Topic on ଉଇକିପିଡ଼ିଆ:ଆଲୋଚନା ସଭା

Psubhashish (ଆଲୋଚନାଅବଦାନ)

ନିକଟରେ ସୃଜନିକା ସଂଗଠନ ଆମକୁ ଓଡ଼ିଆ ବହିର ଡିଜିଟାଇଜେସନ ପାଇଁ ଏକ ସ୍କାନର ବିଷୟରେ ପଚାରିଛନ୍ତି । ଆମ ପାଖେ ସିଆଇଏସ ସ୍କାନରଟିଏ ଆଗରୁ ଥିଲେ ମଧ୍ୟ କିଛି ସମୟ ବ୍ୟବହାର ହେବା ପରେ ଫେରାଇନିଆଯାଇଥିଲା । ଓଡ଼ିଶାରେ ଖୁବ କମ ବହି ଡିଜିଟାଇଜ ହେଉଛି ଆଉ ସିଂହଭାଗ ସୃଜନିକା କରୁଛି । ଆମ ଉଇକିଅଭିଧାନରେ ବ୍ୟବହାର ହୋଇଥିବା ଭାଷାକୋଷଠୁ ଆରମ୍ଭ କରି ଆହୁରି ଅନେକ ବହି ସେମାନେ ଡିଜିଟାଇଜ କରିଛନ୍ତି । ଯଦି ତାଙ୍କ ଅଫିସର ସ୍କାନରଟିଏ ରହିବ ତାହେଲେ ଆବଶ୍ୟକସ୍ଥଳେ (କୋଭିଡ଼ ପରେ ହୁଏତ) ଓଡ଼ିଆ ଉଇକିଆଳିମାନେ ଯାଇ କୌଣସି ଦରକାରୀ ବହି ସ୍କାନ କରିପାରିବେ । ତା'ଛଡ଼ା କୌଣସି Public Domain ବହି ସେମାନେ ସ୍କାନ କଲେ ତାହା ଉଇକିପାଠାଗାରରେ ଅପଲୋଡ଼ କରାଯାଇପାରିବ । ସିଆଇଏସ ପାଖରେ ଥିବା ସ୍କାନର ହୁଏତ ସବୁ ନିୟମିତ ବ୍ୟବହାର ହେଉନାହିଁ । ଏସବୁକୁ ଆଖିରେ ରଖି ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ସିଆଇଏସକୁ ଏକ ଅନୁରୋଧ କରିବା ବାବଦରେ ପ୍ରସ୍ତାବ ଦେବା କଥା ମୁଁ ଭାବୁଛି । ଏବେଠାରୁ ସପ୍ତାହେ ଭିତରେ (ଆସନ୍ତା ମଙ୍ଗଳବାର - ଫେବୃଆରୀ ୧୬ ତାରିଖ) ଭିତରେ ନିଜ ମତ/ପ୍ରଶ୍ନ/ଅମତ ତଳେ ଏହି ଥେଡ଼ରେ ଲେଖିବାକୁ ଅନୁରୋଧ । ସବୁ ମତକୁ ଭିତ୍ତି କରି ଆମେ ସିଆଇଏସକୁ ଅନୁରୋଧ କରିବା ।

(ପଛରେ ଯୋଡ଼ା: ସିଆଇଏସ ବୋଧେ କେବଳ ସାମୟିକ ଭାବେ ଉଧାର ସୂତ୍ରରେ ସ୍କାନରଟି ଦେଇପାରିବ ।)

MKar (ଆଲୋଚନାଅବଦାନ)

ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ସୃଜନିକାକୁ ସ୍କାନର ଦେବା ନିମନ୍ତେ ଅନୁରୋଧ କରାଯିବା ପ୍ରସ୍ତାବକୁ ମୋର ସମର୍ଥନ ।

Ssgapu22 (ଆଲୋଚନାଅବଦାନ)

ସେମାନଙ୍କ ଅଫିସ୍‌ରେ ରହିଲେ ବି କିଛି ଅସୁବିଧା ହେଇନପାରେ । ଆଉ ସେମାନେ ସ୍କାନ୍ କଲେ ଆମ କାମ ବି କମିଯିବ । ସେ ସ୍କାନର୍‌ଟିରେ ବହି ସ୍କାନ୍ କରିବାକୁ ସୁବିଧା ହୁଏ, ତେଣୁ ଆଣିବା ଦରକାର ବୋଲି ମୁଁ ଭାବୁଛି ।

Jnanaranjan sahu (ଆଲୋଚନାଅବଦାନ)

ଭଲ ପ୍ରସ୍ତାବ । ସେମାନେ ସ୍କାନ କରିଥିବା ବହୁତ ବହି ଉଇକିପାଠାଗାରରେ ଏବେ ବି ଅଛି । ଏଇ ପ୍ରସ୍ତାବରେ ଭଲ ସହୋଯଗ ହେଇପାରିବ । ପରସ୍ପରକୁ ସାହାଯ୍ୟ କରିପାରିବେ। ସମର୍ଥନ ।

Psubhashish (ଆଲୋଚନାଅବଦାନ)

ମରତ୍ୟୁଞ୍ଜୟ ଭାଇ, ଗପୁ ଆଉ ଜ୍ଞାନଙ୍କୁ ଏଠି ଉତ୍ତର ଦେଇଥିବାରୁ ସାଧୁବାଦ! ଏଠି ମୁଁ CIS-A2Kକୁ ଅନୁରୋଧ କଲି ।

