ବୁଲସ୍ ଇମ୍ପେଟିଗୋ
| Bullous impetigo | |
|---|---|
Bullous impetigo after rupture of the blister | |
| ବିଭାଗ | Dermatology |
| ଲକ୍ଷଣ | Large blisters that rupture and leave a yellow crust, fever, enlarged lymph nodes[୧] |
| ଆକ୍ରାନ୍ତ ସମୟ | Under age of two[୨] |
| କାରଣ | Staphylococcus aureus[୩] |
| ବିପଦ କାରକ | Close contact with someone affected[୪] |
| ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, confirmed by bacterial culture[୨] |
| ସଠିକ ରୋଗ ନିର୍ଣ୍ଣୟ | Drug reaction, insect bite, contact dermatitis, bullous pemphigoid, pemphigus vulgaris, erythema multiforme[୪] |
| ଚିକିତ୍ସା | Antibiotics by mouth (cephalexin, amoxicillin/clavulanate, doxycycline)[୪] |
| ପୁନଃପୌନିକ | 3% of rashes in children[୨][୪] |
ବୁଲସ ଇମ୍ପେଟିଗୋ (ଇଂରାଜୀ ଭାଷାରେ Bullous impetigo) ହେଉଛି ଏକ ଜୀବାଣୁ ଜନିତ ଚର୍ମ ସଂକ୍ରମଣ ଯାହା ଫଳରେ ବଡ଼ ବଡ଼ ଫୋଟକା ସୃଷ୍ଟି ହୁଏ ।[୧] ସମୟ ସହିତ ଏହି ଫୋଟକା ସଂଖ୍ୟା ପ୍ରାୟ ବୃଦ୍ଧି ପାଏ ଏବଂ ଯେତେବେଳେ ଏଗୁଡ଼ିକ ଫୁଟିଯାଏ ସେତେବେଳେ ଏକ ହଳଦିଆ କ୍ଷତ ଦାଗ ରହେ ।[୧] ସେଗୁଡ଼ିକ ଚିପିଲେ ଦରଜ ହୋଇଥାଏ କିମ୍ବା କୁଣ୍ଡେଇ ହୋଇପାରେ ।[୧] ଯେଉଁ ସ୍ଥାନଗୁଡ଼ିକରେ ଚର୍ମ ଘଷି ହୋଇଥାଏ, ସେହି ସ୍ଥାନ ପ୍ରଭାବିତ ହୁଏ, ଯେପରିକି ଜଙ୍ଘ । [୪] ଅନ୍ୟାନ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର କିମ୍ବା ବର୍ଦ୍ଧିତ ଲସିକା ଗ୍ରନ୍ଥି ହୋଇପାରେ ।[୧] ଜଟିଳତାରେ ଚର୍ମ ଘା' ହୋଇପାରେ, ଯାହାକୁ ଏକଥାଇମା କୁହାଯାଏ । [୨]
ଏହା ସ୍ଟାଫିଲୋକୋକସ ଅରିଅସ ଜୀବାଣୁଦ୍ୱାରା ନିର୍ଦ୍ଦିଷ୍ଟ ବିଷାକ୍ତ ପଦାର୍ଥ ଉତ୍ପାଦନ କରେ ଯାହା ଚର୍ମର ଉପର ସ୍ତରର କୋଷଗୁଡ଼ିକ ମଧ୍ୟରେ ସଂଯୋଗକୁ ବାଧା ଦେଉଥାଏ ।[୩] [୪] ଏହା ସଂକ୍ରାମକ ଏବଂ ନିକଟ ସମ୍ପର୍କ ମାଧ୍ୟମରେ ବ୍ୟାପିଥାଏ। [୪] ରୋଗ ନିର୍ଣ୍ଣୟ ପ୍ରାୟ ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ ହୁଏ ଏବଂ ଜୀବାଣୁ କଲଚର ଦ୍ୱାରା ନିଶ୍ଚିତ କରାଯାଏ। [୨] ଅସ୍ପଷ୍ଟ କ୍ଷେତ୍ରରେ ବାୟୋପ୍ସି ଉପଯୋଗୀ ହୋଇପାରେ ।[୩]
ଏହାର ଚିକିତ୍ସାରେ ସାଧାରଣତଃ ସେଫାଲେକ୍ସିନ୍, ଆମୋକ୍ସିସିଲିନ୍ / କ୍ଲାଭ୍ୟୁଲାନିକ ଏସିଡ କିମ୍ବା ଡକ୍ସିସାଇକ୍ଲିନ୍ ଭଳି ଆଣ୍ଟିବାୟୋଟିକ୍ ପାଟିରେ ଦିଆଯାଏ । [୪] ଫଳାଫଳ ସାଧାରଣତଃ ଭଲ ହୁଏ ଏବଂ ୩ ସପ୍ତାହ ମଧ୍ୟରେ ସମାଧାନ ହୁଏ; ତଥାପି କ୍ୱଚିତ୍ ସ୍କାର୍ଲେଟ ଜ୍ୱର, ଷ୍ଟାଫିଲୋକୋକାଲ୍ ସ୍କାଲଡେଡ୍ ସ୍କିନ୍ ସିଣ୍ଡ୍ରୋମ୍ (SSSS), କିମ୍ବା ବୃକକ୍ ସମସ୍ୟା, ବିଶେଷକରି ପୋଷ୍ଟଷ୍ଟ୍ରେପ୍ଟୋକୋକାଲ୍ ଗ୍ଲୋମେରୁଲୋନେଫ୍ରାଇଟିସ୍ ହୋଇପାରେ ।[୪] [୨]
ପିଲାମାନଙ୍କଠାରେ ପ୍ରାୟ ୩% ରାସ ପାଇଁ ବୁଲସ୍ ଇମ୍ପେଟିଗୋ ସାଧାରଣତଃ ଦାୟୀ ହୋଇଥାଏ ।[୨] [୪] ଏହା ଇମ୍ପେଟିଗୋର ୩୦% ମାମଲା ପାଇଁ ଦାୟୀ, ଅନ୍ୟ ୭୦% ଅଣ-ବୁଲସ ଇମ୍ପେଟିଗୋ ପାଇଁ ଦାୟୀ ରହେ ।[୪] ଅଧିକାଂଶ ମାମଲା ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କଠାରେ ଘଟେ ।[୨] ଯେତେବେଳେ ଏହା ବୟସ୍କମାନଙ୍କଠାରେ ହୁଏ, ଏଚଆଇଭି/ଏଆଇଡି ସମେତ ଦୁର୍ବଳ ପ୍ରତିରକ୍ଷା କାର୍ଯ୍ୟ ପାଇଁ ପରୀକ୍ଷା କରାଯିବା ଉଚିତ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Impetigo". NHS inform. Retrieved 16 October 2024.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Nardi, NM; Schaefer, TJ (January 2024). "Impetigo". StatPearls. PMID 28613693.
- ↑ ୩.୦ ୩.୧ ୩.୨ "Impetigo (school sores, skin infections): Images, Causes, and Symptoms — DermNet". DermNet® (in ଇଂରାଜୀ). 26 October 2023. Archived from the original on 7 June 2023. Retrieved 16 October 2024.
- ↑ ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ Hartman-Adams H, Banvard C, Juckett G (15 August 2014). "Impetigo: diagnosis and treatment". American Family Physician. 90 (4): 229–35. PMID 25250996.