ବୈଶାଳୀ ଡ଼ାଲମିଆ
ବୈଶାଳୀ ଡ଼ାଲମିଆ | |
|---|---|
| Member of West Bengal Legislative Assembly | |
| କାର୍ଯ୍ୟକାଳ 2016 – 2 May 2021 | |
| ପୂର୍ବ ଅଧିକାରୀ | Sultan Singh |
| ପର ଅଧିକାରୀ | Rana Chatterjee |
| ନିର୍ବାଚନ ମଣ୍ଡଳୀ | Bally |
| ବ୍ୟକ୍ତିଗତ ସବିଶେଷ | |
| ରାଜନୀତିକ ଦଳ | Bharatiya Janata Party (2021-present) |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | Trinamool Congress (2015-2021) |
| ବାପା | Jagmohan Dalmiya |
| ବୃତ୍ତି | Social Worker Politician |
ବୈଶାଳୀ ଡ଼ାଲମିଆ ଜଣେ ଭାରତୀୟ ରାଜନେତ୍ରୀ ଏବଂ ନିର୍ମାଣ କମ୍ପାନୀ M L Dalmiya & Co. Ltd. ଙ୍କ ନିର୍ଦ୍ଦେଶିକା। ସେ ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ସଦସ୍ୟା। ୨୦୧୬ ରୁ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ସେ ବାଲି ବିଧାନସଭା ଆସନ ର ପ୍ରତିନିଧିତ୍ୱ କରିଥିଲେ। ସେ ଭାରତୀୟ କ୍ରିକେଟ ପ୍ରଶାସକ ଓ ବ୍ୟବସାୟୀ ଜଗମୋହନ ଡ଼ାଲମିଆ ଙ୍କ କନ୍ୟା।
୨୦୧୬ ମସିହାରେ ପିତାଙ୍କ ଦେହାନ୍ତ ପରେ ସେ ରାଜନୀତିରେ ପ୍ରବେଶ କରି ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ରେ ଯୋଗଦେଇଥିଲେ। ସେହି ବର୍ଷରେ ବାଲି ବିଧାନସଭା ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ପାଇଁ ଦଳ ତାଙ୍କୁ ଟିକେଟ୍ ଦେଇଥିଲା ଏବଂ ପରେ ସେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
୨୨ ଜାନୁଆରୀ ୨୦୨୧ ରେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବୈଶାଳୀ ଡାଲମିଆଙ୍କୁ ତୃଣମୂଳ କଂଗ୍ରେସରୁ ବହିଷ୍କାର କରାଯାଇଥିଲା।[୧] ୩୦ ଜାନୁଆରୀ ୨୦୨୧ ରେ ସେ ଭାରତୀୟ ଜନତା ପାର୍ଟି ରେ ଯୋଗଦେଇଥିଲେ। ସେହି ସମୟରେ ଅମିତ ଶାହା ଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ତାଙ୍କ ସହିତ ରାଜୀବ ବାନର୍ଜୀ, ପ୍ରବୀର ଘୋଷାଳ, ରଥିନ ଚକ୍ରବର୍ତ୍ତୀ ଏବଂ ରୁଦ୍ରନୀଲ ଘୋଷ ମଧ୍ୟ ଭାଜପାରେ ଯୋଗଦେଇଥିଲେ।[୨]
ସେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାଲି ବିଧାନସଭା ମଣ୍ଡଳୀରୁ ଭାଜପା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଡା. ରାଣା ଚାଟର୍ଜୀଙ୍କ ପାଖରେ ପରାଜିତ ହୋଇଥିଲେ।
ବିବାଦ
[ସମ୍ପାଦନା]୧୩ ଏପ୍ରିଲ ୨୦୧୫ ରେ କଲକାତା ଲେଦର କମ୍ପ୍ଲେକ୍ସ ଟ୍ୟାନର୍ସ ଆସୋସିଏସନ୍ ଏମ୍ ଏଲ ଡାଲମିଆ ଏଣ୍ଦ କୋ. ଓ ତାହାର ନିର୍ଦ୍ଦେଶକମାନଙ୍କ ବିରୋଧରେ ଠକେଇ ଏବଂ ଧନର ଦୁରୁପଯୋଗ ଅଭିଯୋଗ ରଖିଥିଲା। ଏହି ନିର୍ଦ୍ଦେଶକମାନଙ୍କ ମଧ୍ୟରେ ବୈଶାଳୀ ଦାଲମିଆ ଏବଂ ତାଙ୍କ ଭାଇ ଅଭିଷେକ ଦାଲମିଆ ଥିଲେ। ସାଧାରଣ ସଚିବ ଇମ୍ରାନ ଆହମେଦ ଖାନଙ୍କ କହିବା ଅନୁଯାୟୀ, ପୋଲିସ ତଦନ୍ତ ପାଇଁ ସ୍ଥଳ ପରିଦର୍ଶନ କରି ଅଭିଯୋଗକୁ ଏଫ୍ଆଇଆର୍ (ନଂ ୯୦/୧୫) ରୂପେ ରଜିଷ୍ଟର କରିଥିଲା।[୩]
୫ ମାର୍ଚ୍ଚ ୨୦୨୧ ରେ ସେତେବେଳେର ତୃଣମୂଳ କଂଗ୍ରେସ ନିର୍ବାଚନ ଏଜେଣ୍ଟ ରାଣା ଚଟର୍ଜୀ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରି ବୈଶାଳୀ ଦାଲମିଆଙ୍କ ନାମାଙ୍କନ ପତ୍ରରେ ଆପରାଧିକ ପୂର୍ବଇତିହାସ ସମ୍ବନ୍ଧୀୟ ତଥ୍ୟ ଲୁଚାଇଥିବା ଓ ଯଥାର୍ଥ ସୂଚନା ଦିଆଯାଇନଥିବା ବିଷୟରେ କାର୍ଯ୍ୟନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ।[୪]
ଆଧାର
[ସମ୍ପାଦନା]- ↑ "MLA Baishali Dalmiya Expelled From TMC For Anti-Party Activities". Outlook India (in ଇଂରାଜୀ). 2021-01-22. Retrieved 2026-03-05.
- ↑ "Rajib Banerjee and 4 Other Former Trinamool Leaders Join BJP Ahead of West Bengal Elections". news18.com. Retrieved 5 March 2026.
- ↑ ilm (2015-04-16). "Association accuses leather complex constructor of fraud - International Leather Maker". International Leather Maker - The leading online news and information provider for the global leather industry (in ଆମେରିକୀୟ ଇଂରାଜୀ). Retrieved 2026-03-05.
- ↑ "TMC wants EC to nix Baishali nomination". The Times of India. 2021-03-26. ISSN 0971-8257. Retrieved 2026-03-04.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |