୍ରେସ୍‍ ଏକ୍କାସ୍ଥାନ ପାଇଥିଲେ । ଜୋହର କପ୍‍ ସ୍ୱର୍ଣ୍ଣପଦକ ବିଜୟୀ ଭାରତୀୟ ଦଳରେ ଦୀପ୍‍ସାନ ତିର୍କି, ସୁବୋଧ ତିର୍କି ଓ ଆନନ୍ଦ ଲାକ୍ରା ସ୍ଥାନ ପାଇଥିଲେ । ରବିଙ୍କୁ ରାଜ୍ୟଗୋଷ୍ଠୀ ରୌପ୍ୟ: ଓଡ଼ିଶାର କେ. ରବିକୁମାର କ୍ରମାଗତ ୨ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବାର କୃତିତ୍ୱ ଅର୍ଜନ କରିଛନ୍ତି । ବ୍ରହ୍ମପୁରର ଏହି ଯୁବକ ଗ୍ଲାସ୍‍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରେ ରୌପ୍ୟପଦକ ଜିତିଥିଲେ । ସେ ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିଲେ । ଅବଶ୍ୟ ଇଞ୍ଚିଅନ୍‍ ଏସୀୟ କ୍ରୀଡ଼ାରେ ରବିକୁମାର ବିଫଳ ହୋଇଥିଲେ । କ୍ରିକେଟ୍‍ରେ କୃତିତ୍ୱ: ଓଡ଼ିଶା କ୍ରିକେଟ ଦଳ ପ୍ରଥମଥର ପାଇଁ ବିଜୟ ହଜାରେ ଟ୍ରଫି ଦିନିକିଆର ସେମିଫାଇନାଲରେ ପହଞ୍ଚିଥିଲା । ଓଡ଼ିଶା ମହିଳା ଦଳ ପ୍ଲେଟ୍‍ଗ୍ରୁପ୍‍ରେ ଚମ୍ପିଆନ୍‍ ହୋଇ ଏଲିଟ୍‍ ଗ୍ରୁପ୍‍ରେ ସ୍ଥାନ ପାଇଥିଲା । ଟି୨୦ ବିଶ୍ୱକପ୍‍ରେ ମାଧୁରୀ ମେହେ...ା ଏବଂ ଭାରତୀୟ ଦିନିକିଆ ଓ ଟେଷ୍ଟ ଦଳରେ ସ୍ୱାଗତିକା ରଥ ସ୍ଥାନ ପାଇଥିଲେ । ପ୍ରଥମ ଓଡ଼ିଆ ଭାବେ ଏକ ବିଶ୍ୱକପ୍‍ ବିଜୟୀ ଦଳର ସଦସ୍ୟ ଥିଲେ ଜାଫର ଇକ୍‍ବାଲ । ଦୃଷ୍ଟିହୀନ ବିଶ୍ୱକପ୍‍ ଚମ୍ପିଆନ୍‍ ହୋଇଥିବା ଭାରତୀୟ ଦଳର ସଦସ୍ୟ ଇକ୍‍ବାଲ ଥିଲେ । ନବ ପ୍ରତିଭା: ଓଡ଼ିଶାର ପଦ୍ମିନୀ ରାଉତ ବିଶ୍ୱ ଚେସ୍‍ ଅଲିମ୍ପିଆଡ୍‍ରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ । ଏଥିରେ ସେ ସ୍ୱର୍ଣ୍ଣପଦକ ଜିତିବା ସହ ଜାତୀୟ ମହିଳା ପ୍ରିମିୟର ଚେସ୍‍ରେ ଚମ୍ପିଆନ୍‍ ହୋଇଥିଲେ । ସ୍ୱୟଂଶ ମିଶ୍ର ପ୍ରଥମ ଗ୍ରାଣ୍ଡମାଷ୍ଟର ନର୍ମ ପାଇଥିଲେ । ଟେନିସ୍‍ରେ ୧୨ ବର୍ଷରୁ କମ୍‍ ବର୍ଗରେ ଓଡ଼ିଶାର ମହେଶ ମହାପାତ୍ର ଦେଶର ୧ ନଙ୍କର ଖେଳାଳି ହୋଇ ପାରିଥିଲେ । ବିଲିୟାର୍ଡସ ଓ ସ୍ନୁକରରେ ଆଶୁତୋଷ ଦାସ ଜାତୀୟସ୍ତରରେ ୩ଟି ଟାଇଟଲ ଜିତିଥିଲେ । ଫୁଟ୍‍ବଲରେ ଓଡ଼ିଶାର ମହିଳା ଖେଳାଳିମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁତ ସଫଳତା ହାସଲ କରିଥିଲେ ।

ଦୂତୀଙ୍କ ଦୁଃଖ: ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଜଣେ କୃତୀ ମହିଳା ସ୍ପ୍ରିଣ୍ଟର ଭାବେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ ଓଡ଼ିଶାର ଦୁତି ଚାନ୍ଦ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ତାଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଦୁତି ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ ବିବାଦୀୟ ଭାବେ ଏଥିରୁ ବାରଣ କରାଗଲା । ତାଙ୍କ ଶରୀରରେ ପୁରୁଷ ହରମୋନ ଆଣ୍ଡ୍ରୋଜେନ୍‍ର ମାତ୍ରା ଅଧିକ ଅଛି ବୋଲି ଦର୍ଶାଇ ଦୁତିଙ୍କୁ ପ୍ରତିଯୋଗିତାରୁ ବାସନ୍ଦ କରାଯାଇଥିଲା । ଅବଶ୍ୟ ବର୍ଷ ଶେଷରେ ଦୁତିଙ୍କୁ କେଳବ ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗନେବାର ଅନୁମତି ମିଳିଛି । ଓଡ଼ିଶାର ଅନ୍ୟ ଦୁଇ ଆଥ୍‍ଲେଟ୍‍ ଅମୀୟ ମଲ୍ଲିକ ଓ ଶ୍ରାବଣୀ ନନ୍ଦ ମଧ୍ୟ ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିଥିଲେ ।

ହକିର ଫୁଆର: ଓଡ଼ିଶା କ୍ରୀଡ଼ାରେ ବର୍ଷ ଆରମ୍ଭ କରିଥିଲା ହକି ଏବଂ ବର୍ଷକୁ ବିଦାୟ ଦେଇଥିଲା ବି ହକି । ବର୍ଷ ଆରମ୍ଭରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ରେ ଆୟୋଜିତ ହୋଇଥିଲା ହକି ଇଣ୍ଡିଆ ଲିଗ୍‍ । ଓଡ଼ିଶାର ଦଳ କଳିଙ୍ଗ ଲାନ୍‍ସର୍ସଭୁବନେଶ୍ୱରରେ ତା’ର ୫ଟି ଘରୋଇ ମ୍ୟାଚ୍‍ ଖେଳିଥିଲା । ବର୍ଷ ଶେଷରେ ଓଡ଼ିଶା କ୍ରୀଡ଼ାରେ ନୂଆ ଇତିହାସ ସୃଷ୍ଟିକରିବା ସହ କଳିଙ୍ଗ ଷ୍ଟାଡିୟମ୍‍ରେ ଆୟୋଜିତ ହୋଇଥିଲା ପୁରୁଷ ଚମ୍ପିଆନ୍‍ସ ଟ୍ରଫି ହକି । ଜର୍ମାନୀ ଏଥିରେ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଥିବା ବେଳେ ଭାରତକୁ ୪ର୍ଥ ସ୍ଥାନ ମିଳିଥିଲା । ଏହି ମ୍ୟାଚ୍‍ରେ ପାକିସ୍ତାନୀ ଖେଳାଳିଙ୍କ ଅଭଦ୍ରୋଚିତ ଆଚରଣ ଓଡ଼ିଆଙ୍କୁ କ୍ଷୁବ୍‍ଧ କରିଥିଲା ।


ପୃଷ୍ଠା ୭

ଚିଟ୍‍ଫଣ୍ଡ୍‍ ଦୁର୍ନୀତି ଚଳିତ ବର୍ଷ ରାଜ୍ୟର ସବୁଠାରୁ ଚର୍ଚ୍ଚିତ ଘଟଣା ମଧ୍ୟରେ ରହିଥିଲା ଚିଟ୍‍ଫଣ୍ଡ୍‍ ଦୁର୍ନୀତି । ସୁପ୍ରିମ୍‍କୋର୍ଟ ନିର୍ଦେଶ ପରେ ଚିଟ୍‍ଫଣ୍ଡ୍‍ ଦୁର୍ନୀତିର ତଦନ୍ତ ସିବିଆଇ ଆରମ୍ଭ କରିଥିଲା । ନବଦିଗନ୍ତ ଚିଟ୍‍ଫଣ୍ଡ୍‍ କମ୍ପାନୀର ପୂର୍ବତନ ନିର୍ଦେଶକ ସାଂସଦ ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ ଓ ସୁବର୍ଣ୍ଣ ନାୟକଙ୍କ ସମେତ ଏହାର ମୁଖ୍ୟ ଅଞ୍ଜନ ବଳିୟାରସିଂହ, ଦୁଇ ନିର୍ଦେଶକ କାର୍ତ୍ତିକେୟ ପରିଡ଼ା, ପ୍ରଦୀପ ପ...ନାୟକଙ୍କ ବାସଭବନ ଉପରେ ସିବିଆଇ ଚଢ଼ଉ କରିଥିଲା । ପରେ ଅର୍ଥତତ୍ତ୍ୱ, ଆଦର୍ଶ ଗ୍ରୁପ୍‍, ମିଦାସ୍‍ ଟଚ୍‍, ଆସୋର୍‍ ଡେଭଲପର୍ସ, ଗ୍ରୀନ୍‍ ଇଣ୍ଡିଆ, ଶରଧା ଗ୍ରୁପ୍‍, ସ୍ୱସ୍ତିକ ଇଣ୍ଡିଆ ଭଳି ଚିଟ୍‍ଫଣ୍ଡ୍‍ ସଂସ୍ଥା ଉପରେ ଚଢ଼ଉ କରିଥିଲା । ଗ୍ରୀନ୍‍ ଇଣ୍ଡିଆର ଦୁଇ ନିର୍ଦେଶକ ପ୍ରଦୀପ କୁମାର ସିଂହ ଓ ସୁନିଲ୍‍ କୁମାର ପଣ୍ଡାଙ୍କୁ ଗିରଫ କରିଥିଲା । ଅଗଷ୍ଟ ୨୪ରେ ଅର୍ଥତତ୍ତ୍ୱର ପୂର୍ବତନ ନିର୍ଦେଶକ ଜ୍ୟୋତି ପ୍ରକାଶ ଜୟ ପ୍ରକାଶଙ୍କୁ ସିବିଆଇ ରିମାଣ୍ଡରେ ଆଣିଥିଲା । ସେପ୍‍ଟେଙ୍କର ୫ ତାରିଖରେ ସିବିଆଇ ପ୍ରଥମେ ଖବରକାଗଜ ମାଲିକ ବିକାଶ ସ୍ୱାଇଁ ଓ ଅର୍ଥତତ୍ତ୍ୱର ପୂର୍ବତନ ନିର୍ଦେଶକ ରଞ୍ଜନ କୁମାର ଦାସଙ୍କୁ ଗିରଫ କରିଥିଲା । ଏହାପରଠାରୁ ପର୍ଯ୍ୟାୟକ୍ରମେ ସିବିଆଇ ଖବରକାଗଜ ମାଲିକ ମଧୁସୂଦନ ମହାନ୍ତି, ଟିଭି ମାଲିକ ମନୋଜ ଦାସ, ମଡେଲ୍‍ ପ୍ରୀତି ଭାଟିଆ, ଦୀପକ ପାରେଖ୍‍, ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ଏଜି ଅଶୋକ ମହାନ୍ତି, ବ୍ୟବସାୟୀ ବିନିତ୍‍ ଲଲାନି, ସାଗର ଓ ଶ୍ରୀକୃଷ୍ଣ ପାଢ଼ୀଙ୍କୁ ଗିରଫ କରିଥିଲା । ଏହା ବ୍ୟତୀତ ଅର୍ଥତତ୍ତ୍ୱ ମାମଲାରେ ସିବିଆଇ ଓସିଏର ସମ୍ପାଦକ ଆଶୀର୍ବାଦ ବେହେରା, ଫାଓର ସମ୍ପାଦକ ସଞ୍ଜୟ ବେହେରା, ଓସିଏର ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିଛି । ବର୍ଷର ଶେଷ ଆଡକୁ ଅର୍ଥତତ୍ତ୍ୱ ମାମଲା ସିବିଆଇ ପୂର୍ବତନ ନିର୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ରିମାଣ୍ଡରେ ଆଣିବା ସମୟରେ ଡିଏସ୍‍ପି ପ୍ରମୋଦ କୁମାର ପଣ୍ଡାଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା; ତାଙ୍କୁ ବି ଗିରଫ କରିଥିଲା । ସେପ୍‍ଟେଙ୍କର ୨୫ରେ ପ୍ରଥମ ଥର ଲାଗି ସିସୋର୍‍ ମାମଲାରେ ଚଢ଼ଉ କରିଥିଲା । ପରେ ନଭେଙ୍କର ୧୮ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ବାସଭବନକୁ ମିଶାଇ ୧୮ଟି ସ୍ଥାନରେ ଯାଞ୍ଚ କରିଥିଲା । ଶୁଭଙ୍କର ନାୟକ ନାମକ ଜଣେ ମଧ୍ୟସ୍ଥକୁ ଗିରଫ କରିଥିଲା । ସିସୋର୍‍ ମାମଲାରେପ୍ରଭାତ ବିଶ୍ୱାଳ ଏବଂ ବରିଷ୍ଠ ସାଙ୍କାଦିକ ଲଳିତ ପା...ଯୋଶୀଙ୍କୁ ମଧ୍ୟ ପଚରାଉଚରା କରିଛି । ଅଗଷ୍ଟ ୧୪ ତାରିଖରେ ଶରଧା ଚିଟ୍‍ଫଣ୍ଡ୍‍ ମାମଲାରେ ସିବିଆଇ ୨୮ଟି ସ୍ଥାନରେ ଚଢ଼ଉ କରିଥିଲା । ମାଇକ୍ରୋଫାଇନାନସ୍‍ର ମୁଖ୍ୟ ଦୁର୍ଗାପ୍ରସାଦ ମିଶ୍ରଙ୍କୁ ଡିସେଙ୍କର ୧୪ରେ ସିବିଆଇ ଗିରଫ କରିଥିଲା । ସେହିପରି ଅର୍ଥତତ୍ତ୍ୱର ୪ଟି କମ୍ପାନୀ ଏବଂ ଏହାର ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ଆଉ ୩ଟି କମ୍ପାନୀକୁ ମିଶାଇ ୭ଟି କମ୍ପାନୀ ଏବଂ ୧୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଧ ଦାଖଲ କରି ୨୦୧କୋଟି ୩ ଲକ୍ଷ ୫୮ ହଜାର ୨୯୫ଟଙ୍କାର ଠକେଇ ହୋଇଥିବା ଉଲ୍ଲେଖ କରିଥିଲା ।

