ବ୍ୟବହାରକାରୀ:117.200.229.234/sandbox
ରାୟଗଡାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ, ନୂଆ ଦିଲ୍ଲୀ ତଥା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ, ରାୟଗଡା ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ଆନୁକୁଲ୍ୟରେ ଆଜି ତା: ୦୬.୧୨.୨୦୧୪ ରିଖରେ ରାୟଗଡା ସିଭିଲ୍ ଅଦାଲତ ପରିସରରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଦାଲତରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ଜନାବ୍ ମହମ୍ମଦ ଆଜମଲ୍, ମୂଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ତଥା ସହକାରୀ ଦୌରା ଜଜ୍ ଶ୍ରୀ ରାଜେଶ୍ ଏକ୍କା, ସିନିୟର ସିଭିଲ୍ ଜଜ୍ ଶ୍ରୀ ପ୍ରଭାକର ଗଣ୍ଠିଆ, ଉପଖଣ୍ଡ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତି ପ୍ରଜ୍ୟୋତି ରାଉତ, ନ୍ୟାୟାଧିକାରୀ- ଗ୍ରାମ ନ୍ୟାୟାଳୟ, କୋଲନରା, ସୁଶ୍ରୀ ସୁନୀତା ପଟ୍ଟନାୟକ ଏବଂ ରାୟଗଡା ତହସିଲଦାର ଶ୍ରୀ ନୀଲୁ ମହାପାତ୍ର ନିଜ ନିଜର ଅଦାଲତ ପରିଚାଳନା କରିଥିଲେ । ପ୍ରି ଲିଟିଗେସନ୍ ବ୍ୟାଙ୍କ ମାମଲାଗୁଡିକର ସମାଧାନ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ୟୁନିୟନ୍ ବ୍ୟାଙ୍କ୍, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍,ଆନ୍ଧ୍ର ବ୍ୟାଙ୍କ, ଇଣ୍ଡିୟାନ୍ ବ୍ୟାଙ୍କର ଏକାଧିକ ଶାଖା ଯୋଗଦେଇଥିଲେ । ଉକ୍ତ ରାଷ୍ଟ୍ରୀୟ ଅଦାଲତରେ ମୋଟ ..... ଟି ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାର ସମାଧାନ ହୋଇ ...... ଟଙ୍କା କ୍ଷତିପୂରଣ ଦେୟ ନିମନ୍ତେ ଆଦେଶ ହୋଇଥିଲା । ଏହାଛଡା .....ଟି ରାଜସ୍ଵ ମାମଲା, .....ଟି ଫୌଜଦାରୀ ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ..... ଟଙ୍କା ଆଦାୟ କରାଯାଇଥିଲା । ମୋଟରେ ......ଟି ପ୍ରି-ଲିଟିଗେସନ୍ ବ୍ୟାଙ୍କ ମାମଲାର ସମାଧନ ପୂର୍ବକ ........ ଟଙ୍କା ଋଣ ବାବଦକୁ ଆଦାୟ ହୋଇଥିଲା । ଏତଦ୍ ବ୍ୟତୀତ ଜିଲ୍ଲାର ଗୁଣୁପୁର ଉପଖଣ୍ଡ ବିଚାର ବିଭାଗୀୟ ଅଧିକାରୀଙ୍କ ଦ୍ଵାରା..... ଫୌଜଦାରୀ ମାମଲାରେ ମୋଟ .... ଟଙ୍କା ଜୋରିମାନା,ଗୁଣୁପୁର ସିନିୟର ସିଭିଲ୍ ଜଜଙ୍କ ଦ୍ଵାରା..... ଦେବାନୀ ମାମଲା ଫଇସଲା, ବିଷମକଟକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀଙ୍କ ଦ୍ଵାରା..... ଫୌଜଦାରୀ ମାମଲାରେ ମୋଟ .... ଟଙ୍କା , କାଶୀପୁର ବିଚାର ବିଭାଗୀୟ ଅଧିକାରୀଙ୍କ ଦ୍ଵାରା..... ଫୌଜଦାରୀ ମାମଲାରେ ମୋଟ .... ଟଙ୍କା ଆଦାୟ ହୋଇଥିଲା । ଏହି ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ଜନାବ୍ ମହମ୍ମଦ ଆଜମଲଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ଵାବଧାନରେ ପ୍ରାଧିକରଣର ସଚିବ ତଥା ସିଭିଲ କୋର୍ଟସ୍ ରେଜିଷ୍ଟ୍ରାର ଡକ୍ଟର୍ ପ୍ରସନ୍ନ କୁମାର ପଣ୍ଡା ଜିଲ୍ଲା ସଦର ମହକୁମାରେ ଏବଂ ଗୁଣୁପୁର, ବିଷମ କଟକ ତଥା କାଶିପୁର ପ୍ରାନ୍ତୀୟ ଅଦାଲତ ଗୁଡିକର ସୁପରିଚାଳନା କରିଥିଲେ । ଜିଲ୍ଲା ଖାଉଟି କଲ୍ୟାଣ ମଞ୍ଚ ଦ୍ଵାରା ଏକ୍ଜିକ୍ୟୁସନ୍ ପିଟିସନ୍ ଦ୍ଵାରା କ୍ଷତିପୂରଣରାଶି ବାବଦକୁ ଟ: ୩,୭୬,୧୭୮/- ଆଦାୟ ହୋଇଥିଲା । ସମାଧାନ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଅଦାଲତର କର୍ମଚରୀବୃନ୍ଦ ତଥା ଜିଲ୍ଲାଋ ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ବର୍ଗଙ୍କ ଅକୁଣ୍ଠ ସହଯୋଗରେ ଏହି ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ସୂଚାରୁରୂପେ ଅନୁଷ୍ଠିତ ହୋଇଥିବା ଯୋଗୁଁ ଜିଲ୍ଲା ପ୍ରାଧିକରଣର ସଚିବ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।