ବ୍ୟବହାରକାରୀ:Laxman Kumar Behera
💖🌳💟🍀❤🌴💗☘
💖🌳💗🍀💟🌴🍂☘
|| ଯତି ବଚନ ||
ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)
ସୁଅତୀତ ବର୍ତ୍ତମାନ
ଭବିଷ୍ଯକୁ କଲେ ଧ୍ଯାନ
ଆପଣା ଉନ୍ନତି ଯେ',
ସୁଖ ଦୁଃଖ ସଂସାରରେ
ତାଳ ଦେଇ ଚଳୁଥିଲେ
ସୁଯଶ ଅର୍ଜିବ ଯେ' । ।। ୦୧ ।।
ମଧୁ ବୋଲି ଶୁଣି କର୍ଣ୍ଣେ
ଯେ' କାଳେ ବସ ବିଷର୍ଣ୍ଣେ
ବଞ୍ଚି ନ ପାରିବ ଯେ',
ଅମୃତ ଆତ୍ମା ଅମର
ଶରୀର ସମୟେ ଖାର
ଜୀବେ ଜାଣି ଥାଅ ଯେ' । ।। ୦୨ ।।
ବିଶ୍ବାସ ସଦା ଯା' ସଖା
ବିଶ୍ବାସୀ ହେବ ତା' ଆଖ୍ଯା
ଚିତ୍ତେ ଚଇତନ ଯେ',
ସଂଗୀତକୁ କଲେ ସାଥୀ
ଶାନ୍ତି ତା'ର ସୁସାରଥୀ
ମନ ନିରିମଳ ଯେ' । ।। ୦୩ ।।
ଅନ୍ଧ ଯେବେ ଖୋଜେ ରାହା
ଦିଅଇ ଯେ' ଧର୍ମ ସାହା
ସେ ସତ୍ୟ ସମାନ ଯେ',
ଅଜ୍ଞାନ କୁକର୍ମ କରେ
ସୁଜ୍ଞାନୀ ସ୍ବଚିତ୍ତେ ସ୍ମରେ
ଜୀବେ ଜାଣି ଥାଅ ଯେ' । ।। ୦୪ ।।
ବୈଶାଖର ଝାଞ୍ଜି ଖରେ
କେହି ନ ରହିବ ପୁରେ
ବଣେ ବିହରିବ ଯେ',
ବଣ କାଟି ଘର କଲେ
ମୃତ୍ୟୁ ହେବ କଲବଲେ
ଜୀବେ ଜାଣି ଥାଅ ଯେ' । ।। ୦୫ ।।
ମଦ୍ଯପ ସାଥେ ମକର
ମରଣ ଆପଣା ଦ୍ବାର
ଆସି ହେବ ଉଭା ଯେ',
ବିଷ ପିଇ ଗଲେ ମରି
କ୍ଷମା ନ କରିବେ ହରି
ଜୀବେ ଜାଣି ଥାଅ ଯେ' । ।। ୦୬ ।।
ଯୋଗୀ ସାଜି ଯୋଗେ ଲିପ୍ତ
ଯଜ୍ଞ କୁଣ୍ଡେ ଦେହ ଅନ୍ତ
ଲଭିବ ବୈକୁଣ୍ଠ ଯେ',
ସେବା କରି ରାମ ହରି
ଯଶ ରଖିଲେ ତାଙ୍କରି
ଜୀବେ ଜାଣି ଥାଅ ଯେ' ।। ୦୭ ।।
ଦିବ୍ୟ ଜ୍ଞାନ ବଳେ ଜାଣ
ବିଶ୍ବ ଜିଣିବ ହେ ଜନ
ସତ୍ୟେ ସଦା ଥିବ ଯେ',
ମିଥ୍ଯା ଆଳାପ ଯେ' ଶୁଣେ
ମିଥ୍ଯା କହି ମନ ଜିଣେ
ଅକାଳେ ମରିବ ଯେ' । ।। ୦୮ ।।
ନାରୀ ନାରାୟଣୀ ଜାଣ
ନାରୀ ଆପଣା ସମ୍ମାନ
କୁବୁଦ୍ଧି ନ ପାଞ୍ଚ ଯେ',
କୁବୁଦ୍ଧି ପାଞ୍ଚିବ ଯେବେ
ସ୍ବବଂଶ ନାଶିବ ସେବେ
ଜୀବେ ଜାଣି ଥାଅ ଯେ' । ।। ୦୯ ।।
ଟାଣ କଲମର ମୁନ
ଖଣ୍ଡା ନୁହେଁ ତା' ସମାନ
ଅନ୍ତେ ସାଧୁ ସ୍ମର ଯେ',
ଧରମ ସଦା ବିଜୟ
ଅଧରମ ପରାଜୟ
ଜୀବେ ଜାଣି ଥାଅ ଯେ' । ।। ୧୦ ।।
ମାତୃଭୂମୀ ମାତୃଭାଷା
ମାଆ ସଭିଠୁଁ ମନୀଷା
ସ୍ବହୃଦୟେ ପୂଜ ଯେ',
ମୂଳ ଯେବେ ନୁହେଁ ଦୃଢ
ଅଗ ଅନ୍ତେ ହେବ ମଢ
ଜୀବେ ଜାଣି ଥାଅ ଯେ' । ।। ୧୧ ।।
ତୁଣ୍ଡେ ହରିରାମ ସାର
ସେତେ ଖାଅ ଯେତେ ପାର
ପାପୁଁ ପୂଣ୍ୟ ପ୍ରାପ୍ତି ଯେ',
କଳିକାଳେ କଳି ରଚେ
ପାପ ଆଗ ପୂଣ୍ୟ ପଛେ
ଜୀବେ ଜାଣି ଥାଅ ଯେ' । ।। ୧୨ ।।
କବି କୁଟୀର
ଦଣ୍ଡାସିଂହା, ବାରକୋଟ
ଦେବଗଡ, ଓଡିଶା
(ଭାରତ)
ମୋ-୯୬୬୮୨୪୨୭୨୦
💟🌳💖🍀💕🌿💗