Jump to content

ସ୍ୱାମୀ ମାଧବାନନ୍ଦ

ଉଇକିପିଡ଼ିଆ‌ରୁ
(ବ୍ୟବହାରକାରୀ:Hpsatapathy/sandbox44ରୁ ଲେଉଟି ଆସିଛି)
Swami Madhavananda
ଜନ୍ମNirmal Chandra Basu
(1888-12-15)୧୫ ଡିସେମ୍ବର ୧୮୮୮
Baganchra, Bengal Presidency, British India
ମୃତ୍ୟୁ୬ ଅକ୍ଟୋବର ୧୯୬୫(1965-10-06) (ବୟସ ୭୬)
Ramakrishna Mission Seva Pratishthan, Kolkata, West Bengal, India
OrderRamakrishna Mission
ଗୁରୁSarada Devi
ଦର୍ଶନVedanta
ମୁଖ୍ୟ ଶିଷ୍ୟ (ଗଣ)Swami Girishananda


Ramakrishna Belur Math, Howrah, Kolkata, India

ସ୍ୱାମୀ ମାଧବାନନ୍ଦ (ଜନ୍ମ ନାମ ନିର୍ମଳଚନ୍ଦ୍ର ବସୁ; ୧୫ ଡିସେମ୍ବର ୧୮୮୮ – ୬ ଅକ୍ଟୋବର ୧୯୬୫) ଥିଲେ ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ନବମ ଅଧ୍ୟକ୍ଷ ସେ ବ୍ରିଟିଶ ଭାରତର ବଙ୍ଗପ୍ରେସିଡେନ୍ସିରେ ଜନ୍ମଗ୍ରହଣ କରିଥିଲେ ।

ଜୀବନୀ

[ସମ୍ପାଦନା]

ମାଧବାନନ୍ଦଙ୍କ ଜନ୍ମ ନଦିଆ ଜିଲ୍ଲାର ବଗଞ୍ଚରା ଗ୍ରାମରେ ହରିପ୍ରସାଦ ବସୁଙ୍କ ପରିବାରରେ ହୋଇଥିଲା । ପରିବାରରେ ତାଙ୍କ ପ୍ରଥମ ନାମ ଥିଲା ନିର୍ମଳଚନ୍ଦ୍ର ବସୁ ।

ମାଧବାନନ୍ଦ କଲିକତା ବିଶ୍ୱବିଦ୍ୟାଳୟରୁ ସମ୍ମାନ ସହ ସ୍ନାତକ ଶିକ୍ଷା ଅଧ୍ୟୟନ ସମାପ୍ତ କରିଥିଲେ । ଶିକ୍ଷାଜୀବନରେ ସେ ବିଶେଷ ଭାବରେ ସ୍ୱାମୀ ବିବେକାନନ୍ଦଙ୍କ ରଚନା ପଢି ତାଙ୍କ ଆଦର୍ଶ ଓ ଉପଦେଶରୁ ପ୍ରେରଣା ଲାଭ କରିଥିଲେ। ସେ ୧୯୦୯ ମାର୍ଚ୍ଚ ମାସରେ ଜୟରାମବାଟୀରେ ମାଆ ଶାରଦା ଦେବୀଙ୍କ ହସ୍ତରୁ ଦୀକ୍ଷା ଗ୍ରହଣ କରିଥିଲେ ଏବଂ ୧୯୧୦ ଜାନୁଆରୀରେ ଚେନ୍ନାଇ ମଠରେ ଯୋଗଦାନ କରିଥିଲେ । ୧୯୧୬ ଜାନୁଆରୀରେ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ହସ୍ତରୁ ସେ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କଲେ । ପରେ ତାଙ୍କ ଛୋଟ ଭାଇ ବିମଳ ମଠରେ ଯୋଗଦାନ କରି ସ୍ୱାମୀ ଦୟାନନ୍ଦ ନାମ ଗ୍ରହଣ କଲେ । ସ୍ୱାମୀ ଦୟାନନ୍ଦ ୧୯୩୨ ମସିହାରେ କଲିକତାରେ ରାମକୃଷ୍ଣ ମିଶନ ସେବା ପ୍ରତିଷ୍ଠାନ ସ୍ଥାପନା କଲେ ।

