ବେଲୁର ମଠ
ବେଲୁର ମଠ (ଉଚ୍ଚାରଣ: [ˈbeluɽ ˈmɔʈʰ]) ହେଉଛି ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ମୁଖ୍ୟାଳୟ, ଯାହା ଶ୍ରୀ ରାମକୃଷ୍ଣ ପରମହଂସଙ୍କ ପ୍ରମୁଖ ଶିଷ୍ୟ ସ୍ଵାମୀ ବିବେକାନନ୍ଦଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହା ଭାରତର ପଶ୍ଚିମବଙ୍ଗର ହୁଗଳୀ ନଦୀର ପଶ୍ଚିମ ପାର୍ଶ୍ୱରେ ଥିବା ବେଲୁର ଠାରେ ଅବସ୍ଥିତ । ବେଲୁର ମଠ ୧୮୯୭ ମସିହା ଜାନୁଆରି ମାସରେ ସ୍ଵାମୀ ବିବେକାନନ୍ଦ ଦ୍ୱାରା ସ୍ଥାପିତ ହୋଇଥିଲା । ସ୍ଵାମୀ ବିବେକାନନ୍ଦ କଲୋମ୍ବୋ ଠାରୁ କିଛି ଶିଷ୍ୟଙ୍କ ସହ ଭାରତକୁ ଫେରିଲେ ଏବଂ ବେଲୁରରେ ଏକ ମଠ ଓ ହିମାଳୟର ଉତ୍ତରାଖଣ୍ଡ ରାଜ୍ୟର ମାୟାବତୀ ଠାରେ ଅନ୍ୟଟି "ଅଦ୍ୱୈତ ଆଶ୍ରମ" ର ସ୍ଥାପନା କଲେ ।[୧] ଏହି ମନ୍ଦିରଟି ରାମକୃଷ୍ଣ ଆନ୍ଦୋଳନର କେଦ୍ରସ୍ଥଳ । ଏହାର ସ୍ଥାପତ୍ୟଶୈଳୀ ହିନ୍ଦୁ, ଇସ୍ଲାମ, ବୌଦ୍ଧ ଏବଂ ଖ୍ରୀଷ୍ଟିୟ କଳାର ସମନ୍ୱୟ ରୂପେ ସମସ୍ତ ଧର୍ମର ଏକତାର ପ୍ରତୀକ ଭାବେ ପରିଚିତ । ୨୦୦୩ ମସିହାରେ ବେଲୁର ମଠ ରେଳ ଷ୍ଟେସନ୍ ଉଦ୍ଘାଟନ ହୋଇଥିଲା, ଯାହା ବେଲୁର ମଠ ମନ୍ଦିରକୁ ଉତ୍ସର୍ଗ କରାଯାଇଛି ।[୨]
ଇତିହାସ
[ସମ୍ପାଦନା]୧୮୯୭ ମସିହାର ଆରମ୍ଭରେ ସ୍ଵାମୀ ବିବେକାନନ୍ଦ ତାଙ୍କ କିଛି ପଶ୍ଚିମୀ ଶିଷ୍ୟଙ୍କ ସହ କଲିକତାର ବରାନଗରକୁ ଆସିଥିଲେ । ସେ ଦୁଇଟି ମଠ ସ୍ଥାପନା କଲେ ଗୋଟିଏ ବେଲୁରରେ, ଯାହା ରାମକୃଷ୍ଣ ମିଶନର ମୁଖ୍ୟାଳୟ ହେଲା, ଓ ଅନ୍ୟଟି ହିମାଲୟର ଉତ୍ତରାଖଣ୍ଡ ରାଜ୍ୟର ଚମ୍ପାୱତ ଜିଲ୍ଲାର ମାୟାବତୀରେ, ଯାହା "ଅଦ୍ୱୈତ ଆଶ୍ରମ" ଭାବେ ପରିଚିତ। ଏହି ମଠଗୁଡିକ ଯୁବକମାନଙ୍କୁ ଗ୍ରହଣ କରି ସନ୍ନ୍ୟାସୀ (ଧାର୍ମିକ ତ୍ୟାଗୀ) ଭାବେ ପ୍ରଶିକ୍ଷଣ ଦେବା ଓ ସେବାକାର୍ଯ୍ୟ ପାଇଁ ତିଆରି କରିବା ପାଇଁ ହୋଇଥିଲା । ସେହି ସମୟରେ ଦୁର୍ଭିକ୍ଷ ନିରାକରଣ ସହିତ ଦାନଧର୍ମ ଓ ସେବାକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା ।
ସ୍ଵାମୀ ବିବେକାନନ୍ଦଙ୍କ "ପରିବ୍ରାଜକ" ଅବସ୍ଥାରେ (ଅର୍ଥାତ୍ ଭ୍ରମଣଶୀଳ ସନ୍ନ୍ୟାସୀ ଭାବେ) ସେ ଭାରତର ବିଭିନ୍ନ ସ୍ଥାନ ଦେଖିଥିଲେ; ତାଜମହଲ, ଫତେହପୁର ସିକ୍ରୀ, ଦିୱାନ-ଇ-ଖାସ, ରାଜସ୍ଥାନର ପ୍ରାସାଦ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ତାମିଳନାଡୁର ପୁରାତନ ମନ୍ଦିର । ପରେ ଯେତେବେଳେ ସେ ଆମେରିକା ଓ ୟୁରୋପ ଗଲେ, ସେ ଆଧୁନିକ, ମଧ୍ୟଯୁଗୀୟ, ଶୈଳୀର ଅନେକ ଗୃହ ଓ ସ୍ଥାପତ୍ୟ ଦେଖିଲେ। କୁହାଯାଏ ଯେ ସେହି ସମସ୍ତ ସ୍ଥାପତ୍ୟ ଶୈଳୀର ପ୍ରଭାବ ବେଲୁର ମଠ ମନ୍ଦିରର ରଚନାରେ ସଂଯୋଜିତ କରାଯାଇଛି ।[୩]
