Jump to content

ବୋନଧର୍ମ

ଉଇକିପିଡ଼ିଆ‌ରୁ
ଚୀନର ସିଚୁଆନର ନଗାୱାରେ ଥିବା ନାଙ୍ଗଝିକ୍ ଗୋମ୍ପାର ବୋନ୍ ମଠ ।
" ୟୁଙ୍ଗଦ୍ରୁଙ୍ଗ ବୋନ " ର କେନ୍ଦ୍ରୀୟ ବୁଦ୍ଧ ତୋନ୍ପା ଶେନ୍ରାବଙ୍କ ମୂର୍ତ୍ତି

ବୋନ୍ , ଯାହାକୁ ୟୁଙ୍ଗଡ୍ରଙ୍ଗ ବୋନ୍ ( ତିବ୍ବତୀ : གཡུང་དྲུང་བོན་ , Wylie : ଗ୍ୟୁଙ୍ଗ ଡ୍ରୁଙ୍ଗ ବୋନ୍ , ZYPY : ୟୁଙ୍ଗଚୁଙ୍ଗ ପୋନ୍ , ଶବ୍ଦର ଅର୍ଥ 'ଶାଶ୍ୱତ ବୋନ୍' ) , ହେଉଛି ସ୍ବଦେଶୀ ତିବ୍ବତୀୟ ଧର୍ମ ଯାହା ତିବ୍ବତୀୟ ବୌଦ୍ଧ ଧର୍ମ ସହିତ ଅନେକ ସମାନତା ଏବଂ ପ୍ରଭାବ ଦେଖାଇଥାଏ । ଏହା ପ୍ରାରମ୍ଭିକ ଭାବରେ ଦଶମ ଏବଂ ଏକାଦଶ ଶତାବ୍ଦୀରେ ବିକଶିତ ହୋଇଥିଲା [] କିନ୍ତୁ ପ୍ରାଚୀନ ତିବ୍ଦତୀୟ ଧାର୍ମିକ ପରମ୍ପରାର ଉପାଦାନଗୁଡ଼ିକୁ ବଜାୟ ରଖିଛି। ତିବ୍ଦତରେ, ବିଶେଷକରି ପୂର୍ବାଞ୍ଚଳରେ ଏବଂ ଆଖପାଖ ହିମାଳୟ ଅଞ୍ଚଳଗୁଡ଼ିକରେ ବୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟାଲଘୁ ଧର୍ମ । [] []

ବୋନ୍ ଏବଂ ତିବ୍ଦତୀୟ ବୌଦ୍ଧ ଧର୍ମ ମଧ୍ୟରେ ରହିଥିବା ସମ୍ପର୍କ ବିତର୍କର ବିଷୟ ଅଟେ । ଆଧୁନିକ ବିଦ୍ୱାନ ଜେଫ୍ରି ସାମୁଏଲ୍‌ଙ୍କ ଅନୁଯାୟୀ , ଯଦିଓ ବୋନ୍‌ " ମୂଳତଃ ତିବ୍ବତୀୟ ବୌଦ୍ଧ ଧର୍ମର ଏକ ପ୍ରକାରଭେଦ " ଏବଂ ନିଙ୍ଗ୍‌ମା ସହିତ ଅନେକ ସମାନତା ରହିଛି , ଏହା କିଛି ପ୍ରକୃତ ପ୍ରାଚୀନ ପ୍ରାକ୍-ବୌଦ୍ଧ ଉପାଦାନଗୁଡ଼ିକୁ ମଧ୍ୟ ସଂରକ୍ଷଣ କରେ। ଡେଭିଡ୍ ସ୍ନେଲଗ୍ରୋଭ୍ ସେହିପରି ବୋନ୍ କୁ ବୌଦ୍ଧ ଧର୍ମର ଏକ ରୂପ ଭାବରେ ଦେଖନ୍ତି , ଯଦିଓ ଏହା ଏକ ବିପରୀତବାଦୀ ( Heterodoxy ) ପ୍ରକାରର। ସେହିପରି , ଜନ୍ ପାୱାର୍ସ ଲେଖିଛନ୍ତି ଯେ " ଐତିହାସିକ ପ୍ରମାଣ ସୂଚାଇ ଦିଏ ଯେ ବୋନ୍ କେବଳ ବୌଦ୍ଧ ଧର୍ମର ପ୍ରଭାବରେ ଏକ ଆତ୍ମ-ସଚେତନ ଧାର୍ମିକ ବ୍ୟବସ୍ଥା ଭାବରେ ବିକଶିତ ହୋଇଥିଲା " ।