ସମ୍ବାଦ[ସମ୍ପାଦନା]

ରାଜ୍ୟ ଦୌଡ଼କୁଦ: ୭ମାସ ପରେ ଫେରିବେ ଦୂତି

ଭୁବନେଶ୍ୱର,୨୭|୧୨ (ଇମିସ): ୬୨ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ରବିବାରଠାରୁ କଟକର ବାରବାଟୀ ଷ୍ଟାଡିୟମ୍‍ରେ ଅନୁଷ୍ଠିତ ହେବ । ୩ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ରବିବାର ଅପରାହ୍‍ଣ ୩ଟାରେ ଅନୁଷ୍ଠିତ ହେବ । ସେହିଭଳି ୩୦ ତାରିଖ ଅପରାହ୍‍ଣ ୪ଟାରେ ଉଦଯାପନୀ ଉତ୍ସବ ଅାୟୋଜିତ ହେବ । ରାଜ୍ୟର ସମସ୍ତ ଜିଲ୍ଲାର ସହ ଭୁବନେଶ୍ୱର ଖେଳକୁଦ ସଂଘ, ଓଡ଼ିଶା ପୁଲିସ, ପୂର୍ବତଟ ରେଳବାଇ, କିଟ୍‍, ପାରାଦୀପ ପୋର୍ଟ ଟ୍ରଷ୍ଟ ଭଳି ସଂସ୍ଥା ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ । ଅନ୍ତର୍ଜାତୀୟ କ୍ଷାତି ସଂପର୍ଣ୍ଣ ଦୌଡ଼କୁଦ ତାରକା ପୂର୍ଣ୍ଣିିମା ହେମ୍ୱ୍ରମ୍‍, ଅମିୟ ମଲ୍ଲିକଙ୍କ ସହ ୭ମାସ ପରେ ଟ୍ରାକୁ ଫେରୁଥିବା ଦୂତି ଚାନ୍ଦ ଏହାର ପ୍ରମୁଖ ଅାକର୍ଷଣ ହେବେ । ତେବେ ଅାଣ୍ଡ୍ରୋଜେନ୍‍ ସ୍ତର ଅଧିକ ଥିବାରୁ ଗତ କିଛି ମାସ ହେବ କୌଣସି ଘରୋଇ କିମ୍ୱା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପାରି ନ ଥିବା ଦୂତି ଚାନ୍ଦଙ୍କ ଉପରେ ସମସ୍ତଙ୍କ ନଜର ରହିବ । ତାରକା ଧାବିକା ଦୂତି ଚାନ୍ଦ ରବିବାର ତାଙ୍କ କ୍ରୀଡ଼ା ଜୀବନର ଦ୍ୱିତୀୟ ପାଳି ଅାରମ୍ଭ କରିବେ । ସ୍ୱିଜରଲାଣ୍ଡରେ ଥିବା କୋର୍ଟ ଅଫ୍‍ ଅାର୍ବିଟ୍ରେସନ୍‍ ଫର ସ୍ପୋର୍ଟସ (କାସ୍‍) ତାଙ୍କୁ ଘରୋଇ ପ୍ରତିଯୋଗିତାଗୁଡ଼ିକରେ ଅଂଶ ଗ୍ରହଣ କରିବାର ଅନୁମତି ଦେବା ପରେ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ଅବସରରେ ଦୂତି ଦୀର୍ଘ ୭ମାସ ପରେ ଟ୍ରାକ୍‍କୁ ଫେରିବେ । ଯାହାକୁ ନେଇ ବ୍ୟକ୍ତିିଗତ ଭାବେ ସେ ବେଶ୍‍ ଉତ୍ସାହିତ ଅଛନ୍ତି । ୭ ମାସ ପରେ ଟ୍ରାକ୍‍କୁ ଫେରୁଥିବାରୁ ଖୁସି ଲାଗୁଛି । ପଦକ ଜିତିବି ବୋଲି ଅାଶା ରଖିଛି । ହେଲେ ଅଭ୍ୟାସର ଅଭାବ ସହ ମାନସିକ ଚାପ ପାଇଁ ଭଲ ଟାଇମିଂ ଦେଇ ପାରିବି କି ନାହିଁ ତାହା କହିପାରୁନି । ରାଜ୍ୟ ମିଟ୍‍ ଓ ଜାତୀୟ କ୍ରୀଡ଼ା ପାଇଁ କାସ୍‍ ଅନୁମତଦେଇଥିବାରୁ ମୋ ଖେଳ ଜୀବନ ପୁଣି ଥରେ ପୂର୍ବଭଳି ହୋଇଯିବ ବୋଲି ଅାଶା ରଖିଛି । ତେବେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣର ଅନୁମତି ମିଳି ନ ଥିବାରୁ ଏବେବି ଖେଳ ଜୀବନକୁ ନେଇ ଦ୍ୱନ୍ଦ୍ୱରେ ରହିଛି ବୋଲି ଦୂତି "ସମ୍ୱାଦ'କୁ କହିଛନ୍ତି । ଦୂତି ଗତ ବର୍ଷ କଟକରେ ଅନୁଷ୍ଠିତ ରାଜ୍ୟ ଦୌଡ଼କୁଦର ଉଭୟ ୧୦୦ ଓ ୨୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିଲେ । ଏଥର ମଧ୍ୟ ସେ ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ଅଛନ୍ତି । ରବିବାରର ୧୦୦ ମିଟର ଦୌଡ଼ ସେଥିପାଇଁ ତାଙ୍କ ଲାଗି ପ୍ରଥମ ପରୀକ୍ଷା ହେବାକୁ ଯାଉଛି । ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ରାଜ୍ୟ ଦୌଡ଼କୁଦରେ ଏକ ପ୍ରକାର ଅାଧିପତ୍ୟ ବିସ୍ତାର କରିଥିବା ଦୂତି ରାଜ୍ୟ ଦୌଡ଼କୁଦରେ ଭଲ କରି ଜାତୀୟ ପ୍ରତିଯୋଗିତା ଲାଗି ପ୍ରସ୍ତୁତି କରିବାକୁ ଲକ୍ଷ୍ୟ କରିଛନ୍ତି ।

ରବିବାର ସମ୍ବାଦ[ସମ୍ପାଦନା]

ଉଷସୀ ମିଶ୍ର

ପରଦାରୁ ଯାତ୍ରା (ଭରତ ଚନ୍ଦ୍ର ବାରିକ)

ଯାତ୍ରା କଳାକାରମାନେ ଅଭିନୟକୁ ଗୁରୁତ୍ୱ ନ ଦେଇ ଅର୍ଥସର୍ବସ୍ୱ ହୋଇପଡ଼ିଥିବାରୁ ଦର୍ଶକମାନେ ଭଲ ଅଭିନୟ ଦେଖିବାରୁ ବଞ୍ଚିତ ହେଉଛନ୍ତି । ସେଥିପାଇଁ ଯାତ୍ରାର ରଙ୍ଗ ଫିକା ପଡ଼ିବା ଅାରମ୍ଭ କଲାଣି । ପ୍ରଯୋଜକମାନେ ପରଦା ଅାଡ଼କୁ ନଜର ଦେଲେଣି । ଅନ୍ୟପକ୍ଷରେ ସିନେ ପରଦାର କଳାକାରମାନେ ବି ଯାତ୍ରା ପ୍ରେମରେ ପଡ଼ିଲେଣି । ବହୁ ଚର୍ଚିତ ସିନେ ଖଳନାୟକ ରାଇମୋହନ ଏକପ୍ରକାର ଯାତ୍ରା ଦୁନିଅାରେ ଘର ବସାଇସାରିଲେଣି । ବାଲେଶ୍ୱରରୁ ଅାରମ୍ଭ ହୋଇଥିବା ଯାତ୍ରାଶ୍ରୀ ବିଶ୍ୱ ଦରବାରରେ ରାଇ ଏବେ ତାଙ୍କର କାରନାମା ଦେଖାଉଛନ୍ତି । ଟିଭି ପରଦାର ବହୁ ଚର୍ଚିତ ଅଭିନେତା ବିରେନ ମିଶ୍ର ଗତବର୍ଷ "ବିଶ୍ୱ ରଂଗମହଲ'ରେ ଯୋଗଦେଇ "ଯାତ୍ରା' ପ୍ରବେଶ କରିଥିଲେ । କିନ୍ତୁ ତାଙ୍କର କ'ଣ ହେଲା କେଜାଣି, ସେ ଏବର୍ଷ "ଯାତ୍ରା'କୁ ମୁହଁମୋଡ଼ିଦେଇ ସ୍ୱସ୍ଥାନକୁ ଫେରିଯାଇଛନ୍ତି । ଅନ୍ୟପକ୍ଷରେ ସିନେମା ଓ ଟିଭି ପରଦାର ବହୁ ଚର୍ଚିତା ନାୟିକା ଉଷସୀ ମିଶ୍ର ଓ ଅଭିନେତା ସୋମେଶ ଏବର୍ଷ "ଯାତ୍ରା'ରେ ପ୍ରବେଶ କରି ଚର୍ଚାଘେରକୁ ଅାସିଛନ୍ତି । ଉଷସୀ ଅପେରା ଇଷ୍ଟର୍ନ ବ୍ଲୁର ଅାକର୍ଷଣ ସାଜିଥିବା ବେଳେ ସୋମେଶ ଅପେରା ଇଷ୍ଟର୍ନ ରେଡ୍‍ ପାଇଁ ଅାକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏପଟେ ଯାତ୍ରା ସୁପର୍‍ଷ୍ଟାର୍‍ ଦୈତାରୀ ପଣ୍ଡା ମଧ୍ୟ ସିନେ ପରଦାରେ ।

ଯିଏ ଯାହା କହୁ ମୋ'ର ଢୋ

ରାଜା ନାମକ ଜଣେ ଯୁବକ ସହରର ଗୋଟିଏ ଇଲାକାରେ ଭଡ଼ାଘର ନେଇ ରହେ । ଘଟନାକ୍ରମେ ସେଇ ଘର ପାଖରେ ରହୁଥିବା ଏକ ଝିଅକୁ ସେ ଦେଖେ ଓ ତା'କୁ ଭଲ ପାଇବସେ । କିନ୍ତୁ ଘର ମାଲିକାଣୀ ବି ରାଜାକୁ ନିଜ ଜ୍ୱାଇଁ କରିବା ଚକ୍କର୍‍ରେ ଥାଏ, ରାଜାକୁ ଫସାଇବାଲାଗି ସେ ନିଜ ଝିଅକୁ ନିର୍ଦେଶ ଦେଇଥାଏ । ଫଳରେ ରାଜା ଭୀଷଣ ଅଡୁଅା ଭିତରେ ପଡ଼ିଯାଏ । କାହାକୁ ଧରିବ, କାହାକୁ ଛାଡ଼ିବ- କିଛି ଠିକ୍‍ କରି ପାରେନି । ଏଇ ନୂଅାବର୍ଷ ଦିନ ହିଁ ରିଲିଜ୍‍ ହେବାକୁ ଯାଉଥିବା ଓଡ଼ିଅା ଫିଲ୍ମ "ଯିଏ ଯାହା କହୁ ମୋର ଢୋ'ର କାହାଣୀର ଖିଅଟି ଏମିତି ଲମ୍ୱିଛି । ଶୀର୍ଷକରୁ ଜଣା ଯାଉଛି ଏଥିରେ ମୁଖ୍ୟତଃ କମେଡି ଥିବ । ସୀତା ଅାଡ୍‍ଭର୍ଟାଇଜର୍ସ ବ୍ୟାନର୍‍ର ଏଇ ପ୍ରଥମ ଅବଦାନର ପ୍ରଯୋଜକ ହେଉଛନ୍ତି ସନ୍ଦୀପ ରାଉତ । ମୃତ୍ୟୁଞ୍ଜୟ ସାହୁ (ବାପି) ନିର୍ଦେଶକ ହୋଇଥିବାବେଳେ ସଙ୍ଗୀତ ଓ ସଂଳାପର ଦାୟିତ୍ୱ ତୁଲାଇଛନ୍ତି ଯଥାକ୍ରମେ ଅଭିଜିତ ମଜୁମ୍‍ଦାର୍‍ ଓ ନିର୍ମଳ ନାୟକ । ଏ ଫିଲ୍ମରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ବାବୁଶାନ୍‍, ନବାଗତା ଶୀତଲ୍‍, ମୀନକେତନ ଦାସ, ଇଲୁ ବାନାର୍ଜୀ, ନମ୍ରତା, ଜୀବନ ପଣ୍ଡା, ହାଡୁ, ବାବୁ ପ୍ରଧାନ ଓ କାଜଲ୍‍ ପ୍ରମୁଖ ।

