Jump to content

ବ୍ୟବହାରକାରୀଙ୍କ ଆଲୋଚନା:ଲକ୍ଷ୍ମୀନାରାୟଣ କର

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
ନମସ୍କାର ଲକ୍ଷ୍ମୀନାରାୟଣ କର, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ଲକ୍ଷ୍ମୀନାରାୟଣ କର, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୩୯, ୧୫ ଅପ୍ରେଲ ୨୦୧୮ (IST)Reply

ତନ୍ତ୍ରପୀଠ ଶ୍ରୀକ୍ଷେତ୍ର ଏବଂ ଆଦିଶକ୍ତି ମା' ସୁଭଦ୍ରା

[ସମ୍ପାଦନା]

ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, କୈବଲ୍ୟ କ୍ଷେତ୍ର, ନୀଳାଚଳ କ୍ଷେତ୍ର ଆଦି ବହୁବିଧ ନାମରେ ପୁରୀର ପରିଚୟ ଭିନ୍ନ ଶାସ୍ତ୍ରରେ ବର୍ଣ୍ଣିତ । ଶ୍ରୀଜଗନ୍ନାଥଙ୍କ ହେତୁ ଏହା ଏକ ବୈଷ୍ଣବ ପରମ୍ପରାରେ ସମ୍ପୃକ୍ତ ସ୍ଥାନ ବୋଲି ସାଧାରଣରେ ପରିଚିତ । ଅନେକ ସାଧୁସନ୍ଥ,ସାଧକ ଆଦି ବ୍ୟକ୍ତି ବିଶେଷଙ୍କର ଏଠାକୁ ଆଗମନ ଏବଂ କ୍ଷେତ୍ରରେ ସିଦ୍ଧ ହେବା କଥା ମଧ୍ୟ ସର୍ବ ଜନ ବିଦିତ। କିନ୍ତୁ ଏ କ୍ଷେତ୍ର ଯେ ଏକ ତନ୍ତ୍ର ପୀଠ ଏବଂ ଏହାର ସବୁ ନୀତି ନିୟମ ଆଦି ଯେ ତନ୍ତ୍ର ସିଦ୍ଧ ଏହା ଏକ ବିସ୍ମୟ ଏବଂ ରୋମାଞ୍ଚକର ବିଷୟ ।

        ଶ୍ରୀଜଗନ୍ନାଥ ସାଧାରଣ ଜନମାନସରେ ଶ୍ରୀକୃଷ୍ଣଙ୍କ ଅବତଂଶୀ ତଥା ଶ୍ରୀକୃଷ୍ଣ ବାସୁଦେବ ଚେତନାର ଏକ ସାମ୍ୟ ସୂଚକ ପ୍ରତୀକ ରୂପେ ଦଣ୍ଡାୟମାନ । ହେଲେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ବହୁ ଆଗରୁ ଏ କ୍ଷେତ୍ରରେ ତ ବିଦ୍ୟମାନ । ଏହାର ପ୍ରମାଣ ସ୍କନ୍ଦ ପରାଣର ବିଷ୍ଣୁ ଖଣ୍ଡସ୍ଥ ଉତ୍କଳଖଣ୍ଡ ଅନ୍ତର୍ଗତ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟରେ ସ୍ପଷ୍ଟ ଭାବେ ମହର୍ଷି ଭଗବାନ ବ୍ୟାସଦେବଙ୍କ ଦ୍ଵାରା ଉପସ୍ଥାପିତ । ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜିତ ଦେବୀ ଶୁଭଦ୍ରା ଶ୍ରୀକ୍ଷେତ୍ରର ଠିକ ମଧ୍ୟ କର୍ଣିକାରେ ଉପବେଶିତା । ସାଧାରଣରେ ଲୋକେ ତାଙ୍କୁ ଦ୍ଵାପର ଯୁଗର କୃଷ୍ଣ ବଳରାମଙ୍କ ଅନୁଜା ଭାବରେ ଜାଣନ୍ତି । କିନ୍ତୁ ତାଙ୍କର ପ୍ରକଢତ ପରିଚୟ ତାହା ନୁହଁ । ଆଦିଶକ୍ତୀ ମା' ଶୁଭଦ୍ରା ମା' ମହାଲକ୍ଷ୍ମୀଙ୍କ ନିରାକାର ସତ୍ତାର ପରମ ପ୍ରକାଶ । ଏହା ଏକ ଗୁପ୍ତ ପ୍ରମାଣ ଯାହାକି ମା' ଙ୍କର ଦୈନନ୍ଦିନ ନୀତି ଏବଂ ବ୍ୟବହୃତ ମନ୍ତ୍ରରୁ ସ୍ପଷ୍ଟ । 
        "ଓଁ ଭୁବନେଶ୍ବର୍ଯ୍ଯୈ ଷ୍ଚ ବିଦ୍ମହେ ।
        ମହାଲକ୍ଷ୍ମେ ଷ୍ଚ ଧୀମହି । ତନ୍ନୋ ଦେବୀ ପ୍ରଚୋଦୟାତ"

