ବୁଢ଼ାରଜା

ଉଇକିପିଡ଼ିଆ ରୁ
Jump to navigation Jump to search
ବୁଢାରଜା ଶିବ ମନ୍ଦିରକୁ ଯାଇଥିବା ରାସ୍ତା 

ବୁଢ଼ାରାଜା ଓଡ଼ିଶାର ସମ୍ବଲପୁରଠାରେ ଅବସ୍ଥିତ ଏକ କ୍ଷୁଦ୍ର ପାହାଡ଼ ।[୧] ଏହି ପାହାଡ଼ର ଶୀର୍ଷରେ ଏକ ଶିବ[୨] ମନ୍ଦିର ଅଛି ।[୩] ଆଗରୁ ମନ୍ଦିରକୁ ଯିବାକୁ ପାହାଚ ସବୁ ଥିଲେ ମଧ୍ୟ , ମନ୍ଦିରର ପୂର୍ବପଟେ ଥିବା ବୁଢ଼ାରାଜା ଅଞ୍ଚଳରୁ ଏକ ସୁନ୍ଦର କଂକ୍ରିଟ ରାସ୍ତା ନିର୍ମିତ ହେଇଛି , ଯାହା ଦେଇ ମନ୍ଦିର ପ୍ରାଙ୍ଗଣ ଯାଏଁ ଯାନ ବାହାନ ଚଳାଚଳ କରିପାରେ । ମନ୍ଦିର ସନ୍ନିକଟ ଅଞ୍ଚଳରେ ଠିଆ ହେଇ ଚତୁର୍ଦିଗରେ ସମ୍ବଲପୁର ସହରର ଦୃଶ୍ୟ ସହ ହୀରାକୁଦ ଜଳଭଣ୍ଡାର ମଧ୍ୟ ପରିଲକ୍ଷିତ ହେଇଥାଏ । ସନ୍ଧ୍ୟା ସମୟରେ ଅସ୍ତମିତ ସୂର୍ଯ୍ୟର ଦୃଶ୍ୟ ସେଠାରୁ ଖୁବ ଉପଭୋଗ୍ୟ । ସମ୍ବଲପୁରରେ ସ୍ୱାଧୀନତା ସଂଗ୍ରାମର ବହ୍ନି ମଧ୍ୟ ଏହି ବୁଢ଼ାରାଜା ପାହାଡ଼ର ପାଦଦେଶରୁ ଜଳି ଉଠିଥିଲା ।[୪]

କିମ୍ବଦନ୍ତୀ[ସମ୍ପାଦନା]

ପ୍ରବାଦ କଥନ ଅଛି ଯେ ବୁଢ଼ାରାଜା ପାହାଡ଼ ଉପରେ ଥିବା ମନ୍ଦିର ସନ୍ନିକଟ ଏକ ଗଭୀର କୂପ ମଧ୍ୟ ଦେଇ ଏକ ସୁଢଙ୍ଗ ରହିଛି ଯାହାକି ବହୁ ପୂର୍ବରୁ ରାଜାଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହି ସୁଢଙ୍ଗର ଅପର ପାର୍ଶ୍ୱ ମହାନଦୀ ନିକଟସ୍ଥ ତତ୍କାଳୀନ ରାଜପ୍ରସାଦ ଯାଏଁ ଲମ୍ବିଥିଲା । ତେବେ ପ୍ରତ୍ନତତ୍ୱ ନିରୀକ୍ଷଣ ଅଭାବରୁ ଏହା ବର୍ତମାନ ସିଦ୍ଧ ହେଇ ପାରି ନାହିଁ ।

ଗମନାଗମନ ସୁବିଧା[ସମ୍ପାଦନା]

ବୁଢାରାଜା ପାହାଡର ଅବସ୍ଥିତି ସମ୍ବଲପୁର ରୋଡ ରେଳ ସ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ । ସମ୍ବଲପୁର ସ୍ଟେଶନରୁ ଅଇଣ୍ଠାପାଳି ଆଡେ ଯାଇଥିବା ମୁଖ୍ୟ ରାସ୍ତାରେ ଗଲେ ପ୍ରଥମେ ବୁଢାରାଜ ପାହାଡ ଉପରକୁ ଯାଇଥିବା ପୁରାତନ ପ୍ରସ୍ତରରେ ଖୋଦେଇ ହେଇଥିବା ପାଉଞ୍ଚ ସବୁ ଅବସ୍ଥିତ । ତେବେ ନିକଟରେ ସେଠାରୁ ଆହୁରି ୫୦୦ ମିଟର ଗଲେ ମୁଖ୍ୟ ରାସ୍ତାରୁ ବୁଢାରାଜା ମନ୍ଦିର ଯାଏ ଏକ ସୁନ୍ଦର ପିଚୁ ରାସ୍ତା ନିର୍ମିତ ହେଇଛି , ଯାହା ଦେଇ ଗାଡିଦ୍ୱାରା ମନ୍ଦିର ପ୍ରାଙ୍ଗଣ ପର୍ଯ୍ୟନ୍ତ ଯାଇ ହୁଏ ।

ବୃକ୍ଷ୍ୟରାଜି[ସମ୍ପାଦନା]

ଏକଦା ଘଞ୍ଚ ଅରଣ୍ୟ ଥିବା ବୁଢାରାଜା ପାହାଡ ବିଭାଗୀୟ ଦେଖଣା ଅଭାବରୁ କାଳକ୍ରମେ ବୃକ୍ଷ୍ୟହୀନ ହେଇପଡିଥିଲା । ଲୋକ ମାନେ ଏଥିରୁ ଅବାରିତ ଭାବେ ଜାଳେଣୀ କଥା ସଂଗ୍ରହ କରିବାରୁ ଏହା ସଂପୂର୍ଣ୍ଣ ନଣ୍ଡା ପାହାଡରେ ପରିବର୍ତନ ହେଇ ଯାଇଥିଲା । ତେବେ ଗତ ଦଶନ୍ଧିରେ କିଛି ପ୍ରକୃତିପ୍ରେମୀ ନାଗରିକଙ୍କ ଉଦ୍ୟମ ଫଳରେ ବୁଢାରାଜ ଜଙ୍ଗଲ ସୁରକ୍ଷ୍ୟା ସମିତି ଗଠନ ହେଇ ବୁଢାରାଜ ପାହାଡ ତଥା ଶେଠୀକୁ ଯାଇଥିବା ରାସ୍ତା କଡାରେ ବୃକ୍ଷ ରୋପଣ ହେଇ ତାହାର ଦେଖା ଶୁଣା ହେବାରୁ ବର୍ତମାନ ପାହାଡ ଓ ରାସ୍ତା ଘଞ୍ଚ ଅରଣ୍ୟ ପରି ହେଇ ସେ ସ୍ଥାନର ସୋଭା ବର୍ଧନ କରୁଛି । [୫]

ଫଟୋ ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Jyoshnarani Behera (1997). Political Socialization of Women: A Study of Teenager Girls. Atlantic Publishers & Dist. pp. 59–. ISBN 978-81-85495-21-7.
  2. Census of India, 1981: Census atlas. Controller of Publications.
  3. Orissa General Knowledge. Bright Publications. pp. 134–. ISBN 978-81-7199-574-5.
  4. Chittaranjan Mishra (1 September 1986). Freedom Movement in Sambalpur: 1827-1947. Delhi : B.R. Publishing Corporation ; New Delhi. ISBN 978-81-7018-357-0.
  5. https://article.wn.com/view/2016/03/09/Walking_track_around_Budharaja_forest/