" ବୋନପୋସ " (ୱାଇଲି : ବୋନ ପୋ ) ଭାବରେ ଜଣାଶୁଣା ବୋନ୍ ଅନୁଗାମୀମାନେ ବିଶ୍ୱାସ କରନ୍ତି ଯେ ଏହି ଧର୍ମ ହିମାଳୟର କୈଳାସ ପର୍ବତ ନିକଟରେ ଅବସ୍ଥିତ ଝାଙ୍ଗଝୁଙ୍ଗ ନାମକ ଏକ ରାଜ୍ୟରେ ଉତ୍ପତ୍ତି ହୋଇଥିଲା । ବୋନପୋସମାନେ ବିଶ୍ୱାସ କରନ୍ତି ଯେ ବୋନ ପ୍ରଥମେ ଝାଙ୍ଗଝୁଙ୍ଗ ଏବଂ ତା'ପରେ ତିବ୍ଦତକୁ ଅଣାଯାଇଥିଲା । ବୋନପୋସମାନେ ବୁଦ୍ଧ ସେନରାବ ମିୱୋ (ୱାଇଲି: ଗ୍ଶେନ ରାବ ମି ବୋ )ଙ୍କୁ ବୋନର ପ୍ରତିଷ୍ଠାତା ଭାବରେ ଚିହ୍ନିତ କରନ୍ତି , ଯଦିଓ କୌଣସି ଉପଲବ୍ଧ ସୂତ୍ର ଏହି ବ୍ୟକ୍ତିତ୍ୱର ଐତିହାସିକତାକୁ ପ୍ରତିଷ୍ଠିତ କରେ ନାହିଁ ।

ପାଶ୍ଚାତ୍ୟ ବିଦ୍ବାନମାନେ ବୋନର ଉତ୍ପତ୍ତି ସମ୍ପର୍କରେ ବିଭିନ୍ନ ମତ ପ୍ରକାଶ କରିଛନ୍ତି ଏବଂ " ବୋନ " ଶବ୍ଦଟିକୁ ବିଭିନ୍ନ ଅର୍ଥରେ ବ୍ୟବହାର କରିଛନ୍ତି । କେତେକ ସମୟରେ ଏକ ପ୍ରାଚୀନ ବୋନ (ୱାଇଲି : ବୋନ ର୍ନିୟିଂ) , ଯାହା ୬୧୮ ଖ୍ରୀଷ୍ଟାବ୍ଦ ପୂର୍ବରୁ ରାଜବଂଶ ପୂର୍ବ ଯୁଗରୁ ଆରମ୍ଭ ହୋଇଥିଲା ; ଏକ ଶାସ୍ତ୍ରୀୟ ବୋନ ପରମ୍ପରା (ଯାହାକୁ ୟୁଙ୍ଗଡ୍ରଙ୍ଗ ବୋନ୍ ମଧ୍ୟ କୁହାଯାଏ - ୱାଇଲି : ଗ.ୟୁଙ୍ଗ ଡ୍ରୁଙ୍ଗ ବୋନ ମଧ୍ୟ କୁହାଯାଏ) ଯାହା ଦଶମ ଏବଂ ୧୧ଶ ଶତାବ୍ଦୀରେ ଉଦିତ ହୋଇଥିଲା ; [] ଏବଂ " ନୂତନ ବୋନ୍ " କିମ୍ବା ବୋନ ସାର (ୱାଇଲି : ବୋନ୍ ଗ୍ସାର) , ୧୪ଶ ଶତାବ୍ଦୀର ଏକ ଶେଷ ସମନ୍ୱୟବାଦୀ ଆନ୍ଦୋଳନ ଏବଂ ପୂର୍ବ ତିବ୍ଦତରେ ସକ୍ରିୟ ଥିଲା । [] [] []