କଲେଜ୍‍ ଟାଇମ୍‍

ଅାଉ ଏକ ନୂଅା ବ୍ୟାନର୍‍ ଗାୟତ୍ରୀ ଏଣ୍ଟର୍‍ଟେନ୍‍ମେଣ୍ଟ୍‍ ଦ୍ୱାରା ପ୍ରସ୍ତୁତ ଓଡ଼ିଅା ଫିଲ୍ମ "କଲେଜ୍‍ ଟାଇମ୍‍' ମଧ୍ୟ ଏଇ ଜାନୁଅାରି ମାସର ମଧ୍ୟଭାଗରେ ରିଲିଜ୍‍ ହେବାକୁ ଯାଉଛି । ଉତ୍ତମ ଚରଣ ପାଣିଗ୍ରାହୀଙ୍କ ପ୍ରଯୋଜିତ ଏ ଫିଲ୍ମର ନିର୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ । ସଙ୍ଗୀତରେୟା'କୁ ସଜାଇଛନ୍ତିି ଅଭିଜିତ ମଜୁମ୍‍ଦାର୍‍ । ଏଥିରେ କେନ୍ଦ୍ରୀୟ ଭୂମିକାଗୁଡ଼ିକରେ ଅଛନ୍ତି ଅମ୍ଳାନ, ରିୟା ଦେ', ମିହିର ଦାସ, ଦୀପା ସାହୁ, ଜୀବନ ପଣ୍ଡା ଓ ଅଙ୍କିତା ପ୍ରମୁଖ । ଏଠି ଉଲ୍ଲେଖନୀୟ ଯେ, ନିର୍ଦେଶକ ସୁଧାଂଶୁ ମୋହନ ସାହୁ ମୁଖ୍ୟତଃ ଗମ୍ଭୀର ଓ ଅାକ୍ସନ୍‍ ଭରପୂର ଫିଲ୍ମ ପାଇଁ ପରିଚିତ । "କଲେଜ୍‍ ଟାଇମ୍‍' ଜରିଅାରେ ସେ ଗୋଟେ ନୂଅା ଧରଣର କାହାଣୀକୁ ହାତକୁ ନେଇଛନ୍ତି ।

ଅାଶିକ୍‍ (କଥାଚିତ୍ର)

ମହାଦେବ ଫିଲ୍ମସ୍‍ ବ୍ୟାନର୍‍ରେ ପ୍ରମୋଦ ସ୍ୱାଇଁଙ୍କ ପ୍ରଯୋଜିତ ନୂଅା ଓଡ଼ିଅା ଫିଲ୍ମ "ଅାଶିକ୍‍' ଜାନୁଅାରି ମାସର ଶେଷ ଅାଡ଼କୁ ରିଲିଜ୍‍ ହେବ ବୋଲି ସୂଚନା ମିଳିଛି । ସୁଧାକର ବସନ୍ତଙ୍କ ନିର୍ଦେଶିତ ଏ ଫିଲ୍ମରେ ମୁଖ୍ୟ ଭୂମିକାଗୁଡ଼ିକରେ ଅଭିନୟ କରିଛନ୍ତି- ସମ୍ୱିତ୍‍, କୋଏଲ୍‍, ପିଣ୍ଟୁ ନନ୍ଦ ଓ ପପୁ ପମ୍‍ପମ୍‍ ପ୍ରମୁଖ । ଉଲ୍ଲେଖନୀୟ ଯେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଓ ନିର୍ଦେଶକ ସୁଧାକର ବସନ୍ତ ମଧ୍ୟ ଦୁଇଟି ବିଶେଷ ଭୂମିକାରେ ଅଭିନୟ କରିଛନ୍ତି । "ଅାଶିକ୍‍'ର ସଂଳାପକାର ହେଉଛନ୍ତି ଡକ୍ଟର୍‍ ରଜନୀ ରଞ୍ଜନ । "ଅାଶିକ୍‍'ରେ ଜଣେ ପ୍ରତିଭାସଂପନ୍ନ ଯୁବ ନୃତ୍ୟଶିଳ୍ପୀର ସ୍ୱପ୍ନ, ପ୍ରେମ ଓ ସଂଘର୍ଷର ଚିତ୍ର ରହିଛି । ସେ ଭୂମିକାରେ ଅଛନ୍ତି ଫିଲ୍ମର ନାୟକ ସମ୍ୱିତ୍‍ । କାହାଣୀ ନୃତ୍ୟ ଉପରେ ଅାଧାରିତ ହୋଇଥିବାରୁ କୋରିଓଗ୍ରାଫର୍‍-କମ୍‍-ନିର୍ଦେଶକ ସୁଧାକର ସେଥିପାଇଁ ତାଙ୍କର ପ୍ରଥମ ପସନ୍ଦ ଥିଲେ ବୋଲି ପ୍ରଯୋଜକ କହିଛନ୍ତି ।

୨୯ ଡିସେମ୍ବର[ସମ୍ପାଦନା]

ସମାଜ[ସମ୍ପାଦନା]

ନୀଳ ମାଷ୍ଟ୍ରାଣୀ (କଥାଚିତ୍ର), ମାୟା ମିରିଗ, କଥାନ୍ତର

ବିପିଏଫ୍‍ଟିଆଇଓ ପାଳିଲା ସିନେମା ଦିବସ ପ୍ରଦର୍ଶିତ ହେଲା ମାୟା ମିରିଗ, ନୀଳ ମାଷ୍ଟ୍ରାଣୀ ଓ କଥାନ୍ତର

କଟକ,୨୮ା୧୨(ମ.ପ୍ର) -ବିଶ୍ୱ ସିନେମା ଦିବସ ଡିସେମ୍ବର ୨୮ ଅବସରରେ କଟକର ‘ବିଜୁ ପ...ନାୟକ ଫିଲ୍ମ ଆଣ୍ଡ୍‍ ଟେଲିଭିଜନ୍‍ ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ଓଡିଶା’ ପକ୍ଷରୁ ଦୁଇଦିନିଆ ସିନେମା ପ୍ରଦର୍ଶନୀ ଉସôବ ଉଦ୍‍ଘାଟିତ ହୋଇଯାଇଛି । ରବିବାର ପୂର୍ବାହ୍ଣ୍ନରେ ଏହି ପ୍ରଦର୍ଶନୀକୁ ପ୍ରତିଷ୍ଠାନର ପ୍ରେକ୍ଷାଗୃହରେ ଡାଇରେକ୍ଟର ଅଫ୍‍ ଟେକ୍ନିକାଲ ଏଜୁକେସନ୍‍ ଅଣ୍ଡ୍‍ ଟ୍ରେନିଂର ନିର୍ଦେଶକ ତଥା ବିପିଏଫ୍‍ଟିଆଇଓର ଉପାଧ୍ୟକ୍ଷ ପି.କେ.ପଣ୍ଡା ଉଦ୍‍ଘାଟନ କରିଥିଲେ । ପ୍ରଖ୍ୟାତ ଫିଲ୍ମ ନିର୍ଦେଶକ ତଥା ଏହି ପ୍ରତିଷ୍ଠାନର ଏକାଡେମିକ୍‍ କମିଟି ଅଧ୍ୟକ୍ଷ ନୀରଦ ନାରାୟଣ ମହାପାତ୍ର ଏଥିରେ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲା ବେଳେ ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦେଶକ ଆର.କେ.ରାୟ ଓ ପୂର୍ବତନ ଅଧ୍ୟକ୍ଷ ଏସ୍‍.କେ.ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଡ.କେ.ପଣ୍ଡା ସ୍ୱଗତ ଭାଷଣ ଦେଇଥିଲା ବେଳେ ପ୍ରତିଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ଏନ୍‍.ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ୧୮୯୫ ମସିହା ଡିସେମ୍ବର ୨୮ ତାରିଖରେ ବିଶ୍ୱରେ ପ୍ରଥମ ସିନେମା ମୁକ୍ତିଲାଭ କରିଥିଲା । ଏହାଥିଲା ୬ଗୋଟି କ୍ଷୁଦ୍ର ସିନେମାର ସମାହାରରେ ଏକ ସଂଯୁକ୍ତ ନିର୍ବାକ ସିନେମା । ଯାହାକୁ ଲୁମିୟର ବ୍ରଦର୍ସ ତିଆରି କରି ଗୋଟିଏ ହୋଟେଲରେ ଏହି ଦିନ ପ୍ରଦର୍ଶନ କରିଥିଲେ । ତେଣୁ ଡିସେମ୍ବର ୨୮କୁ ‘ବାର୍ଥ ଡେ ଅଫ୍‍ ସିନେମା’ ରୂପେ ବିଶ୍ୱ ସ୍ତରରେ ପାଳନ କରାଯାଉଥିଲା ବେଳେ ଓଡିଶାରେ ଏହା ପ୍ରଥମଥର ପାଇଁ ପାଳିତ ହୋଇଛି । ଏହି ଅବସରରେ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହୋଇଥିବା ଏକାଧିକ ଓଡିଆ ସିନେମା ପ୍ରଦର୍ଶନ କରାଯାଉଛି । ପ୍ରଥମ ଦିନରେ ‘ମାୟା ମିରିଗ’, ‘ନୀଳ ମଷ୍ଟ୍ରାଣୀ’ ଓ ‘କଥାନ୍ତର’ ପ୍ରଦର୍ଶିତ ହୋଇଥିଲା । ୧୯୮୪ରେ ତିଆରି ହୋଇଥିବା ‘ମାୟାମିରିଗ’ର ନିର୍ଦେଶକ ହେଉଛନ୍ତି ନୀରଦ ମହାପାତ୍ର । ସେହି ବର୍ଷ ଏହା ଦ୍ୱିତୀୟ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ଜିଣିଥିଲା । ପୁଣି ଆନ୍ତର୍ଜାତିକ ସ୍ତରରେ ଗ୍ରାଣ୍ଡ୍‍ ପିକ୍ସ ସମ୍ମାନ ଗ୍ରହଣ କରି ବିଶ୍ୱର ତୃତୀୟ ଶ୍ରେଷ୍ଠ ସିନେମାର ମର୍ଯ୍ୟାଦା ହାସଲ କରିଥିଲା । କାନ୍ସ ଫିଲ୍ମ ଫେଷ୍ଟିଭାଲର ‘କ୍ରିଟିକ୍ସ ୱିକ୍‍’ ବିଭାଗ ପାଇଁ ମନୋନୀତ ହୋଇଥିଲା । ହାୱାଇ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହେବା ସହ ଲଣ୍ଡନ, ଲସଏଞ୍ଜେଲେସ୍‍, ଲୋକାର୍ନୋ ଓ ମନଟ୍ରିଲ୍‍ରେ ଏହା ପ୍ରଦର୍ଶିତ ହୋଇ ବୁଦ୍ଧ ିଜୀବୀ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲା । ସେହିପରି ୧୯୯୬ରେ ଚକ୍ରଧର ସାହୁଙ୍କ ନିର୍ଦେଶିତ ‘ନୀଳ ମାଷ୍ଟା୍ରାଣୀ’ ସେହି ବର୍ଷର ୬ଗୋଟି ରାଜ୍ୟ ସ୍ତରୀୟ ପୁରସ୍କାର ଜିଣି ପାରି ହୋଇଥିଲା ଚର୍ଚ୍ଚିତ । ୨୦୦୬ ମସିହାରେ ହି ମାଂଶୁ ଶେଖର ଖଟୁଆଙ୍କ ଦ୍ୱାରା ନିର୍ଦେଶିତ ‘କଥାନ୍ତର’କୁ ମଧ୍ୟ ମିଳିଥିଲା ସେହି ବର୍ଷର ଜାତୀୟ ପୁରସ୍କାର । ଏହାଛଡା ରାଜ୍ୟସରକାରଙ୍କ ଠାରୁ ଶେଷ୍ଠ ଚଳଚ୍ଚିତ୍ର, ଶେଷ୍ଠ ନିର୍ଦେଶକ, ଶ୍ରେଷ୍ଠ କାହାଣୀ, ଶ୍ରେଷ୍ଠ ସଂଗୀତ, ଶ୍ରେଷ୍ଠ କ୍ୟାମେରା, ଶ୍ରେଷ୍ଠ ଅଡିଓ, ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ଓ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ଏହିଭଳି ୬ଟି ପୁରସ୍କାର ଜିଣି ଚର୍ଚ୍ଚାର ଝଡ ସୃଷ୍ଟି କରିଥିଲା । ଏହି ସିନେମାଗୁଡିକୁ ପ୍ରତିଷ୍ଠାନର ଛାତ୍ର ଛାତ୍ରୀମାନଙ୍କ ସମେତ ଫିଲ୍ମ ନିର୍ଦେଶକ ବସନ୍ତ ସାହୁ, ବାପୁ ଲେଙ୍କା, ସଂଗୀତ ନିର୍ଦେଶକ ଓମ୍‍ ପ୍ରକାଶ ମହାନ୍ତି, କ୍ୟାମେରା ପରିଚାଳକ ଅରୁଣ ଦାସଙ୍କ ଭଳି ବହୁ ସିନେ ବ୍ୟକ୍ତିତ୍ୱ ଉପଭୋଗ କରିଥିଲେ । ସୋମବାର ‘ପୂଜା ପାଇଁ ଫୁଲଟିଏ’, ‘ଅ ଆକାରେ ଆ’ ଓ ‘ବିଶ୍ୱରୂପ’ ଚଳଚ୍ଚିତ୍ର ସମେତ କେତୋଟି ଉନ୍ନତମାନର ଡକୁ୍ୟମେଣ୍ଟାରୀ ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରତିଷ୍ଠାନର ବରିଷ୍ଠ ଅଧ୍ୟାପକ ଡଃ ଦିଲ୍ଲୀପ ପାଣି ସୂଚନା ଦେଇଛନ୍ତି ।

ଧନୁଯାତ୍ରା

ବରଗଡ଼ ଧନୁଯାତ୍ରାର ତୃତୀୟ ଦିବସ ବରଗଡ଼ ଧନୁଯାତ୍ରାର ତୃତୀୟ ଦିବସ ମହାରାଜା କଂସଙ୍କ ଶ୍ୟାମେଶ୍ୱର ଦର୍ଶନ: ଗୋପପୁରରେ ନନ୍ଦ ଭବନ ଉଦ୍‍ଘାଟିତ