(ଭୁବନେଶ୍ଵରୀ ପୂଜାବିଧି ,ନୀଳାଦ୍ରି ମହୋଦୟ ୯୧/୫୧)

         ଏଣୁ ମା' ଶୁଭଦ୍ରା ଯେ ମୂଳପ୍ରକୃତି ମହାଲକ୍ଷ୍ମୀ ଏଥିରେ ସନ୍ଦେହ ନାହିଁ ।  ମା'ଙ୍କ ଶକ୍ତିର ଅର୍ଦ୍ଧଭାଗରେ ପରା ଶକ୍ତିଗଣ ଉତ୍ପନ୍ନ ହୋଇ କ୍ଷେତ୍ରର ଅଷ୍ଟ ଦିଗରେ ଅଷ୍ଟ ଚଣ୍ଡୀ ରୂପରେ ପ୍ରତିଷ୍ଠିତ । ଏମାନେ କ୍ଷେତ୍ରର ରକ୍ଷାକାରୀଣୀ  ଶକ୍ତି ତଥା ଉଗ୍ର ସ୍ୱଭାବର ।
        ଏମାନଙ୍କ ନାୟିକା କ୍ଷେତ୍ରାଧିଶ୍ୱରି  ମା' ବିମଳା ଏବଂ ସ୍ଵାମୀ ମାଧବ । 
    "କ୍ଷେତ୍ରପାଚାଷ୍ଟଶକ୍ତିଶ୍ଚ ବାହ୍ୟବରତଃ କ୍ରମାଗତ,
    କ୍ରକ୍ଷୟନ୍ତି ପର‍ଂ ନିତ୍ୟଂ କୀଳାଷ୍ମୁ ଉଡ୍ରମଣ୍ଡଳେ,
    ସୁଭଦ୍ରିକା ପରାଶକ୍ତି ବିମଳା ଭୈରବୀସ୍ତଥା,
    ଶ୍ରୀଚକ୍ର ଅଧିଷ୍ଠିତ ପୀଠେ ମାଧବଃ କ୍ଷେତ୍ର ନାୟକଃ" ‌।
                                               (ଉଡ୍ଡୀୟାନ ତନ୍ତ୍ର)
    ଅଷ୍ଟଚଣ୍ଡି ଗଣ ହେଉଛନ୍ତି,
   "ସା ତୁ ତିଷ୍ଠି ତତ୍ ପ୍ରୀତୈ । ଅଷ୍ଟଧା ଦିକ୍ଷୁ ସଂସ୍ଥିତା ।।
    ମଙ୍ଗଳା ବେକମୂଳେ ତୁ । ପଶ୍ଚିମରେ ବିମଳା ତଥା ।।
    ଶ୍ଂଖସ୍ୟ ପୃଷ୍ଟଭାଗେତୁ । ସଂସ୍ଥିତା ସର୍ବ ମଙ୍ଗଳା ।।
    ଅର୍ଦ୍ଧଶିନୀ ତଥାଲମ୍ବା । କୁବେର ଦିଶି ସଂସ୍ଥିତା ।।
    କାଳରାତ୍ରିର୍ଦକ୍ଷିଣସ୍ୟାଂ । ପୂର୍ବସ୍ଯାନ୍ତୁ ମରିଚିକା" ।।
    କାଳରାତ୍ରି ରାସ୍ତା ପଶ୍ଚାତ୍ । ଚଣ୍ଡରୂପା ବ୍ୟବସ୍ଥିତ ତା ।।
                                (ସ୍କନ୍ଦ ପୁରାଣ, ଉତ୍କଳ ଖଣ୍ଡ)
 ଅଷ୍ଟଚଣ୍ଡୀଙ୍କ ହେତୁ କ୍ଷେତ୍ରକୁ ଘେରି ଅଷ୍ଟଶମ୍ଭୁ ଭୈରବ ରୂପେ ଅବସ୍ଥାପିତ । ଏମାନେ ଶ୍ରୀଜଗନ୍ନାଥଙ୍କ ଦ୍ଵିତୀୟ ତନୁ ବୋଲି ଅଭିହିତ ।
      "କପାଳମୋଚନଂ ନାମ, କ୍ଷେତ୍ରପାଳଂ ମହେଶ୍ବରଂ ।
