Topic on ଉଇକିପିଡ଼ିଆ:ଆଲୋଚନା ସଭା

ଗତ ବର୍ଷ ଉଇକିପିଡ଼ିଆର ଜନ୍ମତିଥିରେ ଉଠାଯାଇଥିବା ଭିଡ଼ିଓ

1
Psubhashish (ଆଲୋଚନାଅବଦାନ)

ଗତ ବର୍ଷ ଅନେକ ଉଇକିଆଳିଙ୍କ ସହଯୋଗରୁ ଆମେ ପ୍ରଥମ ଥର ପାଇଁ ଉଇକିଆଳିଙ୍କ ଇଣ୍ଟରଭିଉ ଆଉ ଭାଷଣ ଆଦି ଅଧିକ ସଂଖ୍ୟାରେ ରେକର୍ଡ଼ କରିପାରିଥିଲୁ । ଯେହେତୁ ଭିଡ଼ିଓ ଏଡ଼ିଟିଂ ପାଇଁ ଖୁବ ଅଧିକ ସମୟ ଲାଗୁଛି ଭିଡ଼ିଓସବୁ ଅପଲୋଡ଼ କରିବାରେ ଟିକେ ବିଳମ୍ବ ହେଉଛି । ତେବେ ଏବେ ଯାଏ କିଛି ଭିଡ଼ିଓ ଅପଲୋଡ଼ ହୋଇଛି । ଆପଣଙ୍କ ଭିତରୁ ଯଦି କେହି ଦୃଷ୍ଟିକ୍ଷମଙ୍କ ପାଇଁ ପଢ଼ିବାର ସୁବିଧା ନିମନ୍ତେ (digital accessibility) ଯଦି କେହି ଏଥିରେ କୁହାଯାଉଥିବା କଥାସବୁକୁ ଟାଇପ କରିବାକୁ ଇଚ୍ଛୁକ ତାହେଲେ ଜଣାଇବେ । ମୁଁ ଭିଡ଼ିଓଗୁଡ଼ିକର ତାଲିକା ତଳେ ଦେଉଛି । ଟାଇପ ସରିବା ପରେ ସେଗୁଡ଼ିକ YouTube, ଉଇକିକମନ୍ସ ଓ ଫେସବୁକରେ ବ୍ୟବହାର କରାଯାଇପାରିବ ।

  1. ସୁବାସ ସାର - ଉଇକିପିଡ଼ିଆର ଲିଖନଶୈଳୀ
  2. ସଂଗ୍ରାମ କେଶରୀ ସେନାପତି (ଗପୁ) - ଉଇକିପ୍ରକଳ୍ପ ସିନେମା
  3. ସୌମେନ୍ଦ୍ର କୁମାର ସାହୁ - ଉଇକିପିଡ଼ିଆରେ ସେ ଭୋଗୁଥିବା ଅସୁବିଧା ଓ ସମ୍ପାଦନାର ଅନୁଭୂତି