ତିବ୍ବତୀୟ ବୌଦ୍ଧ ପାଣ୍ଡିତ୍ୟ ବୋନକୁ ଏକ ନକାରାତ୍ମକ , ପ୍ରତିକୂଳ ଦୃଷ୍ଟିରେ ଦେଖାଏ , ଏବଂ ଅନେକ ବୌଦ୍ଧ ଇତିହାସରେ ବୋନ ସମ୍ବନ୍ଧୀୟ ଅପମାନଜନକ କାହାଣୀ ପ୍ରକାଶିତ ହୁଏ । ତିବ୍ବତୀୟ ବୌଦ୍ଧ ଧର୍ମ ମଧ୍ୟରେ ରିମେ ଆନ୍ଦୋଳନ ବୋନପୋ ଏବଂ ବୌଦ୍ଧଙ୍କ ମଧ୍ୟରେ ଅଧିକ ସହିଷ୍ଣୁ ଓ ସାମ୍ପ୍ରଦାୟିକ ସମ୍ମିଳନଶୀଳ ଭାବନାକୁ ଉତ୍ସାହିତ କରିଥିଲା । ପାଶ୍ଚାତ୍ୟ ବିଦ୍ୱାନମାନେ ୧୯୬୦ ଦଶକରେ ବୋନ୍‌କୁ ଅଧ୍ୟୟନଯୋଗ୍ୟ ଏକ ଧାର୍ମିକ ପରମ୍ପରା ଭାବରେ ଗମ୍ଭୀରତାର ସହ ନେବାକୁ ଆରମ୍ଭ କରିଥିଲେ , ଯାହା ମୁଖ୍ୟତଃ ଇଂରାଜୀ ବିଦ୍ୱାନ ଡେଭିଡ୍ ସ୍ନେଲଗ୍ରୋଭଙ୍କ କାର୍ଯ୍ୟ ଦ୍ୱାରା ଅନୁପ୍ରାଣିତ ହୋଇଥିଲା । ୧୯୫୦ ମସିହାରେ ତିବ୍ଦତ ଉପରେ ଚୀନର ଆକ୍ରମଣ ପରେ , ବୋନପୋ ବିଦ୍ୱାନମାନେ ୟୁରୋପ ଏବଂ ଉତ୍ତର ଆମେରିକାରେ ପହଞ୍ଚିବା ଆରମ୍ଭ କଲେ , ଯାହା ଫଳରେ ପଶ୍ଚିମରେ ବୋନ ପ୍ରତି ଆଗ୍ରହ ବୃଦ୍ଧି ପାଇଲା । ଆଜି , ଉଭୟ ତିବ୍ଦତ ଏବଂ ତିବ୍ଦତୀୟ ପ୍ରବାସୀ ସମୁଦାୟରେ ତିବ୍ଦତୀୟମାନଙ୍କର ଏକ ଅଂଶ ବୋନଧର୍ମର ପାଳନ କରନ୍ତି , ଏବଂ ବିଶ୍ୱର ବିଭିନ୍ନ ସହରରେ ବୋନପୋ କେନ୍ଦ୍ର ରହିଛି ।

ପ୍ରକାରଭେଦ

[ସମ୍ପାଦନା]

ଡିମିଟ୍ରି ଏର୍ମାକୋଭଙ୍କ ଦ୍ୱାରା ଉଲ୍ଲିଖିତ , " ବୋନ୍ ଶବ୍ଦଟି ଅନେକ ବିବିଧ ଧାର୍ମିକ ଏବଂ ସାଂସ୍କୃତିକ ପରମ୍ପରାକୁ ସୂଚିତ କରିବା ପାଇଁ ବ୍ୟବହୃତ ହୁଏ । " ବୋନ ଉତ୍ସଗୁଡ଼ିକ ଏହାକୁ ସ୍ୱୀକାର କରନ୍ତି ଏବଂ ଶାର୍ଦ୍ଜା ରିନ୍ପୋଚେ (୧୮୫୯-୧୯୩୫) , ପେଲଡେନ ସୁଲଟ୍ରିମ (୧୯୦୨-୧୯୭୩) ଏବଂ ଲୋପୋନ ତେନ୍ଜିନ ନାମ୍ଦାକ (୧୯୨୫-୨୦୨୫) ଭଳି ବୋନ ଲେଖକମାନେ ତିନି ପ୍ରକାରର " ବୋନ "ର ବର୍ଗୀକରଣ ବ୍ୟବହାର କରନ୍ତି । ଆଧୁନିକ ବିଦ୍ୱାନମାନେ ମଧ୍ୟ କେତେକ ସମୟରେ ଏହି ବର୍ଗୀକରଣ ଉପରେ ନିର୍ଭର କରନ୍ତି , ଯାହା ନିମ୍ନମତେ : [] [] []

