ବେସାହାରା
| ବେସାହାରା | |
|---|---|
| ନିର୍ଦ୍ଦେଶକ | ନିରଞ୍ଜନ ବେହେରା |
| ପ୍ରଯୋଜକ | ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ |
| ସଂଳାପ | ନିରଞ୍ଜନ ବେହେରା |
| ଚିତ୍ରନାଟ୍ୟ | ନିରଞ୍ଜନ ବେହେରା |
| କାହାଣୀ | ନିରଞ୍ଜନ ବେହେରା |
| କଳାକାର | ଜ୍ୟୋତିରଞ୍ଜନ ନାୟକ ସୁପ୍ରିୟା ନାୟକ ପିଣ୍ଟୁ ନନ୍ଦ ପ୍ରଦ୍ୟୁମ୍ନ ଲେଙ୍କା |
| ସଙ୍ଗୀତ | ଅଭିଜିତ ମଜୁମଦାର |
ମୁକ୍ତିଲାଭ ତାରିଖ | ୮ ଫେବୃଆରୀ ୨୦୨୫ |
| ଦେଶ | |
| ଭାଷା | ଓଡ଼ିଆ |
ବେସାହାରା ୨୦୨୫ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ । ନିରଞ୍ଜନ ବେହେରା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ। ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ସୁପ୍ରିୟା ନାୟକ । ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ଦେବୁ ବ୍ରହ୍ମା, ପପି ସନ୍ତୁକା, ପ୍ରତିଭା ପଣ୍ଡା, ଐଶ୍ୱର୍ଯ୍ୟା ବେହେରା, ବିଜୁ ବଡ଼ଜେନା, ବିଘ୍ନେଶ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୮ ଫେବୃଆରୀ ୨୦୨୫ରେ ଏହି କଥାଚିତ୍ରଟି ଅଳଙ୍କାର ଟିଭିରେ ପ୍ରଦର୍ଶିତ ହୋଇଥିଲା ।
ଅଭିନୟ
[ସମ୍ପାଦନା]- ଜ୍ୟୋତି ରଞ୍ଜନ ନାୟକ
- ସୁପ୍ରିୟା ନାୟକ
- ପିଣ୍ଟୁ ନନ୍ଦ
- ପ୍ରଦ୍ୟୁମ୍ନ ଲେଙ୍କା
- ଦେବୁ ବ୍ରହ୍ମା
- ପପି ସନ୍ତୁକା
- ପ୍ରତିଭା ପଣ୍ଡା
- ଐଶ୍ୱର୍ଯ୍ୟା ବେହେରା
- ବିଜୁ ବଡ଼ଜେନା
- ବିଘ୍ନେଶ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିର୍ମଳ ନାୟକ ଓ ପୁଷ୍ପକ ପରିଡ଼ା ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ସ୍ୱୟମ ପାଢ଼ୀ, କ୍ରୀତି ପାଣିଗ୍ରାହୀ, ଅମ୍ରିତା ନାୟକ, ରୁକ୍ ସୋନା, ତାରିକ୍ ଅଜିଜ୍, ବିଷ୍ଣୁମୋହନ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବେସାହାରା