ଗତ ଫେବୃଆରୀ ମାସରେ ଉଇକିମିଡ଼ିଆ କମନ୍ସରେ ଚାଲିଥିବା Wiki Loves Folkloreରେ ୧୮୦୦୦ରୁ ଅଧିକ ଫଟୋ ଅପ୍ଲୋଡ୍ କରାଯାଇଛି, ଯେଉଁଥିରେ ମୁଁ ନିଜେ ମୁଧ୍ୟ ଅଳ୍ପ କିଛି ଅପ୍ଲୋଡ୍ କରିଥିଲି । ଏବେ ଇଂରାଜୀ ସମେତ ବଙ୍ଗଳା, ପଞ୍ଜାବୀ ଓ ଅନ୍ୟ କେତୋଟି ଭାଷାର ଉଇକିପିଡ଼ିଆରେ Illustrate Wikipedia articles ଚାଲିଛି, ଯେଉଁଥିରେ ଏହି ପ୍ରତିଯୋଗୀତାରେ ଅପ୍ଲୋଡ୍ ହୋଇଥିବା ଫଟୋର ଶ୍ରେଣୀ, Category:Images from Wiki Loves Folklore 2020ରୁ ଫଟୋଗୁଡ଼ିକି ବିଭିନ୍ନ ଉଇକିପିଡ଼ିଆର ପ୍ରସଙ୍ଗରେ ଯୋଡ଼ାଯିବାର ଅଛି । ଅଗଷ୍ଟ ପହିଲାରୁ ଯଦିଓ ମୁଁ ଏ ବିଷୟରେ ଅବଗତ ହେଲିଣି, କିଛିଟା ନିଜସ୍ୱ କାର୍ଯ୍ୟ ପାଇଁ ଆଲୋଚନା ଆରମ୍ଭ କରିପାରିନଥିବାରୁ କ୍ଷମା ଚାହୁଁଛି । ଯେହେତୁ ଏହା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ, ତେଣୁ ଆମେ ଏବେ ମଧ୍ୟ ଅଂଶଗ୍ରହଣ କରିପାରିବା । ଏହି ପ୍ରସ୍ତାବ ଉପରେ ସଭିଙ୍କର ମତାମତ ଲୋଡ଼ୁଛି । ଏଥିସହ ଏହି ଗଣ-ସମ୍ପାଦନାର ନାମ ଓଡ଼ିଆରେ କ'ଣ ରଖିଲେ ଭଲ ଲାଗିବ, ସେ ଉପରେ ମଧ୍ୟ ମତାମତ ଦେବାକୁ ଅନୁରୋଧ ।
ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ
ଦେଖଣା
ପ୍ରସଙ୍ଗରେ ଫଟୋ ଯୋଡ଼ାଯିବା ଜରୁରୀ ଓ ନିୟମିତ କାମ । କରାଯାଉ ।
ଧନ୍ୟବାଦ ପ୍ରୀତି ଭାଇ । ଏହି ଗଣ-ସମ୍ପାଦନାର ନାମ କ'ଣ ରଖିଲେ ଭଲ ଲାଗିବ ଓଡ଼ିଆରେ ସେ ଉପରେ ଟିକେ ମତ ଦେଲେ କାଲିଠାରୁ ଆରମ୍ଭ କରିପାରନ୍ତେ । ୧ରୁ ଏବେଯାଏଁ ପାଖାପାଖି ୧୯/୨୦ ସରିଗଲାଣି ।
ଗଣ ସମ୍ପାଦନାରେ ଗଣଙ୍କର ଆବଶ୍ୟକତା ରହିଛି । ଜଣେ, ଦୁଇଜଣରେ କଣ ହେବ ! ଅନ୍ୟମାନେ ଯୋଡିହେଲେ ଆଗକୁ ଯିବ । ଆଉ ୨/୩ ଦିନ ଅପେକ୍ଷା କରାଯାଉ । ଅଧିକ ଉଇକିଆଳି ଇଚ୍ଛାପ୍ରକାଶ କଲେ, ଗଣ ହେବ ।