ବ୍ୟବହାରକାରୀଙ୍କ ଆଲୋଚନା:ଶାନ୍ତନୁ କୁମାର ଜେନା

Page contents not supported in other languages.
ଉଇକିପିଡ଼ିଆ‌ରୁ

ନମସ୍କାର, ଶାନ୍ତନୁ କୁମାର ଜେନା, ଉଇକିପିଡ଼ିଆକୁ ସ୍ଵାଗତ!

ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:
ଉଇକିପିଡ଼ିଆର ପାଞ୍ଚଟି ଖମ୍ବ, କିପରି ବ୍ୟବହାର କରିବେ, ପ୍ରଶ୍ନ ପଚାରିବେ
ମୁଁ ଆଶା କରୁଛି ଆପଣଙ୍କୁ ଏଠାରେ ଭଲ ଲାଗିବ ଏବଂ ଆପଣଙ୍କ ଅବଦାନ ଜାରି ରହିବ !

ଯଦି ଆପଣ କିଛି ପଚାରିବାକୁ ଚାହୁଛନ୍ତି, ମୋ ଆଲୋଚନା ପୃଷ୍ଠା ବା ଆଲୋଚନା ସଭାରେ ପଚାରିପାରିବେ । ଧନ୍ୟବାଦ! -- ଅηsuмaη Talk ୧୨:୩୩, ୫ ଏପ୍ରିଲ ୨୦୧୨ (UTC)

ଓଡ଼ିଆ ବା କୌଣଷି ଭାରତୀୟ ପ୍ରାଦେସିକ ଭାଷା ର ଦରଦ[ସମ୍ପାଦନା]

ଆମେ ଭରତୀୟ, ମନେକର ଓଡ଼ିଆ ବା ଅନ୍ୟ ଏକ ଭାଷି, ଯଦି ପ୍ରଜା ଓଡ଼ିଆ, ରାଜା ଓଡ଼ିଆ, ଭାଷା ଓଡ଼ିଆ, ତେବେ ଓଡ଼ିଆ ଙ୍କୁ ମୋଗଲ୍ ଓ ଇଂରେଜ୍ ଶାସନ କଲେ କାହିଁଙ୍କି ? ଇଂରାଜି ରେ କଥା କହି ବା ଲେଖି ନିଜକୁ ଶାସକ ଶ୍ରେଣୀ ବା ଉଚ୍ଚ ଶ୍ରେଣୀ ର ପରିଚୟ ଦେବା ମାନସିକତା, ଏକ ବ୍ୟାଧି ।

ଦୁଃଖର କଥା ଏହି ମାନସିକ ବ୍ୟାଧି ଦିନକୁ ଦିନ ବଢ଼ିବାରେ ଲାଗିଛି...

କିନ୍ତୁ ପ୍ରଶ୍ନ୍ ହେଲା, ୟେ ବ୍ୟାଧି କେତେ ପୂରୁଣା ? କେଉଁଠୁ ଆସିଲା ? ଉତ୍ତର ରେ କୁହାଯାଇ ପାରେ, ବ୍ୟବସାଇକ ମୁନାଫା ବ୍ୟତିତ, ଇଂରେଜ ମାନଙ୍କର ସାମ୍ରାଜ୍ୟ ବିସ୍ତାର ର ମୁଳ ଲକ୍ଷ୍ୟ ଥିଲା, ଇଂରାଜି ଭାସାର ପ୍ରସାର ତଥା ଅନ୍ୟ ଭାସା ମାନଙ୍କର ଅଧୋଗତି କାମନା; ଓ ତା' ପାଇଁ ଆବଶ୍ୟକ କୁଟନୀତି କରିବାକୁ ସେମାନେ କେବେ ପଛଉ ନଥିଲେ । ଏବେ ଆଉ ଦୁଃଖ ନ କରି, ଆସନ୍ତୁ ନିରାକରଣ ଔଷଧ ର ବ୍ୟବସ୍ଥା କରବା, ବ୍ୟାଧି ଭଲ ହୋଇ ଯିବ । ଭୁଲ୍ ବୁଝିବେନି, ଆମେ ଇଂରାଜି ବା ଅନ୍ୟ କୌଣଷି ଭାସା ର ବିରୋଧି ନହୁଁ, କିନ୍ତୁ ସବୁ ଭାସା କୁ ସମାନତା ଦେବା ଆମର ଲକ୍ଷ୍ୟ ।

