Topic on ଉଇକିପିଡ଼ିଆ:ଆଲୋଚନା ସଭା

ଟୁଇଟରରୁ ଉଇକିମିଡ଼ିଆ କମନ୍ସକୁ ସିଧା ଫଟୋ ଅପଲୋଡ

4
Jnanaranjan sahuଙ୍କ ଲିଖିତ ସାରାଂଶ

ଅସୁବିଧାଗୁଡିକ ଯଥା ସମ୍ଭବ ଠିକ କରାଗଲା

Jnanaranjan sahu (ଆଲୋଚନାଅବଦାନ)

୨୦୧୭ରେ ଓଡ଼ିଶା ସରକାର ତାଙ୍କ ସୋସିଆଲ ମେଡ଼ିଆ ଆକାଉଣ୍ଟଗୁଡିକୁ ଖୋଲା ଲାଇସେନ୍ସରେ ପରିଣତ କରିଥିଲେ । ତାପରେ ଆମେ ବ‌ହୁତ ଥର ଅଲୋଚନା କରିଥିଲୁ କେମତି ଗୋଟେ ଟୁଲ କରିବା ଯାହାଦ୍ୱାରା ସେଇ ଫଟୋଗୁଡିକୁ ସିଧା ଉପଲୋଡ କରିହେବ କାରଣ ସେଇ ଫଟୋଗୁଡିକୁ ଡାଉନଲୋଡ ଆଉ ଅପଲୋଡ କରିବା ଟିକେ ସାଧରଣଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେଇଥିଲା । ୟା ଭିତରେ ମୁଁ ଗୋଟେ ଟୁଲ କରିଛି ଯେଉଁଥିରେ ଆପଣ ସିଧା ଟୁଇଟରରୁ ସିଧା କମନ୍ସକୁ ଅପଲୋଡ ହେଇ ପାରିବ । ଆପଣମାନେ ସରକାରଙ୍କ ଖୋଲା ଆକାଉଣ୍ଟ ଛଡା ଯେକୌଣସି ବା ନିଜ ଆକାଉଣ୍ଟରୁ ମଧ୍ୟ ଅପଲୋଡ କରିପାରିବେ ।

ଟୁଲ ଲିଙ୍କ: https://tools.wmflabs.org/twitter-to-commons/

ଆପଣଙ୍କ ମତାମତ ଦେବାକୁ ଅନୁରୋଧ । ଧନ୍ୟବାଦ ।

Psubhashish (ଆଲୋଚନାଅବଦାନ)

ପୂରା କେଳି ଟୁଲ!! :) କେତେକ ବଦଳ ହୋଇପାରିଲେ ଭଲ ହେବ ବୋଲି ଭାବୁଛି ।

  • "Upload photos from Twitter to Wikimedia Commons" ବଦଳରେ "Upload freely-licensed images from Twitter to Wikimedia Commons" ଲେଖିଲେ ସାଧାରଣ ବ୍ୟବହାରକାରୀ ପଡ଼ିବେନି କାରଣ ଟୁଇଟରରୁ ସମସ୍ତ ଛବି ବଦଳରେ କେବଳ ଆଗରୁ ଫ୍ରି-ଲାଇସେନ୍ସରେ ବିତରିତ ଛବିଗୁଡ଼ିକ କେବଳ ଅପଲୋଡ଼ କରାଯାଇପାରିବ । ସେହିଭଳି ଫଟୋର ଅର୍ଥ କେବଳ ଫଟୋଗ୍ରାଫ କିନ୍ତୁ image ଯେକୌଣସି ଛବି ।
  • "Enter a twitter handle/username"ରେ ଯେକୌଣସି ହ୍ୟାଣ୍ଡଲର ଟୁଇଟ ଅପଲୋଡ଼ କରାଯାଇପାରୁଛି । ଏହା ଭୁଲରେ ଅନେକ କପିରାଇଟଥିବା ଫଟୋ ଅପଲୋଡ଼ କରିବାରେ ସାହାଯ୍ୟ କରିବନି ତ?
  • କେବଳ ନିକଟର ଟୁଇଟ ଦେଖିହେଉଛି କିନ୍ତୁ ଏକ ସମୟକାଳ ଭିତରେ ହୋଇଥିବା କିମ୍ବା ଏକ ତାରିଖରେ ହୋଇଥିବା କିମ୍ବା ଜଣେ ଏକ ତାଲିକାଭୁକ୍ତ ହ୍ୟାଣ୍ଡଲରୁ ହୋଇଥିବା ଏକ ନିର୍ଦ୍ଦିଷ୍ଟ ଟୁଇଟର ଲିଙ୍କ ଜାଣିଥିଲେ ଅପଲୋଡ଼ କରିପାରିଲେ ଭଲହୁଅନ୍ତା ।
Soumendrak (ଆଲୋଚନାଅବଦାନ)

"Enter a twitter handle/username", ୨ ନମ୍ବର ବିକଳ୍ପଟି ପୁରା କାଢ଼ିଦେବା କଥା କିମ୍ବା କୁଶଳୀ ବ୍ୟବହାରକାରୀମାନଙ୍କ ପାଇଁ ଭିତିରିଆ (ମୁଖ୍ୟ ପୃଷ୍ଠାରେ ନରଖି) ଲୁଚେଇକି ରଖିଲେ ଭଲ ।

Jnanaranjan sahu (ଆଲୋଚନାଅବଦାନ)

@Soumendrak@Psubhashish ଯେକୌଣସି ଆକାଉଣ୍ଟରୁ ଅପଲୋଡ କରିବାଟା ମୁଁ ମୂଳରୁ ରଖିନାଥିଲି ହେଲେ କିଛି ଲୋକଙ୍କ ଅନୁରୋଧ ଆଉ ଆଲୋଚନା ପରେ ଏଇଟା ରଖିଲି । କପିରାଇଟଥିବା ଫଟୋ ଅପଲୋଡ଼ ହେବ ହେଲେ ସେଇଟା କମ୍ୟୁନିଟି ସମ୍ଭାଳିପାରିବ । ଯଦି ଜଣେ ବାରମ୍ବାର କପିରାଇଟଥିବା ଫଟୋ ଅପଲୋଡ଼ କରିବ ତେବେ ତାକୁ ଆମେ ଏଇ ଟୁଲ ବ୍ୟବ‌ହାର କରିବାରୁ ଅଟକାଇପାରିବା ।

@Psubhashish ଯେକୌଣସି ଆକାଉଣ୍ଟରୁ ଅପଲୋଡ କରିହଉଛି ଯେମିତି କି ନିଜ ଆକାଉଣ୍ଟରୁ ତେଣୁ ଏଇ ନାଁଟା ଠିକ ଅଛି ବୋଲି ଭାବୁଛି ହେଲେ ବଦଳେଇବାରେ କିଛି ଅସୁବିଧା ନାହିଁ ।

@Psubhashish ତୁମ ଶେଷ କଥା ଟା ମୁଁ ଟୁ-ଡୁ ତାଲିକାରେ ରଖିଲି ।


ମତାମତ ପାଇଁ ଧନ୍ୟବାଦ ।