ଏହା ପରେ, ମାଧବାନନ୍ଦ ଅନେକ ବର୍ଷ ଉଦ୍ବୋଧନ ନାମକ ପତ୍ରିକା ପ୍ରକାଶନ କାର୍ଯ୍ୟାଳୟରେ କାମ କରି, ପତ୍ରିକା ପ୍ରକାଶନରେ ଅବଦାନ ରଖିଥିଲେ । ପରେ ସେ ମାୟାବତୀ ଅଦ୍ୱୈତ ଆଶ୍ରମର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ । ସେଠାରେ ସେ ହିନ୍ଦି କବି ସୁର୍ଯ୍ୟକାନ୍ତ ତ୍ରିପାଠୀ ‘ନିରାଳା’ଙ୍କ ସହଯୋଗରେ ହିନ୍ଦି ଭାଷାରେ ‘ସମନ୍ୱୟ’ ନାମକ ପତ୍ରିକା ପ୍ରକାଶନ ଆରମ୍ଭ କଲେ । ମାଧବାନନ୍ଦ ଗୁଜରାଟରେ ରାମକୃଷ୍ଣ ଓ ବିବେକାନନ୍ଦଙ୍କ ଉପଦେଶ ଓ ଆଦର୍ଶ ପ୍ରଚାର ଓ ରାଜକୋଟ କେନ୍ଦ୍ର ସ୍ଥାପନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କୁ ସାନ୍ଫ୍ରାନସିସ୍କୋ ମଠରେ ବ୍ୟାଖ୍ୟାନ ଦେବା ପାଇଁ ଯୁକ୍ତରାଷ୍ଟ୍ରକୁ ମଧ୍ୟ ପଠାଯାଇଥିଲା ।[]

୧୯୨୨ ମସିହାରେ ମାଧବାନନ୍ଦ ରାମକୃଷ୍ଣ ମଠର ଟ୍ରଷ୍ଟି ଏବଂ ରାମକୃଷ୍ଣ ମିଶନର ପରିଚାଳନା ସମିତିର ସଦସ୍ୟ ହୋଇଥିଲେ । ସେ ୧୯୨୯ରେ ଭାରତକୁ ଫେରି ମଠର ସଂଯୁକ୍ତ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ । ୧୯୩୮ ମେ’ରେ ସେ ସାଧାରଣ ସଚିବ ଭାବେ ନିଯୁକ୍ତ ହେଲେ ଏବଂ ଏହି ପଦରେ ୨୪ ବର୍ଷ ରହିଲେ ଏବଂ ଏହା ପରେ ୧୯୬୨ ମାର୍ଚ୍ଚରେ ସେ ଉପାଧ୍ୟକ୍ଷ ହେଲେ । ସ୍ୱାମୀ ବିଶୁଦ୍ଧାନନ୍ଦଙ୍କ ଦେହାନ୍ତ ପରେ, ମାଧବାନନ୍ଦ ୪ ଅଗଷ୍ଟ ୧୯୬୨ରେ ଅନୁଷ୍ଠଚନର ଅଧ୍ୟକ୍ଷ ହେଲେ । ସେ ତାଙ୍କ ଅଧ୍ୟକ୍ଷତାକାଳରେ ୧୯୬୩ରେ ବିବେକାନନ୍ଦଙ୍କ ଜନ୍ମଶତାବ୍ଦୀ ଉତ୍ସବ ପରିଚାଳନା କରିଥିଲେ ।

ମାଧବାନନ୍ଦ ତାଙ୍କ ସଂଯମିତ ଜୀବନଶୈଳୀ ଓ ଦୀର୍ଘ ସମୟ ଧରି ଜପ ଓ ଧ୍ୟାନର ଅଭ୍ୟାସ ପାଇଁ ପରିଚିତ ଥିଲେ । ସେ ବିଭିନ୍ନ ଶାସ୍ତ୍ର ଅନୁବାଦ କରିଥିଲେ, ଯେପରି ବୃହଦାରଣ୍ୟକ ଉପନିଷଦ, ବ୍ରହ୍ମ ସୂତ୍ର ଏବଂ ଭାଷା ପରିଚ୍ଛେଦ।[]

କଲିକତାର ରାମକୃଷ୍ଣ ମିଶନ ସେବା ପ୍ରତିଷ୍ଠାନରେ ଏକମାସରୁ ଅଧିକ ସମୟ ଚିକିତ୍ସାଧୀନ ଅବସ୍ଥାରେ ରହି ସ୍ୱାମୀ ମାଧବାନନ୍ଦଙ୍କ ଦେହାନ୍ତ ୬ ଅକ୍ଟୋବର ୧୯୬୫ରେ, ୭୬ ବର୍ଷ ୧୦ ମାସ ବୟସରେ ହୋଇଥିଲା ।[]

  1. "Swami Madhavananda (1962–1965) – Vedanta Society of St. Louis" (in ଆମେରିକୀୟ ଇଂରାଜୀ). Retrieved 2025-10-25.
  2. "Internet Archive: Digital Library of Free & Borrowable Texts, Movies, Music & Wayback Machine". archive.org. Retrieved 2025-10-25.
  3. "Madhabananda Swami". biographies.rkmm.org. Retrieved 25 October 2025.