କୌଣଷି ବି ଭାଷା କୁ ସେହି ଭାଷି ଲୋକ, ମା' ର ଆଶନ ଓ ସମ୍ମାନ ଦିଅନ୍ତି । ମାତୃଭାଷା କହନ୍ତି । ଅର୍ଥ, ଯେମିତି ମା' ପ୍ରତି ଆମର କିଛି ମୌଳିକ କର୍ତ୍ତବ୍ୟ ଅଛି, ସେମିତି ମାତୃଭାଷା ପ୍ରତି ଅଛି । ନଥିଲେ, ରହିବା ଉଚିତ୍ । ମା' ପ୍ରତି ଥିବା ଆମର କର୍ତ୍ତବ୍ୟ ଆମେ ପାଳୁଛନ୍ତି କି ନାହିଁ, ଏକ ଭିନ୍ନ ପ୍ରଶ୍ନ । କିନ୍ତୁ ପାଳିବା ଉଚ୍ଚିତ୍ ଏଥିରେ କେହି ଦ୍ବିମତ ହେବେନି । ଯଦି କେହି କର୍ତ୍ତବ୍ୟ ପାଳୁନି, ତାକୁ ଆଉ କେହି କହୁ ବା ନକହୁ, ସିଏ ନିଜେ ଜାଣେ, ସିଏ ଗୋଟେ କୂଳାଙ୍ଗାର । ଯଦି ସେ କୂଳାଙ୍ଗାର, ମା' ଥାଉଁ ଥାଉଁ, ମା' ପ୍ରତି ଅବହେଳା କରି, ମାଊସୀର ଚାକଚକ୍ୟତା ରେ ପ୍ରଭାବିତ ହୋଇ, ମା' କୁ ଭୁଲି, ମାଊସୀ ପ୍ରତି କର୍ତ୍ତବ୍ୟନିଷ୍ଠ ହୁଏ, ତାକୁ କ'ଣ୍ କହିବା ? ନିଷ୍ଠୁର-କୂଳାଙ୍ଗାର ? ନାଁ ଅଜ୍ଞାନି-କୂଳାଙ୍ଗାର ? ଆପଣ ନିଜେ କୁହନ୍ତୁନା ।

ମୋ ମତ ରେ, ଜେଉଁ ଶିକ୍ଷିତ ସମାଜ ନିଜର ମାତୃଭାଷା କୁ ଅବହେଳା କରି, ଇଂରାଜି ଭାଷା ପ୍ରତି ଅନୁଗତତା ପ୍ରକାଶ କରୁଛି, ସେ ସମାଜ ବି ସେହି ପଦବାଚ୍ୟ । କିନ୍ତୁ ଆମେ ସେ ସମାଜ କୁ ନିନ୍ଦା କରିବାନି । ବରଂ ସଚେତନ କରାଇବା । କାରଣ, ସେହି ଶିକ୍ଷିତ ସମାଜ ମାଧ୍ୟମରେ ହିଁ, ଆମେ ବିଗିଡା଼ ବ୍ୟାଧି ସଜାଡି ପାରିବା । ଆମେ ଇଂରାଜି ବା ଅନ୍ୟ କୌଣଷି ଭାସା ର ବିରୋଧି ନହୁଁ, କିନ୍ତୁ ସବୁ ଭାସା କୁ ସମାନତା ଦେବା ଆମର ଲକ୍ଷ୍ୟ ।