Topic on ଉଇକିପିଡ଼ିଆ:ଆଲୋଚନା ସଭା

ଉଇକିପିଡ଼ିଆ:ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୧ ଗଣସମ୍ପାଦନା ବାବଦରେ

9
Ssgapu22 (ଆଲୋଚନାଅବଦାନ)

ପୂର୍ବବର୍ଷ ଭଳି ଏଥର ମଧ୍ୟ ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା ଦକ୍ଷିଣା ଏସିଆ କମ୍ୟୁନିଟି ମାନଙ୍କ ଦ୍ୱାରା ଆୟୋଜନ କରାଯାଉ ଅଛି । ଗତ ବର୍ଷ ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନାଟି ୧ ଫେବୃଆରୀରୁ ୩୧ ମାର୍ଚ୍ଚ ଯାଏଁ ଚାଲିଥିଲା, ଅବଶ୍ୟ ଏଥର ଏହା ୧ରୁ ୩୦ ସେପ୍ଟେମ୍ବର ଯାଏଁ ହେବାର ଯୋଜନା ଅଛି । ଗତବର୍ଷ ଆମେ ମାତ୍ର ତିନିଜଣ (ମୁଁ, ସୁବାସ୍ ସାର୍ପ୍ରୀତି ଭାଇ) ଏହି ଗଣ-ସମ୍ପାଦନାରେ ୧୦୦ଟି ପ୍ରସଙ୍ଗ ଲେଖିଥିଲୁ, ଯେଉଁଥିରୁ ସୁବାସ ସାର୍ ଏକୁଟିଆ ୭୩ଟି ପ୍ରସଙ୍ଗ ଲେଖିଥିଲେ ।

ଗତଥର ସଫଳତା ପରେ, ଏଥର ମଧ୍ୟ ଆମେ ଯୋଗଦେଲେ ଫଳପ୍ରଦ ହେବ ବୋଲି ମୋର ଆଶା । ତେଣୁ ଏଥର ମଧ୍ୟ ଆମେ ଯୋଗଦାନ ଦେଲେ ଭଲ ହୁଅନ୍ତା । ହଁ ଅମର ପ୍ରସଙ୍ଗରେ ୩୦୦ ଶବ୍ଦ ହେବ ନାହିଁ, ତେଣୁ ସେ ନିୟମକୁ ବାଦ୍ ଦେଇ ଆମେ କିଛି ମହିଳାଙ୍କ ଉପରେ ପ୍ରସଙ୍ଗ ତିଆରି କରିପାରିବା । ସମସ୍ତଙ୍କର ମତାମତ ଜଣାଇବାକୁ ଅନୁରୋଧ ।

Hellohappy (ଆଲୋଚନାଅବଦାନ)

ଅଲିମ୍ପିକ ଏବେ ଏବେ ସରିଛି । ଉତ୍ସାହ ଜୋରଦାର ଥିଲା ଏଥର । ଏଥର ଆମେ ମହିଳା ଖେଳାଳିମାନଙ୍କ ବିଷୟରେ ଲେଖିଲେ ହୁଅନ୍ତା । ଅଧିକ ଉଇକିଆଳି କିପରି ଅଂଶଗ୍ରହଣ କରିବା ସେକଥା କେମିତି ନିଶ୍ଚିତ କରିବା !

Psubhashish (ଆଲୋଚନାଅବଦାନ)

ସହମତ । ମୁଁ ପ୍ରଥମ ପ୍ରସଙ୍ଗ ମଧ୍ୟ ଆରମ୍ଭ କରିଦେଲି । :) ତେବେ ପୁରୁଷମାନେ ମହିଳା ଗଣସମ୍ପାଦନାରେ ଭାଗନେବା ଯେତେ ଉତ୍ସାହଜନକ ମହିଳାମାନେ ମହିଳା ଗଣସମ୍ପାଦନାରେ ଭାଗ ନ ନେବା ସେତେ ବିଡ଼ମ୍ବନାର ବିଷୟ । ଆଶା ଆମ ପୁରୁଖା ମହିଳା ଉଇକିଆଳିମାନେ ନେତୃତ୍ୱ ନେବେ ଆଉ ଆମେ ସମସ୍ତେ ଅଧିକ ନୂଆ ଉଇକିଆଳିଙ୍କୁ ମଧ୍ୟ ଆମନ୍ତ୍ରଣ କରିପାରିବା ।

Hellohappy (ଆଲୋଚନାଅବଦାନ)

