Jump to content

ବୀର କିଶୋର ମିଶ୍ର

ଉଇକିପିଡ଼ିଆ‌ରୁ


ବୀରକିଶୋର ମିଶ୍ର (ଜନ୍ମ: ୦୨.୦୬.୧୯୫୧) ଓଡ଼ିଶା ଉଚ୍ଚ ନ୍ୟୟାଳୟର ପ୍ରାକ୍ତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ମିଶ୍ର ୦୨.୦୬.୧୯୫୧ରେ ଅନୁଗୁଳରେ ଜନ୍ମ ଗ୍ରହଣ କରିଥିଲେ । ପିତା ଥିଲେ ସ୍ଵର୍ଗତ ବଂଶୀଧର ମିଶ୍ର ଏବଂ ମାତା ହେଉଛନ୍ତି ସ୍ଵର୍ଣ୍ଣଲତା ଦେବୀ । ୧୯୬୬ ମସିହାରେ ଜୋଗେନ୍ଦ୍ର ଦେବ ହାଇସ୍କୁଲ୍, ବୌଦ୍ଧରୁ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ, ଆଠଗଡରୁ ପ୍ରୀ-ପ୍ରଫେସନାଲ ପରୀକ୍ଷା (ବିଜ୍ଞାନ) ଉତ୍ତୀର୍ଣ୍ଣ ହେଲେ । ୧୯୭୦ ମସିହାରେ କେନ୍ଦ୍ରପଡ଼ା କଲେଜ୍ରୁ ରାଜନୀତି ବିଜ୍ଞାନ (ଅନର୍ସ) ସହିତ ସ୍ନାତକ ଡିଗ୍ରୀ ଲାଭ କରିବା ପରେ ୧୯୭୩-୭୪ ମସିହାରେ ମଧୁ ସୂଦନ ଆଇନ କଲେଜ୍, କଟକରୁ ଆଇନରେ ସ୍ନାତକ ଡିଗ୍ରୀ ଲାଭ କଲେ । ୧୯୭୪ ମସିହାରେ ଏକ ଆଇନଜୀବି ଭାବେ ନାମ ଲେଖାଇ ଆଇନଜୀବୀ ଜତିନ୍ଦ୍ରନାଥ ମିତ୍ରଙ୍କ ସହଯୋଗୀ ଭାବେ କାର୍ଯ୍ୟ କଲେ ।

ଓଡ଼ିଶା ନ୍ୟାୟିକ ସେବାରେ ଯୋଗଦେଇ ସେ ୧୬ ଅଗଷ୍ଟ, ୧୯୭୬ ରେ ପ୍ରଶିକ୍ଷଣାର୍ଥୀ ମୁନସିଫ୍ ଭାବେ ଯୋଗଦେଲେ । ପରବର୍ତ୍ତୀ ସମୟରେ ସେ ବିଭିନ୍ନ ପଦବୀରେ ଯଥା ଅତିରିକ୍ତ ଜିଲ୍ଲା ଏବଂ ସେସନ୍ ଜଜ୍, ଝାରସୁଗୁଡ଼ା, ରେଜିଷ୍ଟ୍ରାର୍ (ନିରୀକ୍ଷଣ ଏବଂ ଅନୁସନ୍ଧାନ), ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ, ସଦସ୍ୟ-ସଚିବ, ଓଡ଼ିଶା ରାଜ୍ୟ ଆଇନ ସେବା ସଂସ୍ଥା, କଟକ, ଜିଲ୍ଲା ଏବଂ ଦୌରା ଜଜ୍, ପୁରୀ-ନୟାଗଡ଼, ଜିଲ୍ଲା ଏବଂ ଦୌରା ଜଜ୍, ଗଞ୍ଜାମ-ଗଜପତି, ଜିଲ୍ଲା ଏବଂ ଦୌରା ଜଜ୍, କଟକ-କେନ୍ଦ୍ରପଡ଼ା-ଯାଜପୁର-ଜଗତସିଂହପୁର କାର୍ଯ୍ୟ ନିର୍ବାହ କରିଥିଲେ ।[]

୨୫.୦୧.୨୦୧୧ ରୁ ୦୧.୦୬.୨୦୧୩ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ କାର୍ଯ୍ୟ ନିର୍ବାହ କଲେ ।[]

  1. ୧.୦ ୧.୧ National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-01-29.
  2. "Former Judges | District Court, Cuttack | India". cuttack.dcourts.gov.in. Retrieved 29 January 2025.