ବ୍ୟବହାରକାରୀ:Nayagarhkhabar

ଉଇକିପିଡ଼ିଆ‌ରୁ

ଭାରତର ଦଶଟି ବୃହତ୍ତମ ଷ୍ଟାଡିୟମ।

କ୍ରିକେଟ ଦୁନିଆରେ ଆଜି ଭାରତ ସାରା ବିଶ୍ୱରେ ନାଆଁ କରିଛି।ଅନେକ ପ୍ରତିଭାବାନ୍ ଖେଳାଳୀ ସୃଷ୍ଠି ହେବା ସହିତ ବଡ ବଡ ଷ୍ଟାଡିୟମ ମଧ୍ୟ ପ୍ରତିଷ୍ଠା କରାଯାଇଛି।କଲକାତାର ଇଡେନ୍ ଗାର୍ଡେନ, ଓଡିଶାର ବାରବାଟି ଷ୍ଟାଡିୟମ ଠାରୁ ଆରମ୍ଭ କରି ହାଇଦରାବାଦ୍ ର ରାଜୀବ ଗାନ୍ଧି ଷ୍ଟାଡିୟମ ସବୁଠାରେ ଭାରତୀୟ ଖେଲାଳୀଙ୍କ ଭଲ ପଦର୍ଶନ ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ଭାରତର ଟପ୍ ଟେନ୍ ରେ ଥିବା ବୃହତ୍ତମ ଷ୍ଟାଡିୟମକୁ।

1- ଇଡେନ୍ ଗାର୍ଡେନ୍ (କଲକାତା)

ଏହା ହେଉଛି ଭାରତର ସର୍ବ ବୃହତ ଷ୍ଟାଡିୟମ। 68,000 କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ1864 ମସିହାରେ ନିର୍ମାଣ କରାଯାଥିଲା। 1987 ର ବିଶ୍ୱକପ ପାଇଁ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଏହା ପୃଥିବୀର 2ୟ ବୃହତ୍ତମ ଷ୍ଟାଡିୟମ ଅଟେ।ଏଠାରେ ଆନ୍ତର୍ଜାତୀୟ ସ୍ତରୀୟ 82ଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି। 1987 ର ବିଶ୍ୱକପ ମ୍ୟାଚର ଏହି ଷ୍ଟାଡିୟମ ହେଉଛି ମୂକସାକ୍ଷୀ।

2- ସହିଦ୍ ବୀର ନାରାୟଣ ସିଂ ଷ୍ଟାଡିୟମ୍ (ରାୟପୁର)

ଭାରତର 2ୟ ବୃହତ୍ ଷ୍ଟାଡିୟମ ଭାବେ ରାୟପୁର ଠାରେ ଅବସ୍ଥିତ ସହିଦ୍ ବୀର ନାରାୟଣ ସିଂ ଷ୍ଟାଡିୟମ। ଭାରତର ଅତି ସୁନ୍ଦର ଷ୍ଟାଡିୟମ ଭାବେ ଏହାକୁ ବିବେଚନା କରାଯାଏ। 2008 ମସିହାରେ ଏହାର ଉଦ୍ଘାଟନ କରାଯାଇଥିଲା। 2010 ମସିହାରେ ଏଠାରେ ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା।

3- ରାଜୀବ ଗାନ୍ଧି ଷ୍ଟାଡିୟମ (ହାଇଦ୍ରାବାଦ)

ଭାରତର 3ୟ ବୃହତ୍ତମ ଷ୍ଟାଡିୟମ ହେଉଛି ରାଜୀବ ଗାନ୍ଧି ଷ୍ଟାଡିୟମ। ଏହା ଟି ଟୋଣ୍ଟି ଲିଗ୍ ର ଫ୍ୟାନ ଷ୍ଟାଡିୟମ ଭାବେ ଖୁବ୍ ଜଣାଶୁଣା। ଏହା 2003 ମସିହାରେ ପ୍ରତିଷ୍ଠା ହୋଇଥିଲା।ଏଠରେ 5ଟି ଟେଷ୍ଟ ଓ 6ଟି ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହୋଇଛି।ସଚିନ୍ ତେନ୍ଦୁଲକରଙ୍କ ମାଷ୍ଟର କ୍ଳାସ ଭାବେ ଏହି ଷ୍ଟାଡିୟମ ମୂକସାକ୍ଷୀ।

4- ଗ୍ରୀନ୍ ଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ (ତ୍ରିଭେନ୍ଦ୍ରମ)

ଏହା ହେଉଛି ଭାରତର 4ର୍ଥ ବୃହତ୍ତମ ଷ୍ଟାଡିୟମ।ଏହା 2015ରେ ତିଆରି ହୋଇଛି।

5- ଜେ ଏସ୍ ସି ଏ ଇଣ୍ଟରନ୍ୟାସନାଲ୍ କ୍ରିକେଟ ଷ୍ଟାଡିୟମ୍ (ରାଞ୍ଚି)

