ବ୍ରହ୍ମାଣ୍ଡ ଭୁଗୋଳ

ଉଇକିପିଡ଼ିଆ ରୁ
Jump to navigation Jump to search

ଏହା ଏକ ତାତ୍ତ୍ୱିକ ଟୀକା ଗ୍ରନ୍ଥ l ସଂସ୍କୃତ ଟୀକା ତଥା ଜଗନ୍ନାଥ ଦାସଙ୍କ ଭାଗବତର ଶତାଧିକ ପଦର ତାତ୍ତ୍ୱିକ ଆଲୋଚନା ଏଥିରେ ଦେଖିବାକୁ ମିଳେ l ସଂସ୍କୃତ ଭାଗବତର ସୃଷ୍ଟିତତ୍ତ୍ୱ ଓ ଯୋଗତତ୍ତ୍ୱ ସମ୍ବଳିତ ଅନେକ ଦର୍ଶନର ଓ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର କେତେକାଂଶରେ ତାତ୍ତ୍ୱିକ ଆଲୋଚନା ଏଥିରେ ସ୍ଥାନ ପାଇଛି l ଉକ୍ତ ଗ୍ରନ୍ଥଟି ହରି-ଅର୍ଜୁନ କଥୋପକଥନ ଛଳରେ ରଚିତ l ପ୍ରାୟ ପ୍ରତ୍ୟେକ ଅଧ୍ୟାୟର ଆରମ୍ଭରେ ଜଗନ୍ନାଥ ଦାସଙ୍କ ଭାଗବତରୁ ପଦ ଉଦ୍ଧାର କରି ତାହାର ଅର୍ଥ ବିଶ୍ଳେଷଣ କରିବା ପାଇଁ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିଛନ୍ତି l ଏହିପରି ପୃଥିବୀ, ମନୁଷ୍ଯ, ଶରୀର, ଆତ୍ମା ଇତ୍ୟାଦି ବିଷୟରେ ଆଧ୍ୟାତ୍ମିକ ଅର୍ଥ ଭଗବାନ ଶ୍ରୀକୃଷ୍ଣ ପ୍ରଦାନ କରିଛନ୍ତି l

ଗ୍ରନ୍ଥଟିର ଅଧ୍ୟାୟ ସଂଖ୍ୟା 84 l ଏହା ଭାଗବତ ବାଣୀ ବା ନବାକ୍ଷରୀ ବୃତ୍ତରେ ରଚିତ l