Topic on ଉଇକିପିଡ଼ିଆ:ଆଲୋଚନା ସଭା

୨୦୧୮-୨୦୧୯ ଭିତରେ ଓଡ଼ିଆ ଉଇକିଆଳି ଇଉଜର ଗ୍ରୁପଦ୍ୱାରା (ODW) ହୋଇଥିବା ଯୋଜନା ଓ କାର୍ଯ୍ୟକଳାପ

1
Psubhashish (ଆଲୋଚନାଅବଦାନ)

ଆମେ ୨୦୧୮ ଜୁନରୁ ୨୦୧୯ ମଇ ମଧ୍ୟରେ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ବା ଓଡ଼ିଆ ଉଇକିଆଳି ଇଉଜର ଗ୍ରୁପଦ୍ୱାରା (ODW) ହୋଇଥିବା ଯୋଜନା ଓ କାର୍ଯ୍ୟକଳାପ ଆଦିର ବାର୍ଷିକ ବିବରଣୀ କାଲି ପ୍ରକାଶ କରିଛୁ ।

ODW ଭିତରେ ମୁଖ୍ୟତଃ ଓଡ଼ିଆ ଭାଷାକୁ କେନ୍ଦ୍ରକରି ରହିଥିବା ଉଇକିମିଡ଼ିଆ ପ୍ରକଳ୍ପସବୁର (ଅଧୁନା ଓଡ଼ିଆ ଉଇକିପିଡ଼ିଆ, ଓଡ଼ିଆ ଉଇକିପାଠାଗାର ଏବଂ ଓଡ଼ିଆ ଅଭିଧାନ) ଯୋଗଦାନକାରୀମାନେ ଥିବାରୁ (ଉଇକିଡାଟା ଏବଂ ଉଇକିମିଡ଼ିଆ କମନ୍ସ ଭଳି ଅନ୍ୟାନ୍ୟ କେତେକ ସାଧାରଣ ଉଇକିମିଡ଼ିଆ ପ୍ରକଳ୍ପ ବ୍ୟତୀତ) ଅଧିକାଂଶ କାର୍ଯ୍ୟକଳାପ ସ୍ୱାଭାବିକ ଭାବେ ଏହି ଓଡ଼ିଆ ଭାଷାର ପ୍ରକଳ୍ପ ସମ୍ବନ୍ଧିତ ।

  • ଏହି ଅବଧି ମଧ୍ୟରେ ODW ସମ୍ପ୍ରଦାୟ ଓଡ଼ିଆ ଉଇକିପିଡ଼ିଆର ୧୬ଶ ବାର୍ଷିକୀ ପାଳନ କରିବା ସହ ସମ୍ପ୍ରଦାୟର ସଫଳତାର କାହାଣୀକୁ ଭିଡ଼ିଓରେ ଲିପିବଦ୍ଧ କରିବା ଆରମ୍ଭ କରିଥିଲା ।
  • ନୂଆ ଉଇକିଆଳିମାନଙ୍କ ପାଇଁ ଅଧିକ ଭିଡ଼ିଓ ସହାୟିକା ସୃଷ୍ଟି କରିବାକୁ ମଧ୍ୟ ଯୋଜନା କରିଥିଲା । ଓଡ଼ିଆ ଉଇକିପିଡ଼ିଆରେ ଗୁଣାତ୍ମକ ବିଷୟବସ୍ତୁ ବଢ଼ାଇବାବା ପାଇଁ ଅନେକ ସ୍ଥାନୀୟ ଗଣସମ୍ପାଦନା ଏବଂ ଅନ୍ୟାନ୍ୟ ସ୍ୱଳ୍ପକାଳୀନ ସମ୍ପାଦନା ଓ ପ୍ରତିଯୋଗିତା ପାଇଁ ଯୋଜନା କରାଯାଇ ସେସବୁ ଆରମ୍ଭ କରାଯାଇଥିଲା ।
  • ସେହିପରି ODW ସମ୍ପ୍ରଦାୟ ଭାରତୀୟ ସ୍ୱାଧୀନତା ଦିବସ ସମ୍ପାଦନା, ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା ୨୦୧୮ ଏବଂ ଉଇକି ମହିଳା କଲ୍ୟାଣ ପାଇଁ ଉଇକି ମହିଳା ୨୦୧୮ ଭଳି ଅନେକ ସର୍ବଭାରତୀୟ, ସର୍ବଏସୀୟ ଏବଂ ବିଶ୍ୱସ୍ତରୀୟ ପଦକ୍ଷେପରେ ସହଯୋଗ ଏବଂ ଅଂଶଗ୍ରହଣ କରିଥିଲା ।
  • ବୈଷୟିକ କ୍ଷେତ୍ରରେ ODW ଓଡ଼ିଆ ଉଇକିମିଡ଼ିଆ ସମ୍ପ୍ରଦାୟର ଜଣେ ଡେଭଲପର ଟୁଇଟରରୁ ଉଇକିମିଡ଼ିଆ କମନ୍ସକୁ ପୁନଃ ଲାଇସେନ୍ସପ୍ରାପ୍ତ ମିଡ଼ିଆକୁ (କ୍ରିଏଟିଭ କମନ୍ସ ଲାଇସେନ୍ସ ଅଧୀନରେ) ଆଣିବା ପାଇଁ ଏକ ଟୁଲ ତିଆରି କରିବା ପାଇଁ ପ୍ରୋତ୍ସାହିତ କରିଥିଲା । ଏହା ଓଡ଼ିଶା ସରକାରଙ୍କ ସହ ସହଯୋଗକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଛି । ଏହିପରି ପଦକ୍ଷେପସବୁ ନାନା କ୍ଷେତ୍ରରେ ବିଷୟବସ୍ତୁର ବୃଦ୍ଧି ଏବଂ ସମ୍ପ୍ରଦାୟ ଭିତରେ ସହଯୋଗିତା ବଢ଼ାଇବାରେ ସାହାଯ୍ୟ କରିଥିଲା ।

ପୂରା ବିବରଣୀ ଆପଣ ଏଠାରୁ ପଢ଼ିପାରିବେ । କିଛି ମତାମତ ଦେବାକୁ ଚାହୁଁଥିଲେ ବା ଅଧିକ ଆଲୋଚନା କରିବାକୁ ଚାହୁଁଥିଲେ ତାହା ଏଠି ତଳେ କରିପାରିବେ ।

"୨୦୧୮-୨୦୧୯ ଭିତରେ ଓଡ଼ିଆ ଉଇକିଆଳି ଇଉଜର ଗ୍ରୁପଦ୍ୱାରା (ODW) ହୋଇଥିବା ଯୋଜନା ଓ କାର୍ଯ୍ୟକଳାପ"ଙ୍କୁ ଉତ୍ତର