ଭାରତର 5ମ ବୃହତ୍ତମ ଷ୍ଟାଡିୟମ ଭାବେ ଏହା ପରିଚିତ।ଧୋନୀ ଙ୍କ ସଫଳତାର ମୂକସାକ୍ଷୀ ହେଉଛି ଏହି ଷ୍ଟାଡିୟମ। ଏଠାରେ ଗୋଟିଏ ଟେଷ୍ଟ, 5ଟି ଦିନିକିଆ ଓ 2ଟି ଟି ଟୋଣ୍ଟି ମ୍ୟାଚ୍ ଖେଳାଯାଇଛି।

6- ଅଟଳବିହାରୀ ବାଜପେୟୀ ଷ୍ଟାଡିୟମ ( ଲକ୍ଷ୍ମୌ)

ଏହା ହେଉଛି ଭାରତର 6ଷ୍ଠ ବୃହତ୍ତମ ଷ୍ଟାଡିୟମ।2017  ମସିହାରେ ଏହି ଷ୍ଟାଡିୟମ ପ୍ରତିଷ୍ଠା ହୋଇଛି। ଏଠାରେ ଜୁଲାଇ 2019ରେ  ଗୋଟିଏ ଟି ଟୋଣ୍ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଯେଉଁ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ରୋହିତ ଶର୍ମା 111 କରି ଅପରାଜିତ ଥିଲେ।

7- ଭିସିଏ ଷ୍ଟାଡିୟମ ( ନାଗପୁର)

ଭାରତର 7ମ ବୃହତ୍ତମ ଷ୍ଟାଡିୟମ ହେଉଛି ଭିସିଏ ଷ୍ଟାଡିୟମ। ଏଠାରେ 6ଟି ଟେଷ୍ଟ, 9ଟି ଦିନିକିଆ ଓ 11ଟି ଟି ଟୋଣ୍ଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି।ଏଠାରେ ବିରାଟ କୋହଲି 2ଟି ଟେଷ୍ଟ ଓ 2ଟି ଦିନିକିଆ ମ୍ୟାଚ୍ ଖେଳି 4ଟି ଶତକ ଅର୍ଜନ କରିଛନ୍ତି।

8- ବାରବାଟି ଷ୍ଟାଡିୟମ (କଟକ)

ଭାରତର 8ମ ବୃହତ୍ତମ ଷ୍ଟାଡିୟମ ହେଉଛି କଟକ ବାରବାଟି ଷ୍ଟାଡିୟମ।ଦେଶର ସର୍ବ ପୁରାତନ ଷ୍ଟାଡିୟମ ମଧ୍ୟରୁ ଏହା ହେଉଛି ଅନ୍ୟତମ।ଏହା 1958 ମସିହାରେ ପ୍ରତିଷ୍ଠା ହୋଇଥିଲା। ଏଠାରେ 2ଟି ଟେଷ୍ଟ, 18ଟି ଦିନିକିଆ ଓ 2ଟି ଟିଟୋଣ୍ଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଏକମାତ୍ର ଖେଳାଳୀ ଦିଲିପ୍ ଭେନଗସରକାର ଯିଏକି 1982 ମସିହା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ୍ ରେ ଶତକ ଅର୍ଜନ କରିଛନ୍ତି। 2017 ମସିହାରେ ଏଠାରେ ଶେଷ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା।

9- ଫେରଜ୍ ଶାହ କୋଟଲା ଗ୍ରାଉଣ୍ଡ୍ (ଦିଲ୍ଲୀ)

ଏହା ଭାରତର 9ମ ବୃହତ୍ତମ ଓ 2ୟ ପୁରାତନ ଷ୍ଟାଡିୟମ।1833 ମସିହାରେ ଏହି ଷ୍ଟାଡିୟମ ପ୍ରତିଷ୍ଟା କରାଯାଇଥିଲା।ଅନିଲ୍ କୁମ୍ବଲେ ଏହି ଷ୍ଟାଡିୟମରେ 10ଟି ୱିକେଟ ଅକ୍ତିଆର କରିଥିଲେ। ସୁନିଲ ଗାଭାସ୍କର ମଧ୍ୟ ଏଠାରେ ଅନେକ ଟେଷ୍ଟ ମ୍ୟାଚ୍ ଖେଳି ବହୁତ ଶତକ ଅର୍ଜନ କରିଛନ୍ତି। 1987, 1996 ଓ 2011 ର ବିଶ୍ୱକପ୍ ଏଠାରେ ଖେଳାଯାଇଥିଲା।

10- ବର୍ଷାପରା ଷ୍ଟାଡିୟମ ( ଗୁଆହାଟି)

ଭାରତର 10ମ ବୃହତ୍ତମ ଷ୍ଟାଡିୟମ ହେଉଛି ଏହି ଷ୍ଟାଡିୟମ। ଏଠାରେ 2017 ରେ ଗୋଟିଏ ଟିଟୋଣ୍ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ୱେଷ୍ଟଇଣ୍ଡିଜ୍ ସହିତ ଗୋଟିଏ ଦିନିକିଆ ମ୍ୟାଚ ଖେଳି ରୋହିତ ଶର୍ମା 152 ରନ୍ କରିଥିବା ବେଳେ ବିରାଟ କୋହଲି ତାଙ୍କର 56ତମ ଶତକ ଏଠାରେ ପୂର୍ଣ୍ଣ କରିଥିଲେ।