Topic on ଉଇକିପିଡ଼ିଆ:ଆଲୋଚନା ସଭା

Soumendrak (ଆଲୋଚନାଅବଦାନ)

ନମସ୍କାର 🙏🏼 ବନ୍ଧୁଗଣ,

ଗୁଗଲ ଅନୁବାଦରେ ଆମକୁ ଓଡ଼ିଆ ଅନୁବାଦ କରିବାକୁ ଅନେକ ଅସୁବିଧା ହେଉଛି ଏହା ନିଃସନ୍ଦେହ ।

ଏହାର ବିକଳ୍ପ ସ୍ୱରୂପ ଆମ ପାଖରେ NLLB ଅନୁବାଦ (ଫେସବୁକ/ମେଟା ଦ୍ୱାରା) ଆସିପାରିବ ।

ନିମ୍ନରେ ମୁଁ ଗୋଟିଏ ଲିଙ୍କ ଦେଉଛି ସେଠାକୁ ଯାଇ ଆପଣମାନେ NLLB ରେ ଓଡ଼ିଆ ଅନୁବାଦ କିପରି ହେଉଛି ପରୀକ୍ଷା କରନ୍ତୁ ଏବଂ ଏହାକୁ ଆମେ ଗୁଗଲ ଅନୁବାଦ ବଦଳରେ ଆଣିବାକୁ ଯଦି ଆପଣ ଚାହୁଁଛନ୍ତି ତେବେ ନିଜର ମତାମତ ଦିଅନ୍ତୁ ।


ସମୀକ୍ଷଣ ଲିଙ୍କ : https://translate.wmcloud.org/


ବି ଦ୍ର:

- NLLB ବିଷୟରେ ଅଧିକ ଜାଣିବାକୁ ଦେଖନ୍ତୁ -> Content translation/Machine Translation/NLLB-200 - MediaWiki

- ବିଙ୍ଗ ଅନୁବାଦ ଉଇକିପିଡ଼ିଆରେ ଆସିବା ଆଶା ବହୁତ କ୍ଷୀଣ