ବ୍ୟବହାରକାରୀ:Aliva Sahoo/ସୁନୀତା କୃଷ୍ଣନ

ଉଇକିପିଡ଼ିଆ‌ରୁ

ସୁନୀତା କୃଷ୍ଣନ
Born1972 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ବାଙ୍ଗାଲୋର , ଭାରତ
Alma materSt. Joseph's College, Bangalore, School of Social Work, Roshni Nilaya, Mangalore University
Occupation(s)Founder of Prajwala, Hyderabad
Known forSocial activist, co-founder of Prajwala, an NGO that works for the rehabilitation of sex workers and their children.

ସୁନୀତା କୃଷ୍ଣନ (ଜନ୍ମ : 1972), ଜଣେ ଭାରତୀୟ ସାମାଜିକ କାର୍ଯ୍ୟକର୍ତ୍ତା , ମୁଖ୍ୟ କାର୍ଯ୍ୟ ବାହକ ଏବଂ ପ୍ରଜ୍ୱଳର ସହ ସଂସ୍ଥାପକ ଅଟନ୍ତି । "ପ୍ରଜ୍ୱଳ" ଏକ ସରକାରୀ ସଂଗଠନ ଅଟେ ଯାହା ଯୌନ ଉତ୍ପିଡ଼ନ ପୀଡିତ ମାନଙ୍କୁ ସମାଜରୁ ବଞ୍ଚେଇଥାଏ, ପୁନର୍ବାସ କରାଇ ସେ ପୁନର୍ଗଠନ କରିଥାଏ । କୃଷ୍ଣନ ମାନବ ସରକାର ଏବଂ ସାମାଜିକ ନୀତି କ୍ଷେତ୍ରରେ କାମ କରନ୍ତି । ତାଙ୍କର ସଂସ୍ଥା , ପ୍ରଜ୍ୱଳ ଦେଶର ସବୁଠାରୁ ବଡ ପୁନର୍ବାସ ଘର ମାନଙ୍କରୁ ଏକ ଅଟେ । ସେଠାରେ ପିଲା ମାନଙ୍କୁ ଏବଂ ମହିଳା ମାନଙ୍କୁ ଆଶ୍ରୟ ଦିଆଯାଏ । ସେ NGO ସଂସ୍ଥା ମାଧ୍ୟମରେ ପ୍ରୟାସ କରୁଛନ୍ତି ଯେ , ସମ୍ପୃକ୍ତ ରୂପେ ମହିଳା ଏବଂ ପିଲା ମାନଙ୍କୁ ସୁରକ୍ଷାତ୍ମକ ପୁନର୍ବାସ ସେବା ଦେଇପାରନ୍ତୁ । ତାଙ୍କୁ 2016 ମସିହାରେ ଚତୁର୍ଥ ଉଚ୍ଚତମ ନାଗରିକ ପୁରସ୍କାର - ପଦ୍ମଶ୍ରୀରେ ସମ୍ମାନିତ କରାଗଲା । [୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କୃଷ୍ଣନଙ୍କ ଜନ୍ମ ବୁଙ୍ଗଲୁରୁର ପାଲକ୍କଡରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ରାଜା କୃଷ୍ଣନ ଏବଂ ମତଙ୍କ ନାମ ନଳିନୀ କୃଷ୍ଣନ । ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଅଧିକାଂଶ ଯାତ୍ରା କରି ସେ ଭାରତର ବହୁ ସ୍ଥାନକୁ ଦେଖି ସାରିଛନ୍ତି । ତାଙ୍କ ପିତା ସର୍ବେକ୍ଷଣ କେନ୍ଦ୍ରରେ କାମ କରୁଥିଲେ , ଯିଏ କି ସମସ୍ତ ଦେଶ ପାଇଁ ନକ୍ସା ତିଆରି କରନ୍ତି । ତାଙ୍କ ଭିତରେ ସାମାଜିକ କାର୍ଯ୍ୟପାଇଁ ଆଗ୍ରହ ସେବେଠାରୁ ପ୍ରକାଶିତ ହେଲା ଯେବେ ୮ ବର୍ଷ ବୟସରେ ମାନସିକ ରୂପେ ଚୁନତି ପୂର୍ଣ୍ଣ ପିଲାମାନଙ୍କୁ ନୃତ୍ୟ ଶିଖାଇବା ଆରମ୍ଭ କରିଥିଲେ । ୧୨ ବର୍ଷ ବୟସରେ ସେ ପିଲାମାନଙ୍କ ପାଇଁ ସ୍କୁଲ ଚଳାଉ ଥିଲେ । ୧୫ ବର୍ଷ ବୟସରେ କୃଷ୍ଣନ ଏକ ଅଭିଯାନରେ କାମ କରୁଥିବା ବେଳେ ବଳାତ୍କାରର ସାମ୍ନା ହେବାକୁ ପଡିଥିଲା । ଏହି ଘଟଣା ପରେ ଯାହାଭି କରୁଛନ୍ତି ତାଙ୍କୁ ଏଥିରୁ ବହୁ ଶକ୍ତି ଓ ସାହସ ମିଲଥାଏ ।[୨] କୃଷ୍ଣନ ଭୁଟାନ ଏବଂ ବାଙ୍ଗାଲୋରର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷା ପ୍ରାପ୍ତ କରିଥିଲେ । ବାଙ୍ଗାଲୋରର "ସେଣ୍ଟ ଜୋସେଫ କଲେଜ"ରେ ସ୍ନାତକ କରି ସେ ମଙ୍ଗଲୋରରୁ MSWର ଶିକ୍ଷା ପୂରଣ କରିଥିଲେ ।