      ମାର୍କଣ୍ଡେୟ ତଥେଶାନଂ, ବିଶ୍ବେଶଂ ନୀଳକଣ୍ଠକଂ ।।
      ବଟମୂଳେ ବଟେଶଂ ଚ, ଲିଙ୍ଗାନ୍ୟଷ୍ଟୌ ମହେଶିତୁଃ ।
      ତାନି ଦୃଷ୍ଟ୍ବା ତଥା ପୃଷ୍ଠା , ପୂଜୟିତ୍ବା ବିମୁଚ୍ୟତେ ।।" 
                                 (ସ୍କନ୍ଦ ପୁରାଣ, ଉତ୍କଳ ଖଣ୍ଡ)
     ଶାସ୍ତ୍ର ମତେ ଯେକୌଣସି ତନ୍ତ୍ର ପୀଠର ରକ୍ଷକ ଭୈରବ ଏବଂ ଭୈରବୀ । ଏହି ନ୍ୟାୟରେ ଶ୍ରୀକ୍ଷେତ୍ରକୁ ଅବଲୋକନ କରି ଅଷ୍ଟ ଶମ୍ଭୁ ଏବଂ ଅଷ୍ଟ ଚଣ୍ଡୀ ବିରାଜିତା ।
         ବିମଳାଙ୍କ ପାଇଁ ଏଠାରେ ଶିବ ରୂପୀ ଲୋକନାଥ ଏବଂ ତୀର୍ଥ ରୂପେ ମହୋଦଧି ସଂଯୋଜିତ ।
        "ଲୋକନାଥଃ ଶିବ ଯତ୍ର, ତୀର୍ଥ ରାଜ ମହୋଦଧିଃ ।
         ବିମଳା ଭୈରବୀ ଯତ୍ର, ଜଗନ୍ନାଥ ସ୍ତୁ ଭୈରବଃ ।।"
   ଏ ସମସ୍ତ ଶକ୍ତିର କେନ୍ଦ୍ରରେ ଶୁଭଦ୍ରା ଅବସ୍ଥାପିତା । ଏବଂ ସମ୍ପୂର୍ଣ୍ଣ ଭାବେ ତନ୍ତ୍ର ପୀଠର ନିୟନ୍ତ୍ରଣ କାରୀ ମହାଶକ୍ତି । ଯେକି ମହାପ୍ରଭୁଙ୍କ ଦକ୍ଷିଣା ଶକ୍ତି ତଥା ବିସର୍ଗାତ୍ମିକା ।
         ମହାପ୍ରଭୁ ଜଗନ୍ନାଥ ଏହି ମହତନ୍ତ୍ର ପୀଠର ନାୟକ । ମହାପ୍ରଭୁ ସାତ ଭୈରବ ରୂପେ ଶାରଦୀୟ ଦୂର୍ଗୋତ୍ସବରେ ବିମଳାଙ୍କ ସହ ଏକତ୍ର ଭଦ୍ରାସନରେ ରୁନ୍ଧା ହୋଇ ଆଠଦିନ ବିମଳା ମନ୍ଦିର ଏବଂ ଆଠ ଦିନ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରନ୍ତି । ଏହା ବୈଷ୍ଣବ ଏବଂ ଶାକ୍ତ ମତର ଏକ ରୋମାଞ୍ଚକର ମିଳନ । 
       "ଉତ୍କଳେ ନାଭିଦେଶେଶ୍ଚ, ବିରଜା କ୍ଷେତ୍ର ମୁତ୍ତମମ୍ ।
        ବିମଳା ସାମହାଦେବୀ, ଜଗନ୍ନାଥସ୍ତୁ ଭୈରବ ।।
        ଗଙ୍ଗାୟାଂ ମଙ୍ଗଳା ନାମ୍, ବିମଳା ପୁରୁଷୋତ୍ତମେ"
                                              (ମହାନିର୍ବାଣ ତନ୍ତ୍ର)

