Jump to content

ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ

**ଜରୁରୀ** ୨୦୨୦ ଉଇକିମିଡ଼ିଆ ସମିଟ

12
Jnanaranjan sahuଙ୍କ ଲିଖିତ ସାରାଂଶ

ଏମକର ଭାଇ ଯିବାପାଇଁ ଜଣାଗଲା

Psubhashish (ଆଲୋଚନାଅବଦାନ)

ଏହି ଆଲୋଚନାଟି ୨୦୨୦ ମସିହା ଏପ୍ରିଲ ୨-୫ ତାରିଖରେ ହେବାକୁ ଥିବା ଉଇକିମିଡ଼ିଆ ସମିଟ ବାବଦରେ । ଏହା ଜରୁରୀକାଳୀନ କାରଣ ମୁଁ ନିଜେ ଆଉ ଆମେ ପରିଚାଳକମାନେ ଏ ବିଷୟରେ ଆଲୋଚନା କରିବାରେ ବିଳମ୍ବ କରିଛୁ । ତେଣୁ କାରଣ ଯାହା ହେଉନା କାହିଁକି ଆମ ସମସ୍ତଙ୍କ ତରଫରୁ କ୍ଷମାପ୍ରାର୍ଥନା କରୁଛି । ଏହାର ଉତ୍ତର ଯେତେ ଶୀଘ୍ର ପାରିବେ ଆସନ୍ତା ସୋମବାର ସୁଦ୍ଧା ଦେବେ । ସାଧାରଣ ଭାବେ ଅତି କମରେ ସପ୍ତାହେ ଆଲୋଚନା ପାଇଁ ରଖାଯାଏ କିନ୍ତୁ ଏ କ୍ଷେତ୍ରରେ ଶେଷ ସୀମା ଅଳ୍ପ ହେତୁ ଆଉ କିଛି ବାଟ ନାହିଁ ।


ଗତ ବର୍ଷ ପ୍ରୀତିରଞ୍ଜନ ତ୍ରିପାଠୀ ବର୍ଲିନଠାରେ ଅନୁଷ୍ଠିତ ଉଇକିମିଡ଼ିଆ ସମିଟରେ ଓଡ଼ିଆ ଉଇକିମିଡ଼ିଆନ୍ସ ୟୁଜର ଗ୍ରୁପର ପ୍ରତିନିଧି ଭାବେ ଭାଗନେଇ ସମିଟ ପୂର୍ବରୁ ଓ ପରେ ଖୁବ ପ୍ରାଞ୍ଜଳ ଆଲୋଚନା କରିଥିଲେ । ସେଠାରେ ସମିଟରେ ମଧ୍ୟ ସକ୍ରିୟ ଭାବେ ବିଭିନ୍ନ ଆଲୋଚନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗ ନେବା ସଙ୍ଗେ ବିଶ୍ୱସ୍ତରର ଅନେକ ଉଇକିଆଳିଙ୍କ ସଙ୍ଗେ ଆଲୋଚନା କରିଥିଲେ । ତାଙ୍କ ଗସ୍ତର ସୁଫଳ ଆମେ ଏବେ ବି ଅନୁଭବ କରୁଛୁ । ତେଣୁ ଏ ବର୍ଷ ମଧ୍ୟ ଆଉ ଜଣେ ଉଇକିଆଳିଙ୍କୁ ଆମେ ମନୋନୟନ କରି ପଠାଇଲେ ଭଲ ହେବ ।


ତେଣୁ ଆପଣମାନେ ତଳେ ନିଜକୁ ବା ଅନ୍ୟମାନଙ୍କୁ ମନୋନୟନ କରିପାରିବେ ଆଉ ବାକିମାନେ ମନୋନୟନ ହୋଇଥିବା ଉଇକିଆଳିଙ୍କ ନାମ ତଳେ ନିଜର ମତ ଦେଇପାରିବେ । ତେବେ ମନୋନୟନ କରିବା ଆଗରୁ ତଳ ଲିଖିତ ସୂଚନା ଉପରେ ଧ୍ୟାନଦେବେ ।

  • ଉଇକିଆଳି ଓଡ଼ିଆ ଉଇକିମିଡ଼ିଆ କମ୍ୟୁନିଟି ବାହାରେ ଅନ୍ୟାନ୍ୟ ଭାଷାର ଉଇକିମିଡ଼ିଆ ପ୍ରକଳ୍ପ ଓ କମ୍ୟୁନିଟି ସଙ୍ଗେ ସକ୍ରିୟ ଭାବେ ଜଡ଼ିତ
  • ଆଗରୁ ଦେଶ ଭିତରେ ଓ ବାହାରେ ହୋଇଥିବା କାର୍ଯ୍ୟକ୍ରମରେ କମ ଭାଗ ନେଇଥିବେ
  • ସାଧାରଣ ଭାବେ ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକରେ ସକ୍ରିୟ ଥିବେ ଓ ସମ୍ପାଦନା ବାହାରେ ବିଭିନ୍ନ ପ୍ରକଳ୍ପ ଆଦିର ନେତୃତ୍ୱ ନେଇଥିବେ
Hellohappy (ଆଲୋଚନାଅବଦାନ)

କର ଭାଇନା@MKar ଗଲେ ଭଲ ହୁଅନ୍ତା ।

Ssgapu22 (ଆଲୋଚନାଅବଦାନ)

ମୃତୁଞ୍ଜୟ ଭାଇ ଯଦି ଫାଙ୍କା ଥିବେ, ତାଙ୍କୁ ପଠେଇଲେ ଭଲ ହୁଅନ୍ତା ।

Psubhashish (ଆଲୋଚନାଅବଦାନ)

@MKar ଯାଇପାରିଲେ ତ ଭାରି ଭଲ ହେବ । ଆପଣଙ୍କୁ ଅନୁରୋଧ ନିଜ ସୁବିଧା ଜଣାଇବା ପାଇଁ ।

Psubhashish (ଆଲୋଚନାଅବଦାନ)

@MKar ଭାଇ ସମସ୍ତେ ଏବେ ସୁଦ୍ଧା ତମକୁ ସମର୍ଥନ କରିଥିବାରୁ ପୃଥିବୀ ପ୍ରଳୟ ହେଇଗଲେ ବି ଏଇଟା କାଲି ରାତି ଭିତରେ ଯେମିତି ହେଲେ ପୂରା କରି ସବମିଟ କରିବାକୁ ଯେମିତି ନ ଭୁଲ :) https://forms.wikimedia.de/apps/wmsummit2020/form.html

Hpsatapathy (ଆଲୋଚନାଅବଦାନ)

କର ଭାଇ.....ମୋ ମତରେ

Radhadwibedi (ଆଲୋଚନାଅବଦାନ)

ମୃତୁଞ୍ଜୟ ବାବୁଙ୍କ ନାମକୁ ସମର୍ଥନ କରୁଛି ।

Jnanaranjan sahu (ଆଲୋଚନାଅବଦାନ)

କର ଭାଇ ଗଲେ ଭଲ ହୁଅନ୍ତା ।

Chinmayee Mishra (ଆଲୋଚନାଅବଦାନ)

ମୃତ୍ୟୁଞ୍ଜୟ ଭାଇ ଯିବା ଭଲ ହେବ

MKar (ଆଲୋଚନାଅବଦାନ)

ସମସ୍ତଙ୍କୁ ଧନ୍ୟବାଦ, ମୁଁ ଫର୍ମଟି ଭରିଦେଇଛି ।