Topic on ଉଇକିପିଡ଼ିଆ:ଆଲୋଚନା ସଭା

Subas Chandra Rout (ଆଲୋଚନାଅବଦାନ)

ବିଟା ଫିଚରରେ କଣ୍ଟଣ୍ଟ ଟ୍ରାନ୍ସଲେସନ ସୁବିଧା ଦିଆଯାଉ । ଭଲ କାମ କଲେ ଡାକ୍ତରୀ ବିଷୟ ଲେଖିବି । ସୁବାସ ଚନ୍ଦ୍ର ରାଉତ

Psubhashish (ଆଲୋଚନାଅବଦାନ)

ସୁବାସ ସାରଙ୍କୁ କେତୋଟି ପ୍ରଶ୍ନ:

  • କଣ୍ଟେଣ୍ଟ ଟ୍ରାନ୍ସଲେସନ ଇଂରାଜୀରୁ ଓଡ଼ିଆ ଅନୁବାଦ କରିବା ପାଇଁ ଜଣେ ବ୍ୟବହାରକାରୀ ନିଜେ ନିଜ Preferences/ପସନ୍ଦ ପୃଷ୍ଠାରୁ ସଚଳ କରିପାରିବେ । ଆପଣ କଣ କରିବାକୁ ଚାହୁଁଛନ୍ତି ଟିକେ ବିଶଦ ଭାବେ ଲେଖିବେ କି?
  • ଓଡ଼ିଆ ଉଇକିପିଡ଼ିଆ ଭିତରେ କଣ୍ଟେଣ୍ଟ ଟ୍ରାନ୍ସଲେସନ ସଚଳ କରିବାର ଅର୍ଥ ଓଡ଼ିଆରୁ ଅନ୍ୟ ଭାଷାକୁ ଅନୁବାଦ କରିବା । ଆପଣ ଏମିତି କିଛି କରିବା ଯୋଜନା କରୁଛନ୍ତି ନା କେବଳ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରିବାକୁ ଚାହୁଁଛନ୍ତି? ଯଦି ଦ୍ୱିତୀୟଟି ସତ ତାହେଲେ କୌଣସି ସୁବିଧା ସଚଳ କରିବାର ଆବଶ୍ୟକତା ନାହିଁ । ଆପଣ ନିଜେ ନିଜ ପସନ୍ଦ ପୃଷ୍ଠାରୁ ସେତକ କରିପାରିବେ ।
Subas Chandra Rout (ଆଲୋଚନାଅବଦାନ)

ପସନ୍ଦରେ ଥିବା ବିଟା ଫିଚରରେ Content translation activate କରିବାକୁ କ‌ହିଥିଲେ । ଆମର ସେହି Content translation ଆଦୌ ନାହିଁ । କେହି ତାକୁ ଦେଲେ ମୁଁ ଆକ୍ଟିଭେଟ କରିବି ।

ମୁଁ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରିବି ।

MKar (ଆଲୋଚନାଅବଦାନ)

ଆପଣ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରିବେ ତେଣୁ ସୁଭାଶିଷ ଉପରେ ଲେଖିବା ମୁତାବକ 'ଇଂରାଜୀ ଉଇକିପିଡ଼ିଆ'ର ପସନ୍ଦରେ ଏହାକୁ ସଚଳ କରନ୍ତୁ, କିମ୍ବା ଏହା ଉପରେ କ୍ଳିକ କରନ୍ତୁ

Subas Chandra Rout (ଆଲୋଚନାଅବଦାନ)

କଅଣ କରିବାକୁ ହେବ, ମୁଁ ବୁଝିଗଲି । ଲିସ୍ଟ ଆସିଲେ ଲେଖା ଆରମ୍ଭ କରିବି । ଯଦି ହେଲେ ତ ଭଲ । ଧନ୍ୟବାଦ @ MKarPsubhashish

"କଣ୍ଟେଣ୍ଟ ଟ୍ରାନ୍ସଲେସନ"ଙ୍କୁ ଉତ୍ତର