କ୍ୟାରିଅର[ସମ୍ପାଦନା]

ହାଇଦ୍ରାବାଦ (୧୯୯୬) ମସିହାରେ , ଲାଲ ବତ୍ତି ଜାଗା ମେହେବୁବର ଗଳିରେ ରହୁଥିବା ସେକ୍ସ କର୍ମଚାରୀ ମାନଙ୍କୁ ହଟାଇ ଦିଆଗଲା । ଏହା ଫଳରେ ହଜାର ହଜାର ମହିଳା ଯେଉଁମାନେ ବେଶ୍ୟା ବୁର୍ତ୍ତିରେ ଧରା ପଡିଲେ ସେମାନଙ୍କୁ ବେଘର କରାଗଲା । ଆଜି ପ୍ରଜ୍ୱଳ ୫ଟି ସ୍ତମ୍ଭରେ ଆଧାରିତ ହୋଇଛି - ରୋକିବା, ବଞ୍ଚାଇବା, ପୁନର୍ବାସ, ପୁନର୍ମିଳନ , ଏବଂ ଓକିଲାତି । ସଂଘଠନ ପୀଡ଼ିତ ମାନଙ୍କ ପାଇଁ ନୈତିକ, ଆଇନ, ସାମାଜିକ ସମର୍ଥନ ପ୍ରାପ୍ତ କରିଥାଏ ଏବଂ ଏହା ସୁନିଶ୍ଚିତ ହୋଇଥାଏ କି ଅପରାଧୀ ମାନଙ୍କୁ ନ୍ୟାୟ ପାଇଁ ଅଣାଯାଉ । ଆଜି ପର୍ଯ୍ୟନ୍ତ ପ୍ରଜ୍ୱଳ ୧୨,୦୦୦ରୁ ଅଧିକ ପିଲାମାନଙ୍କୁ ବଞ୍ଚେଇପାରିଛି । ପୁନର୍ବାସ ଏବଂ ସେବା କରିଛି ତା ସହ ପରିଚାଳନା ମାଧ୍ୟମରେ ତାଙ୍କୁ ଦୁନିଆର ସବୁଠାରୁ ବଡ "ଏଣ୍ଟି - ଟ୍ରଫିକିଙ୍ଗ" ଆଶ୍ରୟ ବନେଇ ଦେଇଛି । [୩]

ଆଧାର[ସମ୍ପାଦନା]

  1. "Gang-rape survivor makes a film on her trauma, runs home for those exploited". IBN Live. Retrieved 2013-03-07
  2. "Keeping hope alive Real-life hero". The Hindu. 30 July 2009. Retrieved 10 July 2016.
  3. "Hyderabad activist enables sex workers start life afresh". Business Standard. Retrieved 2007-09-25