ବରଗଡ,୨୮ା୧୨(ନି.ପ୍ର)-ବରଗଡ଼ ଧନୁଯାତ୍ରାର ତୃତୀୟ ଦିବସରେ ଆଜି ମହାରାଜା କଂସ ତାଙ୍କ ପାତ୍ରମନ୍ତ୍ରୀଙ୍କ ସହ ନଗର ଭ୍ରମଣରେ ବାହାରି ମଥୁରାର ଇଷ୍ଟଦେବ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନରେ ଯାଇଥିଲେ । ସେଠାରେ ଶ୍ୟାମାକାଳି ମନ୍ଦିର ପରିଚାଳନା କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରିଚାଳନା କମିଟିର ସଦସ୍ୟଙ୍କ ସମେତ ପଣ୍ଡିତ ବର୍ଗ ତାଙ୍କୁ ପାଛୋଟି ନେଇଥିଲେ । ବେଦପାଠ ମଧ୍ୟରେ ମହାରାଜା କଂସ ଶ୍ୟାମେଶ୍ୱର ମହାଦେବଙ୍କ ଆରାଧନା କରିଥିଲେ ।ଏହି ଅବସରରେ ଭଗିନୀ ଦେବକୀଙ୍କ ଅଷ୍ଟମ ଶିଶୁ ଜନ୍ମ ନେଇଥିବା ସମ୍ପର୍କରେ ଦୂତଠାରୁ ସୂଚନା ପାଇ ମହାରାଜା ମଥୁରା କାରାଗାରରେ ପ୍ରବେଶ କରିଥିଲେ । ମହାରାଜା ମଥୁରା କାରାଗାରରେ ପହଞ୍ଚôବା ପରେ ଦେବକୀଙ୍କୁ ନବଜନ୍ମା ଶିଶୁକୁ ହସ୍ତାନ୍ତର କରିବା ପାଇଁ ନିର୍ଦେଶ ଦେଇଥିଲେ । ଦେବକୀ ଅବୋଧ ଶିଶୁକୁ କ୍ଷମା ପ୍ରଦାନ କରିବା ପାଇଁ ନିବେଦନ ଜଣାଇବା ସହ ଏହା ପୁତ୍ର ପରିବର୍ତ୍ତେ କନ୍ୟା ସନ୍ତାନ ହୋଇଥିବାରୁ ଜୀବନରେ ନ ମାରିବାକୁ ବିନତି ଜଣାଇଥିଲେ । ମାତ୍ର ଦେବକୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାରାଜା କଂସ ଦେବକୀ ହସ୍ତରୁ ଶିଶୁଟିକୁ ଛଡ଼ାଇ ଆଣି ଦର୍ପଣ ଶିଳାରେ ପ୍ରହାର କରିବାକୁ ଉଦ୍ୟତ ହେବା ବେଳେ ଶିଶୁଟି ଅର୍ନ୍ତଧ୍ୟାନ ହୋଇଯିବା ସହ କହିଥିଲା.. ରେ ରେ.. କଂସ ତୋତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ । ବିଜୁଳି କନ୍ୟାର ଏହି ବାଣି ବାରମ୍ବାର ପ୍ରତିଧ୍ୱନିତ ହେବାରୁ ମହାରାଜା କଂସ ବିବ୍ରତ ହୋଇ ପଡ଼ିଥିଲେ । ପରେ ସେ ମାନସିକ ଅବସାଦ ଦୂର କରିବା ପାଇଁ ରଙ୍ଗମହଲରେ ପ୍ରବେଶ କରିବା ସହ ନାଚଗୀତରେ ମସଗୁଲ ହୋଇ ଉଠିଥିଲେ । ମାତ୍ର ସେଥିରେ ମଧ୍ୟ ତାଙ୍କ ଅବସାଦ ଲାଘବ ନ ହେବାରୁ ପାତ୍ରମନ୍ତ୍ରୀଙ୍କ ସହ ପରାମର୍ଶ କରିବାକୁ ରାଜ ଦରବାରରେ ପ୍ରବେଶ କରିଥିଲେ । ସେଠାରେ ମନ୍ତ୍ରୀ ଓ ପାର୍ଷଦଙ୍କ ସହ ଆଲୋଚନା କରିବା ପରେ ଗୋପପୁରରେ ଛଳନାରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ମାୟାବିନୀ ପୁତନାଙ୍କୁ ପ୍ରେରଣ କରିବା ପାଇଁ ନିଷ୍ପତ୍ତି ନେବା ସହ ଏହି ନିଷ୍ପତ୍ତି ସମ୍ପର୍କରେ ପୁତନାକୁ ଜଣାଇ ଦେବାର ନିର୍ଦେଶ ଦେଇଥିଲେ । ଅପର ପକ୍ଷରେ ନନ୍ଦରାଜା ଓ ନନ୍ଦରାଣୀ ପୁତ୍ର ସନ୍ତାନ ଲାଭ କରି ଆତ୍ମବିଭୋର ପଡ଼ିବା ସହ ନନେ୍ଦାତ୍ସବର ଆୟୋଜନ ପାଇଁ ନିର୍ଦେଶ ଦେଇଥିଲେ । ବରଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତିଙ୍କ ସଂଯୋଜନାରେ ନନ୍ଦ ଦରବାର ଉଦ୍‍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲେ । ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ଗରଡ଼ିଆ ଏଥିରେ ମୁଖ୍ୟ ଅତିଥି ଏବଂ ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ.ଏନ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ମହାପାତ୍ର, ସୁଶିଲ ମହାପାତ୍ର, ସୁରେଶ୍ୱର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ନନ୍ଦଦରବାରରେ ଗଣ୍ଠିଆପାଲିର ସଂପ୍ରଦା, ଭୈନାତୋରାର କୃଷ୍ଣଗୁରୁ, ବରଗଡ଼ର ଚହଟପଲି ସାଂସ୍କୃତିକ ଅନୁଷ୍ଠାନ ,ତୋରାର ଦିଲୀପ ସୁନା ଓ ସାଥୀ ଏବଂ ଧବଲେଶ୍ୱର ଦଣ୍ଡନୃତ୍ୟ ସଂସ୍ଥା ନୃତ୍ୟ ପରିବେଷଣ କରିଥିଲେ । ମହାରାଜାଙ୍କ ରଙ୍ଗ ମହଲରେ କୁମ୍ଭାରୀର ସତ୍ୟସାଇ ଶବ୍ଦ ନୃତ୍ୟ ସଂସ୍ଥା ଶବ୍ଦନୃତ୍ୟ ପରିବେଷଣ କରିଥିବା ବେଳେ ସମ୍ବଲପୁରର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ବରଗଡ଼ର ଢ଼ଲିଆଖୁସା ସାଂସ୍କୃତିକ ଅନୁଷ୍ଠାନ, ପାଣିନୀ ପ୍ରଜ୍ଞା ସାଂସ୍କୃତିକ ଅନୁଷ୍ଠାନ ହୀରାକୁଦ ଏବଂ ଝୁଲେପାଲିର କଳାକାରମାନେ ଭିନ୍ନ ସ୍ୱାଦର ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏହା ବ୍ୟତିତ ଅନଗୁଳର ଧବଲେଶ୍ୱର ଦଣ୍ଡନୃତ୍ୟ ପ୍ରତିଷ୍ଠାନ ପକ୍ଷରୁ ଦଣ୍ଡନୃତ୍ୟ ପରିବେଷିତ ହୋଇଥିଲା ।

ସିନେ ସମ୍ବାଦ, ସମ୍ବାଦ[ସମ୍ପାଦନା]

ଭୂମିକା ଦାଶ

ଫଟୋରେ ଅାପଣ ଦେଖୁଛନ୍ତି ଭୂମିକା ଦାଶଙ୍କୁ । ଅାମ ମତରେ ଭୂମିକା ଅାପଣଙ୍କ ପାଇଁ ଜମାରୁ ନୂଅା ନୁହନ୍ତି । ଗତ ବର୍ଷ ମୁକ୍ତିପ୍ରାପ୍ତ ଓଡ଼ିଅା ଛବି "ରୁମ୍‍କୁ ଝୁମାନା'ରେ ଅାପଣ ତାଙ୍କୁ ଶିଶୁ କଳାକାର ଭାବେ ଦେଖିଛନ୍ତି; ଯେଉଁଥିପାଇଁ ଚଳିତ ବର୍ଷ ତାଙ୍କୁ ମିଳିଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । କେବଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କାହିଁକି, "ରୁମ୍‍କୁ ଝୁମାନା'ରେ ମନଛୁଅାଁ ଅଭିନୟ ନିମନ୍ତେ ତାଙ୍କୁ ତରଙ୍ଗ ଟିଭି ଏବଂ ସିନେ ପତି୍ରକା ଚଳଚ୍ଚିତ୍ର ଜଗତ ପକ୍ଷରୁ ମଧ୍ୟ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପ୍ରଦାନ କରାଯାଇଛି । ଅରିନ୍ଦମ-ପ୍ରିୟା ଷ୍ଟାରର୍‍ "ପାରିବେନି କେହି ଅଲଗା କରି'ରେ ମଧ୍ୟ ତାଙ୍କ ଅଭିନୟକୁ ବେଶ୍‍ ପସନ୍ଦ କରିଛନ୍ତି ସିନେପ୍ରେମୀ । ଭୁବନେଶ୍ୱରର ଜଗନ୍ନାଥ ବିହାରରେ ରହୁଥିବା ପ୍ରସନ୍ନ କୁମାର ଦାଶ ଏବଂ ତୃପ୍ତିଙ୍କ କନ୍ୟା ଭୂମିକା ବର୍ତମାନୟୁନିଟ୍‍ ୮ସ୍ଥିତ ଡିଏଭି ସ୍କୁଲ୍‍ରେ ସପ୍ତମ ଶ୍ରେଣୀର ଛାତ୍ରୀ । ପିଲାଟି ଦିନରୁ ନୃତ୍ୟ ପ୍ରତି ଭୂମିକାଙ୍କର ବିଶେଷ ରୁଚି ରହିଅାସିଛି । କେବଳ ସିନେ ଅଭିନୟ ନୁହେଁ, ସେ ମଧ୍ୟ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ଏକାଧିକ ମଞ୍ଚରେ ନୃତ୍ୟ ପରିବେଷଣ କରି ପ୍ରଶଂସିତ ହେବା ସହ ଦର୍ପଣ, ନୀଳକଇଁ, ଇଟିକିଲି ମିଟିକିଲି, ଅାଶ୍ରୟ, ମଦର, କସ୍ତୁରୀ, ଘୁଙ୍ଗୁର, ରାଜୀବ ବିକାଶ କେନ୍ଦ୍ର ଭଳି ନାମୀ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ଲାଭ କରିଛନ୍ତି । ସାଂସ୍କୃତିକ ଅନୁଷ୍ଠାନ ପିକକ୍‍ ପକ୍ଷରୁ ପ୍ରଖ୍ୟାତ ସିନେ ଅଭିନେତା ଶରତ ପୁଜାରୀଙ୍କ ସ୍ମୃତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଧ୍ୟ ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ସମ୍ମାନିତ ହୋଇଥିଲେ । ଅାକ୍ଟିଂ, ଓଡ଼ିଶୀ, ମଡର୍ଣ ଡ୍ୟାନ୍‍ସକୁ ବାଦ୍‍ ଦେଲେ ଭୂମିକା ମଧ୍ୟ ଜଣେ ମେଧାବୀ ଛାତ୍ରୀ ଭାବେ ଜାତୀୟ ମେଧାବୃତ୍ତି, ପ୍ରଜ୍ଞା ପ୍ରତିଭା ଅାଦି ସମ୍ମାନ ଲାଭ କରି ପ୍ରଶଂସାଭାଜନ ହୋଇଛନ୍ତି ।

