Jump to content

ବୁପ୍ରେନର୍ଫିନ

ଉଇକିପିଡ଼ିଆ‌ରୁ
ବୁପ୍ରେନର୍ଫିନ
Skeletal formula of buprenorphine
Ball-and-stick model of the buprenorphine molecule
Clinical data
Trade namesSubutex, others
AHFS/Drugs.commonograph
MedlinePlusa605002
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    ଜିଭ ତଳେ (Sublingual), ପାଟିରେ (buccal), ମାଂସପେଶୀ ଇଞ୍ଜେକସନ (IM), ଚର୍ମ ଇଞ୍ଜେକସନ (transdermal), ନାସା ପଥରେ (intranasal), ମଳଦ୍ୱାର ବାଟେ (rectally),
    ATC code
    Legal status
    Legal status
    Pharmacokinetic data
    Bioavailabilityଜିଭ ତଳେ: ୩୦%[]
    ନାସା ପଥରେ: ୪୮%[]
    Protein binding୯୬%
    Metabolismଯକୃତ (Liver) (CYP3A4, CYP2C8)
    Onset of action୩୦ ମିନିଟ ମଧ୍ୟରେ[]
    Elimination half-life୩୭ ଘଣ୍ଟା ( ୨୦–୭୦ ଘଣ୍ଟା)
    Duration of action୨୪ ଘଣ୍ଟା[]
    ExcretionBiliary and kidney
    Identifiers
    • (2S)-2-[(5R,6R,7R,14S)-17-cyclopropylmethyl-4,5-epoxy-6,14-ethano-3-hydroxy-6-methoxymorphinan-7-yl]-3,3-dimethylbutan-2-ol
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.052.664 Edit this at Wikidata
    Chemical and physical data
    FormulaC29H41NO4
    Molar mass467.64 g/mol
    3D model (JSmol)
    • Oc7ccc5c1c7O[C@H]3[C@]6(OC)[C@H](C[C@@]2([C@H](N(CC[C@@]123)CC4CC4)C5)CC6)[C@@](O)(C)C(C)(C)C
    • InChI=1S/C29H41NO4/c1-25(2,3)26(4,32)20-15-27-10-11-29(20,33-5)24-28(27)12-13-30(16-17-6-7-17)21(27)14-18-8-9-19(31)23(34-24)22(18)28/h8-9,17,20-21,24,31-32H,6-7,10-16H2,1-5H3/t20-,21-,24-,26+,27-,28+,29-/m1/s1 checkY
    • Key:RMRJXGBAOAMLHD-IHFGGWKQSA-N checkY
     ☒NcheckY (what is this?)  (verify)

    ବୁପ୍ରେନର୍ଫିନ (ଇଂରାଜୀ ଭାଷାରେ Buprenorphine) ଔଷଧ ଅନେକ ରକମର ବ୍ରାଣ୍ଡ ନାମରେ ବିକ୍ରି ହୁଏ ଯେପରିକି ସୁବୁଟେକ୍ସ; ଏହା ଏକ ଓପିଅଏଡ ଔଷଧ ଯାହା ଓପିଅଏଡ ନିଶାଗ୍ରସ୍ତ (opioid addiction), ଅକ୍ୟୁଟ ଯନ୍ତ୍ରଣା ଓ କ୍ରନିକ ଯନ୍ତ୍ରଣା (chronic pain) ଉପଶମ ନିମନ୍ତେ ବ୍ୟବ‌ହାର ହୁଏ । [] ଏହାକୁ ଜିଭ ତଳେ (under the tongue), ଇଞ୍ଜେକସନ (injection), ଚର୍ମ ପ୍ୟାଚ (skin patch) ବା ମେଡିକାଲ ଇମ୍ପ୍ଲାଣ୍ଟ (implant) ଆକାରରେ ରୋଗୀକୁ ଦିଆଯାଏ ।[][] ନିଶାଗ୍ରସ୍ତ ଲୋକଙ୍କର ଉଇଥଡ୍ରଆଲ ଲକ୍ଷଣ ଆରମ୍ଭ ହେବାର ୨ ଦିନ ନିମନ୍ତେ ଏହା ଡାକ୍ତରୀ ପର୍ଯ୍ୟବେକ୍ଷଣ ସାହାଯ୍ୟରେ ଦିଆଯାଏ । [] ଦୀର୍ଘସ୍ଥାୟୀ ନିଶାଗ୍ରସ୍ତ ଲୋକ ନିମନ୍ତେ ବୁପ୍ରେନର୍ଫିନ/ନାଲୋକ୍ସୋନ (buprenorphine/naloxone) ନିଶ୍ରଣ ଦିଆଯାଏ ।[] ଏକ ଘଣ୍ଟା ମଧ୍ୟରେ ଯନ୍ତ୍ରଣା ଉପଶମ ହୋଇଯାଏ ଓ ପ୍ରଭାବ ୨୪ଘଣ୍ଟା ପର୍ଯ୍ୟନ୍ତ ରହେ ।[]

    ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ଶ୍ୱାସକ୍ରିୟା (respiratory depression/ decreased breathing), ନିଦ୍ରାଳୁ, ଆଡ୍ରେନାଲ ଇନସଫିସିଏନ୍ସି (adrenal insufficiency), କ୍ୟୁଟି ପ୍ରୋଲୋଙ୍ଗେସନ (QT prolongation), ନିମ୍ନ ରକ୍ତଚାପ (low blood pressure), ଆଲର୍ଜି ପ୍ରତିକ୍ରିୟା (allergic reaction), ଓ ଓପିଅଏଡ ନିଶାସକ୍ତ ଆଦି ସମ୍ଭାବନା ଥାଏ । [] ସିଜର ବା ବାତ (seizures) ମାରିବା ଇତିହାସ ଥିଲେ ଅଧିକ ବାତ ସଙ୍କଟ ରହେ ।[] ଅନ୍ୟାନ୍ୟ ଓପାଏଡ ଅପେକ୍ଷା ବୁପ୍ରେନର୍ଫିନରେ କମ୍ ସାଂଘାତିକ ଓପିଅଏଡ ଉଇଥଡ୍ରଆଲ (Opioid withdrawal) ଦେଖାଯାଏ ।[] ଗର୍ଭାବସ୍ଥାରେ ଏହାର ନିରାପତ୍ତା ପ୍ରସଙ୍ଗ ସ୍ପଷ୍ଟ ନୁହେଁ ଓ ସ୍ତନ୍ୟପାନ (breastfeeding) ସମୟରେ ଏହା ଦେବାକୁ ବାରଣ କରାଯାଏ ।[] ବିଭିନ୍ନ ଓପିଅଏଡ ରିସେପ୍ଟରମାନଙ୍କୁ ବିଭିନ୍ନ ଭାବରେ ଏହା ପ୍ରଭାବିତ କରେ । [] ରିସେପ୍ଟର ଅନୁସାରେ ଏହା ଆଗୋନିସ୍ଟ (en:agonist) ବା ପାର୍ସିଆଲ ଅଗୋନିସ୍ଟ (partial agonist) ବା ଆଣ୍ଟାଗୋନିସ୍ଟ (antagonist) ଭାବରେ କାମ କରେ । []

    ସନ ୧୯୮୧ରେ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ବୁପ୍ରେନର୍ଫିନ ବ୍ୟବ‌ହାରକୁ ସ୍ୱୀକୃତି ଦିଆଗଲା ।[] ସେଠାରେ ସନ ୨୦୧୨ରେ ପ୍ରାୟ ୯.୩ ନିୟୁତ ବୁପ୍ରେନର୍ଫିନ ପ୍ରେସକ୍ରିପସନ ଲେଖାଯାଇଥିଲା ।[] ଫୁର୍ତ୍ତି (high) ନିମନ୍ତେ ମଧ୍ୟ ଏହା ଇଞ୍ଜେକସନ ବା ନାସା ପଥରେ ଦିଆଯାଏ ।[] ହିରୋଇନ (heroin) ବଦଳରେ ମଧ୍ୟ ଏହା ବେଳେ ବେଳେ ଦିଆଯାଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ନିୟନ୍ତ୍ରଣ ଆକ୍ଟ Schedule III ଅନୁଯାୟୀ ଏକ ନିୟନ୍ତ୍ରିତ ଦ୍ରବ୍ୟ controlled substance.[] ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୦.୮୬ରୁ ୧.୩୨ ଆମେରିକୀୟ ଡଲାର ।[]

    1. Mendelson J, Upton RA, Everhart ET, Jacob P 3rd, Jones RT (1997). "Bioavailability of sublingual buprenorphine". Journal of Clinical Pharmacology. 37 (1): 31–7. doi:10.1177/009127009703700106. PMID 9048270.
    2. Eriksen J, Jensen NH, Kamp-Jensen M, Bjarnø H, Friis P, Brewster D (1989). "The systemic availability of buprenorphine administered by nasal spray". J. Pharm. Pharmacol. 41 (11): 803–5. doi:10.1111/j.2042-7158.1989.tb06374.x. PMID 2576057.
    3. 1 2 3 4 5 6 7 8 9 10 11 12 13 14 "Buprenorphine Hydrochloride". drugs.com. American Society of Health-System Pharmacists. 26 January 2017. Retrieved 17 March 2017.
    4. "Press Announcements - FDA approves first buprenorphine implant for treatment of opioid dependence". FDA (in ଇଂରାଜୀ). Retrieved 12 December 2017.
    5. 1 2 3 4 Drug Enforcement Administration (July 2013). "Buprenorphine" (PDF). DEA. Retrieved 3 December 2017.
    6. "NADAC as of 2017-11-29". Centers for Medicare and Medicaid Services (in ଇଂରାଜୀ). Archived from the original on 2017-12-03. Retrieved 3 December 2017.

    ବାହ୍ୟ ଲିଙ୍କ

    [ସମ୍ପାଦନା]