  • ଝାଙ୍ଗଝୁଙ୍ଗ ଏବଂ ତିବ୍ଦତର ପ୍ରାଗଐତିହାସିକ ବୋନ ( ଗ୍ଦୋଦ ମା'ଇ ବୋନ ) । ଏହା ଏକ ପ୍ରାଚୀନ ବିଶ୍ୱାସ ଏବଂ ରୀତିନୀତି ପ୍ରଥା ଯାହା ଆଜି ପ୍ରାୟତଃ ବିଲୁପ୍ତ । ତଥାପି , ଏହାର ଉପାଦାନଗୁଡ଼ିକ ହିମାଳୟରେ ମିଳୁଥିବା ବିଭିନ୍ନ ଧାର୍ମିକ ପ୍ରଥାରେ ବିଦ୍ୟମାନ - ପ୍ରଧାନତଃ ଭାଗ୍ୟ ଆହ୍ବାନ (g.yang 'gug) , ଆତ୍ମା ପୁନର୍ବାର ଆହ୍ବାନ କିମ୍ବା ପୁନଃଆହ୍ବାନ (bla 'gugs) ଏବଂ ମୁକ୍ତି ଆନୁଷ୍ଠାନ (mdos) । ଏର୍ମାକୋଭ ଏହି ପରମ୍ପରା ଏବଂ ୟୁରେସିଆର ସ୍କାଏ ଡିଅର ସଂପ୍ରଦାୟ ମଧ୍ୟରେ କିଛି ସମାନତା ଦେଖିଥିଲେ ।
  • ଶାଶ୍ବତ ବୋନ (ୟୁଙ୍ଗଦ୍ରୁଙ୍ଗ ବୋନ) , ଯାହାକୁ ପୁରୁଣା ବୋନ (ବୋନ ନ୍ୟିଙ୍ଗ୍ମା) ମଧ୍ୟ କୁହାଯାଏ , ଯାହା ବୁଦ୍ଧ ଟୋନ୍ପା ଶେନ୍ରାବ ଏବଂ ଝାଙ୍ଗଝୁଙ୍ଗର ଅନ୍ୟାନ୍ୟ ଋଷିମାନଙ୍କଠାରୁ ଆରମ୍ଭ ହୋଇଛି । ଏହି ଧର୍ମଗୁଡ଼ିକ ୮ମ ଶତାବ୍ଦୀରୁ ୧୧ଶ ଶତାବ୍ଦୀ ପର୍ଯ୍ୟନ୍ତ ବିକଶିତ ହୋଇଥିଲେ ଏବଂ ନ୍ୟିଙ୍ଗମା ବୌଦ୍ଧ ଧର୍ମ ସହିତ ସମାନ ଅଟନ୍ତି । ଏଥିରେ ପ୍ରାଚୀନ ଉପାଦାନଗୁଡ଼ିକ ଅନ୍ତର୍ଭୁକ୍ତ ଯାହା ପ୍ରାକ୍-ବୌଦ୍ଧରୁ (ଭାଗ୍ୟ , ବ୍ଲା ଏବଂ ମୁକ୍ତି ପ୍ରଥା ସମେତ) ।
  • ନୂତନ ବୋନ (ବୋନ ସର୍ମା , ବୋନସାର) , ଏକ ସମନ୍ୱିତ ପରମ୍ପରା ଯେଉଁଥିରେ ଅନନ୍ତ ବୋନ୍ ଏବଂ ତିବ୍ବତୀୟ ବୌଦ୍ଧ ଧର୍ମର ଉପାଦାନ ଅନ୍ତର୍ଭୁକ୍ତ, ଯେଉଁଥିରେ ବୌଦ୍ଧ ପୁରୁଷ ପଦ୍ମସମ୍ଭବଙ୍କ ପୂଜା ଅନ୍ତର୍ଭୁକ୍ତ । ଏହି ନୂତନ ଆନ୍ଦୋଳନ ୧୪ଶ ଶତାବ୍ଦୀର ଏବଂ ମୁଖ୍ୟତଃ ପୂର୍ବାଞ୍ଚଳୀୟ ତିବ୍ଦତରେ ସକ୍ରିୟ ଥିଲା ।