୨୦୧୪ର ଓଡ଼ିଆ କଥାଚିତ୍ରର ତାଲିକା
ଚଳଚ୍ଚିତ୍ର ରିଲିଜ୍‍ ତାରିଖ ମୁଖ୍ୟ କଳାକାର
ଅାଖିରେ ଅାଖିରେ ୧ ।୧ ।୧୪ ବାବୁସାନ୍‍, ଝିଲିକ୍‍, ସିଦ୍ଧାନ୍ତ
ତୁ ଅାଉ ମୁଁ ୧୦ ।୧ ।୧୪ ବିଜେନ୍ଦ୍ର, ବନ୍ଦନା, ଅମି୍ରତେଶ
ତୋ' ବାଟ ଚାହିଁଛି ରାତି ସାରା ୧୦ ।୧ ।୧୪ ଚନ୍ଦନ, ପ୍ରିୟା, ଦୀପିକା
ପୁଣି ଦେଖାହବ ଅାର ଜନମରେ ୪ ।୨ ।୧୪ ବବି ମିଶ୍ର, ରାଲି ନନ୍ଦ, ମଧୁ
ଖାସ୍‍ ତୁମରି ପାଇଁ ୨୭ ।୨ ।୧୪ ଦୁଷ୍ମନ୍ତ, ପିଙ୍କି ପ୍ରିୟଦର୍ଶିନୀ, ଦେବଯାନୀ
ସ୍ମାଇଲ୍‍ ପ୍‍୍ଲିଜ୍‍ ୧୪ ।୩ ।୧୪ ସବ୍ୟସାଚୀ, ଅର୍ଚିତା, ମିହିର ଦାସ
ଜୟହିନ୍ଦ୍‍ ୪ ।୪ ।୧୪ ଦୀପନ, ଇଜି
ଡାଡି ଦି ଲିଭିଂ ଗଡ୍‍ ୧୪ ।୪ ।୧୪ ଅରିନ୍ଦମ୍, ଲିପି
ହରିବୋଲ୍‍ ନୁହେଁ ଟଙ୍କା ବୋଲ୍‍ ୧ ।୫ ।୧୪ ଚୁଙ୍ଗା, କଳ୍ପନା
ସାହିତ୍ୟ ଦିଦି ୯ ।୫ ।୧୪ ରୋନକ ଦାଶ, ଅଦିତି ମୁଖାର୍ଜୀ
ଓମ୍‍ ୨୯ ।୫ ।୧୪ ସମ୍ୱିତ, ପ୍ରକୃତି ମିଶ୍ର
ଗୋଲାପି ଗୋଲାପି ୧୨ ।୬ ।୧୪ ଅମ୍ଳାନ୍, ରୀୟା, ସିଦ୍ଧାନ୍ତ
ସମଥିଙ୍ଗ୍‍ ସମଥିଙ୍ଗ୍‍ ଟୁ ୧୪ ।୬ ।୧୪ ଅନୁଭବ, ବର୍ଷା ପ୍ରିୟଦର୍ଶିନୀ
ସଂଗମ ୧୪ ।୬ ।୧୪ ବୁଦ୍ଧାଦିତ୍ୟ, ଅାକାଶ, ସିଦ୍ଧାନ୍ତ, ଜ୍ୟୋତି ପାଣି
ଫିଅର୍‍ ଅଫ୍‍ ଦି ଇୟର୍‍ ୧୧ ।୭ ।୧୪ ସମ୍ୱିତ, ଦୁଷ୍ମନ୍ତ, ଏଲି
କିଡ୍‍ନାପ୍‍ ୮ ।୮ ।୧୪ ଲିଙ୍କନ୍‍, କୁନ୍‍ମୁନ୍‍
କ୍ରିଷ୍ଣାଗୋବିନ୍ଦା ୨୨ ।୮ ।୧୪ ସୂରଜ କୁମାର, ମଣ୍ଟୁ, କାଜଲ ଶତପଥୀ
ଲେଖୁଲେଖୁ ଲେଖିଦେଲି ୨୯ ।୮ ।୧୪ ବାବୁସାନ୍‍, ଝିଲିକ୍‍
ଅାମେ ତ ଟୋକା ଷଣ୍ଢ ମାର୍କା ୨୯ ।୮ ।୧୪ ପପୁ ପମ୍‍ପମ୍‍, କୋଏଲ୍‍
ପାଗଳ କରିଛୁ ତୁ ୧ ।୧୦ ।୧୪ ଅମ୍ଳାନ, ରୀୟା, ସିଦ୍ଧାନ୍ତ
ମେଣ୍ଟାଲ୍‍ ୨ ।୧୦ ।୧୪ ଅନୁଭବ, ବର୍ଷା ପ୍ରିୟଦର୍ଶିନୀ
ମୁଁ ତାର କିଏ ୩୧ ।୧୦ ।୧୪ ମିହିର ଦାସ, ଯୁକ୍ତା
ତମେ ଥିଲେ ସାଥିରେ ୬ ।୧୧ ।୧୪ ଦୀପକ, ରାଗିଣୀ
ଗଞ୍ଜା ଲଢ଼େଇ ୨୧ ।୧୧ ।୧୪ ସମ୍ୱିତ୍‍, ପ୍ରିୟାଂଶୀ, ସିଦ୍ଧାନ୍ତ
ଓ୍ୱାନ୍‍େଓ୍ୱ ଟ୍ରାଫିକ୍‍ ୧୪ ସମ୍ଭବ, ତପସ୍ୟା
ଶରତ ପୂଜାରୀ, ନିଖିଳ ବରଣ ସେନଗୁପ୍ତ, ବାସୁଦେବ ତ୍ରିପାଠୀ, ସାଧନା ପରିଜା, ବୀରେନ୍‍ ରାଉତରାୟ, ମାମିନାଗ୍ଲୋରିଅା ମହାନ୍ତି (ସମ୍ବାଦ)

ଚଳିତବର୍ଷ ବେଶ୍‍ କେତେ ଜଣଙ୍କୁ ଓଲିଉଡ଼୍‍ ହରାଇଛି । ବରିଷ୍ଠ ଅଭିନେତା-ନିର୍ଦେଶକ ଶରତ ପୂଜାରୀ ଏବଂ ବିଶିଷ୍ଟ କଳାନିର୍ଦେଶକ ନିଖିଳ ବରଣ ସେନଗୁପ୍ତ ପରଲୋକ ଗମନ କରିଛନ୍ତି । ଲୋକପ୍ରିୟ ପ୍ରଯୋଜକ ସୁନୀଲ ରାଉତଙ୍କ ପ୍ରଯୋଜକ ପୁଅ ସୁମିତ୍‍ ରାଉତଙ୍କର ୨୦୧୪ରେ ଅକାଳ ବିୟୋଗ ଘଟିଛି । ପ୍ରଯୋଜକ ବାସୁଦେବ ତ୍ରିପାଠୀଙ୍କର ମଧ୍ୟ ପରଲୋକ ହୋଇଯାଇଛି । ଓଡ଼ିଅା ଚଳଚ୍ଚିତ୍ର ଜଗତର ଲୋକପି୍ରୟ ଚରିତ୍ର ଅଭିନେତ୍ରୀ ରୁନୁ (ସାଧନା ପରିଜା)ଙ୍କର ମଧ୍ୟ ଅକାଳ ବିୟୋଗ ଘଟିଛି । ବରିଷ୍ଠ ଚରିତ୍ର ଅଭିନେତା ବୀରେନ ରାଉତରାୟଙ୍କ ପରଲୋକ ମଧ୍ୟ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି । ଅନ୍ୟତମ ଲୋକପି୍ରୟ ହାସ୍ୟାଭିନେତ୍ରୀ ତଥା ଚରିତ୍ର ଅଭିନେତ୍ରୀ ମାମିନାଙ୍କ ଅାକସ୍ମିକ ବିୟୋଗ ଘଟିଛି ଏ ବର୍ଷ । ଠିକ୍‍ ସେହିପରି ଜୟଦେବ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ଗ୍ଲୋରିଅା ମହାନ୍ତି ମଧ୍ୟ ୨୦୧୪ରେ ଇହଲୀଳା ସମ୍ୱରଣ କରିଛନ୍ତି ।

ଶଲାବୁଢ଼ା, ଶାରଦା ପ୍ରସନ୍ନ ନାୟକ, ଅଟଳ ବିହାରୀ ପଣ୍ଡା (ସିନେ ସମ୍ବାଦ)

୨୦୧୪ରେକାହାଣୀକାର, ସଂଳାପକାର, ଗୀତିକାର ତଥା ନିର୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କୁ ଓଡ଼ିଶା ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଅଟଳ ବିହାରୀ ପଣ୍ଡା ଶ୍ରେଷ୍ଠ ଅଭିନେତା, ଅର୍ଚିତା ଶ୍ରେଷ୍ଠ ଅଭିନେତ୍ରୀ ଓ ସବ୍ୟସାଚୀ ମହାପାତ୍ର ଶ୍ରେଷ୍ଠ ନିର୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି । "ଶଲାବୁଢ଼ା'ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି । ଅନ୍ୟପକ୍ଷରେ ଓଡ଼ିଅା କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ଇଣ୍ଡିଅାଜ୍‍ "ର'ଷ୍ଟାର' ବିଜେତା ହେବା ଥିଲା ଏ ବର୍ଷର ସବୁଠୁ ବେଶି ଚର୍ଚାର ବିଷୟା ପ୍ରଖ୍ୟାତ ଗାୟିକା ତୃପ୍ତି ଦାସଙ୍କୁ ମଧ୍ୟ ଚଳିତ ବର୍ଷ ବାଇସ୍କୋପ୍‍ ଫିଟ୍‍ଫାଟ୍‍ ଅାଓ୍ୱାର୍ଡ୍‍ ମିଳିଛି ।

ଅକ୍ଷୟ ମହାନ୍ତି (ଅଭିନେତା) (ସିନେ ସମ୍ବାଦ)

ଅକ୍ଷୟ ମହାନ୍ତି (କାଶ୍ୟପ)ଙ୍କୁ ଓଡି଼ଅା ସିନେମାର ପ୍ରଥମ ଷ୍ଟାର୍‍ ହିରୋ କହିଲେ ଭୁଲ୍‍ ହେବନାହିଁ । ଷାଠିଏ ମସିହାରେ କୌଣସି ସିନେମାରେ ଅକ୍ଷୟ ହିରୋ ଥିଲେ, ସେ ସିନେମା ଭଲ ଚାଲିଥିଲା । ତା' ଅାଗରୁ ଅଭିନେତା ସିନେମାର ଲୋକପ୍ରିୟତାକୁ ନେଇ ପରିଚିତ ହେଉଥିଲା । ଅନେକଙ୍କ ସହ ଅଭିନୟ କରିଥିଲେ ବି ଝରଣା ଦାସଙ୍କ ସହ ତାଙ୍କର ଯୋଡ଼ି ଖୁବ୍‍ ଅାକର୍ଷଣୀୟ ହେବାରେ ଲାଗିଲା । ଅକ୍ଷୟ ମହାନ୍ତି (କାଶ୍ୟପ) ଦେଖିବାକୁ ଥିଲେ ଖୁବ୍‍ ସୁନ୍ଦର । ଉଚ୍ଚତା ସାଙ୍ଗକୁ ଠିଅା ନାକ, ବର୍ଣ ଏବଂ ସ୍ଲିମ୍‍ ବଡି ତାଙ୍କୁ ବେଶ୍‍ ଅାକର୍ଷଣୀୟ କରି ଗଢ଼ି ତୋଳିଥିଲା । ସେ ଥିଲେ ଉଚ୍ଚ ଶିକ୍ଷିତ ଓ ସ୍ନେହୀ । ମଧ୍ୟବିତ୍ତ ପରିବାରର ଏଇ ଅଭିନେତା ଜଣକ ସିନେମା ଜଗତ ଏବଂ ସଂସାର ଜଗତ - ଉଭୟରେ ଲୋକପ୍ରିୟ ଥିଲେ । ତାଙ୍କର ଅଭିନୟରେ କି ଯାଦୁବିଦ୍ୟା ଥିଲା କେଜାଣି, ଅନ୍ୟ ସମକାଳୀନ ଅଭିନେତାମାନଙ୍କୁ ପଛରେ ପକେଇ ଦର୍ଶକ ହୃଦୟରେ ରାଜୁତି କରିବାରେ ସଫଳ ହୋଇଥିଲେ । ପରବର୍ତୀ ସମୟରେ ଶ୍ରୀରାମ, ଉତ୍ତମ, ବିଜୟ, ଅଜିତ, ସିଦ୍ଧାନ୍ତ ପ୍ରମୁଖ ଯେମିତି ଲୋକପ୍ରୟ ହୋଇପାରିଲେ, ସେହି ସ୍ରୋତର ଅାରମ୍ଭ ପର୍ବ ଅକ୍ଷୟଙ୍କଠାରୁ ହୋଇଥିଲା । ସେତେବେଳେ ଏତେ ସିନେମା ପତ୍ରିକା ନଥିଲା । ଚାରିଅାଡ଼େ ଡିସ୍‍ପ୍ଲେ ହୋର୍ଡିଂ ଲାଗୁନଥିଲା । କେବଳ ଅାର୍ଟିଷ୍ଟ ହାତରେ ଅଙ୍କା ଅଳ୍ପ ସଂଖ୍ୟାରେ ବ୍ୟାନର୍‍ ଲାଗୁଥିଲା ସିନେମା ହଲ୍‍ ସାମ୍‍ନାରେ । ଏମିତିକି କାନ୍ଥ-ବାଡ଼ରେ ଲାଗୁଥିବା ପୋଷ୍ଟର ସଂଖ୍ୟା ମଧ୍ୟ କମ୍‍ ଥିଲା । ତଥାପି ଦର୍ଶକ ଅକ୍ଷୟଙ୍କୁ ଭଲପାଇ, ତାଙ୍କ ନାମ ପ୍ରକାଶରେ ହଲ୍‍କୁ ଯାଉଥିଲେ ଅାପେ ଅାପେ - ଏଇ ହେଲା ଷ୍ଟାର୍‍-ହିରୋର ଅସଲ ମାନେ । ଅନେକ ସୈାଖୀନ୍‍ ନାଟକରେ ଅଭିନୟ କଲାପରେ ସେ ପ୍ରଥମେ ଅାସିଥିଲେ "ଶ୍ରୀଲୋକନାଥ' ସିନେମାରେ । ୧୯୬୦ ମସିହା ପ୍ରାରମ୍ଭରେ ରିଲିଜ୍‍ ହୋଇଥିବା ଏଇ ସିନେମାଟି ଅାଶାତୀତ ଭାବେ ସଫଳ ହୋଇଥିଲା । "ହଜିଯିବା ପୁଣି ମିଳିଯିବା' ଫର୍ମୁଲାରେ ଚିତ୍ରିତ "ବିଜୁ' ଚରିତ୍ରରେ ଅଭିନୟ କରି ସେ ଦର୍ଶକର ଅାଖିରେ ଅସରନ୍ତି ଲୁହ ଅାଣି ପାରିଥିଲେ । ଅଳ୍ପକାଳ ଭିତରେ ଓଡ଼ିଶାର ପୁରପଲ୍ଲୀରେ ହିରୋ ଅକ୍ଷୟ ମହାନ୍ତି ଖୁବ୍‍ ଲୋକପ୍ରିୟ ହୋଇ ଉଠିଲେ ଏବଂ ଗୋଟିଏ ପରେ ଗୋଟିଏ ସିନେମା ତାଙ୍କର ହିଟ୍‍ ହେବାରେ ଲାଗିଲା । ସେ ମଧ୍ୟରୁ କିଛି ହେଲା "ମାଣିକ ଯୋଡ଼ି', "ଅମଡ଼ାବାଟ', "ନବଜନ'୍ମ, "ମଲାଜହ୍ନ' ଇତ୍ୟାଦି । ଜୀବନର ମଧ୍ୟାହ୍‍ଣରେ ଅକ୍ଷୟବାବୁ ଅନେକ ଓଡି଼ଅା ସିନେମାରେ ଚରିତ୍ର ଅଭିନେତା ଭାବେ କାମ କରିଛନ୍ତି । ସେଗୁଡ଼ିକ ମଧ୍ୟରୁ କିଛି ହେଲା, "ବତାସୀ ଝଡ'଼, "ହିସାବ ନିକାଶ', "ମହାସତୀ ସାବିତ୍ରୀ', "ଜାଇଫୁଲ', "ଶଙ୍ଖାସିନ୍ଦୁର', "ନଳ ଦମୟନ୍ତୀ', "ବଧୂ ନିରୁପମା', "ଲାଲ୍‍ପାନ୍‍ ବିବି' ଇତ୍ୟାଦି । ଅର୍ଥାତ୍‍ ୧୯୬୦ରୁ ୧୯୯୧ ମସିହା ପର୍ଯ୍ୟନ୍ତ ସେ ତାଙ୍କର ଅଭିନୟ କ୍ୟାରିୟର କାଏମ୍‍ ରଖିଥିଲେ । ନିର୍ଦେଶକ ଭାବେ ସେ ତିଅାରି କରିଛନ୍ତି "ଶଙ୍ଖମହୁରୀ', "ସଉତୁଣୀ' ଓ "ଜୟ ମା ମଙ୍ଗଳା' । "ମଲାଜହ୍ନ' ତାଙ୍କ ଦ୍ୱାରା ସହପ୍ରଯୋଜିତ ଏକମାତ୍ର ସିନେମା, ଯାହାକି ଓଡ଼ିଅା ସିନେମା ଇତିହାସରେ ଏକ ମାଇଲ୍‍ଖୁଣ୍ଟି ସଦୃଶ । ଅାଜି ସେ ନାହାନ୍ତି ସତ, ହେଲେ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଷ୍ଟାର୍‍- ହିରୋ ମୁକୁଟ ଜଣକ ପରେ ଜଣେ ପିନ୍ଧି ଚାଲିଛନ୍ତି । ଏଇ ପରମ୍ପରା ଅକ୍ଷୟ ।