ଆମ ଓଡ଼ିଆ ଉଇକିପିଡ଼ିଆ ଗୋଟିଏ ସମୟରେ ମହିଳାମାନଙ୍କ ଯୋଗଦାନ/ଅବଦାନ ପାଇଁ ଗର୍ବିତ ଥିଲା । ଏବେ ମହିଳାମାନେ କାହିଁକି ଅଂଶଗ୍ରହଣ କରୁନାହାନ୍ତି, ଏ ବାବଦରେ ଗୋଟେ ଆଲୋଚନା କରାଯିବା ଉଚିତ ।

Ssgapu22 (ଆଲୋଚନାଅବଦାନ)

ସୁଭ ଭାଇ, ପ୍ରଥମ ପ୍ରସଙ୍ଗ ଆଜିଠାରୁ ନୁହେଁ ସେପ୍ଟେମ୍ବର ୧ରୁ କରିବା । ଆଶା ଅନ୍ୟମାନେ ମଧ୍ୟ ଯୋଗ ଦେବେ ।

Subas Chandra Rout (ଆଲୋଚନାଅବଦାନ)

ବିଷୟ ଗୁଡ଼ିକ କିଏ ବାଛୁଛନ୍ତି ? ଗଲାଥର ଅନେକ ଲେଖା ଅଯୋଗ୍ୟ ଥିଲା ଓ ସେଗୁଡ଼ିକ ପଢ଼ି ଅଯଥା ସମୟ ନଷ୍ଟ ହେଉଥିଲା । ଲେଖାଗୁଡ଼ିକ ଲେଖି ସାରିବା ପରେ ଏଥର ଗୋଟିଏ 'ଲେଖା ସରିଛି' ଚିହ୍ନ ଦିଆଯାଉ । ଫଳରେ ଅନ୍ୟମାନେ ତାକୁ ପଢ଼ିବା ଦରକାର ହେବନି ।

Hellohappy (ଆଲୋଚନାଅବଦାନ)

ସାର ଅଯୋଗ୍ୟ କେଉଁ ପ୍ରସଙ୍ଗଗୁଡ଼ିକୁ କହୁଛନ୍ତି ! ଆପଣ, ମୁଁ ଆଉ ଗପୁ ଲେଖିଥିଲେ । ଅଯୋଗ୍ୟ ଆମେ ତିନିହେଁ ହିଁ ଲେଖିଥିବା । ସେ ପ୍ରସଙ୍ଗ ଗୁଡ଼ିକ ଧରାପଡ଼ିଲେ ଏଥର ଆଉ ସେମିତି ଲେଖିବାନି ।

Ssgapu22 (ଆଲୋଚନାଅବଦାନ)

@Subas Chandra Rout ସାର୍ ଆମେମାନେ ହିଁ ତାଲିକା ପ୍ରସ୍ତୁତ କରିବା । ସେମିତି କିଛି ନିର୍ଦ୍ଦିଷ୍ଟ ନାହିଁ ଯେ ଆମେ ୟାକୁ ଲେଖିବା, ତାକୁ ଲେଖିବା ନାହିଁ । ଆଉ ଯେଉଁ ପ୍ରସଙ୍ଗ ଲେଖିବା, ତାକୁ ଆଗରୁ ଥରେ ଅଛି କି ନାହିଁ ବୋଲି ଖୋଜିଦେଲେ ଭଲ ହେବ ।

Subas Chandra Rout (ଆଲୋଚନାଅବଦାନ)

ଗଲା ଥର ଚିଠାରେ ଏଭଲି ଅନେକ ଲେଖା ଅନୁବାଦ କରିବା ନିମନ୍ତେ ଥିଲା ଯେଉଁଥିରେ ମୋଟେ ୩/୪ ଧାଡ଼ିର ଲେଖା ଥିଲା । ସେଥିପାଇଁ ଅଯୋଗ୍ୟ ଲେଖିଲି । ତାକୁ ଲେଖିଲେ ତ ଗ୍ରହଣ ଯୋଗ୍ୟ ହେବନି । ଅନେକ ଲେଖା ଏହିଭଳି ଥିଲା । ୩୦୦ ଶବ୍ଦ ତ ଦରକାର ନା ନାହିଁ ? ଏତେ ସଂଖ୍ୟକ ଲେଖା ଭିତରୁ ଆଗରୁ ଅଛି କି ନାହିଁ ତାହା ଖୋଜି ପାଇବା ସ‌ହଜ କି ?

"ଉଇକିପିଡ଼ିଆ:ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୧ ଗଣସମ୍ପାଦନା ବାବଦରେ"ଙ୍କୁ ଉତ୍ତର