ବ୍ୟବହାରକାରୀ:Pradeep Kumar Dash Deepak/ଓଡିଆ ହାଇକୁ

ଉଇକିପିଡ଼ିଆ‌ରୁ

ଓଡ଼ିଆ ହାଇକୁ ଲେଖା 1986 ରୁ ପ୍ରାରମ୍ଭ । ସର୍ବପ୍ରଥମେ ଡ.ଭଗବତ ଶରଣ ଅଗ୍ରୱାଳ ଦ୍ୱାରା ସଂପାଦିତ "ହାଇକୁ ଭାରତୀ" ନାମକ ହିନ୍ଦୀ ହାଇକୁ ପତ୍ରିକାରେ ଡ.ଲକ୍ଷ୍ମଣ ପ୍ରସାଦ ନାଏକ, ପ୍ରଦୀପ କୁମାର ଦାଶ "ଦୀପକ" ଓ ମଞ୍ଜରୀ ଜେମାଙ୍କ ଓଡିଆ ହାଇକୁ ଉଲ୍ଲେଖିତ ଓ ପ୍ରକାଶିତ ହୋଇଛି । ରାଜେନ ଜୟପୁରିଆ, ଅଜୟ ମାହାଳା, ନିହାର ବେହରା ମଧ୍ୟ ଓଡିଆ ହାଇକୁକାର ଭାବେ ସୁପରିଚିତ ହୋଇଛନ୍ତି । ଓଡ଼ିଆ ହାଇକୁ ସାହିତ୍ୟର ଏକ ବିଶିଷ୍ଟ ଘଟଣା ଭାବେ ଏଇ 2019 ରେ ହାଇକୁକାର ପ୍ରଦୀପ କୁମାର ଦାଶ "ଦୀପକ" ଦ୍ୱାରା ଓଡିଆ ହାଇକୁ ସଂଗ୍ରହ "କାଶତଣ୍ଡୀର ହସ" ମଧ୍ୟ ପ୍ରକାଶିତ ହେବାର ସୌଭାଗ୍ଯ ପାଇଛି ।

ହାଇକୁ

01.

ଫୁଲ ସୁନ୍ଦର

କିନ୍ତୁ ପ୍ରଶଂସା ହୁଏ

ମାତ୍ର ବାସ୍ନାର ।


02.

ସଜ ସକାଳ

ଚାଷୀ ଚାଲେ ସଅଳ

କାନ୍ଧେ ଲଙ୍ଗଳ ।


03.

ନାଲି ସୂରୁଜ

ଆକାଶର କପାଳେ

ଶୋଭା ତିଳକ ।


04.

ସମୟ ମାପେ

ଅତୀତର ଆଇନା

ମନକୁ ଭାଙ୍ଗେ ।


05.

ସମୟ ସୁଅ

ପ୍ରତିଶ୍ରୁତି ଭରସା

ପାଣିର ଗାର ।

~~•~~

□ ପ୍ରଦୀପ କୁମାର ଦାଶ "ଦୀପକ"[୧]


[୧]

  1. କାଶତଣ୍ଡୀର ହସ (ହାଇକୁ ସଂଗ୍ରହ) ହାଇକୁକାର : ପ୍ରଦୀପ କୁମାର ଦାଶ "ଦୀପକ" ନୂଆଁସକାଳ ପ୍ରକାଶନ ବଲାଙ୍ଗୀର (ଓଡ଼ିଶା) ପ୍ରକାଶନ ବର୍ଷ : 2019