Topic on ଉଇକିପିଡ଼ିଆ:ଆଲୋଚନା ସଭା

Psubhashish (ଆଲୋଚନାଅବଦାନ)

ଉଇକିପିଡ଼ିଆରେ ପରିଚାଳକମାନଙ୍କ ପ୍ରାଥମିକ କାମ ସଫାଇ । କିଏ ଜାଣତରେ ବା ଅଜାଣତରେ ଅଯୋଗ୍ୟ ପ୍ରସଙ୍ଗ ତିଆରି କଲା । କିଏ ମେସିନ ଅନୁବାଦ କରି କୌଣସି ସମ୍ପାଦନା ନ କରି ଗୁଡ଼େ ତଥ୍ୟ ଯୋଡ଼ିଲା । କିଏ କପିରାଇଟ ଉଲ୍ଲଂଘନ କରି କୌଣସି ସ୍ଥାନରୁ ସିଧା ପାଠ କପିକଲା । ଏସବୁ ସ୍ଥଳେ ପୃଷ୍ଠା ଲିଭାଇବା ବା ସେଥିରୁ ପାଠ ସଫା କରିବା ପରିଚାଳକମାନଙ୍କ କାମ । ଏବେ ଓଡ଼ିଆ ଉଇକିପିଡ଼ିଆରେ ୫ ଜଣ ପରିଚାଳକ । ସେଥିମଧ୍ୟରୁ ୩ଜଣଙ୍କୁ ଛାଡ଼ି ବାକି ଦୁଇଜଣ କୌଣସି କାରଣରୁ ୩ ବର୍ଷ ଓ ବର୍ଷରୁ ଅଧିକ ସକ୍ରିୟ ହୋଇପାରିନାହାନ୍ତି । ଆମେ ସମସ୍ତେ ଯେହେତୁ ସ୍ୱେଚ୍ଛାସେବୀ କେହି ଅସକ୍ରିୟତା ପାଇଁ କୈଫିୟତ ମାଗିବେନି କି କେହି ଦେବେନି । ତେବେ ସକ୍ରିୟ ପରିଚାଳନାର ଆବଶ୍ୟକତା ସବୁବେଳେ ରହିଛି ଆଉ ଏ ଦାୟିତ୍ୱ ହାତରୁ ହାତକୁ ଗଲେ ଭଲ । ଉଇକିପିଡ଼ିଆର ପରିଚାଳନା ସମ୍ପାଦନାଠୁ ଭିନ୍ନ । ଯଦି ପରିଚାଳକ ଜଣେ ବର୍ଷକରୁ ଅଧିକ କୌଣସି କାରଣରୁ ପରିଚାଳନା କରିପାରୁନାହାନ୍ତି ହୁଏତ ତାଙ୍କୁ ସେ ଦାୟିତ୍ୱରୁ ଅବ୍ୟହତି ଦିଆଗଲେ ଭଲ । ଯଦି ସେ ପୁଣି ଭବିଷ୍ୟତରେ ସମୟ କାଢ଼ିପାରିବେ ଆଉଥରେ ସମସ୍ତଙ୍କ ଆଗରେ ଆବେଦନ କରିପାରିବେ । ଏ ସିଦ୍ଧାନ୍ତ ନେବାରେ ବାକି ଦୁଇଜଣ ସକ୍ରିୟ ପରିଚାଳକଙ୍କ (@MKar, @Jnanaranjan sahu) ମତ ପାଇଁ ଅନୁରୋଧ କରୁଛି । ଅନ୍ୟ ପୁରୁଖା ଓ ଏବେ ସକ୍ରିୟ ଥିବା ଉଇକିଆଳିଙ୍କୁ ବି ଅନୁରୋଧ କରୁଛି । କୌଣସି ଆପତ୍ତି ନ ଥିଲେ ୧୫ ଦିନ ପରେ ପରିଚାଳକମାନେ ଏ ବଦଳ କାର୍ଯ୍ୟକାରୀ କରିପାରିବେ । ଯଦି ସକ୍ରିୟ ଓ ପୁରୁଖା ଉଇକିଆଳିଙ୍କ ଭିତରୁ କେହି ପରିଚାଳନା କାମ ବାବଦରେ ଅବଗତ ଓ ଦାୟିତ୍ୱ ନେବା ପାଇଁ ଆଗ୍ରହୀ ତାହେଲେ ଆବେଦନ ପ୍ରକ୍ରିୟା ବ୍ୟବହାର କରି ଆବେଦନ କରିପାରିବେ ।

Jnanaranjan sahu (ଆଲୋଚନାଅବଦାନ)

ଏହି ପ୍ରସ୍ତାବରେ ମୁଁ ଏକମତ । ଆମେ କାହାକୁ ବାଧ୍ୟ କରିପାରିବାନି ହେଲେ ଯେଉଁମାନେ ସକ୍ରିୟ ହେଇ ପାରୁନାହାନ୍ତି ତାର କାରଣ ବି ବିଶ୍ଲେଷଣ କରିବା ଦରକାର । ଆଉ ଇଚ୍ଛା ନାହିଁ କିମ୍ବା ବ୍ୟସ୍ତତା କି କଣ ସେଇ ବାବଦରେ ତାଙ୍କ ଅଲୋଚନା ପୃଷ୍ଠାରେ ଲେଖିବା ଏବଂ ହେଇପାରିଲେ ତାଙ୍କୁ ଇମେଲ କିମ୍ବା ଫୋନରେ ବି ପଚାରିପାରିବା । ସେମାନଙ୍କର ଅଗକୁ ଆଉ କାମ କରିବାର ଇଛା ଅଛି କି ନାହିଁ କିମ୍ବା ଅସୁବିଧା ହେଉଛି କି ଆଉ କିଛି ପଚାରିବାଟା ଭଲ ହେବ । ଆମ ଛୋଟ ଉଇକିପିଡ଼ିଆରେ ପରିଚାଳକ ହେଇଥିବା ସମସ୍ତ ବ୍ୟବାହରକାରୀଙ୍କ ଅବଦନା ମହତ୍ତ୍ୱପୁର୍ଣ୍ଣ ସେଥିପାଇଁ କିଛି ବି କାର୍ଯକ୍ରମ କରିବା ପୁର୍ବରୁ ପୁଙ୍ଖନୁପୁଙ୍ଖ ଆଲୋଚନା ଆବଶ୍ୟକ । ଏହା ଛଡା ପୁରଣା ପରିଚାଳକ ମାନେ ସ୍ଥାୟୀ ପରିଚାଳକ ସେଥିପାଇଁ କଣ ପଲିସି ଅଛି ସେଇଟାବି ଦେଖିବାକୁ ପଡ଼ିବ । ତେଣୁ ଗୋଟେ ବଡ଼ ଅଲୋଚନା ଦରକାର । ସକ୍ରିୟ ପରିଚାଳକ, ନିଃସ୍କ୍ରିୟ ପରିଚାଳକ, ସକ୍ରିୟ ସଭ୍ୟ ସମସ୍ତେ ଅଲୋଚନାରେ ଭାଗ ନେଇ ଏଇବାବଦରେ କିଛି କାର୍ଯ୍ୟକାରୀ ପଦକ୍ଷେପ ନେବା । ଖାଲି ଆମେ ("ସକ୍ରିୟ" ପରିଚାଳକ) ଆଲୋଚନା କରି କିଛି ନିର୍ଣାୟକ ପଦକ୍ଷେପ ନେବା ଠିକ ହେବନି ।

"ପରିଚାଳନା"ଙ୍କୁ ଉତ୍ତର