ଜେ.ଅାଦେନି

ଶିବଶଙ୍କର ଓଝା. "ସଂଗୀତ ମୋର ଜୀବନ, ନିର୍ଦେଶନା ପିପାସା'

ଓଡ଼ିଅାରେ "ଅନୁତାପ' ଓ "ହୀରା ମୋତି ମାଣିକ' ଏବଂ ହିନ୍ଦୀରେ "ଜମାନା କ୍ୟା କହେଗା', "ପ୍ରେମ୍‍ ଉପହାର୍‍' ଓ "ହମ୍‍ନେ ପ୍ୟାର୍‍ କିୟା' ଭଳି ସିନେମାର ନିର୍ଦେଶକ ଜେ.ଅାଦେନି ଏବେ ବି ସିନେମା ନିର୍ମାଣ ଓ ସଂଗୀତ କ୍ଷେତ୍ରରେ ସକ୍ରିୟ ଅଛନ୍ତି । ଏକାଧାରରେ ଜଣେ ପ୍ରଯୋଜକ, ନିର୍ଦେଶକ, ସଂଗୀତ ନିର୍ଦେଶକ, ସ୍କି୍ରପ୍ଟ ଲେଖକ ଓ ଅଭିନେତା ଜେ.ଅାଦେନିଙ୍କ ସହିତ "ସିନେ ସମ୍ୱାଦ'ର ଅନ୍ତରଙ୍ଗ ଅାଳାପ

ଅାପଣ ତ ଜଣେ ଇଲେକ୍ଟି୍ରକାଲ୍‍ ଇଂଜିନିୟର, ପୁଣି ରେଳବାଇରେ ଚାକିରି କରୁଥିଲେ । ସିନେମା ଲାଇନ୍‍କୁ କାହିଁକି ଅାସିଥିଲେ ? ଏସବୁ ପଛରେ ମୋର ସିନେମା ପ୍ରତି ଥିବା ନାହିଁ ନଥିବା ଦୁର୍ବଳତା ହିଁ ଏକମାତ୍ର କାରଣ । ମୋତେ ଏହି "କୀଡା' (ପୋକ)ସବୁବେଳେ କାମୁଡ଼ୁଥିଲା । ମୁଁ ପିଲାଦିନେ ସ୍କୁଲ୍‍ ଅାଉ କଲେଜ୍‍ ଡ୍ରାମାରେ ଅଭିନୟ କରୁଥିଲି । ଘଟଣାଚକ୍ରରେ ମୋତେ ସବୁବେଳେ ଝିଅପିଲା ରୋଲ୍‍ ମିଳୁଥିଲା । ୧୯୫୯ ମସିହାରେ ଯାଦବପୁର ବିଶ୍ୱବିଦ୍ୟାଳୟରେ ଇଲେକ୍ଟ୍ରିକାଲ୍‍ ଇଂଜିନିୟରିଂ ପଢିଲି, ସେଠି ବି ଅଭିନୟ କରୁଥିଲି । ତା'ପରେ ଭାରତୀୟ ରେଳବାଇରେ ପ୍ରାୟ ୪ ବର୍ଷ ଚାକିରି କଲି । କଲିକତା ଓ ମୋଗଲ୍‍ସରାଇରେ ମୋର ପୋଷ୍ଟିଂ ହୋଇଥିଲା । ମନ ଇଂଜିନିୟରିଂ କାମରେ ଲାଗୁନଥିଲା । ଯେହେତୁ ସିନେମା ଲାଇନ୍‍ରେ କାମ କରିବାର ଇଛା ବହୁତ ଥିଲା, ଏଣୁ ମୁଁ ଚାକିରି ଛାଡ଼ିଲି । ▼ ସିନେମା ନିର୍ମାଣରେ ପ୍ରବେଶ କରିବା ପୂର୍ବରୁ ଏ ସଂପର୍କରେ କିଛି ଜ୍ଞାନ ଅାହରଣ କରିଥିଲେ କି ? ହଁ, ଯେତେବେଳେ ମୋର ପୋଷ୍ଟିଂ କଲିକତାରେ ହୋଇଥିଲା, ସେତେବେଳେ ମୁଁ ନିୟମିତ ଭାବେ ସୁଟିଂସେଟ୍‍କୁ ଯାଉଥିଲି । ବଙ୍ଗଳା ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ନିର୍ଦେଶକ ସତ୍ୟଜିତ୍‍ ରାୟ, ମୃଣାଳ ସେନ୍‍ ଓ ଦେବୁ ବୋଷଙ୍କ ସେଟ୍‍କୁ ଯାଇ ଖୁବ୍‍ ଅାଗ୍ରହର ସହିତ ସେମାନଙ୍କ କାର୍ଯ୍ୟ ଶୈଳୀକୁ ନିରୀକ୍ଷଣ କରି ନିର୍ଦେଶନା ଶିଖିଥିଲି । ତା'ଛଡା କଲିକତାର ବି୍ରଟିଶ୍‍ ଲାଇବ୍ରେରିକୁ ଯାଇ ଫିଲ୍ମ ମେକିଂ ଉପରେ ଅନେକ ବହି ପଢ଼ିଥିଲି । ସିନେମା ନିର୍ମାଣ ସମ୍ୱନ୍ଧିତ ଭିଡିଓ ମଧ୍ୟ ଦେଖିଥିିଲି । ଏଭଳି ଭାବେ ଜ୍ଞାନ ଅାହରଣ କରିବା ପରେ ଚଳଚ୍ଚିତ୍ର ନିର୍ଦେଶନା ଦେବା ଲାଗି ସ୍ଥିର କରିଥିଲି । ଚାକିରି ଛାଡ଼ିବା ପରେ କିଭଳି ଭାବେ ଚଳଚ୍ଚିତ୍ର ନିର୍ଦେଶନା ଅାଡ଼କୁ ମୁହାଁଇଥିଲେ ? ମୁଁ ବ୍ରହ୍ମପୁର ଫେରିଲି । ଏଠି ପ୍ରଥମେ ଅର୍ଥ ଉପାର୍ଜନ ଲାଗି ଇଲେକଟି୍ରକାଲ୍‍ କଣ୍ଟ୍ରାକ୍ଟି୍ର କରିଲି । ହାତରେ କିଛି ପଇସା ହୋଇଯିବା ପରେ ମୁଁ ବ୍ରହ୍ମପୁର ଅନ୍ନପୂର୍ଣ୍ଣା ଥିଏଟରକୁ ଲିଜ୍‍ରେ ନେଇ ଡ୍ରାମା ଅାରମ୍ଭ କଲି । ̄ା'ପରେ ୧୯୭୦ରେ "କିଏ ବୁଝିବ' ଶୀର୍ଷକରେ ଏକ ଓଡ଼ିଅା ଚଳଚ୍ଚିତ୍ରର ପ୍ରଯୋଜନା, ନିର୍ଦେଶନା ଓ ସଂଗୀତ ନିର୍ଦେଶନା ଦେବା ଲାଗି ସ୍ଥିର କଲି । ଏଥିପାଇଁ ମୁଁ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କୁ ବ୍ରହ୍ମପୁର ଅାଣି ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ କରିଥିଲି । ଅନ୍ୟ ଜଣେ ଲୋକପି୍ରୟ ନାଟ୍ୟକାର ରମେଶ ପାଣିଗ୍ରାହୀ ଏହି ସିନେମା ପାଇଁ ଗୀତ ରଚନା କରିଥିଲେ । ଫିଲ୍ମଟି ଫ୍ଲୋର୍‍କୁ ଯିବା ପୂର୍ବରୁ ଅାର୍ଥିକ ସମସ୍ୟା ଉପୁଜିଲା, ଯେଉଁଥିପାଇଁ କାମ ଅାଉ ଅାଗେଇ ପାରିଲା ନାହିଁ । ▼ ତା'ପରେ "ଅନୁତାପ'ର ନିର୍ଦେଶନା ଓ ସଂଗୀତ ନିର୍ଦେଶନା ଦେଲେ । ଏହା କିପରି ସମ୍ଭବ ହୋଇଥିଲା? ମୁଁ ବ୍ରହ୍ମପୁର ଛାଡ଼ି କଟକ ଅାସିଲି । ଏଠି ଗୋଟେ ଫ୍ୟାକ୍ଟି୍ର କରିଲି, ଯାହା ଖୁବ୍‍ ଭଲ ଚାଲିଲା । ଏଥର ପଇସା ହେବାପରେ ମୁଁ "ଅନୁତାପ' ସିନେମାର ଯୋଜନା କରିଲି । ଏହାର ସ୍କ୍ରିପ୍ଟ, ସଂଗୀତ ଓ ନିର୍ଦେଶନା ସାଙ୍ଗକୁ ପ୍ରଯୋଜନା ଦାୟିତ୍ୱ ବି ନେଲି । ଏଥିରେ ସଂଳାପ ଲେଖିଥିଲେ ଅକ୍ଷୟ କୁମାର ମହାନ୍ତି (ଅଭିନେତା ଅନୁଭବଙ୍କ ଦାଦା) । ପ୍ରଥମ ଥର ପାଇଁ ଗୀତ ଲେଖିଲେ ନିଜାମ୍‍, ଶୀର୍ଷାନନ୍ଦ ଦାସ କାନୁନ୍‍ଗୋ ଏବଂ ରଜନୀକାନ୍ତ ନାୟକ । "ଅନୁତାପ'ରେ ସୁରେଶ ମିଶ୍ର, ସୌଦାମିନୀ ମିଶ୍ର, ଝରଣା ଦାସ ଓ ସାମୁଏଲ୍‍ ସାହୁ (ବାବି) ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହାର ସୁଟିଂ କଟକ, ଭୁବନେଶ୍ୱର ଓ କଲିକତାର ଟେକ୍‍ନିସିଅାନ୍‍ ଷ୍ଟୁଡିଓରେ କରାଯାଇଥିଲା । ▼ ଏହାର ବଜେଟ୍‍ ସେତେବେଳେ କେତେ ଥିଲା ? ବ୍ଲାକ୍‍ ଅାଣ୍ଡ ହ୍ୱାଇଟ୍‍ "ଅନୁତାପ'ର ବଜେଟ୍‍ ଥିଲା ପ୍ରାୟ ୬ ଲକ୍ଷ ଟଙ୍କା । ▼ ହେଲେ ଏହା କାହିଁକି ଅଭିଯାତ୍ରୀକ ପ୍ରଡକସନ୍‍ ବ୍ୟାନରରେ ରିଲିଜ୍‍ ହେଲା ? "ଅନୁତାପ'ର ମ୍ୟୁଜିକ୍‍ ରେକର୍ଡିଂ ପରେ ଅଭିଯାତ୍ରୀକ ପ୍ରଡକ୍‍ସନ୍‍ର ପ୍ରଯୋଜକ ଜୟନ୍ତ କୁମାର "ଅନୁତାପ'ରେ ବ୍ୟାବସାୟିକ ସହଯୋଗ କରିବାକୁ ଚାହିଁଲେ । ଏଣୁ ଅାମେ ମିଶିକରି ଫିଲ୍ମଟି କଂପ୍ଲିଟ୍‍ କରିଲୁ । ଏଥିପାଇଁ ଏହାର କାହାଣୀ ଓ ପ୍ରଯୋଜନାର କ୍ରେଡିଟ୍‍ ନେଇଗଲେ ଜୟନ୍ତ କୁମାର । ଫିଲ୍ମର ପ୍ରିମିୟର୍‍ କଟକର ଗ୍ରାଣ୍ଡ୍‍ ସିନେମାରେ ହୋଇଥିଲା । ▼ ଅାପଣ ନିଜେ ଏହି ଫିଲ୍ମରେ ଅଭିନୟ ବି କରିଥିଲେ ? ହଁ, ପ୍ରକୃତରେ ମୁଁ ଅଭିନୟ କରିବାକୁ ଚାହୁଁନଥିଲି । ମାତ୍ର ଦୁଇଜଣ ବିଶିଷ୍ଟ କଳାକାର ଅାସିଥିଲେ (ଜଣକ ପରେ ଜଣେ), ଯେଉଁମାନେ ଏହି ରୋଲ୍‍ କରି ପାରିନଥିଲେ । ଶେଷରେ ବାଧ୍ୟ ହୋଇ ମୁଁ ଜମିଦାର ଭୂମିକାଟିରେ ନିଜେ ଅବତୀର୍ଣ ହୋଇଥିଲି । ▼ "ଅନୁତାପ' ଫିଲ୍ମ ହିଟ୍‍ ନହେଲେ ବି ଏହାର ମ୍ୟୁଜିକ୍‍ ଅାଜି ବି ଖୁବ୍‍ ପପୁଲାର୍‍ । କିନ୍ତୁ ଏହାପରେ ଅାପଣଙ୍କୁ ଅନ୍ୟ କୌଣସି ସିନେମାରେ ସଂଗୀତ ନିର୍ଦେଶନା ଦେବାର ସୁଯୋଗ ମିଳିନଥିଲା ? ମୁଁ ମୁଖ୍ୟତଃ ନିର୍ଦେଶକ ବୋଲି ପ୍ରଚାରିତ ହେଲା, ଏଣୁ ବୋଧହୁଏ ମ୍ୟୁଜିକ୍‍ ଡାଇରେକ୍ଟର୍‍ ଭାବେ ମତେ କେହି ନେବାକୁ ଚାହିଁନଥିଲେ । ▼ "ହୀରା ମୋତି ମାଣିକ'ର ଅାପଣ ନିର୍ଦେଶନା ଦେଇଥିଲେ । ହେଲେ ଏଥିରେ ସଂଗୀତ ନିର୍ଦେଶନା ଦେଇନଥିଲେ କାହିଁକି ? ଯେତେବେଳେ ଏହି ଫିଲ୍ମର ପ୍ରଯୋଜକ ଏନ୍‍.କେ.ଦାସ ଓ ଗୀତିକାର ଗୌର ପଟ୍ଟନାୟକ "ହୀରା ମୋତି ମାଣିକ'ର ଅଫର୍‍ ନେଇ ଅାସିଲେ, ସେତେବେଳକୁ ଗୀତ ରେକର୍ଡିଂ ସାରି ଦେଇଥିଲେ । ଶ୍ରୀବସି ପଟ୍ଟନାୟକ ଥିଲେ ଏହାର ସଂଗୀତ ନିର୍ଦେଶକ । ଗୀତ ବି ଖୁବ୍‍ ବଢ଼ିଅା ହୋଇଥିଲା । ମୋତେ ସେମାନେ ଏହାର ନିର୍ଦେଶନା ଦେବାକୁ ଅନୁରୋଧ କଲେ । ଅାଉ ମୁଁ ବି ରାଜିହେଲି । ▼ ଅାପଣ ଏହାପରେ ଓଲିଉଡ୍‍ ଛାଡି ବଲିଉଡ୍‍କୁ କାହିଁକି ଗଲେ ? ସେଠି କେମିତି କାମ କଲେ ? ୧୯୮୨ରେ "ହୀରା ମୋତି ମାଣିକ' ରିଲିଜ୍‍ ହେବାପରେ ମୁଁ ବାଧ୍ୟ ବାଧ୍ୟକତାରେ ବମ୍ୱେ ଗଲି । ସେଠି ବିଭିନ୍ନ ଫିଲ୍ମର ସେଟ୍‍କୁ ଯିବା ଅାସିବା କରିବା ଭିତରେ ମୋତେ ଫାଇନାନ୍‍ସର୍‍ ମିଳିଗଲେ । ୧୯୮୫ରେ ମୋର ପ୍ରଯୋଜିତ, ନିର୍ଦେଶିତ ଓ ସ୍ୱରାରୋପିତ ହିନ୍ଦୀ ସିନେମା "ଜମାନା କ୍ୟା କହେଗା' ରିଲିଜ୍‍ ହେଲା । ତା'ପରେ ମୋ ନିର୍ଦେଶନାରେ ୧୯୯୨ରେ "ପ୍ରେମ୍‍ ଉପହାର' ଓ "ହମ୍‍ନେ ପ୍ୟାର୍‍ କିୟା' ମୁକ୍ତିଲାଭ କରିଥିଲା । ▼ ଅାପଣ ପ୍ରଯୋଜନା କରିଛନ୍ତି, ନିର୍ଦେଶକ ହୋଇଛନ୍ତି ଅାଉ ସଂଗୀତ ନିର୍ଦେଶନା ବି ଦେଉଛନ୍ତି । ଏଥିମଧ୍ୟରୁ କେଉଁଥିରେ ବେଶି ଅାମିସନ୍ତୋଷ ପାଇଛନ୍ତି ? ଅାମିସନ୍ତୋଷ ତ ଏଯାଏଁ ପାଇନି । ସଂଗୀତ ମୋର ଜୀବନ ହେଲେ ନିର୍ଦେଶନା ଦେବା ମୋର ପିପାସା । ▼ କିଛି ଅବସୋସ ଅଛି କି ? ନା, ମୁଁ ଜଗନ୍ନାଥଙ୍କ କୃପାରୁ ବହୁତ କିଛି ପାଇଛି । ▼ ଅାଜିକାର ଓଡ଼ିଅା ସିନେମା ଓ ଦର୍ଶକଙ୍କ ସଂପର୍କରେ କ'ଣ କହିବେ ? ଅାମ ଦର୍ଶକ ଭାରି ଭଲ । ସେମାନଙ୍କର ଗୋଟେ ରିଜର୍ଭେସନ୍‍ ଅଛି । ଅମୁକ ହିରୋ ଥିଲେ କି ହିରୋଇନ୍‍ ଥିଲେ ସିନେମା ଦେଖିବେ । ଅାଉ ସିନେମାରେ ତ କପିପେଷ୍ଟ୍‍ ଚାଲିଛି । କିଛି ଗୋଟେ ଚମକିାର ହେଉ ବୋଲି ମୋର ଅାଶା । ପୁଣି ମୌଳିକ ସିନେମାର ଯୁଗ ଫେରୁ ବୋଲି ମୋର ଇଚ୍ଛା ।


