Jump to content

ବ୍ୟବହାରକାରୀ:ପବିତ୍ର ବାଗ

ଉଇକିପିଡ଼ିଆ‌ରୁ

ସପ୍ତର୍ଷି ପତ୍ରିକା

ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତିବିହାର,ବୁର୍ଲାଠାରୁ ପ୍ରକାଶିତ ପତ୍ରିକା ସପ୍ତର୍ଷି ପତ୍ରିକା। ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ସାହିତ୍ୟ ସୁଧାକର ଡ. ଭୁବନେଶ୍ୱର ବେହେରା। ସେ ବିଶ୍ବବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟରତ ଥିବା ସମୟରେ ୧୯୬୭ ମସିହାରେ ବିଶ୍ଵବିଦ୍ୟାଳୟର ଅଧ୍ୟୟନକରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସାହିତ୍ୟ ପତ୍ରିକାର ଅଭାବ ଅନୁଭବ କରି ସେ ସପ୍ତର୍ଷି ପତ୍ରିକାର ଶୁଭାରମ୍ଭ କରିଥିଲେ। ଏହା କିଛି ଦିନ ପାଇଁ ବନ୍ଦ ମଧ୍ୟ ହୋଇଥିଲା। କିନ୍ତୁ ପରେ ପୁଣି ସୁଚାରୁରୂପେ ପ୍ରକାଶିତ ହେଲା। କିଛି ଦିନ ପାଇଁ ତ୍ରୈମାସିକ ଭାବରେ ପ୍ରକାଶିତ ହେଉଥିଲା କିନ୍ତୁ ବର୍ତ୍ତମାନ ଦ୍ଵିମାସିକ ଭାବରେ ପ୍ରକାଶିତ ହୋଇଛି। ପତ୍ରିକାର ପରିଚାଳନା ସମ୍ପାଦକ ଡ. ଗୋପୀନାଥ ବାଗ (ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ସମ୍ବଲପୁର ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର)। ଏଥିରେ ଉନ୍ନତମାନର ଗୁଣାତ୍ମକ ସାହିତ୍ୟ ଗବେଷଣାତ୍ମକ ପ୍ରବନ୍ଧ, ଗଳ୍ପ, କବିତା ଆଦି ପ୍ରକାଶିତ ହୋଇଥାଏ।[]

  1. "Sambalpur University, Jyoti Vihar, Burla". www.suniv.ac.in. Retrieved 2023-12-24.