ସ୍ଵାମୀ ବିଜ୍ଞାନାନନ୍ଦ, ଯିଏ ସ୍ଵାମୀ ବିବେକାନନ୍ଦଙ୍କ ସହଯୋଗୀ ସନ୍ନ୍ୟାସୀ ଏବଂ ଶ୍ରୀ ରାମକୃଷ୍ଣଙ୍କ ଶିଷ୍ୟ ଥିଲେ, ସେ ତାଙ୍କ ଗୃହସ୍ଥ ଜୀବନରେ ଏକ ସିଭିଲ୍ ଇଞ୍ଜିନିୟର ଥିଲେ । ସେ ବିବେକାନନ୍ଦ ଓ ସ୍ଵାମୀ ଶିବାନନ୍ଦଙ୍କ ପ୍ରେରଣା ଅନୁଯାୟୀ ଏହି ମନ୍ଦିର ଡିଜାଇନ୍ କରିଥିଲେ । ସେତେବେଳେ ବେଲୁର ମଠର ଅଧ୍ୟକ୍ଷ ଥିବା ସ୍ଵାମୀ ଶିବାନନ୍ଦ ୧୩ ମାର୍ଚ୍ଚ ୧୯୨୯ ରେ ଏହାର ଭୂମିପୂଜା କରିଥିଲେ । ଏହାର ବିଶାଳ ନିର୍ମାଣକାର୍ଯ୍ୟ "ମାର୍ଟିନ୍ ବର୍ନ୍ ଏଣ୍ଡ କୋ." ଦ୍ୱାରା ପରିଚାଳିତ ହୋଇଥିଲା ।
ଶ୍ରୀ ରାମକୃଷ୍ଣ ମନ୍ଦିର
[ସମ୍ପାଦନା]ଏହି ମନ୍ଦିରର ଡିଜାଇନ୍ ସ୍ଵାମୀ ବିବେକାନନ୍ଦଙ୍କ ଧାରଣା ଅନୁଯାୟୀ ହୋଇଥିଲା ଏବଂ ଏହାର ସ୍ଥାପତି ଥିଲେ ସ୍ଵାମୀ ବିଜ୍ଞାନାନନ୍ଦ — ଶ୍ରୀ ରାମକୃଷ୍ଣଙ୍କ ସନ୍ନ୍ୟାସୀ ଶିଷ୍ୟ। ଶ୍ରୀ ରାମକୃଷ୍ଣ ମନ୍ଦିରଟି ୧୯୩୮ ମସିହା ଜାନୁଆରି ୧୪ ତାରିଖ, ମକର ସଂକ୍ରାନ୍ତି ଦିନେ, ଉଦ୍ଘାଟିତ ଓ ପ୍ରତିଷ୍ଠିତ ହୋଇଥିଲା।
କାର୍ଯ୍ୟକଳାପ
[ସମ୍ପାଦନା]- ବେଲୁର ମଠ ଚିକିତ୍ସା ସେବା, ଶିକ୍ଷା, ନାରୀ ସଶକ୍ତିକରଣ, ଗ୍ରାମୀଣ ଉନ୍ନୟନ, ଶ୍ରମଜୀବୀ ଓ ପଛୁଆ ବର୍ଗମାନଙ୍କ ସେବା, ଦୁର୍ଜନ ସହାୟତା, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରେ ।
- ଏହି କେନ୍ଦ୍ରରେ ପ୍ରତିବର୍ଷ ଶ୍ରୀ ରାମକୃଷ୍ଣ, ସ୍ଵାମୀ ବିବେକାନନ୍ଦ, ଶାରଦା ଦେବୀ ଓ ଶ୍ରୀ ରାମକୃଷ୍ଣଙ୍କ ଅନ୍ୟ ସନ୍ନ୍ୟାସୀ ଶିଷ୍ୟମାନଙ୍କ ଜନ୍ମତିଥି ଉତ୍ସବ ଉଦ୍ୟାପନ କରାଯାଏ ।
- ପ୍ରତିବର୍ଷ ଆୟୋଜିତ କୁମାରୀ ପୂଜା ଏବଂ ଦୁର୍ଗା ପୂଜା ବେଲୁର ମଠର ପ୍ରମୁଖ ଆକର୍ଷଣମାନଙ୍କ ମଧ୍ୟରୁ ଗୋଟିଏ ।
- କୁମାରୀ ପୂଜାର ପରମ୍ପରା ୧୯୦୧ ମସିହାରେ ସ୍ଵାମୀ ବିବେକାନନ୍ଦ ଦ୍ୱାରା ଆରମ୍ଭ କରାଯାଇଥିଲା ।[୪]
ଆଧାର
[ସମ୍ପାଦନା]- ↑ "Kolkata City Guide, Capital of West Bengal, Kolkata Profile". KolkataOnline.in (in ଇଂରାଜୀ). Retrieved 2025-10-21.
- ↑ Sarina Singh; Joe Bindloss; Paul Clammer; Janine Eberle. India. p. 452.
- ↑ Swami Tattwajnanananda. "prelude". A Symphony in Architecture Ramakrishna Temple Belur Math. Archived from the original on 18 July 2013. Retrieved 10 October 2008.
- ↑ "How Swami Vivekananda gave Durga Puja at Belur Math an idol makeover". www.dailyo.in (in ଇଂରାଜୀ). Retrieved 2025-10-21.