ବୋଧଗୟା ମନ୍ଦିର ଅଧିନିୟମ, ୧୯୪୯
| ବୋଧଗୟା ମନ୍ଦିର ଅଧିନିୟମ, ୧୯୪୯ | |
|---|---|
| Bihar Legislative Assembly | |
| An Act to provide for the administration and management of the Bodh Gaya Temple and associated lands | |
| ଆଧାର | Bihar Act No. X of 1949 |
| Territorial extent | Bihar, India |
| ନିୟମାକାରକ | Government of Bihar |
| Date enacted | 1949 |
| Status: In force | |
ବୋଧଗୟା ମନ୍ଦିର ଅଧିନିୟମ, ୧୯୪୯ ଭାରତର ବିହାର ରାଜ୍ୟ ସରକାର ଦ୍ୱାରା ପ୍ରଣୟିତ ଏକ ବିଧାନ, ଯାହାର ଉଦ୍ଦେଶ୍ୟ ବୋଧଗୟାର ମହାବୋଧି ମନ୍ଦିରର ପ୍ରଶାସନ ଓ ପରିଚାଳନାକୁ ନିୟନ୍ତ୍ରିତ କରିବା ଅଟେ ।[୧] ଏହି ମନ୍ଦିରଟି ବୌଦ୍ଧ ଧର୍ମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥଳ ଭାବେ ପରିଗଣିତ, ଯେଉଁଠାରେ ପାରମ୍ପରିକ ଭାବେ ବୋଧି ବୃକ୍ଷ ତଳେ ସିଦ୍ଧାର୍ଥ ଗୌତମ ଜ୍ଞାନଲାଭ (ବୋଧି) ପ୍ରାପ୍ତ କରିଥିଲେ ।[୨][୩]
ପୃଷ୍ଠଭୂମି
[ସମ୍ପାଦନା]ବୋଧଗୟା ମନ୍ଦିର ଆଇନ ପ୍ରଣୟନ ପୂର୍ବରୁ, ମହାବୋଧି ମନ୍ଦିରଟି ଜଣେ ହିନ୍ଦୁ ପୁରୋହିତ ଅଧିକାରୀ ‘ମହନ୍ତ’ଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ଏହି ବ୍ୟବସ୍ଥା ଦ୍ୱାରା ସାରା ପୃଥିବୀର ବୌଦ୍ଧମାନଙ୍କ ପାଇଁ ମନ୍ଦିରର ଧାର୍ମିକ ଗୁରୁତ୍ୱ ଥିବାରୁ, ଏହାର ରକ୍ଷଣାବେକ୍ଷଣ ଓ ପ୍ରଶାସନ ସମ୍ପର୍କରେ ବିବାଦ ସୃଷ୍ଟି ହୋଇଥିଲା। ଏହାର ପ୍ରତିକ୍ରିୟା ସ୍ୱରୂପ, ବିହାର ସରକାର ୧୯୪୯ ମସିହାରେ ବୋଧଗୟା ମନ୍ଦିର ଆଇନ ପ୍ରଣୟନ କରି, ମନ୍ଦିରର କାର୍ଯ୍ୟବଳୀ ପାଇଁ ଏକ ଔପଚାରିକ ପ୍ରଶାସନିକ ବ୍ୟବସ୍ଥ ଗଠନ କରିଥିଲେ।[୪]
ଆଇନର ବ୍ୟବସ୍ଥା
[ସମ୍ପାଦନା]ଏହି ଆଇନ ଅନୁଯାୟୀ ବୋଧଗୟା ମନ୍ଦିର ପରିଚାଳନା ସମିତି ସ୍ଥାପିତ କରାଯାଇଛି, ଯାହା ମନ୍ଦିରର ପ୍ରଶାସନ ଓ ସଂଲଗ୍ନ ସମ୍ପତ୍ତିର ଦେଖାଶୁଣା ପାଇଁ ଦାୟୀ। ସମିତିରେ ମୋଟ ନଉଜଣ ସଦସ୍ୟ ଥାନ୍ତି, ଯେଉଁଥିରେ ଗୟା ଜିଲ୍ଲାର ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ପଦସ୍ଥ (ex-officio) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରନ୍ତି। ଅନ୍ୟ ସଦସ୍ୟମାନଙ୍କ ମଧ୍ୟରୁ ଚାରିଜଣ ବୌଦ୍ଧ ସମୁଦାୟରୁ ଏବଂ ଚାରିଜଣ ହିନ୍ଦୁ ସମୁଦାୟରୁ ନିୟୁକ୍ତ ହୁଅନ୍ତି। ଏହି ଗଠନଟି ମନ୍ଦିରର ଧାର୍ମିକ ଓ ସାଂସ୍କୃତିକ ଗୁରୁତ୍ୱକୁ ପ୍ରତିବିମ୍ବିତ କରି, ସାମୁହିକ ନିରୀକ୍ଷଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ରଚିତ।[୨]
ଆଇନ ସଂଶୋଧନ
[ସମ୍ପାଦନା]ଆଇନ ପ୍ରଣୟନ ପରେ ଏଥିରେ କିଛି ସଂଶୋଧନ କରାଯାଇଛି। ୨୦୧୩ ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ହୋଇ, ପରିଚାଳନା ସମିତିର ପଦସ୍ଥ ଅଧ୍ୟକ୍ଷ ଥିବା ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ଅବଶ୍ୟ ହିନ୍ଦୁ ହେବା ଦରକାର—ଏହି ନିୟମଟି ବିଲୋପ କରାଯାଇଥିଲା। ଏହା ଫଳରେ, ଯେକୌଣସି ଧର୍ମୀୟ ପୃଷ୍ଠଭୂମିର ବ୍ୟକ୍ତି ଏହି ପଦ ଧାରଣ କରିପାରିବେ। ଅବଶ୍ୟ ଏହି ସଂଶୋଧନ ଫଳରେ ଅନେକ ବୌଦ୍ଧ ଧର୍ମାବଲମ୍ବୀ ଏହାକୁ ବିରୋଧ କରିବା ସହ ଆଇନର ଆଶ୍ରୟ ମଧ୍ୟ ନେଇଥିଲେ ।[୫]
ଆଧାର
[ସମ୍ପାଦନା]- ↑ Sarao, K. T. S. (2020-09-16). The History of Mahabodhi Temple at Bodh Gaya (in ଇଂରାଜୀ). Springer Nature. ISBN 978-981-15-8067-3.
- 1 2 Ober, Douglas F. (July 2019). "From Buddha Bones to Bo Trees: Nehruvian India, Buddhism, and the poetics of power, 1947–1956". Modern Asian Studies (in ଇଂରାଜୀ). 53 (4): 1312–1350. doi:10.1017/S0026749X17000907. ISSN 0026-749X.
- ↑ Tewary, Amarnath (2025-04-13). "In the shadow of the Bodhi tree". The Hindu (in Indian English). ISSN 0971-751X. Retrieved 2025-07-02.
- ↑ Ray, Umesh Kumar (2025-03-18). "Tracing the Bodh Gaya temple conflict: From Ashoka to Viceroy to Lalu and roadside protests". Newslaundry (in ଇଂରାଜୀ). Retrieved 2025-07-02.
- ↑ "Repeal Buddhist Temple Act 1949" (PDF). ijcrt.org. Retrieved 30 December 2025.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |