Jump to content

ବେକର ମାଂସପେଶୀ ଡିଷ୍ଟ୍ରୋଫି

ଉଇକିପିଡ଼ିଆ‌ରୁ
Becker's muscular dystrophy
Benign pseudohypertrophic muscular dystrophy[]
X-linked recessive is the manner in which this condition is inherited
ବିଭାଗPediatrics, medical genetics
ଲକ୍ଷଣMuscle weakness, muscle wasting[]
ଆକ୍ରାନ୍ତ ସମୟ5 to 15[]
କାରଣGenetic mutation[]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on symptoms, confirmed by lab tests, muscle biopsy, or genetic testing[]
ସଠିକ ରୋଗ ନିର୍ଣ୍ଣୟDuchenne muscular dystrophy, polymyositis, spinal muscular atrophy, limb-girdle muscular dystrophy[]
ଚିକିତ୍ସାPhysical therapy[]
PrognosisLife expectancy 40s[]
ପୁନଃପୌନିକ3 per 100,000 US males[]
Patient UKBecker's muscular dystrophy

ବେକର ମାଂସପେଶୀ ଡିଷ୍ଟ୍ରୋଫି ହେଉଛି ଏକ ଜେନେଟିକ ରୋଗ ଯେଉଁଥିରେ ମାଂସପେଶୀ ଧୀରେ ଧୀରେ ଦୁର୍ବଳ ହୁଏ ଓ କ୍ଷୟ ହୋଇଯାଏ | [] ଏହା ସାଧାରଣତଃ ଗୋଡ଼ ଏବଂ ପେଲଭିସରେ ଆରମ୍ଭ ହେବା ଫଳସ୍ୱରୂପ ଚାଲିବା ଅସୁବିଧା ହୁଏ ପଡ଼ିଯାଆନ୍ତି | [] ୫ରୁ ୧୫ ବର୍ଷ ବୟସ ମଧ୍ୟରେ ଏହି ଅବସ୍ଥା ସାଧାରଣତଃ ଆଖିଦୃଶିଆ ହୋଇଯାଏ। [] ରୋଗ ଜଟିଳ ହେଲେ କାର୍ଡ଼ିଓମାୟୋପାଥି ହୋଇପାରେ ଯାହା ମୃତ୍ୟୁର ଏକ ସାଧାରଣ କାରଣ ଅଟେ। [] []

ପ୍ରୋଟିନ୍ ଡିଷ୍ଟ୍ରୋଫିନ ଏନକୋଡ୍ କରୁଥିବା ଜିନର ପରିବର୍ତ୍ତନ ଯୋଗୁ ଏହି ରୋଗ ହୁଏ | [] ଏହା ଏକ୍ସ- ସଂଯୁକ୍ତ ରିସିସିଭ ଉତ୍ତରାଧିକାରୀ ସୂତ୍ରରେ ଗତି କରେ | [] ଏହା ଏକ ପ୍ରକାର ଡିଷ୍ଟ୍ରୋଫିନୋପାଥି ରୋଗ |[] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ଲ୍ୟାବ ପରୀକ୍ଷା, ପେଶୀ ବାୟୋପ୍ସି କିମ୍ବା ଜେନେଟିକ ପରୀକ୍ଷା କରି ନିଶ୍ଚିତ କରାଯାଇପାରେ। [] ଡୁଚେନ୍ ମାଂସପେଶୀ ଡିଷ୍ଟ୍ରୋଫି ଅପେକ୍ଷା ଏହା କମ୍ ଗୁରୁତର ଅଟେ ଯାହା ଡିଷ୍ଟ୍ରୋଫିନ୍ ଜିନର ପରିବର୍ତ୍ତନ ହୋଇ ମଧ୍ୟ ଆସିଥାଏ | []

ଏହି ରୋଗ ଆରୋଗ୍ୟ ହୁଏନାହିଁ, ଯଦିଓ ଶାରୀରିକ ଚିକିତ୍ସା ପଦ୍ଧତିରେ ଲକ୍ଷଣର କିଛି ଉନ୍ନତି ଆଣିପାରେ | [] କେତେକ କ୍ଷେତ୍ରରେ ସ୍ଟିରଏଡ ବ୍ୟବ‌ହାର କରାଯାଇପାରେ | [] ଯୁକ୍ତରାଷ୍ଟ୍ରରେ ୧୦୦,୦୦୦ ପୁରୁଷଙ୍କ ମଧ୍ୟରୁ ପ୍ରାୟ ୩ ଜଣକୁ ବେକର୍ ମାଂସପେଶୀ ଡିଷ୍ଟ୍ରୋଫି ପ୍ରଭାବିତ କରିଥାଏ | [] ଅନ୍ୟ ଦେଶମାନଙ୍କରେ ଏହି ହାର ୧୦୦,୦୦୦ ପୁରୁଷଙ୍କ ମଧ୍ୟରୁ ୦.୧ରୁ ୭ ମଧ୍ୟରେ ପ୍ରଭାବିତ ହୋଇଥାଏ। [] ଆୟୁଷ ୪୦ ଦଶକ ପର୍ଯ୍ୟନ୍ତ ରହିପାରେ | []

  1. "Becker muscular dystrophy: MedlinePlus Medical Encyclopedia". medlineplus.gov (in ଇଂରାଜୀ). Archived from the original on 15 March 2017. Retrieved 30 July 2019.
  2. 1 2 "Duchenne and Becker muscular dystrophy". NIH.gov. NIH. Archived from the original on 24 March 2017. Retrieved 17 April 2016.
  3. 1 2 3 4 5 "Becker muscular dystrophy | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 28 November 2020. Retrieved 20 January 2021.
  4. 1 2 3 4 5 6 7 Thada, PK; Bhandari, J; Umapathi, KK (January 2020). "Becker Muscular Dystrophy". PMID 32310552. {{cite journal}}: Cite journal requires |journal= (help)
  5. 1 2 3 "Duchenne and Becker muscular dystrophy". NIH.gov. NIH. Archived from the original on 24 March 2017. Retrieved 17 April 2016.
  6. 1 2 3 "Becker muscular dystrophy | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 28 November 2020. Retrieved 20 January 2021.
  7. 1 2 3 Thada, PK; Bhandari, J; Umapathi, KK (January 2020). "Becker Muscular Dystrophy". PMID 32310552. {{cite journal}}: Cite journal requires |journal= (help)