ଶିଶିର ମୋହନ ପତି (ଛୋଟ ପରଦାରେ ସକ୍ରିୟ ଶିଶିର)

ମୁଭି ମୋଗଲ୍‍ ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ ତଥା "ପଞ୍ଚୁପାଣ୍ଡବ', "ମା'ପରି କିଏ ହେବ' ଏବଂ "ଏଇଠି ସ୍ୱର୍ଗ ଏଇଠି ନର୍କ' ଭଳି ପପୁଲାର ସିନେମାର ନିର୍ଦେଶନା ଦେଇ ଓଲିଉଡ୍‍ରେ ବେଶ୍‍ ପରିଚିତି ହାସଲ କରିଥିଲେ ବୁଟୁ ଓରଫ୍‍ ଶିଶିର ମୋହନ ପତି । ବଡ଼ ପରଦାର ଏହି ସଫଳ ନିର୍ଦେଶକ ସଂପ୍ରତି ଛୋଟ ପରଦାରେ ନିଜକୁ ସକ୍ରିୟ ରଖିଛନ୍ତି । ତରଙ୍ଗ ଚାନେଲ୍‍ରେ ପ୍ରସାରିତ ବିଜୟ କନ୍ଦୋଇ ପ୍ରଯୋଜିତ "ଜୀବନ ଯମୁନାରେ ଜୁଅାର ଉଠେରେ'ର ନିର୍ଦେଶନା ଦେଇ ଖୁବ୍‍ ଚର୍ଚିତ ହୋଇଥିଲେ ଶିଶିର । ତା'ପରେ ସେ ତରଙ୍ଗରେ ପ୍ରସାରିତ "ସ୍ୱାଭିମାନ୍‍'ର କିଛି ଅଧ୍ୟାୟ ଓ ଇଟିଭିରେ ପ୍ରସାରିତ "ରାଜକନ୍ୟା'ର କିଛି ଅଧ୍ୟାୟ ଓ ସାର୍ଥକ ଟିଭିରେ ପ୍ରଦର୍ଶିତ "ପରୀ' ଧାରାବାହିକର କିଛି ଅଧ୍ୟାୟ ମଧ୍ୟ ନିର୍ଦେଶନା ଦେଇଥିଲେ । ସଂପ୍ରତି ସେ ପ୍ରତିଭା ସାହୁଙ୍କ ପ୍ରଯୋଜନାରେ ନିର୍ମାଣାଧୀନ ପୌରାଣିକ ମେଗାଧାରାବାହିକ "ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ର'ର ନିର୍ଦେଶନା ଦେଉଛନ୍ତିି । ନକ୍ଷତ୍ର ଚାନେଲ୍‍ରେ ପ୍ରସାରିତ ହେବାକୁ ଥିବା ଏହି ମେଗାଧାରାବାହିକର ଶୁଭମହୁରତ୍‍ ସଂପନ୍ନ ହୋଇଯାଇଛି । ଏହାର ସୁଟିଂ ଅାସନ୍ତା ମାସରେ ଅାରମ୍ଭ ହେଉଛି । ଜ୍ୟୋତିପ୍ରକାଶ ନାୟକ ଏହାର କ୍ରିଏଟିଭ୍‍ ଡିରେକ୍ଟରଅଛନ୍ତି ।

ଭିନ୍ନ ଭିନ୍ନ ଓଡ଼ିଆ ଫିଲ୍ମ ପ୍ରସଙ୍ଗ ସୁଧାରିବାରେ ଏହା କାମରେ ଆସିବ (କପିଳାସ ଭୂୟାଁ, ଅବକ୍ଷୟମୁଖୀ ଧାରାର ସୂତ୍ରପାତ

ସତୁରି ଦଶକ ମଝି ସମୟ ବେଳକୁ ଯେତେବେଳେ ଓଡ଼ିଅା ଚଳଚ୍ଚିତ୍ରର ବ୍ୟବସାୟ ମାନ୍ଦା ଧରି ଅାସୁଥିଲା, ସେତେବେଳେ ୧୯୭୬ ମସିହାରେ ପ୍ରଶାନ୍ତ ନନ୍ଦ ନିର୍ମାଣ କଲେ ତାଙ୍କର ପ୍ରଥମ ଚଳଚ୍ଚିତ୍ର "ଶେଷ ଶ୍ରାବଣ' । ତାହାର ପରବର୍ତୀ ବର୍ଷ ୧୯୭୭ରେ ସାଧୁ ମେହେର୍‍ ନିର୍ମାଣ କଲେ "ଅଭିମାନ' । ଏହି ଦୁଇଟି ଚଳଚ୍ଚିତ୍ରର ହୃଦୟସ୍ପର୍ଶୀ କାହାଣୀ ଓଡ଼ିଅା ଦର୍ଶକଙ୍କୁ ବହୁ ସଂଖ୍ୟାରେ ଚଳଚ୍ଚିତ୍ର ଦେଖିବାକୁ ଅାଗ୍ରହୀ କଲା । ଫଳରେ ଓଡ଼ିଅା ଚଳଚ୍ଚିତ୍ରର ବ୍ୟବସାୟ ଯେଉଁ ଅାସନ୍ନ ଦୁଃସ୍ଥିତିରେ ପଡ଼ିଥିଲା ତହିଁରୁ ଉଦ୍ଧାର ପାଇଗଲା । ଏହା ବ୍ୟତୀତ "ଶେଷ ଶ୍ରାବଣ' ଓ "ଅଭିମାନ' ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ ପାଇଁ ଯଥାକ୍ରମେ ପ୍ରଶାନ୍ତ ନନ୍ଦ ଓ ଉତ୍ତମ ମହାନ୍ତି ଘରେ ଘରେ ପରିଚିତ ହୋଇଗଲେ । ପରବର୍ତୀ ସମୟରେ ଉତ୍ତମ ମହାନ୍ତିଙ୍କ ସ୍ଥିତି ତାଙ୍କ ଅଭିନୟ ଚାତୁରୀ ଦ୍ୱାରା କ୍ରମେ ଦୃଢ଼ୀଭୂତ ହେଲା ଓ ସେ କାଳକ୍ରମେ ସୁପରଷ୍ଟାର୍‍ ମାନ୍ୟତା ହାସଲ କଲେ । ତେବେ "ଦସ୍ୟୁ ରତ୍ନାକର'(୧୯୫୯) ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଅାରମ୍ଭ କରିଥିବା ପ୍ରଶାନ୍ତ ନନ୍ଦ ତାଙ୍କ ଅଭିନୟ ପରାକାଷ୍ଠାକୁ ବଳବତ୍ତର ରଖିବା ସହ ଜଣେ ଅପ୍ରତିନ୍ଦ୍ୱନ୍ଦ୍ୱୀ ନିର୍ଦେଶକ ରୂପେ ଉଭା ହେଲେ । ତେବେ ମଧ୍ୟ-ଅଶୀ ଦଶକ ବେଳକୁ ଓଡ଼ିଅା ଚଳଚ୍ଚିତ୍ରକୁ ଏକ ଶିଳ୍ପର ମାନ୍ୟତା ମିଳିବା ସହ ଚଳଚ୍ଚିତ୍ର ନିର୍ମାଣ ଉତ୍ତୁଙ୍ଗ ଶିଖର ଅାଡ଼କୁ ଅଗ୍ରସର ହେଉଥିଲା ବେଳେ ସମସ୍ତଙ୍କ ଅଲକ୍ଷ୍ୟରେ ବ୍ୟାବସାୟିକ ସଫଳତା ନାଁରେ ଏକ ଅବକ୍ଷୟର ଧାରା ଅାରମ୍ଭ ହୋଇ ଯାଇଥିଲା । ୧୯୮୨ରେ ଏହାର ସୂତ୍ରପାତ ହୋଇଥିଲା ଶିଶିର ମିଶ୍ରଙ୍କ ନିର୍ଦେଶିତ "ସମୟ ବଡ଼ ବଳବାନ୍‍' ଚଳଚ୍ଚିତ୍ର ଜରିଅାରେ ହୋଇଥିଲା ବୋଲି କୁହାଯାଇପାରେ । ମାଗି-ଅଣା କାହାଣୀ, ମାଡ଼ପିଟ୍‍ ସହ ସଂଳାପରେ ହିନ୍ଦୀ ଶବ୍ଦର ବହୁଧା ବ୍ୟବହାର ଉଭୟ ଦୃଶ୍ୟ ଓ ଶ୍ରୁତିକୁ କଟୁ କରୁଥିବା ସତ୍ତ୍ୱେ ଏହି ଚଳଚ୍ଚିତ୍ର ବ୍ୟାବସାୟିକ ସଫଳତା ହାସଲ କରିଥିଲା । କିନ୍ତୁ ଏହି ଠାରୁ ହିଁ ଓଡ଼ିଅା ଚଳଚ୍ଚିତ୍ରର ଅଧୋଃପତନ ଅାରମ୍ଭ ହୋଇ ଯାଇଥିଲା କହିଲେ ସତ୍ୟର ଅାଦୌ ଅପଳାପ ହେବ ନାହିଁ । "ସମୟ ବଡ଼ ବଳବାନ୍‍'ର ପ୍ରଭାବ ଏତେ ସୁଦୂର଼ପ୍ରସାରୀ ଥିଲା ଯେ ପ୍ରଶାନ୍ତ ନନ୍ଦଙ୍କ ଭଳି ଭଲ କାହାଣୀ ଅାଧାରରେ ଚଳଚ୍ଚିତ୍ର ନିର୍ମାଣ କରୁଥିବା ନିର୍ଦେଶକ ବ୍ୟାବସାୟିକ ସଫଳତାକୁ ସର୍ବାଧିକ ଗୁରୁତ୍ୱ ଦେଇ ୧୯୮୨ରେ ନିର୍ମାଣ କଲେ "ହିସାବ ନିକାଶ' । ଚଳଚ୍ଚିତ୍ରଟି ବେଶ୍‍ ସଫଳତା ବି ହାସଲ କଲା । କିନ୍ତୁ ଓଡ଼ିଅା ଚଳଚ୍ଚିତ୍ରର ଅବକ୍ଷୟିଷ୍ଣୁ ଧାରା ଜାରି ରହିଲା । ଏହି ଧାରାକୁ ପରବର୍ତୀ ସମୟରେ ରାଜୁ ମିଶ୍ରଙ୍କର କେତେଟି ଛବିରେ ଦୃଶ୍ୟମାନ ହେଲା । ସେ ଜଣେ କୁଶଳୀ କ୍ୟାମେରାମ୍ୟାନ୍‍ ହୋଇଥିବାରୁ ତାଙ୍କ ନିର୍ଦେଶିତ ଚଳଚ୍ଚିତ୍ରଗୁଡ଼ିକ ଚାକଚକ୍ୟ ମଣ୍ଡିତ ହେଲା । ଏହା ନିଶ୍ଚୟ ବୈଷୟିକ ଦୃଷ୍ଟିକୋଣରୁ ଓଡ଼ିଅା ଚଳଚ୍ଚିତ୍ରର ଏକ ବିଶେଷ ଲାଭ ା ସେ ଏକାଧାରରେ ଜଣେ କାହାଣୀକାର, ନିର୍ଦେଶକ ଓ କ୍ୟାମେରାମ୍ୟାନ୍‍ ହୋଇଥିବାରୁ ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ କାହାଣୀ ବର୍ଣନାର ଶୈଳୀ ସ୍ୱତନ୍ତ୍ର ହେଲା । ପୁନାସ୍ଥିତ ଫିଲ୍ମ ଇନ୍‍ଷ୍ଟିଟ୍ୟୁଟ୍‍ରୁ ତାଲିମପ୍ରାପ୍ତ ହୋଇଥିବାରୁ ଚଳଚ୍ଚିତ୍ର ନିର୍ମାଣ ଉପରେ ତାଙ୍କର ଯଥେଷ୍ଟ ନିୟନ୍ତ୍ରଣ ଥିଲା । ବାସ୍ତବ ଦୃଷ୍ଟିରୁ କହିଲେ, କାହାଣୀ ବର୍ଣନା, ସଂଳାପ ଓ କାହାଣୀର ଅଗ୍ରଗତି ଦୃଷ୍ଟିରୁ ସେ ବ୍ୟାବସାୟିକ ଓଡ଼ିଅା ଚଳଚ୍ଚିତ୍ରରେ ଏକ ନୂଅା ଧାରା ସୃଷ୍ଟି କଲେ । ତେବେ ବିକ୍ରିଯୋଗ୍ୟ ମସଲା ଭାବେ ସେ ଯେଉଁ ଅତିନାଟକୀୟତାକୁ ଅାପଣାଇଲେ, ତାଙ୍କ ଚଳଚ୍ଚିତ୍ର ପାଇଁ ତାହା ହୁଏତ ଠିକ୍‍ ଥିଲା । କିନ୍ତୁ ପରବର୍ତୀ ସମୟରେ ଅନ୍ୟ ନିର୍ଦେଶକମାନେ ବିନା କୌଣସି ଅନୁଶୋଚନାରେ ସେହି ଧାରାକୁ ଶେଷ ସୀମା ପର୍ଯ୍ୟନ୍ତ ନେଇଗଲେ । ରବି କିନ୍ନାଗୀ ଓ ହର ପଟ୍ଟନାୟକ ସମସ୍ତ ଲକ୍ଷଣ ରେଖାକୁ ପାର କରିଗଲା ବେଳେ ସଞ୍ଜୟ ନାୟକ ସେହି ଧାରାକୁ ବହୁଗୁଣିତ କରିଦେଲେ । ଏହି ନିର୍ଦେଶକମାନଙ୍କୁ ବ୍ୟବସାୟିକ ସଫଳତା ଓ ବ୍ୟକ୍ତିଗତ ପ୍ରତିଷ୍ଠା ଅବଶ୍ୟ ମିଳିଲା, କିନ୍ତୁ ଓଡ଼ିଅା ଚଳଚ୍ଚିତ୍ରର ଉତ୍ତରଣ ଧାରା ବାଟବଣା ହୋଇଗଲା!

ଅଭୟ ମଲିଆ (ଅଭୟଙ୍କ କମ୍‍ବ୍ୟାକ୍‍)

ଶିଶୁ କଣ୍ଠଶିଳ୍ପୀ ଭାବେ ଓଲିଉଡ୍‍ରେ ପାଦ ରଖି ବେଶ୍‍ ସଫଳତା ସାଉଁଟି ଥିବା ଅଭୟ ମଲିଅା ଏବେ "ଓ୍ୱାନ୍‍ େଓ୍ୱ ଟ୍ରାଫିକ୍‍' ଜରିଅାରେ ଫେରିଛନ୍ତି ଓଡ଼ିଅା ଶ୍ରୋତାଙ୍କ ପାଖକୁ...

ସେଦିନଥାଏ ୨୦୦୨ ମସିହା ଅକ୍ଟୋବର ୧୨ ତାରିଖ । ଭୁବନେଶ୍ୱରର ଜୟଦେବ ଭବନରେ ଅାୟୋଜିତ ହେଉଥାଏ ଅକ୍ଷୟ ଉତ୍ସବ । ଏହି ଉତ୍ସବରେ ଓଡ଼ିଅା ସଂଗୀତ ଜଗତର କିମ୍ୱଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତି ସ୍ୱୟଂ ଉପସ୍ଥିତ ଥାଅାନ୍ତି । ମଞ୍ଚ ଉପରେ ଜଣେ ଶିଶୁ କଣ୍ଠଶିଳ୍ପୀ ଗାଇଲେ ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ "ଚନ୍ଦ୍ରମଲ୍ଲୀ ହସେ ଚିତ୍ରଲେଖା ଓଠେ... ।' ସେହି ଶିଶୁ ଗାୟକର ଗୀତରେ ଅକ୍ଷୟ ଏତେ ପ୍ରଭାବିତ ହୋଇଗଲେ ଯେ ନିଜକୁ ଅାଉ ରୋକି ନପାରି ମଞ୍ଚ ଉପରକୁ ଚାଲିଅାସିଲେ ଏବଂ ବାଳକକୁ ପ୍ରଶଂସା କରି କହିଥିଲେ, "ମୋ ଅନ୍ତେ ଇଏ ସଂଗୀତକୁ ଅାଗେଇ ନେବ । ମୋର ଶୂନ୍ୟସ୍ଥାନ ପୂରଣ କରିବ ।' ଯେଉଁ ଶିଶୁ ଶିଳ୍ପୀଙ୍କ ଉଦ୍ଦେଶ୍ୟରେ ଅାମ ସମସ୍ତଙ୍କର ପି୍ରୟ ଅକ୍ଷୟ ଏଇ କଥାପଦକ କହିଥିଲେ, ସେ ହେଉଛନ୍ତି ଅାଜିକାର ଉଦୀୟମାନ୍‍ କଣ୍ଠଶିଳ୍ପୀ ଅଭୟ ମଲିଅା । ଅଭୟଙ୍କୁ ବୟସ ଯେତେବେଳେ ଦୁଇବର୍ଷ , ସେତେବେଳେ ସେ ପିଢ଼ାରେ ବାଜା ବଜାଇ ଗୁଣୁଗୁଣୁ ହୋଇ ଗୀତ ଗାଇବା ଅାରମ୍ଭ କରନ୍ତି । ପ୍ରଥମେ ବାପା ତଥା ଶିବ ଭଜନ ଗାୟକ ଦୀନବନ୍ଧୁ ମଲିଅାଙ୍କ ଠାରୁ ଓ ପରେ ଅଭୟ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଚିତ୍ତ ପାଣି ଓ ରଘୁନାଥ ସାହୁଙ୍କ ଠାରୁ ସଂଗୀତ ଶିକ୍ଷା କରନ୍ତି । ବେତାର ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ତଥା ସଂଗୀତରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଅଭୟଙ୍କ ଜନ୍ମ ୧୯୯୨ ମସିହା ମାର୍ଚ୍ଚ ୧୫ ତାରିଖରେ । ସେ ସର୍ବପ୍ରଥମେ ସଂଜୟ ନାୟକ ନିର୍ଦେଶିତ "ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ' ସିନେମାରେ କଣ୍ଠଦାନ କରି ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଇରା ମହାନ୍ତି ଅଭୟଙ୍କୁ ସଂଗୀତ ନିର୍ଦେଶକ ମଳୟ ମିଶ୍ରଙ୍କ ସହ ପରିଚିତ କରାନ୍ତି ଓ ତା'ପରେ ସେ "ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ' ସିନେମାରେ "ଭାଇ ତତେ ମୋର ରହିଲା ରାଣ..' ଗୀତରେ ବ୍ରେକ୍‍ ପାଅାନ୍ତି । ଏହି ଗୀତ ପାଇଁ ୨୦୦୨ରେ ଅଭୟଙ୍କୁ ମିଳେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଏହାପରେ ସଂଗୀତ ନିର୍ଦେଶକ ମଳୟ ମିଶ୍ର ତାଙ୍କୁ ପୁଣି "ରହିଚି ରହିବି ତୋରି ପାଇଁ' ଚଳଚ୍ଚିତ୍ରରେ "ଅାମର ଢ଼ୋ...' ଏବଂ ସରୋଜ ପଟ୍ଟନାୟକ "ମୋ ମନ ଖାଲି ତୋରି ପାଇଁ' ଚଳଚ୍ଚିତ୍ରରେ "ହେଇରେ ଖଣ୍ଡିଅା ଭୂତ...' ଗୀତ ଗାଇବା ପାଇଁ ସୁଯୋଗ ଦିଅନ୍ତି । ଶିଶୁ କଣ୍ଠଶିଳ୍ପୀ ଭାବେ ପ୍ରାୟ ୪୦ଟି ଅାଲବମ୍‍ରେ କଣ୍ଠଦାନ କରିଛନ୍ତି ଅଭୟ । ବେଶ୍‍ କିଛି ବର୍ଷର ବ୍ୟବଧାନରେ ଅଭୟ ଓଲିଉଡ୍‍କୁ କମବ୍ୟାକ୍‍ କରିଛନ୍ତି ଶ୍ରୀକାନ୍ତ ଗୌତମଙ୍କ "ଓ୍ୱାନ୍‍େଓ୍ୱ ଟ୍ରାଫିକ୍‍' ଜରିଅାରେ । ଏଥିରେ ସେ ବଲିଉଡ୍‍ କଣ୍ଠଶିଳ୍ପୀ ଋତୁ ପାଠକଙ୍କ ସହିତ କଣ୍ଠଦାନ କରିଛନ୍ତି । ନବାଗତ ସଂଗୀତ ନିର୍ଦେଶକବ୍ରହ୍ମା କୁମ୍ଭାରଙ୍କ ସ୍ୱରାରୋପିତ ଏହି ଗୀତଟି ହେଲା "ସହର ସ୍ୱପ୍ନର...' । ପ୍ରାପ୍ତବୟସ୍କ କଣ୍ଠଶିଳ୍ପୀ ଭାବେ ଏହାର ତାଙ୍କର ପ୍ରଥମ ସିନେଗୀତ । ଅଭୟ ବଲିଉଡ୍‍ ସିଙ୍ଗର୍‍ମାନଙ୍କୁ ନିଜର ପ୍ରତିଦ୍ୱନ୍ଦ୍ୱୀ ବୋଲି ମନେ କରନ୍ତି । ଜାତୀୟସ୍ତରର ଗାୟକ ହେବାର ସ୍ୱପ୍ନ ବି ରହିଛି ତାଙ୍କର । ସେ ଖୁବ୍‍ କ୍ଷୋଭ ପ୍ରକାଶ କରନ୍ତି ଯେ ଓଡ଼ିଶାରେ ବଲିଉଡ୍‍ ସିଙ୍ଗରଙ୍କ ଭଳି ଅନେକ ଟ୍ୟାଲେଣ୍ଟ ଥିବା ସତ୍ତ୍ୱେ, ସେମାନଙ୍କ ପ୍ରତି ଧ୍ୟାନ ନଦେଇ ପ୍ରଯୋଜକ ଓ ସଂଗୀତ ନିର୍ଦେଶକମାନେ ମୁମ୍ୱାଇ ମୁହାଁ ହେଉଛନ୍ତି ।