Jump to content

ବ୍ରିଟିଶ ସାମ୍ରାଜ୍ୟ

ଉଇକିପିଡ଼ିଆ‌ରୁ


ବ୍ରିଟିଶ ସାମ୍ରାଜ୍ୟ, ଗ୍ରେଟ୍ ବ୍ରିଟେନ୍ ଦ୍ଵାରା ଶାସିତ ଏକ ସାମ୍ରାଜ୍ୟ ଥିଲା, ଯାହା ମାନବ ଇତିହାସର ସବୁଠାରୁ ବଡ଼ ସାମ୍ରାଜ୍ୟ ଥିଲା । ଏକ ଶତାବ୍ଦୀରୁ ଅଧିକ ସମୟ ପର୍ଯ୍ୟନ୍ତ, ଏହା ବିଶ୍ୱର ସବୁଠାରୁ ବଡ଼ ସାମରିକ ଏବଂ ଅର୍ଥନୈତିକ ଶକ୍ତି ଥିଲା । ଏହି ସାମ୍ରାଜ୍ୟ 15ଶ ଶତାବ୍ଦୀର ଜ୍ଞାନୋଦୟ ଯାତ୍ରା ସହିତ ଆରମ୍ଭ ହୋଇଥିବା ୟୁରୋପିୟ ଅନ୍ୱେଷଣ ଯୁଗର ପରିଣାମ ଥିଲା, ଯାହା ଫଳରେ ୟୁରୋପିୟ ଉପନିବେଶୀ ସାମ୍ରାଜ୍ୟଗୁଡ଼ିକ ଗଠିତ ହୋଇଥିଲା ।

୧୯୨୧ ମସିହା ଅବଧିରେ, ବ୍ରିଟିଶ ସାମ୍ରାଜ୍ୟର ଜନସଂଖ୍ୟା ୪୫ କୋଟି ଥିଲା । ଏହା ସେହି ସମୟରେ ବିଶ୍ୱର ମୋଟ ଜନସଂଖ୍ୟାର ଏକ-ଚତୁର୍ଥାଂଶ ଅଂଶ ଥିଲା, ଯାହା କେବଳ ବ୍ରିଟେନର ଅଧୀନ ଥିଲା ।[] ୩.୩ କୋଟି ବର୍ଗ କିଲୋମିଟର ଜମି ଉପରେ ବିସ୍ତୃତ ଏହି ସାମ୍ରାଜ୍ୟ କେବଳ ଇତିହାସର ସବୁଠାରୁ ବଡ଼ ସାମ୍ରାଜ୍ୟ ନୁହେଁ, ବରଂ ଏହା ବିଶ୍ୱର ସମସ୍ତ ମହାଦ୍ୱୀପରେ ରହିଥିଲା ଏବଂ ଏହାର ସର୍ବାଧିକ ବ୍ୟାପ୍ତି ସମୟରେ ପୃଥିବୀର ଏକ-ତୃତୀୟାଂଶ ଭୂଭାଗ ନିୟନ୍ତ୍ରଣ କରୁଥିଲା । ଏହି କାରଣରୁ, ବ୍ରିଟିଶ ସାମ୍ରାଜ୍ୟର ଭାଷା ଏବଂ ସଂସ୍କୃତି ପ୍ରସାର ବିଶ୍ୱଜୁଡ଼ି ଥିଲା, ଏବଂ ବର୍ତ୍ତମାନ ସମୟରେ ଅଙ୍ଗ୍ରେଜି ଭାଷା, ସଂସ୍କୃତି, ଅଙ୍ଗ୍ରେଜି ଶାସନ ପଦ୍ଧତି ଏବଂ ୱେଷ୍ଟମିନ୍ଷ୍ଟର ଶୈଳୀରେ ପ୍ରଭାବିତ ସରକାରୀ ପ୍ରଣାଳୀଗୁଡ଼ିକ ଦେଖିବାକୁ ମିଳେ । ବିଶ୍ୱର ସମସ୍ତ ମହାଦ୍ୱୀପ, କ୍ଷେତ୍ର ଏବଂ ପ୍ରାୟ ସମସ୍ତ ଭୂଭାଗରେ ଏହି ସାମ୍ରାଜ୍ୟର ଉପସ୍ଥିତି ଥିବା କାରଣରୁ ଏହି ପ୍ରସିଦ୍ଧ ୱାକ୍ୟ ଉତ୍ପନ୍ନ ହୋଇଥିଲା: "ବ୍ରିଟିଶ ସାମ୍ରାଜ୍ୟରେ କେବେସି ସୂର୍ଯ୍ୟ ଅସ୍ତ ହୁଏନା ।"[]


ଦ୍ୱିତୀୟ ବିଶ୍ୱଯୁଦ୍ଧର ପରେ ପାଞ୍ଚ ଦଶକ ଅବଧିରେ, ସାମ୍ରାଜ୍ୟ ଭିତରର ଅନେକ ଦେଶ ସ୍ୱାଧୀନ ହୋଇଥିଲେ। ଏବଂ ସେମାନଙ୍କ ମଧ୍ୟରୁ ଅନେକ ଦେଶ ସ୍ୱାଧୀନ ହେବାପରେ ବ୍ରିଟିଶ ସାମ୍ରାଜ୍ୟର ରାଷ୍ଟ୍ରକୁଳ (Commonwealth) ରେ ଅନ୍ତର୍ଭୁକ୍ତ ହୋଇଥିଲେ । କେତେକ ଦେଶ ବ୍ରିଟିଶ ସଂସଦରୁ ସ୍ୱାଧୀନତା ପ୍ରାପ୍ତ କରିବା ପରେ ମଧ୍ୟ ବ୍ରିଟିଶ ସମ୍ରାଟଙ୍କୁ ନିଜର ରାଜ୍ୟର ସମ୍ରାଟ ଭାବେ ସ୍ୱୀକାର କରିଥିଲେ, ଯେଉଁମାନଙ୍କୁ ଆଜି ରାଷ୍ଟ୍ରମଣ୍ଡଳ ପ୍ରଜାଭୂମି (Commonwealth Realms) କୁହାଯାଏ ।

  1. Maddison 2001, p. 97, "The total population of the Empire was 412 million [in 1913]"; Maddison 2001, p. 241, ""[World population in 1913 (in thousands):] 1 791 020".
  2. Jackson 2013, pp. 5–6.