Jump to content

ବୈଷ୍ଣବୀ (ତାମିଲ ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
ବୈଷ୍ଣବୀ
ଫାଇଲ:Vaishnavi (Tamil actress).jpg
ଜନ୍ମ(1984-02-02)୨ ଫେବୃଆରୀ ୧୯୮୪
ମୃତ୍ୟୁ୧୭ ଅପ୍ରେଲ ୨୦୦୬(2006-04-17) (ବୟସ ୨୨)

ବୈଷ୍ଣବୀ (୨ ଫେବୃଆରୀ ୧୯୮୪ – ୧୭ ଅପ୍ରେଲ ୨୦୦୬) ଜଣେ ଭାରତୀୟ ଟେଲିଭିଜନ ଅଭିନେତ୍ରୀ ଥିଲେ । ସେ ତାମିଲ ଟେଲିଭିଜନ ଧାରାବାହିକ ଓ ତାମିଲ କଥାଚିତ୍ରରେ କାମ କରୁଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ବୈଷ୍ଣବୀ ତାମିଲ ଧାରାବାହିକ ଆନି, ମୁହୁର୍ତ୍ତମ୍ମଲାରଗାଲରେ ଅଭିନୟ କରିଥିଲେ । ସେ ଅନେକ ଟିଭି ଧାରାବାହିକରେ ଅଭିନୟ କରିଥିଲେ ଏବଂ ଫିଲ୍ମ ହ୍ୱିସଲ୍‌ରେ ଶେରିନଙ୍କ ବନ୍ଧୁ ଭାବରେ ମଧ୍ୟ ଅଭିନୟ କରିଥିଲେ । ସେ ସନ୍ ଟିଭିରେ କୋଣ୍ଡାଟ୍ଟମ୍ ନାମକ କମେଡ଼ି କାର୍ଯ୍ୟକ୍ରମର ଭିଡିଓ ଜକି ମଧ୍ୟ ଥିଲେ ଯାହା ପ୍ରତି ରବିବାର ସନ୍ଧ୍ୟା ୫ଟାରେ ପ୍ରସାରିତ ହେଉଥିଲା ।

ମୃତ୍ୟୁ

[ସମ୍ପାଦନା]

ବୈଷ୍ଣବୀ ୨୦୦୬ ଅପ୍ରେଲ ୧୭ ତାରିଖରେ ଚେନ୍ନାଇସ୍ଥିତ ନିଜ ବାସଭବନରେ ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ୧୯ ଅପ୍ରେଲ ୨୦୦୬ରେ ଦେବ ଆନନ୍ଦଙ୍କୁ (ଧାରାବାହିକ ଅଭିନେତା) ବୈଷ୍ଣବୀଙ୍କ ମୃତ୍ୟୁ ପାଇଁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଗିରଫ କରାଯାଇଥିଲା । ବୈଷ୍ଣବୀଙ୍କ ବାପା ମା' ଓ ସାନ ଭଉଣୀ ଜନ୍ମଦିନ ପାଳନ କରିବାକୁ ଜେଜେବାପାଙ୍କ ଘରକୁ ଯାଇଥିବା ବେଳେ ସେ ଘରେ ଏକୁଟିଆ ରହି ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।[][]

୨୦୧୧ ମସିହାର ନଭେମ୍ବର ମାସରେ ଦେବ ଆନନ୍ଦଙ୍କୁ ବୈଷ୍ଣବୀଙ୍କ ମୃତ୍ୟୁ ପାଇଁ ପ୍ରୋତ୍ସାହନ ଦେବା ଅଭିଯୋଗରେ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୧ ଧୀନା ଚିତ୍ରାଙ୍କ ସାଙ୍ଗ
୧୨ବି ଶକ୍ତିଙ୍କ ଭଉଣୀ
୨୦୦୨ ବାବା ଭୁବନେଶ୍ୱରୀ
ମୌନମ ପେସିୟାଦେ ସୁଧାକରଙ୍କ ପ୍ରେମିକା
୨୦୦୩ କାଦାଲ ସଦଗୁରୁ ସୁରେଶଙ୍କ ବନ୍ଧୁ
ହ୍ୱିସଲ୍ ଶ୍ୱେତା

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ଭାଷା ମନ୍ତବ୍ୟ
୨୦୦୨ ଆନ୍ନି ଭଉଣୀ ତାମିଲ ଜୟା ଟିଭି
୨୦୦୪-୨୦୦୫ ମାନୈବୀ ନୀଲାବେନୀ ସନ୍ ଟିଭି
୨୦୦୫-୨୦୦୬ ମୁହୁର୍ତ୍ତମ୍ ପ୍ରିୟା
ମାଲାରଗାଲ ବିଦ୍ୟା ରମେଶ
  1. "A last tribute to TV star Vaishnavi". televisionpoint.com. 2006-04-19. Archived from the original on 2007-03-11. Retrieved 2025-03-13.
  2. "TV artist held for Vaishnavi's death". The Hindu. Chennai, India. 20 April 2006. Archived from the original on 21 April 2006.
  3. "TV actor gets 5-year jail for abetting suicide". The Times of India. 2011-11-01. ISSN 0971-8257. Retrieved 2023-12-09.