Jump to content

ବି.ଭି. ସୁବା ରେଡ୍ଡି

ଉଇକିପିଡ଼ିଆ‌ରୁ
ବି.ଭି. ସୁବା ରେଡ୍ଡି
Speaker of the Andhra Pradesh Legislative Assembly
କାର୍ଯ୍ୟକାଳ
1962–1970
ପୂର୍ବ ଅଧିକାରୀAyyadevara Kaleswara Rao
ବ୍ୟକ୍ତିଗତ ସବିଶେଷ
ଜନ୍ମ4 July 1903
Koilkuntla, Kurnool district
ମୃତ୍ୟୁ7 June 1974
Hyderabad
ରାଜନୀତିକ ଦଳIndian National Congress
ଜୀବନ ସାଥୀSubbamma
ସନ୍ତାନSix sons & 1 daughter

ବୋଲ୍ଲଭାରାପୁ ଭେଙ୍କଟ ସୁବା ରେଡ୍ଡି, (ସକ୍ଷିପ୍ତରେ ବି.ଭି. ସୁବା ରେଡ୍ଡି ବି.ଏଲ୍. )(୪ ଜୁଲାଇ ୧୯୦୩ – ୭ ଜୁନ ୧୯୭୪), ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭାର ବାଚସ୍ପତି ଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ୪ ଜୁଲାଇ ୧୯୦୩ରେ କୁର୍ନୂଲ ଜିଲ୍ଲାର କୋଇଲକୁଣ୍ଟଲାରେ ରାମସ୍ୱାମୀ ରେଡ୍ଡିଙ୍କ ପୁଅ ଭାବେ ଜନ୍ମଗ୍ରହଣ କରିଥିଲେ । ୧୯୨୬ରେ ମାଚିଲିପଟ୍ଟନମର ନୋବଲ୍ କଲେଜ୍ ରୁ ସ୍ନାତକ ଡିଗ୍ରୀ ଲାଭ କରିବା ପରେ, ସେ ମାଦ୍ରାସ ବିଶ୍ୱବିଦ୍ୟାଳୟରୁ ଆଇନ୍ (ବି.ଏଲ୍.) ପାଇଁ ଶିକ୍ଷା ଲାଭ କରିଥିଲେ । ପରେ ନନ୍ଦ୍ୟାଲରେ ଆଇନ୍ ପ୍ରାକଟିସ୍ କରି ସୁଖ୍ୟାତି ଲାଭ କରିଥିଲେ ।

କାର୍ଯ୍ୟଜୀବନ

[ସମ୍ପାଦନା]

ଡ଼୯୩୮ରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ କୁର୍ନୂଲ ଜିଲ୍ଲା ବୋର୍ଡର ଅଧ୍ୟକ୍ଷ ସର୍ବସମ୍ମତି ସହିତ ନିର୍ବାଚିତ ହୋଇଥିଲେ । ୧୯୪୯ରେ ପୁଣିଥରେ ସେଇ ପଦବୀରେ ନିର୍ବାଚିତ ହେଲେ ।୧୯୪୧ରେ "ବ୍ୟକ୍ତିଗତ ସତ୍ୟାଗ୍ରହ" ରେ ଅଂଶଗ୍ରହଣ କରିଥିଲେ ଓ ୬ ମାସ ପାଇଁ କାରାଦଣ୍ଡ ଭୋଗ କରିଥିଲେ । ୧୯୪୨ର "ଭାରତ ଛାଡ୍ଡ଼ୋ" ଆନ୍ଦୋଳନରେ ସେ ସକ୍ରିୟ ହୋଇଥିଲେ ଓ ତଞ୍ଜୋରରେ ୩ ବର୍ଷ ପାଇଁ କାରାଦଣ୍ଡ ଭୋଗ କଲେ । ୧୯୫୫ରେ ସେ କଂଗ୍ରେସ ଛାଡି ସ୍ୱାଧୀନ ପ୍ରାର୍ଥୀ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ପୁଣି କଂଗ୍ରେସରେ ଯୋଗ ଦେଇ ୧୯୬୨ ଓ ୧୯୬୭ରେ କୋଇଲକୁଣ୍ଟଲା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହେଲେ । ୧୯୬୨ରେ ପ୍ରଥମ ବାଚସ୍ପତି ଆୟ୍ୟାଦେଭର କାଳେଶ୍ୱର ରାଓଙ୍କର ଦେହାନ୍ତ ପରେ ସେ ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ । ୧୯୬୭ରେ ପୁଣିଥରେ ବାଚସ୍ପତି ପଦ ଲାଭ କରିଥିଲେ । ଏହିପରି ଭାବେ ୧୦ ବର୍ଷ ଧରି ସମ୍ମାନ ଓ ଗୌରବ ସହିତ ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ ।

ସେ ସୋଭିଏତ ରୁଷ, ଲଣ୍ଡନ ଯାଇଥିଲେ ଏବଂ ୧୯୬୫ ଓ ୧୯୬୮ରେ "କମନ୍ୱେଲ୍ଥ ପାର୍ଲାମେଣ୍ଟାରୀ ସମ୍ମେଳନ" ରେ ଅଂଶଗ୍ରହଣ କରିଥିଲେ । ସେପ୍ଟେମ୍ବର ୧୯୭୧ରେ ପି.ଭି. ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ନିୟୁକ୍ତ ହୋଇଥିଲେ ।

"ଜୟ ଆନ୍ଧ୍ର" ଆନ୍ଦୋଳନ

[ସମ୍ପାଦନା]

ନଭେମ୍ବର ୧୯୭୨ରେ ସେ "ଜୟ ଆନ୍ଧ୍ର" ଆନ୍ଦୋଳନରେ ଅଂଶଗ୍ରହଣ ପାଇଁ ଉପମୁଖ୍ୟମନ୍ତ୍ରୀ ପଦରୁ ପଦତ୍ୟାଗ କରିଥିଲେ ଓ ସକ୍ରିୟ ଭାବେ ଏହାର ନେତୃତ୍ୱ ଦେଇଥିଲେ । ପରେ ସେ ଡିସେମ୍ବର ୧୯୭୩ରେ ଜଲାଗମ୍ ୱେଙ୍ଗଲା ରାଓଙ୍କ ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ଭାବେ ଯୋଗ କରିଥିଲେ । ୭ ଜୁନ ୧୯୭୪ରେ ସେ ହାଇଦ୍ରାବାଦରେ ଏହି ପଦରେ ଥିବାବେଳେ ତାଙ୍କର ଦେହାନ୍ତ ହେଲା ।[]

ସମ୍ମାନ

[ସମ୍ପାଦନା]

ତାଙ୍କ ସମ୍ମାନାର୍ଥେ ୨୦୧୦ରେ କୁର୍ନୂଲ ଜିଲ୍ଲାର କୋଇଲକୁଣ୍ଟଲାରେ ବି.ଭି. ସୁବ୍ବା ରେଡ୍ଡି ସ୍ମୃତି ପାର୍କରେ ତାଙ୍କ ତାମ୍ରମୂର୍ତ୍ତି ସ୍ଥାପିତ କରାଯାଇଥିଲା ।

  1. B. V. Subba Reddy, Telugu Velugulu by G. Venkata Rama Rao in Andhra Pradesh, August 2010, pp: 4.
  2. Subba Reddy, Bollavarapu Venkata, Luminaries of 20th Century, Part II, Potti Sriramulu Telugu University, Hyderabad, 2005, pp:985-6.