ଦିମିତ୍ରୀ ଏର୍ମାକୋଭ ଏକ ଅତିରିକ୍ତ ବର୍ଗ ମଧ୍ୟ ଯୋଡିଛନ୍ତି ଯାହାକୁ ସେ " ମିଶ୍ରିତ ବୋନ " ବୋଲି କହିଥାନ୍ତି ଏବଂ ଯାହାକୁ ସେ ଏହିପରି ପରିଭାଷିତ କରିଛନ୍ତି

... ଏହି ତିନି ପ୍ରକାରର ବୋନର ( ପୁରାତନ , ଶାଶ୍ବତ ଓ ନୂତନ ) ବିଭିନ୍ନ ଅନୁପାତରେ ମିଶ୍ରଣ ହୋଇ , ପ୍ରାୟତଃ ଅନ୍ୟ ଧର୍ମମାନଙ୍କର — ଯଥା ହିନ୍ଦୁଧର୍ମ , ତାଓଧର୍ମ , ହିମାଳୟ ଆଦିବାସୀ ଧର୍ମ , ସାଇବେରିଆର ସ୍ଥାନୀୟ ବିଶ୍ବାସ ପ୍ରଣାଳୀ ଇତ୍ୟାଦିର — ଉପାଦାନଗୁଡ଼ିକୁ ସମ୍ମିଳିତ କରି ମିଶ୍ରିତ ବୋନ ଗଠିତ ହୋଇଥାଏ । ମିଶ୍ରିତ ବୋନରେ ଧର୍ମନିରପେକ୍ଷ ବୋନ କିମ୍ବା ଚାର୍ଲ୍ସ ରାମ୍ବଲ ତାଙ୍କ " ଦି ନାଭିଲ୍ ଅଫ୍ ଡେମୋନେସ୍ " ରେ ଅଧ୍ୟୟନ କରିଥିବା ହିମାଳୟ ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକର ନାଗରିକ ଧର୍ମ ଏବଂ ବୈକାଲ ହ୍ରଦର କୂଳରୁ ବୁରିଆଟିଆନ୍ ବ ମୁର୍ଗେଲ୍ , ୟୁନାନର ନାଖିଲୋକଙ୍କ ଧର୍ମ ଇତ୍ୟାଦି ପ୍ରଥାଗୁଡ଼ିକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଏ ।

ସନ୍ଦର୍ଭ

[ସମ୍ପାଦନା]
  1. Kværne, Per (1995). The Bon Religion of Tibet: The Iconography of a Living Tradition. Boston, Massachusetts: Shambhala. p. 13. ISBN 9781570621864. Retrieved 4 November 2022. According to its own historical perspective, Bon was introduced into Tibet many centuries before Buddhism and enjoyed royal patronage until it was finally supplanted by the 'false religion' (i.e. Buddhism) from India ...
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; Samuel ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; :21 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. Kang, Xiaofei; Sutton, Donald S. (2016). "Garrison City in the Ming: Indigenes and the State in Greater Songpan". Contesting the Yellow Dragon: Ethnicity, Religion, and the State in the Sino-Tibetan Borderland, 1379–2009. Religion in Chinese Societies ISSN 1877-6264, Volume 10. Leiden: Brill. p. 32. ISBN 9789004319233. Retrieved 4 November 2022. [...] Yungdrung Bon [...] emerged in the 10th and 11th centuries, along with the second rise of Buddhism in Tibet, and continues as a minority practice among Tibetans in both the People's Republic and overseas.
  5. ୫.୦ ୫.୧ Achard, Jean-Luc (2015). "On the Canon Bönpo of the Collège de France Institute of Tibetan Studies". La Lettre du Collège de France. Collège de France (9): 108–109. doi:10.4000/lettre-cdf.2225. Retrieved 2021-02-15.
  6. ୬.୦ ୬.୧ Keown, Damien (2003). Oxford Dictionary of Buddhism. Oxford University Press. ISBN 0-19-860560-9.
  7. ୭.୦ ୭.୧ Achard, Jean Luc. "The Three Kinds of Bon (The Treasury of Lives: A Biographical Encyclopedia of Tibet, Inner Asia and the Himalayan Region)". The Treasury of Lives (in ଇଂରାଜୀ). Retrieved 2022-01-28.