ସୁଭଦ୍ରାଙ୍କୁ ମୂଳ ପ୍ରକୃତି ତଥା ମହାଲକ୍ଷ୍ମୀ ବୋଲି ମଧ୍ୟ ବ୍ରହ୍ମ ବୈବର୍ତ୍ତ ପୁରାଣରେ କୁହାଯାଇଛି । ଏବଂ ତାଙ୍କ ସ୍ବାମୀ ଯେ ମାଧବ ରୂପୀ ବିଷ୍ଣୁ ତାହା ମଧ୍ୟ ସ୍ପଷ୍ଟ ।

      "ତାଂ ଚ ବ୍ରହ୍ମ ସ୍ବରୂପା, ସାଂ ମୂଳ ପ୍ରକୃତିରିଶ୍ବରୀ ।
       ନାରାୟଣୀ ଇତି ବିଖ୍ୟାତା, ବିଷ୍ଣୁମାୟା ସନାତନୀ ।।
       ମହାଲକ୍ଷ୍ମୀ ସ୍ୱରୂପା ଚ, ବେଦମାତା ସରସ୍ବତୀ ।
       ରାଧା ବସୁନ୍ଧରା ଗଙ୍ଗା, ତାସାଂ ସ୍ବାମୀ ତ ମାଧବଃ।।"
                                       (ବ୍ରହ୍ମ ବୈବର୍ତ୍ତ ପୁରାଣ)
         ଶ୍ରୀକ୍ଷେତ୍ର ପରଂବ୍ରହ୍ମଙ୍କ ଗୃହ । ଏବଂ ଏଠି ସେ ସାକ୍ଷାତ ବାସ କରନ୍ତି । ତନ୍ତ୍ର ଚର୍ଯ୍ଯାରେ ପୂଜିତ ଠାକୁର ସର୍ବତତ୍ତ୍ୱକୁ ନିଜ ଠାରେ ଲୀନ କରାଇଛନ୍ତି । ନିଜର ଅକର୍ଷଣରେ ଭକ୍ତମାନଙ୍କୁ ଅନନ୍ତ କାଳ ପର୍ଯ୍ୟନ୍ତ କୋଳାଗ୍ରତ କରୁଛନ୍ତି । ବିରାଟ ପୁରୁଷ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସର୍ବ ତତ୍ତ୍ଵ, ସର୍ବ ତର୍କ ଏବଂ ସର୍ବ ମତ ଠାରୁ ଅତୀତ ହୋଇ ପରଂବ୍ରହ୍ମ ବୋଲି ବିଦିତ । 
      ଶେଷରେ ଏହା କୁହାଯାଇ ପାରେ,
   "ସର୍ଵଂ ରହସ୍ୟ ପୁରୁଷୋତ୍ତମସ୍ୟ
     ଦେବୋନଜାନାତି କୁତଃ ମନୁଷ୍ୟ !"
                 
                                     ଲକ୍ଷ୍ମୀନାରାୟଣ କର ଲକ୍ଷ୍ମୀନାରାୟଣ କର (ମୋ ଆଲୋଚନା) ୦୦:୩୦, ୧୧ ଅଗଷ୍ଟ ୨୦୨୦ (IST)Reply

ଭଲ ଲକ୍ଷ୍ମୀନାରାୟଣ କର (ମୋ ଆଲୋଚନା) ୦୦:୩୩, ୧୧ ଅଗଷ୍ଟ ୨୦୨୦ (IST)Reply