ବ୍ୟବହାରକାରୀ:Hpsatapathy/sandbox999
ଆବେଦନକାରୀ-ସ୍ତ୍ରୀ ନିଜେ ଉପସ୍ଥିତ । ଆବେଦନକାରୀ ସ୍ତ୍ରୀଙ୍କ ମୌଖିକ ଅନୁରୋଧ କ୍ରମେ ମାମଲାଟିକୁ ଆଗୁଆ ଭାବେ ଆଜି ବିଚାର ପାଇଁ ଗ୍ରହଣ କରାଗଲା । ପ୍ରତିପକ୍ଷ-ସ୍ଵାମୀ (ଥବିର ସାଗର) ହାଜର ହେଲେ । ଆବେଦନକାରୀ ସ୍ତ୍ରୀଙ୍କ ଦ୍ଵରା ପ୍ରତିପକ୍ଷ ସ୍ଵାମୀ ଚିହ୍ନଟ ହେବାପରେ ତାଙ୍କ ହାଜିରା ଗୃହୀତ ହେଲା । ପ୍ରତିପକ୍ଷ ସ୍ଵାମୀ ସ୍ତ୍ରୀଙ୍କ ଭରଣପୋଷଣ ଦାବୀ ମାନିନେଇ ସଂପୂର୍ଣ୍ଣ ଦେୟ କିସ୍ତି ଆକାରରେ ପୈଠ କରିବା ପାଇଁ ଅଦାଲତଙ୍କ ଅନୁମତି ମାଗିଲେ । ଏଭଳି ପରିସ୍ଥିତିରେ ପରିବାର ଅଦାଲତ ଅଧିନିୟମ,୧୯୮୪ର ଧାରା ୯ ର ନିର୍ଦ୍ଦେଶାବଳିକୁ ଧ୍ୟାନରେ ରଖି ଏହି ମାମଲା ଅଦାଲତର କାଉନସିଲରଙ୍କ ନିକଟକୁ ପ୍ରେରଣ କରାଗଲା । କାଉନସିଲରଙ୍କୁ ନିର୍ଦ୍ଦେଶ ଯେ ସେ ଉଭୟ ପକ୍ଷ ମଧ୍ୟରେ ଆପୋଷ ଆଲୋଚନା ଜରିଆରେ ବକେୟା ଭରଣ ପୋଷଣ ଦେୟ ଆଦାୟର ଏକ ପରସ୍ପର ସହମତି-ସୂଚକ ସମାଧାନ ବାହାର କରିବେ ଏବଂ ଏ ସଂକ୍ରାନ୍ତରେ ଅଦାଲତଙ୍କୁ ଏକ ରିପୋର୍ଟ ଦାଖଲ କରିବେ । ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉଛି କେ ସେମାନେ ଅଦାଲତର କାଉନସିଲରଙ୍କ ନିକଟରେ ତତ୍କ୍ଷଣାତ୍ ହାଜର ହେବେ ।
ପରେ କାଉନସିଲର ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କଲେ । ରିପୋର୍ଟରୁ ଏକଥା ସ୍ପଷ୍ଟ ଯେ ଉଭୟ ପକ୍ଷ ଏହି ସହମତିରେ ପହଞ୍ଚିଛନ୍ତି ଯେ:
୧) ଆଜି ପ୍ରତିପକ୍ଷ-ସ୍ଵାମୀ ଆବେଦନକାରୀ ସ୍ତ୍ରୀଙ୍କୁ ବକେୟା ଭରଣ ପୋଷଣର ପ୍ରଥମ କିସ୍ତି ବାବଦକୁ ମାତ୍ର ତିନିହଜାର ଟଂକା ପ୍ରଦାନ କରିଛନ୍ତି, ଯାହା ସ୍ତ୍ରୀ ନଗଦ ଟଂକା ଆକାରରେ ଗ୍ରହଣ କରିଛନ୍ତି ।
୨) ଅବଶିଷ୍ଟ ଏଗାର ହଜାର ଟଂକା ପ୍ରତିପକ୍ଷ ସ୍ଵାମୀ ଆବେଦନକାରୀ-ସ୍ତ୍ରୀଙ୍କୁ ପରବର୍ତ୍ତୀ ତାରିଖ ୧୩।୧୨।୨୦୨୪ ତାରିଖ ଦିନ ପ୍ରଦାନକରିବେ ।
ଏ ସଂକ୍ରାନ୍ତରେ ଅଦାଲତ ଉଭୟ ପକ୍ଷଙ୍କୁ ଜେରା କରି ସନ୍ତୁଷ୍ଟ ହେଲେ ଯେ ଉପରୋକ୍ତ ସମାଧାନ ସୂତ୍ର ଉଭୟଙ୍କ ପୂର୍ଣ୍ଣ ସହମତିରେ ହୋଇଛି ଏବଂ ଏଭଳି ସମାଧାନ ଆଇନତଃ ବୈଧ ଅଟେ । ଅତଏବ ଏହା ଅଦାଲତ ଦ୍ଵାର ଗୃହୀତ ହେଲା । ଅଦାଲତଙ୍କ ପ୍ରଶ୍ନରେ ସ୍ତ୍ରୀ-ଆବେଦନକାରୀ ଆଜି ସ୍ଵାମୀଙ୍କ ଠାରୁ ତିନିହାଜାର ଟଂକା ପାଇଥିବାର ସ୍ୱୀକାର କଲେ ଏବଂ ପ୍ରାପ୍ତି ସ୍ଵୀକାର ସ୍ଵରୂପ ଏକ ରସିଦ ଦାଖଲ କଲେ ।
ଏହି ପରୀପ୍ରେକ୍ଷୀରେ ଏହି ମାମଲା ପରବର୍ତ୍ତୀ ତାରିଖ ୧୩।୧୨।୨୦୨୪ କୁ ଘୁଞ୍ଚାଇ ଦିଆଯିବା ସହ ଉଭୟପକ୍ଷଙ୍କୁ ଆଦେଶ ଦିଆଯାଉଛି କେ ସେମାନେ ପରବର୍ତ୍ତୀ ତାରିଖରେ ଅଦାଲତରେ ହାଜର ହେବେ ଏବଂ ପ୍ରତିପକ୍ଷ ସ୍ଵାମୀ ଆବେଦନକାରୀ ସ୍ତ୍ରୀକୁ ସମାଧାନ ମୁତାବକ ବକେୟା ଏଗାର ହଜାର ଟଂକା ପ୍ରଦାନ କରିବେ ।
୩. ୧୨. ୨୦୨୪ ବିଚାରପତି, ପରିବାର ଅଦାଲତ(ରା)