Psubhashish (ଆଲୋଚନାଅବଦାନ)

ଆମ ଅନୁରୋଧଟି ଗୃହୀତ ହୋଇଛି । ସପ୍ତାହେ ଦି ସପ୍ତାହ ଭିତରେ ସ୍କାନରଟି ଆସିଯିବ ବୋଲି ଆଶା । ଆସିଲେ ଉଇକିଆଳିମାନେ ମଧ୍ୟ କୋଭିଡ଼ ଟୀକାକରଣ ପରେ ପରେ (ବା ନିହାତି ଦରକାର ହେଲେ ତା ଆଗରୁ ସତର୍କତା ପାଳନ କରି ଆଗୁଆ ସୃଜନିକା ସହ ଆଲୋଚନା କରି) ସ୍କାନରଟି ତାଙ୍କ ଅଫିସରେ ଯାଇ ଉଇକିମିଡ଼ିଆ ପ୍ରକଳ୍ପ ପାଇଁ ବ୍ୟବହାର କରିପାରିବେ ।

Psubhashish (ଆଲୋଚନାଅବଦାନ)

ଦି ଦିନ ତଳେ ସିଆଇଏସ ସ୍କାନରଟି ସୃଜନିକାକୁ ପଠାଇଦେଇଛି । ସେମାନେ ଏଥର ପୁରୁଣା ଦେଲେ କାଳେ କିଛି ଅସୁବିଧା ହେଲେ ପୁଣି ଫେରାଇବାରେ ଅସୁବିଧା ଏବଂ ପଠାଇବା କୋରିଅର ଖର୍ଚ୍ଚ ଆଦିକୁ ଏଡ଼ାଇବା ପାଇଁ ନୂଆ ସ୍କାନରଟିଏ ପଠାଇଛନ୍ତି । ସୃଜନିକା ଆଉ କିଛି ଦିନ ଭିତରେ ପାଇଯିବ । ତେବେ ଆମ କମୁନିଟିରୁ କେହି ସୃଜନିକା ଅଫିସ ଯାଇ ବହି ସ୍କାନ କରିବାକୁ ଇଚ୍ଛୁକ ଥିଲେ ଅଚିରେ ଟିକେ ଆଗୁଆ ଜଣାଇ ଯାଇପାରିବେ ବୋଲି ସୃଜନିକା ଜଣାଇଛି । ତାଙ୍କ ପାଖେ ତାଙ୍କର ନିଜର ପୁରୁଣା ସ୍କାନର ବାଦ ଏ ନୂଆ ସ୍କାନରଟି ରହିବ । ତେଣୁ କେହି ଇଚ୍ଛୁକ ଥିଲେ ଯିବେ ବୋଲି ଆଶା ।

Psubhashish (ଆଲୋଚନାଅବଦାନ)

ସୃଜନିକା ପାଖରେ ସ୍କାନରଟି ଗତକାଲି ପହଞ୍ଚିଛି । ଯେଉଁମାନେ ଇଚ୍ଛୁକ ତାଙ୍କ ଜାଗମରା ଅଫିସରେ ଯାଇ ପୁରୁଣା ବହି, ପୋଥି ଆଦି ସ୍କାନକରିପାରିବେ ବୋଲି ସେମାନେ ମେଲ ଯୋଗେ ଜଣାଇଛନ୍ତି । ତାଙ୍କ ପାଖେ ଆଗରୁ ଅନେକ ପୁରୁଣା ଓ ବିରଳ ବହି ରହିଛି । ସେଥିରୁ ଅନେକ ଉଇକିପାଠାଗାର ପାଇଁ କାମରେ ଆସିବ । ତା' ଛଡ଼ା ଉଇକିପିଡ଼ିଆ ଆଧାର ପାଇଁ ବି ଅନେକ ନୂଆପୁରୁଣା ବହି କାମରେ ଆସିବ । ତେଣୁ କେହି ଇଚ୍ଚୁକ ଥିଲେ ଦୟାକରି ତାଙ୍କୁ ଖାଲି ଟିକେ ଆଗୁଆ ଜଣାଇ ଯାଇପାରିବେ । ଭବିଷ୍ୟତରେ ବାଲେଶ୍ୱରରେ ମଧ୍ୟ ଗୋଟେ ସ୍କାନର ଉପଲବ୍ଧ ହେବ ବୋଲି ସେମାନେ ଜଣାଇଛନ୍ତି (cc @Ssgapu22) ।

Psubhashish (ଆଲୋଚନାଅବଦାନ)

ଅପଡେଟ: ଏ ଭିତରେ ସ୍କାନରରେ ମୋଟ ୧୦୧ ଟି ବହି (୭,୭୨୭ ପୃଷ୍ଠା) ସ୍କାନ ସରିଲା । ସୃଜନିକା ବାଲେଶ୍ୱରରେ ଥିବା ତାଙ୍କ ସାଥିମାନଙ୍କ ଦ୍ୱାରା ଆଉକିଛି ବହି ସ୍କାନ କରିବା ଯୋଜନା କରୁଛି । କୌଣସି ଉଇକିଆଳି ଭୁବନେଶ୍ୱର/ବାଲେଶ୍ୱରରେ ସ୍କାନିଂରେ ଭାଗନେବାରେ ଇଚ୍ଛୁକ କି?

"ସ୍କାନର"ଙ୍କୁ ଉତ୍ତର