Topic on ଉଇକିପିଡ଼ିଆ:ଆଲୋଚନା ସଭା

ଏକ ଲିଭାଯାଇଥିବା ପୃଷ୍ଠା "ୟେମେନ" ମୁଁ ପୁଣି ଥରେ ଲେଖିବାକୁ ଗଲେ ଏହାର ପ୍ରଥମ ସଂପାଦନା ଭାବେ ପୁରୁଣା ତାରିଖକୁ ଗ୍ରହଣ କରାଗଲେ, ଏହା ଏ ମାସର ଗଣ ସଂପାଦନାରେ ଗୃହୀତ ହୋଇପାରୁନି, ଏହାର ସମାଧାନ କଣ, ଦୟାକରି ଜଣାଇବେ।

4
Hpsatapathy (ଆଲୋଚନାଅବଦାନ)

ଏକ ଲିଭାଯାଇଥିବା ପୃଷ୍ଠା "ୟେମେନ" ମୁଁ ପୁଣି ଥରେ ଲେଖିବାକୁ ଗଲେ ଏହାର ପ୍ରଥମ ସଂପାଦନା ଭାବେ ପୁରୁଣା ତାରିଖକୁ ଗ୍ରହନ କରାଗଲେ, ଏହା ଏ ମାସର ଗଣ ସଂପାଦନାରେ ଗୃହୀତ ହୋଇପାରୁନି, ଏହାର ସମ୍ମଧାନ କଣ୍, ଦୟାକରି ଜଣାଇବେ।

Psubhashish (ଆଲୋଚନାଅବଦାନ)

ହରିହର ବାବୁ ମୁଁ ଆଉଥରେ ଦେଖିଲି । ପ୍ରସଙ୍ଗଟି ଅକ୍ଟୋବର ୨୨ ତାରିଖ ଦିନ ତିଆରି ହୋଇଥିଲା ଆଉ ଏ ଗଣସମ୍ପାଦନାଟି ନଭେମ୍ବର ୧ ତାରିଖରେ ଆରମ୍ଭ ହେଲା । ତେଣୁ ଫାଉଣ୍ଟେନ ଟୁଲ ଗ୍ରହଣ କରୁନାହିଁ ।

Subas Chandra Rout (ଆଲୋଚନାଅବଦାନ)

ଏହାର କୌଣସି ସମାଧାନ ନାହିଁ । ପୁରୁଣା ଲେଖାକୁ ଆଉଥରେ ପୋଷ୍ଟ କରିବାକୁ ସୁଯୋଗ ନଦେବାକୁ ଏଭଳି କରାଯାଇଛି ।

Psubhashish (ଆଲୋଚନାଅବଦାନ)

ନା, ଅସୁବିଧାଟି କିନ୍ତୁ ପୂରା ଭିନ୍ନ । ପରଖଘର ଭିତରେ କିଛି ଲେଖା ଆରମ୍ଭ କରି ତାକୁ ନୂଆ ପୃଷ୍ଠାକୁ ଘୁଞ୍ଚାଇଲେ ଇତିହାସରେ ଆପେ ଆପେ ଲେଖାର ଆରମ୍ଭ ତାରିଖ ପରଖଘର ଭିତରେ ଆରମ୍ଭ ହୋଇଥିବା ତାରିଖ ହୋଇଯାଏ । ଏ ପ୍ରତିଯୋଗିତା ପାଇଁ ନଭେମ୍ବର ୧-୩୦ ତାରିଖ ଧାର୍ଯ୍ୟ । ପରଖଘର ଭିତରେ ତା' ଆଗରୁ ପୃଷ୍ଠାଟି ଆରମ୍ଭ ହୋଇଥିବାରୁ ଏ ଅସୁବିଧା । ଆଗରୁ ଯେ ତିଆରି ହୋଇ ଲିଭାଯାଇଛି ତା' ପାଇଁ ଅସୁବିଧା ହେଉନି । ଅସୁବିଧା ହେଉଛି ପରଖଘର ଭିତରେ ଆଗରୁ ତିଆରି କରି ପ୍ରତିଯୋଗିତା ସମୟ ଭିତରେ ଘୁଞ୍ଚାଇବା ଯୋଗୁ ।

"ଏକ ଲିଭାଯାଇଥିବା ପୃଷ୍ଠା "ୟେମେନ" ମୁଁ ପୁଣି ଥରେ ଲେଖିବାକୁ ଗଲେ ଏହାର ପ୍ରଥମ ସଂପାଦନା ଭାବେ ପୁରୁଣା ତାରିଖକୁ ଗ୍ରହଣ କରାଗଲେ, ଏହା ଏ ମାସର ଗଣ ସଂପାଦନାରେ ଗୃହୀତ ହୋଇପାରୁନି, ଏହାର ସମାଧାନ କଣ, ଦୟାକରି ଜଣାଇବେ।"ଙ୍କୁ ଉତ୍ତର